Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଲ୍ଡିଂ ଦୁର୍ଘଟଣା: ସ୍ଲାବ୍ ଭୁଶୁଡ଼ି ଫସିଲେ ୧୫ ଶ୍ରମିକ, ସମସ୍ତେ ସୁରକ୍ଷିତ ଉଦ୍ଧାର
ଆଜିର ଖବର

ବିଲ୍ଡିଂ ଦୁର୍ଘଟଣା: ସ୍ଲାବ୍ ଭୁଶୁଡ଼ି ଫସିଲେ ୧୫ ଶ୍ରମିକ, ସମସ୍ତେ ସୁରକ୍ଷିତ ଉଦ୍ଧାର

September 10, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ଗାନ୍ଧୀନଗର: ଦିଲ୍ଲୀ ପରେ ଏବେ ଗୁଜରାଟର ଗାନ୍ଧୀନଗରରେ ଏକ ବଡ଼ଧରଣର ବିଲ୍ଡିଂ ଦୁର୍ଘଟଣା ଘଟିଛି। ଗାନ୍ଧୀନଗରର କୁଡାସନ ଅଞ୍ଚଳରେ ନିର୍ମାଣାଧୀନ ‘ବୋସ୍କି ଦି ଏମ୍ପାୟାର’ କମର୍ସିଆଲ୍ କମ୍ପ୍ଲେକ୍ସର ଏକ ବିଶାଳ ଲୁହା ସ୍ଲାବ୍ ହଠାତ୍ ଭୁଶୁଡ଼ି ପଡ଼ିବାରୁ ସେଠାରେ କାମ କରୁଥିବା ପ୍ରାୟ ୧୫ ଜଣ ଶ୍ରମିକ ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ। ତେବେ ସୌଭାଗ୍ୟବଶାତଃ, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବା ଉଦ୍ଧାର କାର୍ଯ୍ୟ ଯୋଗୁଁ ସମସ୍ତ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଛି।

ସୂଚନାନୁଯାୟୀ, ବୁଧବାର ରାତିରେ କୋଠାରେ ନିର୍ମାଣ କାମ ଚାଲିଥିବା ବେଳେ ଏହି ଅଘଟଣ ଘଟିଥିଲା। ଖବର ପାଇବା ମାତ୍ରେ ଗାନ୍ଧୀନଗର ନଗର ନିଗମ, ପୋଲିସ, ଅଗ୍ନିଶମ ବାହିନୀ, ଏସଡିଆରଏଫ ଏବଂ ଏନଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ୩୦୦ ଟନ୍‌ରୁ ଅଧିକ ଓଜନ ଉଠାଇବାକୁ ସକ୍ଷମ ସ୍ୱତନ୍ତ୍ର କ୍ରେନ୍, କଂକ୍ରିଟ୍ ଏବଂ ଲୁହା କଟା ମେସିନ୍ ସାହାଯ୍ୟରେ ଭଗ୍ନାବଶେଷ ହଟାଇ ଶ୍ରମିକମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଗାନ୍ଧୀନଗର ସିଭିଲ୍ ହସ୍ପିଟାଲକୁ ପଠାଯାଇଥିଲା।

ଘଟଣାସ୍ଥଳ ଏବଂ ସିଭିଲ୍ ହସ୍ପିଟାଲ୍ ପରିଦର୍ଶନ କରିବା ପରେ ଗୁଜରାଟ ଉପମୁଖ୍ୟମନ୍ତ୍ରୀ ହର୍ଷ ସାଂଘଭି କହିଛନ୍ତି ଯେ, ସମୟୋଚିତ ଉଦ୍ଧାର କାର୍ଯ୍ୟ ଯୋଗୁଁ କୌଣସି ଜୀବନହାନି ଘଟିନାହିଁ। ଉଦ୍ଧାର ହୋଇଥିବା ୧୫ ଜଣ ଶ୍ରମିକଙ୍କ ମଧ୍ୟରୁ ୧୨ ଜଣ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଏବଂ ସମସ୍ତେ ବିପଦମୁକ୍ତ ଅଛନ୍ତି। ଅନ୍ୟ ଶ୍ରମିକମାନେ ସାମାନ୍ୟ ଆହତ ହୋଇଥିବାରୁ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଛାଡ଼ି ଦିଆଯାଇଛି।

Gujarat Building Collapse ndrf Rescue Operation SDRF
Share. Facebook Twitter LinkedIn Email WhatsApp Copy Link

Related Posts

ଦିଲ୍ଲୀ ହାଇକୋର୍ଟରେ ନେହା ବୋରାଙ୍କ ରିଟ୍ ପିଟିସନ୍ ଖାରଜ

October 24, 2026

୨୦୨୭ ପୂର୍ବରୁ ପଞ୍ଜାବରେ ନୂଆ ମେଣ୍ଟ ସମୀକରଣ! ବାଦଲଙ୍କ ବୟାନରେ ବଢ଼ିଲା ଚର୍ଚ୍ଚା

October 24, 2026

ଜିଓ ଆଇପିଓକୁ ନେଇ ଷ୍ଟକ୍‌ ମାର୍କେଟରେ ଚର୍ଚ୍ଚା: ଆବେଦନ ସଂଖ୍ୟା ୧.୩୮ କୋଟି ଟପିଲା

October 24, 2026

Odisha Police Recruitment 2026: ୭୨୬୮ ପଦବୀ, ଗୋଟିଏ ପରୀକ୍ଷା!

October 23, 2026
Latest News

ପରବିନ୍ଦର ଅୱାନା ବିସିସିଆଇ ଜୁନିୟର୍ ଚୟନ କମିଟିର ନୂତନ ଅଧ୍ୟକ୍ଷ

October 24, 2026

ଦିଲ୍ଲୀ ହାଇକୋର୍ଟରେ ନେହା ବୋରାଙ୍କ ରିଟ୍ ପିଟିସନ୍ ଖାରଜ

October 24, 2026

ନଭେମ୍ବରରେ ୟୁଏଇରେ ପୁତିନ୍‌, ଟ୍ରମ୍ପ୍ ଏବଂ ଜେଲେନ୍‌ସ୍କିଙ୍କ ତ୍ରିପାକ୍ଷିକ ଆଲୋଚନା

October 24, 2026

ତାଇୱାନରେ ବାତ୍ୟା ‘ଚାମ୍ପି’ର ତାଣ୍ଡବ: ୧୦୦୦ ବିମାନ ଉଡ଼ାଣ ବାତିଲ

October 24, 2026

୨୦୨୭ ପୂର୍ବରୁ ପଞ୍ଜାବରେ ନୂଆ ମେଣ୍ଟ ସମୀକରଣ! ବାଦଲଙ୍କ ବୟାନରେ ବଢ଼ିଲା ଚର୍ଚ୍ଚା

October 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.