Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଖେଳ»ଜାତୀୟ ବାୟୁ କ୍ରୀଡ଼ା ନୀତି ୨୦୨୨ ଉନ୍ମୋଚନ କଲେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସିନ୍ଧିଆ
ଖେଳ

ଜାତୀୟ ବାୟୁ କ୍ରୀଡ଼ା ନୀତି ୨୦୨୨ ଉନ୍ମୋଚନ କଲେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସିନ୍ଧିଆ

June 7, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଜାତୀୟ ବାୟୁ କ୍ରୀଡ଼ା ନୀତି ୨୦୨୨ ଉନ୍ମୋଚନ କଲେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସିନ୍ଧିଆ

ନୂଆଦିଲ୍ଲୀ: କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ଏମ. ସିନ୍ଧିଆ ଆଜି ଜାତୀୟ ବାୟୁ କ୍ରୀଡ଼ା ନୀତି ୨୦୨୨ (ଏନଏଏସପି ୨୦୨୨)ର ଶୁଭାରମ୍ଭ କରିଛନ୍ତି। ୨୦୩୦ ସୁଦ୍ଧା ଭାରତକୁ ବିଶ୍ବର ଶ୍ରେଷ୍ଠ ବାୟୁ କ୍ରୀଡ଼ା ରାଷ୍ଟ୍ରରେ ପରିଣତ କରିବାର ସଂକଳ୍ପ ନେଇ ଏନଏଏସପି ୨୦୨୨ କାର‌୍ୟ୍ୟକାରୀ ହେବାକୁ ଯାଉଛି। ଏହା ମାଧ୍ୟମରେ ଭାରତରେ ଏକ ନିରାପଦ, ଶସ୍ତା, ସୁଲଭ, ଗ୍ରହଣଯୋଗ୍ୟ, ଉପଭୋଗ୍ୟ ଏବଂ ଦୀର୍ଘସ୍ଥାୟୀ ବାୟୁ କ୍ରୀଡ଼ା ଇକୋସିଷ୍ଟମ ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି।

ଏନଏଏସପି ୨୦୨୨ ଶୁଭାରମ୍ଭ କାର‌୍ୟ୍ୟକ୍ରମ ଅବସରରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ସଚିବ ଶ୍ରୀ ରାଜୀବ ବଂଶଲ, ଭାରତୀୟ ବିମାନ ବନ୍ଦର ପ୍ରାଧିକରଣର ଅଧ୍ୟକ୍ଷ ସଞ୍ଜୀବ କୁମାରଙ୍କ ସମେତ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ଏଏଆଇ, ଡିଜିସିଏ ଏବଂ ବିସିଏଏସର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ବାୟୁ କ୍ରୀଡ଼ା କ୍ଷେତ୍ରରେ ଏୟାର ରେସିଂ, ଏରୋବେଟିକ୍ସ, ଏରୋ ମଡେଲିଂ, ହ୍ୟାଙ୍ଗ ଗ୍ଲାଇଡିଂ, ପାରାଗ୍ଲାଇଡିଂ, ପାରା ମୋଟରିଂ ଏବଂ ସ୍କାଏ ଡାଇଭିଂ ଆଦି କ୍ରୀଡ଼ା ସାମିଲ ରହିଛି। ବାୟୁ କ୍ରୀଡ଼ା କ୍ଷେତ୍ରରେ ବିଶ୍ବର ଏକ ପ୍ରମୁଖ ରାଷ୍ଟ୍ର ହେବାର ସମ୍ଭାବନା ଭାରତ ନିକଟରେ ରହିଛି। ବିଶାଳ ଭୌଗଳିକ କ୍ଷେତ୍ର, ବିବିଧ ଟୋପୋଗ୍ରାଫୀ ଏବଂ ଭଲ ପାଣିପାଗ ଦେଶରେ ରହିଛି। ଭାରତର ଜନସଂଖ୍ୟାରେ ଯୁବକମାନଙ୍କର ସଂଖ୍ୟା ଅଧିକ।

ଦେଶରେ ଦୁଃସାହସିକ କ୍ରୀଡ଼ା ଏବଂ ବିମାନ କ୍ଷେତ୍ରର ବିକାଶ ପାଇଁ ଏକ ଅନୁକୂଳ ପରିବେଶ ରହିଛି ଏବଂ ଦିନକୁ ଦିନ ଏହା ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ଏନଏଏସପି ୨୦୨୨ ଅଣାଯାଇଛି। ନୀତି ନିର୍ମାତା, ବାୟୁ କ୍ରୀଡ଼ାବିତ୍ ଏବଂ ଜନସାଧାରଣଙ୍କ ଠାରୁ ପ୍ରାପ୍ତ ପରାମର୍ଶ ଆଧାରରେ ଏହାକୁ ପ୍ରସ୍ତୁତ କରାଯାଇଛି। ଏହି ନୀତି କାର‌୍ୟ୍ୟକାରୀ ହେବା ଫଳରେ ଦେଶରେ ଉନ୍ନତ ଭିତ୍ତିଭୂମି, ଉପକରଣ, ସେବା, ପ୍ରଶିକ୍ଷକଙ୍କ ବ୍ୟବସ୍ଥା କରାଯାଇପାରିବ।

ଏହି ନୀତି ଭାରତରେ ନିମ୍ନଲିଖିତ ବାୟୁ କ୍ରୀଡାକୁ ଅନ୍ତର୍ଭୁକ୍ତ କରାଯିବ: –
୧. ଏରୋବେଟିକ୍ସ
୨. ଏରୋ ମଡେଲିଂ ଏବଂ ମଡେଲ୍ ରକେଟ୍ରି
୩. ଆମେଚର-ବିଲ୍ଟ ଏବଂ ଏକ୍ସେପେରିମେଣ୍ଟାଲ ଏୟାରକ୍ରାଫ୍ଟ
୪. ବଲୁନିଂ
୫. ଡ୍ରୋନ୍ସ
୬. ଗ୍ଲାଇଡିଂ ଓ ପାୱାର୍ଡ ଗ୍ଲାଇଡିଂ
୭. ହ୍ୟାଙ୍ଗ ଗ୍ଲାଇଡିଂ ଏବଂ ପାୱାର୍ଡ ହ୍ୟାଙ୍ଗ ଗ୍ଲାଇଡିଂ
୮. ପାରାସୁଟିଂ (ସ୍କାଏଡାଇଭିଂ, ବେସ ଜମ୍ପିଂ ଏବଂ ୱିଙ୍ଗ ସୁଟ୍ସ ଆଦି)
୯. ପାରାଗ୍ଲାଇଡିଂ ଏବଂ ପାରା ମୋଟରିଂ (ପାୱାର୍ଡ ପାରାସୁଟ୍ ଟ୍ରାଇକ୍ସ ଆଦି ସମେତ)
୧୦. ପାୱାର୍ଡ ଏୟାରକ୍ରାଫ୍ଟ (ଅଲଟ୍ରା ଲାଇଟ, ମାଇକ୍ରୋ ଲାଇଟ୍ ଏବଂ ଲାଇଟ୍ ସ୍ପୋର୍ଟସ୍ ଏୟାରକ୍ରାଫ୍ଟ ଆଦି)
୧୧. ରୋଟୋରକ୍ରାଫ୍ଟ (ଅଟୋଜିରୋ ସମେତ)

ନୂଆ ନୀତି ଅଧୀନରେ ଭାରତରେ ବାୟୁ କ୍ରୀଡ଼ା ପାଇଁ ଚାରି ସ୍ତରୀୟ ପ୍ରଶାସନିକ ଢାଞ୍ଚା ରହିବ ଯଥା:
I. ଏୟାର ସ୍ପୋର୍ଟସ ଫେଡରେସନ୍ ଅଫ ଇଣ୍ଡିଆ (ଏଏସଏଫଆଇ) ଯାହାକି ପ୍ରମୁଖ ପ୍ରଶାସନିକ ସଂସ୍ଥା ଭାବେ କାର‌୍ୟ୍ୟ କରିବ;
II. ବ୍ୟକ୍ତିଗତ ବାୟୁ କ୍ରୀଡ଼ା କିମ୍ବା ଏକ ବାୟୁ କ୍ରୀଡ଼ାର ସେଟ୍‌, ଯାହା ଉପଯୁକ୍ତ ହେବ, ସେଥିପାଇଁ ଜାତୀୟ ସଂଗଠନ;
III. କ୍ଷେତ୍ରୀୟ (ଯଥା ପଶ୍ଚିମ/ଦକ୍ଷିଣ/ଉତ୍ତର/ପୂର୍ବ ଆଦି) କିମ୍ବା ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସ୍ତରୀୟ ବାୟୁ କ୍ରୀଡ଼ା ସଂଗଠନ, ଯାହା ଉପଯୁକ୍ତ ହେବ; ଏବଂ
ଓଠ. ଜିଲ୍ଲାସ୍ତରୀୟ ବାୟୁ କ୍ରୀଡ଼ା ସଂଗଠନ, ଯାହା ଉପଯୁକ୍ତ ହୋଇଥିବ।

ନୀତିକୁ ଲୋକାର୍ପଣ କରି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ସିନ୍ଧିଆ କହିଛନ୍ତି, ବାୟୁ କ୍ରୀଡ଼ା କ୍ଷେତ୍ରରେ ଭାରତକୁ ଉପଯୁକ୍ତ ସ୍ଥାନ ଦେବା ଏବଂ ଏହାକୁ ବିଶ୍ବ ବାୟୁ କ୍ରୀଡ଼ା କେନ୍ଦ୍ରରେ ପରିଣତ କରିବା ଲାଗି ବର୍ତ୍ତମାନ ସମୟ ଆସିଛି । ଦେଶରେ ଦୁଃସାହସିକ, ରୋମାଞ୍ଚକର କ୍ରୀଡ଼ା ପରିବେଶ ସୃଷ୍ଟି କରିବା ଲାଗି ଆମେ ଚାହୁଁଛୁ। ଏଥିପାଇଁ ଭାରତର ଜନସଂଖ୍ୟାର ୭୦ ପ୍ରତିଶତ ଭାଗ ଅର୍ଥାତ୍ ୩୫ ବର୍ଷରୁ କମ୍ ଯୁବକମାନଙ୍‌କର ଶକ୍ତିକୁ ଆମେ ଉପଯୋଗ କରିବୁ।

ଏହି ଯୁବ ଜନସଂଖ୍ୟା ୟୁରୋପ ମହାଦେଶର ମୋଟ୍ ଜନସଂଖ୍ୟା ଠାରୁ ଅଧିକ ଏବଂ ଆମେରିକାର ମୋଟ୍ ଜନସଂଖ୍ୟା ଠାରୁ ତିନି ଗୁଣା ଅଧିକ ହେବ। ଭାରତର ବିଶାଳ ଭୌଗଳିକ କ୍ଷେତ୍ର ରହିଛି ଯାହାକି ହିମାଳୟରୁ ସାଗର ଉପକୂଳ ପର‌୍ୟ୍ୟନ୍ତ ବ୍ୟାପୀ ରହିଛି। ବାୟୁ କ୍ରୀଡ଼ା କ୍ଷେତ୍ରରେ ଭାରତରେ ବିବିଧ ସାମର୍ଥ୍ୟ ରହିଛି।

କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ, ଏହି ନୀତି କାର‌୍ୟ୍ୟକାରୀ ହେବା ଦ୍ବାରା ବାୟୁ କ୍ରୀଡ଼ା କ୍ଷେତ୍ରରେ ଭାରତ ବିଶ୍ବର ପ୍ରମୁଖ କେନ୍ଦ୍ର ହୋଇପାରିବ। ବିଦେଶରୁ ଉତ୍ସାହୀ ବାୟୁ କ୍ରୀଡ଼ାବିତ୍‌ମାନେ ଭାରତରେ ଏହି କ୍ରୀଡ଼ାରେ ଅଂଶଗ୍ରହଣ କରିବା ଲାଗି ଆକୃଷ୍ଟ ହୋଇ ଆସିବେ।
ଏହି ନୀତି ମାଧ୍ୟମରେ ଦେଶରେ ବାର୍ଷିକ ୮ ହଜାର କୋଟି ଟଙ୍କାରୁ ଅଧିକ ରାଜସ୍ବ ଏବଂ ୧ ଲକ୍ଷ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି ହେବ। ଏନଏଏସପି ୨୦୨୨ ମାଧ୍ୟମରେ ଭାରତ ବିଶ୍ବ ବାୟୁ କ୍ରୀଡ଼ାର ପ୍ରମୁଖ କେନ୍ଦ୍ରରେ ପରିଣତ ହେବ ବୋଲି ଶ୍ରୀ ସିନ୍ଧିଆ କହିଥିଲେ। ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଦୁଇ ଜଣ ଭାରତୀୟ ବାୟୁ କ୍ରୀଡ଼ାବିତ୍ ଶୀତଲ ମହାଜନ ଏବଂ ରାସେଲ ଥୋମାସଙ୍କ ସହିତ କଥା ହୋଇ ସେମାନଙ୍କର ଅନୁଭୂତି ଜାଣିଥିଲେ।

ଏନଏଏସପି ୨୦୨୨ର ପ୍ରମୁଖ ଉଦ୍ଦେଶ୍ୟ :
୧. ଦେଶରେ ବାୟୁ କ୍ରୀଡ଼ା ସଂସ୍କୃତିର ପ୍ରୋତ୍ସାହନ;
୨. ବାୟୁ କ୍ରୀଡ଼ା ଭିତ୍ତିଭୂମି, ଉପକରଣ, ପରିଚାଳନା, ରକ୍ଷଣାବେକ୍ଷଣ ଓ ପ୍ରଶିକ୍ଷଣ ସମେତ, କିନ୍ତୁ ସୀମିତ ନୁହେଁ, ଅନ୍ତର୍ଜାତୀୟ ସ୍ତରରେ ପ୍ରଚଳିତ ଶ୍ରେଷ୍ଠ ପଦ୍ଧତିକୁ ଅବଲମ୍ବନ କରିବା;
୩. ଏକ ସରଳ, ଅଂଶୀଦାର ଅନୁକୂଳ ଏବଂ ପ୍ରଭାବୀ ପ୍ରଶାସନିକ ବ୍ୟବସ୍ଥା ବିକଶିତ କରିବା;
୪. ବିଶ୍ବ ବାୟୁ କ୍ରୀଡ଼ା ପ୍ରତିଯୋଗିତାରେ ଭାରତୀୟ କ୍ରୀଡ଼ାବିତମାନଙ୍କ ଅଂଶଗ୍ରହଣ ବଢ଼ାଇବା ଏବଂ ସେମାନଙ୍କ ସଫଳତା ପାଇଁ ପ୍ରୟାସ କରିବା ଏବଂ;
୫. ଆତ୍ମନିର୍ଭର ଭାରତ ଅଭିଯାନ ଅନୁରୂପ ଭାରତରେ ବାୟୁ କ୍ରୀଡ଼ା ଉପକରଣର ଡିଜାଇନ, ବିକାଶ ଓ ଉତ୍ପାଦନକୁ ପ୍ରୋତ୍ସାହିତ କରିବା।

ଜ୍ୟୋତିରାଦିତ୍ୟ ଏମ. ସିନ୍ଧିଆ
Share. Facebook Twitter LinkedIn Email WhatsApp Copy Link

Related Posts

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026

“ମାଗଣା ଉପହାର ଦେଲେ ବିକାଶ କିପରି ହେବ?”: ମାଗଣା ଯୋଜନା ଉପରେ ସୁପ୍ରିମ କୋର୍ଟଙ୍କ ଭର୍ତ୍ସନା

February 19, 2026
Latest News

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026

ମହୁକୁଦରେ ବ୍ଳକ୍ ସ୍ତରୀୟ ବିଶ୍ୱଶାନ୍ତି ଅଲେଖ ମହିମା ଅଖଣ୍ଡ ବ୍ରହ୍ମ ଯଜ୍ଞ

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.