Categories
ଆଜିର ଖବର ଜାତୀୟ ଖବର

ଜୋଶୀମଠ ପାଇଁ 1658.17 କୋଟି ର ପୁନରୁଦ୍ଧାର ଏବଂ ପୁନଃନିର୍ମାଣ ଯୋଜନାକୁ ଅନୁମୋଦନ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ କମିଟି ଜୋଶୀମଠ ପାଇଁ 1658.17 କୋଟି ଟଙ୍କାର ପୁନରୁଦ୍ଧାର ଏବଂ ପୁନଃନିର୍ମାଣ (ଆର ଆଣ୍ଡ ଆର) ଯୋଜନାକୁ ଅନୁମୋଦନ କରିଛି । ଏହି ଯୋଜନା ଅଧୀନରେ ଜାତୀୟ ବିପର୍ଯ୍ୟୟ ମୁକାବିଲା ପ।ଣ୍ଠି (NDRF)ର ପୁନରୁଦ୍ଧାର ଏବଂ ପୁନଃନିର୍ମାଣ ୱିଣ୍ଡୋରୁ 1079.96 କୋଟି ଟଙ୍କା କେନ୍ଦ୍ରୀୟ ସହାୟତା ପ୍ରଦାନ କରାଯିବ । ରାଜ୍ୟ ସରକାରଙ୍କ ସହାୟତା ପାଇଁ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପ।ଣ୍ଠି (SDRF)ରୁ 126.41 କୋଟି ଟଙ୍କା ଏବଂ ରାଜ୍ୟ ବଜେଟରୁ 451.80 କୋଟି ଟଙ୍କା ପ୍ରଦାନ କରାଯିବ, ଯେଉଁଥିରେ ପୁନଃଥଇଥାନ ପାଇଁ 91.82 କୋଟି ଟଙ୍କା ଜମି ଅଧିଗ୍ରହଣ ବାବଦ ଖର୍ଚ୍ଚ ମଧ୍ୟ ରହିଛି ।

ଉତ୍ତରାଖଣ୍ଡର ଜୋଶୀମଠ ଭୂସ୍ଖଳନ ଓ ମାଟି ଧସିବା ଯୋଗୁଁ ପ୍ରଭାବିତ ହୋଇଛି ଏବଂ କେନ୍ଦ୍ର ସରକ।ର, ରାଜ୍ୟ ସରକାରଙ୍କୁ ସମସ୍ତ ଆବଶ୍ୟକ ବୈଷୟିକ ଏବଂ ଲଜିଷ୍ଟିକ୍ ସହାୟତା ଯୋଗାଇ ଦେଇଛନ୍ତି। ପ୍ରଧ।ନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏବଂ ଏନଡିଏମଏର ମାର୍ଗଦର୍ଶନରେ ସମସ୍ତ ବୈଷୟିକ ସଂସ୍ଥା ତୁରନ୍ତ ପଦକ୍ଷେପ ନେଇ ଜୋଶୀମଠ ପୁନରୁଦ୍ଧାର ଯୋଜନା ପ୍ରସ୍ତୁତ କରିବାରେ ରାଜ୍ୟ ସରକାରଙ୍କୁ ସାହାଯ୍ୟ କରିଛନ୍ତି ।

ଜୋଶୀମଠ ପାଇଁ ପୁନରୁଦ୍ଧାର ଯୋଜନା ସର୍ବୋତ୍ତମ ଅଭ୍ୟାସ, ବିଲ୍ଡ ବ୍ୟାକ ବେଟର (ବିବିବି) ନୀତି ଏବଂ ନିରନ୍ତରତା ପଦକ୍ଷେପ ପାଳନ କରି ତିନି ବର୍ଷ ମଧ୍ୟରେ କାର୍ଯ୍ୟକାରୀ ହେବ । ଏହା ପରେ, ଜୋଶୀମଠ ପରିବେଶ ସ୍ଥିରତାର ଏକ ଉତ୍କୃଷ୍ଟ ଉଦାହରଣ ଭାବରେ ଉଭା ହେବ।

Categories
ଆଜିର ଖବର ଜାତୀୟ ଖବର

ସ୍କୁଲ ଯାଉଥିବା ବେଳେ ବାଗମତୀ ନଦୀରେ ବୁଡ଼ିଲା ଡଙ୍ଗା, ୨୦ ପିଲା ଉଦ୍ଧାର, ୧୦ ନିଖୋଜ

ନୂଆଦିଲ୍ଲୀ: ଆଜି ସକାଳେ ବିହାରର ମୁଜାଫରପୁରରେ ଏକ ବଡ଼ ଡଙ୍ଗା ଦୁର୍ଘଟଣା ଘଟିଛି। ସ୍କୁଲ ପିଲାମାନଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ବାଗମତୀ ନଦୀରେ ବୁଡ଼ିଯାଇଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ପ୍ରାୟ ୨୦ ପିଲାଙ୍କୁ ଉଦ୍ଧାର କରାଯାଇଛି। ପ୍ରାୟ ୧୦ ଜଣ ନିଖୋଜ ଅଛନ୍ତି। ଡଙ୍ଗାରେ ପ୍ରାୟ ୩୦ ପିଲା ଥିଲେ। ତେବେ ଏପର୍ଯ୍ୟନ୍ତ ସ୍ପଷ୍ଟ ଆକଳନ ବିଷୟରେ କେହି କିଛି କହୁ ନାହାଁନ୍ତି।

ବେନିବାଦ ଓପି ଅଞ୍ଚଳର ଭାତଗାମା ଗାଁର ମଧୁରପଟ୍ଟୀ ଘାଟ ନିକଟରେ ଏହି ଘଟଣା ରିପୋର୍ଟ ହୋଇଛି। ନିଖୋଜ ପିଲାମାନଙ୍କୁ ଖୋଜାଖୋଜି କରାଯାଉଛି। SDRF ଦଳ ଘଟଣାସ୍ଥଳରେ ପହଞ୍ଚିଛି। ସ୍ଥାନୀୟ ଲୋକେ ମଧ୍ୟ ପିଲାମାନଙ୍କୁ ଖୋଜୁଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଦୁର୍ଗା ବିସର୍ଜନ ସମୟରେ ହଠାତ୍ ନଦୀରେ ଆସିଲା ବନ୍ୟା, ଆଠ ମୃତ, ଅନେକ ନିଖୋଜ

ଜଲପାଇଗୁଡି: ବିଜୟାଦଶମୀ ଅବସରରେ ଜଲପାଇଗୁଡି ଜିଲ୍ଲାର ମାଲ ନଦୀରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଦେବୀ ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ସମୟରେ ଅତି କମରେ ଆଠ ଜଣ ବୁଡ଼ିଯାଇଥିବା ବେଳେ ଅନେକ ଲୋକ ନିଖୋଜ ହୋଇଯାଇଛନ୍ତି। ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଘଟଣା ସମୟରେ ଶହ ଶହ ଲୋକ ବିସର୍ଜନ ପାଇଁ ମାଲ ନଦୀ କୂଳରେ ଏକାଠି ହୋଇଥିଲେ।

ନଦୀରେ ଜଳ ସ୍ତର ହଠାତ୍ ବୃଦ୍ଧି ହେତୁ ଲୋକମାନେ ପାଣିରେ ଭାସିଯାଇଥିଲେ। ବର୍ତ୍ତମାନ ସୁଦ୍ଧା ଆଠଟି ମୃତଦେହ ଉଦ୍ଧାର କରାଯାଇଛି ଏବଂ ୫୦ ଜଣଙ୍କୁ ଉଦ୍ଧାର କରାଯାଇଛି।” ସାମାନ୍ୟ ଆହତ ୧୩ ଜଣଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ଏନଡିଆରଏଫ୍ (ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ), SDRF (ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ), ପୋଲିସ ଏବଂ ସ୍ଥାନୀୟ ପ୍ରଶାସନ ଦ୍ୱାରା ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି।