ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଇସ୍ତଫା ଦାବୀ କରି ଛାତ୍ର କଂଗ୍ରେସର ରେଳ ସଦନ ଘେରାଉ

Published: Jun 8, 2023, 10:07 am IST
YouthCong

ଭୁବନେଶ୍ୱର: ବାଲେଶ୍ବର ବାହନଗା ରେଳ ଦୁର୍ଘଟଣାରେ ମନ୍ତ୍ରୀ ଅଶ୍ବନୀ ବୈଷ୍ଣବଙ୍କ ଇସ୍ତଫା ଦାବୀ କରି ଓଡିଶା ଛାତ୍ର କଂଗ୍ରେସ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବହୁ ଛାତ୍ରଛାତ୍ରୀ ଭୁବନେଶ୍ବରର ରେଳ ସଦନ ଫାଟକ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ ଏହି ବିକ୍ଷୋଭ କରାଯାଇଥିଲା।

ଏଥିରେ ଛାତ୍ର କଂଗ୍ରେସ ପ୍ରତି ମୃତକଙ୍କ ପରିବାରକୁ ରେଳବାଇ ପକ୍ଷରୁ ୫୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ଦାବୀ କରାଯାଇଥିଲା। ସେହିପରି ପ୍ରତି ମୃତକ ଓ ଅକର୍ମଣ୍ୟ ପରିବାରର ଜଣକୁ ସରକାରୀ ଚାକିରୀ ପ୍ରଦାନ ପାଇଁ ଦାବୀ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ସଂପାଦିକା ସୁଶ୍ରୀ ଅନୁଲେଖା ବୋଷା, ବିଶ୍ୱଜିତ ଦାଶ, ପ୍ରକାଶ ମିଶ୍ର, ମନୋଜ ବିଶ୍ୱାଳ, ରଣଜିତ ପାତ୍ର, ସୁବ୍ରତ ମହାପାତ୍ର, ସ୍ୱାଗତ କର, ବିଶ୍ୱଭୂଷଣ ମହାପାତ୍ର, ମହମ୍ମଦ ଗୁଲଫାମ, ଶ୍ରୀ ମହାନ୍ତି, ଲିପିକା ପାତ୍ର, କାର୍ତିକେଶ୍ୱର କାଣ୍ଡି, ଅଖିଳେଷ ଯାଦବ, ସୌମ୍ୟ ବରାଳ, ମୁନା ପରିଡ଼ା, ସ୍ପନ୍ଦନ କୁମାର ସ୍ୱାଇଁ, ଆର୍ଯ୍ୟାନ ସାସମଲ, ଉଦିତ ପ୍ରଧାନ, ସାହାରୁଖ ଖାନ, ନିଆଜୁଲ ଇସ୍‌ଲାମ, ସୁରଜ ରାଉତ, ସିନିଲ ଗାନ୍ଧୀ, ବିକ୍ରମ ସେନାପତି, ସୌମେନ୍ଦ୍ର ମହାନ୍ତି, ମଂଟୁ ମଲ୍ଲିକ, ସୌରଭ ପଟ୍ଟନାୟକ ପ୍ରମୁଖ ବହୁ ଛାତ୍ର କଂଗ୍ରେସ କର୍ମକର୍ତା ଅଂଶ ଗ୍ରହଣ କରିଥଲେ।

Related posts