ଦୁର୍ଗା ବିସର୍ଜନ ସମୟରେ ହଠାତ୍ ନଦୀରେ ଆସିଲା ବନ୍ୟା, ଆଠ ମୃତ, ଅନେକ ନିଖୋଜ

Published: Oct 6, 2022, 12:19 pm IST

ଜଲପାଇଗୁଡି: ବିଜୟାଦଶମୀ ଅବସରରେ ଜଲପାଇଗୁଡି ଜିଲ୍ଲାର ମାଲ ନଦୀରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଦେବୀ ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ସମୟରେ ଅତି କମରେ ଆଠ ଜଣ ବୁଡ଼ିଯାଇଥିବା ବେଳେ ଅନେକ ଲୋକ ନିଖୋଜ ହୋଇଯାଇଛନ୍ତି। ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଘଟଣା ସମୟରେ ଶହ ଶହ ଲୋକ ବିସର୍ଜନ ପାଇଁ ମାଲ ନଦୀ କୂଳରେ ଏକାଠି ହୋଇଥିଲେ।

ନଦୀରେ ଜଳ ସ୍ତର ହଠାତ୍ ବୃଦ୍ଧି ହେତୁ ଲୋକମାନେ ପାଣିରେ ଭାସିଯାଇଥିଲେ। ବର୍ତ୍ତମାନ ସୁଦ୍ଧା ଆଠଟି ମୃତଦେହ ଉଦ୍ଧାର କରାଯାଇଛି ଏବଂ ୫୦ ଜଣଙ୍କୁ ଉଦ୍ଧାର କରାଯାଇଛି।” ସାମାନ୍ୟ ଆହତ ୧୩ ଜଣଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ଏନଡିଆରଏଫ୍ (ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ), SDRF (ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ), ପୋଲିସ ଏବଂ ସ୍ଥାନୀୟ ପ୍ରଶାସନ ଦ୍ୱାରା ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Related posts