Categories
ଆଜିର ଖବର ରାଜ୍ୟ ଖବର

2023-24 ଆର୍ଥିକ ବର୍ଷରେ 256 ନିୟୁତ ଟନ୍ ପଣ୍ୟ ବୋଝେଇ ହାସଲ କଲା ପୂର୍ବତଟ ରେଳପଥ 

ଭୁବନେଶ୍ଵର: 2023-24 ଆର୍ଥିକ ବର୍ଷରେ, ଅର୍ଥାତ୍ 1 ଏପ୍ରିଲ୍ 2023 ରୁ 31 ମାର୍ଚ୍ଚ 2024 ପର୍ଯ୍ୟନ୍ତ ପୂର୍ବ ତଟ ରେଳ 256.22 ନିୟୁତ ଟନ୍ ଉତ୍ପାଦିତ ପଣ୍ୟ ବୋଝେଇ ଓ ପରିବହନ କରିଛି ଯାହା ପୂର୍ବ ଆର୍ଥିକ ବର୍ଷଠାରୁ 14.72 ନିୟୁତ ଟନ୍ ଅଧିକ ଏବଂ 2022-23 ଆର୍ଥିକ ବର୍ଷ ତୁଳନାରେ 6.1% ଅଭିବୃଦ୍ଧି ପଞ୍ଜିକରଣ କରିଛି।

ପୂର୍ବତଟ ରେଳପଥ ଏହି ଆର୍ଥିକ ବର୍ଷରେ ପଣ୍ୟ ପରିବହନରେ ଭାରତୀୟ ରେଳବାଇର ସମସ୍ତ ରେକର୍ଡକୁ ଅତିକ୍ରମ କରିଛି। କ୍ରମାଗତ ଭାବେ 5 ଥର ପାଇଁ 200 ନିୟୁତ ଟନ୍ ପଣ୍ୟ ପରିବହନର ମାଇଲଖୁଣ୍ଟ ଅତିକ୍ରମ କରିବାରେ ପୂର୍ବତଟ ରେଳପଥ ମଧ୍ୟ ପ୍ରଥମ ଜୋନ୍ ହୋଇପାରିଛି। ପୂର୍ବତଟ ରେଳପଥର ଏହି ସଫଳତାରେ ଏହାର ତିନୋଟି ରେଳ ମଣ୍ଡଳ ଦ୍ୱାରା ହାସଲ କରିଥିବା ଚମତ୍କାର ପ୍ରଦର୍ଶନ ବହୁ ଅବଦାନ ଦେଇଛି। 2019-20 ଆର୍ଥିକ ବର୍ଷରେ 200 ନିୟୁତ ଟନ୍ ପଣ୍ୟ ବୋଝେଇ କରିବା ପାଇଁ ପୂର୍ବ ତଟ ରେଳପଥ ଅବିଭକ୍ତ ଦକ୍ଷିଣ ପୂର୍ବ ରେଳପଥ ପରେ ଦ୍ୱିତୀୟ ରେଳ ଜୋନ୍ ଅଟେ। ଆଜି ଏହା 250 ନିୟୁତ ଟନ୍ ପଣ୍ୟ ବୋଝେଇ ଓ ପରିବହନ କରୁଥିବା ପ୍ରଥମ ରେଳ ଜୋନ୍ ହୋଇପାରିଛି।

2023-24 ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥ 152.95 ନିୟୁତ ଟନ୍ କୋଇଲା, 13.29 ନିୟୁତ ଟନ୍ ଇସ୍ପାତ କାରଖାନାକୁ କଞ୍ଚାମାଲ ପରିବହନ, 20.77 ନିୟୁତ ଟନ୍ ଷ୍ଟିଲ୍ ଆଣ୍ଡ ସ୍ଲାଗ୍, 31.26 ନିୟୁତ ଟନ୍ ଲୁହାପଥର, 1.24 ନିୟୁତ ଟନ୍ ସିମେଣ୍ଟ, 3.24 ନିୟୁତ ଟନ୍ ଖାଦ୍ୟ ଶସ୍ୟ ବୋଝେଇ କରି ପରିବହନ କରିଥିବାବେଳେ 6.46 ନିୟୁତ ଟନ୍ ଫର୍ଟିଲାଇଜର, 3.10 ନିୟୁତ ଟନ୍ ମିନେରାଲ୍ ଅଏଲ୍ ସହିତ କଣ୍ଟେନର ଏବଂ ଅନ୍ୟାନ୍ୟ ସାମଗ୍ରୀରେ 19.06 ନିୟୁତ ଟନ୍ ପଣ୍ୟ ବୋଝେଇ ଓ ପରିବହନ କରିପାରିଛି ଯାହାକି ଗତ ବର୍ଷର ଅନୁରୂପ ଅବଧି ତୁଳନାରେ ଏହା 6% ଅଧିକ ଅଟେ।

ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ 159.94 ନିୟୁତ ଟନ୍ ପଣ୍ୟ ବୋଝେଇ ଓ ପରିବହନ ହାସଲ କରିଥିବାବେଳେ ୱାଲଟିୟର ରେଳ ମଣ୍ଡଳ ଦ୍ୱାରା 76.48 ନିୟୁତ ଟନ୍ ଏବଂ ସମ୍ବଲପୁର ରେଳ ମଣ୍ଡଳ ଦ୍ୱାରା 19.80 ନିୟୁତ ଟନ୍ ପଣ୍ୟ ବୋଝେଇ ଯୋଗଦାନ କରିଛି। ସମସ୍ତ ତିନୋଟି ରେଳ ମଣ୍ଡଳ ପୂର୍ବ ବର୍ଷ ତୁଳନାରେ ଭଲ ପ୍ରଦର୍ଶନ କରିଛନ୍ତି ଏବଂ ଗତ ବର୍ଷର ପଣ୍ୟ ବୋଝେଇ ଆକଳନକୁ ଅତିକ୍ରମ କରିଛନ୍ତି।

ତାଲଚରରେ MCL ର କୋଇଲା କ୍ଷେତ୍ର, ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଥିବା ପାଞ୍ଚଟି ବନ୍ଦର, ଯଥା ପାରାଦୀପ, ଧାମରା, ବିଶାଖାପାଟଣା, ଗଙ୍ଗାଭରମ ଏବଂ ଗୋପାଳପୁର ସହିତ ଛତିଶଗଡର ବୈଲାଡିଲାରେ ଲୁହାପଥର ଖଣି, ପ୍ରମୁଖ ଇସ୍ପାତ ଏବଂ ଆଲୁମିନିୟମ କମ୍ପାନୀ, କେନ୍ଦୁଝର ଅଂଚଳର ଲୁହାପଥର ଖଣି ଏହି ସଫଳତା ପାଇଁ ପ୍ରମୁଖ ଯୋଗଦାନ ଦେଇଛନ୍ତି।

ପୂର୍ବତଟ ରେଳପଥର ଉଲ୍ଲେଖନୀୟ ପ୍ରଦର୍ଶନ ଦ୍ୱାରା ସରକାରୀ ସେକ୍ଟର ଏବଂ ଇଣ୍ଡଷ୍ଟ୍ରିଜ୍ ସହିତ ଏହାର କାର୍ଯ୍ୟଶୈଳୀକୁ ଉତ୍ସାହିତ କରିବା ବ୍ୟତୀତ ବିଭିନ୍ନ ପ୍ରତିକୂଳ ପରିସ୍ଥିତି ସତ୍ୱେ ଏହି ଉଲ୍ଲେଖନୀୟ ପଣ୍ୟ ବୋଝେଇ ହାସଲ କରାଯାଇଛି। ସଠିକ୍ ଯୋଜନା, ସକରାତ୍ମକ ପରିବେଶ ଏବଂ କର୍ମଚାରୀ ମାନଙ୍କର ନିରନ୍ତର କଠିନ ପରିଶ୍ରମ ଏହି ଲକ୍ଷ୍ୟ ହାସଲ କରିବା ପାଇଁ ସହାୟକ ହୋଇଛି। `

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

200 ନିୟୁତ ଟନ୍ ପଣ୍ୟ ବୋଝେଇକୁ ମାତ୍ର 295 ଦିନରେ ଅତିକ୍ରମ କଲା ପୂର୍ବତଟ ରେଳପଥ

ଭୁବନେଶ୍ଵର: ପୂର୍ବତଟ ରେଳପଥ 2023-24 ଆର୍ଥିକ ବର୍ଷରେ ମାଲ ପରିବହନରେ ଭାରତୀୟ ରେଳର ସମସ୍ତ ରେକର୍ଡକୁ ଅତିକ୍ରମ କରିଛି। 1 ଏପ୍ରିଲ, 2023 ରୁ 22 ଜାନୁୟାରୀ, 2024 ପର୍ଯ୍ୟନ୍ତ ଏହି ରେଳପଥ 202.111 ନିୟୁତ ଟନ୍ ପଣ୍ୟ ପରିବହନ କରିଛି ଯାହାକି ଗତ ଆର୍ଥିକ ବର୍ଷରେ ଅର୍ଥାତ୍ 2022-23 ଆର୍ଥିକ ବର୍ଷରେ ସମାନ ସମୟ ମଧ୍ୟରେ 191.39 ନିୟୁତ ଟନ୍ ସର୍ବାଧିକ ମାଲ ଲୋଡିଂର ପୂର୍ବ ରେକର୍ଡକୁ ଭଙ୍ଗ କରିଛି। ଏହା ଦ୍ୱାରା ପୂର୍ବତଟ ରେଳପଥ କ୍ରମାଗତ ଭାବେ ପଞ୍ଚମ ଥର ପାଇଁ 200 ନିୟୁତ ଟନ୍ ପଣ୍ୟ ବୋଝେଇର ମାଇଲଖୁଣ୍ଟ ଅତିକ୍ରମ କରିବାରେ ପ୍ରଥମ ରେଳ ଜୋନ ଭାବେ ଧାରା ବଜାୟ ରଖିଛି। ପୂର୍ବତଟ ରେଳପଥର ତିନୋଟି ରେଳ ମଣ୍ଡଳ ଦ୍ୱାରା ହାସଲ ହୋଇଥିବା ଚମତ୍କାର ପ୍ରଦର୍ଶନରେ ବହୁ ଅବଦାନ ଦେଇଛି।

2023-24 ଆର୍ଥିକ ବର୍ଷରେ ପୂର୍ବ ତଟ ରେଳପଥ 121.747 ନିୟୁତ ଟନ କୋଇଲା, 10.65ନିୟୁତ ଟନ ର କଞ୍ଚାମାଲ ଇସ୍ପାତ କାରଖାନାକୁ, 16.398 ନିୟୁତ ଟନ ପିଗ ଆଇରନ୍ ଏବଂ ଉତ୍ପାଦ ଇସ୍ପାତ, 24.018 ନିୟୁତ ଟନ ଲୁହାପଥର, 1.192 ନିୟୁତ ଟନ ସିମେଣ୍ଟ, 2.415 ନିୟୁତ ଟନର ଖାଦ୍ୟ ଶସ୍ୟ, 5.235 ନିୟୁତ ଟନ ସାର, 2.425 ନିୟୁତ ଟନ ଖଣିଜ ତେଲ, କଣ୍ଟେନରରେ 3.774 ନିୟୁତ ଟନ ମାଲ ପରିବହନ ଏବଂ 14.358 ନିୟୁତ ଟନର ଅନ୍ୟାନ୍ୟ ସାମଗ୍ରୀ ବୋଝେଇ କରିଛି।

ବିଭିନ୍ନ ବାଧାବିଘ୍ନ ସତ୍ୱେ ପୂର୍ବତଟ ରେଳପଥର ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ଏହାର ମାନବ ଶକ୍ତି ବ୍ୟବହାର ସହିତ ସରକାରୀ ଓ ଶିଳ୍ପ ସଂସ୍ଥା ସହିତ ଅନ୍ୟାନ ଭାଗିଦାରୀ ମାନଙ୍କ ସହିତ ସଠିକ୍ ଯୋଜନା ଏବଂ ସମନ୍ୱୟ ଗଢି ଏହି ଉଲ୍ଲେଖନୀୟ ପଣ୍ୟ ବୋଝେଇ ହାସଲ କରାଯାଇଛି।

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମାଙ୍କ ନେତୃତ୍ୱରେ ଏହି ରେଳ ଜୋନ୍ ପଣ୍ୟ ପରିବହନ କ୍ଷେତ୍ରରେ ଦକ୍ଷତା ଅର୍ଜନ କରିଛି। ମହାପ୍ରବନ୍ଧକ ପ୍ରଥମ ଦିନରୁ ଏହାର କର୍ମଚାରୀଙ୍କୁ ଉତ୍ସାହିତ କରିବା ସହିତ ଏବଂ ପ୍ରୋତ୍ସାହନ ଦେଇଆସୁଛନ୍ତି। ସକାରାତ୍ମକ ମନୋଭାବ ଏବଂ ନିରନ୍ତର କଠିନ ପରିଶ୍ରମ ସହିତ ସଠିକ୍ ଚିନ୍ତାବ୍ୟକ୍ତ ପୂର୍ବତଟ ରେଳପଥକୁ କଠିନ ମାଇଲ୍ଖୁଣ୍ଟ ଅତିକ୍ରମ କରିବାପାଇଁ ସହାୟକ ହୋଇପାରିଛି।

Categories
ଆଜିର ଖବର ଜାତୀୟ ଖବର

ନଭେମ୍ବର ପର୍ଯ୍ୟନ୍ତ 1015.6 ନିୟୁତ ଟନ ପଣ୍ୟ ବୋଝେଇ ହାସଲ କରିଛି ଭାରତୀୟ ରେଳ

ନୂଆଦିଲ୍ଲୀ: ଏପ୍ରିଲ୍ ରୁ ନଭେମ୍ବର 2023 ମଧ୍ୟରେ ଭାରତୀୟ ରେଳ ପଣ୍ୟ ବୋଝେଇ କ୍ଷେତ୍ରରେ 1015.669 ନିୟୁତ ଟନ ହାସଲ କରିଛି ଯାହାକି ଗତ ବର୍ଷର ସମାନ ସମୟ ମଧ୍ୟରେ ପଣ୍ୟ ବୋଝେଇ 978.724 ନିୟୁତ ଟନ ତୁଳନାରେ ପ୍ରାୟ 36.945 ନିୟୁତ ଟନ ବୃଦ୍ଧି ହୋଇଛି। ଆୟ କ୍ଷେତ୍ରରେ ଭାରତୀୟ ରେଳବାଇ ଗତ ଆର୍ଥିକ ବର୍ଷର ନଭେମ୍ବର ମାସ ପର୍ଯ୍ୟନ୍ତ ଆୟ 105905.1 କୋଟି ଟଙ୍କା ତୁଳନାରେ 110007.5 କୋଟି ଟଙ୍କା ଆୟ କରିଛି ଯାହା ଗତ ବର୍ଷର ସମାନ ସମୟ ତୁଳନାରେ ପ୍ରାୟ 4102.445 କୋଟି ଟଙ୍କା ଅଧିକ ଅଟେ।

ନଭେମ୍ବର 2023 ରେ, ଗତ ଆର୍ଥିକ ବର୍ଷର ପଣ୍ୟ ବୋଝେଇ 123.088 ନିୟୁତ ଟନ ତୁଳନାରେ ଚଳିତ ଆର୍ଥିକ ବର୍ଷରେ 128.419 ନିୟୁତ ଟନ ପଣ୍ୟ ବୋଝେଇ କରେଇପାରିଛି, ଯାହା ଗତ ବର୍ଷ ତୁଳନାରେ ପ୍ରାୟ 4.33% ଅଧିକ ଅଟେ। ଆୟ କ୍ଷେତ୍ରରୁ କେବଳ ନଭେମ୍ବର ମାସରେ ଗତ ବର୍ଷର 13559.83 ଟଙ୍କା ତୁଳନାରେ ଚିଳିତ ଆର୍ଥିକ ବର୍ଷ ନଭେମ୍ବର ମାସରେ 14077.94 କୋଟି ଟଙ୍କା ଆୟ କରାଯାଇପାରିଛି ଯାହାକି ପ୍ରାୟ 3.82% ବୃଦ୍ଧି କରିପାରଟିଛି।

ଭାରତୀୟ ରେଳ କୋଇଲା ବୋଝେଇରେ 65.48 ନିୟୁତ ଟନ, ଲୁହାପଥର ବୋଝେଇ ବାବଦରେ 14.99 ନିୟୁତ ଟନ, ପିଗ ଆଇରନ୍ ଏବଂ ଫିନିଶ୍ ଷ୍ଟିଲ 5.25 ନିୟୁତ ଟନ, କ୍ଲିଙ୍କର କୁ ଛାଡି ସିମେଣ୍ଟରେ 5.58 ନିୟୁତ ଟନ, କ୍ଲିଙ୍କର 4.61 ନିୟୁତ ଟନ, ଖାଦ୍ୟ ଶଷ୍ୟ 3.82 ନିୟୁତ ଟନ, ସାର 5.97 ନିୟୁତ ଟନ, ଖଣିଜ ତେଲରେ 4.176 ନିୟୁତ ଟନ, କଣ୍ଟେନରରେ 6.91 MT ଏବଂ ଅନ୍ୟାନ ସାମଗ୍ରୀ 8.59 ନିୟୁତ ଟନ ବୋଝେଇ କେବଳ ନଭେମ୍ବର, 2023 ରେ ହାସଲ କରିଛି।

“ହଙ୍ଗରି ଫର କାର୍ଗୋ”ବା “ଭୋକିଲା କାର୍ଗୋ” ମନ୍ତ୍ର ଅନୁସରଣ କରି, ଭାରତୀୟ ରେଳବାଇ ବ୍ୟବସାୟ କରିବାର ସହଜତା ତଥା ପ୍ରତିଯୋଗିତାମୂଳକ ମୂଲ୍ୟରେ ସେବା ବିତରଣରେ ଉନ୍ନତି ଆଣିବା ପାଇଁ ନିରନ୍ତର ଉଦ୍ୟମ କରିଛି। ଗ୍ରାହକ କେନ୍ଦ୍ରିକ ଆଭିମୁଖ୍ୟ ଏବଂ ବ୍ୟବସାୟ ବିକାଶ ୟୁନିଟ୍ ର କାର୍ଯ୍ୟ ଚତୁର ନୀତି ପ୍ରସ୍ତୁତ ଦ୍ୱାରା ସମର୍ଥିତ ରେଳବାଇକୁ ଏହି ମହତ୍ୱପୂର୍ଣ୍ଣ ସଫଳତା ଦିଗରେ ସାହାଯ୍ୟ କରିଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ପଣ୍ୟ ବୋଝେଇରେ ଏକ ନୂତନ ମାଇଲ ଖୁଣ୍ଟ: 11 ଦିନ ପୂର୍ବରୁ ପୂର୍ବତଟ ରେଳପଥର ସଫଳତା ହାସଲ

ଭୁବନେଶ୍ଵର: ଚଳିତ 2022-23 ଆର୍ଥିକ ବର୍ଷ ଶେଷ ହେବାର 11 ଦିନ ପୂର୍ବରୁ ପୂର୍ବତଟ ରେଳପଥ (ଇକୋର) ପଣ୍ୟ ପରିବହନ କ୍ଷେତ୍ରରେ ଏହାର ପରିସୀମା ମଧ୍ୟରୁ 232.32 ନିୟୁତ ଟନ୍ ପଣ୍ୟ ବୋଝେଇ କରି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। 2021-22 ଆର୍ଥିକ ବର୍ଷର ସମାନ ସମୟ ମଧ୍ୟରେ ପୂର୍ବତଟ ରେଳପଥ 223.64 ନିୟୁତ ଟନ୍ ପଣ୍ୟ ପରିବହନ କରିଥିଲା ବେଳେ 2021-22 ଆର୍ଥିକ ବର୍ଷରେ ସମୁଦାୟ 232.13 ନିୟୁତ ଟନ୍ ପଣ୍ୟ ପରିବହନ କରିଥିଲା।

ଏଠାରେ ଉଲ୍ଲେଖ କରାଯାଇଛି ଯେ, ପୂର୍ବ ତଟ ରେଳପଥ ହେଉଛି ଏକମାତ୍ର ରେଳପଥ ଯାହାକି 220 ନିୟୁତ ଟନ୍ ଏବଂ 230 ନିୟୁତ ଟନ୍ ମାଇଲଖୁଣ୍ଟ ଅତିକ୍ରମ କରିସାରିଥିବାବେଳେ ଚଳିତ ଆର୍ଥିକ ବର୍ଷରେ 240 ନିୟୁତ ଟନ୍ ମାଇଲଖୁଣ୍ଟ ଅତିକ୍ରମ କରିବାକୁ ଦୃଢ ବିଶ୍ୱାସ ରଖିଛି। ପୂର୍ବ ତଟ ରେଳପଥ ପାଇଁ ଚଳିତ ଆର୍ଥିକ ବର୍ଷରେ 240.60 ନିୟୁତ ଟନ୍ ପଣ୍ୟ ବୋଝେଇ କରିବାକୁ ରେଳ ମନ୍ତ୍ରଣାଳୟ ଲକ୍ଷ୍ୟ ଧାର୍ଯ୍ୟ ଦେଇଛି।

ଏହି ବାବଦରେ ଆୟ କ୍ଷେତ୍ରରୁ ପୂର୍ବତଟ ରେଳପଥ 2022-23 ଆର୍ଥିକ ବର୍ଷରେ ଉପରୋକ୍ତ ସମୟ ମଧ୍ୟରେ ପଣ୍ୟ ବୋଝେଇରୁ 23872.69 କୋଟି ଟଙ୍କା ଆୟ କରିଛି ଯାହା ଗତ ଆର୍ଥିକ ବର୍ଷରେ ଏହି ବାବଦରେ ସମୁଦାୟ ଆୟ 22184.85 କୋଟି ଟଙ୍କାକୁ ଅତିକ୍ରମ କରି ପ୍ରାୟ 7.6% ବୃଦ୍ଧି ଆଣି ପାରିଛି।

ପଣ୍ୟ ବୋଝେଇ ଏବଂ ଟ୍ରେନ୍ ଚଳାଚଳ କ୍ଷେତ୍ରରେ ଅନେକ ପ୍ରତିବନ୍ଧକ ଏବଂ ପ୍ରତିକୂଳ ପ୍ରଭାବ ସତ୍ୱେ ପୂର୍ବତଟ ରେଳପଥ ଏହି ମାଇଲଖୁଣ୍ଟ ହାସଲ କରିଛି। ରେଳ ମନ୍ତ୍ରଣାଳୟର ଅଭିନବ ପଦକ୍ଷେପ ଏବଂ ପ୍ରମୁଖ ହସ୍ତକ୍ଷେପ ଉପରେ ଧ୍ୟାନ ଦେଇ ଗତ ଆର୍ଥିକ ବର୍ଷର ପଣ୍ୟ ବୋଝେଇକୁ ଅତିକ୍ରମ କରି ପୂର୍ବତଟ ରେଳପଥ ରେକର୍ଡ ହାସଲ କରିଛି ଯାହା ଫାଷ୍ଟ-ଟ୍ରାକରେ ପହଞ୍ଚାଇବାରେ ସାହାଯ୍ୟ କରିଛି।

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ଏହି ସଫଳତା ପାଇଁ ଏହାର ତିନିଟି ରେଳ ମଣ୍ଡଳ ଓ ପରିଶ୍ରମୀ ତଥା ଉତ୍ସର୍ଗୀକୃତ କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ଶ୍ରେୟ ଦେଇଛନ୍ତି। ଏହା ସହିତ ସେ ରେଳପଥର ସହଭାଗୀ କୋଲିୟାରୀ, ବନ୍ଦର, ଇସ୍ପାତ କାରଖାନା, ସିମେଣ୍ଟ, ଆଲୁମିନା ପ୍ଲାଣ୍ଟ, ପେଟ୍ରୋଲିୟମ କମ୍ପାନୀ ଏବଂ ଖାଦ୍ୟ ନିଗମ ସମେତ ସମସ୍ତ ହିତାଧିକାରୀଙ୍କ ଉଦ୍ୟମ ଏବଂ ସହଯୋଗ ଯୋଗୁଁ ଏହି ସଫଳତା ମିଳି ପାରିଛି ବୋଲି ଶ୍ରୀ ଶର୍ମା କହିଛନ୍ତି.

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ପୂର୍ବତଟ ରେଳପଥ ଦ୍ୱାରା ରେକର୍ଡ ପଣ୍ୟ ବୋଝେଇ

ଭୁବନେଶ୍ବର: ପୂର୍ବତଟ ରେଳପଥ ଚଳିତ ଆର୍ଥିକ ବର୍ଷର (2022-23 ଆର୍ଥିକ ବର୍ଷରେ) ମାତ୍ର 310 ଦିନରେ ତଥା ଆର୍ଥିକ ବର୍ଷ ସମାପ୍ତ ହେବାର 55 ଦିନ ପୂର୍ବରୁ ଏହାର ପରିସୀମା ମଧ୍ୟରୁ 200.43 ନିୟୁତ ଟନ୍ ପଣ୍ୟ ବୋଝେଇ କରି ଏକ ନୂତନ ରେକର୍ଡ ସୃଷ୍ଟି କରିଛି। ଏହି ଆକଳନ ହାସଲ କରିବାକୁ 2021-22 ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥ 320 ଦିନ ସମୟ ନେଇଥିବାବେଳେ 2020-21 ରେ 360 ଦିନ ଏବଂ 2019-20 ଆର୍ଥିକ ବର୍ଷରେ 366 ଦିନ ସମୟ ଲାଗିଥିଲା।

ଏହି ସମୟ ମଧ୍ୟରେ ପଣ୍ୟ ବୋଝେଇରୁ ଆୟ ବାବଦରେ ପୂର୍ବତଟ ରେଳପଥ 20635 କୋଟି ଟଙ୍କା ଆୟ କରିଛି ଯାହା ଗତ ଆର୍ଥିକ ବର୍ଷର 19204 କୋଟି ଟଙ୍କା ତୁଳନାରେ 7.5% ବୃଦ୍ଧି ହୋଇଛି।

ପାନ୍ୟ ବୋଝେଇ ଏବଂ ଟ୍ରେନ୍ ଚଳାଚଳ କ୍ଷେତ୍ରରେ ଅନେକ ପ୍ରତିବନ୍ଧକ ଏବଂ ପ୍ରତିକୂଳ ପ୍ରଭାବ ସତ୍ୱେ ପୂର୍ବତଟ ରେଳପଥ ଏହି ମାଇଲଖୁଣ୍ଟ ହାସଲ କରିଛି। ରେଳ ମନ୍ତ୍ରଣାଳୟର ଅଭିନବ ପଦକ୍ଷେପ ଏବଂ ପ୍ରମୁଖ ହସ୍ତକ୍ଷେପ ଉପରେ ଧ୍ୟାନ ଦେଇ 200 ନିୟୁତ ଟନ ପାନ୍ୟ ବୋଝେଇକୁ ଅତିକ୍ରମ କରି ହାସଲ କରାଯାଇଛି ଯାହା ଏହାକୁ ଫାଷ୍ଟ-ଟ୍ରାକରେ ପହଞ୍ଚାଇବାରେ ସାହାଯ୍ୟ କରିଛି।

ଏହି ଅବଧି ମଧ୍ୟରେ, ପୂର୍ବତଟ ରେଳପଥ 126.18 ନିୟୁତ ଟନ କୋଇଲା, 20.22 ନିୟୁତ ଟନ ଲୁହାପଥର, 18.16 ନିୟୁତ ଟନ ଅନ୍ୟାନ୍ୟ ସାମଗ୍ରୀ, 15.74 ନିୟୁତ ଟନ ଫିନିସଡ଼ ଇସ୍ପାତ, 6.27 ନିୟୁତ ଟନ ଇସ୍ପାତ କାରଖାନାକୁ କଞ୍ଚାମାଲ, 5.11 ନିୟୁତ ଟନ ସାର, କଣ୍ଟେନେରରେ 3.17 ନିୟୁତ ଟନ, 2.37ନିୟୁତ ଟନ ଖଣିଜ ତେଲ, 2.13 ନିୟୁତ ଟନ ଖାଦ୍ୟ ଶସ୍ୟ ଏବଂ 1.09 ନିୟୁତ ଟନ ସିମେଣ୍ଟ ପରିବହନ କରାଯାଇଅଛି। ଏହି ସମୟ ମଧ୍ୟରେ ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ 129.93 ନିୟୁତ ଟନ ପାନ୍ୟ ପରିବହନ କରିଛି। ସେହିଭଳି ୱାଲଟିୟର ରେଳ ମଣ୍ଡଳ 57.03 ନିୟୁତ ଟନ ଏବଂ ସମ୍ବଲପୁର ରେଳ ମଣ୍ଡଳ ଏହି ସମୟ ମଧ୍ୟରେ 13.47ନିୟୁତ ଟନ ମାଲ ପରିବହନ କରିଛି।

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ଏହି ସଫଳତା ପାଇଁ ଏହାର ତିନିଟି ରେଳ ମଣ୍ଡଳ ଓ ପରିଶ୍ରମୀ ତଥା ଉତ୍ସର୍ଗୀକୃତ କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ଶ୍ରେୟ ଦେଇଛନ୍ତି। ଏହା ସହିତ ସେ ରେଳପଥର ସହଭାଗୀ କୋଲିୟାରୀ, ବନ୍ଦର, ଇସ୍ପାତ କାରଖାନା, ସିମେଣ୍ଟ, ଆଲୁମିନା ପ୍ଲାଣ୍ଟ, ପେଟ୍ରୋଲିୟମ କମ୍ପାନୀ ଏବଂ ଖାଦ୍ୟ ନିଗମ ସମେତ ସମସ୍ତ ହିତାଧିକାରୀଙ୍କ ଉଦ୍ୟମ ଏବଂ ସହଯୋଗ ଯୋଗୁଁ ଏହି ସଫଳତା ମିଳି ପାରିଛି ବୋଲି ଶ୍ରୀ ଶର୍ମା କହିଛନ୍ତି।

Categories
ଆଜିର ଖବର ବ୍ୟବସାୟ

ଗତ ଆର୍ଥିକ ବର୍ଷ ପଣ୍ୟ ବୋଝେଇ ଠାରୁ ଅଧିକ ପରିବହନ କରିଛି ପୂର୍ବତଟ ରେଳପଥ

ଭୁବନେଶ୍ବର: ଚଳିତ ଆର୍ଥିକ ବର୍ଷ ଶେଷ ହେବାର 38 ଦିନ ପୂର୍ବରୁ ଅର୍ଥାତ୍ 1 ଏପ୍ରିଲ୍ 2021 ରୁ 21 ଫେବୃଆରୀ, 2022 ପର୍ଯ୍ୟନ୍ତ ପୂର୍ବତଟ ରେଳପଥ ଗତ ଆର୍ଥିକ ବର୍ଷର ପଣ୍ୟ ବୋଝେଇକୁ ଅତିକ୍ରମ କରିସାରିଛି। ନୂତନ ଭାବେ ଜୋନ୍ ଆରମ୍ଭ ହେବା ଦିନଠାରୁ ପୂର୍ବତଟ ରେଳପଥ କ୍ରମାଗତ ଭାବରେ ପୂର୍ବବର୍ଷ ତୁଳନାରେ ପଣ୍ୟ ବୋଝେଇରେ ବର୍ଦ୍ଧିତ ବୋଝେଇ ପ୍ରଦର୍ଶନ କରିଆସୁଅଛି।

ଏପ୍ରିଲ ପହିଲା 2021 ଠାରୁ 21 ଫେବୃଆରୀ, 2022 ସୁଦ୍ଧା ପୂର୍ବତଟ ରେଳପଥ 205.37 ନିୟୁତ ଟନ ମାଲ ପରିବହନ କରି ଗତ ଆର୍ଥିକ ବର୍ଷର ପଣ୍ୟ ପରିବହନ 204.90 ନିୟୁତ ଟନ ମାଲ ପରିବହନକୁ ଅତିକ୍ରମ କରି 0.23% ଅଭିବୃଦ୍ଧି ଆଣିପାରିଛି। ମୋଟାମୋଟି ଭାବେ ଗତ ଆର୍ଥିକ ବର୍ଷର ସମାନ ସମୟ ଅପେକ୍ଷା ପୂର୍ବତଟ ରେଳପଥ 15% ଅଧିକ ମାଲ ପରିବହନ କରିଛି।

ଏହି ଅବଧି ମଧ୍ୟରେ ପୂର୍ବତଟ ରେଳପଥ 116.10 ନିୟୁତ ଟନ କୋଇଲା, 7.29 ନିୟୁତ ଟନ ଷ୍ଟିଲ୍ ପ୍ଲାଣ୍ଟ ପାଇଁ କଞ୍ଚାମାଲ, 18.87 ନିୟୁତ ଟନ ଆଇରନ୍ ଆଣ୍ଡ ଷ୍ଟିଲ୍, 27.92 ନିୟୁତ ଟନ ଲୁହ ପଥର, 1.17 ନିୟୁତ ଟନ ସିମେଣ୍ଟ, 2.61 ନିୟୁତ ଟନ ଖାଦ୍ୟ ଶସ୍ୟ, 5.1 ନିୟୁତ ଟନ ଫର୍ଟିଲାଇଜର, 2.38 ନିୟୁତ ଟନ ଖଣିଜ ତୈଳ ଏବଂ 23.94 ନିୟୁତ ଟନ କଣ୍ଟେନରରେ ମାଲ ପରିବହନ ସାମଗ୍ରୀ ସହିତ ଅନ୍ୟାନ୍ୟ କାର୍ଗୋ ପରିବହନ। ଉପରୋକ୍ତ ପରିବହନ ଗୁଡିକରୁ, ପୂର୍ବତଟ ରେଳପଥ 20368.3 କୋଟି ଟଙ୍କା ଆୟ କରିଛି ଯାହା ଗତ ଆର୍ଥିକ ବର୍ଷର ଅନୁରୂପ ସମୟ ତୁଳନାରେ 19.7% ବୃଦ୍ଧି ପଞ୍ଜିକରଣ କରିଛି। ଏହି ଉଲ୍ଲେଖନୀୟ ସଫଳତା ପାଇବାକୁ ପୂର୍ବତଟ ରେଳପଥ ଦୈନିକ 9472 ୱାଗନ୍ ବ୍ୟବହାର ଯାହାକି ଯାହା ପ୍ରତିଦିନ ପ୍ରାୟ 174.6 ରେକ୍ (ମାଲବାହୀ ଟ୍ରେନ୍) ସହିତ ସମାନ।

ପୂର୍ବ ତଟ ରେଳବାଇର ସମସ୍ତ ତିନୋଟି ରେଳମଣ୍ଡଳ ଯଥା ଖୋର୍ଦ୍ଧା ରୋଡ଼, ୱାଲଟିୟର ଓ ସମ୍ବଲପୁର ର ଉଲ୍ଲେଖନୀୟ ପ୍ରଦର୍ଶନ ହେତୁ ଏହା ସମ୍ଭବ ହୋଇପାରିଛି। 24 ଘଣ୍ଟିଆ ନିରନ୍ତର ଭାବେ ପରିଚାଳନା ସମୀକ୍ଷା ତଦାରଖ, ଉତ୍ସର୍ଗୀକୃତ ଏବଂ ଦୃଢ କାର୍ଯ୍ୟ ଶକ୍ତି ଏହି ପ୍ରଦର୍ଶନକୁ ହାସଲ କରିପାରିଛି।

କୋଭିଡ 19 ମହାମାରୀର ଆହ୍ୱାନ, ଲୁହାପଥର ରପ୍ତାନି ଏବଂ କୋଇଲାରେ ସଙ୍କଟ ଓ ଚାହିଦା ହ୍ରାସ ସତ୍ୱେ ପୂର୍ବତଟ ରେଳପଥ ଏହାକୁ ଏକ ଆହ୍ୱାନ ଭାବେ ଗ୍ରହଣ କରି ଦେଶର ପାୱାର ହାଉସ ଉପରେ ଧ୍ୟାନ ଦେଇଛି ଯାହା ଦ୍ୱାରା ମହାମାରୀ ସମୟରେ ଆବଶ୍ୟକ ସେବାରେ ବାଧା ସୃଷ୍ଟି ହୋଇନପାରିବ। ଏହା ବ୍ୟତୀତ ପୂର୍ବତଟ ରେଳପଥ କୋଭିଡ ମହାମାରୀ ସମୟରେ ଦେଶର ବିଭିନ୍ନ ଗନ୍ତବ୍ୟସ୍ଥଳକୁ 44 ଟି ଅମ୍ଳଜାନ ସ୍ପେଶାଲ ଟ୍ରେନର ଚଳାଚଳ କରାଇଅଛି।

Categories
ଆଜିର ଖବର ବ୍ୟବସାୟ

ପଣ୍ୟ ବୋଝେଇରେ ପୂର୍ବତଟ ରେଳପଥ ଅତିକ୍ରମ କଲା 200 ନିୟୁତ ଟନ ମାଇଲ ଖୁଣ୍ଟ 

ଭୁବନେଶ୍ବର: ଚଳିତ ଆର୍ଥିକ ବର୍ଷର ଫେବୃୟାରୀ ମାସ 14 ତାରିଖ ଅର୍ଥାତ୍ 1 ଏପ୍ରିଲ 2021 ରୁ 14 ଫେବୃଆରୀ, 2022 ମଧ୍ୟରେ ପୂର୍ବ ତଟ ରେଳପଥ ଗତ ଆର୍ଥିକ ବର୍ଷର ସମାନ ସମୟ ଅବଧି ତୁଳନାରେ ପଣ୍ୟ ବୋଝେଇ କ୍ଷେତ୍ରରେ ପ୍ରାୟ 26.67 ନିୟୁତ ଟନ ଅଧିକ ବୋଝେଇ କରି 15% ବୃଦ୍ଧି ପଞ୍ଜିକରଣ କରି 200 ନିୟୁତ ଟନ ମାଇଲଖୁଣ୍ଟ ହାସଲ କରିଛି। ଏହି ସମୟ ମଧ୍ୟରେ, ପୂର୍ବ ତଟ ରେଳପଥ ଗତ ଆର୍ଥିକ ବର୍ଷର ସମାନ ଅବଧିରେ 173.82 ନିୟୁତ ଟନ ପଣ୍ୟ ବୋଝେଇ ତୁଳନାରେ 200.50 ନିୟୁତ ଟନ ପଣ୍ୟ ପରିବହନ କରିପାରିଛି।

ଏଠାରେ ଉଲ୍ଲେଖ କରାଯାଉଅଛି ଯେ ପୂର୍ବ ତଟ ରେଳପଥ ଏହି ସଫଳତା ହାସଲ କରିବା ପାଇଁ ଗତ ଆର୍ଥିକ ବର୍ଷର 360 ଦିନ ତୁଳନାରେ ମାତ୍ର 320 ଦିନ ମଧ୍ୟରେ ଉଲ୍ଲେଖନୀୟ ପ୍ରଦର୍ଶନ ହାସଲ କରିଛି। 200 ନିୟୁତ ଟନ ପଣ୍ୟ ବୋଝେଇ ହାସଲ କରିବା ପାଇଁ ଏହି ରେଳପଥ 2019-20 ଆର୍ଥିକ ବର୍ଷରେ 366 ଦିନରେ ଆଣିପାରିଥିବାବେଳେ 2020-21 ଆର୍ଥିକ ବର୍ଷରେ 360 ଦିନ ସମୟ ନେଇଥିଲା।

ପୂର୍ବତଟ ରେଳପଥର ସମସ୍ତ ତିନୋଟି ରେଳମଣ୍ଡଳ ଯଥା ଖୋର୍ଦ୍ଧା ରୋଡ଼, ୱାଲଟିୟର ଏବଂ ସମ୍ବଲପୁର ରେଳମଣ୍ଡଳର ଉଲ୍ଲେଖନୀୟ ପ୍ରଦର୍ଶନ ହେତୁ ଏହି ଉଲ୍ଲେଖନୀୟ ପଣ୍ୟ ବୋଝେଇ ହାସଲ କରିବା ସମ୍ଭବ ହୋଇ ପାରିଛି। ଏହି ଅବଧି ମଧ୍ୟରେ ପୂର୍ବତଟ ରେଳପଥ 113.35 ନିୟୁତ ଟନ କୋଇଲା, ଇସ୍ପାତ କାରାଖାନାଗୁଡିକ ପାଇଁ 7.06 ନିୟୁତ ଟନ କଞ୍ଚାମାଲ, 18.46 ନିୟୁତ ଟନ ଆଇରନ୍ ଆଣ୍ଡ ଷ୍ଟିଲ୍, 27.22 ନିୟୁତ ଟନ ଲୁହାପଥର, 1.13 ନିୟୁତ ଟନ ସିମେଣ୍ଟ, 2.56 ନିୟୁତ ଟନ ଖାଦ୍ୟ ଶସ୍ୟ, 5 ନିୟୁତ ଟନ ସାର, 2.34 ନିୟୁତ ଟନ ଖଣିଜ ତୈଳ ଏବଂ 23.37 ନିୟୁତ ଟନ କଣ୍ଟେନର ଦ୍ୱାରା ପରିବହନ ସାମଗ୍ରୀ ସହିତ ଅନ୍ୟାନ ପଣ୍ୟ ପରିବହନ କରିପାରିଛି।

ତାଳଚେର, ପାରାଦୀପ, ଧାମରା, ବିଶାଖାପାଟନମ୍, ଗଙ୍ଗାଭରାମ, କେନ୍ଦୁଝର, କେକେ ଲାଇନ, ଷ୍ଟିଲ ପ୍ଲାଣ୍ଟ, ଆଲୁମିନିୟମ ପ୍ଲାଣ୍ଟ ସହିତ ପୂର୍ବତଟ ରେଳପଥ ମଧ୍ୟରେ ଥିବା ଅନ୍ୟାନ ଶିଳ୍ପ ସଂସ୍ଥା ଗୁଡିକ ମାଲ ପରିବହନରେ ପ୍ରମୁଖ ଯୋଗଦାନ କରିଛନ୍ତି। ପୂର୍ବତଟ ରେଳପଥ କର୍ମଚାରୀ ମାନଙ୍କ ଉତ୍ସର୍ଗୀକୃତ ଏବଂ କାର୍ଯ୍ୟ ଶକ୍ତିର କଠିନ ପରିଶ୍ରମ, 24 ଘଣ୍ଟିଆ ନିରନ୍ତର ପର୍ଯ୍ୟାଲୋଚନ ଏବଂ ଉଲ୍ଲେଖନୀୟ ତଦାରଖ ଯୋଗୁଁ ଏହି ପ୍ରଦର୍ଶନକୁ ଆଣିଦେଇଛି।

ଏହି ସମୟ ମଧ୍ୟରେ, ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳରୁ 132.54 ନିୟୁତ ଟନ ମାଲ ପରିବହନ, ୱାଲଟିୟର ରେଳ ମଣ୍ଡଳରୁ 57.21 ନିୟୁତ ଟନ ମାଲ ପରିବହନ ଏବଂ ସମ୍ବଲପୁର ରେଳ ମଣ୍ଡଳରୁ 10.73 ନିୟୁତ ଟନ ମାଲ ପରିବହନ କରାଯାଇଅଛି। ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ଦୈନିକ 9452 ୱାଗନ୍ ବ୍ୟବହାର କରିଛି ଯାହା ପ୍ରତିଦିନ ପ୍ରାୟ 174 ରେକ୍ ବା ପଣ୍ୟବାହୀ ଟ୍ରେନ ଅଟେ। ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ମଧ୍ୟ ଗତ ଆର୍ଥିକ ବର୍ଷର ବାର୍ଷିକ ପରିବହନ 131.36 ନିୟୁତ ଟନ ପଣ୍ୟ ପରିବହନକୁ ଅତିକ୍ରମ କରିଛି। ସେହିଭଳି ପୂର୍ବତଟ ରେଳପଥର ୱାଲଟିୟର ରେଳ ମଣ୍ଡଳ ଏବଂ ସମ୍ବଲପୁର ରେଳ ମଣ୍ଡଳ ମଧ୍ୟ ପୂର୍ବ ବର୍ଷ ଅପେକ୍ଷା ଉନ୍ନତ ପ୍ରଦର୍ଶନ କରିପାରିଛନ୍ତି। ଚଳିତ ଆର୍ଥିକ ବର୍ଷର ପଣ୍ୟ ପରିବହନ କ୍ଷେତ୍ରରୁ ପୂର୍ବତଟ ରେଳପଥ ପ୍ରାୟ 19884.3 କୋଟି ଟଙ୍କା ଆୟ କରିଛି ଯାହାକି ଗତ ଆର୍ଥିକ ବର୍ଷର ପଣ୍ୟ ପରିବହନ କ୍ଷେତ୍ରରୁ ଆୟ ଅପେକ୍ଷା 20% ଅଧିକ।

ଚଳିତ ଆର୍ଥିକ ବର୍ଷରେ ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳପଥ (SECR) ଦ୍ୱାରା ଏହି ସମାନ ସମୟ ମଧ୍ୟରେ 182.0 ନିୟୁତ ଟନ ଏବଂ ଦକ୍ଷିଣ ପୂର୍ବ ରେଳପଥ (SER) 168.5 ନିୟୁତ ଟନପଣ୍ୟ ପରିବହନ କରି ଯଥାକ୍ରମେ ଦ୍ଵିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି। କୋଭିଡ19 ମହାମାରୀ ସମୟରେ ବିଭିନ୍ନ ପ୍ରକାର ପ୍ରତିବନ୍ଧକ ସହିତ ଲୁହାପଥର ରପ୍ତାନିର ଚାହିଦା ହ୍ରାସ ସତ୍ୱେ ମଧ୍ୟ ପୂର୍ବ ତଟ ରେଳପଥ ଏହାକୁ ଏକ ଆହ୍ୱାନ ଭାବେ ଗ୍ରହଣ କରିଥିଲା। କୋଇଲା ସଙ୍କଟ ସମୟରେ ପାୱାର ହାଉସ ଗୁଡିକୁ ବିଶେଷ ଧ୍ୟାନ ଦିଆଯାଇଥିଲା।

ଉପରୋକ୍ତ ବିଷୟଗୁଡିକ ବ୍ୟତୀତ, କୋଭିଡ ମହାମାରୀ ସମୟରେ ଅମ୍ଳଜାନ ସଙ୍କଟକୁ ଦୂର କରିବା ପାଇଁ ପୂର୍ବ ତଟ ରେଳପଥ ଏହାର ଅପରିସୀମା ମଧ୍ୟରୁ 44 ଟି ଅମ୍ଳଜାନ ସ୍ପେଶାଲ ଟ୍ରେନ୍ ମଧ୍ୟ ଦେଶର ବିଭିନ୍ନ ଗନ୍ତବ୍ୟ ସ୍ଥାନକୁ ଚଳାଚଳ କରାଇଥିଲା।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥର ସଫଳତା, ୧୦୦ ନିୟୁତ ଟନ୍ ପଣ୍ୟ ପରିବହନ କରି ହେଲା ପ୍ରଥମ ଜୋନାଲ ରେଲୱେ

ଭୁବନେଶ୍ବର: ଚଳିତ ଆର୍ଥିକ ବର୍ଷର ଏପ୍ରିଲ ମାସ ପହିଲା ଠାରୁ ସେପ୍ଟେମ୍ବର ମାସ ୧୦ ତାରିଖ ମଧ୍ୟରେ ପୂର୍ବତଟ ରେଳପଥ ଗତ ଆର୍ଥିକ ବର୍ଷ ସମାନ ସମୟ ଅବଧି ମଧ୍ୟରେ ହୋଇଥିବା ପଣ୍ୟ ବୋଝେଇ ୭୭.୫୮ ନିୟୁତ ଟନ ତୁଳନାରେ ୧୦୦.୩୦ ନିୟୁତ ଟନ ପଣ୍ୟ ପରିବହନ କରି ୨୨.୭୨ ନିୟୁତ ଟନ ଅଧିକ ପରିବହନ କରିପାରିଛି ଯାହାକି ଗତ ବର୍ଷ ତୁଳନାରେ ୨୯.୩% ଅଧିକ ଏବଂ ଲକ୍ଷ୍ୟ ଠାରୁ ୫.୫% ଅଧିକ ଅଟେ। ଏହି ସମୟ ମଧ୍ୟରେ ରେଳ ବୋର୍ଡ ଦ୍ୱାରା ସ୍ଥିର ହୋଇଥିବା ଲୋଡିଂ ଟାର୍ଗେଟ୍ ୯୫.୦୯ ନିୟୁତ ଟନ କୁ ମଧ୍ୟ ପୂର୍ବତଟ ରେଳପଥ ଅତିକ୍ରମ କରିପାରିଛି।

ପୂର୍ବ ତଟ ରେଳପଥର ତିନୋଟି ରେଳମଣ୍ଡଳ ଅର୍ଥାତ୍ ଖୋର୍ଦ୍ଧା ରୋଡ୍, ୱାଲଟିୟର ଏବଂ ସମ୍ବଲପୁରର ଉଲ୍ଲେଖନୀୟ ପ୍ରଦର୍ଶନ ଯୋଗୁଁ ଏହା ସମ୍ଭବପର ହୋଇପାରିଛି। ଏହି ଅବଧି ମଧ୍ୟରେ, ପୂର୍ବତଟ ରେଳପଥ ୫୫.୨୮ ନିୟୁତ ଟନ କୋଇଲା, ଷ୍ଟିଲ ପ୍ଲାଣ୍ଟ ପାଇଁ ୩.୬୬ ନିୟୁତ ଟନ କଞ୍ଚାମାଲ, ୯.୬୨ ନିୟୁତ ଟନ ଆଇରନ୍ ଆଣ୍ଡ ଷ୍ଟିଲ୍, ୧୪.୨୬ ନିୟୁତ ଟନ ଲୁହାପଥର, ୦.୫୭ ନିୟୁତ ଟନ ସିମେଣ୍ଟ, ୧.୪୧ ନିୟୁତ ଟନ ଖାଦ୍ୟ ଶସ୍ୟ, ୨.୪୩ ନିୟୁତ ଟନ ସାର, ୧.୦୭ ନିୟୁତ ଟନ ତୈଳ ଜାତୀୟ ଦ୍ରବ୍ୟ, କଣ୍ଟେନେରରେ ୧.୮୭ ନିୟୁତ ଟନ ମାଲ ପରିବହନ ଏବଂ ଅନ୍ୟାନ କାର୍ଗୋ ୧୦.୧୪ ନିୟୁତ ଟନ ପରିବହନ କରିପାରିଛି।

ମାଲ ପରିବହନରେ ପ୍ରମୁଖ ଯୋଗଦାନକାରୀମାନେ ହେଉଛନ୍ତି ତାଳଚେର, ପାରାଦୀପ, ଧାମରା, ବିଶାଖାପାଟନମ୍, ଗଙ୍ଗାଭରମ, କେନ୍ଦୁଝର, କେ.କେ ଲାଇନ, ଷ୍ଟିଲ ପ୍ଲାଣ୍ଟ, ଆଲୁମିନିୟମ ପ୍ଲାଣ୍ଟ ଏବଂପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଥିବା ଅନ୍ୟାନ ଶିଳ୍ପ ସଂସ୍ଥା।

ଏହି ସମୟ ମଧ୍ୟରେ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳରୁ ୬୭.୧୯ ନିୟୁତ ଟନ ପଣ୍ୟ ପରିବହନ, ୱାଲଟିୟର ରେଳମଣ୍ଡଳରୁ ୨୮.୨୪ ନିୟୁତ ଟନ ଏବଂ ସମ୍ବଲପୁର ରେଳମଣ୍ଡଳରୁ ୪.୮୩ ନିୟୁତ ଟନ ପଣ୍ୟ ପରିବହନ କରାଯାଇଅଛି।

ଚଳିତ ଆର୍ଥିକ ବର୍ଷର ସେପ୍ଟେମ୍ବରର ପ୍ରଥମ ୧୦ ଦିନ ଅର୍ଥାତ୍ ୧ ରୁ ୧୦ ସେପ୍ଟେମ୍ବର, ୨୦୨୧ ମଧ୍ୟରେ ପୂର୍ବ ତଟ ରେଳପଥ ୬.୦୧ ନିୟୁତ ଟନ ପଣ୍ୟ ପରିବହନ କରିଛି ଯାହାକି ପୂର୍ବ ଆର୍ଥିକ ବର୍ଷର ସମାନ ସମୟ ତୁଳନାର ୫.୩୦ ନିୟୁତ ଟନ ପଣ୍ୟ ଠାରୁ ୧୩.୩% ଅଧିକ ପଣ୍ୟ ପରିବହନ ପଞ୍ଜିକରଣ କରିଛି।