Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୂର୍ବତଟ ରେଳପଥ ନିର୍ଦ୍ଧାରିତ ସମୟ ପୂର୍ବରୁ ଅକ୍ଟୋବର ମାସ ପାଇଁ ୧୭ କୋଟି ଟଙ୍କାର ସ୍କ୍ରାପ୍ ବିକ୍ରି ଲକ୍ଷ୍ୟ ହାସଲ
ଆଜିର ଖବର

ପୂର୍ବତଟ ରେଳପଥ ନିର୍ଦ୍ଧାରିତ ସମୟ ପୂର୍ବରୁ ଅକ୍ଟୋବର ମାସ ପାଇଁ ୧୭ କୋଟି ଟଙ୍କାର ସ୍କ୍ରାପ୍ ବିକ୍ରି ଲକ୍ଷ୍ୟ ହାସଲ

October 23, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ପୂର୍ବତଟ ରେଳପଥ
ପୂର୍ବତଟ ରେଳପଥ ନିର୍ଦ୍ଧାରିତ ସମୟ ପୂର୍ବରୁ ଅକ୍ଟୋବର ମାସ ପାଇଁ ୧୭ କୋଟି ଟଙ୍କାର ସ୍କ୍ରାପ୍ ବିକ୍ରି ଲକ୍ଷ୍ୟ ହାସଲ

ଭୁବନେଶ୍ୱର: ପୂର୍ବତଟ ରେଳପଥ ସ୍ୱତନ୍ତ୍ର ଅଭିଯାନ-୬ ଅଧୀନରେ ଅକ୍ଟୋବର ୨୦୨୬ ପାଇଁ ୧୭ କୋଟି ଟଙ୍କାର ସ୍କ୍ରାପ୍ ବିକ୍ରି ଲକ୍ଷ୍ୟକୁ ମାସ ଶେଷ ସୀମା ତାରିଖ ପୂର୍ବରୁ, ଅର୍ଥାତ୍ ୨୨ ଅକ୍ଟୋବରରେ ହାସଲ କରିଛି। ଏହି ସଫଳତା ସମ୍ପତ୍ତିର ଦକ୍ଷ ପରିଚାଳନା, ଅବ୍ୟବହୃତ ସାମଗ୍ରୀର ବ୍ୟବସ୍ଥିତ ନିଷ୍କାସନ ଏବଂ ରେଳ ସମ୍ବଳର ସର୍ବୋତ୍ତମ ଉପଯୋଗ ଦିଗରେ ପୂର୍ବତଟ ରେଳପଥର ନିରନ୍ତର ପ୍ରୟାସକୁ ପ୍ରତିଫଳିତ କରେ।

ଅବ୍ୟବହୃତ ସାମଗ୍ରୀର ସମୟୋଚିତ ନିଷ୍କାସନ ରେଳ ସମ୍ବଳ ପରିଚାଳନାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏହା ରେଳପଥର ରାଜସ୍ୱ ବୃଦ୍ଧି କରିବା ସହ ରେଳ ପରିସରରେ ମୂଲ୍ୟବାନ ସ୍ଥାନ ଖାଲି କରିବା, ରେଳ ପ୍ରତିଷ୍ଠାନଗୁଡ଼ିକର ରକ୍ଷଣାବେକ୍ଷଣରେ ଉନ୍ନତି ଆଣିବା ଏବଂ ବିଭିନ୍ନ ରେଳ ପରିସରରେ ପରିଚ୍ଛନ୍ନତା ବଜାୟ ରଖିବାରେ ସହାୟକ ହୋଇଥାଏ। ଏଭଳି ପଦକ୍ଷେପ ଉପଲବ୍ଧ ଭିତ୍ତିଭୂମିର ଉତ୍ତମ ଉପଯୋଗ ସୁନିଶ୍ଚିତ କରିବା ସହ ଏକ ସୁସଂଗଠିତ କାର୍ଯ୍ୟ ପରିବେଶ ସୃଷ୍ଟିରେ ମଧ୍ୟ ସହାୟକ ହୋଇଥାଏ।।

ପୂର୍ବତଟ ରେଳପଥ ମୁଖ୍ୟାଳୟର ଇଞ୍ଜିନିୟରିଂ ବିଭାଗ, ସମସ୍ତ ମଣ୍ଡଳ ଏବଂ ମଞ୍ଚେଶ୍ୱର କ୍ୟାରେଜ୍ ମରାମତି କାରଖାନାର ସମନ୍ୱିତ ପ୍ରୟାସ ଯୋଗୁଁ ଏହି ସଫଳତା ମିଳିଛି। ସମସ୍ତଙ୍କର ସାମୂହିକ ପ୍ରତିବଦ୍ଧତା ଏବଂ ନିରନ୍ତର ଉଦ୍ୟମ ଯୋଗୁଁ ପୂର୍ବତଟ ରେଳପଥ ନିର୍ଦ୍ଧାରିତ ସମୟ ସୀମା ପୂର୍ବରୁ ଏହି ଲକ୍ଷ୍ୟ ହାସଲ କରିପାରିଛି।

ଏହି ଲକ୍ଷ୍ୟ ହାସଲରେ ସମ୍ବଲପୁର ମଣ୍ଡଳ ଉଲ୍ଲେଖନୀୟ ଅବଦାନ ରଖିଛି। ଅନ୍ୟ ମଣ୍ଡଳ, ବିଭାଗ ଏବଂ କାରଖାନାର କର୍ମଚାରୀମାନଙ୍କ ସହଯୋଗ ସହିତ ସମ୍ବଲପୁର ମଣ୍ଡଳର ଅବଦାନ ଏହି ସଫଳତାକୁ ସାକାର କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।

ପୂର୍ବତଟ ରେଳପଥ ରେଳ ସମ୍ପତ୍ତିର ସୁଦକ୍ଷ ପରିଚାଳନା, ଅବ୍ୟବହୃତ ସାମଗ୍ରୀର ସମୟୋଚିତ ନିଷ୍କାସନ, ସମ୍ବଳର ଉତ୍ତମ ଉପଯୋଗ ଏବଂ ସମଗ୍ର ରେଳ ନେଟୱର୍କରେ ପରିଚ୍ଛନ୍ନତା ବଜାୟ ରଖିବା ପାଇଁ ବିଭିନ୍ନ ପଦକ୍ଷେପର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ନିମନ୍ତେ ନିଜର ପ୍ରତିବଦ୍ଧତା ଜାରି ରଖିଛି।

East Coast Railway ପୂର୍ବତଟ ରେଳପଥ ସ୍କ୍ରାପ୍ ବିକ୍ରି
Share. Facebook Twitter LinkedIn Email WhatsApp Copy Link

Related Posts

Cyclone Alert: ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା, ସ୍ପଷ୍ଟ କଲା ଭାରତ ପାଣିପାଗ ବିଭାଗ, ଉପକୂଳ ଛୁଇଁବ

October 23, 2026

ଭାରତ ଅନ୍ତର୍ଜାତୀୟ ଚାଉଳ ସମ୍ମିଳନୀ: ଓଡିଶାର ୧୫ ପ୍ରକାର ପାରମ୍ପାରିକ ଧାନ ଓ ଚାଉଳ ପ୍ରଦର୍ଶିତ କଲା ଓରମାସ୍‌

October 23, 2026

Jio IPO Record: ବିଶ୍ୱରେ ପ୍ରଥମ ଥର ପାଇଁ ଜିଓ ଆଇପିଓର ଆବେଦନ ସଂଖ୍ୟା ୧ କୋଟି ଟପିଲା

October 23, 2026

ଆର୍‌ଆଣ୍ଡବି ସହକାରୀ ନିର୍ବାହୀ ଯନ୍ତ୍ରୀ ତପନ ସେଠୀ ଗିରଫ

October 23, 2026
Latest News

ପୂର୍ବତଟ ରେଳପଥ ନିର୍ଦ୍ଧାରିତ ସମୟ ପୂର୍ବରୁ ଅକ୍ଟୋବର ମାସ ପାଇଁ ୧୭ କୋଟି ଟଙ୍କାର ସ୍କ୍ରାପ୍ ବିକ୍ରି ଲକ୍ଷ୍ୟ ହାସଲ

October 23, 2026

Cyclone Alert: ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା, ସ୍ପଷ୍ଟ କଲା ଭାରତ ପାଣିପାଗ ବିଭାଗ, ଉପକୂଳ ଛୁଇଁବ

October 23, 2026

ଭାରତ ଅନ୍ତର୍ଜାତୀୟ ଚାଉଳ ସମ୍ମିଳନୀ: ଓଡିଶାର ୧୫ ପ୍ରକାର ପାରମ୍ପାରିକ ଧାନ ଓ ଚାଉଳ ପ୍ରଦର୍ଶିତ କଲା ଓରମାସ୍‌

October 23, 2026

Jio IPO Record: ବିଶ୍ୱରେ ପ୍ରଥମ ଥର ପାଇଁ ଜିଓ ଆଇପିଓର ଆବେଦନ ସଂଖ୍ୟା ୧ କୋଟି ଟପିଲା

October 23, 2026

ଆର୍‌ଆଣ୍ଡବି ସହକାରୀ ନିର୍ବାହୀ ଯନ୍ତ୍ରୀ ତପନ ସେଠୀ ଗିରଫ

October 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.