Categories
ଆଜିର ଖବର ଜାତୀୟ ଖବର

Train Accident: ସୁପରଫାଷ୍ଟ ଏକ୍ସପ୍ରେସ ଟ୍ରେନର ଚାରିଟି କୋଚ ଲାଇନଚ୍ୟୁତ

Train Accident: ରାଜସ୍ଥାନର ଅଜମେରର ମାଦର ରେଳ ଷ୍ଟେସନ ନିକଟରେ ଏକ ସୁପରଫାଷ୍ଟ ଟ୍ରେନର ଚାରିଟି କୋଚ୍ ଏବଂ ଇଞ୍ଜିନ ଲାଇନଚ୍ୟୁତ ହୋଇଛି। ଏହି ଘଟଣାଟି ଗତକାଲି ରାତି ୧ ଟା ଘଟିଥିବାର ଜଣାପଡିଛି।

ଅଧିକାରୀଙ୍କ ଅନୁଯାୟୀ ସାବରମତି-ଆଗ୍ରା ସୁପରଫାଷ୍ଟ ଟ୍ରେନର ଇଞ୍ଜିନ ସହିତ ଚାରି କୋଚ୍ ମାଦର ରେଳ ଷ୍ଟେସନ ନିକଟରେ ଦୁର୍ଘଟଣା ଗସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କୁ କିଛି କ୍ଷୟକ୍ଷତି ହୋଇ ନାହିଁ। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର‌୍ୟ୍ୟ ଆରମ୍ଭ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Train Accident: ପୁଣି ଏକ ଭୟାବହ ଟ୍ରିପଲ ଟ୍ରେନ ଦୁର୍ଘଟଣା, 6 ଜଣ ମୃତ୍ୟୁ

ଭୁବନେଶ୍ବର: ଆଜି ସଂଧ୍ୟାରେ ପୁଣି ଏକ ଟ୍ରିପଲ ଟ୍ରେନ ଦୁର୍ଘଟଣା ଘଟିଯାଇଛି। ଏହା ଓଡିଶା ଆନ୍ଧ୍ର ସୀମାନ୍ତରେ ଘଟିଛି। ଆଲମଣ୍ଡା ଷ୍ଟେସନରେ ବିଶାଖାପାଟନାମ ରାୟଗଡା ପାସେଞ୍ଜର ଏବଂ ବିଶାଖାପାଟନାମ୍ ପଲାସା ପାସେଞ୍ଜର ଟ୍ରେନ ପଛରୁ ଧକ୍କା ଦେଇଛି। ଏହାର ବିପରିତ ଲାଇନରେ ଆସୁଥିବା ଏକ ମାଲବାହୀ ଟ୍ରେନ ଉପରେ କେତକ ବଗି ମାଡି ବସିଛି।

ଏହି ଦୁର୍ଘଟଣାରେ 6 ଜଣଙ୍କର ମୃତ୍ୟୁ ହୋଇଥିବାର ଜଣାପଡିଛି। ତେବେ ଏହି ସଂଖ୍ୟା ଆହୁରି ବଢିବ ବୋଲି ଅନୁମାନ କରାଯାଇଛି। ସେହିପରି ଶତାଧିକ ଯାତ୍ରୀ ଆହତ ହୋଇଛନ୍ତି। ଏହି ଘଟଣା ପରେ ଭୁବନେଶ୍ବରରୁ ଏକ ଉଦ୍ଧାରକାରୀ ଦଳ ଘଟଣାସ୍ଥଳକୁ ଗସ୍ତ କରିଛନ୍ତି। ସେହିପରି ଉଦ୍ଧାର କାର୍ଯ୍ୟ କରିବା ପାଇଁ ଏନଡିଆରଏଫ ଟିମକୁ ମଧ୍ୟ ମୁତୟନ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଧାରକାର୍ଡ ଡାଟା ଯୋଗୁଁ ମିଳିଲା ଟ୍ରେନ ଦୁର୍ଘଟଣା ମୃତକଙ୍କ ପରିଚୟ

ଭୁବନେଶ୍ବର: ବାଲେଶ୍ବର ବାହନଗା ଟ୍ରେନ ଦୁର୍ଘଟଣା ସାରା ବିଶ୍ବକୁ ସ୍ତମ୍ଭିଭୂତ କରିଛି। ତେବେ ଏହି ଦୁର୍ଘଟଣା ପରେ ମୃତକଙ୍କ ପରିଚୟକୁ ନେଇ ବର୍ତ୍ତମାନ ଆହୁରି ଦୁଃଖଦ ପରିସ୍ଥିତି ସୃଷ୍ଟି ହୋଇଛି। ହେଲେ ଏହି ଚିହ୍ନଟ ପକ୍ରିୟାକୁ ବେଶ୍ ସରଳ କରିପାରିଛି ଆଧାର ସଂଯୋଗ ଡାଟା।

ମୃତକଙ୍କ ଆଙ୍ଗୁଠି ଛାପ ହିଁ ତାଙ୍କର ପରିଚୟକୁ ସମାନାକୁ ଆଣିଛି। ସମସ୍ତ ମୃତକଙ୍କ ଆଙ୍ଗୁଠି ଛାପ ନେଇ ଆଧାର ଲିଙ୍କ ସଂଯୋଗ ସହିତ ମେଳ କରାଯିବା ପରେ ସେଥିରୁ ୪୪ ଜଣଙ୍କର ପରିଚୟ ହାସଲ କରିବାରେ ସକ୍ଷମ ହୋଇଛି ପ୍ରଶାସନ।

ଯେତେବେଳେ ଆଧାର କାର୍ଡ କରାଯାଏ ସେତେବେଳେ ସମସ୍ତଙ୍କ ଆଙ୍ଗୁଠି ଛାପ ସହିତ ଆଖିର ଡାଟା ନିଆଯାଇ ସଂରକ୍ଷିତ ରଖାଯାଇଥାଏ। ସେହି ଆଧାରରେ ମୃତକଙ୍କ ଆଙ୍ଗୁଠି ଛାପ ନିଆଯାଇ ଆଧାର ଡାଟା ସହିତ ମେଳକ କରିବା ପରେ ୪୪ ଜଣଙ୍କର ସଂପୂର୍ଣ୍ଣ ପରିଚୟ ମିଳିପାରିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ମୃତକଙ୍କର ହେବ ଡିଏନଏ ଟେଷ୍ଟ, ଶବ ସଂରକ୍ଷଣ ପାଇଁ ଆସିଲେ ୧୭ ଜଣିଆ ଟିମ; ପ୍ରଦୀପ ଜେନା

ଭୁବନେଶ୍ବର: ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାରେ ମୃତକମାନଙ୍କ ସଂଖ୍ୟା, ଆହତମାନଙ୍କ ଚିକିତ୍ସା ଓ ଚିହ୍ନଟ ହୋଇନଥିବା ମୃତକଙ୍କ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନା କହିଛନ୍ତି ଯେ, ରେଳ ବିଭାଗଙ୍କଠାରୁ ପ୍ରାପ୍ତ ସୂଚନା ଆଧାରରେ ୨୮୮ଜଣଙ୍କର ମୃତ୍ୟୁ ଘଟିଛି ବୋଲି ସୂଚନା ଦିଆଯାଇଥିଲା।

କିନ୍ତୁ ପୁଙ୍ଖାନୁପୁଂଙ୍ଖ ଯାଂଚ ଓ ଗଣନା ପରେ ବାଲେଶ୍ୱର ଜିଲ୍ଲାପାଳଙ୍କ ଦ୍ୱାରା ମୃତକଙ୍କ ସଂପର୍କରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଏହି ସଂଖ୍ୟା ୨୭୫ ବୋଲି ସୂଚନା ମିଳିଛି। ଦୁର୍ଘଟଣାଗ୍ରସ୍ତ ସମସ୍ତ ବଗିଗୁଡିକରୁ ଆହତ ଓ ମୃତକମାନଙ୍କୁ  ଇତି ମଧ୍ୟରେ ବାହାର କରାଯାଇ ସାରିଛି।

ରବିବାର ସଂଧ୍ୟା ସୁଦ୍ଧା ୧୮୦ଟି ମୃତଦେହ ଭୁବନେଶ୍ୱରକୁ ଅଣାଯାଇ ଏମ୍ସ, ଆମ୍ରି, କ୍ୟାପିଟାଲ ହସ୍ପିଟାଲ, ସମ ଓ କିମସ୍ ହସ୍ପିଟାଲରେ ରଖାଯାଇଛି। ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ବା ଟ୍ରକ୍ ଯୋଗେ ମୃତଦେହ ଭୁବନେଶ୍ୱର ଆଣିବା ପାଇଁ ଚିନ୍ତା କରାଯାଇଥିଲା। କିନ୍ତୁ ସମସ୍ତ ମୃତଦେହକୁ ସମ୍ମାନର ସହିତ ଆଣିବା ପାଇଁ ଓଡିଶା ସରକାରଙ୍କ ପକ୍ଷରୁ ଗତକାଲି ୮୫ ଟି ଆମ୍ବୁଲାନ୍ସ ବ୍ୟବହାର କରାଯାଇ କ୍ରମାନ୍ୱୟରେ  ରାତି ସୁଦ୍ଧା ୧୭୦ଟି  ମୃତଦେହ  ଭୁବନେଶ୍ୱର ପହଁଚିଥିଲା ବେଳେ ଆଜି ଅବଶିଷ୍ଟ ୧୦ ଟି ମୃତଦେହ ବାଲେଶ୍ୱରରୁ  ଭୁବନେଶ୍ୱର ଆସି ପହଁଚିଛି ।

ମୋଟ ମୃତକ ୨୭୫ ମଧ୍ୟରୁ ବାଲେଶ୍ୱରରେ ୮୫ ଜଣ ଓ ଭୁବନେଶ୍ୱର ଅଣାଯିବା ପରେ ଆଉ ୩୯  ଜଣ ଏହିଭଳି ମୋଟ ୧୨୪ମୃତଦେହର  ଚିହ୍ଚଟକରଣ ସରିଛି ଓ ସେମାନଙ୍କର ସମ୍ପର୍କୀୟମାନଙ୍କୁ ମୃତଦେହ  ହସ୍ତାନ୍ତର ପ୍ରକ୍ରିୟା ଜାରି ରହିଛି । ମୃତଦେହର ଚିହ୍ନଟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ତିନୋଟି ଓ୍ୱେବ୍ ସାଇଟ୍ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ବ୍ୟବହାର ପାଇଁ ସୂଚନା ଦିଆଯାଇଛି । ସେଗୁଡିକ ହେଲା- www.osdma.org, www.srcodisha.nic.in ଏବଂ www.bmc.gov.in

ଯେଉଁ ଅବସ୍ଥାରେ ମୃତ ଦେହଗୁଡିକୁ ସଂଗ୍ରହ କରାଯାଇଥିଲା, ସେ ସମସ୍ତ ମୃତକମାନଙ୍କର ଫଟୋ ଏହି ସବୁ ଓ୍ୱେବ୍ ସାଇଟ୍ ରେ ଉପଲବ୍ଧ ହୋଇଛି। କିନ୍ତୁ ଏହି ଫଟୋ ସବୁ କେବଳ ଚିହ୍ନଟକରଣ ପାଇଁ ଉପଲବ୍ଧ ରହିଛି। ଯେହେତୁ ଦୁର୍ଘଟଣା ପରେ ଏହି ସବୁ ଫଟୋ ନିଆଯାଇଛି, ସେଥିରେ ଅଧିକାଂଶ ଫଟୋବିକୃତ ରହିଛି, ଯାହାକି ଦେଖିଲେ କାହାକୁ ମାନସିକ ଅସ୍ଥିରତା ଦେଇପାରେ।

ଏଣୁ କେବଳ ଚିହ୍ନଟକରଣ ଏବଂ ସେମାନଙ୍କର ସଂପର୍କୀୟମାନଙ୍କ  ଆବଶ୍ୟକତା ଅନୁସାରେ ଏହାକୁ ବ୍ୟବହାର କରିବା ସହ ଗଣମାଧ୍ୟମ ପ୍ରତିନିଧି, କୌଣସି ବ୍ୟକ୍ତିଙ୍କ ଦ୍ୱାରାରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ବିନା ଅନୁମତିରେ ଏହାର  ପ୍ରକାଶନ, ପ୍ରସାରଣ ଓ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଛି ବା ଅନ୍ୟ ଉଦ୍ଦେଶ୍ୟରେ ଏହା ବ୍ୟବହାର କରାଯାଇପାରିବ ନାହିଁ ବୋଲି ଉପରୋକ୍ତ  ଓ୍ୱେବ୍ ସାଇଟ୍ ଗୁଡିକରେ ଦର୍ଶାଯାଇଛି।

ପିଲାମାନେ ମଧ୍ୟ  ଏହି ଫଟୋ ଦେଖିବାକୁ ବାରଣ କରାଯାଇଛି । ଯେହେତୁ ଫଟୋଗୁଡିକ ଓ୍ୱେବ୍ ସାଇଟ୍ ରେ ଅପ୍ ଲୋଡ୍ ନକଲେ ସଂପର୍କୀୟମାନଙ୍କୁ ମୃତ ଦେହ ଚିହ୍ନଟ କରିବାରେ ଅସୁବିଧା ସୃଷ୍ଟି ହୋଇପାରେ,  ସେ ଦୃଷ୍ଟିରୁ ଏହି ଫଟୋ ଅପ ଲୋଡ୍ କରାଯାଇଛି।

ଭୁବନେଶ୍ୱରର ଉପରୋକ୍ତ ବିଭିନ୍ନ ହସ୍ପିଟାଲରେ ରଖାଯାଇଥିବା ମୃତଦେହଗୁଡିକର ଚିହ୍ନଟକରଣ ପ୍ରକ୍ରିୟାକୁ ସୁଗମ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ କମିଶନର ଶ୍ରୀ ବିଜୟ ଅମୃତା କୁଲାଙ୍ଗଙ୍କ ନେତୃତ୍ୱରେ ଟିମ୍ ଗଠନ କରାଯାଇଛି। ମୃତଦେହ ରହିଥିବା ଡାକ୍ତରଖାନା ପାଇଁ  ବିଏମସି ତରଫରୁ ଜଣେ ଜଣେ ନୋଡାଲ ଅଫିସର ଦାୟିତ୍ୱରେ ଅଛନ୍ତି।

ଦେଶର ଯେ କୌଣସି ସ୍ଥାନରୁ ଲୋକମାନେ ଯେପରି ମୃତଦେହ ସଂପର୍କରେ ଶୀଘ୍ର ଖବର ପାଇବେ, ସେଥିପାଇଁ  ନିଃଶୁଳ୍ପ ଟେଲିଫୋନ୍ ନଂ- ୧୮୦୦୩୪୫୦୦୬୧ଓ ନଂ-୧୯୨୯ ରାଜ୍ୟ ସରକାରଙ୍କ ତରଫରୁ ଜାରି କରାଯାଇଛି। ମୃତକମାନଙ୍କୁ ଚିହ୍ନଟ ପାଇଁ ଆସିବାକୁ ଥିବା ସେମାନଙ୍କର ସଂପର୍କୀୟମାନଙ୍କୁ ସହଯୋଗ ପାଇଁ ରେଳ ଷ୍ଟେସନ ଓ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ଠାରେ ସହାୟତା କେନ୍ଦ୍ର ଖୋଲା ଯାଇ ଟିମ୍ ମୁତୟନ ଅଛନ୍ତି।

ସେଠାରେ ସେମାନଙ୍କର ସଂପର୍କୀୟମାନେ ପହଁଚିବା ପରେ ସେମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ପ୍ରକାର ଆନୁଷଙ୍ଗିକ  ସହାୟତା ଦେଇ ମୃତଦେହମାନଙ୍କୁ ଦେଖାଇ ଦିଆଯିବ। ଅଭିଜ୍ଞ୪  ଜଣ  ପ୍ରଶାସନିକ ଅଧିକାରୀ, ଏନ୍. ଥିରୁମାଲା ନାୟକ, ସୁଶାନ୍ତ କୁମାର ମହାନ୍ତି, ରଶ୍ମିରଂଜନ ନାୟକ ଓ ଗଙ୍ଗାଧର ସାହୁ ଏହି ମୃତଦେହ ଚିହ୍ନଟକରଣପାଇଁ ସହାୟତା କରିବେ।

ସଂପର୍କୀୟମାନେ ମୃତଦେହ ଚିହ୍ନଟକରଣରେ ଯେପରି  ହଇରାଣ ନ ହେବେ, ସେଥିପ୍ରତି ଟିମ୍ ର ସମସ୍ତେ  ସେ ଦିଗରେ ସହାୟତା କରିବେ। ଚିହ୍ନଟକରଣ ପରେ ମୃତଦେହଗୁଡିକୁ ରାଜ୍ୟ ସରକାରଙ୍କ ଖର୍ଚ୍ଚରେ ପଠାଇବାର ବ୍ୟବସ୍ଥା କରାଯିବ। ମୃତଦେହ ପାଇଁ ଆବଶ୍ୟକ ମୃତ୍ୟୁ ପ୍ରମାଣ ପତ୍ର ପାଇବା ପାଇଁ ବାଲେଶ୍ୱର ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ସହଯୋଗ କରାଯିବ, ଯାହାକି ପରବର୍ତ୍ତୀ ସମୟରେ ମୃତକମାନଙ୍କ ସଂପର୍କୀୟଙ୍କୁ ସାହାଯ୍ୟ କରିବ।

ରବିବାର ସଂଧ୍ୟା ସୁଦ୍ଧା ୧୨୨ଟି କଲ ଏହି ଟୋଲ ଫ୍ରି ନମ୍ବରକୁ ଆସିଛି ଓ ମୃତକଙ୍କ ସଂପର୍କୀୟମାନେ ଯୋଗାଯୋଗ କରିଛନ୍ତି। ସେହିପରି ଆହତମାନଙ୍କ ତାଲିକା ମଧ୍ୟ ଓ୍ୱେବ୍ ସାଇଟ୍ ରେ ଅପଲୋଡ୍ କରାଯାଇଛି, ଯଦ୍ଦ୍ୱାରା କି ସେମାନେ  କେଉଁ କେଉଁ ହସ୍ପିଟାଲରେ ଅଛନ୍ତି, ସେମାନଙ୍କର ସଂପର୍କୀୟ  ଯୋଗାଯୋଗ କରିପାରିବେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କୁ ସର୍ବୋତ୍ତମ ଚିକିତ୍ସା ଏବଂ ମୃତକମାନଙ୍କ ପରିଜନଙ୍କୁ ଆବଶ୍ୟକୀୟ ସମସ୍ତ ସହାୟତା ଯୋଗାଇ ଦେବା ସହିତ ରେଳ ଚଳାଚଳ ସ୍ୱାଭାବିକ ହେବା ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀ, ଭୁବନେଶ୍ୱର, କଟକଠାରୁ କୋଲକାତା ପର୍ଯ୍ୟନ୍ତ ବିନା ଦେୟରେ ବସ୍ ସେବା ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଗତକାଲି ଚିକିତ୍ସିତ ହେଉଥିବା ୧୧୭୫ ଜଣ ଆହତଙ୍କ ମଧ୍ୟରୁ ୭୯୩ ଜଣ ଚିକିତ୍ସା ପରେ ଘରକୁ ଫେରିଛନ୍ତି। ଅବଶିଷ୍ଟ ୩୮୨ ଜଣଙ୍କର ଚିକିତ୍ସା ଜାରି ରହିଛି ଓ ଏ ବାବଦରେ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ। ଆଜି କର୍ଣ୍ଣାଟକର ଶ୍ରମ ମନ୍ତ୍ରୀ ସନ୍ତୋଷ ଲାଡ୍, କର୍ଣ୍ଣାଟକ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ କମିଶନର ଡଃ. ମନୋଜ ରଞ୍ଜନ, ବୈଜ୍ଞାନିକ ଏସ୍ .ଏସ୍. ଏମ୍ ଗାଭାସ୍କର ପ୍ରମୁଖ ଗତକାଲି ଦୁର୍ଘଟଣାସ୍ଥଳ ଓ ଆଜି ଓଡିଶା ରାଜ୍ୟ ଏସ୍ଆର୍ ସି ନିୟନ୍ତ୍ରଣ କକ୍ଷ ପରିଦର୍ଶନ କରି ମୁଖ୍ୟ ଶାସନ ସଚିବଙ୍କ ସହିତ ମୃତାହତଙ୍କ ସମ୍ପର୍କରେ ଆଲୋଚନା କରିଥିଲେ।

ସେହିପରି ତାମିଲନାଡୁର ମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍ ଓ ଏସ୍.ଏସ୍.ଶିବଶଙ୍କରଙ୍କ ସମେତ ରାଜ୍ୟର ବରିଷ୍ଠ  ଅଧିକାରୀ ଓ ପୋଲିସ୍ ଅଧିକାରୀ ଆସିଥିଲେ। ସମସ୍ତଙ୍କୁ ମୃତକ ଓ ଚିକିତ୍ସିତଙ୍କ  ସମ୍ପର୍କରେ ଆବଶ୍ୟକ ତଥ୍ୟ ଦିଆଯାଇଛି। ସମସ୍ତ ଆଗନ୍ତୁକ ଏବଂ ଅତିଥିମାନେ ଏହି ଟ୍ରେନ୍ ଦୁର୍ଘଟଣାରେ ଓଡିଶା ସରକାରଙ୍କ ଉଦ୍ଧାର ଓ ପରବର୍ତ୍ତୀ ପଦକ୍ଷେପକୁ ପ୍ରଶଂସା କରିଛନ୍ତି।

ଦୁର୍ଘଟଣା ପରିପ୍ରେକ୍ଷୀରେ ଟ୍ରେନ୍ ଚଳାଚଳ ବ୍ୟାହତ ହୋଇଥିବାରୁ ଯେହେତୁ ସମ୍ପର୍କୀୟମାନେ ମୃତଦେହ ଚିହ୍ନଟକରଣ ପାଇଁ ଆସିବାରେ ବିଳମ୍ବ ହେଉଛି, ସେଥିପାଇଁ ବେଙ୍ଗାଲୁରୁରୁ ସ୍ୱତନ୍ତ୍ର ବିମାନ ଯୋଗେ ଆଜି ୧୭ ଜଣିଆ ବିଶେଷଜ୍ଞଦଳ ଓଡିଶାରେ ପହଁଚି ମୃତଦେହଗୁଡିକୁ  କିପରି ଅଧିକ ଦିନ ସଂରକ୍ଷଣ କରି ରଖାଯାଇପାରିବ, ସେଥିପାଇଁ ବ୍ୟବସ୍ଥା ଗ୍ରହଣ କରୁଛନ୍ତି।

ଏ ସଂପର୍କରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଟେଲିଫୋନ୍ ଯୋଗେ  ଅନୁରୋଧ କରିଥିଲେ।ମେଡିକୋ-ଲିଗାଲ ପଦ୍ଧତି ଅନୁସାରେ ୪୮ ଘଣ୍ଟା ପରେ ଚିହ୍ନଟ ହୋଇପାରୁନଥିବା ଶବ ବ୍ୟବଚ୍ଛେଦ ପାଇଁ ବ୍ୟବସ୍ଥା ରହିଥିବା ବେଳେ ଯଦି ଅଧିକ ଦିନ ମୃତ ଦେହ ରଖିବା ସମ୍ଭବ ହେଉଛି, ତେବେ ତାହା କରିବା ପାଇଁ ପ୍ରୟାସ ଜାରି ରଖି ସେମାନଙ୍କର ସଂପର୍କୀୟମାନଙ୍କୁ ହସ୍ତାନ୍ତର କରାଯିବ ବୋଲି ଶ୍ରୀ ଜେନା କହିଛନ୍ତି। ଷ୍ଟେଟ୍ ଫୋରେନସିକ୍ ଲାବୋରେଟୋରୀରେ  ଡିଏନ୍ଏ ରଖିବା ବ୍ୟବସ୍ଥା କରାଯିବା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଚିକିତ୍ସିତ ହେଉଥିବାଙ୍କ ମଧ୍ୟରୁ ଯେଉଁ ୨ଜଣ ଗୁରୁତର ରହିଛନ୍ତି, ସେମାନଙ୍କର ସ୍ସାସ୍ଥ୍ୟାବସ୍ଥା ଭଲ ରହିଛି ଓ ସେମାନେ ଖୁବ୍ ଶୀଘ୍ର ଭଲ ହୋଇଯିବେ ବୋଲି ଆଶା ରହିଥିବା ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ପ୍ରକାଶ କରିଛନ୍ତି। ଚିହ୍ନଟ ହୋଇଥିବା ମୃତକଙ୍କ ମଧ୍ୟରେ କିଛି ପଶ୍ଚିମ ବଙ୍ଗ ,ବିହାର ଏବଂ ଓଡିଶାର ରହିଛନ୍ତି  ବୋଲି ଆପାତତଃ ଜଣାପଡିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Train Accident Rescue: କୋଲକାତାକୁ ମାଗଣା ବସ ସେବା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବାହାନଗା ଟ୍ରେନ୍ ଦୁର୍ଘଟଣା ଯୋଗୁଁ କୋଲକାତାର ସାଧାରଣ ଟ୍ରେନ୍ ସେବା ବ୍ୟାହତକୁ ଦୃଷ୍ଟିରେ ରଖି ଲୋକମାନେ କୋଲକାତାରେ ପହଞ୍ଚିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସେଥିପାଇଁ ଯାତ୍ରୀଙ୍କ ଏହି ସମସ୍ୟାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ପୁରୀ ଭୁବନେଶ୍ୱରରୁ କୋଲକାତା ପାଇଁ ଆଜିଠାରୁ ମାଗଣା ବସ୍ ସେବା ଘୋଷଣା କରିଛନ୍ତି।

ଏଥିପାଇଁ ଯାହା ଖର୍ଚ୍ଚ ପଡିବ ତାହା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସମ୍ପୂର୍ଣ୍ଣ ଭାବେ ଭରଣା କରାଯିବ। ବାଲେଶ୍ବର ମାର୍ଗରେ ସାଧାରଣ ଟ୍ରେନ୍ ସେବାର ପୁନରୁଦ୍ଧାର ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ଜାରି ରହିବ ବୋଲ ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଦୈନିକ ପ୍ରାୟ ୫୦ ଟି ବସ୍ ଓଡିଶାର ଉପରୋକ୍ତ ତିନୋଟି ସହରରୁ କୋଲକାତାକୁ ଯାତ୍ରୀ ପରିବହନ ସେବା ଯୋଗାଇଥାଏ।

Categories
ଆଜିର ଖବର ରାଜ୍ୟ ଖବର

Train Accident: ମୁଖ୍ୟମନ୍ତ୍ରୀ ଘୋଷଣା କଲେ ଅନୁକମ୍ପାମୂଳକ ସହାୟତା ରାଶି

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ବରରେ ହୋଇଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାର ଅନୁକମ୍ଫାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଏହି ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ନିକଟ ସଂପର୍କୀୟଙ୍କୁ 5 ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ ପାଇଁ ଘୋଷଣା କରିଛନ୍ତି। ସେହିପରି ଯେଉଁମାନେ ଗୁରୁତର ଆହତ ହୋଇଛନ୍ତି ସେମାନଙ୍କୁ ଏକ ଲକ୍ଷ ଟଙ୍କା ପ୍ରଦାନ କରାଯିବ।

ଏହି ରାଶି ମୁଖ୍ୟମନ୍ତ୍ରୀ ରିଲଫ ପାଣ୍ଠିରୁ ଭରଣା କରାଯିବ। ମୁଖ୍ୟମନ୍ତ୍ରୀ ଶୋକ ସନ୍ତପ୍ତ ପରିବାର ବର୍ଗକୁ ଶାନ୍ତନା ଦେବା ସହିତ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ପୂର୍ବରୁ ମୁଖ୍ୟମନ୍ତ୍ରୀ ଘଟଣାସ୍ଥଳକୁ ଯାଇ ଉଦ୍ଧାର କାର୍ଯ୍ୟର ତଦରାଖ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Train Accident Death Update: ମୃତ୍ୟୁ ସଂଖ୍ୟା ୨୮୮କୁ ବୃଦ୍ଧି

ଭୁବନେଶ୍ବର: ବାଲେଶ୍ବରର ବାହାନଗାରେ ହୋଇଥିବା ହୃଦୟବିଦାରକ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୮କୁ ବୃଦ୍ଧି। ଦୁର୍ଘଟଣାରେ ୯୦୦ରୁ ଉର୍ଦ୍ଧ୍ଵ ଆହତ ହୋଇ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏ ନେଇ ରାଜସ୍ବମନ୍ତ୍ରୀ ପ୍ରମିଳା ମଲ୍ଲିକ ସୂଚନା ପ୍ରଦାନ କରିଛନ୍ତି।

ବାଲେଶ୍ଵର ଡାକ୍ତରଖାନାରେ ୨୦୦ରୁ ଅଧିକ ଆହତ ଚିକିତ୍ସାଧୀନ ଅଛନ୍ତି। ଅପର ପକ୍ଷରେ ଦୁର୍ଘଟଣାସ୍ଥଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଦୁର୍ଘଟଣାକୁ ଅତ୍ୟନ୍ତ ହୃଦୟବିଦାରକ ବୋଲି ମନ୍ତ୍ରୀ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Train Accident Update: ମୃତକଙ୍କ ପରିବାର ପାଇଁ ଘୋଷଣା ହେଲା ଅନୁକମ୍ପା ରାଶି

ନୂଆଦିଲ୍ଲୀ: ବାଲେଶ୍ବରରେ ହୋଇଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ପରିବାର ବର୍ଗଙ୍କ ପାଇଁ ଅନୁକମ୍ପାମୂଳକ ରାଶି ଘୋଷଣା କରାଯାଇଛି। ଏହି ଘୋଷଣା ରେଳମନ୍ତ୍ରୀ ଅଶ୍ବନୀ ବୈଷ୍ଣବ କରିଛନ୍ତି। ଘୋଷଣା ଅନୁସାରେ ପ୍ରତ୍ୟେକ ମୃତକଙ୍କ ପରିବାର ବା ନିକଟ ସଂପର୍କୀୟଙ୍କୁ ଦଶ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯିବ।

ସେହିପରି ଗୁରୁତର ଆହତଙ୍କୁ ମାଗଣା ଚିକିତ୍ସା ସହିତ ଦୁଇ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ସେହିପରି ସାମାନ୍ୟ ଆହତଙ୍କୁ ପଟାଶ ହଜାର ଟଙ୍କା ପ୍ରଦାନ କରାଯିବ। ଏ ନେଇ ରେଳମନ୍ତ୍ରୀ ଟୁଇଟ କରି ଅବଗତ କରାଇଛନ୍ତି। ଏଥିସହିତ ସେ ଘଟଣାସ୍ଥଳକୁ ଯାଇ ଦୁର୍ଘଟଣା ଏବଂ ଉଦ୍ଧାର କାର୍ଯ୍ୟ ତଦାରଖ କରିବେ ବୋଲି ଉଲ୍ଲେଖ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Train Accident Review: ଯାତ୍ରୀ ଉଦ୍ଧାର କାର୍ଯ୍ୟର ସମୀକ୍ଷା କଲେ ନବୀନ, ଯିବେ ବାଲେଶ୍ବର

ଭୁବନେଶ୍ୱର: ବାଲେଶ୍ବର ନିକଟରେ ହୋଇଥିବା ଦୁଃଖଦ ଟ୍ରେନ୍ ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ଆହତ ଯାତ୍ରୀଙ୍କ ଜୀବନ ରକ୍ଷା କରିବା ବର୍ତ୍ତମାନ ସରକାରଙ୍କ ପ୍ରାଥମିକତା ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ ସନ୍ଧ୍ୟାରେ SRC କାର୍ଯ୍ୟାଳୟ ପରିଦର୍ଶନ କରି ପରିସ୍ଥିତିର ଅନୁଧ୍ୟାନ କରିଥିଲେ। ଗଣମାଧ୍ୟମ ସହ କଥାବାର୍ତ୍ତା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆହତ ଲୋକଙ୍କୁ ଡାକ୍ତରଖାନା ନେବା ଏବଂ ସେମାନଙ୍କ ଜୀବନ ରକ୍ଷା କରିବା ଆମର ପ୍ରଥମ ପ୍ରାଥମିକତା। ସେ ନେଇ ସମସ୍ତ ପଦକ୍ଷେପ ନେବା ପାଇଁ କୁହାଯାଇଛି।

ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ଏସଆରସି କଣ୍ଟ୍ରୋଲ ରୁମ ଆସି ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ। ଆସନ୍ତାକାଲି ସକାଳେ ସେ ଦୁର୍ଘଟଣା ସ୍ଥଳ ପରିଦର୍ଶନ କରି ଘଟଣାସ୍ଥଳରେ ମଧ୍ୟ ସମୀକ୍ଷା କରିବେ। ଉଦ୍ଧାର କାର୍ଯ୍ୟକୁ ତଦାରଖ କରିବା ଏବଂ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପୂର୍ବରୁ ରାଜସ୍ୱ ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀଙ୍କ ଏକ ଦଳକୁ ଘଟଣାସ୍ଥଳକୁ ପଠାଇଛନ୍ତି।

ଆଜିର ଏହି ସମୀକ୍ଷା ବୈଠକରେ ଉନ୍ନୟନ କମିଶନର ଅନୁ ଗର୍ଗ, ସିଏମ୍ (5 ଟି) ର ସଚିବ ଶ୍ରୀ ଭି.କେ ପାଣ୍ଡିଆନ୍, ସୂଚନା ଓ ଲୋକସଂପର୍କ ସଚିବ ଶ୍ରୀ ସଂଜୟ ସିଂ, ପରିବହନ ସଚିବ ଉଷା ପାଢୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Train Accident Help Line: ଯାତ୍ରୀଙ୍କ ପରିବାର ଲୋକଙ୍କ ପାଇଁ ଜାରୀ ହେଲା ହେଲ୍ପ ଲାଇନ

ଭୁବନେଶ୍ବର: ବାଲେଶ୍ବରଠାରେ କରମମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ପରେ East Coast Railway ତରଫରୁ Help Line ଜାରି କରାଯାଇଛି। ଏହି ଫୋନ ମାଧ୍ୟମରେ ଯାତ୍ରୀଙ୍କ ପରିବାର ବର୍ଗ ଏହି ଭୟଙ୍କର ଦୁର୍ଘଟଣା ସଂପର୍କରେ ଅବଗତ ହୋଇପାରିବେ। ସେହି ନମ୍ବରଗୁଡିକ ହେଲା

Hawrah Help Line- 033-26382217

Kharagpur Help Line- 89720739925

Balesore Help Line- 8249591559/ 7978418322

Shalimar Help Line- 9903370746

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Train Accident: ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତ୍ବରିତ ପଦକ୍ଷେପ

ରେଳ ଦୁର୍ଘଟଣା: ଆଜି ବାଲେଶ୍ବର ନିକଟସ୍ଥ ବାହାନଗା ଷ୍ଟେସନ୍‌ ନିକଟ ପଣପଣାଠାରେ ଦୁର୍ଘଟଣା ଗସ୍ତ ହୋଇଛି। ଏଥିରେ ଆଠଟି ବଗି ଲାଇନଚ୍ୟୁତ ହୋଇ ପୁରା ଓଲଟି ପଡିଥିବାର ଜଣାପଡିଛି। ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ସୂଚନା ଆସି ନ ଥିଲେ ମଧ୍ୟ ବହୁ ଯାତ୍ରୀ ଟ୍ରେନ ତଳେ ଚାପି ହୋଇଥିବାର ଅନୁମାନ କରାଯାଇଛି।

ଏହି ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତ୍ବରିତ ପଦକ୍ଷେପ ଗ୍ରହଣ କରିଛନ୍ତି। ସେ ଦୁର୍ଘଟଣା ସ୍ଥଳରେ ତୁରନ୍ତ ପହଞ୍ଚିବା ପାଇଁ ରାଜସ୍ବମନ୍ତ୍ରୀ ପ୍ରମିଳା ମଲ୍ଲିକ ଏବଂ ସ୍ବତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁଙ୍କୁ ନିର୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ପାଇବା ପରେ ରାଜସ୍ବ ମନ୍ତ୍ରୀ ଏବଂ ଏସଆରୃସି ଦୁର୍ଘଟଣା ସ୍ଥଳ ଅଭିମୁଖେ ଯାତ୍ରା କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Train Accident: କରମଣ୍ଡଳର ଚାରୋଟି ବଗି ଲାଇନଚ୍ୟୁତ, ଯାତ୍ରୀ ଚାପି ହୋଇ ରହିଥିବା ସନ୍ଦେହ

ଭୁବନେଶ୍ବର: ଆଜି ସୁପର ଫାଷ୍ଟ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ଗସ୍ତ ହୋଇଛି। ଏହି ଟ୍ରେନଟି ସାଲିମାର ରୁ ଚେନ୍ନାଇ ଯାଉଥିବା ବେଳେ ବାଲେଶ୍ବରର ବାହାନଗା ଷ୍ଟେସନ୍‌ ନିକଟ ପଣପଣାଠାରେ ଦୁର୍ଘଟଣା ଗସ୍ତ ହୋଇଛି। ଏହି ଟ୍ରେନର ଚାରୋଟି ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି।

ତେବେ ଦୁର୍ଘଟଣାରୁ ଜଣପଡିଛି ଯେ, ଏହା ନିଶ୍ଚିତ ଏକ ଭୟଙ୍କର ରୂପ ନେଇଛି। ତେବେ ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ସଂପର୍କରେ କୌଣସି ସୂଚନା ମିଳିପାରି ନାହିଁ। ତେବେ ଟ୍ରେନ ବଗି ତଳେ ବହୁ ଯାତ୍ରୀ ଚାପି ହୋଇ ରହଥିବାର ଜଣାପଡିଛି। ସ୍ଥାନ ଲୋକମାନେ ବର୍ତ୍ତମାନ ଉଦ୍ଧାର କାର୍ଯ୍ୟରେ ଲାଗିପଡିଛନ୍ତି। ତେବେ ଏ ନେଇ ରେଳ ବିଭାଗ ତରଫରୁ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କୋରେଇ ଦୁର୍ଘଟଣା ପାଇଁ ବାତିଲ ହେଲା ୯ ଟି ଟ୍ରେନ, ୫ ଟି ଆଂଶିକ ବାତିଲ, ୧୨ ଟିର ଗତିପଥ ବଦଳ

Train Accident: କରୋଇ ଷ୍ଟେଲନରେ ହୋଇଥିବା ମାଲବାହୀ ଟ୍ରେନର ମର୍ମତୁନ୍ତ ଦୁର୍ଘଟଣାରେ ତିନିଜଣ ଯାତ୍ରୀ ମୃତ୍ୟୁବରଣ କରିବା ସହିତ ଅନେକ ଆହତ ହୋଇଛନ୍ତି। ରେଳ ଧାରଣ ଉପରେ ମାଲବାହୀ ଟ୍ରେନର ବଗିଗୁଡିକ ପଡି ରହିଛି। ଫଳରେ ଟ୍ରେନ ଚଳାଚଳରେ ବାଧା ଉପୁଜିଛି।

ସେଥିପାଇଁ ପୂର୍ବତଟ ରେଳପଥ ୯ ଟି ଟ୍ରେନକୁ ସଂପୂର୍ଣ୍ଣ ବାତିଲ କରିଥିବା ବେଳେ, ୫ ଟି ଆଂଶିକ ବାତିଲ ଏବଂ ୧୨ ଟିର ଗତିପଥ ବଦଳ କରିଛନ୍ତି। ଯେଉଁ ଟ୍ରେନ୍ ଗୁଡିକ ବାତିଲ୍ ହୋଇଛି, ଆଂଶିକ ବାତିଲ୍ ହୋଇଛି ସେଗୁଡିକ ହେଲା

ଟ୍ରେନର ବାତିଲ୍ (୨୧.୧୧.୨୦୨୨):

୧୨୦୭୩- ହାୱଡା-ଭୁବନେଶ୍ୱର ଜନଶତାଦ୍ଦୀ ଏକ୍ସପ୍ରେସ
୧୨୨୭୭- ହାୱରା-ପୁରୀ ଶତାଦ୍ଦୀ ଏକ୍ସପ୍ରେସ
୧୨୮୨୧- ଶାଲିମାର-ପୁରୀ ଏକ୍ସପ୍ରେସ
୧୨୮୨୨- ପୁରୀ-ଶାଲିମାର ଏକ୍ସପ୍ରେସ
୧୮୦୪୫- ଶାଲିମାର-ହାଇଦ୍ରାବାଦ ଏକ୍ସପ୍ରେସ
୦୮୪୫୪/୦୮୪୫୩-  କଟକ-ଭଦ୍ରକ-କଟକ ସ୍ପେଶାଲ ଟ୍ରେନ
୦୮୪୪୧/୦୮୪୪୨-  ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ସ୍ପେଶାଲ ପ୍ୟାସେଞ୍ଜର
୦୮୪୧୨- ଭୁବନେଶ୍ୱର-ବାଲେଶ୍ବର ସ୍ପେଶାଲ ପ୍ୟାସେଞ୍ଜର

ଟ୍ରେନର ଆଂଶିକ ବାତିଲ୍:

୧୨୦୭୪-  ଭୁବନେଶ୍ୱର-ହାୱାଡା ଜନଶତାଦ୍ଦୀ ଏକ୍ସପ୍ରେସ ଯାଜପୁର ପଯ୍ୟନ୍ତ ଚାଲିବ ଏବଂ ଯାଜପୁର ଏବଂ ହାୱାର ମଧ୍ୟରେ ବାତିଲ ରହିବ
୧୨୨୭୮- ପୁରୀ-ହାୱରା ଶତାଦ୍ଦୀ ଏକ୍ସପ୍ରେସ ଯାଜପୁର ପଯ୍ୟନ୍ତ ଚାଲିବ ଏବଂ ଯାଜପୁର ଏବଂ ହାୱାଡା ମଧ୍ୟରେ ବାତିଲ ହୋଇ ରହିବ
୦୮୪୧୧- ବାଲେଶ୍ବର-ଭୁବନେଶ୍ୱର ପାସେଞ୍ଜର ସ୍ପେଶାଲ କେନୁପଡା ପଯ୍ୟନ୍ତ ଚାଲିବ ଏବଂ କେନୁପଡା ଏବଂ ଭୁବନେଶ୍ୱର ମଧ୍ୟରେ ବାତିଲ ରହିବ
୧୨୮୯୧- ବାଙ୍ଗିରିପୋସି-ଭୁବନେଶ୍ୱର ଏକ୍ସପ୍ରେସ ଭଦ୍ରକ ପଯ୍ୟନ୍ତ ଚାଲିବ ଏବଂ ଭଦ୍ରକ ଏବଂ ଭୁବନେଶ୍ୱର ମଧ୍ୟରେ ବାତିଲ ହୋଇ ରହିବ
୧୮୦୨୧- ଖଡଗପୁର-ଖୁର୍ଦ୍ଧା ଏକ୍ସପ୍ରେସ ଭଦ୍ରକ ପଯ୍ୟନ୍ତ ଚାଲିବ ଏବଂ ଭଦ୍ରକ ଏବଂ ଭୁବନେଶ୍ୱର ମଧ୍ୟରେ ବାତିଲ ହୋଇ ରହିବ

ଟ୍ରେନର ଗତିପଥ ପରିବର୍ତ୍ତନ

୧୮୦୪୬- ହାଇଦ୍ରାବାଦ-ଶାଲିମାର ଇଷ୍ଟକୋଷ୍ଟ ଏକ୍ସପ୍ରେସ ଜାଖପୁରା-ଜାରୋଲି-ଟାଟା ମାଧ୍ୟମରେ ପରିବର୍ତ୍ତିନ ହେବ
୧୮୪୭୭- ପୁରୀ-ଋଷିକେଶ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଅନୁଗୁଳ-ସମ୍ବଲପୁର ସହର-ଝାରସୁଗୁଡା ଦେଇ ସ୍ଥାନାନ୍ତରିତ ହେବ
୨୨୮୫୨- ବାଙ୍ଗାଲୋର-ସାନ୍ତ୍ରାଗାଚି ଏକ୍ସପ୍ରେସ ଜାଖପୁରା-ଜାରୋଲି-ଟାଟା ମାଧ୍ୟମରେ ଡାଇଭର୍ଟ ହେବ
୨୨୬୪୧- ତ୍ରିଭେଦମ୍-ଶାଲିମର ଏକ୍ସପ୍ରେସ ଜାଖପୁରା-ଜାରୋଲି-ଟାଟା ମାଧ୍ୟମରେ ଡାଇଭର୍ଟ ହେବ
୧୨୭୦୪- ସିକନ୍ଦରାବାଦ-ହାୱଡା ଫାଲକନୁମା ଏକ୍ସପ୍ରେସ ଅନୁଗୁଳ-ସମ୍ବଲପୁର ସହର-ଝାସୁଗୁଡା ମାଧ୍ୟରେ ସ୍ଥାନାନ୍ତରିତ ହେବ
୨୦୮୯୦- ତିରୁପତି-ହାୱାଡା ଏକ୍ସପ୍ରେସ ଅନୁଗୁଳ-ସମ୍ବଲପୁର ସହର-ଝାରସୁଗୁଡା ଦେଇ ସ୍ଥାନାନ୍ତରିତ ହେବ
୧୨୨୪୬-ବାଙ୍ଗାଲୋର-ହାଓ୍ବାଡା ଦୁରୋନ୍ତ ଏକ୍ସପ୍ରେସ ଅନୁଗୁଳ-ସମ୍ବଲପୁର ସହର ଝାରସୁଗୁଡା ଦେଇ ଡାଇଭର୍ଟ ହେବ
୧୨୮୬୪- ବାଙ୍ଗାଲୋର-ହାୱାଡା ଏକ୍ସପ୍ରେସ ଜାଖପୁରା-ଜାରୋଲି-ଟାଟା ମାଧ୍ୟମରେ ଡାଇଭର୍ଟ ହେବ
୨୨୩୦୫- ବାଙ୍ଗାଲୋର-ଯସିଡିହ ଏକ୍ସପ୍ରେସ ଜାଖପୁରା-ଜାରୋଲି-ଟାଟା ମାଧ୍ୟମରେ ଡାଇଭର୍ଟ ହେବ ..
୨୨୮୦୮ ଚେନ୍ନାଇ-ସାନ୍ତ୍ରାଗାଚି ଏକ୍ସପ୍ରେସ ଜାଖପୁରା-ଜାରୋଲି-ଟାଟା ମାଧ୍ୟମରେ ଡାଇଭର୍ଟ ହେବ
୨୨୮୨୩ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ଜାଖପୁରା-ଜାରୋଲି-ଟାଟା ମାଧ୍ୟମରେ ଡାଇଭର୍ଟ ହେବ
୧୨୮୧୫ ପୁରୀ-ଆନନ୍ଦ ବିହାର ନନ୍ଦନ କାନନ ଏକ୍ସପ୍ରେସ ଜାଖପୁରା-ଜାରୋଲି-ଟାଟା ଦେଇ ଗତି କରିବ

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଟ୍ରେନ ଦୁର୍ଘଟଣାରେ ମୃତବରଣ କରିଥିବା ପରିବାରଙ୍କୁ ଅନୁକମ୍ପା ରାଶି ଘୋଷଣା କଲେ ରେଳମନ୍ତ୍ରୀ

Train Accident: କୋରେଇ ରେଳ ଷ୍ଟେସନରେ ଏକ ବଡ ଟ୍ରେନ ଦୁର୍ଘଟଣା ଘଟିଯାଇଛି। ଏଥିରେ ତିନିଜଣ ଯାତ୍ରା ପ୍ରାଣ ହରାଇଛନ୍ତି। ଏହି ମୃତକଙ୍କ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଦୁଇ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ସେହିପରି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମଧ୍ୟ ଅନୁକମ୍ପା ରାଶି ଘୋଷଣା କରିଛନ୍ତି।

ଏକ ଟୁଇଟ କରି ରେଳମନ୍ତ୍ରୀ କହିଛନ୍ତି ଯେ, କୋରେଇ ଠାରେ ପଣ୍ୟବାହୀ ଟ୍ରେନ ଦୁର୍ଘଟଣା ଯୋଗୁଁ ମୃତାହତ ହୋଇଥିବା ବ୍ୟକ୍ତିମାନଙ୍କ ପ୍ରତି ଗଭୀର ଦୁଃଖ ପ୍ରକାଶ କରୁଛି। ମୃତ ବ୍ୟକ୍ତି ମାନଙ୍କ ପରିବାର ସଦସ୍ୟ ମାନଙ୍କୁ ପାଞ୍ଚ ଲକ୍ଷ, ଗୁରୁତର ଆହତ ମାନଙ୍କୁ ଏକ ଲକ୍ଷ ଏବଂ ସାମାନ୍ୟ ଆହତ ବ୍ୟକ୍ତି ମାନଙ୍କୁ 25 ହଜାର ଟଙ୍କା ଆର୍ଥିକ ସହାୟତା ଘୋଷଣା କରୁଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ପରିବାରଙ୍କୁ ଦୁଇ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୋରେଇରେ ଟ୍ରେନ୍ ଦୁର୍ଘଟଣାରେ ତିନି ଜଣ ଯାତ୍ରୀଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାର ପ୍ରତି ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ମଧ୍ୟ ଜଣାଇଛନ୍ତି।

 ଏଥିରେ ମୃତ୍ୟୁ ବରଣ କରିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କୁ ଦୁଇ ଲକ୍ଷ ଟଙ୍କା ଅନୁକମ୍ଫା ରାଶି ଘୋଷଣା କରିଛନ୍ତି। ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ଆହତମାନଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ରାଜସ୍ୱ ଏବଂ ବିପର‌୍ୟ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀମତୀ ପ୍ରମିଲା ମଲ୍ଲିକଙ୍କୁ ଘଟଣାସ୍ଥଳକୁ ଯାଇ ଉଦ୍ଧାର କାର‌୍ୟ୍ୟ ତଦାରଖ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।