Categories
ଆଜିର ଖବର ଜାତୀୟ ଖବର

Train Accident: ସୁପରଫାଷ୍ଟ ଏକ୍ସପ୍ରେସ ଟ୍ରେନର ଚାରିଟି କୋଚ ଲାଇନଚ୍ୟୁତ

Train Accident: ରାଜସ୍ଥାନର ଅଜମେରର ମାଦର ରେଳ ଷ୍ଟେସନ ନିକଟରେ ଏକ ସୁପରଫାଷ୍ଟ ଟ୍ରେନର ଚାରିଟି କୋଚ୍ ଏବଂ ଇଞ୍ଜିନ ଲାଇନଚ୍ୟୁତ ହୋଇଛି। ଏହି ଘଟଣାଟି ଗତକାଲି ରାତି ୧ ଟା ଘଟିଥିବାର ଜଣାପଡିଛି।

ଅଧିକାରୀଙ୍କ ଅନୁଯାୟୀ ସାବରମତି-ଆଗ୍ରା ସୁପରଫାଷ୍ଟ ଟ୍ରେନର ଇଞ୍ଜିନ ସହିତ ଚାରି କୋଚ୍ ମାଦର ରେଳ ଷ୍ଟେସନ ନିକଟରେ ଦୁର୍ଘଟଣା ଗସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କୁ କିଛି କ୍ଷୟକ୍ଷତି ହୋଇ ନାହିଁ। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର‌୍ୟ୍ୟ ଆରମ୍ଭ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

Train Accident Update: ମୃତ୍ୟୁ ସଂଖ୍ୟା ୧୩ କୁ ବୃଦ୍ଧି, ୫୦ ଜଣ ଆହତ ସୂଚନା

ଭୁବନେଶ୍ବର: ଓଡିଶା ଆନ୍ଧ୍ର ସୀମାନ୍ତରେ ହୋଇଥିବା ଭୟାବହ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୧ କୁ ବୃଦ୍ଧି ପାଇଥିବାର ଜଣା ପଡିଛି। ଏଥିସହିତ ୫୦ ଜଣ ଆହତ ହୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହି ସୂଚନା ଦେଇଛନ୍ତି ପୂର୍ବତଟ ରେଳପଥ। ସେହିପରି ଉଦ୍ଧାର କାର‌୍ୟ୍ୟ ଗତକାଲିଠାରୁ ଚାଲିଛି। ଆଜି ଅପରାହ୍ନ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ ହେବ ବୋଲି ରେଳବାଇ ତରଫରୁ କୁହାଯାଇଛି।

ତେବେ ଏହି ଦୁର୍ଘଟଣାରେ ୧୩ ଜଣ ମୃତ୍ୟୁବରଣ କରିଛନ୍ତି ବୋଲି ବେସରକାରୀ ଭାବେ କୁହାଯାଉଛି। ତେବେ ଏହି ସଂଖ୍ୟା ଆହୁରି ବଢିବ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ଘଟଣା ସ୍ଥଳରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ତରଫରୁ ମଧ୍ୟ ସହଯୋଗ କରାଯାଉଛି। ସେହିପରି ଏନଡିଆରଏଫକୁ ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି। ଏହି ଦୁର୍ଘଟଣାରେ ଲୋକପାଇଲଟ ଏବଂ ଜଣେ ଗାର୍ଡର ମୃତ୍ୟୁ ହୋଇଛି।

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ୩ଟି ଓଡ୍ରାଫ୍ ଟିମ୍ ଏବଂ ଗୋଟିଏ ଫାୟାର୍ ସର୍ଭିସ୍ ଟିମ୍ ପଠାଯାଇଛି। କୋରାପୁଟର ଯାତ୍ରୀ ଓ ସମ୍ପର୍କୀୟମାନେ ସହାୟତା ନିମନ୍ତେ: ୯୯୩୭୮ ୨୪୭୫୨ ନମ୍ବର ଜାରୀ କରାଯାଇଛି।

ରେଳବିଭାଗ ମୃତ ଯାତ୍ରୀଙ୍କ ପରିବାର ବର୍ଗଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି। ରେଳମନ୍ତ୍ରୀ ଅଶ୍ବୀନ ବୈଷ୍ଣବ ଏହି ଘୋଷଣା କରିଛନ୍ତି। ସେହି ଅନୁସାରେ ମୃତକଙ୍କ ପରିବାର ବର୍ଗଙ୍କୁ ୧୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯିବ। ସେହିପରି ଗୁରୁତର ଆହତଙ୍କ ଚିକିତ୍ସା ପାଇଁ ୧ ଲକ୍ଷ ଏବଂ ସାମାନ୍ୟ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯିବ।

ଏହି ଦୁର୍ଘଟଣା ଯୋଗୁଁ ୧୫ଟି ଟ୍ରେନ ବାତିଲ କରାଯିବା ସହିତ ୨୨ଟି ଟ୍ରେନର ଗତିପଥରେ ପରିବର୍ତ୍ତନ କରାଯାଇଛି। ଘଟଣାସ୍ଥଳରୁ ଯାତ୍ରୀମାନଙ୍କୁ ତାଙ୍କ ଗନ୍ତବ୍ୟ ସ୍ଥଳରେ ପହଁଚାଇବା ପାଇଁ ସେଠାରେ ବସ ବ୍ୟବସ୍ଥା ମଧ୍ୟ କରାଯାଇଛି। ସେହିପରି ଯାତ୍ରୀମାନଙ୍କୁ ଖାଦ୍ୟ ସାମଗ୍ରୀ ପାଣି ପ୍ରଭୃତି ସହାୟତା ପ୍ରଦାନ କରାଯାଉଛି।

ଗତକାଲି ସଂଧ୍ୟାରେ ବିଶାଖାପାଟାନାମ ନିକଟସ୍ଥ ଆଲମଣ୍ଡା ଷ୍ଟେସନ ନିକଟରେ ବିଶାଖାପାଟନାମ ରାୟଗଡା ପାସେଞ୍ଜର ଏବଂ ବିଶାଖାପାଟନାମ୍ ପଲାସା ପାସେଞ୍ଜର ଟ୍ରେନ ପଛରୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି। ଏହାର ବିପରିତ ଲାଇନରେ ଆସୁଥିବା ଏକ ମାଲବାହୀ ଟ୍ରେନ ଉପରେ ମଧ୍ୟ କେତେକ ବଗି ମାଡି ବସିଛି। ବାଲେଶ୍ବରର ବାହାନାଗରେ ଯେପରି ଘଟିଥିଲା  ଏହି ଟ୍ରେନ ଦୁର୍ଘଟଣା ମଧ୍ୟ ସେହିପରି ହୋଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Train Accident: ଉଦ୍ଧାର କାର୍ଯ୍ୟ କରିବା ପାଇଁ ଏସଆରସି ଓ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ନବୀନ

ଭୁବନେଶ୍ବର: ଆଜି ସଂଧ୍ୟାରେ ଆନ୍ଧ୍ର ଓ ଓଡିଶା ସୀମାନ୍ତରେ ଘଟିଥିବା ରେଳ ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତତ୍ପରତା ପ୍ରକାଶ କରିଛନ୍ତି। ତୁରନ୍ତ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବା ପାଇଁ ସେ ସ୍ବତନ୍ତ୍ର ରିଲିଫ କମିସନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ କୋରାପୁଟ ଓ ରାୟଗଡା ଜିଲ୍ଲାପାଳଙ୍କୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଏଥିସହିତ ସେ ଏହି ଦୁର୍ଘଟଣାରେ ଆହତମାନଙ୍କର ଶିଘ୍ର ଆରୋଗ୍ୟ କାମନ ମଧ୍ୟ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଓଡ଼ିଶା ରେଳ ଦୁର୍ଘଟଣା କ୍ଷତିଗ୍ରସ୍ତ ପରିବାରଙ୍କୁ ସହାୟତା

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାର ବାହାନଗାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ପରିବାରଗୁଡ଼ିକୁ ସହାୟତା ଯୋଗାଇ ଦେବା ଜାରି ରଖି ରିଲାଏନ୍ସ ଫାଉଣ୍ଡେସନ ବିବିଧ କାର୍ଯ୍ୟକ୍ରମ ହାତକୁ ନେଇଛି। ଏହା ମଧ୍ୟରେ ରହିଛି ଛଅ ମାସ ପାଇଁ ଶୁଖିଲା ରାସନ ପ୍ରଦାନ, ସ୍ନେହ ସୃଜନ କାର୍ଯ୍ୟକ୍ରମ ଜରିଆରେ ଭାବନାତ୍ମକ ଓ ମାନସିକ ସ୍ୱାସ୍ଥ୍ୟ ସହାୟତା, ଗୁରୁତର ଆହତଙ୍କୁ ସହାୟକ ଉପକରଣ ପ୍ରଦାନ ଇତ୍ୟାଦି।

ଏହି ଦୁଃଖଦ ଦୁର୍ଘଟଣାରେ ମୃତ ଓ ଗୁରୁତର ଆହତଙ୍କ ଉପରେ ନିର୍ଭରଶୀଳ ଥିବା ଲୋକମାନଙ୍କ ମଧ୍ୟରେ ଅନିଶ୍ଚିତତା ସୃଷ୍ଟି ହୋଇଥିଲା। ନିଜ ପ୍ରିୟଜନଙ୍କ ଅନୁପସ୍ଥିତି ଓ ହଠାତ୍ ଜୀବନଜୀବିକା ହରାଇବାର ଧକ୍କା ଭଳି ବିପର୍ଯ୍ୟୟରୁ ମୁକୁଳିବା ଲାଗି ସେମାନେ ପ୍ରୟାସ କରୁଛନ୍ତି। ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ପୂର୍ବରୁ ଘୋଷଣା କରାଯାଇଥିବା ୧୦ ସୂତ୍ରୀ ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଏହି ପରିବାରଗୁଡିକର ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ଆଧାରରେ ସହାୟତା ପ୍ରଦାନ କରି ପରିବାରର ଯନ୍ତ୍ରଣାକୁ ଦୂର କରିବା।

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ “ସ୍ନେହ ସୃଜନ’ କାର୍ଯ୍ୟକ୍ରମ ଜରିଆରେ ପିତାମାତା ଓ ପିଲାମାନଙ୍କ ସମେତ ସ୍ଥାନୀୟ ବାସିନ୍ଦାଙ୍କ ମାନସିକ ସ୍ଥିତିରେ ଉନ୍ନତି ଆଣିବା ଉପରେ ଧ୍ୟାନ ଦିଆଯାଇଥିଲା। ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟାନ୍ୟ ଅଂଶୀଦାରମାନଙ୍କ ସହ ସ୍ନେହ ସୃଜନର ତିିନିଟି ପର୍ଯ୍ୟାୟ ମାନସିକ ଚାପ ହ୍ରାସ କରିବାରେ ସହାୟକ ହୋଇଛି ଏବଂ ପାଠପଢ଼ିବା ଲାଗି ବିଦ୍ୟାଳୟକୁ ଆସୁଥିବା ଓ ଶ୍ରେଣୀରେ ଯୋଗ ଦେଉଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବିଦ୍ୟାଳୟକୁ ପାଂଚଟି ଲେଖାଯିବା ବୋର୍ଡ ପ୍ରଦାନ କରାଯାଇଥିଲା ଯାହା ନବନିର୍ମିତ ଶ୍ରେଣୀ ଗୃହଗୁଡ଼ିକ ଠିକ୍ ସମୟରେ କାର୍ଯ୍ୟ କରିବାରେ ସହାୟକ ହୋଇପାରିଛି।

ଜୀବନଜୀବିକା କ୍ଷତି ସହିତ ଖାଦ୍ୟାଭାବ ସମସ୍ୟା ଦେଖାଦେଇଥିବା ବେଳେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ପ୍ରଭାବିତ ପରିବାରଗୁଡ଼ିକୁ ଛଅ ମାସ ପାଇଁ ଶୁଖିଲା ରାସନ ଯୋଗାଇବା ଆରମ୍ଭ କରାଯାଇଛି। ଓଡ଼ିଶାରେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ରିଲାଏନ୍ସ ରିଟେଲ୍ ଷ୍ଟୋର୍ ଜରିଆରେ ବାଲେଶ୍ୱର, ଭଦ୍ରକ, କଟକ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ ଓ କେନ୍ଦ୍ରାପଡା ଜିଲ୍ଲାର ପ୍ରଭାବିତ ପରିବାରଗୁଡିକୁ ଶୁଖିଲା ରାସନ ରିଲିଫ୍ ପ୍ରଦାନ କରାଯାଇଛି।

ଗୁରୁତ୍ୱପୂର୍ଣ୍ଣ ଜୀବନ ସହୟତାର ଏକ ଅଂଶ ସ୍ୱରୂପ ଗୁରୁତର ଆହତ ଓ ସ୍ଥାୟୀ ଭାବେ ଭିନ୍ନକ୍ଷମଙ୍କୁ ହ୍ୱିର୍ଲଚେୟାର ଭଳି ଆବଶ୍ୟକ ସହାୟତା ଯୋଗାଇ ଦେବା ପାଇଁ ରିଲାଏନ୍ସ ଫାଉଣ୍ଡେସନ କରିଥିବା ଘୋଷଣା ଅନୁସାରେ ଫାଉଣ୍ଡେସନର ଟିମ୍ ଏହାର ଆବଶ୍ୟକତାକୁ ଚିହ୍ନଟ କରି ଭଦ୍ରକ ବରପଦା ଗ୍ରାମର ଜଣେ ପ୍ରଭାବିତ ବ୍ୟକ୍ତିଙ୍କୁ ହ୍ୱିର୍ଲଚେୟାର ପ୍ରଦାନ କରିଛି। ବ୍ୟକ୍ତି ଜଣକ ଶଯ୍ୟାଶାୟୀ ଥିଲେ ଏବଂ ଘର ଭିତରେ ସାମାନ୍ୟତମ ଚଳପ୍ରଚଳ କାରିବା ପାଇଁ ମଧ୍ୟ ପରିବାରର ଅନ୍ୟ ସଦସ୍ୟମାନଙ୍କ ଉପରେ ନିର୍ଭରଶୀଳ ରହି ସଂଘର୍ଷ କରୁଥିଲେ। ସେହି ଦୃଷ୍ଟିରୁ ତାଙ୍କ ପାଇଁ ଏହି ସହାୟତା ବେଶ ଗୁରୁତ୍ୱପୂଣ୍ଣ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ରେଳ ଦୁର୍ଘଟଣାରେ ପୀଡ଼ିତଙ୍କୁ ଶୁଖିଲା ରାସନ ରିଲିଫ୍ ବଂଟନ ଆରମ୍ଭ

ଭୁବନେଶ୍ୱର: ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ବାହାନଗାଠାରେ ଘଟିିଥିବା ଦୁଃଖଦ ଟ୍ରେନ୍ ଦୁର୍ଘଟଣାର ମୃତକ ଓ ଗୁରୁତର ଆହତଙ୍କ ପରିବାର ସଦସ୍ୟମାନଙ୍କୁ ସହାୟତା ଉଦ୍ୟମ ଜାରି ରଖି ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ପୀଡ଼ିତ ପରିବାରଙ୍କୁ ଶୁଖିଲା ରାସନ ବଂଟନ କାର୍ଯ୍ୟକ୍ରମ ଭଦ୍ରକ ଜିଲ୍ଲାରୁ ଆରମ୍ଭ କରାଯାଇଛି। ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ପୂର୍ବରୁ ଘୋଷଣା କରାଯାଇଥିବା ୧୦ ସୂତ୍ରୀ ରିଲିଫ୍ ଯୋଜନାର ଏକ ଅଂଶ ଭାବେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ପୀଡ଼ିତଙ୍କ ପରିବାରକୁ ଛଅ ମାସର ଶୁଖିଲା ରାସନ ସମେତ ସ୍ୱଳ୍ପକାଳୀନ ଓ ଦୀର୍ଘକାଳୀନ ଆଶ୍ୱସ୍ତି ପାଇଁ ଅନ୍ୟାନ୍ୟ ସୁବିଧା ପ୍ରଦାନ କରିବାକୁ ଫାଉଣ୍ଡେସନ ପୂର୍ବରୁ ଘୋଷଣା କରିଥିଲା।

ଆଜି ଭଦ୍ରକ ସହରରେ ଭଦ୍ରକ ଜିଲ୍ଲାର ପୀଡ଼ିତମାନଙ୍କ ପରିବାର ସଦସ୍ୟ ରିଲାଏନ୍ସ ଫାଉଣ୍ଡେସନଠାରୁ ଶୁଖିଲା ରାସନ ସାମଗ୍ରୀ ଗ୍ରହଣ କରିଛନ୍ତି। ଏହି ଅବସରରେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜରୁରୀକାଳୀନ ସେକ୍ସନର ଜିଲ୍ଲା ପ୍ରକଳ୍ପ ଅଧିକାରୀ ଅମ୍ଳାନ କୁମାର ସେନାପତି ଓ ଏସ୍‌ଇଏଡିଏର ସହାୟକ ସଚିବ ଅଞ୍ଜନ କୁମାର ଚାନ୍ଦଙ୍କ ସମେତ ରିଲାଏନ୍ସ ଫାଉଣ୍ଡେସନ ବିପର୍ଯ୍ୟୟ ପରିଚାଳନା ଟିମ୍‌ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଆଜିଠାରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟାରେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଆଗାମୀ ଦିନରେ ବିଭିନ୍ନ ଜିଲ୍ଲା ଓ ରାଜ୍ୟଗୁଡ଼ିକରେ ରହିଥିବା ପୀଡ଼ିତଙ୍କ ପରିବାରବର୍ଗଙ୍କୁ ଛଅ ମାସର ଶୁଖିଲା ରାସନ ରିଲିଫ୍ ସାମଗ୍ରୀ ପ୍ରଦାନ କରାଯିବ।

ଓଡିଶା ସମେତ ବିଭିନ୍ନ ରାଜ୍ୟରେ ରହିଥିବା ଏହି ଟ୍ରେନ୍ ଦୁର୍ଘଟଣାର ପୀଡ଼ିତ ପରିବାରଗୁଡ଼ିକ ଚିହ୍ନଟ କରିବା ଲାଗି ରିଲାଏନ୍ସ ଫାଉଣ୍ଡେସନ ବିଭିନ୍ନ କର୍ତୃପକ୍ଷ ଓ ସରକାରୀ ଏଜେନ୍ସିମାନଙ୍କ ସହ ମିଶି କାର୍ଯ୍ୟ କରୁଛି। ଏହା ପରେ ଘରକୁ ଘର ଯାଇ ପ୍ରତ୍ୟେକଙ୍କର ବ୍ୟକ୍ତିବିଶେଷ ଆବଶ୍ୟକତାର ଅନୁଶୀଳନ କରାଯାଉଛି। ପୂର୍ବରୁ ବିପର୍ଯ୍ୟୟ ମୁକାବିଲାରେ ନିୟୋଜିତ ଆମ୍ବୁଲାନ୍ସଗୁଡ଼ିକୁ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଜିଓ-ବିପି ନେଟ୍‌ୱର୍କ ଜରିଆରେ ମାଗଣାରେ ତେଲ ପ୍ରଦାନ କରଯାଇଛି। ଏଥି ସହିତ, ପିଲାମାନଙ୍କୁ ସ୍କୁଲ ଯିବାକୁ ପ୍ରସ୍ତୁତ କରିବା ନିମନ୍ତେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଓ ବାହାନଗା ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟର ସହଯୋଗରେ ଛାତ୍ରଛାତ୍ରୀ, ଅଭିଭାବକ ଓ ଅନ୍ୟ ଅଂଶୀଦାରମାନଙ୍କ ପାଇଁ ଏକ ତିନିଦିନିଆ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା ଏହି ମର୍ମନ୍ତୁଦ ଦୁର୍ଘଟଣା ପରେ ପିଲା ଓ ଅଭିଭାବକମାନେ ସାମ୍ନା କରିଥିବା ମନସ୍ତାତ୍ୱିକ ଆହ୍ୱାନର ମୁକାବିଲା କରିବା।

ବାଲେଶ୍ୱରର ବାହାନଗାରେ ଘଟିଥିବା ଦୁଃଖଦ ଟ୍ରେନ୍ ଦୁର୍ଘଟଣାର ପୀଡ଼ିତ, ଆହତ ବ୍ୟକ୍ତିି ଓ ସେମାନଙ୍କ ପରିବାର ସଦସ୍ୟମାନଙ୍କ ପାଇଁ ତୁରନ୍ତ ସହାୟତା ଦରକାର ହୋଇଥିଲା।

ଦୁର୍ଘଟଣା ସ୍ଥଳରେ ଶୀଘ୍ର ପହଂଚି ଓ ପ୍ରଭାବିତ ଲୋକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରିଲାଏନ୍ସ ଫାଉଣ୍ଡେସନର ଉଦ୍ଧାରକାରୀ ଦଳ ପକ୍ଷରୁ କ୍ଷେତ୍ରରେ ନିୟୋଜିତ ପୋଲିସ ବଳ ଓ ସ୍ୱେଚ୍ଛାସେବୀମାନଙ୍କୁ ଫେସ୍ ମାସ୍କ, ସର୍ଜିକାଲ୍ ଗ୍ଲୋଭ୍‌ସ, ବେଡ୍‌ସିଟ୍‌, ଔଷଧ, ପାନୀୟ ଜଳ ଏବଂ ଖାଦ୍ୟ ଉପଲବ୍ଧ କରାଯାଇଥିଲା। ଦୁର୍ଘଟଣା ପୀଡ଼ିତଙ୍କ ଅପୂରଣୀୟ କ୍ଷତିକୁ ଦୃଷ୍ଟିରେ ରଖି ସେମାନଙ୍କୁ ସ୍ୱଳ୍ପକାଳୀନ ଓ ଦୀର୍ଘକାଳୀନ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ୧୦-ସୂତ୍ରୀ ରିଲିଫ୍ ଯୋଜନା ଘୋଷଣା କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ରେଳ ଦୁର୍ଘଟଣା ସ୍ଥଳ ଏବଂ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଛାତ୍ର ଛାତ୍ରୀଙ୍କ ନିମନ୍ତେ ‘ସ୍ନେହ ସୃଜନ’ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାର ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ସାରା ରାଷ୍ଟ୍ରକୁ ସ୍ତବ୍ଧ କରିଦେଇଥିବାବେଳେ ମୃତକ, ଆହତ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ନିମନ୍ତେ ଜରୁରୀକାଳୀନ ସହାୟତା ଆବଶ୍ୟକ ପଡିଥିଲା। ଦୁର୍ଘଟଣା ସ୍ଥଳକୁ ଟିକିନିଖି ଭାବରେ ତନଖି କରିବା ଏବଂ ପ୍ରଭାବିତ ତଥା ଉଦ୍ଧାରକାରୀ ଦଳଗୁଡିକର ଆବଶ୍ୟକତା ପ୍ରତି ଦୃଷ୍ଟିଦେବା ନିମନ୍ତେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ତତ୍‍କ୍ଷଣାତ ଫେସ୍‍ ମାସ୍କ, ସର୍ଜିକାଲ ଗ୍ଲୋଭ୍‍ସ୍‍, ବେଡସିଟ୍‍, ଔଷଧ, ପାନୀୟ ଜଳ ଓ ଖାଦ୍ୟ ଆଦି ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଦୁର୍ଘଟଣାସ୍ଥଳରେ ନିୟୋଜିତ ପୋଲିସ କର୍ମଚାରୀ ଓ ସ୍ୱେଚ୍ଛାସେବୀମାନଙ୍କୁ ଯୋଗାଇ ଦିଆଯାଇଥିଲା। ଦୁର୍ଘଟଣାରେ ପ୍ରଭାବିତଙ୍କ ଅପୂରଣୀୟ କ୍ଷତିକୁ ଦୃଷ୍ଟିରେ ରଖି ରିଲାଏନ୍ସ ଫାଉଣ୍ଡେସନ୍‍ ସ୍ୱଳ୍ପ ଓ ଦୀର୍ଘାବଧି ସୂତ୍ରରେ ୧୦ ସୂତ୍ରୀ ରିଲିଫ ଯୋଜନା ଘୋଷଣା କରିଥିଲା।

ଦୁର୍ଘଟଣାସ୍ଥଳ ନିକଟରେ ଅବସ୍ଥିତ ଥିବା ଏବଂ ଜରୁରୀକାଳୀନ ଉଦ୍ଧାର ଆଦି ସହିତ ଦୁର୍ଘଟଣାରେ ମୃତକମାନଙ୍କ ଶବଗୁଡିକୁ ରଖିବା କାର୍ଯ୍ୟରେ ବ୍ୟବହାର କରାଯାଇଥିବା ବାହାନଗା ହାଇସ୍କୁଲ ବିଷୟକୁ ନେଇ ଛାତ୍ର ଛାତ୍ରୀ ଏବଂ ଗୋଷ୍ଠୀ ସଦସ୍ୟମାନଙ୍କ ମଧ୍ୟରେ ସ୍ପଷ୍ଟ ଆଶଙ୍କା ଏବଂ ଭୟ ସୃଷ୍ଟି ହୋଇଥିଲା। ଘଟଣା ସମ୍ପର୍କରେ ଅବଗତ ଥିବା କେତେକ ଜନସାଧାରଣ ବିଦ୍ୟାଳୟକୁ ସେମାନଙ୍କ ପିଲାମାନଙ୍କୁ ପଠାଇବାକୁ କୁଣ୍ଠା ପ୍ରକାଶ କରିଥିଲେ।

ଏହି ପୃଷ୍ଠଭୂମିରେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଏବଂ ବାହାନଗା ହାଇସ୍କୁଲ ପରିଚାଳନା କମିଟି ସହଯୋଗରେ ପିଲାମାନଙ୍କ ମଧ୍ୟରେ ସ୍କୁଲ ଯିବା ନିମନ୍ତେ ସୃଜନଶୀଳ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ଏକ ତିନିଦିନିଆ ପ୍ରେରଣାଦାୟୀ କାର୍ଯ୍ୟକ୍ରମ ଛାତ୍ର ଛାତ୍ରୀ, ପିତାମାତା ଏବଂ ବିଦ୍ୟାଳୟର ଅନ୍ୟ ସହଭାଗୀମାନଙ୍କ ନିମନ୍ତେ ଆୟୋଜନ କରାଯାଇଥିଲା। ଭୟାବହ ଦୁର୍ଘଟଣା ପରେ ପିଲାମାନେ ଓ ସେମାନଙ୍କ ପିତା ମାତାଙ୍କ ମାନସିକ ସ୍ତରରେ ସୃଷ୍ଟି ହୋଇଥିବା ପରିସ୍ଥିତିର ମୁକାବିଲା କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା।

ଆବଶ୍ୟକତାକୁ ଉପଲବ୍ଧି କରି ରିଲାଏନ୍ସ ଫାଉଣ୍ଡେସନ ଛାତ୍ର ଛାତ୍ରୀ, ପିତା ମାତା, ଶିକ୍ଷକ ଶିକ୍ଷୟିତ୍ରୀ, ସ୍କୁଲ ପରିଚାଳନା କମିଟି ଏବଂ ବାହାନଗା ବ୍ଳକ୍‍ର ପ୍ରାକ୍ତନ ଛାତ୍ର ଛାତ୍ରୀଙ୍କ ପାଇଁ ‘ସ୍ନେହ ସୃଜନ’ ନାମରେ ଏକ ନିୟୋଜନକାରୀ କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ବାହାନଗା ବ୍ଳକ୍‍ର ଅସିମିଲ୍ଲା, ବାହାନଗା, ଇଛାପୁର, କମାରିପୁର, ପଥରପେଣ୍ଠ ଏବଂ ସତୀ ଆଦି ଛଅଟି ଗ୍ରାମରେ ସ୍ନେହ ସୃଜନ ଆୟୋଜିତ ହୋଇଥିଲା। ଏହି ଅଭିଯାନରେ ଚଳିତ ବର୍ଷ ଜୁନ୍‍ ୧୮ରୁ ୨୦ ତାରିଖ ମଧ୍ୟରେ ୧୮୨ ଛାତ୍ର ଛାତ୍ରୀ, ୭୨ ଜଣ ପିତା ମାତା, ପୂର୍ବତନ ଛାତ୍ର ଛାତ୍ରୀ, ଏସ୍‍ଏମସି ସଦସ୍ୟ ଏବଂ ୧୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ବାହାନଗା ବିଡିଓ ଗୌରାଙ୍ଗ ଚରଣ ଘୋଷ ସ୍ୱାଭାବିକ ଢଙ୍ଗରେ ସ୍କୁଲରେ ପାଠପଢା ପୁଣି ଆରମ୍ଭ କରିବା ନିମନ୍ତେ ପିତାମାତା, ଛାତ୍ରଛାତ୍ରୀ ଏବଂ ଗୋଷ୍ଠୀ ସଦସ୍ୟମାନଙ୍କୁ ପ୍ରବର୍ତ୍ତାଇବାକୁ ସମସ୍ତ ସହଭାଗୀ ପ୍ରୟାସ କରିବାକୁ ଅନୁରୋଧ କରିଥିଲେ।

ଅଂଶଗ୍ରହଣକାରୀଙ୍କ ମଧ୍ୟରେ ମାନସିକ ଦୁସ୍ଥିତି ଦୂର କରିବା ପାଇଁ ଏହି ଅଭିଯାନ ସମୟରେ ଆର୍ଟ ଥେରାପିକୁ ଏକ ମାଧ୍ୟମ ଭାବରେ ବ୍ୟବହାର କରାଯାଇଥିଲା। ପିଲାମାନଙ୍କୁ ନିୟୋଜିତ କରି ରଖିବାକୁ ଚକଟା ମାଟିରୁ ମଡେଲ ପ୍ରସ୍ତୁତି, ଚିତ୍ରାଙ୍କନ, କଳା ଓ କାରିଗରୀ, ବେଲୁନ ଖେଳ, ଗୀତ, ନୃତ୍ୟ ଆଦି ବିବିଧ କାର୍ଯ୍ୟକଳାପର ବ୍ୟବହାର କରାଯାଇଥିଲା। ମୋଟର କୁଶଳତାରେ ଉନ୍ନତି ଆଣିବା, ଚାପଗ୍ରସ୍ତ ପରିସ୍ଥିତିର ମୁକାବିଲା, କୁସଂସ୍କାର ଓ ଅନ୍ଧବିଶ୍ୱାସକୁ ଅଣଦେଖା କରିବା, ମନରୁ ଭୟ ଦୂର କରିବା ଏବଂ ମାନସିକ ଚାପ ସମୟରେ ପିତା ମାତାଙ୍କ ପକ୍ଷରୁ ଯତ୍ନ ନିଆଯିବା ସକାଶେ ଏହି ସମସ୍ତ କାର୍ଯ୍ୟକଳାପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚିତ ହେଉଛି।

ପରିଶେଷରେ ଏହି ଅଭିଯାନ ସମସ୍ତ ସାମାଜିକ ପ୍ରତିବନ୍ଧକକୁ ଭାଙ୍ଗି ବିଦ୍ୟାଳୟ ଯିବାକୁ ପ୍ରସ୍ତୁତି ନିମନ୍ତେ ପିଲାମାନଙ୍କ ମଧ୍ୟରେ ମନୋବଳ ବୃଦ୍ଧି କରିପାରିଥିଲା। ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞ ମଧୁମିତା ଦାସ ଏବଂ ଶିଶୁ ସୁରକ୍ଷା, ଶିକ୍ଷା ଓ ବିଦ୍ୟାଳୟ ନିରାପତ୍ତା ବିଶେଷଜ୍ଞ ଯୁଧିଷ୍ଠିର ପାଣିଗ୍ରାହୀ ଏହି ତିନିଦିନିଆ କାର୍ଯ୍ୟକ୍ରମ ଅବସରରେ ସାଧନ ବ୍ୟକ୍ତି ଭାବରେ କାର୍ଯ୍ୟ କରିଥିଲେ।

ବାହାନଗା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରମିଳା ସ୍ୱାଇଁ, ବିଜ୍ଞାନ ସ୍ନାତକ ତଥା ଶିକ୍ଷକ ପଦ୍ମଲୋଚନ ମଲିକ, ବାହାନଗା ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ଖଗପତି ଜେନା ଏବଂ ବାହାନଗା ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଆଶିଷ କୁମାର ସାହୁ ଶିକ୍ଷା ବ୍ୟତୀତ ଅନ୍ୟାନ୍ୟ କାର୍ଯ୍ୟକଳାପର ଗୁରୁତ୍ୱ ସମ୍ପର୍କରେ ଛାତ୍ର ଛାତ୍ରୀଙ୍କୁ ସଚେତନ କରାଇବା ସହିତ ସେମାନଙ୍କୁ ପ୍ରେରଣା ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଇସ୍ତଫା ଦାବୀ କରି ଛାତ୍ର କଂଗ୍ରେସର ରେଳ ସଦନ ଘେରାଉ

ଭୁବନେଶ୍ୱର: ବାଲେଶ୍ବର ବାହନଗା ରେଳ ଦୁର୍ଘଟଣାରେ ମନ୍ତ୍ରୀ ଅଶ୍ବନୀ ବୈଷ୍ଣବଙ୍କ ଇସ୍ତଫା ଦାବୀ କରି ଓଡିଶା ଛାତ୍ର କଂଗ୍ରେସ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବହୁ ଛାତ୍ରଛାତ୍ରୀ ଭୁବନେଶ୍ବରର ରେଳ ସଦନ ଫାଟକ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ ଏହି ବିକ୍ଷୋଭ କରାଯାଇଥିଲା।

ଏଥିରେ ଛାତ୍ର କଂଗ୍ରେସ ପ୍ରତି ମୃତକଙ୍କ ପରିବାରକୁ ରେଳବାଇ ପକ୍ଷରୁ ୫୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ଦାବୀ କରାଯାଇଥିଲା। ସେହିପରି ପ୍ରତି ମୃତକ ଓ ଅକର୍ମଣ୍ୟ ପରିବାରର ଜଣକୁ ସରକାରୀ ଚାକିରୀ ପ୍ରଦାନ ପାଇଁ ଦାବୀ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ସଂପାଦିକା ସୁଶ୍ରୀ ଅନୁଲେଖା ବୋଷା, ବିଶ୍ୱଜିତ ଦାଶ, ପ୍ରକାଶ ମିଶ୍ର, ମନୋଜ ବିଶ୍ୱାଳ, ରଣଜିତ ପାତ୍ର, ସୁବ୍ରତ ମହାପାତ୍ର, ସ୍ୱାଗତ କର, ବିଶ୍ୱଭୂଷଣ ମହାପାତ୍ର, ମହମ୍ମଦ ଗୁଲଫାମ, ଶ୍ରୀ ମହାନ୍ତି, ଲିପିକା ପାତ୍ର, କାର୍ତିକେଶ୍ୱର କାଣ୍ଡି, ଅଖିଳେଷ ଯାଦବ, ସୌମ୍ୟ ବରାଳ, ମୁନା ପରିଡ଼ା, ସ୍ପନ୍ଦନ କୁମାର ସ୍ୱାଇଁ, ଆର୍ଯ୍ୟାନ ସାସମଲ, ଉଦିତ ପ୍ରଧାନ, ସାହାରୁଖ ଖାନ, ନିଆଜୁଲ ଇସ୍‌ଲାମ, ସୁରଜ ରାଉତ, ସିନିଲ ଗାନ୍ଧୀ, ବିକ୍ରମ ସେନାପତି, ସୌମେନ୍ଦ୍ର ମହାନ୍ତି, ମଂଟୁ ମଲ୍ଲିକ, ସୌରଭ ପଟ୍ଟନାୟକ ପ୍ରମୁଖ ବହୁ ଛାତ୍ର କଂଗ୍ରେସ କର୍ମକର୍ତା ଅଂଶ ଗ୍ରହଣ କରିଥଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡ଼ିଶା ସରକାରଙ୍କ ସହଯୋଗରେ ମୃତକଙ୍କ ଚିହ୍ନଟ ପାଇଁ ଫଟୋ ପ୍ରକାଶ

ଭୁବନେଶ୍ଵର: ଓଡ଼ିଶାର ବାହାନଗା ଠାରେ ଘଟିଥିବା ଦୁର୍ଭାଗ୍ୟଜନକ ରେଳ ଦୁର୍ଘଟଣାରେ ମୃତାହତ ସମ୍ପର୍କୀୟଙ୍କ ବିଷୟରେ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ପାଇନଥିବା ପରିବାର ଲୋକମାନଙ୍କୁ ସହାୟତା ଯୋଗାଇ ଦେବା ନିମନ୍ତେ ଓଡ଼ିଶା ସରକାରଙ୍କ ସହଯୋଗରେ ଭାରତୀୟ ରେଳବାଇ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ମୃତାହତଙ୍କ ସମ୍ପର୍କୀୟମାନଙ୍କ ସହିତ ଯୋଗାଯୋଗ କରିବା ଲାଗି ଚେଷ୍ଟା କରାଯାଉଛି। ଏହି ଦୁର୍ଭାଗ୍ୟଜନକ ରେଳ ଦୁର୍ଘଟଣାରେ ମୃତାହତ ଯାତ୍ରୀଙ୍କ ପରିବାରବର୍ଗ/ସମ୍ପର୍କୀୟ/ବନ୍ଧୁ ଓ ଶୁଭଚିନ୍ତକମାନେ ନିମ୍ନରେ ଦିଆଯାଇଥିବା ଲିଙ୍କକୁ ଯାଇ ମୃତକ ଓ ଆହତ ଯାତ୍ରୀଙ୍କ ଫଟୋ ଦେଖିପାରିବେ। ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଆହତ ଯାତ୍ରୀଙ୍କ ସମ୍ପର୍କରେ ଜାଣିପାରିବେ ଏବଂ ନିମ୍ନ ବିବରଣୀକୁ ଉପଯୋଗ କରି ଅପରିଚିତ ମୃତଦେହକୁ ଚିହ୍ନଟ କରିପାରିବେ।

୧- ଦୁଃଖଦାୟକ ବାହାନଗା ରେଳ ଦୁର୍ଘଟଣାରେ ମୃତକଙ୍କ ଫଟୋର ଲିଙ୍କ ହେଉଛି:

https://srcodisha.nic.in/Photos%20Of%20Deceased%20with%20Disclaimer.pdf

୨- ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଯାତ୍ରୀଙ୍କ ତାଲିକା:

https://www.bmc.gov.in/train-accident/download/Lists-of-Passengers-Undergoing-Treatment-in-Different-Hospitals_040620230830.pdf

୩- କଟକ ଏସସିବିରେ ଚିକିତ୍ସିତ ହେଉଥିବା ଅପରିଚିତ ବ୍ୟକ୍ତିଙ୍କ ଲିଙ୍କ୍‌:

https://www.bmc.gov.in/train-accident/download/Un-identified-person-under-treatment-at-SCB-Cuttack.pdf

ଏହି ରେଳ ଦୁର୍ଘଟଣାରେ ପୀଡ଼ିତ ଯାତ୍ରୀମାନଙ୍କ ପରିବାରବର୍ଗ/ସମ୍ପର୍କୀୟଙ୍କ ସହିତ ଯୋଗାଯୋଗ କରିବା ଲାଗି ରେଳବାଇର ହେଲ୍ପଲାଇନ ନମ୍ବର ୧୩୯ ଦିନରାତି କାମ କରୁଛି। ବରିଷ୍ଠ ରେଳ ଅଧିକାରୀମାନେ ଉପସ୍ଥିତ ରହି ୧୩୯ ନମ୍ବର ଜରିଆରେ ସୂଚନା ଯୋଗାଇ ଦେଉଛନ୍ତି। ଆହୁରି ବିଏମସିର ହେଲ୍ପଲାଇନ ନମ୍ବର ୧୮୦୦୩୪୫୦୦୬୧/୧୯୨୯ ୨୪ ଘଣ୍ଟିଆ ଭିତ୍ତିରେ କାର୍ଯ୍ୟ କରୁଛି। ଭୁବନେଶ୍ୱର ମହାନଗର ନିଗମ ଆୟୁକ୍ତଙ୍କ ଦ୍ୱାରା ଏକ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି ଯେଉଁଠି ଯୋଗାଯୋଗ କରୁଥିବା ଲୋକମାନଙ୍କୁ ସେମାନଙ୍କର ସମ୍ପର୍କୀୟଙ୍କୁ ଚିହ୍ନଟ କରାଯାଇ ଆବଶ୍ୟକତା ଅନୁଯାୟୀ,ଡାକ୍ତରଖାନା କିମ୍ବା ଶବାଗାରକୁ ପଠାଇବା ନିମନ୍ତେ ଗାଡ଼ି ବ୍ୟବସ୍ଥା କରାଯାଇଛି। ଏହି ସୁବିଧା ପାଇଁ ଅଧିକାରୀମାନଙ୍କୁ ମୁତୟନ କରାଯାଇଛି।

Categories
ବିଶେଷ ଖବର

ରେଳଯାତ୍ରୀଙ୍କ ପାଇଁ ମାତ୍ର ୬୮ ପଇସାରେ ମିଳୁଛି ୧୦ ଲକ୍ଷ ବୀମା, ଜାଣନ୍ତୁ କିପରି ଉଠାଇବେ ଏହାର ଲାଭ

ନୂଆଦିଲ୍ଲୀ: ରେଳ ଯାତ୍ରା ପାଇଁ ଯାତ୍ରା ବୀମା କିଣିବା ପାଇଁ କିଏ ଧ୍ୟାନ ଦିଏ? ଅନେକ ଲୋକ ହୀ ଜାଣିନାହାନ୍ତି ଯେ, ରେଳ ଦୁର୍ଘଟଣା ଏବଂ ଡକାୟତ ଭଳି ଅନ୍ୟାନ୍ୟ ଅଘଟଣରୁ ଆର୍ଥିକ ସୁରକ୍ଷା ପାଇଁ ୬୮ ପଇସା ପ୍ରିମିୟମରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା କଭରେଜ୍ ପାଇପାରିବେ।

ଆପଣ ହୁଏତ ଏହାକୁ ଅଣଦେଖା କରିଥିବେ, କିନ୍ତୁ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପ (IRCTC) ପ୍ରତ୍ୟେକ ଥର ଆପଣ ଏହାର ୱେବସାଇଟ୍ କିମ୍ବା ମୋବାଇଲ୍ ଆପ୍ ମାଧ୍ୟମରେ ଟିକେଟ ବୁକ୍ କରିବା ସମୟରେ ଆପଣଙ୍କୁ ବୀମା ଯୋଗାଇ ଦେଉଛନ୍ତି | IRCTC ସାଇଟରେ ଆପଙ୍କର ଟ୍ରେନ୍ ଯାତ୍ରା ପାଇଁ ଟିକେଟ ବୁକିଂ କରିବାବେଳେ, ଆପଣ “ଟ୍ରାଭେଲ ଇନସୁରାନ୍ସ” ରେ ଏକ ବିକଳ୍ପ ପାଇବ ଯେଉଁଠାରେ ଆପଣ ଟ୍ରାଭେଲ ଇନସୁରାନ୍ସ ଚାହୁଁଛ କି ନାହିଁ ତାହା ବାଛି ପାରିବ। ହେଲେ ଏହାର ମୂଲ୍ୟ ମାତ୍ର ୬୮ ପଇସା, ତେଣୁ ଏହାକୁ ବାଛିବା ପରାମର୍ଶଦାୟକ।

ରେଳ ଯାତ୍ରା ବୀମା ମୃତ୍ୟୁ ପାଇଁ ୧୦ ଲକ୍ଷ ଟଙ୍କା ଏବଂ କୌଣସି ଟ୍ରେନ୍ ଦୁର୍ଘଟଣା କିମ୍ବା ଅନ୍ୟାନ୍ୟ ଅଘଟଣ ଘଟାଇଥିବା ସ୍ଥାୟୀ ଅକ୍ଷମତା ପାଇଁ କଭରେଜ୍ ପ୍ରଦାନ କରିଥାଏ। ସ୍ଥାୟୀ ଆଂଶିକ ଅକ୍ଷମତା ପାଇଁ ୭.୫ ଲକ୍ଷ ଟଙ୍କା ଉପଲବ୍ଧ। ଆଘାତ ପାଇଁ ଡାକ୍ତରଖାନାରେ ଭର୍ତ୍ତି ପାଇଁ ୨ ଲକ୍ଷ ଟଙ୍କା କଭରେଜ୍ ଉପଲବ୍ଧ। ଟ୍ରେନ୍ ଯାତ୍ରା ସମୟରେ ଦୁର୍ଘଟଣା, ଡକାୟତି ଏବଂ ଅନ୍ୟାନ୍ୟ ହିଂସାତ୍ମକ କାର୍ଯ୍ୟ ନୀତି ଦ୍ୱାରା ଅନ୍ତର୍ଭୁକ୍ତ।

ଯେକୌଣସି ରେଳ ଯାତ୍ରୀ ଯିଏ IRCTC ୱେବସାଇଟ୍ କିମ୍ବା ଆପ୍ ବ୍ୟବହାର କରି ଏକ ଇ-ଟିକେଟ୍ ବୁକ୍ କରିଛନ୍ତି ଏହି ରେଳ ଯାତ୍ରା ବୀମା କିଣି ପାରିବେ। ଟିକେଟ୍ କିଣିବା ସମୟରେ ଫ୍ଲାଇଟ୍ ଟିକେଟ୍ ବୁକିଂ ୱେବସାଇଟ୍ ମଧ୍ୟ ସମାନ ଭ୍ରମଣ ବୀମା ପ୍ରଦାନ କରିଥାଏ, ଯଦିଓ ସେମାନଙ୍କର ପ୍ରିମିୟମ୍ ହାର ଅଧିକ। ରେଳ ଯାତ୍ରା ସମୟରେ ପାଞ୍ଚ ବର୍ଷରୁ କମ୍ ପିଲାମାନଙ୍କ ପାଇଁ କୌଣସି ବୀମା ନାହିଁ। ରେଳ ଯାତ୍ରା ବୀମା ଯୋଜନା କେବଳ ଭାରତୀୟ ନାଗରିକଙ୍କ ପାଇଁ ପ୍ରଯୁଜ୍ୟ। ବିଦେଶର ନାଗରିକମାନେ ଏହି ଯୋଜନା ପାଇଁ ଯୋଗ୍ୟ ନୁହଁନ୍ତି।

ଏହି ଯୋଜନା ପାଇଁ IRCTC ୩ ଟି ବୀମା କମ୍ପାନୀ ଭାରତ ଆକ୍ସା ଜେନେରାଲ ଇନସୁରାନ୍ସ, ବଜାଜ ଆଲିଆନ୍ଜ ଜେନେରାଲ ଇନସୁରାନ୍ସ ଏବଂ ଶ୍ରୀରାମ ଜେନେରାଲ ଇନସୁରାନ୍ସ ସହିତ ବନ୍ଧା ହୋଇଛି। ଆପଣ ଏହି ତିନୋଟି କମ୍ପାନୀ ମଧ୍ୟରୁ ଯେକୌଣସି ଗୋଟିଏରୁ ବୀମା ପଲିସି କିଣୁଛନ୍ତି ଏବଂ IRCTC ନୁହେଁ। ତେଣୁ ସମସ୍ତ ଦାବି ବୀମା କମ୍ପାନୀ ଆଡକୁ ଦିଆଯିବା ଉଚିତ୍।

ଆପଣ ଟିକେଟ୍ ବୁକ୍ କରି ବୀମା କିଣିବା ପରେ, ପଲିସି ଡକ୍ୟୁମେଣ୍ଟ୍ ବୀମାକାରୀଙ୍କ ଦ୍ଵାରା ଆପଣଙ୍କର ଇମେଲ୍ ଆଇଡି କୁ ପଠାଯାଏ। ଏହା ଧ୍ୟାନ ଦେବା ଜରୁରୀ ଯେ, ଆପଣଙ୍କୁ ସମ୍ପୃକ୍ତ ବୀମା କମ୍ପାନୀର ୱେବସାଇଟରେ ନାମାଙ୍କନ ବିବରଣୀ ପୂରଣ କରିବାକୁ ପଡିବ। ଯଦି ଆପଣ ଏହା ନକରନ୍ତି ତେବେ ଆଇନଗତ ଉତ୍ତରାଧିକାରୀମାନେ ଦାବି କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।