Train Accident Rescue: କୋଲକାତାକୁ ମାଗଣା ବସ ସେବା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Published: Jun 4, 2023, 12:10 pm IST
TrainAccident

ଭୁବନେଶ୍ବର: ବାହାନଗା ଟ୍ରେନ୍ ଦୁର୍ଘଟଣା ଯୋଗୁଁ କୋଲକାତାର ସାଧାରଣ ଟ୍ରେନ୍ ସେବା ବ୍ୟାହତକୁ ଦୃଷ୍ଟିରେ ରଖି ଲୋକମାନେ କୋଲକାତାରେ ପହଞ୍ଚିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସେଥିପାଇଁ ଯାତ୍ରୀଙ୍କ ଏହି ସମସ୍ୟାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ପୁରୀ ଭୁବନେଶ୍ୱରରୁ କୋଲକାତା ପାଇଁ ଆଜିଠାରୁ ମାଗଣା ବସ୍ ସେବା ଘୋଷଣା କରିଛନ୍ତି।

ଏଥିପାଇଁ ଯାହା ଖର୍ଚ୍ଚ ପଡିବ ତାହା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସମ୍ପୂର୍ଣ୍ଣ ଭାବେ ଭରଣା କରାଯିବ। ବାଲେଶ୍ବର ମାର୍ଗରେ ସାଧାରଣ ଟ୍ରେନ୍ ସେବାର ପୁନରୁଦ୍ଧାର ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ଜାରି ରହିବ ବୋଲ ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଦୈନିକ ପ୍ରାୟ ୫୦ ଟି ବସ୍ ଓଡିଶାର ଉପରୋକ୍ତ ତିନୋଟି ସହରରୁ କୋଲକାତାକୁ ଯାତ୍ରୀ ପରିବହନ ସେବା ଯୋଗାଇଥାଏ।

Related posts