Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରେଳବାଇ ବୋର୍ଡ ସଦସ୍ୟ ଭିତ୍ତିଭୂମି ବିକାଶଙ୍କ ଦ୍ୱାରା ପୂର୍ବତଟ ରେଳପଥ କାର୍ଯ୍ୟଦକ୍ଷତା ସମୀକ୍ଷା

ଭୁବନେଶ୍ବର: ରେଳ ବୋର୍ଡ ସଦସ୍ୟ (ଇନଫ୍ରାସ୍ଟ୍ରକ୍ଚର ଡେଭଲପମେଣ୍ଟ/ଭିତ୍ତିଭୂମି ବିକାଶ) ଶ୍ରୀ ରୂପ ନାରାୟଣ ସୁନକର ଆଜି ପୂର୍ବତଟ ରେଳପଥ ଅଧିକାରୀମାନଙ୍କ ସହିତ ରେଳପଥର ମୁଖ୍ୟାଳୟ ଭୁବନେଶ୍ବର ଠାରେ ରେଳ ଭିତ୍ତିଭୂମି କାର୍ଯ୍ୟ ଏବଂ ଏହାର ବିକାଶ ନେଇ କାର୍ଯ୍ୟଦକ୍ଷତା ସମ୍ବନ୍ଧରେ ସମୀକ୍ଷା କରିଛନ୍ତି।

ଉଭୟ ପଣ୍ୟ ପରିବହନ ଓ ଯାତ୍ରୀ ପରିବହନ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଶ୍ରୀ ସୁନକର କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ସଂସ୍ଥା ସହିତ ଏବଂ ସହଭାଗୀ ଯଥା ଶିଳ୍ପ, ବନ୍ଦର ଏବଂ କର୍ପୋରେଟ୍ ସଂସ୍ଥା ପରି ହିତାଧିକାରୀଙ୍କ ମଧ୍ୟରେ ମିଳିତ ସହଯୋଗ ଏବଂ ପାରସ୍ପରିକ ବୁଝାମଣା ଉପରେ ଗୁରୁତ୍ୱାରୋପ କରିଥିଲେ ଯାହାକି ବିଭିନ୍ନ ସହଭାଗୀ ଏବଂ ରେଳବାଇକୁ ଉପକୃତ କରିପାରିବ।

ବିଶ୍ୱ ସ୍ତରର ଭିତ୍ତିଭୂମି ଏବଂ ସୁବିଧା ସହିତ ପୁରୀ ଏବଂ କଟକ ଷ୍ଟେସନର ପୁନଃବିକାଶ ପାଇଁ ଚାଲୁରହିଥିବା କାର୍ଯ୍ୟଗୁଡ଼ିକୁ ଶ୍ରୀ ସୁନକର ସମୀକ୍ଷା କରିଥିଲେ ଏବଂ ପ୍ରକଳ୍ପ କାର୍ଯ୍ୟକୁ ଏକ ଆଦର୍ଶ ଓ ଆକର୍ଷଣୀୟ କରିବାକୁ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସାଧାରଣ ଜନତାଙ୍କ ସହିତ ପର୍ଯ୍ୟଟକ ଏବଂ ତୀର୍ଥଯାତ୍ରୀଙ୍କ ଆରାମ ପାଇଁ ଏହି ପ୍ରସ୍ତାବିତ ବିଶ୍ଵସ୍ତରୀୟ ଷ୍ଟେସନ ଗୁଡିକରେ ଯାତ୍ରୀ ସୁବିଧା ଓ ପରିସେବା ଯୋଗାଇଦେବା ପାଇଁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ପ୍ରକଳ୍ପର ଶୀଘ୍ର ସମାପ୍ତି ସହିତ ବିଶେଷକରି ଯାତ୍ରୀ କେନ୍ଦ୍ରିକ ସୁବିଧାଗୁଡ଼ିକ ପାଇଁ ଧ୍ୟାନ ଦେବାକୁ ଶ୍ରୀ ସୁନକର ଅଧିକାରୀମାନଙ୍କୁ କହିଛନ୍ତି।

ଓଡ଼ିଶାରେ ଚାଲୁରହିଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ସହିତ ଏହି ଅଞ୍ଚଳର ରେଳ ଭିତ୍ତିଭୂମି ବିକାଶ ପାଇଁ ମାନ୍ୟବର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରାଥମିକତା ଦେଉଛନ୍ତି ଏବଂ ବିକାଶମୂଳକ କାର୍ଯ୍ୟ ଉପରେ ମଧ୍ୟ ନଜର ରଖିଛନ୍ତି। ତେଣୁ, ଧାର୍ଯ୍ୟ ଅବଧିରେ ପ୍ରକଳ୍ପ କାର୍ଯ୍ୟ ସମାପ୍ତିକୁ ପ୍ରାଥମିକତା ଦିଆଯିବା ଉଚିତ ବୋଲି ଶ୍ରୀ ସୁନକର କହିଛନ୍ତି।

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ମନୋଜ ଶର୍ମା, ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ଶରଦ କୁମାର ଶ୍ରୀବାସ୍ତବ ଏବଂ ରେଳପଥର ପ୍ରମୁଖ ବିଭାଗୀୟ ଅଧିକାରୀ ଯଥା ମୁଖ୍ୟ ପ୍ରଶାସକ / ନିର୍ମାଣ, ପ୍ରମୁଖ ଯନ୍ତ୍ରି, ପ୍ରମୁଖ ପରିଚାଳନା ପ୍ରବନ୍ଧକ, ପ୍ରମୁଖ ବାଣିଜ୍ୟିକ ପ୍ରବନ୍ଧକ, ପ୍ରମୁଖ ବୈଦ୍ୟୁତିକ ଯନ୍ତ୍ରି, ପ୍ରମୁଖ ସାଙ୍କେତିକ ଓ ଟେଲିଯୋଗାଯୋଗ ଯନ୍ତ୍ରି ଏବଂ ପ୍ରମୁଖ ଭଣ୍ଡାର ପ୍ରବନ୍ଧକ ପ୍ରଭୁତି ଏହି ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଦେଶରେ ଚାଲିବ ହାଇଡ୍ରୋଜେନ ଟ୍ରେନ, ସୋଆ ବିଶ୍ବବିଦ୍ୟାଳୟରେ କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ଭୁବନେଶ୍ବର: ଭାରତରେ ଆସନ୍ତା 2023 ମସିହାରେ ଆରମ୍ଭ ହେବ ହାଇଡ୍ରଜୋନ ଟ୍ରେନ ଚଳାଚଳ। ଏହା ଏପରି ଏକ ଟେକନୋଲୋଜିରେ ନିର୍ମାଣ ହେବ ଯାହା ହାଇଡ୍ରୋଜେନ ଶକ୍ତିରେ ଟ୍ରେନ ଚାଲିବ। ଏହିପରି ଏକ ସୂଚନା ଦେଇଛନ୍ତି କେନ୍ଦ୍ର ରେଳ, ଆଇଟି ଏବଂ ଯୋଗାଯୋଗ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଭୁବନେଶ୍ବର ଶିକ୍ଷା ଓ ଅନୁସନ୍ଧାନ ବା ସୋଆ ବିଶ୍ବବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ସେ ଏହା କହିଛନ୍ତି।

ସୋଆ ବିଶ୍ବବିଦ୍ୟାଳୟରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ମନ୍ତ୍ରୀ କହିଛନ୍ତି ଯେ ଏହି ନୂତନ ଧରଣର ଟ୍ରେନଟି ସଂପୂର୍ଣ୍ଣ ଦେଶୀୟ ଜ୍ଞାନକୌଶଳରେ ନିର୍ମାଣ ହେବ। ବର୍ତ୍ତମାନ ବିଶ୍ବରେ ଏହି ଧରଣର ଟ୍ରେନ ଜର୍ମାନୀରେ ଚାଲିଛି। ଗତ ଅଗଷ୍ଠମାସରେ ଏହି ଟ୍ରେନର ଚଳାଚଳ ଆରମ୍ଭ ହୋଇଛି। ଏହାପରେ ଭାରତ ବିଶ୍ବର ଦ୍ବିତୀୟ ହାଇଡ୍ରୋଜେନ ଟ୍ରେନ ନିର୍ମାତା ହେବ ବୋଲି ମନ୍ତ୍ରୀ କହିଛନ୍ତି।

ଏହି ଟ୍ରେନ ସଂପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ, ଏହି ଟ୍ରେନଟିର ଡିଜାଇନିଂ ଏବଂ ଟେକନଲୋଜି ଭାରତର ବିଶେଷଜ୍ଞମାନେ ନିର୍ମାଣ କରିବେ। ସେମାନଙ୍କର କହିବା ଅନୁସାରେ ଏହି ଟ୍ରେନଟି ହାଇଡ୍ରୋଜେନ ପରି ବିଶେଷ ଇନ୍ଧନରେ ଚାଲିବ। ବର୍ତ୍ତମାନ ଟ୍ରେନଗୁଡିକ ଡିଜେଲରେ ଚାଲୁଛି। ସାଢେ ଚାରି କେଜି ଡିଜେଲରେ ଟ୍ରେନ ଯେତିକି ବାଟ ଯିବ ଏକ କିଲୋ ହାଇଡ୍ରୋଜେନ ଇନ୍ଧନରେ ଏହା ସେତିକି ବାଟ ଯିବ ବୋଲି ମନ୍ତ୍ରୀ କହିଛନ୍ତି।

ଏହି ସ୍ବତନ୍ତ୍ର ଇନ୍ଧନ ପ୍ରଦୂଷଣ ମୁକ୍ତ ହେବ, ଯାହା ଭାରତ ପାଇଁ ବିଶେଷ ଭାବେ ଆବଶ୍ୟକ ବୋଲି ମନ୍ତ୍ରୀ କହିଛନ୍ତି। ଗୋଟିଏ ଟ୍ରେନରେ ଯଦି ଗୋଟିଏ ହାଇଡ୍ରୋଜନ ଟ୍ୟାଙ୍କର ରୁହେ ତେବେ ତାହା ଏକ ହଜାର କିଲୋମିଟର ପର୍ଯ୍ୟନ୍ତ ଚାଲିପାରିବ ବୋଲି ମନ୍ତ୍ରୀ କହିଛନ୍ତି। ଏହି ଇନ୍ଧନରେ ଟ୍ରେନଟି ଘଣ୍ଟା ପ୍ରତି 140 କିଲୋମିଟର ପର୍ଯ୍ୟନ୍ତ ଗତି କରିବ। ଏହା ଯାତ୍ରୀ ତଥା ପରିବେଷ ପାଇଁ ବେଶ ଅନୁକୂଳ ହେବ ବୋଲି ମନ୍ତ୍ରୀ କହିଛନ୍ତି।

ମନ୍ତ୍ରୀ ବର୍ତ୍ତମାନର ରେଳ ସେବା ଉପରେ ମତ ରଖି କହିଛନ୍ତି ଯେ, ଭାରତ ଗତ କିଛି ବର୍ଷ ଧରି ରେଳ ଉପରେ ବେଶ ଅଗ୍ରଗତି କରିଛି। ପୂର୍ବରୁ ରେଳର ବେଗ ଘଣ୍ଟାକୁ 160 କିଲୋମିଟର ରହୁଥିଲା। ବର୍ତ୍ତମାନ ଏହାର ବେଗ 180 କିଲୋମିଟର ଘଣ୍ଟା ପ୍ରତି ରହୁଛି। ସେହିପରି ବନ୍ଦେ ଭାରତ ଏକ୍ସପ୍ରେସ 52 ସେକେଣ୍ଡରେ 100 କିମି ପହଁଚିପାରୁଛି। ଯାହା ବୁଲେଟ ଟ୍ରେନ 55 ସେକେଣ୍ଡ ନେଉଛି। ଆସନ୍ତା ସ୍ବାଧୀନତା ଦିବସରେ ଭାରତରେ ଏହି ହାଡ୍ରୋଜେନ ଟ୍ରେନ ସେବା ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ବିଶାଖାପାଟନମ୍-ଗୁଣୁପୁର, ଅଗରତାଲା-ବାଙ୍ଗାଲୋର କ୍ୟାଣ୍ଟ ସ୍ପେସିଆଲ୍ ଟ୍ରେନ ଏହି ତାରଖରୁ ଚାଲିବ

ଭୁବନେଶ୍ବର, ରେଳ ବାଇର ନିଷ୍ପତି ଅନୁସାରେ ବିଶାଖାପାଟନମ୍-ଗୁଣୁପୁର, ଅଗରତାଲା-ବାଙ୍ଗାଲୋର କ୍ୟାଣ୍ଟ ସ୍ପେସିଆଲ୍ ଟ୍ରେନ ଚଳାଚଳ କରିବ। ସେହି ଅନୁସାରେ ଉଭୟ ଟ୍ରେନ ପାଇଁ ନିମ୍ନ ତାରିଖ ଧାର୍ଯ୍ୟ କରାଯାଇଛି।

୦୮୫୨୨/୦୮୫୨୧ ବିଶାଖାପାଟନମ୍-ଗୁଣୁପୁର-ବିଶାଖାପାଟନମ୍ ବିଶେଷ ଟ୍ରେନ ଉଭୟ ଦିଗରୁ ୨୭ ଜୁଲାଇ, ୨୦୨୧ ଠାରୁ ପରବର୍ତ୍ତୀ ପରାମର୍ଶ ପଯ୍ୟନ୍ତ ଚଳାଚଳ କରିବ। ଏହି ଟ୍ରେନ୍ ବିଶାଖାପାଟନମରୁ ଭୋର ୫ଘ.୩୫ମି.ରେ ଛାଡି ଗୁଣୁପୁରରେ ଅପରାହ୍ନ ୧୨ଘ.୨୦ମି.ରେ ପହଞ୍ଚିବ। ସେହିଭଳି ଏହା ଗୁଣୁପୁରରୁ ଅପରାହ୍ନ ୧ଘ.୩୫ମି.ରେ ଛାଡି ବିଶାଖାପାଟନମ ରେ ରାତ୍ରି ୮ଘ.୪୫ମି.ରେ ପହଞ୍ଚିବ।

୦୫୪୮୮/୦୫୪୮୭ ଅଗରତାଲା-ବାଙ୍ଗାଲୋର କ୍ୟାଣ୍ଟ-ଅଗରତାଲା ଏସି ସ୍ପେସିଆଲ ୩୧ ଜୁଲାଇ, ୨୦୨୧ ଅଗରତାଲାରୁ ଏବଂ ୩ ଅଗଷ୍ଟ, ୨୦୨୧ ଠାରୁ ବାଙ୍ଗାଲୋର କ୍ୟାଣ୍ଟରୁ ଛାଡି ପରବର୍ତ୍ତୀ ପରାମର୍ଶ ପର‌୍ୟ୍ୟନ୍ତ ଚଳାଚଳ କରିବ। ଏହି ଟ୍ରେନ୍ ପ୍ରତ୍ୟେକ ଶନିବାର ଦିନ ସକାଳ ୬ଘ.୧୦ମି.ରେ ଅଗରତାଲାରୁ ଛାଡି ବାଙ୍ଗାଲୋର କ୍ୟାଣ୍ଟ ଅଭିମୁଖେ ଯାତ୍ରା କରିବ ଏବଂ ବାଙ୍ଗାଲୋର କ୍ୟାଣ୍ଟରୁ ପ୍ରତ୍ୟକ ମଙ୍ଗଳବାର ଦିନ ପୂର୍ବାହ୍ନ ୧୦ଘ.୧୫ମି.ରେ ଛାଡି ଅଗରତାଲା ଅଭିମୁଖେ ଯାତ୍ରା କରିବ।

ଏହି ଟ୍ରେନ ଉଭୟ ଦିଗରୁ ଅଗରତାଲା ଏବଂ ବାଙ୍ଗାଲୋର କ୍ୟାଣ୍ଟ ମଧ୍ୟରେ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ୍, ବ୍ରହ୍ମପୁର, ପଲାସା, ଶ୍ରୀକାକୁଲମ୍ ରୋଡ୍, ବିଜୟନଗରମ୍, ବିଶାଖାପାଟନମ୍ ଏବଂ ଦୁଭାଡା ଷ୍ଟେସନ ମାନଙ୍କ ଠାରେ ରହଣି କରିବ ।

Categories
ଆଜିର ଖବର ଜାତୀୟ ଖବର

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ବାତିଲ ହେଲା ବିଶାଖା ଆଉ ପ୍ରଶାନ୍ତି ଏକ୍ସପ୍ରେସ , ଜାଣନ୍ତୁ କେଉଁଦିନ

ଭୁବନେଶ୍ବର, କୋଟ୍ଟଭାଲାସା-ପାଲାସା ରେଳ ସେକ୍ସନର ଆଲମଣ୍ଡା ଏବଂ କୋରୁକୋଣ୍ଡା ଷ୍ଟେସନ୍ ମଧ୍ୟରେ ସୀମିତ ଉଚ୍ଚତା ବିଶିଷ୍ଟ ଉପାମାର୍ଗ ନିର୍ମାଣ ପାଇଁ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାଯ୍ୟ ହେଉଥିବାରୁ କେତେକ ଟ୍ରେନ ବାତିଲ କରାଯାଇଛି। ସେଗୁଡିକ ହେଲା…

୦୭୦୧୫ ଭୁବନେଶ୍ୱର-ସିକନ୍ଦରାବାଦ ବିଶାଖା ସ୍ବତନ୍ତ୍ର ଟ୍ରେନ ଭୁବନେଶ୍ୱର ରୁ ଜୁଲାଇ ମାସ ୨୦ ତାରିଖ ଦିନ ବାତିଲ ରହିବ ।

୦୮୪୬୩ ଭୁବନେଶ୍ୱର-ବାଙ୍ଗାଲୋର ପ୍ରଶାନ୍ତି ସ୍ବତନ୍ତ୍ର ଟ୍ରେନ ଭୁବନେଶ୍ୱରରୁ ଏବଂ ୦୭୨୪୪ ରାୟଗଡା-ଗୁଣ୍ଟୁର ବିଶେଷ ଟ୍ରେନ ରାୟଗଡାରୁ ଜୁଲାଇ ମାସ ୧୯ ତାରିଖ ଦିନ ବାତିଲ ରହିବ।

୦୭୦୧୬ ସିକନ୍ଦରାବାଦ-ଭୁବନେଶ୍ୱର ବିଶାଖା ବିଶେଷ ଟ୍ରେନ ସିକନ୍ଦରାବାଦରୁ, ଚେନ୍ନାଇରୁ ୦୨୮୨୨ ଚେନ୍ନାଇ-ହାଓଡ଼ା ବିଶେଷ ଟ୍ରେନ, ଭାସ୍କୋରୁ ୦୮୦୪୮ ଭାସ୍କୋ-ହାଓଡ଼ା ବିଶେଷ ଟ୍ରେନ, ଗୁଣ୍ଟୁରରୁ ୦୭୨୪୩ ଗୁଣ୍ଟୁର-ରାୟାଗଡା ବିଶେଷ ଟ୍ରେନ ଏବଂ ହାଓଡ଼ାରୁ ୦୨୮୭୩ ହାଓଡ଼ା-ଯଶୋବନ୍ତପୁର ବିଶେଷ ଟ୍ରେନ ବାତିଲ ରହିବ।

୦୮୪୯୫ ରାମେଶ୍ୱରମ-ଭୁବନେଶ୍ୱର ସ୍ପେଶାଲ ଏବଂ ୦୮୪୬୪ ବାଙ୍ଗାଲୋର-ଭୁବନେଶ୍ୱର ପ୍ରଶାନ୍ତି ସ୍ପେଶାଲ ଯଥାକ୍ରମେ ରାମେଶ୍ୱରମ ଓ ବାଙ୍ଗାଲୋରରୁ ଜୁଲାଇ ମାସ ୧୮ ତାରିଖ ଦିନ ଏବଂ ହାଓଡ଼ା-ପଣ୍ଡିଚେରୀ ସ୍ପେଶାଲ ଏବଂ ୦୨୮୨୧ ହାଓଡ଼ା-ଚେନ୍ନାଇ ସ୍ପେଶାଲ ହାଓଡ଼ା ଠାରୁ ଜୁଲାଇ ମାସ ୧୯ ତାରିଖ ଦିନ ସର୍ବନିମ୍ନ ଅଧା ଘଣ୍ଟାରୁ ସର୍ବାଧିକ ଦେଢ଼ଘଣ୍ଟା ବିଳମ୍ବରେ ଛାଡିବ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

କରୋନା ଆକ୍ରାନ୍ତଙ୍କ ପାଇଁ ରେଳବାଇର ସହୟତା, ପଠାଗଲା ୧୦୦ ରୁ ଉର୍ଦ୍ଧ ଅକ୍ସିଜେନ ଏକ୍ସପ୍ରେସ

ଭୁବନେଶ୍ବର, ମହାମାରୀ ସମୟରେ ଅମ୍ଳଜାନ ଅଭାବ ଥିବା ରାଜ୍ୟମାନଙ୍କୁ ପର‌୍ୟ୍ୟାପ୍ତ ପରିମାଣର ଅମ୍ଳଜାନ ସହାୟତା ଏବଂ ରିଲିଫ୍ ଯୋଗାଇବା ପାଇଁ ଭାରତୀୟ ରେଳବାଇ ଦେଶର ବିଭିନ୍ନ ପ୍ରାନ୍ତରୁ ଅମ୍ଳଜାନ ଏକ୍ସପ୍ରେସ ସ୍ପେଶାଲ ଟ୍ରେନ୍ ଚଳାଚଳ କରୁଅଛି। ଜାତୀୟ ପରିବହନକାରୀ ଭାରତୀୟ ରେଳବାଇ ଦ୍ୱାରା ଏପର‌୍ୟ୍ୟନ୍ତ ୧୫୦୦୦ ଟନ ଅମ୍ଳଜାନ ପରିବହନ କରାଯାଇଛି।

କୋଭିଡ଼୧୯ ସଂକ୍ରମଣ ଯୋଗୁଁ ସଙ୍କଟାପନ୍ନ ପରିସ୍ଥିତିରେ ପୂର୍ବ ତଟ ରେଳପଥ ରୋଗୀ ମାନଙ୍କ ଜୀବନ ରକ୍ଷା ପାଇଁ ଏକ ପ୍ରମୁଖ ଭୂମିକା ଗ୍ରହଣ କରି ତରଳ ମେଡିକାଲ ଅମ୍ଳଜାନ (LMO) ପରିବହନ କରିବା କ୍ଷେତ୍ରରେ ଏକ ଅଗ୍ରଣୀ ରେଳପଥ ହୋଇ ପାରିଛି। ଆଜି ପର‌୍ୟ୍ୟନ୍ତ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ ଥିବା ବିଭିନ୍ନ ଷ୍ଟିଲ ପ୍ଲାଣ୍ଟରୁ ଦେଶର ବିଭିନ୍ନ ରାଜ୍ୟକୁ ପ୍ରାୟ ୨୨୫୨ ଟନ ତରଳ ମେଡିକାଲ ଅମ୍ଳଜାନ ବିଭିନ୍ନ ରାଜ୍ୟକୁ ପରିବହନ କରି ସାରିଲାଣି।

ଭାରତୀୟ ରେଳବାଇ ଦ୍ୱାରା ପ୍ରଥମ ଅମ୍ଳଜାନ ଏକ୍ସପ୍ରେସ ଚଳାଚଳ ଠାରୁ ତଥା ୨୨ ଏପ୍ରିଲ, ୨୦୨୧ ରୁ ଆରମ୍ଭ ହୋଇଥିଲା ଯେତେବେଳେ ରାଷ୍ଟ୍ରିୟ ଇସ୍ପାତ ନିଗମ ଲିମିଟେଡ୍, ବିଶାଖାପାଟନମ୍ ରୁ ମହାରାଷ୍ଟ୍ର ର ନାସିକକୁ ଅମ୍ଳଜାନ ପରିବହନ କରାଯାଇଥିଲା।

ବର୍ତ୍ତମାନ ପର‌୍ୟ୍ୟନ୍ତ ପୂର୍ବତଟ ରେଳପଥ ନିଜ ପରିସୀମା ମଧ୍ୟରୁ ପ୍ରାୟ ୧୦୬ ଟି ଅମ୍ଳଜାନ ଏକ୍ସପ୍ରେସ ସ୍ପେଶାଲ ଟ୍ରେନ୍ ପରିଚାଳନା କରିଛି, ସେଥିମଧ୍ୟରୁ ୩୫ ଟି ଅମ୍ଳଜାନ ଏକ୍ସପ୍ରେସ ସ୍ପେଶାଲ ଟ୍ରେନ୍ ତରଳ ମେଡିକାଲ୍ ଅମ୍ଳଜାନ ଧାରଣ କରି ଏହାର ପରିସୀମା ମଧ୍ୟରୁ ଦେଶର ବିଭିନ୍ନ ରାଜ୍ୟକୁ ପରିବହନ କରାଯାଇଅଛି। ଦକ୍ଷିଣ ପୂର୍ବ ରେଳପଥ ଏବଂ ପୂର୍ବ ରେଳପଥରୁ ୩୩ ଟି ଅମ୍ଳଜାନ ଭର୍ତ୍ତି ଏକ୍ସପ୍ରେସ ଟ୍ରେନ୍ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ପରିଚାଳିତ ହୋଇଅଛି।

ଦୁର୍ଗାପୁର, ଟାଟାନଗର, ଏବଂ ରାଉରକେଲା ରୁ ସିକନ୍ଦରାବାଦ, ଚେନ୍ନାଇ ଏବଂ ବାଙ୍ଗାଲୋର ଅଭିମୁଖେ ପୂର୍ବତଟ ରେଳପଥ ପରିସୀମା ମଧ୍ୟଦେଇ ତରଳ ମେଡିକାଲ ଅକ୍ସିଜେନ ଏକ୍ସପ୍ରେସ ଯାତାୟାତ କରୁଅଛି। ଏହା ବ୍ୟତୀତ, ତରଳ ମେଡିକାଲ ଅକ୍ସିଜେନ ଭରିବା ପାଇଁ ବିଭିନ୍ନ ଲୋଡିଂ ପଏଣ୍ଟରେ ପହଞ୍ଚିବା ପାଇଁ ପ୍ରାୟ ୩୮ ଟି ଖାଲି ଅମ୍ଳଜାନ ଏକ୍ସପ୍ରେସ ଟ୍ରେନ୍ ପୂର୍ବତଟ ରେଳପଥ ପରିସୀମା ମଧ୍ୟଦେଇ ଚଳାଚଳ କରିଅଛି।

ପୂର୍ବତଟ ରେଳପଥ ଦ୍ୱାରା ୫୪୫.୩୧ ଟନ୍ ତରଳ ମେଡିକାଲ ଅକ୍ସିଜେନ ମହାରାଷ୍ଟ୍ରକୁ, ୮୪୨.୪ ଟନ୍ ଦିଲ୍ଲୀ ଏବଂ ହରିୟାଣାକୁ, ୧୧୭.୯ ଟନ୍ କେରଳକୁ, ୫୦୫.୪୪ ଟନ୍ ତେଲେଙ୍ଗାନାକୁ, ୧୨୦ ଟନ୍ ତାମିଲନାଡୁକୁ ଏବଂ ୧୨୦.୯୮ ଟନ୍ କର୍ଣ୍ଣାଟକକୁ ପରିବହନ କରାଯାଇଅଛି।

ବିଭିନ୍ନ ରାଜ୍ୟକୁ ଯାଉଥିବା ସମସ୍ତ ଅମ୍ଳଜାନ ଏକ୍ସପ୍ରେସ ସ୍ପେଶାଲ ଟ୍ରେନର କର୍ମଚାରୀ ମାନଙ୍କ ସହିତ ସହାୟକ ସଦସ୍ୟଙ୍କ ପାଇଁ ଖାଦ୍ୟ ପ୍ୟାକେଟ ଏବଂ ପାଣି ବୋତଲ ଯୋଗାଉଛି ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଯୋଗାଇଦିଆଯାଉଅଛି। ଏହି ସଦସ୍ୟଙ୍କ ବ୍ୟତୀତ ଟ୍ରେନରେ ପରିବହନ ହେଉଥିବା ରୋଡ୍ ଯାନଗୁଡିକର କର୍ମଚାରୀମାନଙ୍କୁ ମଧ୍ୟ ପୂର୍ବତଟ ରେଳପଥ ପକ୍ଷରୁ ଏହାର ପରିସୀମା ମଧ୍ୟରେ ବିଶେଷ ଧ୍ୟାନ ଦିଆଯାଉଅଛି।

ଅନୁଗୁଳ ସ୍ଥିତ ଟାଟା ଭୂଷଣ ଲିମିଟେଡ ଓ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ ଏବଂ କଳିଙ୍ଗ ନଗର ସ୍ଥିତ ଟାଟା ଷ୍ଟିଲ ଲିମିଟେଡ ଭଳି ଇସ୍ପାତ କାରଖାନା ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଅମ୍ଳଜାନ ବୋଝେଇ ଓ ପରିବହନ କ୍ଷେତ୍ରରେ ପ୍ରମୁଖ ଅବଦାନ ରଖିଛନ୍ତି। ବର୍ତ୍ତମାନ ପର‌୍ୟ୍ୟନ୍ତ, ୧୨୪ ଟ୍ୟାଙ୍କରରେ ଲୋଡ୍ ହୋଇଥିବା ୩୧ ଟି ଅକ୍ସିଜେନ ଏକ୍ସପ୍ରେସ ଟ୍ରେନ୍ ଏହି ମହାମାରୀରେ ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ବିଭିନ୍ନ ରାଜ୍ୟକୁ ତରଳ ମେଡିକାଲ ଅକ୍ସିଜେନ ଯୋଗାଇବାରେ ବ୍ୟବହାର କରାଯାଇଅଛି। ବର୍ତ୍ତମାନ ପର‌୍ୟ୍ୟନ୍ତ, ୧୪୦ ଟ୍ୟାଙ୍କରରେ ଲୋଡ୍ ହୋଇଥିବା ୩୫ ଅମ୍ଳଜାନ ଏକ୍ସପ୍ରେସ ଟ୍ରେନ୍ ଏହି ମହାମାରୀରେ ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ପୂର୍ବତଟ ରେଳ ପ୍ରାଧିକରଣରୁ ବିଭିନ୍ନ ରାଜ୍ୟକୁ LMO ଯୋଗାଇବା ପାଇଁ ବ୍ୟବହାର କରିଛନ୍ତି।

ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଅକ୍ସିଜେନ ଏକ୍ସପ୍ରେସ ସ୍ପେଶାଲ ଟ୍ରେନର ସୁରକ୍ଷିତ ଚଳାଚଳ ଏବଂ ଏହି ଟ୍ରେନଗୁଡ଼ିକୁ ଶୀଘ୍ର ଗନ୍ତବ୍ୟ ସ୍ଥାନ ଗୁଡିକରେ ପହଞ୍ଚାଇବା ପାଇଁ ସମସ୍ତ ସତର୍କତା ଅବଲମ୍ବନ କରାଯିବା ସହିତ ଏହି ଅଞ୍ଚଳକୁ ଗ୍ରୀନ କରିଡର ଘୋଷଣା କରାଯାଇଅଛି।ଏହା ବ୍ୟତୀତ, ପୂର୍ବତଟ ରେଳପଥ ପରିସୀମା ମଧ୍ୟଦେଇ ଦେଶର ବିଭିନ୍ନ ଷ୍ଟିଲ୍ ପ୍ଲାଣ୍ଟଗୁଡିକରୁ ଗନ୍ତବ୍ୟ ସ୍ଥାନକୁ ପରିବହନ କରାଯାଉଥିବା ଅମ୍ଳଜାନ ସ୍ୱତନ୍ତ୍ର ଟ୍ରେନ୍ ଗୁଡିକର ମଧ୍ୟ ନିରାପଦ ଚଳାଚଳକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କରୋନା ପାଇଁ ପୂର୍ବତଟ ରେଳପଥ ମଧ୍ୟରୁ ଆହୁରି ଦୁଇ ଯୋଡ଼ା ସ୍ବତନ୍ତ୍ର ଏକ୍ସପ୍ରେସ ଟ୍ରେନ ବାତିଲ୍

ଭୁବନେଶ୍ବର, କୋଭିଡ୧୯ ସଂକ୍ରମଣ ବୃଦ୍ଧିର ଶୃଙ୍ଖଳାକୁ ଭାଙ୍ଗିବାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଛାଡୁଥିବା ଆହୁରି ଦୁଇ ଯୋଡ଼ା ବିଶେଷ ଏକ୍ସପ୍ରେସ ଟ୍ରେନକୁ ନିମ୍ନ ଲିଖିତ ଅନୁଯାୟୀ ଉଭୟ ପାର୍ଶ୍ୱରୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି

୦୧. ୦୮୪୯୩/୦୮୪୯୪ ଭୁବନେଶ୍ୱର-ବାଲାଙ୍ଗୀର-ଭୁବନେଶ୍ୱର ସ୍ପେଶାଲ୍ ଉଭୟ ଦିଗରୁ ମାଇଁ ମାସ ୧୫,୧୬,୨୨ ଏବଂ ୨୩ ତାରିଖ ଦିନ ବାତିଲ୍ ରହିବ।

୦୨. ୦୮୫୬୧/୦୮୫୬୨ ବିଶାଖାପାଟନମ୍-କାଚେଗୁଡା-ବିଶାଖାପାଟନମ୍ ବିଶେଷ ଟ୍ରେନ ବିଶାଖାପାଟନମ୍ ଠାରୁ ୧୪ ମଇରୁ ୩୧ ମଇ ପର‌୍ୟ୍ୟନ୍ତ ଏବଂ କାଚେଗୁଡା ଠାରୁ ୧୫ ମଇରୁ ୧ ଜୁନ୍, ୨୦୨୧ ପର‌୍ୟ୍ୟନ୍ତ ବାତିଲ୍ ରହିବ।

କୋଭିଡ୧୯ ସଂକ୍ରମଣର ଶୃଙ୍ଖଳାକୁ ଭାଙ୍ଗିବା ପାଇଁ ପୂର୍ବତଟ ରେଳପଥ ଏହାପୂର୍ବରୁ ଚାରି ଯୋଡ଼ା ସ୍ପେଶାଲ ଏକ୍ସପ୍ରେସ ଟ୍ରେନକୁ ବାତିଲ କରିବାକୁ ଘୋଷଣା କରିଛି। ଏହି ଟ୍ରେନ୍ ଗୁଡିକ ହେଉଛି

୦୨୮୬୬/୦୨୮୬୫ ପୁରୀ- ଏଲଟିଟି-ପୁରୀ ସାପ୍ତାହିକ ସ୍ପେଶାଲ ଏକ୍ସପ୍ରେସ,

୦୨୮୮୦/୦୨୮୭୯ ଭୁବନେଶ୍ୱର-ଏଲଟିଟି- ଭୁବନେଶ୍ୱର ଦ୍ୱି-ସାପ୍ତାହିକ ସ୍ପେଶାଲ ଏକ୍ସପ୍ରେସ,

୦୭୪୮୮/୦୭୪୮୭ ବିଶାଖାପାଟନମ-କଡପା-ବିଶାଖାପାଟନମ ଦୈନନ୍ଦିନ ଚଳାଚଳ କରୁଥିବା ଏକ୍ସପ୍ରେସ ସ୍ପେଶାଲ

୦୨୮୩୧/୦୨୮୩୨ ବିଶାଖାପାଟଣା-ଲିଙ୍ଗମପଲ୍ଲୀ-ବିଶାଖାପାଟଣା ଦୈନନ୍ଦିନ ଚଳାଚଳ କରୁଥିବା ଏକ୍ସପ୍ରେସ ସ୍ପେଶାଲ୍

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

କରୋନା ଭାଇରସକୁ ଦୃଷ୍ଟିରେ ରଖି ବାତିଲି ହେଲା 4ଟି ଟ୍ରେନ, ଜାଣନ୍ତୁ କେଉଁ ଟ୍ରେନ

ଭୁବନେଶ୍ବର, ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଛାଡୁଥିବା ଚାରୋଟି ସ୍ୱତନ୍ତ୍ର ଟ୍ରେନରେ କୋଭିଡ୧୯ ସଂକ୍ରମଣର ବୃଦ୍ଧିକୁ ଦୃଷ୍ଟିରେ ରଖି ସେବା ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ସେହି ଟ୍ରେନଗୁଡିକ ହେଲା

1-୦୮୪୪୫/୦୮୪୪୬ ଭୁବନେଶ୍ୱର-ଜଗଦଳପୁର-ଭୁବନେଶ୍ୱର ସ୍ପେଶାଲ ଭୁବନେଶ୍ୱରରୁ ୮ ରୁ ୨୨ ମେ ଏବଂ ଭୁବନେଶ୍ୱରରୁ ୯ ରୁ ୨୩ ମଇ, ୨୦୨୧ ମଧ୍ୟରେ ବାତିଲ ରହିବ।

2- ୦୮୫୧୬/୦୮୫୧୫ ବିଶାଖାପାଟନମ୍-କିରନ୍ଦୁଲ-ବିଶାଖାପାଟନମ୍ ସ୍ପେସାଲ୍ ବିଶାଖାପାଟନମ୍ରୁ ୭ ରୁ ୨୧ ମେ ପର‌୍ୟ୍ୟନ୍ତ ଏବଂ କିରନ୍ଦୁଲରୁ ୮ ରୁ ୨୨ ମେ, ୨୦୨୧ ବାତିଲ୍ ହୋଇ ରହିବ।

3- ୦୨୭୦୮/୦୨୭୦୭ ତିରୁପତି-ବିଶାଖାପାଟଣା-ତିରୁପତି ବିଶେଷ ଟ୍ରେନ ତିରୁପତି ଠାରୁ ୭ ରୁ ୩୦ ମେ ଏବଂ ବିଶାଖାପାଟନମ୍ ଠାରୁ ୮ ରୁ ୩୧ ମେ, ୨୦୨୧ ମଧ୍ୟରେ ବାତିଲ୍ ରହିବ।

4- ୦୨୭୮୪/୦୨୭୮୩ ସିକନ୍ଦରାବାଦ-ବିଶାଖାପାଟନମ୍-ସିକନ୍ଦରାବାଦ ବିଶେଷ ଟ୍ରେନ ସିକନ୍ଦରାବାଦ ଠାରୁ ୮ ରୁ ୨୯ ମେ ପର୍ଯ୍ୟନ୍ତ ଏବଂ ବିଶାଖାପାଟନମ୍ ଠାରୁ ୯ ରୁ ୩୦ ମେ, ୨୦୨୧ ମଧ୍ୟରେ ବାତିଲ୍ ରହିବ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ରୋରୋ ସେବା ମାଧ୍ୟମରେ ୩୨୯ ଟନ୍ ଅମ୍ଳଜାନ ପରିବହନ

ଭୁବନେଶ୍ବର, ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରେ ଥିବା ବିଭିନ୍ନ ଇସ୍ପାତ କାରଖାନାରୁ ମହାରାଷ୍ଟ୍ର, ତେଲେଙ୍ଗାନା, ହରିୟାଣା ଏବଂ ଦିଲ୍ଲୀ ପରି ରାଜ୍ୟ ମାନଙ୍କୁ ପ୍ରାୟ ୩୨୯ ଟନ୍ ତରଳ ମେଡିକାଲ ଅମ୍ଳଜାନ (LMO) ପରିବହନ କରିପାରିଛି। ବର୍ତ୍ତମାନର କୋଭିଡ ମହାମାରୀ ସମୟରେ ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ଶୀଘ୍ର ଅମ୍ଳଜାନ ଯୋଗାଇବା ଏକ ଚ୍ୟାଲେଞ୍ଜ ଭାବରେ ଗ୍ରହଣ କରିଛି।

ଅନୁଗୁଳ ସ୍ଥିତ ଟାଟା ଭୂଷଣ ସାଇଡିଂରୁ ସମୁଦାୟ ୧୮୭ ଟନ୍ LMO ପରିବହନ ହୋଇସାରିଛି। ସେହିଭଳି ୧୦୫ ଟନ୍ LMO ରାଷ୍ଟ୍ରୀୟ ଇସ୍ପାତ ନିଗମ୍ ଲିମିଟେଡ୍, ବିଶାଖାପାଟନମ୍ ଏବଂ ଅନୁଗୁଳ ସ୍ଥିତ ଜିନ୍ଦଲ ଷ୍ଟିଲ୍ ପ୍ଲାଣ୍ଟରୁ ୩୧ ଟନ୍ LMO ପରିବହନ କରାଯାଇଛି। ବିଭିନ୍ନ ରାଜ୍ୟର ଡାକ୍ତରଖାନାଗୁଡ଼ିକୁ ଶୀଘ୍ର ଅମ୍ଳଜାନ ଆବଶ୍ୟକତା ରହିଥିବାବେଳେ ରାଜ୍ୟଗୁଡିକ ଅଗ୍ରାଧିକାର ଭିତ୍ତିରେ ଅମ୍ଳଜାନର ଆବଶ୍ୟକତା କରୁଛନ୍ତି।

ବିଭିନ୍ନ ରାଜ୍ୟ ସରକାରଙ୍କଠାରୁ ଅନୁରୋଧ ଗ୍ରହଣ କରି ଭାରତୀୟ ରେଳ ଆବଶ୍ୟକ କରୁଥିବା ସମସ୍ତ ରାଜ୍ୟକୁ ଅମ୍ଳଜାନ ପରିବହନ ସେବା ଯୋଗାଇବା ପାଇଁ ନିଜକୁ ପ୍ରସ୍ତୁତ କରିଛି। ଅକ୍ସିଜେନ ଏକ୍ସପ୍ରେସର ଦ୍ରୁତ ଗତି ପାଇଁ ସବୁଜ କରିଡର ଯୋଗାଇ ଦିଆଯାଇଛି। ଅମ୍ଳଜାନ ଏକ୍ସପ୍ରେସ ମାଧ୍ୟମରେ ସମଗ୍ର ଦେଶରେ କୋଭିଡ -୧୯ ରୋଗୀଙ୍କ ପାଇଁ ମେଡିକାଲ ଗୁଡିକରେ ଅମ୍ଳଜାନ ଉପଲବ୍ଧ କରାଇବା ପାଇଁ ବିଭିନ୍ନ ରାଜ୍ୟ ଗୁଡିକର ଅନୁରୋଧକୁ ଭାରତୀୟ ରେଳ ସୁନିଶ୍ଚିତ କରି ଅମ୍ଳଜାନ ପରିବହନ କରୁଛି।

୧୦୫ ଟନ୍ LMO ପରିବହନ କରିଥିବା ପ୍ରଥମ ଅକ୍ସିଜେନ ଏକ୍ସପ୍ରେସ ୭ ଟ୍ୟାଙ୍କରରେ ବିଶାଖାପାଟନମରୁ ଛାଡିଥିଲା। ପୂର୍ବତଟ ରେଳପଥରୁ ଦ୍ୱିତୀୟ ଅକ୍ସିଜେନ ଏକ୍ସପ୍ରେସ ହରିୟାଣା ପାଇଁ ଟାଟା ଭୂଷଣ ଷ୍ଟିଲ ପ୍ଲାଣ୍ଟରୁ ଦୁଇଟି ଟ୍ୟାଙ୍କରରେ ୩୨ ଟନ୍ ଖଗଙ ପରିବହନ କରିଥିଲା। ଅନୁଗୁଳ ସ୍ଥିତ ଟାଟା ଭୂଷଣ ଷ୍ଟିଲ ପ୍ଲାଣ୍ଟରୁ ତୃତୀୟ ଅମ୍ଳଜାନ ଏକ୍ସପ୍ରେସ ପାଞ୍ଚ ଟ୍ୟାଙ୍କରରେ ୬୩.୬ ଟନ୍ ଖଗଙ ପରିବହନ କରି ଭାରତୀୟ ରେଳବାଇର ରୋରୋ ସେବା ଦ୍ୱାରା ତେଲେଙ୍ଗାନା ଅଭିମୁଖେ ଯାତ୍ରା କଲା।

ସେହିଭଳି, ଟାଟା ଭୂଷଣ ଷ୍ଟିଲ ପ୍ଲାଣ୍ଟରୁ ଦୁଇଟି ଟ୍ୟାଙ୍କରରେ ୩୦.୬ ଟନ୍, ଜିନ୍ଦଲ ଷ୍ଟିଲ୍ ପ୍ଲାଣ୍ଟରୁ ଦୁଇଟି ଟ୍ୟାଙ୍କରେ ୩୦.୮୬ ଟନ୍ ଏବଂ ଟାଟା ଭୂଷଣ ଷ୍ଟିଲ୍ ପ୍ଲାଣ୍ଟରୁ ଚାରି ଟ୍ୟାଙ୍କରେ ୬୦.୨୩ ଟନ୍ LMO ଯଥାକ୍ରମେ ଫରିଦାବାଦ, ଦିଲ୍ଲୀ କ୍ୟାଣ୍ଟ ଏବଂ ଝଘଇଏ କୁ ରୋରୋ ସେବା ମାଧ୍ୟମରେ ପଠାଯାଇଅଛି।

ବିଭିନ୍ନ ରାଜ୍ୟରୁ ଖାଲି ଲିକ୍ୱିଡ୍ ମେଡିକାଲ୍ ଅମ୍ଳଜାନ ଟ୍ୟାଙ୍କର୍ ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ବିଭିନ୍ନ ଷ୍ଟିଲ ପ୍ଲାଣ୍ଟ ଗୁଡ଼ିକରୁ LMO ପରିବହନ କରିବାପାଇଁ ଆସୁଛି। ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଅକ୍ସିଜେନ ଏକ୍ସପ୍ରେସ ସ୍ପେଶାଲ ଟ୍ରେନର ସୁରକ୍ଷିତ ଚଳାଚଳ ଏବଂ ଏହି ଟ୍ରେନଗୁଡ଼ିକୁ ଶୀଘ୍ର ଗନ୍ତବ୍ୟ ସ୍ଥାନ ଗୁଡିକରେ ପହଞ୍ଚାଇବା ପାଇଁ ସମସ୍ତ ସତର୍କତା ଅବଲମ୍ବନ କରିଛି। ତରଳ ଅମ୍ଳଜାନ ଏକ କ୍ରାୟୋଜେନିକ୍ କାର୍ଗୋ ଭାବରେ ସର୍ବାଧିକ ଯତ୍ନ ନିଆଯାଇଛି ଯେଉଁଥିରେ ସର୍ବାଧିକ ବେଗକୁ ତ୍ୱରାନ୍ୱିତ ଏବଂ ହ୍ରାସ କରାଯାଇପାରିବ।

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣ ରୋଗୀଙ୍କ ଜୀବନ ରକ୍ଷା ପାଇଁ ସଙ୍କଟ ସମୟରେ ଅମ୍ଳଜାନ ଯୋଗାଣକୁ ଏକ ଆହ୍ୱାନ ଭାବରେ ଗ୍ରହଣ କରି ତ୍ୱରିତ ସେବା ପ୍ରଦାନ ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଟ୍ରେନ ରେକ ଉପରେ ଖାଲି ଟ୍ୟାଙ୍କର ଗୁଡିକୁ ଓହ୍ଲାଇବା ଏବଂ ଅମ୍ଳଜାନ ଭରା ଟ୍ୟାଙ୍କର ଗୁଡିକୁ ଟ୍ରେନ ରେକ ଉପରେ ସଠିକ ଭାବେ ରଖିବା ପ୍ରତି ସେ ଗୁରୁତ୍ୱାରୋପ କରିଛନ୍ତି। ଆବଶ୍ୟକ କରୁଥିବା ସମସ୍ତ ରାଜ୍ୟକୁ ଅମ୍ଳଜାନ ପରିବହନ ସେବା ଯୋଗାଇବା ପାଇଁ ପୂର୍ବତଟ ରେଳପଥ ସମ୍ପୂର୍ଣ୍ଣ ପ୍ରସ୍ତୁତିରେ ଅଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କରୋନା ପାଇଁ ପୁରୀ ନୂଆଦିଲ୍ଲୀ ପୁରୁଷତ୍ତମ ଏକ୍ସପ୍ରେସ ଉପରେ କରାଗଲା ଏକ ନୂଆ ଘୋଷଣା

ଭୁବନେଶ୍ବର, କରୋନା ପାଇଁ ବିଭିନ୍ନ ସମୟରେ ରେଳ ବିଭାଗ ତାହାର କଟକଣା ଜାରୀ କରିଥାଏ। କେତେବେଳେ ଟ୍ରେନ ବାତିଲ ତ କେତେବେଳେ କରୋନା ପରୀକ୍ଷା ବାଧ୍ୟତାମୁଳକ। ତେବେ ଆଜି ରେଳ ବିଭାଗ ପୁରୀ ନୂଆଦିଲ୍ଲୀ ଯାଉଥିବା ପୁରୁଷତ୍ତମ ଏକ୍ସପ୍ରେସ ଉପରେ ଏକ ନୂଆ ନିଷ୍ପତି ଘୋଷଣା କରିଛି। ତାହା ହେଲା ଏହି ଏକ୍ପପ୍ରେସରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଆଉ ଖାଇବାକୁ ଦିଆଯିବ ନାହିଁ। କାରଣ ହେଲା କୋଭିଡ ପାଇଁ ଏହି ଟ୍ରେନରୁ ପ୍ୟାଣ୍ଟ୍ରିଂ କାର ପ୍ରତ୍ୟାହାର କରାଯାଇଛି।

ପୂର୍ବତଟ ରେଳବାଇର ସୂଚନା ଅନୁସାରେ ଆଜିଠାରୁ ଅର୍ଥାତ 28 ତାରିଖରୁ ଏହାକୁ ଲାଗୁ କରାଯାଇଛି। ଉଭୟ ପଟ ଟ୍ରେନ ଚଳାଚଳରେ ଏହା ଲାଗୁ କରାଯାଇଛି। ତେବେ କେତେ ଦିନ ପର୍ଯ୍ୟନ୍ତ ଏହା ବାତିଲ ରହିବ ତାହା କୁହାଯାଇ ନାହିଁ। କେବଳ କୁହାଯାଇଛି ଯେ ପରବର୍ତ୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ନିଷ୍ପତି ଲାଗୁ ରହିବ। ଏଥିସହିତ ଯାତ୍ରୀମାନେ ନିଜ ଖାଇବା ବ୍ୟବସ୍ଥା ନିଜେ କରିବେ ବୋଲି ଅନୁରୋଧ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥର ଘୋଷଣା, ଦୁଇଟି ସ୍ବତନ୍ତ୍ର ଟ୍ରେନର ଦୁଇଟି ରହଣି ସ୍ଥାନକୁ କରାଗଲା ବାତିଲ

ଭୁବନେଶ୍ବର, ପରିଚାଳନାଗତ କାରଣକୁ ଦୃଷ୍ଟିରେ ରଖି ବିଶାଖାପାଟନମ୍-ଚେନ୍ନାଇ ସେଣ୍ଟ୍ରାଲ୍ ଏବଂ ପୁରୀ-ଯଶବନ୍ତପୁର ସ୍ୱତନ୍ତ୍ର ଟ୍ରେନ ଦ୍ବୟଙ୍କୁ ୨୦୧୧ ଜୁନ ମାସ ୨୫ ତାରିଖ ଠାରୁ ପ୍ରତ୍ୟକ ଦୁଇଟି ଷ୍ଟେସନ ଠାରେ ରହଣି ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନିଆଯାଇଛି। ସେହି ଅନୁସାରେ

୦୨୦୦୭ ବିଶାଖାପାଟନମ୍-ଚେନ୍ନାଇ ସେଣ୍ଟ୍ରାଲ ସାପ୍ତାହିକ ସ୍ପେଶାଲ୍ ବିଶାଖାପାଟନମ୍ ରୁ ୨୫ ଜୁନ୍, ୨୦୨୧ ଠାରୁ ପରବର୍ତ୍ତୀ ପରାମର୍ଶ ପର‌୍ୟ୍ୟନ୍ତ ନରସିଂପାଲ୍ଲୀ ଏବଂ ଟୁନି ଷ୍ଟେସନରେ ରହଣି କରିବ ନାହିଁ।

ସେହିଭଳି, ୦୨୦୬୩ ପୁରୀ-ଯଶୋବନ୍ତପୁର ବିଶେଷ ଟ୍ରେନ ୨୫ ଜୁନ୍, ୨୦୨୧ ଠାରୁ ପରବର୍ତ୍ତୀ ପରାମର୍ଶ ପର‌୍ୟ୍ୟନ୍ତ ତାଡେପଲିଗୁଡେମ୍ ଏବଂ ଟୁନି ଷ୍ଟେସନରେ ରହଣି କରିବ ନାହିଁ।

ଏହି ଟ୍ରେନ ଦ୍ବୟ ଅନ୍ୟାନ୍ୟ ନିର୍ଦ୍ଧାରିତ ଷ୍ଟେସନରେ ସମୟ ସାରଣୀରେ କୌଣସି ପରିବର୍ତନ କରାଯିବ ନାହିଁ।

Categories
ବିଶେଷ ଖବର ବ୍ୟବସାୟ

ରେଳ ଧାରଣାରେ ଅଘଟଣ ହ୍ରାସ କରିବାକୁ ପୂର୍ବତଟ ରେଳପଥର ଯୋଜନା, ଚିହ୍ନଟ ହେଲା ଅସୁରକ୍ଷିତ ଅଞ୍ଚଳ

ଭୁବନେଶ୍ବର, ରେଳ ଧାରଣା ଉପରେ ଘଟୁଥିବା ଅଘଟଣ କମ୍ କରିବାକୁ ପୂର୍ବ ତଟ ରେଳପଥ ଏହାର ପରିସୀମା ମଧ୍ୟରେ ବିଭିନ୍ନ ପଦକ୍ଷେପ ହାତକୁ ନେଇଛି। ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରେ ରେଳ ଧାରଣାରେ ଅସ୍ୱାଭାବିକ ଘଟଣା ଯଥା ଅନୁପ୍ରବେଶ ଓ ଆପତ୍ତି ଜନକ ମାନବ ଚଳାଚଳ ଯୋଗୁଁ ଘଟୁଥିବା ଦୁର୍ଘଟଣା ପାଇଁ ଅନଧିକାର ବରବେଶ ଓ ଅନୁପ୍ରବେଶ ହେଉଛି ମୁଖ୍ୟ ଘଟଣା ଯାହାକି ଜୀବନ ହାନୀ ସହ ଗୁରୁତର ଆହତ ଘଟୁଅଛି। ଏହା ବ୍ୟତୀତ ଅନେକ ମୃତ୍ୟୁ ମାମଲା ରୁଜୁ ହୋଇଛି ଯାହାକି ଟ୍ରେନ୍ ସହିତ ଧକ୍କା ଦେବା କିମ୍ବା ଚାଲନ୍ତି ଟ୍ରେନ ରୁ ଖସି ପଡିବା କିମ୍ବା ଆତ୍ମହତ୍ୟା କରିବା ଘଟଣା ରେଳବାଇ ନଜରକୁ ଆସୁଅଛି।

ପୂର୍ବ ତଟ ରେଳପଥ ମଧ୍ୟରେ ଏହି ଅଘଟଣ ସମ୍ବନ୍ଧରେ ଅତି ସମ୍ବେଦନ ଅଞ୍ଚଳ ଭାବରେ ଭୁବନେଶ୍ୱର, କଟକ, ଯାଜପୁର କେନ୍ଦୁଝର ରୋଡ଼, ବ୍ରହ୍ମପୁର ଅଞ୍ଚଳକୁ ଚିହ୍ନିତ କରିଛି। ଏହା ବ୍ୟତୀତ ଖୋର୍ଦ୍ଧା ରୋଡ଼ ଡିଭିଜନ ଅନ୍ତର୍ଗତ ଜଗନ୍ନାଥପୁର ଏବଂ ବ୍ରହ୍ମପୁର, ବ୍ରହ୍ମପୁର ଏବଂ ଗୋଳନ୍ଥରା, ରେତଙ୍ଗ ଏବଂ ଭୁବନେଶ୍ୱର, ଭୁବନେଶ୍ୱର ଏବଂ ମଞ୍ଚେଶ୍ୱର, ଯାଜପୁର କେନ୍ଦୁଝର ରୋଡ଼ ୟାର୍ଡ ଏବଂ ମଞ୍ଚେଶ୍ୱର ୟାର୍ଡ ମଧ୍ୟରେ ଅନେକ ଅଘଟଣ ଘଟୁଛି ଏବଂ ଏହାକୁ ଅତି ପ୍ରଭାବିତ ଅଞ୍ଚଳ ଭାବରେ ଚିହ୍ନଟ କରାଯାଇ ଅଛି।

ୱାଲଟିୟର ରେଳ ମଣ୍ଡଳ ଅନ୍ତର୍ଗତ ବିଶାଖାପାଟନମ୍, ଶ୍ରୀକାକୁଲମ୍, ବିଜୟନଗରମ୍ ଏବଂ ମାରିପାଲେମ ନିକଟବର୍ତ୍ତୀ ଅଞ୍ଚଳଗୁଡିକ ସହିତ ବିଶାଖାପାଟନମ୍ ଏବଂ ଗୋପାଳପାଟନମ୍, ବିଜୟନଗରମ୍ ଏବଂ କୋରୁକୋଣ୍ଡା, ଦୁସି ଏବଂ ଶ୍ରୀକାକୁଲମ୍ ଏବଂ ସିମାଞ୍ଚଳମ ଏବଂ ଗୋପାଳପାଟନମ୍ ମଧ୍ୟରେ ଘଟୁଥିବା ଅଞ୍ଚଳ ଗୁଡିକୁ ଅତି ପ୍ରଭାବିତ ଅଞ୍ଚଳ ଚିହ୍ନଟ କରାଯାଇଥିବା ବେଳେ ସମ୍ବଲପୁର ରେଳମଣ୍ଡଳ ପରିସୀମା ମଧ୍ୟରେ ସମ୍ବଲପୁର, ଟିଟିଲାଗଡ ଏବଂ ବାଲାଙ୍ଗୀର ଷ୍ଟେସନ ଅଞ୍ଚଳ ସହିତ ଦେଓଗାଓଁ ରୋଡ ଏବଂ ସଇଁଥଲା, ସମ୍ବଲପୁର ଓ ହିରାକୁଦ ଏବଂ ବାଲାଙ୍ଗୀର ଓ ଲୋଇସିଙ୍ଗା ଷ୍ଟେସନ ମଧ୍ୟରେ ଘଟୁଥିବା ଅଂଚଳକୁ ଅତି ପ୍ରଭାବିତ ଅଞ୍ଚଳ ଭାବରେ ଚିହ୍ନଟ କରାଯାଇଅଛି।

ସୀମା ପ୍ରାଚୀର, ଫେନସିଂର ବ୍ୟବସ୍ଥା

ଏହି ଅପରାଧକୁ କମ୍ କରିବା ପାଇଁ ପୂର୍ବ ତଟ ରେଳବାଇ ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ପ୍ରାଚୀର ନିର୍ମାଣ କରିବା କିମ୍ବା ଟ୍ରେଞ୍ଚ ନିର୍ମାଣ କରିବାକୁ ଯୋଜନା କରିଛି। ଏଠି ମଧ୍ୟରେ ଭୁବନେଶ୍ୱର-ମଞ୍ଚେଶ୍ୱର, ବ୍ରହ୍ମପୁର-ଜଗନ୍ନାଥପୁର, ଯାଜପୁର କେନ୍ଦୁଝର ରୋଡ଼ ୟାର୍ଡ, ଗୋପାଳପାଟନମ୍-ବିଶାଖାପାଟନମ୍ ଏବଂ ସିମାଞ୍ଚଳମ ଉତ୍ତର-ଗୋପାଳପାଟନାମ୍ ମଧ୍ୟରେ ସମ୍ବେଦନଶୀଳ ସ୍ଥାନ ନିକଟରେ ଫେନସିଂ କାର‌୍ୟ୍ୟ ମଧ୍ୟ ଯୋଜନା କରୁଛି। ଉର୍ଲାମ, ତିଲାରୁ-ଉର୍ଲାମ, ବିଜୟନଗରାମ-ନେଲିମରଲା, ବିଜୟନଗରାମ-କୋରୁକୋଣ୍ଡା, ଚିପୁରୁପାଲ୍ଲୀ ଏବଂ ସମ୍ବଲପୁର-ସମ୍ବଲପୁର ରୋଡ ଷ୍ଟେସନ ମଧ୍ୟରେ ଅନୁରୂପ ବ୍ୟବସ୍ତା କରାଯିବ।

ଅବ୍ୟବହୃତ କଂକ୍ରିଟ୍ ସ୍ଲିପର ଲଗାଇ ରେଳଧାରଣକୁ ପ୍ରବେଶ କରାଯାଉଥିବା ରାସ୍ତା ଅବରୋଧ ପାଇଁ ସୀମା ପ୍ରାଚୀର,ଫେନସିଂ ନିର୍ମାଣ କିମ୍ବା ଗଭୀର ଟ୍ରେଞ୍ଚ ନିର୍ମାଣ କରାଯିବାକୁ ଭଦ୍ରକ ଅଞ୍ଚଳରେ ରଣିତାଲ ଏବଂ ବାଉଦପୁର, ବିଜୟନଗରମ ଏବଂ ଗୋଟଲାମ ଷ୍ଟେସନ ମଧ୍ୟରେ, ବବିଲି ଷ୍ଟେସନ ଏବଂ ପାର୍ବତୀପୁରମ୍ ଷ୍ଟେସନ ଅଞ୍ଚଳରେ ସ୍ଥାନ ଚିହ୍ନଟ କରାଯାଇଛି ଏବଂ ଏଥିପାଇଁ ନିର୍ମାଣ କାର‌୍ୟ୍ୟ ସ୍ୱୀକୃତି ଦିଆଯାଇଅଛି। ଏହା ବ୍ୟତୀତ ଭୁବନେଶ୍ୱର ଏବଂ ରତଙ୍ଗ, ବିଜୟନଗରମ ଏବଂ ନେଲିମରଲା, ଗୋପାଲପାଟନମ୍ ଓ ବିଶାଖାପାଟନମ୍ ଓ କୋଟାଭାଲାସା ଏବଂ ପେଂଡୁର୍ତି ଷ୍ଟେସନ୍ ମଧ୍ୟରେ ଥିବା ଅସୁରକ୍ଷିତ ସ୍ଥାନରେ ସମାନ କାର‌୍ୟ୍ୟ ପାଇଁ ନୂତନ ପ୍ରସ୍ତାବ ଦିଆଯାଇଛି।

ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ପ୍ରାୟ ୧୧୦ ନୂତନ ଅସୁରକ୍ଷିତ ସ୍ଥାନ ଚିହ୍ନଟ କରାଯାଇଛି। ଏହି କାର‌୍ୟ୍ୟକଳାପକୁ ହ୍ରାସ କରିବା ପାଇଁ, ରେଳଧାରଣକୁ ଅନଧିକୃତ ଭାବେ ଯାତାୟାତ କରାଯାଉଥିବା ମାର୍ଗ କିମ୍ବା ପଶୁ, ପଥଚାରୀ ଏବଂ ବାଇକ ଚାଳକଙ୍କ ଅନଧିକୃତ ଚଳପ୍ରଚଳ ବନ୍ଦ କରିବା ପାଇଁ ସମାନ୍ତରାଳ ଭାବେ ପ୍ରଶସ୍ତ ଟ୍ରେଞ୍ଚ ନିର୍ମାଣ କରାଯିବ। ଦୁଇ ଚକିଆ ଯାନକୁ କ୍ରସିଂ ମଧ୍ୟକୁ ପ୍ରବେଶ ଅଟକାଇବା ପାଇଁ ରେଳ ସ୍ଲିପର ଦ୍ୱାରା ବ୍ୟାରିକେଡ୍ ଏବଂ ରେଳ ପୋଷ୍ଟ ନିର୍ମାଣ କରାଯିବ ପାଇଁ ଯୋଜନା କରାଯାଉଅଛି ।

ଅନାଧିକୃତ ଅପରାଧ ଉପରେ ସିସିଟିଭି ମାଧ୍ୟମରେ ନୀରିକ୍ଷଣ କରାଯିବ, ଯଦି ସମ୍ଭବ ନିରକାରପୁର ଠାରେ, ତିଲାରୁ ଏବଂ ଉର୍ଲାମ, ଦେଓଗାଁ ରୋଡ୍-ସଇଁଥଲା ଏବଂ ବାଲାଙ୍ଗୀର ଏବଂ ଲୋଇସିଙ୍ଗା ଷ୍ଟେସନ୍ ମଧ୍ୟରେ ମଧ୍ୟ ଅନୁରୂପ ବ୍ୟବସ୍ଥା କରାଯିବ।

ରେଲୱେ ଟ୍ରାକରେ ଅନଧିକୃତ ଜାତାୟତକୁ ହ୍ରାସ କରିବା ପାଇଁ, ପୂର୍ବତଟ ରେଳପଥ ଏହାର ଅଧିକାର ଅଧୀନରେ ଥିବା କେତେକ ସ୍ଥାନରେ ପଥ ପଥରେ ବାଧା ସୃଷ୍ଟି କରିବା ପାଇଁ ଟ୍ରାକ୍ କରିବା ପାଇଁ ରେଳ ପୋଷ୍ଟ ଏବଂ ସମାନ୍ତରାଳ ଭାବେ ଗଭୀର ଟ୍ରାଞ୍ଚିଂ କରି କ୍ରସିଂ ବନ୍ଦ କରିଦେଇଛି।

ଅନଧିକୃତ ଅପରାଧକୁ ରୋକିବା ପାଇଁ କେତେକ ସ୍ଥାନରେ ସୀମିତ ଉଚ୍ଚତା ବିଶିଷ୍ଟ ଉପମାର୍ଗ ରାସ୍ତା ନିର୍ମାଣ କରାଯିବ ଏବଂ ରାଜ୍ୟ ସରକାରଙ୍କଠାରୁ ଏଥିପାଇଁ ସମ୍ମତି ଗ୍ରହଣ କରାଯାଇଛି।

ଅନଧିକୃତ ପ୍ରବେଶ ବିରୁଦ୍ଧରେ କାର୍ଯ୍ୟ

ଅନଧିକୃତ ପ୍ରବେଶକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ଏହାର ଅଧିକାରୀ ମାନଙ୍କୁ ସମ୍ବେଦନଶୀଳ ଅଞ୍ଚଳରେ ତୀକ୍ଷ୍ଣ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି ଏବଂ ଅନଧିକୃତ କ୍ରସିଂ ପାଇଁ ଜୋରିମାନା ଆଦାୟ କରିବା ସହିତ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦେଇଛି।

ଟ୍ରେନରୁ ଖସିପଡିବା ଘଟଣା :

ଯାତ୍ରା ସମୟରେ ଟ୍ରେନରୁ ଖସିପଡ଼ିବା ଅଘଟଣର ମୃତ୍ୟୁ ପାଇଁ ଦ୍ୱିତୀୟ ମୁଖ୍ୟ ଘଟଣା। ପୂର୍ବତଟ ରେଳପଥ ପରିସୀମା ମଧ୍ୟଦେଇ ଯାତାୟାତ କରୁଥିବା ଟ୍ରେନ୍ ଗୁଡିକ ମାନଙ୍କରେ ସୁରକ୍ଷା କର୍ମୀ ନିୟୋଜିତ କରିବା କିମ୍ବା ଟ୍ରେନ ମାନଙ୍କରେ ଯାତ୍ରୀ ପରିଚାଳନା ପ୍ରତି ବିଶେଷ ଧ୍ୟାନ ଦେବାକୁ କୁହାଯାଇଥିବାବେଳେ ଟ୍ରେନ୍ ଗୁଡିକର ଅତ୍ୟଧିକ ଜନଗହଳିପୂର୍ଣ୍ଣ କୋଚ୍ ବିଶେଷ ଭାବରେ ଜେନେରାଲ୍ ଏବଂ ସ୍ଲିପର୍ କ୍ଲାସ୍ କୋଚ୍ ମାନଙ୍କ ଉପରେ କଡା ନଜର ରଖି ଯାତ୍ରୀ ପରିଚାଳନା ଉପରେ ବିଶେଷ ଗୁରୁତ୍ୱାରୋପ କରାଯିବ।

ଏହା ବ୍ୟତୀତ ନିୟମିତ ଘୋଷଣା ସହିତ ପ୍ରମୁଖ ଷ୍ଟେସନରେ ଯାତ୍ରୀମାନଙ୍କ ପ୍ରବେଶ ଉପରେ ନଜର ରଖାଯିବ ଏବଂ ଯାତ୍ରୀମାନଙ୍କୁ ଫୁଟ ବୋର୍ଡ ଯାତ୍ରାରୁ ଦୂରେଇ ରହିବାକୁ ସଚେତନ କରାଯିବ ସହିତ ଚଳନ୍ତା ଟ୍ରେନ ରେ ଚଢିବା କିମ୍ବା ଓହ୍ଲାଇବା ସମ୍ବନ୍ଧରେ ନିବୃତ୍ତ ରହିବାକୁ ଯାତ୍ରୀମାନଙ୍କୁ ପରାମର୍ଶ କରାଯିବ।

ପୂର୍ବ ତଟ ରେଳପଥ ଦ୍ୱାରା ହାତକୁ ନିଆଯାଇଥିବା ଅନେକ ପଦକ୍ଷେପକୁ ବିଶ୍ଳେଷଣ କଲାପରେ ଜଣାପଡିଛି ଯେ ୨୦୧୮ ମସିହା ଠାରୁ ୨୦୧୯ ମସିହାରେ ଟ୍ରାକରେ ମୃତ୍ୟୁରେ ୨.୮% ହ୍ରାସ ଘଟିଛି। ସେହିପରି ଜାନୁୟାରୀ ରୁ ଅକ୍ଟୋବର ମାସ ମଧ୍ୟରେ ରେଳ ଧାରଣା ଉପରେ ଜୀବନ ହାନି ଘଟଣା ୨୦୧୯ ତୁଳନାରେ ୨୦୨୦ ମସିହାରେ ପ୍ରାୟ ୪୦% ହ୍ରାସ ହୋଇଥିବା ଜଣାଯାଇଛି।

ସତର୍କତା ଓ ସଚେତନତା କାର‌୍ୟ୍ୟକ୍ରମ :

ପୂର୍ବ ତଟ ରେଳବାଇର ଆରପିଏଫ୍ ଏବଂ ସେଫ୍ଟି ବିଭାଗ ଦ୍ୱାରା ବିଭିନ୍ନ ସତର୍କତା କାର‌୍ୟ୍ୟକ୍ରମ ଯଥା ଲିଫଲେଟ୍ ବଣ୍ଟନ, ମାର୍କେଟ ସ୍ଥାନ ଏବଂ ଗ୍ରାମ ମେଳା ମାନଙ୍କରେ ପୋଷ୍ଟର, ବ୍ୟାନର ଲଗାଇ ସଚେତନତା କାର‌୍ୟ୍ୟକ୍ରମ କରିବା ସହିତ ନୁଁକ୍କଡ ନାଟକ ଆୟୋଜନ କରିବା ଏବଂ ବିଭିନ୍ନ ଖବରକାଗଜ ଏବଂ ଇଲେକ୍ଟ୍ରୋନିକ୍ ମିଡିଆ ଦ୍ୱାରା ସଚେତନତା କାର‌୍ୟ୍ୟକ୍ରମ ସହ ବିଜ୍ଞପ୍ତି ପ୍ରକାଶ କରାଇବା କାର‌୍ୟ୍ୟକ୍ରମ ନିରନ୍ତର କରାଯାଉଅଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥର ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କୁ ଦିଆଗଲା କୋଭିଡି ଟୀକା

ଭୁବନେଶ୍ବର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବିଶ୍ୱର ସର୍ବବୃହତ ଟୀକାକରଣ ଅଭିଯାନର ଏକ ଅଂଶ ଭାବରେ, କୋଭିଡ୍ -୧୯ ମହାମାରୀକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଡାକ୍ତର, ପାରାମେଡିକାଲ୍ ଷ୍ଟାଫ୍ ଏବଂ ଅନ୍ୟାନ୍ୟ ମେଡିକାଲ୍ କର୍ମଚାରୀଙ୍କ ସମେତ ସମସ୍ତ ରେଳ ସ୍ୱାସ୍ଥ୍ୟ କର୍ମୀଙ୍କୁ ଭୁବନେଶ୍ୱର ରେଳ ହସ୍ପିଟାଲରେ କୋଭିଡ ଟୀକା ଦିଆଯାଉଅଛି।

ଭୁବନେଶ୍ୱରର ମଞ୍ଚେଶ୍ୱରସ୍ଥିତ ପୂର୍ବ ତଟ ରେଳପଥ କେନ୍ଦ୍ରୀୟ ଚିକିତ୍ସାଳୟରେ ଆଜି ମୋଟ ୪୦ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କୁ ଟୀକାକରଣ କରାଯାଇଅଛି। ଆଜି ସନ୍ଧ୍ୟା ସୁଦ୍ଧା ସମୁଦାୟ ୧୪୦ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କୁ ଟିକା ଦିଆଯାଇଛି।

ଏହା ଏକ ୨-ଡୋଜ୍ ଟିକା, ଯାହା ୨୮ ଦିନ ବ୍ୟବଧାନରେ ଦିଆଯିବ। ପ୍ରତ୍ୟେକ ଟୀକାର ମାତ୍ରା ୦.୫ ମି.ଲି.। ସଂପୂର୍ଣ୍ଣ ଅସୁସ୍ଥ ଏବଂ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ ରୋଗୀ ଏବଂ ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କୁ ବର୍ତ୍ତମାନ ଟୀକାକରଣ କରାଯିବ ନାହିଁ।

ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ପୂର୍ବ ତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣ ଏହି ଟିକା ପରିଚାଳନା ପାଇଁ ଯଥେଷ୍ଟ ସତର୍କତା ଏବଂ ଯତ୍ନ ନେବାକୁ ରେଳବାଇ ମେଡିକାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଅଗ୍ନିକାଣ୍ଡ ଦୁର୍ଘଟଣା ଉପରେ ରେଲୱେ ସୁରକ୍ଷା ବଳ ଦ୍ଵାରା କଟକ ରେଲୱେ ଷ୍ଟେସନରେ ମକ୍ ଡ୍ରିଲ୍

କଟକ, ଖୋର୍ଦ୍ଧା ରୋଡ୍ ଡିଭିଜନର ରେଳ ସୁରକ୍ଷା ବଳ (ଆରପିଏଫ୍) ଅଧିକାରୀମାନେ କଟକ ରେଳ ଷ୍ଟେସନରେ ଅଗ୍ନିକାଣ୍ଡ ଘଟଣା ଉପରେ ଏକ ମକ୍ ଡ୍ରିଲ୍ ଆୟୋଜନ କରି ରେଳ ଷ୍ଟେସନରେ ଅଗ୍ନିକାଣ୍ଡ ପରି ଜରୁରୀକାଳୀନ ପରିସ୍ଥିତିରେ କର୍ମଚାରୀଙ୍କ ସତର୍କତା ଏବଂ ପ୍ରସ୍ତୁତି ଯାଞ୍ଚ କରିଥିଲେ।

ମକ୍ ଡ୍ରିଲ୍ ଅନୁଯାୟୀ, ୨୭.୧୨.୨୦୨୦ ତାରିଖ ପ୍ରାୟ ୧୧.୩୦ ଘଣ୍ଟା । କଟକ ରେଳ ଷ୍ଟେସନର ରୁଟ ରିଲେ ଇଣ୍ଟରଲକିଂ (ଆରଆରଆଇ) ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟିଥିବାର ଖବର ଆସିଥିଲା।

ସୂଚନା ପାଇବା ପରେ ଆରପିଏଫ ପୋଷ୍ଟର ଅଧିକାରୀ, ଶ୍ରୀ ପ୍ରବୀଣ କୁମାରଙ୍କ ତତ୍ତ୍ଵାବଧାନରେ କଟକ, ଇନ୍ସପେକ୍ଟର / ଆରପିଏଫ ନିଆଁ ଲିଭାଇବା ପାଇଁ ଉପଲବ୍ଧ ନିଆଁ ଲିଭା ବାଲ୍ଟି ଏବଂ ଅଗ୍ନି ନିର୍ବାପକ ଯନ୍ତ୍ର ସହିତ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଘଟଣାକୁ ଅଗ୍ନିଶମ ବିଭାଗ କାର‌୍ୟ୍ୟା ଳୟକୁ ଜଣାଇ ଦିଆଯାଇଥିଲା। ତାପରେ ଆମ୍ବୁଲାନ୍ସ ସେବା, ଜିଆରପି ଏବଂ ଷ୍ଟେସନ୍ ମ୍ୟାନେଜର, କଟକଙ୍କୁ ମଧ୍ୟ ଖବର ଦିଆଗଲା ।

ଏହି ଅଗ୍ନିକାଣ୍ଡରେ ଆରଆରଆଇ ବିଲଡିଂ ଭିତରେ କାମ କରୁଥିବା ପ୍ରାୟ ୧୦ ରେଲୱେ କର୍ମଚାରୀ ଅଟକି ଯାଇ ଅଲଗା ହୋଇଯାଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚିବା ପର‌୍ୟ୍ୟରନ୍ତ, ଆରପିଏଫ୍ କର୍ମଚାରୀମାନେ ଦଉଡି ଏବଂ ବ୍ୟାରିକେଡ୍ ଦ୍ୱାରା ଏହି ଅଞ୍ଚଳକୁ କର୍ଡନ କରିଥିଲେ।

ଇତି ମଧ୍ୟରେ, ଅବନୀ କୁମାର ସ୍ବାଇଁଙ୍କ ନେତୃତ୍ୱରେ ଅଗ୍ନିଶମ ବିଭାଗର ଦୁଇଟି ଏବଂ କଟକରୁ ଗୋଟିଏ ଟ୍ରୁପ୍ କ୍ୟାରିଅର୍ ଭ୍ୟାନ୍ ଆସିଷ୍ଟାଣ୍ଟ ଅଗ୍ନିଶମ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ଆରମ୍ଭ କରିଥିଲେ। ଅଗ୍ନିଶମ କର୍ମଚାରୀମାନେ ବିଲ୍ଡିଂରେ ବନ୍ଦୀ ଥିବା ଆହତମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ପଠାଇଥିଲେ।

କିଛି ସେକେଣ୍ଡ ମଧ୍ୟରେ ସମସ୍ତ ରେଳ କର୍ମଚାରୀ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏହି ଘଟଣାର ଖବର ବ୍ୟାପିଗଲା ଏବଂ ଦର୍ଶକ ଭିଡ଼ ଜମାଇଥିଲେ। ନିଆଁ ଲିଭାଇବା ଏବଂ ଆହତମାନଙ୍କୁ ଡାକ୍ତରଖାନା ପଠାଇବା ପାଇଁ ଉଦ୍ଧାର କାର‌୍ୟ୍ୟର ଅଧ ଘଣ୍ଟା ସମୟ ନେଇଥିଲା।

ସମଗ୍ର ଅପରେସନ୍ ଶେଷ ହେବା ପରେ ଅଗ୍ନିଶମ ଅଧିକାରୀ, ଆଇଆଇସି, ଆରପିଏଫ୍, କଟକ ଆଇଆଇସି , ଜିଆରପି,କଟକ, ଷ୍ଟେସନ ମାନେଜର, କଟକ ଏବଂ କଟକ ରେଳ ଷ୍ଟେସନର ଅନ୍ୟ ଅଧିକାରୀ ଓ କର୍ମଚାରୀଙ୍କ ସହ ଏକତ୍ରିତ ହୋଇଥିଲେ ଏବଂ ସହକାରୀ ଅଗ୍ନିଶମ ଅଧିକାରୀ ଅବନୀ କୁମାର ସ୍ବାଇଁ ଦର୍ଶକଙ୍କୁ ସୂଚନା ଦେଇଥିଲେ ଯେ ଏହା ଏକ ପ୍ରକୃତ ଅଗ୍ନିକାଣ୍ଡ ଘଟଣା ନଥିଲା । କିନ୍ତୁ ରେଲୱେ କର୍ମଚାରୀ ଏବଂ ଯାତ୍ରୀମାନଙ୍କୁ ସଚେତନ କରାଇବା ପାଇଁ ଆରପିଏଫ୍ କର୍ମଚାରୀ, କଟକ ଦ୍ୱାରା ଆୟୋଜିତ ଅଗ୍ନିକାଣ୍ଡ ଦୁର୍ଘଟଣା ଉପରେ ଏହା ଏକ ମକ୍ ଡ୍ରିଲ୍ ଥିଲା ।

ପରେ, ରନ୍ଧନ ଗ୍ୟାସ୍ ଏବଂ ପାଟ୍ରୋଲିଂ ଅଗ୍ନିକାଣ୍ଡ ଯୋଗୁଁ ଅଗ୍ନିକାଣ୍ଡ ଘଟଣାରେ ସହଜ ପ୍ରଣାଳୀରେ କିପରି ନିଆଁ ଲିଭାଯିବ ସେ ସମ୍ବନ୍ଧରେ ଏକ ଡେମୋକୁ ଅଗ୍ନିଶମ ବିଭାଗର ଅଧିକାରୀମାନେ କଟକ ରେଳ ଷ୍ଟେସନରେ ଉପସ୍ଥିତ କର୍ମଚାରୀ, ଯାତ୍ରୀ ଏବଂ ଜନସାଧାରଣଙ୍କୁ ସୂଚନା ଦେଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ବଡ ଖବର: ପୂର୍ବତଟ ରେଳପଥର 22ଟି ସ୍ପେଶାଲ ଟ୍ରେନର ସମୟରେ ହେଲା ପରିବର୍ତ୍ତନ

ଭୁବନେଶ୍ବର, ଯାତ୍ରୀମାନଙ୍କ ସୁବିଧା ସହ ଟ୍ରେନ ପରିଚାଳନା ସହଜ କରିବାପାଇଁ ରେଳ ମନ୍ତ୍ରଣାଳୟ ନିମ୍ନଲିଖିତ ଅନୁଯାୟୀ ପୂର୍ବତଟ ରେଳପଥରୁ ଏବଂ ଏହାର ପରିସୀମା ମଧ୍ୟରେ ଚଳାଚଳ କରୁଥିବା ବିଶେଷ ଟ୍ରେନ ଗୁଡିକର ସମୟ ସାରଣୀକୁ ବିଭିନ୍ନ ଷ୍ଟେସନ ମାନଙ୍କଠାରେ ପରିବର୍ତନ କରିଅଛି।

ଯାତ୍ରୀମାନେ ବିଭିନ୍ନ ଷ୍ଟେସନ ଠାରେ ସେମାନଙ୍କ ଯାତ୍ରାକରିବାକୁଥିବା ଟ୍ରେନ ଗୁଡିକର ସମୟ ସାରଣୀ ପ୍ରତି ଯଥେଷ୍ଟ ଧ୍ୟାନଦେଇ ଯାତ୍ରା ପୂର୍ବରୁ ଅବଗତ ହେବାପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଅନୁରୋଧ କରାଯାଇଅଛି । ବିଭିନ୍ନ ଷ୍ଟେସନ ମାନଙ୍କଠାରେ ଥିବା ଅନୁସନ୍ଧାନ କେନ୍ଦ୍ର ଅଥବା ସ୍ୱତନ୍ତ୍ର ଟ୍ରେନର ସଂଶୋଧିତ ସମୟ ବିଷୟରେ ଜାଣିବା ପାଇଁ ଟ୍ରେନ୍ ସମ୍ବନ୍ଧୀୟ ସର୍ବଭାରତୀୟ ହେଲ୍ପଲାଇନ ନମ୍ବର -139 ସହିତ ଯୋଗାଯୋଗ କରିପାରନ୍ତି |

ଏହି ଟ୍ରେନ୍ ଗୁଡିକ ହେଲା _

01. 02819/02820 (ଭୁବନେଶ୍ୱର-ଆନନ୍ଦ ବିହାର (ଟର୍ମିନାଲ)-ଭୁବନେଶ୍ୱର) ଦ୍ୱି-ସାପ୍ତାହିକ ବିଶେଷ ଟ୍ରେନ

02819/02820 ଭୁବନେଶ୍ୱର-ଆନନ୍ଦ ବିହାର (ଟ) – ଭୁବନେଶ୍ୱର ଦ୍ୱି-ସାପ୍ତାହିକ ବିଶେଷ ଟ୍ରେନ 13 ରୁ 30 ଡିସେମ୍ବର, 2020 ମଧ୍ୟରେ ପ୍ରତ୍ୟେକ ବୁଧବାର ଏବଂ ରବିବାର ଦିନ ଭୁବନେଶ୍ୱରରୁ ଏବଂ 15 ଡିସେମ୍ବର, 2020 ରୁ 1 ଜାନୁୟାରୀ 2021 ମଧ୍ୟରେ ଆନନ୍ଦ ବିହାର ଠାରୁ ସଂଶୋଧିତ ସମୟ ସାରଣୀ ସହିତ ଚଳାଚଳ କରୁଛି | ଏହି ଟ୍ରେନ୍ ଅପରାହ୍ନ ୪ଘ.୧୫ମି.ରେ ଭୁବନେଶ୍ୱର ଛାଡି ତା’ପରଦିନ ସନ୍ଧ୍ୟା ୭ଘ.୩୫ମି.ରେ ଆନନ୍ଦ ବିହାରରେ ପହଞ୍ଚିବ ଏବଂ ଆନନ୍ଦ ବିହାରରୁ ସକାଳ ୮ଘଟିକାରେ ଛାଡି ତା’ପରଦିନ ଅପରାହ୍ନ ୧୧ଘ.୫୫ମି.ରେ ଭୁବନେଶ୍ୱରରେ ପହଞ୍ଚିବ।

02. 02880/02879 ଭୁବନେଶ୍ୱର-ଲୋକମାନ୍ୟ ତିଲକ (ଟି)-ଭୁବନେଶ୍ୱର ଦ୍ୱି-ସାପ୍ତାହିକ ବିଶେଷ ଟ୍ରେନ

02880/02879 ଭୁବନେଶ୍ୱର-ଲୋକମାନ୍ୟ ତିଲକ (ଟି)-ଭୁବନେଶ୍ୱର ଦ୍ୱି-ସାପ୍ତାହିକ ବିଶେଷ ଟ୍ରେନ 13 ରୁ 31 ଡିସେମ୍ବର, 2020 ପର୍ଯ୍ୟନ୍ତ ପ୍ରତ୍ୟେକ ସୋମବାର ଏବଂ ଗୁରୁବାର ଦିନ ଏବଂ ଏଲଟିଟି ଠାରୁ 15 ଡିସେମ୍ବର, 2020 ରୁ 2 ଜାନୁୟାରୀ 2021 ମଧ୍ୟରେ ପ୍ରତି ବୁଧବାର ଏବଂ ଶନିବାର ଦିନ ଛାଡି ସଂଶୋଧିତ ସମୟ ସହିତ ଚଳାଚଳ କରୁଛି | ଏହି ଟ୍ରେନ୍ ଭୁବନେଶ୍ୱରରୁ 0720 ଘଣ୍ଟା ଛାଡି ଏବଂ ତା’ପରଦିନ ଅପରାହ୍ନ ଏକ ଘଟିକାରେ ପହଞ୍ଚିବ ଏବଂ ଏଲଟିଟି ଠାରୁ 0015 ଘଣ୍ଟାରେ ଛାଡି ଏବଂ ତା’ପରଦିନ ସକାଳ ୭ଘଟିକାରେ ଭୁବନେଶ୍ୱରରେ ପହଞ୍ଚିବ |

03. 08479/08480 ଭୁବନେଶ୍ୱର-ତିରୁପତି-ଭୁବନେଶ୍ୱର ସାପ୍ତାହିକ ମହୋତ୍ସବ ବିଶେଷ

08479/08480 ଭୁବନେଶ୍ୱର-ତିରୁପତି-ଭୁବନେଶ୍ୱର ସାପ୍ତାହିକ ବିଶେଷ ଟ୍ରେନ 12 ରୁ 26 ଡିସେମ୍ବର, 2020 ମଧ୍ୟରେ ପ୍ରତ୍ୟେକ ଶନିବାର ଦିନ ଭୁବନେଶ୍ୱର ଛାଡିବ ଏବଂ 13 ଡିସେମ୍ବର, 2020 ରୁ 27 ଡିସେମ୍ବର, 2020 ମଧ୍ୟରେ ତିରୁପତିରୁ ଛାଡି ସଂଶୋଧିତ ସମୟ ସହିତ ଚଳାଚଳ କରିବ। ଏହି ଟ୍ରେନ୍ ମଧ୍ୟାହ୍ନ ୧୨ଘ.୧୦ମି.ରେ ଭୁବନେଶ୍ୱର ଛାଡି ତା’ପର ଦିନ ପୂର୍ବାହ୍ନ ୦୮ଘ.୧୦ମି.ରେ ତିରୁପତି ଠାରେ ପହଞ୍ଚିବ ଏବଂ ତିରୁପତିରୁ ପୂର୍ବାହ୍ନ ୧୦ଘ.୨୫ମି. ଛାଡି ତା’ପର ଦିନ ଭୋର ୦୫ଘ.୫୫ମି.ରେ ଭୁବନେଶ୍ୱରରେ ପହଞ୍ଚିବ।

04. 02839/02840 ଭୁବନେଶ୍ୱର-ଚେନ୍ନାଇ ସେଣ୍ଟ୍ରାଲ୍ – ଭୁବନେଶ୍ୱର ସାପ୍ତାହିକ ବିଶେଷ ଟ୍ରେନ

02839/02840 ଭୁବନେଶ୍ୱର-ଚେନ୍ନାଇ ସେଣ୍ଟ୍ରାଲ୍ – ଭୁବନେଶ୍ୱର ସାପ୍ତାହିକ ବିଶେଷ ଟ୍ରେନ 17 ରୁ 31 ଡିସେମ୍ବର, 2020 ମଧ୍ୟରେ ପ୍ରତ୍ୟେକ ଗୁରୁବାର ଦିନ ଭୁବନେଶ୍ୱର ଛାଡିବ ଏବଂ 18 ଡିସେମ୍ବର, 2020 ରୁ 1 ଜାନୁୟାରୀ, 2021 ମଧ୍ୟରେ ପ୍ରତ୍ୟେକ ଶୁକ୍ରବାର ଦିନ ଚେନ୍ନାଇ ସେଣ୍ଟ୍ରାଲ୍ ଛାଡି ସଂଶୋଧିତ ସମୟ ସହିତ ଚଳାଚଳ କରିବ | ଏହି ଟ୍ରେନ୍ ଅପରାହ୍ନ ୧୨ଘ.୧୦ମି.ରେ ଭୁବନେଶ୍ୱର ଛାଡି ତା’ପରଦିନ ସକାଳ ୦୭ଘ.୪୦ମି.ରେ ଚେନ୍ନାଇ ସେଣ୍ଟ୍ରାଲରେ ପହଞ୍ଚିବ ଏବଂ ଚେନ୍ନାଇ ସେଣ୍ଟ୍ରାଲରୁ ପୂର୍ବାହ୍ନ ୧୦ ଘଣ୍ଟାରେ ଛାଡି ଏବଂ ତା’ପରଦିନ ସକାଳ ୦୫ଘ.୫୫ମି.ରେ ଭୁବନେଶ୍ୱରରେ ପହଞ୍ଚିବ।

05. 02845/02846 ଭୁବନେଶ୍ୱର-ବାଙ୍ଗାଲୋର କ୍ୟାଣ୍ଟ.-ଭୁବନେଶ୍ୱର ସାପ୍ତାହିକ ବିଶେଷ ଟ୍ରେନ

02845/02846 ଭୁବନେଶ୍ୱର-ବାଙ୍ଗାଲୋର କ୍ୟାଣ୍ଟ.-ଭୁବନେଶ୍ୱର ସାପ୍ତାହିକ ସ୍ପେଶାଲ୍ ପ୍ରତ୍ୟେକ ରବିବାର ଦିନ 13 ରୁ 27 ଡିସେମ୍ବର, 2020 ମଧ୍ୟରେ ଭୁବନେଶ୍ୱର ଛାଡିବ ଏବଂ 5 ଡିସେମ୍ବର, 2020 ରୁ 29 ଡିସେମ୍ବର, 2020 ମଧ୍ୟରେ ପ୍ରତ୍ୟେକ ମଙ୍ଗଳବାରରେ ବାଙ୍ଗାଲୋର କ୍ୟାଣ୍ଟ ଛାଡିବ | ଏହି ଟ୍ରେନ୍ ଭୁବନେଶ୍ୱରରୁ 0730 ଘଣ୍ଟାରେ ଛାଡି ବାଙ୍ଗାଲୋର କ୍ୟାଣ୍ଟରେ ତା’ପରଦିନ ପହଞ୍ଚିବ ଏବଂ ବାଙ୍ଗାଲୋର କ୍ୟାଣ୍ଟରୁ ଅପରାହ୍ନ ୪ଘ.୪୫ମି.ରେ ଛାଡି ଭୁବନେଶ୍ୱର ଠାରେ ତା’ପରଦିନ ସନ୍ଧ୍ୟା ୬ଘ.୧୫ମି,.ରେ ପହଞ୍ଚିବ |

06. 02898/02897 ଭୁବନେଶ୍ୱର-ପୁଡୁଚେରୀ-ଭୁବନେଶ୍ୱର ସାପ୍ତାହିକ ବିଶେଷ ଟ୍ରେନ

02898/02897 ଭୁବନେଶ୍ୱର-ପୁଡୁଚେରୀ-ଭୁବନେଶ୍ୱର ସାପ୍ତାହିକ ବିଶେଷ ଟ୍ରେନ 15 ରୁ 29 ଡିସେମ୍ବର, 2020 ମଧ୍ୟରେ ଭୁବନେଶ୍ୱରରୁ ମଙ୍ଗଳବାର ଦିନ ଏବଂ 16 ଡିସେମ୍ବର, 2020 ରୁ 30 ଡିସେମ୍ବର, 2020 ମଧ୍ୟରେ ପ୍ରତ୍ୟେକ ବୁଧବାର ଦିନ ପୁଡୁଚେରୀ ଛାଡି ସଂଶୋଧିତ ସମୟ ସହିତ ଚାଲିବ। ଏହି ଟ୍ରେନ୍ ମଧ୍ୟାହ୍ନ ୧୨ଘ.୧୦ମି.ରେ ଭୁବନେଶ୍ୱର ଛାଡି ପରଦିନ ମଧ୍ୟାହ୍ନ ୧୨ଘ.୧୦ମି.ରେ ପୁଡୁଚେରୀରେ ପହଞ୍ଚିବ ଏବଂ ସନ୍ଧ୍ୟା ୬ଘ.୪୫ମି.ରେ ପୁଡୁଚେରୀରୁ ଛାଡି ଏବଂ ପରଦିନ ସନ୍ଧ୍ୟା ୬ଘ.୧୦ମି ରେ ଭୁବନେଶ୍ୱରରେ ପହଞ୍ଚିବ।

07. 08496/08495 ଭୁବନେଶ୍ୱର-ରାମେଶ୍ୱରମ୍-ଭୁବନେଶ୍ୱର ସାପ୍ତାହିକ ବିଶେଷ ଟ୍ରେନ

08496/08495 ଭୁବନେଶ୍ୱର-ରାମେଶ୍ୱରମ୍-ଭୁବନେଶ୍ୱର ସାପ୍ତାହିକ ବିଶେଷ ଟ୍ରେନ 11 ରୁ 25 ଡିସେମ୍ବର, 2020 ମଧ୍ୟରେ ପ୍ରତ୍ୟେକ ଶୁକ୍ରବାର ଦିନ ଭୁବନେଶ୍ୱର ଛାଡିବ ଏବଂ 13 ଡିସେମ୍ବର, 2020 ରୁ 27 ଡିସେମ୍ବର, 2020 ମଧ୍ୟରେ ପ୍ରତ୍ୟେକ ରବିବାରରେ ରାମେଶ୍ୱରମ୍ ଛାଡିବ ସଂଶୋଧିତ ସମୟ ସହିତ ଚଳାଚଳ କରିବ। ଏହି ଟ୍ରେନ୍ ଭୁବନେଶ୍ୱରରୁ ମଧ୍ୟାହ୍ନ ୧୨ଘ.୧୦ମି.ରେ ଛାଡି ତା’ପରଦିନ ରାତ୍ର ୧୦ଘ.୩୫ମି.ରେ ରାମେଶ୍ୱରମରେ ପହଞ୍ଚିବ ଏବଂ ୦୮ଘ.୫୦ମି.ରେ ରମେଶ୍ୱରମ୍ ଛାଡି ଭୁବନେଶ୍ୱରରେ ସନ୍ଧ୍ୟା ୬ଘ.୧୦ମି.ରେ ପହଞ୍ଚିବ |

08. 08306/08305 ସମ୍ବଲପୁର – ହାଓଡ଼ା – ସମ୍ବଲପୁର ସାପ୍ତାହିକ ବିଶେଷ ଟ୍ରେନ

08306/08305 ସମ୍ବଲପୁର – ହାଓଡ଼ା- ସମ୍ବଲପୁର ସାପ୍ତାହିକ ବିଶେଷ ଟ୍ରେନ 11 ରୁ 25 ଡିସେମ୍ବର 2020 ମଧ୍ୟରେ ପ୍ରତ୍ୟେକ ଶୁକ୍ରବାର ଦିନ ସମ୍ବଲପୁର ଛାଡିବ ଏବଂ 12 ଡିସେମ୍ବର, 2020 ରୁ 26 ଡିସେମ୍ବର, 2020 ମଧ୍ୟରେ ପ୍ରତ୍ୟେକ ଶନିବାର ଦିନ ହାଓଡ଼ାରୁ ଛାଡି ସଂଶୋଧିତ ସମୟ ସହିତ ଚଳାଚଳ କରିବ। ଏହି ଟ୍ରେନ୍ ସନ୍ଧ୍ୟା ୭ଘ.୪୫ମି.ରେ ସମ୍ବଲପୁର ଛାଡି ତା’ପରଦିନ ସକାଳ ୭ଘଟିକାରେ ପହଞ୍ଚିବ ଏବଂ ସନ୍ଧ୍ୟା ୮ଘ.୫୦ମି.ରେ ହାଓଡ଼ାରୁ ଛାଡି ତା’ପରଦିନ ସକାଳ ୭ଘ.୩୫ମି.ରେ ସମ୍ବଲପୁରରେ ପହଞ୍ଚିବ।

09. 08311/08312 ସମ୍ବଲପୁର – ମାଣ୍ଡୁଆଡିହ – ସମ୍ବଲପୁର ଦ୍ୱି-ସାପ୍ତାହିକ ମହୋତ୍ସବ ବିଶେଷ ଟ୍ରେନ

08311/08312 ସମ୍ବଲପୁର – ମାଣ୍ଡୁଆଡିହ – ସମ୍ବଲପୁର ଦ୍ୱି-ସାପ୍ତାହିକ ବିଶେଷ ଟ୍ରେନ ପ୍ରତ୍ୟେକ ବୁଧବାର ଏବଂ ରବିବାର ଦିନ 13 ରୁ 30 ଡିସେମ୍ବର, 2020 ମଧ୍ୟରେ ଏବଂ ପ୍ରତ୍ୟେକ ଗୁରୁବାର ଏବଂ ସୋମବାର ଦିନ 14 ଡିସେମ୍ବର, 2020 ରୁ 31 ଡିସେମ୍ବର, 2020 ମଧ୍ୟରେ ପାରିବର୍ତ୍ତିତ ସମୟ ସହିତ ଚଳାଚଳ କରିବ । ଏହି ଟ୍ରେନ୍ ଅପରାହ୍ନ ୧ଘ.୦୫ମି.ରେ ସମ୍ବଲପୁର ଛାଡି ତା’ପରଦିନ ପୂର୍ବାହ୍ନ ୦୯ଘ.୨୫ମି.ରେ ମାଣ୍ଡୁଆଡିହରେ ପହଞ୍ଚିବ ଏବଂ ମାଣ୍ଡୁଆଡିହରୁ ଅପରାହ୍ନ ୩ଘଟିକାରେ ଛାଡି ତା’ପରଦିନ ପୂର୍ବାହ୍ନ ୧୦ଘ.୩୦ମି.ରେ ସମ୍ବଲପୁରରେ ପହଞ୍ଚିବ |

10. 08449/08450 ପୁରୀ-ପାଟନା-ପୁରୀ ବୈଦ୍ୟନାଥ ସାପ୍ତାହିକ ବିଶେଷ ଟ୍ରେନ

08449/08450 ପୁରୀ-ପାଟନା – ପୁରୀ ବୈଦ୍ୟନାଥ ସାପ୍ତାହିକ ସ୍ପେଶାଲ ପ୍ରତ୍ୟେକ ସୋମବାର ଦିନ 14 ରୁ 28 ଡିସେମ୍ବର 2020 ମଧ୍ୟରେ ପୁରୀ ଛାଡିବ ଏବଂ 16 ଡିସେମ୍ବର, 2020 ରୁ 30 ଡିସେମ୍ବର, 2020 ମଧ୍ୟରେ ପ୍ରତ୍ୟେକ ବୁଧବାର ଦିନ ପାଟନା ଛାଡି ସଂଶୋଧିତ ସମୟ ସହିତ ଚଳାଚଳ କରିବ। ଏହି ଟ୍ରେନ୍ ପୁରୀରୁ ଅପରାହ୍ନ ୨ଘ.୫୫ମି.ରେ ଛାଡି ତା’ପରଦିନ ୦୯ଘ.୩୫ମି.ରେ ପାଟନାରେ ପହଞ୍ଚିବ ଏବଂ ପୂର୍ବାହ୍ନ ୦୮ଘ.୪୫ମି.ରେ ପାଟନା ଛାଡି ତା’ପରଦିନ ଭୋର ୨ଘ.୫୫ମି.ରେ ପୁରୀରେ ପହଞ୍ଚିବ |

11. 08419/08420 ପୁରୀ-ଜୟନଗର-ପୁରୀ ସାପ୍ତାହିକ ବିଶେଷ ଟ୍ରେନ

08419/08420 ପୁରୀ-ଜୟନଗର-ପୁରୀ ସାପ୍ତାହିକ ବିଶେଷ ଟ୍ରେନ 17 ରୁ 31 ଡିସେମ୍ବର, 2020 ମଧ୍ୟରେ ପ୍ରତି ଗୁରୁବାର ଦିନ ପୁରୀ ଛାଡିବ ଏବଂ 19 ଡିସେମ୍ବର, 2020 ରୁ 2 ଜାନୁୟାରୀ, 2021 ମଧ୍ୟରେ ପ୍ରତ୍ୟେକ ଶନିବାର ଦିନ ଜୟନଗର ଛାଡି ସଂଶୋଧିତ ସମୟ ସହିତ ଚଳାଚଳ କରିବ। ଏହି ଟ୍ରେନ୍ ପୁରୀରୁ ଅପରାହ୍ନ ୨ଘ.୫୫ମି.ରେ ଛାଡି ତା’ପରଦିନ ଅପରାହ୍ନ ୧୨ଘ.୫୦ମି.ରେ ଜୟନଗରରେ ପହଞ୍ଚିବ ଏବଂ ଭୋର ୦୫ଘ.୨୫ମି.ରେ ଜୟନଗରରୁ ଛାଡି ତା’ପରଦିନ ଭୋର ୨ଘ.୫୫ମି.ରେ ପୁରୀରେ ପହଞ୍ଚିବ।

12. 02827/02828 ପୁରୀ – ସୁରଟ – ପୁରୀ ସାପ୍ତାହିକ ବିଶେଷ ଟ୍ରେନ

02827/02828 ପୁରୀ – ସୁରଟ – ପୁରୀ ସାପ୍ତାହିକ ବିଶେଷ ଟ୍ରେନ 13 ରୁ 27 ଡିସେମ୍ବର, 2020 ମଧ୍ୟରେ ପ୍ରତ୍ୟେକ ରବିବାର ଦିନ ପୁରୀ ଛାଡିବ ଏବଂ 15 ଡିସେମ୍ବର, 2020 ରୁ 29 ଡିସେମ୍ବର, 2020 ମଧ୍ୟରେ ପ୍ରତ୍ୟେକ ମଙ୍ଗଳବାରରେ ସୁରଟ ଛାଡି ସଂଶୋଧିତ ସମୟ ସହିତ ଚଳାଚଳ କରିବ। ଏହି ଟ୍ରେନ୍ ପୁରୀରୁ ସନ୍ଧ୍ୟା ୭ଘ୪୫ମି.ରେ ଛାଡି ଭୋର ୦୩ଘ.୨୦ମି.ରେ ସୁରଟରେ ପହଞ୍ଚିବ ଏବଂ ସୁରଟରୁ ପୂର୍ବାହ୍ନ ୦୮ଘ.୦୫ମି.ରେ ଛାଡି ତା’ପରଦିନ ଅପରାହ୍ନ ୨ଘ.୨୫ମି.ରେ ପୁରୀରେ ପହଞ୍ଚିବ।

13. 02866/02865 ପୁରୀ-ଲୋକମାନ୍ୟ ତିଳକ-ପୁରୀ ବିଶେଷ ଟ୍ରେନ

02866/02865 ପୁରୀ-ଲୋକମାନ୍ୟ ତିଳକ-ପୁରୀ ବିଶେଷ ଟ୍ରେନ ପ୍ରତ୍ୟେକ ମଙ୍ଗଳବାର ଦିନ 15 ରୁ 29 ଡିସେମ୍ବର, 2020 ମଧ୍ୟରେ ପୁରୀ ଛାଡିବ ଏବଂ 17 ଡିସେମ୍ବର, 2020 ରୁ 31 ଡିସେମ୍ବର, 2020 ମଧ୍ୟରେ ପ୍ରତ୍ୟେକ ଗୁରୁବାର ଦିନ LTT ଛାଡି ସଂଶୋଧିତ ସମୟ ସହିତ ଚଳାଚଳ କରିବ। ଏହି ଟ୍ରେନ୍ ପୁରୀରୁ ୦୬ଘଟିକାରେ ପୁରୀ ଛାଡି ତା’ପରଦିନ ଅପରାହ୍ନ ୧ଘଟିକାରେ LTT ରେ ପହଞ୍ଚିବ ଏବଂ LTT ରୁ ଅପରାହ୍ନ ରାତ୍ର ୧୨ଘ.୧୫ମି. ଛାଡି ତା’ପରଦିନ ପୂର୍ବାହ୍ନ ୦୮ଘ.୩୫ମି.ରେ ପୁରୀରେ ପହଞ୍ଚିବ।

14. 02859/02860 ପୁରୀ – ଚେନ୍ନାଇ ସେଣ୍ଟ୍ରାଲ୍ – ପୁରୀ ସାପ୍ତାହିକ ବିଶେଷ ଟ୍ରେନ

02859/02860 ପୁରୀ – ଚେନ୍ନାଇ ସେଣ୍ଟ୍ରାଲ୍ – ପୁରୀ ସାପ୍ତାହିକ ବିଶେଷ ଟ୍ରେନ 13 ରୁ 27 ଡିସେମ୍ବର, 2020 ମଧ୍ୟରେ ପ୍ରତ୍ୟେକ ରବିବାର ଦିନ ପୁରୀରୁ ଏବଂ 14 ଡିସେମ୍ବର, 2020 ରୁ 28 ଡିସେମ୍ବର, 2020 ମଧ୍ୟରେ ପ୍ରତି ସୋମବାର ଦିନ ଚେନ୍ନାଇ ସେଣ୍ଟ୍ରାଲ୍ ଛାଡି ସଂଶୋଧିତ ସମୟ ସହିତ ଚଳାଚଳ କରିବ | ଏହି ଟ୍ରେନ୍ ପୁରୀକୁ ସନ୍ଧ୍ୟା ୫ଘ.୩୦ମି.ରେ ଛାଡି ତା’ପରଦିନ ଅପରାହ୍ନ ୧ଘ.୫୦ମି.ରେ ଚେନ୍ନାଇ ସେଣ୍ଟ୍ରାଲ୍ ରେ ପହଞ୍ଚିବ ଏବଂ ଚେନ୍ନାଇ ସେଣ୍ଟ୍ରାଲ୍ ରୁ ଅପରାହ୍ନ ୪ଘ.୨୫ମି.ରେ ଛାଡି ତା’ପରଦିନ ଅପରାହ୍ନ ୧ଘ.୪୫ମି.ରେ ପୁରୀରେ ପହଞ୍ଚିବ |

15. 02851/02852 ବିଶାଖାପାଟନମ୍-ନିଜାମମୁଦ୍ଦିନ- ବିଶାଖାପାଟନମ୍ ଦ୍ୱି-ସାପ୍ତାହିକ ବିଶେଷ ଟ୍ରେନ

02851/02852 ବିଶାଖାପାଟନମ୍-ନିଜାମମୁଦ୍ଦିନ- ବିଶାଖାପାଟନମ୍ ଦ୍ୱି-ସାପ୍ତାହିକ ବିଶେଷ ଟ୍ରେନ ବିଶାଖାପାଟଣାରୁ ଡିସେମ୍ବର ମାସ ୧୧ରୁ ୨୮ ତାରିଖ ମଧ୍ୟରେ ପ୍ରତି ସୋମବାର ଓ ଶୁକ୍ରବାର ଦିନ ପୂର୍ବାହ୍ନ ୮ଘ.୨୦ମି.ରେ ଛାଡି ତା’ପରଦିନ ସନ୍ଧ୍ୟା ୫ଘ.୫୦ମି.ରେ ନିଜାମୁଦ୍ଦିନରେ ପହଞ୍ଚିବ ଏବଂ ଡିସେମ୍ବର ମାସ ୧୪ରୁ ଜାନୁୟାରୀ ୨ ତାରିଖ ମଧ୍ୟରେ ନିଜାମୁଦ୍ଦିନରୁ ସକାଳ ୭ଘଟିକାରେ ଛାଡି ବିଶାଖାପାଟଣାରେ ତା’ପରଦିନ ଅପରାହ୍ନ ୪ଘ.୩୦ମି.ରେ ପହଞ୍ଚିବ I

16. 02887/02888 ବିଶାଖାପାଟନମ୍-ନିଜାମମୁଦ୍ଦିନ- ବିଶାଖାପାଟନମ୍ ବିଶେଷ ଟ୍ରେନ

02887/02888 ବିଶାଖାପାଟନମ୍-ନିଜାମମୁଦ୍ଦିନ- ବିଶାଖାପାଟନମ୍ ବିଶେଷ ଟ୍ରେନ ଡିସେମ୍ବରମାସ ୧୨ରୁ ୩୧ ତାରିଖ ମଧ୍ୟରେ ବିଶାଖାପାଟନମ୍ ରୁ ପ୍ରତି ମଙ୍ଗଳ, ବୁଧ, ଗୁରୁ, ଶନି ଓ ରବିବାର ଦିନମାନଙ୍କରେ ପୂର୍ବାହ୍ନ ୯ଘ.୨୦ମି.ରେ ଛାଡି ନିଜାମୁଦ୍ଦିନ ଠାରେ ତା’ପରଦିନ ସନ୍ଧ୍ୟା ୬ଘ.୦୫ମି.ରେ ପହଞ୍ଚିବ ଏବଂ ଡିସେମ୍ବର ମାସ ୧୪ରୁ ଜାନୁୟାରୀ ମାସ ୨ ତାରିଖ ମଧ୍ୟରେ ପ୍ରତି ଗୁରୁ, ଶୁକ୍ର, ଶନି, ସୋମ ଓ ମଙ୍ଗଳବାର ଦିନମାନଙ୍କରେ ସକାଳ ୭ ଘଟିକାରେ ଛାଡି ବିଶାଖାପାଟଣା ଠାରେ ତା’ପରଦିନ ଅପରାହ୍ନ ୪ଘ.୩୦ମି.ରେ ପହଞ୍ଚିବ I

17. 02869/02870 ବିଶାଖାପାଟନମ୍-ଚେନ୍ନାଇ ସେଣ୍ଟ୍ରାଲ-ବିଶାଖାପାଟନମ୍ ସାପ୍ତାହିକ ବିଶେଷ ଟ୍ରେନ

02869/02870 ବିଶାଖାପାଟନମ୍-ଚେନ୍ନାଇ ସେଣ୍ଟ୍ରାଲ-ବିଶାଖାପାଟନମ୍ ସାପ୍ତାହିକ ବିଶେଷ ଟ୍ରେନ ଡିସେମ୍ବର ମାସ ୧୪ରୁ ୨୮ ତାରିଖ ମଧ୍ୟରେ ବିଶାଖାପାଟଣାରୁ ପ୍ରତି ସୋମବାର ସନ୍ଧ୍ୟା ୭ଘ.୦୫ମି.ରେ ଛାଡି ଚେନ୍ନାଇ ସେଣ୍ଟ୍ରାଲ ଠାରେ ତା’ପରଦିନ ସକାଳ ୭ଘ.୪୦ମି.ରେ ପହଞ୍ଚିବ ଏବଂ ଚେନ୍ନାଇ ସେଣ୍ଟ୍ରାଲ ରୁ ଡିସେମ୍ବର ମାସ ୧୫ରୁ ୨୯ ତାରିଖ ମଧ୍ୟରେ ପୂର୍ବାହ୍ନ ୧୦ଘଟିକାରେ ଛାଡି ବିଶାଖାପାଟଣାରେ ରାତ୍ର ୧୦ଘ.୩୦ମି.ରେ ପହଞ୍ଚିବ।

18. 02857/02858 ବିଶାଖାପାଟନମ୍-ଲୋକମାନ୍ୟ ତିଳକ ଟର୍ମିନାସ- ବିଶାଖାପାଟନମ୍ ସାପ୍ତାହିକ ବିଶେଷ ଟ୍ରେନ

02857/02858 ବିଶାଖାପାଟନମ୍-ଲୋକମାନ୍ୟ ତିଳକ ଟର୍ମିନାସ- ବିଶାଖାପାଟନମ୍ ସାପ୍ତାହିକ ବିଶେଷ ଟ୍ରେନ ଡିସେମ୍ବର ୧୩ରୁ ୨୭ ତାରିଖ ମଧ୍ୟରେ ବିଶାଖାପାଟଣା ରୁ ପୂର୍ବାହ୍ନ ୮ଘ.୨୦ମି.ରେ ଛାଡି ଏଲଟିଟି ଠାରେ ତା’ପରଦିନ ଅପରାହ୍ନ ୧ଘଟିକାରେ ପହଞ୍ଚିବ ଏବଂ ଏଲଟିଟି ଠାରୁ ଡିସେମ୍ବର ମାସ ୧୫ରୁ ୨୯ ତାରିଖ ମଧ୍ୟରେ ପ୍ରତି ମଙ୍ଗଳବାର(ସୋମବାର ରାତ୍ରି) ୦୦୧୫ଘଣ୍ଟାରେ ଛାଡି ବିଶାଖାପାଟଣା ଠାରେ ଦ୍ଵିତୀୟ ଦିନ ଭୋର ୫ଘଟିକାରେ ପହଞ୍ଚିବ।

19. 08501/08502 ବିଶାଖାପାଟନମ୍-ଗାନ୍ଧୀଧାମ-ବିଶାଖାପାଟନମ୍ ସାପ୍ତାହିକ ବିଶେଷ ଟ୍ରେନ

08501/08502 ବିଶାଖାପାଟନମ୍-ଗାନ୍ଧୀଧାମ-ବିଶାଖାପାଟନମ୍ ସାପ୍ତାହିକ ବିଶେଷ ଟ୍ରେନ ଡିସେମ୍ବର ୧୭ରୁ ୩୧ ତାରିଖ ମଧ୍ୟରେ ବିଶାଖାପାଟଣା ଠାରୁ ପ୍ରତି ଗୁରୁବାର ସନ୍ଧ୍ୟା ୫ଘ.୩୫ମି.ରେ ଛାଡି ଗାଂଧିଧାମ ଠାରେ ପରବର୍ତୀ ଦ୍ଵିତୀୟ ଦିନ ଭୋର ୫ଘ.୫୫ମି.ରେ ପହଞ୍ଚିବ ଏବଂ ଡିସେମ୍ବର ମାସ ୩୦ରୁ ଜାନୁୟାରୀ ମାସ ୩ ତାରିଖ ମଧ୍ୟରେ ଗାଂଧିଧାମ ଠାରୁ ପ୍ରତି ରବିବାର ରାତ୍ର ୧୧ଘ.୦୫ମି.ରେ ଛାଡି ବିଶାଖାପାଟଣା ଠାରେ ତା’ପର ତୃତୀୟ ଦିନ ପୂର୍ବାହ୍ନ ୧୦ଘ.୧୫ମି.ରେ ବିଶାଖାପାଟଣା ଠାରେ ପହଞ୍ଚିବ I
05 ଏହି ଟ୍ରେନ୍ ବିଶାଖାପାଟନମ୍ ଛାଡି 1735 ଘଣ୍ଟାରେ ଗାନ୍ଧୀଧାମରେ ​​0555 ଘଣ୍ଟାରେ ପହଞ୍ଚିବ ଏବଂ 2305 ଘଣ୍ଟାରେ ଗାନ୍ଧୀଧାମରୁ ଯାତ୍ରା କରିବ ଏବଂ ଆସନ୍ତା ଦ୍ୱିତୀୟ ଦିନରେ 1015 ଘଣ୍ଟାରେ ବିଶାଖାପାଟନମ୍ରେ ପହଞ୍ଚିବ।

20. 07488/07487 ବିଶାଖାପାଟନମ୍-କଡପା-ବିଶାଖାପାଟନମ୍ ବିଶେଷ ଟ୍ରେନ

07488/07487 ବିଶାଖାପାଟନମ୍-କଡପା-ବିଶାଖାପାଟନମ୍ ବିଶେଷ ଟ୍ରେନ ବିଶାଖାପାଟଣା ଠାରୁ ଡିସେମ୍ବର ମାସ ୧୨ରୁ ୩୧ ମଧ୍ୟରେ ପ୍ରତିଦିନ ଅପରାହ୍ନ ୨ ଘଟିକାରେ ଛାଡି କଡପା ଠାରେ ତା’ପରଦିନ ସକାଳ ୭ ଘଟିକାରେ ପହଞ୍ଚିବ ଏବଂ କଡପା ଠାରୁ ଡିସେମ୍ବର ମାସ ୧୩ରୁ ଜାନୁୟାରୀ ମାସ ପହିଲା ମଧ୍ୟରେ ସନ୍ଧ୍ୟା ୫ଘ.୪୫ମି.ରେ ଛାଡି ବିଶାଖାପାଟଣା ଠାରେ ତା’ପରଦିନ ପୂର୍ବାହ୍ନ ୧୧ଘ.୩୦ମି.ରେ ପହଞ୍ଚିବ ।

21. 02861/02862 ରାଉରକେଲା-ଭୁବନେଶ୍ୱର-ରାଉରକେଲା ବିଶେଷ ଟ୍ରେନ :

ରାଉରକେଲା ଠାରୁ ଏହି ଟ୍ରେନ୍ ପ୍ରତିଦିନ 0520 ଘଣ୍ଟା ଛାଡି ଭୁବନେଶ୍ୱରରେ 1230 ଘଣ୍ଟାରେ ପହଞ୍ଚୁଛି | ପ୍ରତ୍ୟାବର୍ତ୍ତନ ଦିଗରେ, ଭୁବନେଶ୍ୱରରୁ ଏହି ଟ୍ରେନ୍ ପ୍ରତିଦିନ 1340 ଘଣ୍ଟାରେ ଛାଡି ସଂଶୋଧିତ ସମୟ ସହିତ ରାତ୍ର 2100 ଘଣ୍ଟାରେ ରାଉରକେଲାରେ ପହଞ୍ଚିବ |

ଏହା ବ୍ୟତୀତ 02510/02509 ଗୁଆହାଟି-ବାଙ୍ଗାଲୋର କ୍ୟାଣ୍ଟ-ଗୁଆହାଟି, 02552/୦୨୫୫୧ କାମାକ୍ଷା-ଯଶୋବନ୍ତପୁର-କାମାକ୍ଷା, 02245/୦୨୨୪୬ ହାଓଡ଼ା-ଯଶୋବନ୍ତପୁର-ହାଓଡ଼ା ଦୁରନ୍ତ ବିଶେଷ ଟ୍ରେନ, 02863/୦୨୮୬୪ ହାଓଡ଼ା-ଯଶୋବନ୍ତପୁର-ହାଓଡ଼ା ଏସି ବିଶେଷ ଟ୍ରେନ, 02807/୦୧୮୦୮ ସନ୍ତ୍ରାଗାଛି-ଚେନ୍ନାଇ ସେଣ୍ଟ୍ରାଲ-ସନ୍ତ୍ରାଗାଛି ବିଶେଷ ଟ୍ରେନ ଗୁଡିକ ମଧ୍ୟ ବିଭିନ୍ନ ଷ୍ଟେସନ ମାନଙ୍କ ଠାରେ ପରିବର୍ତ୍ତିତ ସମୟ ସାରଣୀ ଅନୁଯାୟୀ ଚଳାଚଳ କରିବ |

Categories
ଆଜିର ଖବର ଜାତୀୟ ଖବର

କରୋନା ସତ୍ତ୍ୱେ ରେଳବାଇ ନିଜର ମାଲ ପରିବହନ ପରିମାଣକୁ ଗତବର୍ଷ ସ୍ତରରେ ପହଞ୍ଚାଇ ପାରିଛି

ଭୁବନେଶ୍ବର, ଭାରତୀୟ ରେଳବାଇ କରୋନା ମହାମାରୀ ଆହ୍ୱାନ ସତ୍ତ୍ୱେ ଗତବର୍ଷର ଏହି ସମୟ ସୁଦ୍ଧା ମାଲ ପରିବହନ ଓ ତତ୍‌ଜନିତ ଆୟଠାରୁ ଅଧିକ ଅଧିକ ସଫଳତା ହାସଳ କରିଛି।  2020 ଅଗଷ୍ଟ 19 ସୁଦ୍ଧା ଭାରତୀୟ ରେଳବାଇ 3.11 ନିୟୁତ ଟନ ମାଲ ପରିବହନ କରିଥିଲା। ଏହା ଗତବର୍ଷର ଏହି ସମୟ ସୁଦ୍ଧା ହୋଇଥିବା ମାଲ ପରିବହନ ଠାରୁ ଅଧିକ। ଗତବର୍ଷ ଏହି ସମୟ ସୁଦ୍ଧା ମାଲ ପରିବହନ ପରିମାଣ ଥିଲା 2.97 ନିୟୁତ ଟନ। 2020 ଅଗଷ୍ଟ 19 ସୁଦ୍ଧା ଭାରତୀୟ ରେଳବାଇ ମାଲ ପରିବହନରୁ 306.1 କୋଟି ଟଙ୍କା ଆୟ କରିଛି। ଗତବର୍ଷର ଏହି ସମୟ ସୁଦ୍ଧା ଆୟଠାରୁ ଏହା 5.28 କୋଟି ଟଙ୍କା ଅଧିକ।

ଗତବର୍ଷ ଏହି ସମୟରେ ଆୟ ଥିଲା 300 କୋଟି 28 ଲକ୍ଷ ଟଙ୍କା। 2020 ଅଗଷ୍ଟ 19 ତାରିଖ ସୁଦ୍ଧା ମାତ୍ର 19 ଦିନ ମଧ୍ୟରେ ମୋଟ ମାଲ ପରିବହନ ପରିମାଣ ଥିଲା 57.47 ନିୟୁତ ଟନ। ଏହା ଗତବର୍ଷର ଏହି ନିର୍ଦ୍ଦିଷ୍ଟ ସମୟର ମାଲ ପରିବହନ (53.65 ନିୟୁତ ଟନ) ଠାରୁ ଅଧିକ। ଅଗଷ୍ଟ ମାସର 19 ତାରିଖ ପର୍ଯ୍ୟନ୍ତ ଏହି ଅସଂପୂର୍ଣ୍ଣ ମାସରେ ଭାରତୀୟ ରେଳବାଇ 5461.21 କୋଟି ଟଙ୍କା ମାଲ ପରିବହନରୁ ଆୟ କରିଛି। ଗତବର୍ଷ ଏହି ସମୟରେ ଏହି ଆୟ ଥିଲା 5435.31 କୋଟି ଟଙ୍କା। ଏଥର ଏଥିରେ 25.9 କୋଟି ଟଙ୍କାର ବୃଦ୍ଧି ଘଟିଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଦେଶରେ ସାମଗ୍ରୀ ଯୋଗାଣ ସ୍ଥିତିରେ ଉନ୍ନତି ଆଣିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକ୍ରମେ ଭାରତୀୟ ରେଳବାଇ ସମର୍ପିତଭାବେ ଅଧିକରୁ ଅଧିକ ସାମଗ୍ରୀ ପରିବହନରେ ଲାଗିଛି। ଏହା ଦେଶର ବିଭିନ୍ନ ଅଞ୍ଚଳକୁ ସାମଗ୍ରୀ ଯୋଗାଇ ଦେବା ସହ ବ୍ୟବସାୟୀ, ଖୁଚୁରା ବିକ୍ରେତା, ଯୋଗାଣକାରୀ ଏବଂ ଖାଉଟି ସମସ୍ତଙ୍କ ଆବଶ୍ୟକତା ପୂରଣ କରିଛି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଭୁବନେଶ୍ୱର-ରାଉରକେଲା-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ସହ ଅନ୍ୟ ଦୁଇଟି ସ୍ୱତନ୍ତ୍ର ଟ୍ରେନର ସମୟ ବୃଦ୍ଧି  

ଭୁବନେଶ୍ବର, ୦୨୮୬୧/୦୨୮୬୨ ଭୁବନେଶ୍ୱର-ରାଉରକେଲା-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ସେବାକୁ ଅଗଷ୍ଟ ମାସ ୧୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କାଯିବାକୁ ନିଷ୍ପତ୍ତି ନିଆଯାଇଅଛି। ଏହି ଟ୍ରେନ ଅଗଷ୍ଟ ମାସ ୩ ତାରିଖ ରୁ ୧୨ ତାରିଖ ମଧ୍ୟରେ ଶନିବାର ଓ ରବିବାର ବ୍ୟତୀତ ରାଉରକେଲା ଠାରୁ ପ୍ରତିଦିନ ଭୋର ୫ଘ.୧୦ମି.ରେ ଛାଡିବାକୁ ଥିବା ବେଳେ ଭୁବନେଶ୍ୱର ଠାରୁ ଏହା ଅପରାହ୍ନ ୨ଘ.୧୦ମି.ରେ ଛାଡିବ।

ଏହି ଟ୍ରେନ ରାଉରକେଲା ଓ ଭୁବନେଶ୍ୱର ମଧ୍ୟରେ ଉଭୟ ଦିଗରୁ ରାଜଗାଙ୍ଗପୁର, ବାମରା, ଝାରସୁଗୁଡା, ରେଙ୍ଗାଲି, ସମ୍ବଲପୁର ସିଟି, ରେଢ଼ାଖୋଲ, ବଇଣ୍ଡା, ଅନୁଗୁଳ, ତାଳଚେର ରୋଡ଼, ଢେଙ୍କାନାଳ ଏବଂ ନାରାଜ ମାର୍ଥାପୁର ଷ୍ଟେସନ ମାନଙ୍କରେ ରହଣି କରିବ।

ଏହା ବ୍ୟତୀତ, ଅନ୍ୟ ଦୁଇଟି ଅନ୍ତଃ ରାଜ୍ୟ ସ୍ୱତନ୍ତ୍ର ଟ୍ରେନ ସେବାକୁ ମଧ୍ୟ ନିମ୍ନ ଅନୁଯାୟୀ ଅଗଷ୍ଟ ମାସ ୧୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଅଛି। ସେଗୁଡିକ ହେଲା

ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ (୦୮୪୯୩/୦୮୪୯୪)

ଅଗଷ୍ଟ ମାସ ପହିଲା ଠାରୁ ୧୨ ତାରିଖ ମଧ୍ୟରେ ଶନିବାର ଓ ରବିବାର ବ୍ୟତୀତ ଅନ୍ୟ ଦିନମାନଙ୍କରେ ଭୁବନେଶ୍ୱର ଠାରୁ ସକାଳ ୬ଘ.୩୦ମି.ରେ ଏବଂ ବଲାଙ୍ଗୀର ଠାରୁ ଅପରାହ୍ନ ୨ଘ.୪୫ମି.ରେ ଛାଡିବ।

ରହଣି _ ଭୁବନେଶ୍ୱର ଓ ବଲାଙ୍ଗୀର ମଧ୍ୟରେ ମଞ୍ଚେଶ୍ୱର, ନରାଜମାର୍ଥାପୁର, ଢେଙ୍କାନାଳ, ମେରାମଣ୍ଡଳୀ, ତାଳଚେର ରୋଡ଼, ଅନୁଗୁଳ, ବୋଇଣ୍ଡା, ବାମୁର, ରେଢ଼ାଖୋଲ, ସମ୍ବଲପୁର, ହୀରାକୁଦ, ବରଗଡ଼ ରୋଡ଼, ବରପାଲି ଏବଂ ଲୋଇସିଂହା ଷ୍ଟେସନ ମାନଙ୍କଠାରେ ରହଣି କରିବ।

ଭୁବନେଶ୍ୱର-କୋରାପୁଟ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ଭାୟା ସମ୍ବଲପୁର (୦୮୪୪୭/୦୮୪୪୮)

ଅଗଷ୍ଟ ମାସ ପହିଲା ଠାରୁ ୧୨ ତାରିଖ ମଧ୍ୟରେ ଭୁବନେଶ୍ୱର ଠାରୁ ପ୍ରତି ସୋମ, ବୁଧ ଓ ଶୁକ୍ରବାର ଦିନ ସନ୍ଧ୍ୟା ୬ଘ.୩୦ମି.ରେ ଛାଡିବାକୁ ଥିବା ବେଳେ କୋରାପୁଟ ଠାରୁ ପ୍ରତି ମଙ୍ଗଳ, ଗୁରୁ ଓ ରବିବାର ଦିନ ସନ୍ଧ୍ୟା ୫ଘ.୩୦ମି.ରେ କୋରାପୁଟ ଠାରୁ ଛାଡିବ।

ରହଣି _ ଭୁବନେଶ୍ୱର ଓ କୋରାପୁଟ ମଧ୍ୟରେ କଟକ, ଢେଙ୍କାନାଳ, ମେରାମଣ୍ଡଳୀ, ତାଳଚେର ରୋଡ଼, ଅନୁଗୁଳ, ବୋଇଣ୍ଡା, ରେଢ଼ାଖୋଲ, ସମ୍ବଲପୁର, ହୀରାକୁଦ, ବରଗଡ଼ ରୋଡ଼, ବରପାଲି, ଡୁଙ୍ଗୁରିପାଲି, ଲୋଇସିଂହା, ବଲାଙ୍ଗୀର, ବଡ଼ମାଳ, ଟିଟିଲାଗଡ଼, କେସିଙ୍ଗା, ମୁନିଗୁଡା, ଥେରୁବାଲି, ରାୟଗଡା, ଟିକିରି, ଲକ୍ଷ୍ମୀପୁର, କାକିରିଗୁମା, ବାଇଗୁଡ଼ା ଏବଂ ଦାମନଯୋଡି, ଷ୍ଟେସନ ମାନଙ୍କଠାରେ ରହଣି କରିବ।

* ରେଳବାଇ ରିଜର୍ଭେସନ କାଉଣ୍ଟର ଓ ଆଇଆରସିଟିସି ୱେବସାଇଟ ମାଧ୍ୟମରେ ଟିକେଟ ବୁକ କରିହେବ।

* କେବଳ କନଫର୍ମ ଟିକେଟ ଥିବା ଯାତ୍ରୀ ମାନେ ଟ୍ରେନ ରେ ଯାତ୍ରା କରିପାରିବେ

* ଅନ୍ୟ ସ୍ୱତନ୍ତ୍ର ଟ୍ରେନ ଯଥା ନୂଆଦିଲ୍ଲୀ-ଭୁବନେଶ୍ୱର, ଭୁବନେଶ୍ୱର-ମୁମ୍ବାଇ ଏବଂ ଭୁବନେଶ୍ୱର-ହାଇଦ ସ୍ୱତନ୍ତ୍ର ଟ୍ରେନ ଗୁଡିକ ପୂର୍ବ ବିଜ୍ଞପ୍ତି ଅନୁଯାଇ ଚଳାଚଳ କରିବ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଏଣିକି ବର୍ଷକୁ 70 ହଜାର କୋଟି ଟଙ୍କାର ମେକ୍ ଇନ୍ ଇଣ୍ଡିଆ ସାମଗ୍ରୀ କିଣିବ ବୋଲି ରେଳ ବିଭାଗର ନିଷ୍ପତି

ନୂଆଦିଲ୍ଲୀ, ରେଳବାଇ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋଏଲ ମେକ୍‌ ଇନ୍‌ ଇଣ୍ଡିଆ କାର୍ଯ୍ୟକ୍ରମରେ ଉତ୍ପାଦିତ ହେଉଥିବା ସାମଗ୍ରୀକୁ ରେଳବାଇ ପ୍ରୋତ୍ସାହିତ କରିବା ଏବଂ ସେସବୁ ସାମଗ୍ରୀ କିଣିବା ନେଇ ଥିବା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ଅବସରରେ ଶ୍ରୀ ଗୋଏଲ ସଂପୃକ୍ତ ଉଦ୍ୟୋଗଗୁଡିକ ମଧ୍ୟରେ ବିଶ୍ୱାସ ସୃଷ୍ଟି ସହିତ ଦୁର୍ନୀତିମୁକ୍ତ ତଥା ସ୍ୱଚ୍ଛ ଉପାୟରେ ରେଳବାଇ ସେମାନଙ୍କଠାରୁ ସାମଗ୍ରୀ କିଣିବା ଉପରେ ଜୋର୍‌ ଦେଇଛନ୍ତି ।

ଏହି ଅବସରରେ ମେକ୍‌ ଇନ୍‌ ଇଣ୍ଡିଆ ଦ୍ୱାରା ଉତ୍ପାଦିତ କେଉଁ କେଉଁ ସାମଗ୍ରୀ ରେଳବାଇ କିଣିପାରିବ ଏବଂ ଏ ଦିଗରେ କି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି ତାହାର ସେ ସମୀକ୍ଷା କରିଥିଲେ । ରେଳବାଇ ସାମଗ୍ରୀ କ୍ରୟ ବ୍ୟବସ୍ଥାରେ ସ୍ଥାନୀୟ ଭେଣ୍ଡରମାନଙ୍କୁ ସାମିଲ କରିବା ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଥିଲେ । ସାମଗ୍ରୀ କ୍ରୟ ନିୟମରେ ସ୍ଥାନୀୟ ସାମଗ୍ରୀ କିଣିବା ପାଇଁ ଏକ ଧାରା ରଖିବା ନିଷ୍ପତ୍ତି ନିଆଯାଇଛି । ଏଥିରେ ସ୍ଥାନୀୟ ଭେଣ୍ଡର ଓ ଯୋଗାଣକାରୀଙ୍କୁ ନିଲାମରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ । ଏହାଫଳରେ ଆତ୍ମନିର୍ଭର ଭାରତ ଅଭିଯାନର ଲକ୍ଷ୍ୟ ସଫଳ ହୋଇପାରିବ ବୋଲି ସେ କହିଛନ୍ତି । ନୀତି ନିୟମରେ ଉପଯୁକ୍ତ ସଂଶୋଧନ କରିବା ପାଇଁ ଏହି ଅବସରରେ ମନ୍ତ୍ରୀ ଡିପିଆଇଆଇଟିର ସକ୍ରିୟ ସହଯୋଗ ଲୋଡିଛନ୍ତି ।

ସମୀକ୍ଷା ଅବସରରେ ରେଳବାଇ ସାମଗ୍ରୀ କ୍ରୟ କ୍ଷେତ୍ରରେ ମେକ୍‌ ଇନ୍‌ ଇଣ୍ଡିଆ ଦ୍ୱାରା ଦେଶରେ ଉତ୍ପାଦିତ ସାମଗ୍ରୀ ଏବଂ ଏଥିରେ ସ୍ଥାନୀୟ ଯୋଗାଣକାରୀ ଓ ଭେଣ୍ଡରଙ୍କୁ ସଂପୃକ୍ତ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା । କ୍ରୟ ସମ୍ବନ୍ଧୀୟ ବିଭିନ୍ନ ବିଷୟ ଭେଣ୍ଡରମାନଙ୍କୁ ଅବଗତ କରାଇବା ପାଇଁ ଏକ ହେଲ୍ପଲାଇନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଏହାଛଡା ବାରମ୍ବାର ପଚରା ଯାଉଥିବା ପ୍ରଶ୍ନର ଉତ୍ତର ଦେବାକୁ ଏକ ସ୍ୱତନ୍ତ୍ର ବିଭାଗ ଖୋଲିବାକୁ ମଧ୍ୟ ମତପ୍ରକାଶ ପାଇଛି ।

ଏହି ସମୀକ୍ଷା ବୈଠକରେ ରେଳବାଇ ବୋର୍ଡର ସାମଗ୍ରୀ ପରିଚାଳନା ବିଭାଗର ସଦସ୍ୟ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ । ସରକାରୀ ଇ-ମାର୍କେଟ ବ୍ୟବସ୍ଥାରେ ମେକ୍‌ ଇନ୍‌ ଇଣ୍ଡିଆ କାର୍ଯ୍ୟକ୍ରମରେ ପ୍ରସ୍ତୁତ ଭାରତୀୟ ସାମଗ୍ରୀ କ୍ରୟ କରିବାପାଇଁ ଯେଉଁସବୁ ପଦକ୍ଷେପ ଗ୍ରହଣ କରାଯାଇଛି ସେ ବିଷୟରେ ସେ ଅବଗତ କରିଥିଲେ । ଏହି ସମୀକ୍ଷା ବୈଠକରେ ରେଳବାଇ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସୁରେଶ ଅଙ୍ଗାଡ଼ି, ରେଳବାଇ ବୋର୍ଡର ସମସ୍ତ ସଦସ୍ୟ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ/ଜିଇଏମ୍‌, ଡିପିଆଇଆଇଟି ଏବଂ ବାଣିଜ୍ୟ ମନ୍ତ୍ରଣାଳୟର ପ୍ରତିନିଧିମାନେ ଯୋଗ ଦେଇଥିଲେ ।

ରେଳବାଇ ସାମଗ୍ରୀ କ୍ରୟ ବ୍ୟବସ୍ଥାରେ ଅଧିକରୁ ଅଧିକ ଭାରତୀୟ ସେବା ପ୍ରଦାନକାରୀ ଓ ଦ୍ରବ୍ୟ ଉତ୍ପାଦକମାନଙ୍କୁ ସାମିଲ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ଏମାନଙ୍କୁ ସରକାରୀ ଇ-ମାର୍କେଟ ସହ ଯୋଡି ଅଭିନବ ଉପାୟରେ କିପରି ସେମାନଙ୍କଠାରୁ ସାମଗ୍ରୀ ଓ ସେବା ସହଜରେ କିଣିହେବ ତାହାର ଏକ ରଣନୀତି ପ୍ରସ୍ତୁତ କରିବାକୁ ମତପ୍ରକାଶ ପାଇଥିଲା । ରେଳବାଇ ମନ୍ତ୍ରୀ ଶ୍ରୀ ଗୋଏଲ କହିଥିଲେ ଯେ ରେଳ ମନ୍ତ୍ରଣାଳୟ ବର୍ଷକୁ ପ୍ରାୟ 70 ହଜାର କୋଟି ଟଙ୍କାର ସାମଗ୍ରୀ ଓ ସେବା କିଣୁଥିବାରୁ ଏହାକୁ ସରକାରୀ ଇ-ମାର୍କେଟ ପ୍ଲାଟଫର୍ମ ମାଧ୍ୟମରେ ବ୍ୟାପକ କରି ଦେଶର କୋଣ ଅନୁକୋଣରେ ଥିବା ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗରୁ ସାମଗ୍ରୀ କିଣିବାକୁ ରେଳବାଇ ନିଶ୍ଚିତ କରିବ ।

ରେଳବାଇ ଭାରତ ସରକାରଙ୍କର ଅନ୍ୟତମ ସର୍ବବୃହତ୍‌ ସାମଗ୍ରୀ କ୍ରୟକାରୀ ସଂସ୍ଥା । ଏହା ନିଜର କ୍ରୟ ବ୍ୟବସ୍ଥାକୁ ସରକାରୀ ଇ-ମାର୍କେଟ ପ୍ଲାଟଫର୍ମ ସହ ସଂଯୁକ୍ତ କରୁଛି । ଏହି ପ୍ଲାଟଫର୍ମର ସଂପୂର୍ଣ୍ଣ ଉପଯୋଗ କରି ଦେଶରେ ଉତ୍ପାଦିତ ହେଉଥିବା ସାମଗ୍ରୀ ଓ ସେବାକୁ ନିଜର ଆବଶ୍ୟକତା ଅନୁସାରେ କିଣିବା ପାଇଁ ରେଳବାଇ ଉଦ୍ୟମ ଜାରି ରଖିଛି । ଏହି ସାମଗ୍ରୀ କ୍ରୟ ବ୍ୟବସ୍ଥାକୁ ତ୍ରୁଟିଶୂନ୍ୟ ଓ ନିରବଚ୍ଛିନ୍ନ କରିବା ପାଇଁ ଆଇଆରଇପିଏସ୍‌ ଓ ଇ-ମାର୍କେଟ ବ୍ୟବସ୍ଥାକୁ ଇ-ବ୍ୟବସ୍ଥା ମଧ୍ୟରେ ସମନ୍ୱୟ ରଖିବା ଉପରେ ଗୁରୁତ୍ୱ ଦିଆଯାଉଛି ।

ବୈଠକ ଅବସରରେ ରେଳବାଇର କ୍ରୟ ବ୍ୟବସ୍ଥାକୁ ଦୁର୍ନୀତିମୁକ୍ତ ଏବଂ ସ୍ୱଚ୍ଛ କରିବାର ଉପାୟ ବାହାର କରିବା ଘେନି ଆଲୋଚନା ହୋଇଥିଲା । ଏଥିରେ ରେଳବାଇ ସହିତ ଡିପିଆଇଆଇଟି ଏବଂ ସରକାରୀ ଇ-ମାର୍କେଟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବାରୁ ଏହି 3 ବ୍ୟବସ୍ଥା ମଧ୍ୟରେ ସମନ୍ୱୟ ରକ୍ଷା କରିବା ଜରୁରି ବୋଲି ମତପ୍ରକାଶ ପାଇଥିଲା । ଏହାଛଡା ସ୍ଥାନୀୟ ଭେଣ୍ଡରମାନଙ୍କୁ କ୍ରୟ ବ୍ୟବସ୍ଥାରେ ସଂପୃକ୍ତ କରିବାକୁ ସ୍ଥାନୀୟ ଶିଳ୍ପସଂସ୍ଥାଗୁଡିକ ସହ ମଧ୍ୟ ସଂପର୍କ ରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଥିଲା ।

ଏହି ସମୀକ୍ଷା ବୈଠକ ଅବସରରେ ଭେଣ୍ଡରମାନଙ୍କ ପାଇଁ ଏକ ସରଳ ଓ ଉପଯୋଗୀ ୱେବ ଇଣ୍ଟରଫେସ୍‌ ବ୍ୟବସ୍ଥା ତିଆରି କରିବାକୁ ନିଷ୍ପତ୍ତି ନିଆଯାଇଛି । ଭାରତୀୟ ରେଳବାଇ ଏହା ତିଆରି କରିବ । ଏଥିରେ ରେଳବାଇ କିଣିବାକୁ ଥିବା ସାମଗ୍ରୀ, ସେବା ଏବଂ ଅନ୍ୟାନ୍ୟ ତଥ୍ୟ ସ୍ପଷ୍ଟଭାବେ ଉଲ୍ଲେଖ ରହିବ । ଏହି ତଥ୍ୟ ଆଧାରରେ ସ୍ଥାନୀୟ ଭେଣ୍ଡରମାନେ ରେଳବାଇକୁ ସ୍ଥାନୀୟ ଉତ୍ପାଦ ଓ ସେବା ସହଜରେ ଯୋଗାଇପାରିବେ ।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ପକ୍ଷରୁ ୭୧ତମ ଗଣତନ୍ତ୍ର ଦିବସ ପାଳିତ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ଭୁବନେଶ୍ୱର ସ୍ଥିତ ରେଳବାଇ ଷ୍ଟାଡିୟମଠାରେ ୭୧ତମ ଗଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଅଛି । ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣ ଏହି ଅବସରରେ ପତାକା ଉତ୍ତୋଳନ କରିବା ସହ ରେଳବାଇ ସୁରକ୍ଷା ବଳ ପକ୍ଷରୁ ଆୟୋଜିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ । ରେଳବାଇ କର୍ମଚାରୀ ଓ ସେମାନଙ୍କର ପରିବାରବର୍ଗଙ୍କ ସହିତ ରେଳବ୍ୟବହାରକାରୀମାନଙ୍କୁ ଉଦବୋଧନ ଦେଇ ମହାପ୍ରବନ୍ଧକ ଶ୍ରୀ ବିଦ୍ୟାଭୂଷଣ ରେଳବାଇ କର୍ମଚାରୀ ମାନଙ୍କର ନିଷ୍ଠାପର ସେବା, ରେଳପଥର କାର୍ଯ୍ୟ ଦକ୍ଷତା ସହିତ ଯାତ୍ରୀ ସୁବିଧା, ସୁରକ୍ଷା ଓ ନିରାପତ୍ତା, ରେଳମାର୍ଗର ଭିତ୍ତିଭୂମିର ବିକାଶ, ଡିଜିଟାଲ ସେବା ଓ ମାନବ ସମ୍ବଳ ସମ୍ପର୍କରେ ଆଲୋକପାତ କରିଥିଲେ। ଭାରତର ବିକାଶ ପାଇଁ କର୍ମଚାରୀମାନଙ୍କର ନିଷ୍ଠାପର ସେବା ମନୋବୃତ୍ତିକୁ ମହାପ୍ରବନ୍ଧକ ପ୍ରଶଂସା କରିଥିଲେ।  ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ସୁଧୀର କୁମାରଙ୍କ ସହିତ ବିଭାଗୀୟ ପ୍ରମୁଖ ଅଧିକାରୀ, ଅନ୍ୟାନ ବରିଷ୍ଠ ଅଧିକାରୀ, କର୍ମଚାରୀ ଓ ସେମାନଙ୍କର ପରିବାର ବର୍ଗ ଏହି ଅବସରରେ ଉପସ୍ଥିତ ଥିଲେ। ରେଳପଥର ଉପ ମହାପ୍ରବନ୍ଧକ ଶ୍ରୀ ଅଶୋକ କୁମାର ମିଶ୍ର ଆୟୋଜିତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।