Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱରରେ ଆରମ୍ଭ ହେଲା ଦିବ୍ୟ କଳା ମେଳା କାର୍ଯ୍ୟକ୍ରମ

ଭୁବନେଶ୍ଵର: କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ର ମନ୍ତ୍ରୀ ବି.ଏଲ. ବର୍ମାଙ୍କ ଦ୍ୱାରା ଆଜି ଭୁବନେଶ୍ୱରର କିଟ୍‌ ବିଶ୍ୱବିଦ୍ୟାଳୟ ଠାରେ ଠାରେ ଦିବ୍ୟ କଳା ମେଳା ଓ ଦିବ୍ୟ କଳା ଶକ୍ତି କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି।

ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ଅଧୀନ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଜାତୀୟ ଭିନ୍ନକ୍ଷମ ଅର୍ଥ ଓ ଉନ୍ନୟନ ନିଗମ (ଏନ୍ଏଚ୍ଏଫଡିସି) ସହଯୋଗରେ  ଭୁବନେଶ୍ୱରରେ ଦିବ୍ୟାଙ୍ଗ ଉଦ୍ୟୋଗୀ, କାରିଗର ଓ ଶିଳ୍ପୀଙ୍କ ପ୍ରତିଭା ଓ କାରିଗରୀ କୌଶଳକୁ ସମ୍ମାନ ଜଣାଇ ‘ଦିବ୍ୟ କଳା ମେଳା’ ଆୟୋଜନ କରାଯାଉଛି। କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (କିଟ୍)ରେ ଆଜି ଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଜୁଲାଇ ୧୧ ପର୍ଯ୍ୟନ୍ତ ଚାଲିବ।

କେନ୍ଦ୍ର ମନ୍ତ୍ରୀ ବି.ଏଲ୍ ବର୍ମା ତାଙ୍କ ଅଭିଭାଷଣରେ କହିଥିଲେ, ‘‘ଆଜି ଆମେ ‘ସାମର୍ଥ୍ୟ’ ପ୍ରଦର୍ଶନ କରୁଛୁ। ‘ଦିବ୍ୟ କଳା ମେଳା’ରେ ଅଂଶଗ୍ରହଣ କରୁଥିବା ଆମର ଦିବ୍ୟାଙ୍ଗ ଭାଇ ଭଉଣୀମାନେ ସେମାନଙ୍କର ଅନନ୍ୟ ଏବଂ ମୂଲ୍ୟବାନ ଦକ୍ଷତା, ପ୍ରତିଭା ଏବଂ ଉଦ୍ୟମିତା ଜରିଆରେ ସୀମାତୀତ ପ୍ରଦର୍ଶନ କରୁଛନ୍ତି। ଦିବ୍ୟ କଳା ଶକ୍ତି କାର୍ଯ୍ୟକ୍ରମ ମାଧ୍ୟମରେ ସଙ୍ଗୀତ, ନୃତ୍ୟ ଏବଂ ଅଭିବ୍ୟକ୍ତିରେ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କେବଳ ଆମର ମନୋରଞ୍ଜନ କରୁ ନାହିଁ ବରଂ ଆମକୁ ସେମାନଙ୍କର ଉତ୍ସାହ ଓ ସମର୍ପଣ ଦ୍ୱାରା ପ୍ରେରଣା ଦେଉଛି । ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିବ୍ୟାଙ୍ଗ ଜନଙ୍କ ସହିତ ସର୍ବଦା ଭାବପ୍ରବଣପୂର୍ଣ୍ଣ ସମ୍ପର୍କ ରଖିଛନ୍ତି। ତାଙ୍କର ଲକ୍ଷ୍ୟ ହେଉଛି ଦେଶର ସାମଗ୍ରିକ ସଶକ୍ତୀକରଣ ପାଇଁ ସମାଜର ପ୍ରତ୍ୟେକ ବର୍ଗର ସଶକ୍ତୀକରଣ ଜରୁରୀ ବୋଲି ବିଶ୍ୱାସ କରି ସେମାନଙ୍କୁ ସଶକ୍ତ କରିବା। ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଅଧୀନରେ ଆମ ସରକାର ଦିବ୍ୟାଙ୍ଗଜନଙ୍କୁ ଉପକୃତ କରିବା ପାଇଁ ବିଭିନ୍ନ ଯୋଜନା ଆରମ୍ଭ କରିଛନ୍ତି’’, ସେ କହିଥିଲେ।

ଶ୍ରୀ ବର୍ମା କହିଥିଲେ, ‘‘ପ୍ରଥମ ଥର ଓଡ଼ିଶାରେ, ପ୍ରଭୁ ଜଗନ୍ନାଥଙ୍କ ପବିତ୍ର ଭୂମିରେ ଆମେ ଏହି ଚମତ୍କାର ଦିବ୍ୟ କଳା ମେଳା ଓ ନିଯୁକ୍ତି ମେଳା ଆୟୋଜନ କରୁଛୁ। ସମାବେଶୀ ବିକାଶ ଓ ଏକ ସଶକ୍ତ ସମାଜ ଗଠନ କରିବା ଲାଗି ଏସବୁ ପ୍ରତିଭା ସମ୍ପନ୍ନ ଉଦ୍ୟୋଗୀଙ୍କୁ ସ୍ୱାଗତ କରିବା, ପ୍ରଶଂସା କରିବା ଓ ସମ୍ମାନିତ କରିବା ଆମର କର୍ତ୍ତବ୍ୟ।’’

ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ଉପ ମହାନିର୍ଦ୍ଦେଶକ କିଶୋର ବି. ସୁରୱଡ଼େ କହିଥିଲେ, ‘‘ଆମର ଉଦ୍ଦେଶ୍ୟ ହେଉଛି ଏକ ସମାବେଶୀ ସମାଜ ଗଠନ କରିବା ଯେଉଁଠାରେ ଆମ ଦେଶର ଦିବ୍ୟାଙ୍ଗ ବ୍ୟକ୍ତିମାନେ ସେମାନଙ୍କ ବିକାଶ ପାଇଁ ସମାନ ସୁଯୋଗ ପାଇବେ, ସେମାନଙ୍କର ଶାରୀରିକ, ସାମାଜିକ, ଶିକ୍ଷାଗତ ଓ ଆର୍ଥିକ ସଶକ୍ତୀକରଣ ହୋଇପାରିବ, ଯାହା ଦ୍ୱାରା ସେମାନେ ଉତ୍ପାଦକ, ନିରାପଦ ଏବଂ ସମ୍ମାନଜନକ ଜୀବନ ଯାପନ କରିପାରିବେ।’’

ସୂଚନାଯୋଗ୍ୟ, ସାରା ଦେଶର ଦିବ୍ୟାଙ୍ଗ ଉଦ୍ୟୋଗୀ ଓ ଶିଳ୍ପୀଙ୍କ ପ୍ରତିଭା ଏବଂ କାରିଗରୀକୁ ପ୍ରଦର୍ଶିତ କରୁଥିବା ଏହା ଏକ ଅଭିନବ କାର୍ଯ୍ୟକ୍ରମ। ମେଳାରେ ପ୍ରାୟ ୧୯୦ ଜଣ ଦିବ୍ୟାଙ୍ଗ ଶିଳ୍ପୀ, କାରୀଗର ଓ ଉଦ୍ୟୋଗୀଙ୍କ ଦ୍ୱାରା ପ୍ରସ୍ତୁତ ଉତ୍କୃଷ୍ଟ ଉତ୍ପାଦ ଏହି ମେଳାରେ ପ୍ରଦର୍ଶିତ ହୋଇଛି। ଆଗନ୍ତୁକମାନେ ଏଠାରେ ବିଭିନ୍ନ ବର୍ଗର ବ୍ୟାପକ ଉତ୍ପାଦ ପାଇପାରିବେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶାର ଦୁଇ ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ସମ୍ବିତ ପାତ୍ରଙ୍କୁ ବିଜେପି ଦେଲା ନୂଆ ଦାୟିତ୍ଵ: ଜାଣନ୍ତୁ କ’ଣ?

ଭୁବନେଶ୍ଵର: ଆଜି ଭାରତୀୟ ଜନତା ପାର୍ଟି ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଏବଂ ସହ-ପ୍ରଭାରୀ ନିଯୁକ୍ତି କରିଛି। ବିଜେପି ରାଷ୍ଟ୍ରୀୟ ଆଧ୍ୟକ୍ଷ ଜଗତ ପ୍ରସାଦ ନଡ୍ଡା ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଏବଂ ସହ-ପ୍ରଭାରୀଙ୍କୁ ନିଯୁକ୍ତି ଦେଇଛନ୍ତି। ଏହିକ୍ରମରେ ଓଡ଼ିଶାର ପ୍ରଭାରୀ ଭାବେ ବିଜୟପାଲ ସିଂ ତୋମାରଙ୍କୁ ବିଜେପି ଦାୟିତ୍ଵ ଦେଇଥିବା ବେଳେ ଲତା ଉସେଣ୍ଡିଙ୍କୁ ସହପ୍ରଭାରୀ ଦାୟିତ୍ୱ ଦିଆଯାଇଛି।

ତେବେ ଓଡିଶାର ଦୁଇ ଲୋକପ୍ରିୟ ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ଡାଃ. ସମ୍ବିତ ପାତ୍ରଙ୍କୁ ମଧ୍ୟ ବିଜେପି ପକ୍ଷରୁ ନୂଆ ଦାୟିତ୍ଵ ଦିଆଯାଇଛି। ଭୁବନେଶ୍ଵର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ କେରଳର ସହପ୍ରଭାରୀ ଭାବେ ନିଯୁକ୍ତି ମିଳିଥିବା ବେଳେ ପୁରୀ ସାଂସଦ ଡାଃ. ସମ୍ବିତ ପାତ୍ରଙ୍କୁ ଉତ୍ତର ପୂର୍ବ ରାଜ୍ୟର ସଂଯୋଜକ ଭାବେ ଦାୟିତ୍ଵ ମିଳିଛି।

ବିଭିନ୍ନ ରାଜ୍ୟ ପାଇଁ ବିଜେପି ପକ୍ଷରୁ ମିଳିଥିବା ଦାୟିତ୍ଵ:

Image

Image

Categories
ଅପରାଧ ଆଜିର ଖବର ଜାତୀୟ ଖବର

୧ ଲକ୍ଷ ଲାଞ୍ଚ କାରବାର: ଏଫସିଆଇ ମହାପ୍ରବନ୍ଧକଙ୍କ ସମେତ ୪ ଜଣଙ୍କୁ ଗିରଫ କଲା ସିବିଆଇ

ଭୁବନେଶ୍ୱର: କୋଲକାତାର ଏକ ଘରୋଇ ଫାର୍ମକୁ ଚାଉଳ ପରିବହନ ଠିକା ପାଇଁ ୧ ଲକ୍ଷ ଟଙ୍କାର ଲାଞ୍ଚ କାରବାର ଅଭିଯୋଗରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଆଜି ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ)ର ଜଣେ ମହାପ୍ରବନ୍ଧକ ଓ ଏକାଉଣ୍ଟସ୍ ମ୍ୟାନେଜରଙ୍କ ସମେତ ଚାରି ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଭୁବନେଶ୍ୱରସ୍ଥିତ ଏଫସିଆଇ, ଓଡ଼ିଶା କ୍ଷେତ୍ର ମହାପ୍ରବନ୍ଧକ ପ୍ରେମ ସିଂ ଭନୋତ୍, ଏଫସିଆଇ ଏକାଉଣ୍ଟସ୍ ମ୍ୟାନେଜର ସଞ୍ଜୟ ଦେ, କୋଲକାତାର ମେସର୍ସ ଏସପି ଟ୍ରେଡର୍ସ ଏଣ୍ଡ ସପ୍ଲାୟର୍ସ ପ୍ରାଇଭେଟ୍ ଲିମିଟେଡ୍ର ମାଲିନା ଦେ ଆଲିଆସ୍ ସୌମୀ ଭଟ୍ଟାଚାର୍ଯ୍ୟ ଏବଂ କୋଲକାତାର ଜଣେ ମଧ୍ୟସ୍ଥ ସୟେଦ ହସନେନ୍ ଅହମ୍ମଦ। ଏହି ଚାରି ଜଣଙ୍କ ସମେତ କୋଲାକାତାର ଆଉ ଜଣେ ମଧ୍ୟସ୍ଥ ସ୍ୱପନ କୁମାର ଘୋଷାଲ ଏବଂ କେତେକ ଅପରିଚିତ ବ୍ୟକ୍ତି ଓ ସଂସ୍ଥା ବିରୋଧରେ ସିବିଆଇ ମାମଲା ରୁଜୁ କରିଛି।

ଅଭିଯୋଗ ଅନୁଯାୟୀ ସମ୍ପୃକ୍ତ ଠିକା ସଂସ୍ଥା ଚାଉଳ ପରିବହନ ଠିକା ପାଇଁ ଟେଣ୍ଡର ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିଲା। ଏଫସିଆଇର ଅଭିଯୁକ୍ତ ମହାପ୍ରବନ୍ଧକ ମଧ୍ୟସ୍ଥ ଓ ଏକାଉଣ୍ଟସ୍ ମ୍ୟାନେଜରଙ୍କ ସହାୟତାରେ ଅନୈତିକ ଉପାୟ ଅବଲମ୍ବନ କରି ସମ୍ପୃକ୍ତ ସଂସ୍ଥାକୁ ପରିବହନ ଠିକା ଦେଇଥିଲେ। ସମ୍ପୃକ୍ତ ସଂସ୍ଥାକୁ କାର୍ଯ୍ୟାଦେଶ ପ୍ରଦାନ ପାଇଁ ଏଫସିଆଇ ମହାପ୍ରବନ୍ଧକ ୫ ଲକ୍ଷ ଟଙ୍କାର ଲାଞ୍ଚ ଦାବି କରିଥିଲେ। ତେବେ ୧ ଲକ୍ଷ ଟଙ୍କା ଲାଞ୍ଚ ପ୍ରଦାନ ବେଳେ ପୂର୍ବରୁ ପ୍ରସ୍ତୁତ ରହିଥିବା ସିବିଆଇର ତଦନ୍ତକାରୀ ଅଧିକାରୀମାନେ ୪ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲେ।

ସମସ୍ତ ଗିରଫ ଅଭିଯୁକ୍ତମାନଙ୍କୁ ଅଦାଲତାରେ ହଜାର କରିବା ପରେ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ପୁଲିସ ହେପାଜତକୁ ପଠାଇ ଦିଆଯାଇଛି। ଏହି ମାମଲାରେ ସିବିଆଇ ପକ୍ଷରୁ କୋଲକାତା, ହାଇଦ୍ରାବାଦ ଓ ଭୁବନେଶ୍ୱରରେ ଚଢ଼ାଉ କରାଯାଇ ୫ ଲକ୍ଷ ନଗଦ ଟଙ୍କା, ଲକର ଚାବି, ମୋବାଇଲ, ଲାପଟପ ଓ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି। ମାମଲାରେ ଅଧିକ ତଦନ୍ତ ଜାରି ରହିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିଧିବଧ ଭାବେ ବିଜେପିରେ ମିଶିଲେ ବିଜେଡିର ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ

ଭୁବନେଶ୍ବର: ଶେଷରେ ବିଧବଧ ଭାବେ ବିଜେପିରେ ମିଶିଲେ ଭୁବନେଶ୍ବରର 4 ଥର ସାଂସଦ ଥିବା ପ୍ରସନ୍ନ ପାଟ୍ଟଶାଣୀ। ସେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ କାର୍ଯ୍ୟାଳୟରେ ବିଜେପିରେ ସାମିଲ ହୋଇଛନ୍ତି। ପୂର୍ବରୁ ସେ ବିଜେପିରେ ସାମିଲ ହେବେ ବୋଲି ଦିଲ୍ଲୀ ଯାଇଥିଲେ। ହେଲେ ସେଠାରେ ନୂଆମନ୍ତ୍ରୀ ମଣ୍ଡଳ ଗଠନ ପାଇଁ ସମସ୍ତେ ବ୍ୟସ୍ତ ଥିବାରୁ କୈଣସି ମିଶ୍ରଣ ପର୍ବ ହୋଇପାରି ନ ଥିଲା। ହେଲେ ସେ ବିଜେପିରେ ଯୋଗ ଦେଇଛନ୍ତି ବୋଲି ଏକ ଫଟୋରୁ ସ୍ପଷ୍ଟ ହୋଇଥିଲା।

ପ୍ରସନ୍ନ ପାଟ୍ଟଶାଣୀ ଭୁବନେଶ୍ବରରୁ ୪ ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ହେଲେ ବିଜେଡି ଗତ 2019 ମସିହା ନିର୍ବାଚନରେ ତାଙ୍କୁ ଟିକେଟ ନ ଦେଇ ଅରୂପ ପଟ୍ଟନାୟକଙ୍କୁ ଟିକେଟ ଦେଇଥିଲା। ସେଥିରେ ସେ ହାରିଯାଇଥିଲେ। ଏଥର ନିର୍ବାଚନରେ ଶ୍ରୀ ପାଟ୍ଟଶାଣୀ ମଧ୍ୟ ଟିକେଟ ପାଇବେ ବୋଲି ଆଶା କରିଥିଲେ। ଏପରିକି ଶେଷ ମୂହୁର୍ତ୍ତରେ ତାଙ୍କୁ ଚିଲିକାରୁ ଟିକେଟ ଦିଆଯିବ ବୋଲି ନବୀନ ନିବାସରେ ଆଲୋଚନା କରାଯାଇଥିଲେ ମଧ୍ୟ ତାହା ହୋଇପାରି ନ ଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ଵରରେ ପହଞ୍ଚିଲେ ରାଜନାଥ ସିଂ: ଘୋଷଣା କରିପାରନ୍ତି ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମ

ଭୁବନେଶ୍ଵର: ରାଜ୍ୟରେ ବିଜେପି ପ୍ରଥମ ଥର ପାଇଁ ସରକାର ଗଠନ କରିବ। ଆସନ୍ତାକାଲି ନୂତନ ସରକାରର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ହେଲେ ଏପର୍ଯ୍ୟନ୍ତ ରାଜ୍ୟରେ ନୂତନ ମୁଖ୍ୟମନ୍ତ୍ରୀ କି ଏହେବ, ଏନେଇ ବିଜେପି ପକ୍ଷରୁ ସ୍ଥିର ହୋଇନାହିଁ। ଆଜି ରାଜ୍ୟ ବିଜେପିର ବିଧାୟକ ଦଳ ବୈଠକ ବସୁଛି। ଏହି ବୈଠକରେ ନୂତନ ମୁଖ୍ୟମନ୍ତ୍ରୀଙ୍କ ନାଁ ସ୍ଥିର ହୋଇପାରେ।

ଓଡିଶାର ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ପାଇଁ ବିଜେପିର କେନ୍ଦ୍ରୀୟ ନେତୃତ୍ଵ ଦୁଇଜଣଙ୍କୁ ପର୍ଯ୍ୟବେକ୍ଷକକୁ ନିଯୁକ୍ତି କରିଛି। ରାଜନାଥ ସିଂହ ଏବଂ ଭୂପେନ୍ଦ୍ର ଯାଦବଙ୍କୁ ବିଜେପି ପକ୍ଷରୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଛି। ଉଭୟ ନେତା ଆଜିର ବିଧାୟକ ଦଳ ବୈଠକରେ ଯୋଗଦେବା ସହ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିପାରନ୍ତି ବୋଲି କୁହାଯାଉଛି। ଏଥିପାଇଁ ରାଜନାଥ ସିଂ ଭୁବନେଶ୍ଵରରେ ପହଞ୍ଚିଛନ୍ତି। ରାଜନାଥ ସିଂଙ୍କ ସହ ଭୂପେନ୍ଦ୍ର ଯାଦବ ଏବଂ କେନ୍ଦ୍ରମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ମଧ୍ୟ ଭୁବନେଶ୍ବରରେ ପହଞ୍ଚିଛନ୍ତି।

Categories
ଆଜିର ଖବର

ଜୁନ୍ ୭ରୁ ତିନିଦିନିଆ ‘ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ’, ପ୍ରଦର୍ଶିତ ହେବ ୧୫ଟି କ୍ଲାସିକ୍ ଓଡ଼ିଆ ସିନେମା

ଭୁବନେଶ୍ୱର: ଜୁନ୍ ୭ରୁ ୯ ତାରିଖ ଯାଏଁ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନଠାରେ ଆୟୋଜିତ ହେବାକୁଯାଉଛି ‘ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ’ (ବିଏଫ୍‌ଏଫ୍‌)। ଓଡ଼ିଆ ଚଳଚ୍ଚିତ୍ର ପ୍ରତି ଦର୍ଶକମାନଙ୍କ ଦୃଷ୍ଟି ପୁନଃଆକର୍ଷିତ କରିବା ପାଇଁ ଏହି ସ୍ୱତନ୍ତ୍ର ଉତ୍ସବ କରାଯାଉଛି।
ଏହି ତିନିଦିନିଆ ସ୍ୱତନ୍ତ୍ର ଓଡ଼ିଆ ଚଳଚ୍ଚିତ୍ର ଉତ୍ସବରେ ବିଭିନ୍ନ ସମୟର ୧୫ଟି କ୍ଲାସିକ୍ ଓଡ଼ିଆ ସିନେମାର ପ୍ରଦର୍ଶନ କରାଯିବ। ପ୍ରତିଦିନ ସକାଳ ୯ଟା ୩୦ରୁ ସନ୍ଧ୍ୟା ପର୍ଯ୍ୟନ୍ତ ବିଭିନ୍ନ ଚଳଚ୍ଚିତ୍ରର ସ୍କ୍ରିନିଂ ହେବ। ଏହି କାର୍ଯ୍ୟକ୍ରମ ଓଡ଼ିଆ ସିନେପ୍ରେମୀ ତଥା ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ।

ଜୁନ୍ ୭ ତାରିଖ ସନ୍ଧ୍ୟା ୭ଟାରେ ‘ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ’ର ଉଦଘାଟନୀ କାର୍ଯ୍ୟକ୍ରମ ରହିଛି। ଏଥିରେ ବଲିଉଡ୍‌ର ଲୋକପ୍ରିୟ ନିର୍ଦ୍ଦେଶକ କେତନ ମେହଟ୍ଟା, ଅଭିନେତ୍ରୀ ତଥା ଫିଲ୍ମ ନିର୍ମାତା ଦୀପା ସାହି, ଓଡ଼ିଆ ଚଳଚ୍ଚିତ୍ରର ଖ୍ୟାତନାମା ଅଭିନେତା ଓ ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦ, ପ୍ରସିଦ୍ଧ ସିନେମାଟୋଗ୍ରାଫର ଓ ଚଳଚ୍ଚିତ୍ର ନିର୍ଦ୍ଦେଶକ ଅପୂର୍ବ କିଶୋର ବୀର୍ ଏବଂ ଅଭିନେତା ତଥା ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାର ନିର୍ଦ୍ଦେଶକ ଚିତ୍ତରଞ୍ଜନ ତ୍ରିପାଠୀ ଅତିଥି ଭାବେ ଯୋଗଦେବେ।

ଏହି ଅବସରରେ ଓଡ଼ିଆ ସିନେମାର ନଅ ଦଶନ୍ଧିର ଯାତ୍ରାକୁ ନେଇ ଗବେଷଣାମୂଳକ ପୁସ୍ତକ ‘ଓଡ଼ିଆ ସିନେମା ଅ୯୦: ରିଦିମ୍‌ସ, ରେଣ୍ଡିସନ୍ସ ଆଣ୍ଡ୍ ରିଫ୍ଲେକ୍ସନ’ ଲୋକାର୍ପଣ କରାଯିବ। ଓଡ଼ିଆ ସିନେମାର ବିଶିଷ୍ଟ ବ୍ୟକ୍ତିତ୍ୱ ଓ କଳାକାରମାନଙ୍କୁ ଏହି ଉତ୍ସବରେ ସମ୍ବର୍ଦ୍ଧନା ମଧ୍ୟ ଦିଆଯିବ।

‘ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ’ର ଅନ୍ୟତମ ଆକର୍ଷଣ ହେଉଛି ଚଳଚ୍ଚିତ୍ର ଅଭିନୟ ଓ ଚିତ୍ରନାଟ୍ୟ ରଚନା ଭଳି ଦୁଇଟି ବିଷୟକୁ ନେଇ ୨ଟି ମାଷ୍ଟରକ୍ଲାସ୍। ଏଥିରେ ବଲିଉଡ୍ ଖ୍ୟାତିସମ୍ପନ୍ନ ଚଳଚ୍ଚିତ୍ର ନିର୍ଦ୍ଦେଶକ ଓ କାଷ୍ଟିଂ ନିର୍ଦ୍ଦେଶକ ମୁକେଶ ଛାବ୍ରା ଏବଂ ନିର୍ଦ୍ଦେଶକ ଅମିତ ରାୟ ଯୋଗଦେଇ ଅଭିନୟ ଓ ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରରେ ଆଗ୍ରହ ରଖୁଥିବା ଯୁବ ପ୍ରତିଭାମାନଙ୍କୁ ବିଶେଷ ତାଲିମ ଓ ପରାମର୍ଶ ଦେବେ।

ଓଡ଼ିଶା ତଥା ଦେଶର ବିଭିନ୍ନ ସ୍ଥାନରେ ରହୁଥିବା ଚଳଚ୍ଚିତ୍ର ନିର୍ଦ୍ଦେଶକ, ଲେଖକ ଓ ବୈଷୟିକ କ୍ଷେତ୍ରରେ ଥିବା ପରିଚିତ ବ୍ୟକ୍ତିବିଶେଷମାନେ ଏକାଠି ହୋଇ ଏହି ନିଆରା ଉତ୍ସବର ଆୟୋଜନ କରୁଛନ୍ତି। ‘ଭୁବନେଶ୍ୱର ଫିଲ୍ମ ସର୍କଲ’ ବ୍ୟାନରରେ ଆୟୋଜିତ ଏହି କାର୍ଯ୍ୟକ୍ରମ ସହ ଯୋଡ଼ିହେବେ ଓଡ଼ିଆ ସିନେମା ସହ ଜଡ଼ିତ ଥିବା ସ୍ଥ୍‌ାନୀୟ ବ୍ୟକ୍ତିବିଶେଷ, କଳାକାର ଓ ଟେକ୍‌ନିସିଆନ, ସିନେମା ଓ ଗଣମାଧ୍ୟମ ଛାତ୍ରଛାତ୍ରୀ ତଥା ସିନେପ୍ରେମୀ।

ଉତ୍ସବ ଅବସରରେ ବିଭିନ୍ନ କ୍ଲାସିକ ତଥା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ଓଡ଼ିଆ ଚଳଚ୍ଚିତ୍ରର ପ୍ରଦର୍ଶନ କରାଯିବ। ଏଥିରେ ସାମିଲ ରହିଛି ମାୟା ମିରିଗ, ଅହଲ୍ୟା, ଶୂନ୍ୟ ସ୍ୱରୂପ, ଛ’ ମାଣ ଆଠ ଗୁଣ୍ଠ, ଧଉଳି ଏକ୍ସପ୍ରେସ୍‌, ଶଲା ବୁଢ଼ାର ବଦ୍‌ଲା, ଭିଜାମାଟିର ସ୍ୱର୍ଗ, ତାରା, ଶେଷ ଦୃଷ୍ଟି, ହେଲୋ ଆର୍ସି, ଶୂକ ଆସୁଛି, ମୋକ୍ଷ, ରିମେମ୍ବରିଂ ପ୍ରମୋଦ ପତି, ଜିଅନ୍ତା ଭୂତ ଓ ମଲାଜହ୍ନ ପରି ସିନେମା।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ମମ୍‌ରେ ମେଦବହୁଳ ରୋଗୀଙ୍କ ଶରୀରରେ ସଫଳତାର ସହ ୟୁଏଇ ପ୍ରକ୍ରିୟା ସମ୍ପାଦିତ

ଭୁବନେଶ୍ୱର: ସମ୍ ଅଲ୍ଟିମେଟ ମେଡିକେୟାର ଡାକ୍ତରଙ୍କ ଦ୍ୱାରା ଜଣେ ମେଦବହୁଳ ମହିଳାଙ୍କ କ୍ଷେତ୍ରରେ ସଫଳତାର ସହ ୟୁଟେରାଇନ୍ ଆର୍ଟେରୀ ଏମ୍ବୋଲାଇଜେସନ୍ (ୟୁଏଇ) ପ୍ରକ୍ରିୟା ସମ୍ପାଦିତ କରାଯାଇଛି। ମହିଳା ଜଣଙ୍କ ଗର୍ଭାଶୟରେ ଅନେକ ଫାଇବ୍ରଏଡ୍ ସୃଷ୍ଟି ହୋଇଥିବା ବେଳେ ସେ ମେନୋପୋଜ୍ ପରବର୍ତ୍ତୀ ସମୟରେ ଅତ୍ୟଧିକ ରକ୍ତସ୍ରାବ ସମସ୍ୟା ନେଇ ହସ୍ପିଟାଲ୍‌କୁ ଆସିଥିଲେ।

ଯଦିଓ ତାଙ୍କ ଶରୀରରେ ଅନ୍ୟାନ୍ୟ ସମସ୍ୟା ଥିବା ଯୋଗୁଁ ଅସ୍ତ୍ରୋପଚାର ଏତେ ସହଜ ନଥିଲା ତେବେ ସୁରକ୍ଷିତ ଏବଂ ମିନିମାଲ୍ ଇନଭାସିଭ୍ ପ୍ରକ୍ରିୟାରେ ଏହା ସମ୍ଭବ ହୋଇପାରିଥିଲା ଏବଂ ଗର୍ଭାଶୟ ଏବଂ ଅଣ୍ଡାଶୟକୁ ବାହାର କରିବାକୁ ପଡ଼ି ନଥିଲା। ଏହି ପ୍ରକ୍ରିୟାରେ ରୋଗୀ ଜଣକ ବିଶେଷ କଷ୍ଟ ପାଇନଥିଲେ।

ଗତ ସୋମବାର ସମ୍ମମ୍‌ରେ ପ୍ରଥମ ଥର ପାଇଁ ଜଣେ ରୋଗୀଙ୍କ ଠାରେ ଏହି ପ୍ରକ୍ରିୟାଟି କରାଯାଇଥିଲା। ଯେତେବେଳେ ରୋଗୀର ଶରୀର ଅସ୍ତ୍ରୋପଚାର ପାଇଁ ପ୍ରସ୍ତୁତ ନଥାଏ କିମ୍ବା ରୋଗୀ ଅସ୍ତ୍ରୋପଚାରକୁ ପସନ୍ଦ କରେ ନାହିଁ ସେତେବେଳେ ଏହି ଅଭିନବ ଉପାୟରେ ରୋଗୀଙ୍କ ଚିକିତ୍ସା କରାଯାଇପାରେ।

ଏହି ରୋଗୀଙ୍କ ଗର୍ଭାଶୟ ଫାଇବ୍ରଏଡ୍ ସମସ୍ୟା କ୍ଷେତ୍ରରେ ପିଭିଏ ପାର୍ଟିକଲ୍ସ ଓ ଜେଲ୍‌-ଫୋମ୍ ଏମ୍ବୋଲାଇଜେସନ୍ ମାଧ୍ୟମରେ ଏହି ପ୍ରକ୍ରିୟା କରାଯାଇଥିଲା। ଏହି ୟୁଏଇ ପ୍ରକ୍ରିୟାରେ ଛୋଟ ଛୋଟ ଗୁଣ୍ଡ ହୋଇଥିବା ଦ୍ରବ୍ୟଗୁଡ଼ିକୁ ଇଞ୍ଜେକ୍ସନ୍ ଦ୍ୱାରା ରକ୍ତ ଧମନୀକୁ ଛଡ଼ା ଯାଇଥାଏ ଯାହାକି ଗର୍ଭାଶୟକୁ ଯାଇ ରକ୍ତସ୍ରାବକୁ ବନ୍ଦ କରିଥାଏ ଏବଂ ଫାଇବ୍ରଏଡ୍ ଗୁଡ଼ିକୁ କ୍ଷୁଦ୍ର କରିବାରେ ସହାୟକ ହୋଇଥାଏ।

ସମ୍ମମ୍‌ର ଭାସ୍କୁଲାର ଆଣ୍ଡ ଇନ୍‌ଟରଭେନ୍‌ସନାଲ୍ ରେଡ଼ିଓଲୋଜି ବିଭାଗର ଆସୋସିଏଟ୍ କନ୍‌ସଲ୍‌ଟାଂଟ ଡାକ୍ତର ସମ୍ବିତ କୁମାର ପଟ୍ଟନାୟକ ଏହି ଚିକିତ୍ସା କରିଥିବା ବେଳେ ରୋଗୀ ଜଣକ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ମଧ୍ୟ ଉତ୍ତପ୍ତ ସହର ପାଲଟିଲା ଭୁବନେଶ୍ବର, ହେଲା ତତଲା ହାଣ୍ଡି

ଭୁବନେଶ୍ବର: ଗତକାଲି ପରି ଅଜି ମଧ୍ୟ ଭୁବନେଶ୍ବର ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି। ଆଜି ରାଜଧାନୀରେ ସର୍ବାଧିକ ତାପମାତ୍ର ପ୍ରବାହିତ ହୋଇଛି। କହିବାକୁ ଗଲେ ଭୁବନେଶ୍ବର ଏକ ତତଲା ହାଣ୍ଡି ହୋଇଯାଇଛି। ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଆଜି ଦିନ ୨ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରାହେଲା

ଭୁବନେଶ୍ୱର: ୪୩.୨°C

କେନ୍ଦୁଝର: ୪୨.୭°C

ଚାନ୍ଦବାଲି: ୪୨.୨ °C

ବାଲେଶ୍ୱର: ୪୧.୪°C

ରାଉରକେଲା: ୪୦.୬°C

ଝାରସୁଗୁଡା: ୩୯.୯°C

ସମ୍ବଲପୁର: ୩୯.୪°C

ହୀରାକୁଦ: ୩୭.୮°C

ପୁରୀ: ୩୪.୯ °C

ଗୋପାଳପୁର: ୩୪.୨°C

ପାରାଦୀପ ୩୩.୪°C

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଭୁବନେଶ୍ବର କାର ଚାଳକ ସାବଧାନ, ଗାଡିରେ କଳା କାଚ ଲାଗିଥିଲେ ଦେବେ ଜରିମାନା

ଭୁବନେଶ୍ବର: ଯଦି ଆପଣ ଭୁବନେଶ୍ବରରେ କାର ଚଳାଉଛନ୍ତି ତେବେ ବର୍ତ୍ତମାନଠାରୁ ସାବଧାନ ହୋଇଯାଆନ୍ତୁ। କାରଣ ହେଲା ବର୍ତ୍ତମାନ କମିଶନରେଟ ପୋଲିସ କାରରେ ଲାଗିଥିବା କଳା କାଚ ବା କଳା କୋଟିଂ ଥିଲେ ଜରିମାନା ଲାଗୁ କରୁଛି। ଆଜିଠାରୁ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଏହି ଚଢାଉ ଆରମ୍ଭ କରାଯାଇଛି।

ପୋଲିସ ତରଫରୁ କଳାକାଚ ବା କୋଟିଂ ଥିବା କାରକୁ ଅଟକାଇ ପ୍ରଥମେ ସେହି କାଚରୁ ଜରି ବା କୋଟିଂକୁ ଛଡାଉଛି। ଆପଣ ତରବରିଆ ଥିବା ବେଳେ ପୋଲିସ ରାସ୍ତାରେ ଅଟକାଇ ପ୍ରଥମେ ଏହା ଛଡାଇବା ପରେ ଯାଇ ଗାଡିକୁ ଛାଡୁଛି। ଯଦି ଦ୍ବିତୀୟ ଥର ଏପରି କରାଯାଏ ଦେବେ ଗାଡିଚଳକଙ୍କୁ ପାଞ୍ଚହଜାର ଟଙ୍କା ଜରିମାନା କରାଯିବ ବୋଲି ପୋଲିସ ସୂଚାଇ ଦେଉଛି।

 

Categories
ଆଜିର ଖବର ସଂସ୍କୃତି

ଡିଏଭି ପୋଖରୀପୁଟରେ ଉତ୍କଳ ଦିବସ ପାଳିତ

ଭୁବନେଶ୍ୱର: ଡିଏଭି ପୋଖରୀପୁଟରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ଆନୁକୂଲ୍ୟରେ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରାତଃ ଆଠ ଘଟିକାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ରାଜ୍ୟ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ସାମୂହିକ ଭାବେ ଗାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ନରୋତ୍ତମ ଷଡ଼ଙ୍ଗୀ ଉତ୍କଳର ବରେଣ୍ୟ ବ୍ୟକ୍ତିତ୍ୱଙ୍କ ପରିଚୟ ପ୍ରଦାନ କରିଥିବାବେଳେ ସେହି ବ୍ୟକ୍ତିତ୍ୱଧାରୀଙ୍କ ରୂପରେ ତୃତୀୟରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀମାନେ ବେଶ ଧାରଣକରି ମଞ୍ଚର ଶୋଭାକୁ ପରିବର୍ଦ୍ଧିତ କରିଥିଲେ।

ଦଶମ ଶ୍ରେଣୀର ଛାତ୍ରୀ ଦକ୍ଷାଦେବାଂଶୀ ଜେନା ଉତ୍କଳ ଦିବସର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ଅଷ୍ଟମ ଶ୍ରେଣୀର ଛାତ୍ରୀ ସ୍ୱାତୀସ୍ନିଗ୍‌ଧା ନାଏକ ଏକକ ସଂଗୀତ ‘ ମୋ ଓଡ଼ିଶା’ ଗାନ କରିଥିଲେ। ସପ୍ତମ ଶ୍ରେଣୀର ଛାତ୍ର ସାଇ ସୁବିଦିତ୍‌ ସାହୁ ସ୍ୱରଚିତ କବିତା ‘ଓଡ଼ିଶା’କୁ ଉପସ୍ଥାପନ କରିଥିଲେ। ତୃତୀୟରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ନୃତ୍ୟଗୁରୁ ଜଗତଜିତ୍‌ ଦାସଙ୍କ ନିର୍ଦ୍ଦେଶିତ ଅର୍ଦ୍ଧ ଶାସ୍ତ୍ରୀୟ ନୃତ୍ୟ ‘’ ଏଠି ପବନ ଗାଏ ଗୀତ ଏଠି ନଦୀ ଝରଣା ହୁଏ ମିତ..’ କୁ ସୁନ୍ଦର ଭାବରେ ପରିବେଷଣ କରିଥିଲେ।

ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ଉପସ୍ଥିତ ବିଦ୍ୟାର୍ଥୀ ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଉତ୍କଳ ପ୍ରଦେଶକୁ ସଂଗଠିତ କରିଥିବା ମହାନାୟକଙ୍କ ଜୀବନାଦର୍ଶରେ ଅନୁପ୍ରାଣିତ ହୋଇ ଉତ୍କଳମାଟିକୁ ସୁରକ୍ଷା ଦେବା ନିମନ୍ତେ ସର୍ବଦା ଜାଗ୍ରତ ରହିବା ତଥା ମାତୃଭୂମିପ୍ରତି ନିଜର କର୍ତ୍ତବ୍ୟକୁ ସୁଚାରୁରୂପେ ସମ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ।

ଓଡ଼ିଆ ଭାଷା ସାହିତ୍ୟ ବିଭାଗର ମୁଖ୍ୟ ଶୁଭ୍ରାଂଶୁ ମୋହନ ଦାଶ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିବା ନିମନ୍ତେ ବିଦ୍ୟାଳୟର ବରିଷ୍ଠ ନିରୀକ୍ଷିକା ଓ ନିରୀକ୍ଷିକ ସହଯୋଗର ହାତ ବଢ଼ାଇଥିଲେ। ପରିଶେଷରେ ଓଡ଼ିଆ ବିଭାଗର ସୁଜାତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ସଂଯୋଜିକା ଝରଣା ମିଶ୍ର, କେଶବ ଚନ୍ଦ୍ର ପ୍ରଧାନ, କ୍ଷଣପ୍ରଭା ନନ୍ଦ, ଶକ୍ତିପ୍ରସନ୍ନ ମହାନ୍ତି, ବିଜୟ କୁମାର ପଣ୍ଡା, ବିକାଶ କୁମାର ଗୌଡ଼, ସତ୍ୟବ୍ରତ ନାଏକ, ରଶ୍ମିରଂଜନ ଦାସ ଆଦି ସକ୍ରିୟ ଅଂଶଗ୍ରହଣ କରିଥିଲେ। ଏହି ଭବ୍ୟ କାର୍ଯ୍ୟକ୍ରମକୁ ବିଦ୍ୟାର୍ଥୀ ତଥା ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ମନଭରି ଉପଭୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

‘ଶିଳ୍ପାଞ୍ଚଳ ପୋଲିସ ଷ୍ଟେସନ’ ଭାବେ ଉନ୍ନୀତ ହେଲା ମେଣ୍ଢାଶାଳସ୍ଥିତ ପୋଲିସ ଆଉଟ ପୋଷ୍ଟ 

ଭୁବନେଶ୍ବର: ଭୁବନେଶ୍ବର ସହରାଞ୍ଚଳ ପୋଲିସ ଜିଲ୍ଲା ମଧ୍ୟରେ ମେଣ୍ଢାଶାଳ ଅଞ୍ଚଳ ଏକ କ୍ରମବର୍ଦ୍ଧିଷ୍ଣୁ ଶିଳ୍ପାଞ୍ଚଳ ଭାବେ ଗଢିଉଠୁଛି। ସେହି ଅଞ୍ଚଳରେ IIIT, NALCO R&D Centre, Birla Global University, GIET ପରି ଅନେକ ଜାତୀୟ ସ୍ତରର ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଓ ଶିଳ୍ପାନୁଷ୍ଠାନ ରହିଛି। ଏହାସହିତ ବଢୁଥିବା ଲୋକସଂଖ୍ୟା ଓ ଆବାସିକ କଲୋନୀକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଣ୍ଢାଶାଳରେ ଥିବା ପୋଲିସ ଆଉଟ ପୋଷ୍ଟକୁ ଏକ ଶିଳ୍ପାଞ୍ଚଳ ପୋଲିସ ଷ୍ଟେସନ (Industrial Police Station) ଭାବେ ଉନ୍ନୀତ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଏହି ନୂତନ ପୋଲିସ ଷ୍ଟେସନଟି ୧୫୦ ବର୍ଗ କିଲୋମିଟର ପରିମିତ ଏବଂ ଏକ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଅଞ୍ଚଳରେ ୪ଟି ଗ୍ରାମ ପଞ୍ଚାୟତ ଏବଂ BMCର ଗୋଟିଏ ୱାର୍ଡକୁ ଆଂଶିକ ଭାବେ ନେଇ କାର୍ଯ୍ୟ କରିବ।

ଏଥିପାଇଁ ୩୪ଟି ନୂଆ ପଦବୀ ସୃଷ୍ଟି କରାଯିବ। ପୂର୍ବରୁ ଏହି ଆଉଟ ପୋଷ୍ଟରେ ୫ ଜଣ କର୍ମଚାରୀ ଅଛନ୍ତି ଏବଂ ୨ଟି ପଦବୀ ଏସ୍‌.ପି ପୋଲିସ ମୋଟର ଟ୍ରେନିଂ ସଂସ୍ଥାରୁ ନିୟୋଜିତ କରାଯିବ। ଏହିପରି ଏହି ଥାନାରେ ସମୁଦାୟ ୪୧ ଜଣ ଅଧିକାରୀ ଓ କର୍ମଚାରୀ ରହିବେ।

ଏହି ୩୪ଟି ନୂତନ ପଦବୀ ଗୁଡିକ ହେଉଛି – ଗୋଟିଏ ଇନ୍‌ସପେକ୍ଟର, ୪ଟି ସବ୍‌ଇନ୍‌ସିପେକ୍ଟର, ୬ଟି ଏ.ଏସ୍‌.ଆଇ, ୨ଟି ହାବିଲଦାର ଓ ୨୧ଟି  କନେଷ୍ଟବଳ। ପୂର୍ବରୁ ଥିବା ୫ଟି ପଦବୀ ହେଉଛି – ଗୋଟିଏ ସବ୍‌ଇନ୍‌ସପେକ୍ଟର ଓ ୪ଟି କନେଷ୍ଟବଳ।

Categories
ଆଜିର ଖବର ରାଜ୍ୟ ଖବର

୧୭ରୁ ଚଳାଚଳ କରିବ ଭୁବନେଶ୍ୱର-ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସ: ଜାଣନ୍ତୁ ସମୟ ସାରଣୀ ଏବଂ ଟିକେଟ ମୂଲ୍ୟ

ଭୁବନେଶ୍ଵର: ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଓଡ଼ିଶା ପାଇଁ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଉଦଘାଟିତ ହୋଇଛି। ତେବେ ଏହା ଭୁବନେଶ୍ୱରରୁ ବିଶାଖାପାଟଣା ପର୍ଯ୍ୟନ୍ତ ଚାଲିବ। ଚଳିତ ୧୨ ତାରିଖରେ ଏହାର ଟ୍ରାଏଲ ରନ ଉକ୍ତ ରୁଟରେ ହୋଇଥିଲା।  ତେବେ ଯାତ୍ରୀମାନେ ଏହାଦ୍ୱାରା ନିଜର ଖୁସି ଜାହିର କରିଥିବା ବେଳେ ନିୟମିତ ଏହାର ଚଳାଚଳ ଏବଂ ଟିକେଟ ଦର କେତେ ରହିବ ତାହା ଜାଣିବା ପାଇଁ ଆଗ୍ରହୀ ଅଛନ୍ତି।

ତେବେ ରେଳ ମନ୍ତ୍ରାଳୟ ଠାରୁ ମିଳିଥିବା ସୂଚନା ମୁତାବକ ଉକ୍ତ ଟ୍ରେନ ଆସନ୍ତା ୧୭ ତାରିଖରୁ ନିୟମିତ ଭାବେ ଚଳାଚଳ କରିବ। ସୋମବାରକୁ ବାଦ ଦେଇ ଅନ୍ୟ ସବୁ ଦିନରେ ସପ୍ତାହକୁ ୬ ଦିନ ବନ୍ଦେ ଭାରତ ଏକ୍ସପ୍ରେସ ଚାଲିବ।

ସମୟ ସାରଣୀ:

ଭୁବନେଶ୍ୱର- ସକାଳ ୫.୧୫

ଖୋର୍ଦ୍ଧା ରୋଡ- ସକାଳ ୫.୩୩

ବାଲୁଗାଁ- ସକାଳ ୬.୨୩

ବ୍ରହ୍ମପୁର- ସକାଳ ୭.୦୫

ଇଚ୍ଛାପୁରମ- ସକାଳ ୭.୧୮

ପଲାସା- ସକାଳ ୮.୧୮

ଶ୍ରୀକାକୁଲମ ରୋଡ- ସକାଳ ୯.୦୦

ବିଜୟାନାଗରମ- ସକାଳ ୯.୪୩

ବିଶାଖାପାଟନମ- ପୂର୍ବାହ୍ନ ୧୧ ଘଟିକାରେ ପହଞ୍ଚିବ।

ସେହିପରିଭାବେ ବିଶାଖାପାଟନମ ଷ୍ଟେସନରୁ ଉକ୍ତ ଟ୍ରେନ ଅପରାହ୍ନ ୩.୩୦ ଘଟିକାରୁ ଛାଡିବ।

ବିଜୟାନାଗରମ- ଅପରାହ୍ନ ୪.୧୫

ଶ୍ରୀକାକୁଲମ ରୋଡ- ୫.୦୩

ପଲାସା- ୬.୧୦

ଇଚ୍ଛାପୁରମ- ୬.୪୦

ବ୍ରହ୍ମପୁର- ୭.୦୦

ବାଲୁଗାଁ- ୭.୫୨

ଖୋର୍ଦ୍ଧା ରୋଡ- ୮.୫୭

ଭୁବନେଶ୍ୱର- ରାତି ୯.୩୦ ରେ ପହଞ୍ଚିବ।

ତେବେ ଉକ୍ତ ଟ୍ରେନର ସମସ୍ତ ବଗି ଶୀତତାପ ନିୟନ୍ତ୍ରିତ ଏବଂ ଚେୟାର କାର ବର୍ଗ ହୋଇଥିବା ବେଳେ ଭୁବନେଶ୍ୱରରୁ ବିଶାଖାପାଟନମ ଦର ୧୧୧୫ ଟଙ୍କା ରହିଥିବା ଜଣାପଡିଛି।  ସେହିପରି ଭାବେ ଭୁବନେଶ୍ୱରରୁ ବାଲୁଗାଁ ୪୪୫ ଟଙ୍କା, ଭୁବନେଶ୍ୱରରୁ ବ୍ରହ୍ମପୁର ୫୬୫ ଟଙ୍କା, ବାଲୁଗାଁଠୁ ବିଶାଖାପାଟନମ ୯୩୫ ଟଙ୍କା ଏବଂ ବାଲୁଗାଁଠୁ ବ୍ରହ୍ମପୁର ୪୪୦ ଟଙ୍କା ଧାର୍ଯ୍ୟ ହୋଇଥିବା ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ମହିଳା କର୍ମଚାରୀମାନେ ସୋଆ ବିଶ୍ୱବିଦ୍ୟାଳୟର ଗୌରବ: ଶାଶ୍ୱତି ଦାସ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ କାର୍ଯ୍ୟରତ ମହିଳାମାନେ କେବଳ ଶିକ୍ଷା କିମ୍ବା ସ୍ୱାସ୍ଥ୍ୟ କ୍ଷେତ୍ରରେ ନୁହେଁ ବରଂ ବିଭିନ୍ନ ବିଭାଗରେ ନିଜର ବହୁମୂଲ୍ୟ ଯୋଗଦାନ ଦେଇ ବିଶ୍ୱବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି। ଏହି ଦୃଷ୍ଟିରୁ ସେମାନେ ବିଶ୍ୱବିଦ୍ୟାଳୟ ଓ ସାରା ରାଜ୍ୟରେ ଉଦାହରଣ ପାଲଟିଛନ୍ତି ବୋଲି ଆନନ୍ଦ ବ୍ୟକ୍ତ କରିଛନ୍ତି ସୋଆର ଉପସଭାପତି ଶାଶ୍ୱତି ଦାସ।

ଆନ୍ତର୍ଜାତିକ ମହିଳା ଦିବସ ପରିପ୍ରେକ୍ଷୀରେ ବିଶ୍ୱବିଦ୍ୟାଳୟ ପରିସରରେ ଆଜି ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀମତି ଦାସ ସୋଆର ମହିଳା କର୍ମଚାରୀମାନଙ୍କୁ କୃତଜ୍ଞତା ଓ ଅଭିନନ୍ଦନ ଜଣାଇଛନ୍ତି।

ଏହି ଅବସରରେ ଶ୍ରୀମତି ଦାସ କହିଥିଲେ ଯେ ଯେଉଁ ସ୍ଥାନରେ ନାରୀମାନଙ୍କୁ ସମ୍ମାନ ଦିଆଯାଏ ସେଠାରେ ହିଁ ଦେବତା ବାସ କରନ୍ତି। ଦ୍ରୌପଦୀ, ଅନୁସୂୟା, ସୀତା, ସାବିତ୍ରୀ, କୁନ୍ତଳା କୁମାରୀ ଓ ଲକ୍ଷ୍ମୀବାଈଙ୍କ ଭଳି ମହିଳାଙ୍କ ଉଦାହରଣ ଦେଇ ଶ୍ରୀମତି ଦାସ କହିଥିଲେ ଯେ ନାରୀ ହିଁ ସ୍ୱର୍ଣ୍ଣିମ ଇତିହାସର ପୃଷ୍ଠଭୂମି। ବର୍ତ୍ତମାନ ନାରୀ ସମାଜ ସହ ତାଳ ଦେଇ ଦେଶ ଓ ଜାତିର ନେତୃତ୍ୱ ନେଉଛି। ଏହି ନାରୀମାନଙ୍କୁ ସେ ଅଭିନନ୍ଦନ ଓ ସଶ୍ରଦ୍ଧ ସମ୍ମାନ ଜଣାଇଥିଲେ।

ଏହି କାର୍ଯ୍ୟକ୍ରମରେ ସ୍ୱାଗତ ଅଭିଭାଷଣ ଦେବା ଅବସରରେ ସୋଆର କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ ଉପସ୍ଥିତ ମହିଳା କର୍ମଚାରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ବର୍ତ୍ତମାନ ସବୁ କ୍ଷେତ୍ରରେ ନାରୀମାନେ ଆଗରେ ଅଛନ୍ତି ବୋଲି କହିଥିଲେ। ସବୁ ସଫଳ ପୁରୁଷଙ୍କ ପଛରେ ନାରୀର ହାତ ରହିଥାଏ ବୋଲି ସେ କହିଥିଲେ।

ସେହିପରି ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର ସଂଘମିତ୍ରା ମିଶ୍ର କହିଥିଲେ ଯେ ଗୋଟିଏ ପରିବାରକୁ ନାରୀ ହିଁ ଯୋଡି ରଖିଥାଏ। ନାରୀମାନଙ୍କର ଯେଉଁ କ୍ଷେତ୍ରରେ ଆଗ୍ରହ ଅଛି ସେ ଦିଗରେ ସେମାନଙ୍କୁ ପ୍ରୋତ୍ସାହିତ କରିବା ଉଚିତ୍ ବୋଲି ସେ କହିଥିଲେ।
କାର୍ଯ୍ୟକ୍ରମରେ ଆଇଟିଇଆର୍ କମ୍ପ୍ୟୁଟର ସାଇନ୍ସ ବିଭାଗର ମୁଖ୍ୟ ପ୍ରଫେସର ଦେବାହୁତି ମିଶ୍ର, ପ୍ରଫେସର ମୀରା ଦାସ, ପ୍ରଫେସର ଅନୀତା ପଣ୍ଡା, ସ୍ପୋର୍ଟ୍ସ ଅଫିସର ସୁନୀତା ବର୍ମା ଓ ସୋଆ କମ୍ୟୁନିଟି ରେଡିଓର ଇନ୍‌ଚାର୍ଜ ଶ୍ରୀମତି ହନୀ ପଟ୍ଟନାୟକ ବକ୍ତବ୍ୟ ରଖିଥିଲେ।

କାର୍ଯ୍ୟକ୍ରମରେ ସୋଆ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍ (ଆଇଡିଏସ୍‌)ର ଡିନ୍ ପ୍ରଫେସର ନୀତା ମହାନ୍ତି, ବିଭିନ୍ନ ଅନୁଷ୍ଠାନର ପ୍ରଫେସର, ଫ୍ୟାକଲ୍ଟି, ବିଭିନ୍ନ ବିଭାଗର ମହିଳା ମୁଖ୍ୟଙ୍କ ସମେତ ଅନ୍ୟାନ୍ୟ ମହିଳା କାର୍ଯ୍ୟକର୍ତ୍ତା, ନ୍ୟୁଜ୍ ୭ ଏବଂ ପ୍ରମେୟର ମହିଳା ସାମ୍ବାଦିକାମାନେ ମଧ୍ୟ ଯୋଗ ଦେଇଥିଲେ।

ସୂଚନା ଯୋଗ୍ୟ ଯେ ସୋଆର ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ୫୫ ପ୍ରତିଶତ ଛାତ୍ରୀ ହୋଇଥିବା ବେଳେ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟ କରୁଥିବା ଶିକ୍ଷକ ଶିକ୍ଷୟତ୍ରୀ ତଥା କର୍ମଚାରୀଙ୍କ ମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ମହିଳା।

ମହିଳା ଦିବସ ଅବସରରେ କେକ୍ କାଟି ମହିଳା କର୍ମଚାରୀମାନେ ଉପସଭାପତି ଶ୍ରୀମତି ଦାସଙ୍କ ଉପସ୍ଥିତିରେ ଉତ୍ସବ ପାଳନ କରିଥିଲେ।

Categories
ଆଜିର ଖବର ଖେଳ ରାଜ୍ୟ ଖବର

ସୋଆ କପ୍ କ୍ରୀଡା ଉତ୍ସବରେ କୃଷି ମହାବିଦ୍ୟାଳୟର ଗ୍ରୁପ୍ ଚାମ୍ପିଅନ୍

ଭୁବନେଶ୍ୱର: ଗୁରୁବାର ଉଦ୍‌ଯାପିତ ହୋଇଥିବା ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ) ବାର୍ଷିକ ସୋଆ କପ୍ କ୍ରୀଡ଼ା ପ୍ରତିଯୋଗିତାରେ ଏହା ଦ୍ୱାରା ପରିଚାଳିତ ୧୦ଟି ଶିକ୍ଷାନୁଷ୍ଠାନ ଭାଗ ନେଇଥିଲେ। ଏଥିରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌) ଗ୍ରୁପ୍ ଚାମ୍ପିଅନ୍ ଟାଇଟଲ୍ ହାସଲ କରିଥିବା ବେଳେ ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚୁଟ୍ ଅଫ୍ ଲ (ସ୍ନିଲ)ର ଆଦିତ୍ୟ ମାଝି ଓ ସମ୍ ନର୍ସିଂ କଲେଜ (ଏସ୍‌ଏନ୍‌ସି)ର ସୋଲାନ୍ସ ଉରାମଣି ଯଥାକ୍ରମେ ପୁରୁଷ ଏବଂ ମହିଳା ବିଭାଗରେ ଚାମ୍ପିଅନ୍ ଆଥଲେଟ ଟାଇଟଲ୍ ହାସଲ କରିଛନ୍ତି।

ସୋଆର ଛାତ୍ରଛାତ୍ରୀମାନେ ୩ ସପ୍ତାହ ବ୍ୟାପୀ ଆୟୋଜିତ ଏହି କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେଇଥିବା ବେଳେ ଫୁଟବଲ୍‌, କ୍ରିକେଟ, ଭଲିବଲ୍‌, ଥ୍ରୋ ବଲ୍‌, ସଫ୍ଟ ବଲ୍‌, ବାସ୍କେଟ ବଲ୍‌, ଟେବୁଲ ଟେନିସ୍ ଓ ଟେନିସ୍ ପ୍ରଭୃତି କ୍ରୀଡ଼ାକୁ ନେଇ ପ୍ରତିଯୋଗିତା ହୋଇଥିଲା। ମାର୍ଚ୍ଚ ୭ ତାରିଖରେ ଏହି ପ୍ରତିଯୋଗିତା ଉଦ୍‌ଯାପିତ ହୋଇଥିଲା।

ଫୁଟବଲ ପୁରୁଷ ବିଭାଗରେ ସୋଆର ବିଦେଶୀ ଛାତ୍ରଙ୍କ ଟିମ୍ ଆଇଏଏସ୍‌କୁ ୫-୦ରେ ପରାସ୍ତ କରି ଚାମ୍ପିଅନ୍ ହୋଇଥିବା ବେଳେ ବାସ୍କେଟ ବଲ୍‌ରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ (ଆଇଏମ୍‌ଏସ୍‌)ର ଉଭୟ ପୁରୁଷ ଓ ମହିଳା ଦଳ ବିଜୟୀ ହୋଇଥିଲେ। ପୁରୁଷ ଫାଇନାଲ୍‌ରେ ଆଇଏମ୍‌ଏସ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)କୁ ୪୦-୩୧ରେ ପରାସ୍ତ କରିଥିବା ବେଳେ ମହିଳା ଫାଇନାଲ୍‌ରେ ଡାକ୍ତରୀ ଛାତ୍ରୀମାନେ ଆଇଟିଇଆର୍‌କୁ ୧୬ -୧୨ରେ ପରାସ୍ତ କରିଥିଲେ।

ପୁରୁଷ କ୍ରିକେଟ ଫାଇନାଲ୍‌ରେ ଆଇଟିଇଆର୍‌ର କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗର ଖେଳାଳୀମାନେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ (ଆଇବିସିଏସ୍‌) କୁ ୫ ୱିକେଟ୍‌ରେ ପରାସ୍ତ କରିଥିବା ବେଳେ ମହିଳା କ୍ରିକେଟରେ ଆଇଏଏସ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍ (ଆଇଡିଏସ୍‌) କୁ ୪୬ ରନ୍‌ରେ ପରାସ୍ତ କରିଥିଲା।

ଆଇଏଏସ୍‌ର ଛାତ୍ରମାନେ ସଫ୍ଟବଲ୍ ଫାଇନାଲ୍‌ରେ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍ (ଏସ୍‌ପିଏସ୍‌)କୁ ୭-୨ରେ ପରାସ୍ତ କରିଥିବା ବେଳେ ମହିଳା ସଫ୍ଟବଲ ପ୍ରତିଯୋଗିତାରେ ସ୍ନିଲ୍ ଆଇଏଏସ୍‌କୁ ୨୬ -୧୭ରେ ପରାସ୍ତ କରିଥିଲା। ସେହିପରି ଥ୍ରୋ ବଲ୍ ମହିଳା ଫାଇନାଲ୍‌ରେ ଆଇଟିଇଆର୍ ଏସ୍‌ଏନ୍‌ସିକୁ ୨-୦ରେ ପରାସ୍ତ କରିଥିଲା।

ଭଲିବଲ୍‌ରେ କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରିଂ ବିଭାଗ ଆଇବିସିଏସ୍‌କୁ ୩-୧ ସେଟ୍‌ରେ ପରାସ୍ତ କରି ପୁରୁଷ ଟାଇଟଲ୍ ହାସଲ କରିଥିବା ବେଳେ ଟେନିସ୍ ପୁରୁଷ ଫାଇନାଲ୍‌ରେ ଆଇଏମ୍‌ଏସ୍‌ର ଅମିତୋଜ୍ ସିଂ ସଚଦେବ ଏସ୍‌ପିଏସ୍‌ର ଜୟଦୀଶ ଚାନ୍ଦ ଙ୍କୁ ୬-୦,୬-୩ ସେଟ୍‌ରେ ପରାସ୍ତ କରି ଟାଇଟଲ୍ ବିଜୟୀ ହୋଇଥିଲେ।

ଉଭୟ ପୁରୁଷ ଓ ମହିଳା ଖୋ ଖୋ ଫାଇନାଲ୍‌ରେ ଆଇବିସିଏସ୍ ଆଇଏଏସ୍ କୁ ପରାସ୍ତ କରି ବିଜୟୀ ହୋଇଥିବା ବେଳେ କବାଡି ପୁରୁଷ ଓ ମହିଳା ପ୍ରତିଯୋଗିତାରେ ସିଏସ୍‌ଇ (ଆଇଟିଇଆର୍‌) ଓ ଆଇଟିଇଆର ଯଥାକ୍ରମେ ଏସ୍‌ପିଏସ୍ ଓ ଆଇଏଏସ୍‌କୁ ପରାସ୍ତ କରି ବିଜୟୀ ହୋଇଥିଲା। ସେହିପରି ପୁରୁଷ ଟେବୁଲ୍ ଟେନିସ୍‌ରେ ସିଏସ୍‌ଇର ଅବିନାଶ ତ୍ରିପାଠୀ ଆଇଏଏସ୍‌ର ବିନାୟକ ପଣ୍ଡିତ୍‌ଙ୍କୁ ପରାସ୍ତ କରି ହୋଇଥିବା ବେଳେ ମହିଳା ଟେବୁଲ୍ ଟେନିସ୍‌ରେ ସ୍ନିଲ୍‌ର ପାୟଲ ପାଣି ଏସ୍‌ପିଏସ୍‌ର ଆରୋହୀ ଆଚାର୍ଯ୍ୟଙ୍କୁ ପରାସ୍ତ କରି ବିଜୟୀ ହୋଇଥିଲେ।

ଚେସ୍‌ର ପୁରୁଷ ବିଭାଗରେ ସିଏସ୍‌ଇର ଆଦିତ୍ୟ ରଞ୍ଜନ ସାମଲ୍ ବିଜୟୀ ହୋଇଥିବା ବେଳେ ମହିଳା ବିଭାଗରେ ସ୍ନିଲ୍‌ର ସ୍ନେହା ବର୍ମା ବିଜେତା ହୋଇଥିଲେ।

ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଆଇଟିଇଆର୍ ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ସର୍ତିକ ସତ୍ୟକାମ୍ ନାୟକ ବିଜୟୀ ହୋଇଥିଲେ।

ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଅଲମ୍ପିଆନ୍ ଅନୁରାଧା ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଆନ୍ତର୍ଜାତିକ ଭଲିବଲ୍ ଖେଳାଳୀ ଅନନ୍ୟା ଦାସ, ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଆଇଏଏସ୍‌ର ପ୍ରଫେସର ଅଂଶୁମାନ ଜେନା ଓ ସ୍ପୋର୍ଟ୍ସ ଅଫିସର ସୁନୀତା ବର୍ମା ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କିଟ୍‌ ଓ କିସ୍‌ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ. ମିଶ୍ର

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ ମିଶ୍ର ଆଜି ଭୁବନେଶ୍ୱରସ୍ଥିତ କିଟ୍‌ ଓ କିସ୍‌ ବିଶ୍ୱବିଦ୍ୟାଳୟ ଗସ୍ତ କରି ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଛନ୍ତି। ଏଥିସହିତ ଡକ୍ଟର ମିଶ୍ର ଭୁବନେଶ୍ୱର ଠାରେ ସିଏସଆଇଆର- ଖଣିଜ ଏବଂ ବସ୍ତୁ ବିଜ୍ଞାନ ପ୍ରତିଷ୍ଠାନର କାର୍ଯ୍ୟଧାରା ସମୀକ୍ଷା କରିବା ସହିତ ଖଣିଜ ସମୃଦ୍ଧ ଓଡ଼ିଶାରେ ଗବେଷଣା ଓ ବିକାଶ କାର୍ଯ୍ୟକୁ ଅଧିକ ବିସ୍ତାରିତ କରିବା ଲାଗି ପରାମର୍ଶ ଦେଇଛନ୍ତି।

ଡକ୍ଟର ମିଶ୍ର ଆଜି କିଟ୍‌ ବିଶ୍ୱବିଦ୍ୟାଳୟ ଠାରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଦେଶର ଶିକ୍ଷା ପରିଦୃଶ୍ୟରେ କିଟ୍‌ ଓ କିସ୍‌ର ଭୂମିକାକୁ ଉଚ୍ଚପ୍ରଶଂସା କରିଥିଲେ। ବିଶେଷ କରି କିସ୍‌ ଅନୁଷ୍ଠାନ ଶିକ୍ଷାଦାନ ମାଧ୍ୟମରେ ଓଡ଼ିଶାର ଜନଜାତି ଗୋଷ୍ଠୀଙ୍କୁ ସଶକ୍ତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ସେ କହିଥିଲେ।

କିଟ୍‌ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଡକ୍ଟର ମିଶ୍ର କହିଥିଲେ, ପ୍ରଧାନମନ୍ତ୍ରୀ ୨୦୪୭ ମସିହା ସୁଦ୍ଧା ଭାରତ ପାଇଁ ଏକ ବିରାଟ ପରିକଳ୍ପନା କରିଛନ୍ତି। ଭାରତକୁ ଏକ ବିକଶିତ ରାଷ୍ଟ୍ରର ମାନ୍ୟତା ହାସଲ କରିବାକୁ ପଡ଼ିବ। ଉଭୟ ପ୍ରକୃତି ଏବଂ ସଂସ୍କୃତି ପ୍ରତି ସଚେତନ ହୋଇ ଏହି ଲକ୍ଷ୍ୟ ହାସଲ କରିବାକୁ ହେବ। ଏଥିରେ ପ୍ରଯୁକ୍ତିବିଦ୍ୟାର ଆହରଣ ଓ ପ୍ରୟୋଗକୁ ପ୍ରାଥମିକତା ଦିଆଯିବ। ସେହିଭଳି ବିଜ୍ଞାନ ଓ ପ୍ରଯୁକ୍ତିକ୍ଷେତ୍ରରେ ଭାରତ ନେତୃତ୍ୱ ଗ୍ରହଣ କରିବ ଏବଂ ସବୁ କ୍ଷେତ୍ରରେ ଆତ୍ମନିର୍ଭର ହେବ ବୋଲି ସେ କହିଥିଲେ।

ଡକ୍ଟର ମିଶ୍ର ଆହୁରି କହିଥିଲେ, ବିକଶିତ ଭାରତ ପରିକଳ୍ପନା ଓ ସଂକଳ୍ପ ଯାତ୍ରାରେ ମହିଳାଙ୍କ ନେତୃତ୍ୱକୁ ସର୍ବାଧିକ ପ୍ରାଥମିକତା ଦିଆଯିବ । ଅର୍ଥବ୍ୟବସ୍ଥାକୁ ଆହୁରି ସମାବେଶୀ ଏବଂ ନବସୃଜନଧର୍ମୀ କରାଯିବ। ଦୁର୍ନୀତି, ଜାତିବାଦ ଓ ସାମ୍ପ୍ରଦାୟିକତାର ଜାତୀୟ ଜୀବନରେ କୌଣସି ସ୍ଥାନ ନାହିଁ। ଦେଶର ବିକାଶ ସହିତ ଯୁବଶକ୍ତିଙ୍କ ବିକାଶ ସମାନ ଭାବରେ ଜଡ଼ିତ ରହିଛି, ତେଣୁ ଯଦି ଉଭୟଙ୍କ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା କରାଯିବ, ତାହେଲେ ଅବିଶ୍ୱସନୀୟ ସଫଳତା ହାସଲ କରିହେବ ବୋଲି ସେ କହିଥିଲେ।

ଜାତୀୟ ଶିକ୍ଷା ନୀତି ୨୦୨୦ରେ ଭାରତ ପାଇଁ ଏଭଳି ଏକ ଶିକ୍ଷା ବ୍ୟବସ୍ଥାର ପରିକଳ୍ପନା କରାଯାଇଛି ଯାହା ୨୦୪୦ ମସିହା ସୁଦ୍ଧା ବିଶ୍ୱରେ ଅଦ୍ୱିତୀୟ ହେବ ଏବଂ ସାମାଜିକ ଓ ଆର୍ଥିକ ପୃଷ୍ଠଭୂମି ନିର୍ବିଶେଷରେ ପ୍ରତ୍ୟେକ ଶିକ୍ଷାର୍ଥୀଙ୍କ ପାଇଁ ଗୁଣାତ୍ମକ ଉଚ୍ଚଶିକ୍ଷା ଗ୍ରହଣ ନିମନ୍ତେ ସମାନ ସୁଯୋଗ ଉପଲବ୍ଧ ହୋଇପାରିବ ବୋଲି ଡକ୍ଟର ମିଶ୍ର କହିଥିଲେ।

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ କହିଥିଲେ, ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ୫୦ ହଜାର କୋଟି ଟଙ୍କା ବ୍ୟୟବରାଦ ସହିତ ଅନୁସନ୍ଧାନ ଜାତୀୟ ଗବେଷଣା ଫାଉଣ୍ଡେସନ ପ୍ରବର୍ତ୍ତନ କରାଯାଇଛି। ଚଳିତ ବର୍ଷ ଅନ୍ତରୀଣ ବଜେଟରେ, ଏକ ଲକ୍ଷ କୋଟି ଟଙ୍କାର ଏକ କର୍ପସ ପାଣ୍ଠି ଗଠନ କରିବା ନିମନ୍ତେ ବ୍ୟବସ୍ଥା କରାଯାଇଛି, ଯାହାକି ପ୍ରଯୁକ୍ତିବିଦ୍ୟାରେ ପାରଙ୍ଗମ ଯୁବଗୋଷ୍ଠୀଙ୍କୁ ଗବେଷଣା ଓ ନବସୃଜନ ବିକାଶ ନିମନ୍ତେ ବିଶେଷ ସହାୟକ ହେବ।

ଡକ୍ଟର ମିଶ୍ର କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ ସାଇନ୍ସେସ୍‌ (କିସ୍‌) ଠାରେ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ। ସେ କହିଥିଲେ, ସମାଜର ସବୁ କ୍ଷେତ୍ରରେ ମହିଳାଙ୍କ ଭାଗିଦାରୀକୁ ନେଇ ଭାରତ ବହୁତ ଆଗକୁ ଆସିଛି। ପ୍ରଧାନମନ୍ତ୍ରୀଙ୍କ ‘ବିକଶିତ ଭାରତ ୨୦୪୭ ଭିଜନ’ରେ ଅନ୍ୟତମ ପ୍ରମୁଖ ସ୍ତମ୍ଭ ହେଉଛି ‘ମହିଳାଙ୍କ ନେତୃତ୍ୱାଧୀନ ବିକାଶ’। ଅଧିକରୁ ଅଧିକ ଝିଅ ଷ୍ଟେମ୍ (ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଏବଂ ଗଣିତ) ପାଠ୍ୟକ୍ରମରେ ନାମ ଲେଖାଇ ଅତ୍ୟନ୍ତ ଭଲ ପ୍ରଦର୍ଶନ କରୁଛନ୍ତି। ସେ ଛାତ୍ରଛାତ୍ରୀଙ୍କୁ ମହତ୍ୱାକାଂକ୍ଷୀ ଲକ୍ଷ୍ୟ ନିର୍ଦ୍ଧାରଣ କରିବା ଏବଂ ଏହାକୁ ହାସଲ କରିବା ନିମନ୍ତେ ନିରନ୍ତର ପ୍ରୟାସ କରିବା ପାଇଁ ଆହ୍ୱାନ କରିଥିଲେ। ନିଜ ପ୍ରତିଭା, ପରିଶ୍ରମ ଓ ନିଷ୍ଠା ବଳରେ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ଡକ୍ଟର ମିଶ୍ର ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।

ଡକ୍ଟର ମିଶ୍ର ଆଜି ସିଏସଆଇଆର- ଖଣିଜ ଏବଂ ବସ୍ତୁ ବିଜ୍ଞାନ ପ୍ରତିଷ୍ଠାନ ପରିଦର୍ଶନ କରିଥିଲେ। ସେ ପ୍ରତିଷ୍ଠାନର ପ୍ରୟୋଗଶାଳା ବୁଲି ଦେଖିବା ସହିତ ସେଠାକାର କାର୍ଯ୍ୟଧାରା ସମୀକ୍ଷା କରିଥିଲେ । ଖଣିଜ ଓ ବସ୍ତୁ ବିଜ୍ଞାନ ପ୍ରତିଷ୍ଠାନରେ ଜାରି ରହିଥିବା ଗବେଷଣା କାର୍ଯ୍ୟ ଅନୁଧ୍ୟାନ କରି ଡକ୍ଟର ମିଶ୍ର କହିଥିଲେ, ଓଡ଼ିଶା ଏକ ଖଣିଜ ସମ୍ପଦ ପରିପୂର୍ଣ୍ଣ ରାଜ୍ୟ। ଉଚ୍ଚକୋଟ୍ଟୀର ଗବେଷଣା ଜରିଆରେ ଖଣିଜ କ୍ଷେତ୍ରର ବିକାଶ ଓ ବିସ୍ତାର ଜରିଆରେ ଓଡ଼ିଶା ଏବଂ ସାମଗ୍ରିକ ଭାବେ ଦେଶର ପ୍ରଗତିରେ ଯୋଗଦାନ କରିବା ଲାଗି ସେ ପ୍ରତିଷ୍ଠାନର ବୈଜ୍ଞାନିକ ଓ ଗବେଷକମାନଙ୍କୁ ପରାମର୍ଶ ଦେଇଥିଲେ।

ଡକ୍ଟର ମିଶ୍ର ଆଜି ପୁରୀ ଗସ୍ତ କରି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହିତ ପୁନର୍ବିକାଶ ପ୍ରକଳ୍ପ ଅନୁଧ୍ୟାନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ସରକାର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀଙ୍କ ସମସ୍ୟା ସମାଧାନର ପନ୍ଥା ତୁରନ୍ତ ନିର୍ଦ୍ଧାରଣ କରନ୍ତୁ: ଓଷ୍ଟା

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ର ଆହ୍ୱାନରେ ରାଜ୍ୟ ରାଜଧାନୀ ଭୁବନେଶ୍ୱର ସ୍ଥିତ ଲୋୟର୍ ପି.ଏମ୍‌.ଜି. ଗାନ୍ଧିମାର୍ଗରେ ଚାଲିଥିବା ଅହୋରାତ୍ର ଗଣଧାରଣା ୨୩ ଦିନରେ ପହଞ୍ଚିଛି। ଶହ ଶହ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ ରାଜରାସ୍ତାରେ ଅହୋରାତ୍ର ଗଣଧାରଣାରେ ବସିଛନ୍ତି। ଅଥଚ ସରକାର ସମସ୍ୟା ସମାଧାନର ନାଆଁ ଧରୁ ନାହାନ୍ତି। ଓଷ୍ଟାର ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ କହିଛନ୍ତି ଦୀର୍ଘ ୨୩ ଦିନ ଧରି ଅହୋରାତ୍ର ଧାରଣା ଚାଲୁ ରହିଥିଲେ ସୁଦ୍ଧା ସମସ୍ୟା ସମାଧାନ ଦିଗରେ ସରକାର ଆଦୌ କର୍ଣ୍ଣପାତ କରୁ ନାହାଁନ୍ତି। ଶ୍ରେଣୀଗୃହ ଛାଡ଼ି ବାରମ୍ବାର ରାଜରାସ୍ତାକୁ ଆସିବାକୁ କେବେ ଶିକ୍ଷକ ଚାହୁଁ ନାହାଁନ୍ତି ବରଂ ରାଜ୍ୟ ସରକାର ଶିକ୍ଷକମାନଙ୍କୁ ରାଜରାସ୍ତାକୁ ଆସିବାକୁ ବାଧ୍ୟ କରୁଛନ୍ତି ବୋଲି ଶ୍ରୀ ଦାଶ ଅଭିଯୋଗ କରିଛନ୍ତି।

ସୂଚନାଥାଉକି, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀମାନେ ସେମାନଙ୍କ ନ୍ୟାୟୋଚିତ ଦାବୀ ହାସଲ ପାଇଁ ଦୀର୍ଘ ଦିନଧରି ଅହୋରାତ୍ର ଗଣଧାରଣାରେ ବସି ରହିଛନ୍ତି। ସେମାନଙ୍କର ଦାବୀ ଯୁକ୍ତିଯୁକ୍ତ ହୋଇଥିଲେ ମଧ୍ୟ ସମସ୍ୟା ସମାଧାନ ଦିଗରେ ସରକାର ଅନ୍ତରାୟ ସୃଷ୍ଟି କରୁଛନ୍ତି ବୋଲି ଓଷ୍ଟା ପକ୍ଷରୁ କୁହାଯାଇଛି। ଓଷ୍ଟାର ପ୍ରମୁଖ ଦାବୀ ମଧ୍ୟରେ ଯୋଗ୍ୟ ବିବେଚିତ ବିଦ୍ୟାଳୟଗୁଡ଼ିକରେ ପଚିଶରୁ ତିରିଶ ବର୍ଷଧରି ନିଜ ଜୀବନକୁ ବିପନ୍ନ କରି ଅନେକ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ବିଭାଗରେ ଅଧିଷ୍ଠିତ କରାଇଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଅଦ୍ୟାବଧି ଟଙ୍କାଟିଏ ଅନୁଦାନ ନପାଇ ଶୂନ୍ୟ ହସ୍ତରେ କାର୍ଯ୍ୟ କରିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ। ସେହି ବର୍ଗର ଅନେକ ଶିକ୍ଷକ ଓ ଶିକ୍ଷୟିତ୍ରୀ ଅନୁଦାନ ପରିସର ଭୁକ୍ତ ନହୋଇ ଅବସର ନେଉଛନ୍ତି ଓ ମୃତ୍ୟୁବରଣ କରୁଛନ୍ତି। ତେଣୁ ସେହି ବିଦ୍ୟାଳୟଗୁଡ଼ିକୁ ତୁରନ୍ତ ଅନୁଦାନ ପ୍ରଦାନ କରାଯାଉ। ରାଧାରାଣୀ ସାମଲଙ୍କ ସୁପ୍ରିମ୍‌କୋର୍ଟର ରାୟ ଅନୁସାରେ ସରକାର ୪୮ ବର୍ଷରେ ପଦାପର୍ଣ କରିଥିବା ୧୫୫ ଜଣ ହିନ୍ଦୀ ଓ ସଂସ୍କୃତ ଶିକ୍ଷକଙ୍କୁ ଟି.ଜି. ସ୍କେଲ ପ୍ରଦାନ କରିଛନ୍ତି କିନ୍ତୁ ୭୦୦ରୁ ଊର୍ଦ୍ଧ୍ୱ ଶିକ୍ଷକମାନଙ୍କର ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ଥାଇ ମଧ୍ୟ ଟି.ଜି. ସ୍କେଲର ମାନ୍ୟତା ନମିଳିବା ଅତ୍ୟନ୍ତ ଦୁଃଖର ବିଷୟ। ସରକାର ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରୁ ନାହାନ୍ତି।

ସେହିପରି ଭାବରେ ୩୦ବର୍ଷରୁ ଊର୍ଦ୍ଧ୍ୱ କାଳ ଚାକିରି କରିଥିବା ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ ଅବସର ପରେ ପେନ୍‌ସନ୍ ଓ ଅବସରକାଳୀନ ସୁବିଧାରୁ ବଞ୍ôଚତ ହେଉଛନ୍ତି। ତେଣୁ ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶାନାମାକୁ କାର୍ଯ୍ୟକାରୀ କରି ଅବସର ନେଉଥିବା ଓ ନେବାକୁ ଥିବା ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀଙ୍କ ପାଇଁ ୧୯୮୧ ପେନ୍‌ସନ୍ ନିୟମ ଅନୁସାରେ ପେନ୍‌ସନ୍ ଓ ସମସ୍ତ ସୁବିଧା ଲାଗୁ କରିବା ପାଇଁ ଦାବୀ କରାଯାଇଛି। ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକରେ ଖାଲି ପଡ଼ିଥିବା ପଦବୀ ଗୁଡ଼ିକୁ ତୁରନ୍ତ ପୂରଣ କରାଯାଉ ନଚେତ ୫ଞରେ ଅନ୍ତର୍ଭୁକ୍ତ ହୋଇଥିବା ବିଦ୍ୟାଳୟଗୁଡ଼ିକ ଆଉ କିଛି ବର୍ଷପରେ ଭାଙ୍ଗିଯିବ। ସେହିପରି ସରକାରୀ ବିଦ୍ୟାଳୟରେ ପ୍ରାୟ ୧୬୦୦ରୁ ଊର୍ଦ୍ଧ୍ୱ ଖାଲି ପଡ଼ିଥିବା ପ୍ରଧାନ ଶିକ୍ଷକ ପଦବୀ ପୂରଣ କରିବା, ସମସ୍ତ ନୂତନ ଅନୁଦାନପ୍ରାପ୍ତ ଓ ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକର ସରକାରୀକରଣ କରିବା, ୨୮୦୦ ଗ୍ରେଡ଼୍ ପେ ରେ ଥିବା ଅସଙ୍ଗତିକୁ ତୁରନ୍ତ ଦୂର କରିବା, ୨୦୦୪ରୁ ୨୦୧୩ ଭିତରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କୁ ୬ଟି ନୋସ୍‌ନାଲ ଇନ୍‌କ୍ରିମେଣ୍ଟ ଦେଇ ବରିଷ୍ଠତା ପ୍ରଦାନ କରିବା, ବି.ଏ.ବି.ପି.ଏଡ଼, ବି.ଏ.ସି.ପି.ଏଡ଼ ଯୋଗ୍ୟତାଧାରୀ ଖେଳ ଶିକ୍ଷକମାନଙ୍କୁ ପଦୋନ୍ନତି ଦେବା, ବର୍ତ୍ତମାନ ନୂତନ ଅନୁଦାନ ପାଉଥିବା ବିଦ୍ୟାଳୟରେ କାର୍ଯ୍ୟରତ ୨ୟ ଓ ୩ୟ ପିଅନ ଏବଂ ୩୭, ୪୬, ୬୩ ବିଦ୍ୟାଳୟଙ୍କୁ ୦୧.୦୪.୨୦୦୮ ପରିବର୍ତ୍ତେ ୦୧.୦୧.୨୦୦୪ରୁ ଆଣ୍ଟିଡ଼େସନ୍ ପ୍ରଦାନ କରିବା, ଆର୍‌.ଏ. ସ୍କିମ୍‌ର ପୁନଃପ୍ରଚଳନ କରିବା, ସେହିଭଳି ଅଫିସ୍ ସହାୟକମାନଙ୍କୁ ମଧ୍ୟ ଉଚ୍ଚତର ଗ୍ରେଡ଼ପେ ପ୍ରଦାନ କରିବା, ଅବସର ବୟସସୀମା ୬୦ ବର୍ଷରୁ ୬୨ ବର୍ଷକୁ ବୃଦ୍ଧି କରିବା, ଊର୍ଦ୍ଦୁ ଶିକ୍ଷକମାନଙ୍କୁ ଅନୁଦାନ ପ୍ରଦାନ କରିବା ଇତ୍ୟାଦି।

ଜିଲ୍ଲାୱାରୀ ପାଳିରେ ଆଜି କଟକ, ବାଲେଶ୍ୱର, ବଲାଙ୍ଗିର, ବରଗଡ଼, ସୁବର୍ଣ୍ଣପୁର, ଦେଓଗଡ଼ ଜିଲ୍ଲାଗୁଡ଼ିକ ଅଂଶଗ୍ରହଣ କରିଛନ୍ତି। ଜିଲ୍ଲାମାନଙ୍କ ତରଫରୁ ସର୍ବଶ୍ରୀ ସୁଧୀର କୁମାର ନାୟକ, ରମାକାନ୍ତ ମହାପାତ୍ର, ଆଶୁତୋଷ ପ୍ରସାଦ ରଥ, ସଞ୍ଜୟ କୁମାର ସିଂ, ଜଗବନ୍ଧୁ ପଣ୍ଡା, ନିରଞ୍ଜନ ଦାସ, ମଧୁସୂଦନ ଦେ, ରଞ୍ଜନ କୁମାର ବ୍ରହ୍ମା ପ୍ରମୁଖ ଧାରଣାରେ ଉପସ୍ଥିତ ରହି ଶିକ୍ଷକ କର୍ମଚାରୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ। ସରକାର ତୁରନ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀମାନଙ୍କର ସମସ୍ୟା ସମାଧାନ ସମ୍ପର୍କରେ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଆନ୍ଦୋଳନର ନେତୃତ୍ୱ ନେଉଥିବା ଓଷ୍ଟାର ସଭାପତି ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ, ଯୁଗ୍ମ ସାଧାରଣ ସଂପାଦକ ବ୍ରଜକିଶୋର ବିଶ୍ୱାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ଶିକ୍ଷାପ୍ରଦୀପ ସଂପାଦକ ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ସରକାରଙ୍କ ନିକଟରେ ଦୃଢ଼ ଦାବୀ ଉପସ୍ଥାପନ କରିଛନ୍ତି।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଭୁବନେଶ୍ୱର ଲୋକସଭା: ଅପରାଜିତାଙ୍କୁ ରୋକିବା ସ୍ଥିତିରେ ନାହିଁ ବିଜେଡି!

ଭୁବନେଶ୍ୱର: ଜୟଦେବ, ଭୁବନେଶ୍ୱର ମଧ୍ୟ, ଭୁବନେଶ୍ୱର ଏକାମ୍ର, ଭୁବନେଶ୍ୱର ଉତ୍ତର, ଜଟଣୀ, ଖୋର୍ଦ୍ଧା, ବେଗୁନିଆ ବିଧାନସଭା ଆସନକୁ ନେଇ ଗଠିତ ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀ ଏବେ ବିଜେପି ହାତରେ ରହିଛି। ଆଗାମୀ ନିର୍ବାଚନରେ ଶାସକ ଦଳ ବିଜେଡି ପକ୍ଷରୁ ଯେଉଁ ନେତ୍ରୀଙ୍କୁ ଏଠାରୁ ପ୍ରାର୍ଥୀ କରାଯିବ ବୋଲି କୁହାଯାଉଛି ସେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ମୁକ୍କାବିଲା କରିପାରିବେ କି ନାହିଁ ତାକୁ ନେଇ ମତଦାତାଙ୍କ ମହଲରେ ସନ୍ଦେହ ରହିଛି। ଗତଥର ଏଠାରୁ କଂଗ୍ରେସ ନିର୍ବାଚନ ଲଢ଼ି ନାହିଁ, ଏହାର ମେଣ୍ଟ ଦଳ ନିର୍ବାଚନ ଲଢ଼ି ମାତ୍ର ୨୩, ୦୨୬ ଭୋଟ ସହିତ ଦୟନୀୟ ସ୍ଥିତିରେ ଥିଲେ।

୧୯୫୨ରୁ ଗଠିତ ଏହି ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ୮ଥର ବିଜୟୀ ହୋଇଥିଲାବେଳେ ବିଜେଡି ୫ଥର ଓ ସିପିଏମ ୩ଥର ବିଜୟୀ ହୋଇଛି। ରାଜ୍ୟର ଶାସନ କ୍ଷମତାରେ ଥିବା ବିଜେଡି ପ୍ରାର୍ଥୀ ପ୍ରସନ୍ନ କୁମାର ପାଟଶାଣୀ ଏଠାରୁ ଲଗାତାର ୫ଥର ବିଜୟ ଲାଭ କରିଛନ୍ତି।କିନ୍ତୁ ଗତ ନିର୍ବାଚନରେ ବିଜେଡି ପକ୍ଷରୁ ପ୍ରସନ୍ନ କୁମାର ପାଟଶାଣୀଙ୍କୁ ଏଠାରୁ ପ୍ରାର୍ଥୀ କରାନଯାଇ ମୁମ୍ବାଇର ପୂର୍ବତନ ପୁଲିସ କମିଶନର ଅରୂପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରାଯାଇଥିଲା। ବିଜେଡି ଆଶା କରୁଥିଲା ଯେ ଦଳର ଭାବମୂର୍ତ୍ତିରେ ଦଳୀୟ ପ୍ରାର୍ଥୀ ଶ୍ରୀ ପଟ୍ଟନାୟକ ସହଜରେ ବିଜୟ ଲାଭ କରିବେ। କିନ୍ତୁ ତାହା ହୋଇନଥିଲା। ନିର୍ବାଚନ ମଇଦାନରେ ବିଜେଡି ଓ ବିଜେପି ପକ୍ଷରୁ ଦୁଇ ନବାଗତ ଥିଲେ ହେଁ ମତଦାତାମାନେ ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କୁ ବିଜୟୀ କରାଇଥିଲେ।

ଗତ ୨୦୧୯ ନିର୍ବାଚନରେ ବିଜେପି ସପକ୍ଷରେ କୌଣସି ଲହର ନ ଥିବାବେଳେ ଅପରାଜିତା ଷଡ଼ଙ୍ଗୀ ବିଜୟୀ ହେବାରେ ସକ୍ଷମ ହୋଇଛନ୍ତି। ଗତ ୫ବର୍ଷ ମଧ୍ୟରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ନିର୍ବାଚନ ମଣ୍ଡଳୀରେ ନିରନ୍ତର ଗସ୍ତ କରିବା ସହିତ ନିଜର ଲୋକପ୍ରିୟତା ବୃଦ୍ଧି କରିବାରେ ଲାଗିଛନ୍ତି।

ବିଜେପି ସାଂସଦ ଅପରାଜିତାଙ୍କ ମୁକ୍କାବିଲା କରିବା ପାଇଁ ନାରୀ ନେତ୍ରୀ ଶ୍ରୀମୟୀ ଶ୍ୱେତସ୍ନିଗ୍ଧା ମିଶ୍ରଙ୍କୁ ଛାଡ଼ିଛି। ଜଣେ ନାରୀ ନେତ୍ରୀ ହିସାବରେ ସେ ସମଗ୍ର ନିର୍ବାଚନ ମଣ୍ଡଳୀରେ ବୁଲୁଥିଲେ ହେଁ ଅପରାଜିତାଙ୍କ ଭଳି ଜନସମର୍ଥନ ପାଉନଥିବା ଦେଖିବାକୁ ମିଳୁଛି। କାରଣ ଭୁବନେଶ୍ୱରରେ ଥିବା ୩ଟି ନିର୍ବାଚନମଣ୍ଡଳୀରେ ବିଜେଡି ବିଧାୟକଙ୍କ ମଧ୍ୟରେ ସମନ୍ୱୟ ନାହିଁ। ଜଟଣୀ, ଖୋର୍ଦ୍ଧା ଓ ବେଗୁନିଆରେ ମଧ୍ୟ ଦଳୀୟ କନ୍ଦଳ ଚାଲିଛି।

ଭୁବନେଶ୍ୱର ଲୋକସଭା ଅଧୀନରେ ଥିବା ବିଧାନସଭା ଆସନର କୌଣସିଟିରେ ବିଜେପି ପ୍ରାର୍ଥୀମାନେ ଗତ ନିର୍ବାଚନରେ ଜିତିବାରେ ସକ୍ଷମ ହୋଇପାରନାହାନ୍ତି। ବିଗତ ବର୍ଷମାନଙ୍କରେ ଦଳୀୟ ନେତାମାନେ ଅପରାଜିତାଙ୍କୁ ସହଯୋଗ କରୁ ନ ଥିଲେ। କିନ୍ତୁ ଅପରାଜିତା ଏଥିରେ ଦବି ନ ଯାଇ ନିଜର ଜନ ସମ୍ପର୍କ ଜାରୀ ରଖିଥିଲେ। ମନମୋହନ ସାମଲ ଦଳର ରାଜ୍ୟ ସଭାପତି ହେବା ପରଠାରୁ ସେ ଅପରାଜିତାଙ୍କୁ ସହଯୋଗ କରିବା ସହିତ ଦଳୀୟ କାର୍ଯ୍ୟକ୍ରମରେ ସାମିଲ କରୁଥିବା ଦେଖିବାକୁ ମିଳୁଛି। ଏତଦ୍‍ଭିନ୍ନ ବର୍ତ୍ତମାନ ଦେଶରେ ଯେପରି ମୋଦିଙ୍କ ଲହର ଆରମ୍ଭ ହୋଇଛି ସେଥିରୁ ବିଜେପି ସାଂସଦ ଅପରାଜିତାଙ୍କୁ ରୋକିବା ବଜଦ ପାଇଁ କଷ୍ଟକର ହେବ ବୋଲି ରାଜନୀତିକ ମହଲରେ ଆଲୋଚନା ହେଉଛି।

ଭୁବନେଶ୍ୱର ଲୋକସଭା ଆସନରୁ ୮ଥର ବିଜୟୀ ହୋଇଥିବା କଂଗ୍ରେସ ଦଳ ପ୍ରାର୍ଥୀ ଦେବା ସ୍ଥିତିରେ ନାହିଁ। ଯାହାଫଳରେ ଗତ ନିର୍ବାଚନରେ କଂଗ୍ରେସ ଏହି ଆସନଟି ସିପିଏମକୁ ଛାଡ଼ି ଦେଇଥିଲା। ସିପିଏମ ପ୍ରାର୍ଥୀ ଜନାର୍ଦ୍ଦନ ପତି ୨୩,୦୨୬ଭୋଟ ହାସଲ କରିଥିଲେ। ଗତ କିଛି ବର୍ଷ ହେଲା ରାଜ୍ୟରେ କଂଗ୍ରେସ ସଂଗଠନ ଯେପରି ଦୟନୀୟ ସ୍ଥିତିରେ ରହିଥିବାରୁ ଆଗାମୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରିପାରିବ କି ନାହିଁ ତାହା ସନ୍ଦେହ ଘେରରେ ରହିଛି।

ସମସ୍ତେ ଆଶା କରୁଥିଲେ ଯେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଓଡ଼ିଶା ଦେଇ ଗସ୍ତ କରିବା ପରେ କଂଗ୍ରେସ ସଂଗଠନ ନୂଆ ଶକ୍ତି ହାସଲ କରିବ। କିନ୍ତୁ ତାହା ହୋଇନାହିଁ। ଏବେ ଦଳର ବରିଷ୍ଠ ନେତାମାନେ ନିଜର ଭବିଷ୍ୟତ ପାଇଁ ଦଳରେ ପଡ଼ି ରହିବା ଅପେକ୍ଷା ବିଜେଡି ଓ ବିଜେପିରେ ଯୋଗଦେବାକୁ ଶ୍ରେ୍ର ମନେକରୁଛନ୍ତି। ଏଭଳି ସ୍ଥିତିରେ କଂଗ୍ରେସଠାରୁ ପ୍ରତିଦ୍ୱନ୍ଦ୍ୱୀତା କରିବାର ଆଶା ବୃଥା ବୋଲି ଆଲୋଚନା ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ଶିକ୍ଷକମାନଙ୍କ ସମସ୍ୟା ସମାଧାନ ଦିଗରେ ତୁରନ୍ତ ବିଜ୍ଞପ୍ତି ପ୍ରକାଶ ପାଇଁ ଦୃଢ଼ ଦାବୀ ଜଣାଇଲା ଓଷ୍ଟା

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)ର ଆହ୍ୱାନରେ ରାଜ୍ୟ ରାଜଧାନୀ ଭୁବନେଶ୍ୱର ସ୍ଥିତ ଲୋୟର୍ ପି.ଏମ୍‌.ଜି. ଗାନ୍ଧିମାର୍ଗରେ ଚାଲିଥିବା ଅହୋରାତ୍ର ଗଣଧାରଣା ସପ୍ତଦଶ ଦିବସରେ ଉପନୀତ ହୋଇଛି। ସରକାରଙ୍କ ସହ ଆଲୋଚନା ପରେ ବିଜ୍ଞପ୍ତି ବାହାରିବା ପର୍ଯ୍ୟନ୍ତ ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନେ ପ୍ରତୀକ ଧାରଣାର ପଥ ବାଛି ନେଇଛନ୍ତି। ଓଷ୍ଟାର ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ କହିଛନ୍ତି ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସରକାରଙ୍କ ହାତରେ, ସରକାର ଚାହିଁଲେ ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କ ସମସ୍ୟା ସମାଧାନ କରିବେ। ଦୁଃଖର ସହ ପ୍ରକାଶ କରିବାକୁ ପଡ଼ୁଛି କି ଶିକ୍ଷାନୁଷ୍ଠାନ ପାଇଁ ଏକ ନିର୍ଦ୍ଦିଷ୍ଟ ଅନୁଦାନ ନୀତି ଥିବାବେଳେ ସରକାର ଏହାକୁ କାର୍ଯ୍ୟକାରୀ କରୁ ନାହାଁନ୍ତି। ଶିକ୍ଷକମାନଙ୍କ ସମସ୍ୟା ସମାଧାନ ଦିଗରେ ତୁରନ୍ତ ବିଜ୍ଞପ୍ତି ପ୍ରକାଶ କରିବା ପାଇଁ ସଂଗଠନ ତରଫରୁ ଦାବୀ କରାଯାଇଛି।

ସୂଚନାଥାଉକି, ୧୭ ଦିନ ଧରି ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନେ ଦାବୀ ହାସଲ ପାଇଁ ଅହୋରାତ୍ର ଧାରଣାରେ ବସିଛନ୍ତି। ଏହି ଶିକ୍ଷକ ମାନେ ଓଡ଼ିଶାରେ ମାଧ୍ୟମିକ  ଶିକ୍ଷାର  ପ୍ରାୟ ୭୦ ପ୍ରତିଶତ ଛାତ୍ରଛାତ୍ରୀଙ୍କ ଦାୟିତ୍ୱ ବହନ କରୁଥିବା ବେଳେ ଏମାନଙ୍କ ସମସ୍ୟା ପ୍ରତି ସରକାରଙ୍କର ତିଳେମାତ୍ର ଧ୍ୟାନ ନାହିଁ। ଶିକ୍ଷକ ମାନଙ୍କର ନ୍ୟାର୍ଯ୍ୟ ଦାବୀ ପ୍ରତି ଆଉ ଅଣଦେଖା ନକରି ସେମାନଙ୍କର ମୂଳ ଦାବୀ ଯଥା – ଦୀର୍ଘ ପଚିଶ / ତିରିଶ ବର୍ଷ ଧରି ଟଙ୍କାଟିଏ ଅନୁଦାନ ନପାଇ ଅନୁଦାନ ଯୋଗ୍ୟ ବିଦ୍ୟାଳୟରେ  ପଡ଼ି ରହିଥିବା ଶିକ୍ଷକ ଓ ଶିକ୍ଷାକର୍ମଚାରୀଙ୍କ ନିମନ୍ତେ ତୁରନ୍ତ ଅନୁଦାନ ପ୍ରଦାନର ବ୍ୟବସ୍ଥା କରାଯାଉ। ସରକାର ସେହି ବିଦ୍ୟାଳୟଗୁଡ଼ିକୁ ତୁରନ୍ତ ଅନୁଦାନ ପ୍ରଦାନର ବ୍ୟବସ୍ଥା କରନ୍ତୁ। ସେହପରି ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରୁ ଅବସର ନେଇଥିବା ଓ କାର୍ଯ୍ୟରତ ଶିକ୍ଷକ ତଥା ଶିକ୍ଷାକର୍ମଚାରୀଙ୍କ ପାଇଁ ପେନସନ୍ ବ୍ୟବସ୍ଥା ସହିତ  ଅବସରକାଳୀନ ସୁବିଧା ପ୍ରଦାନ କରାଯାଉ। ସେହିପରି ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟକୁ ସରକାରୀ ଘୋଷଣା କରିବା, ୧୧୦ ବାଳିକା ବିଦ୍ୟାଳୟକୁ ପୂର୍ଣ୍ଣ ଅନୁଦାନ, ଦୁଇଟି ପିଅନ ଓ ୩୭, ୪୬, ୬୩ ବିଦ୍ୟାଳୟକୁ ଆଣ୍ଟିଡେସନ, ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ନିଯୁକ୍ତି ଦିନଠାରୁ ବରିଷ୍ଠତା ପ୍ରଦାନ, ଗ୍ରେଡ଼ପେ ରେ ଥିବା ଅସଙ୍ଗତି ଦୂରୀକରଣ, ୪୮ ବର୍ଷରେ ପଦାର୍ପଣ କରିଥିବା ହିନ୍ଦୀ ସଂସ୍କୃତ ଶିକ୍ଷକମାନଙ୍କ କ୍ଷେତ୍ରରେ କୋର୍ଟର ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରି ଟି.ଜି. ମାନ୍ୟତା ପ୍ରଦାନ, ନୂତନ ପେନସନ୍ ଯୋଜନା ପ୍ରତ୍ୟାହାର କରି ପୁରୁଣା ପେନସନ୍ ଯୋଜନା ଲାଗୁ କରିବା, ଆର.ଏ. ସ୍କିମର ପୁନଃ ପ୍ରଚଳନ କରିବା, ଖାଲିପଡ଼ିଥିବା ଶିକ୍ଷକ ପଦବୀ ତୁରନ୍ତ ପୂରଣ କରିବା, ଅବସର ବୟସସୀମା ୬୦ ରୁ ୬୨ ବର୍ଷକୁ ବୃଦ୍ଧି କରିବା ଇତ୍ୟାଦି ଦାବୀ ସାମିଲ ରହିଛି। ସରକାର ତୁରନ୍ତ ଏହିସବୁ ନ୍ୟାୟୋଚିତ ଦାବୀ ପ୍ରତି ଦୃଷ୍ଟି ଦେଇ ଏହାର ସମାଧାନର ସୂତ୍ର ବାହାର କରନ୍ତୁ ବୋଲି ସଂଗଠନ ପକ୍ଷରୁ ଅନୁରୋଧ କରାଯାଇଛି।

ଜିଲ୍ଲାୱାରୀ ପାଳିରେ ଆଜି ଅନୁଗୋଳ, ନବରଙ୍ଗପୁର, ଭଦ୍ରକ, ବୌଦ୍ଧ, କେନ୍ଦୁଝର, ମାଲକାନଗିରି ଜିଲ୍ଲାଗୁଡ଼ିକ ଅଂଶଗ୍ରହଣ କରିଛନ୍ତି। ଜିଲ୍ଲାମାନଙ୍କ ତରଫରୁ ସର୍ବଶ୍ରୀ ଶ୍ରୀକାନ୍ତ ସାହୁ, ତ୍ରିଲୋଚନ ଦାସ, ପ୍ରଶାନ୍ତ କୁମାର ମିଶ୍ର, ପ୍ରାକ୍ତନ କାର୍ଯ୍ୟକାରୀ ସଭାପତି ଭିକାରି ଚରଣ ସାହୁ, ରମାକାନ୍ତ ମହାପାତ୍ର  ପ୍ରମୁଖ ଧାରଣାରେ ଉପସ୍ଥିତ ଥିଲେ। ସରକାର ତୁରନ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀମାନଙ୍କର ସମସ୍ୟା ସମାଧାନ ଦିଗରେ ହସ୍ତକ୍ଷେପ କରି ବିଜ୍ଞପ୍ତି ପ୍ରକାଶ କରନ୍ତୁ ବୋଲି ଆନ୍ଦୋଳନର ନେତୃତ୍ୱ ନେଉଥିବା ଓଷ୍ଟାର ସର୍ବଶ୍ରୀ ଅକ୍ଷୟ କୁମାର ମିଶ୍ର, ନୀଳମଣି ପୁରୋହିତ, ରଞ୍ଜନ କୁମାର ଦାଶ, ବ୍ରଜକିଶୋର ବିଶ୍ୱାଳ, ଅଶୋକ କୁମାର ମହାପାତ୍ର, ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ଦୃଢ଼ ଦାବୀ ଜଣାଇଛନ୍ତି।

Categories
ବିଶେଷ ଖବର ସ୍ବାସ୍ଥ୍ୟ

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ବାଗ୍‌ଚୀ ଶ୍ରୀ ଶଂକର କ୍ୟାନସର ହସ୍ପିଟାଲ ଓ ଗବେଷଣା ପ୍ରତିଷ୍ଠାନ ଉଦ୍‌ଘାଟିତ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱରଠାରେ ବାଗ୍‌ଚୀ ଶ୍ରୀ ଶଂକର କ୍ୟାନସର ହସ୍ପିଟାଲ ଓ ଗବେଷଣା ପ୍ରତିଷ୍ଠାନକୁ ଉଦ୍‌ଘାଟନ କରିଛନ୍ତି।

ସୂଚନାଯୋଗ୍ୟ ଯେ ଦେଶର ଅନ୍ୟତମ ଅଗ୍ରଣୀ କ୍ୟାନସର ଚିକିତ୍ସା ପ୍ରତିଷ୍ଠାନ ବାଙ୍ଗାଲୋରର ଶ୍ରୀ ଶଂକର କ୍ୟାନସର ହସ୍ପିଟାଲ ଓ ଗବେଷଣା କେନ୍ଦ୍ରର ସହଯୋଗରେ ଏହା ପ୍ରତିଷ୍ଠା କରାଯାଇଛି। ୭୫୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲରେ ଦୈନିକ ୩୦୦ ରୋଗୀଙ୍କୁ ଅତ୍ୟାଧୁନିକ ରେଡିଓଥେରାପି ସହିତ ୧୫୦ରୁ ଉର୍ଦ୍ଧ୍ୱ ରୋଗୀଙ୍କ ପାଇଁ କେମୋଥେରାପି ନେବାର ସୁବିଧା କରାଯାଇଛି। ଏହି ହସ୍ପିଟାଲ ହେଉଛି ସୁବ୍ରତ ବାଗ୍‌ଚୀ ଓ ସୁସ୍ମିତା ବାଗ୍‌ଚୀଙ୍କର ଓଡିଶା ପାଇଁ ମହତ୍ୱପୂର୍ଣ୍ଣ ଅବଦାନ।

ଉଦ୍‌ଘାଟନ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଏହି ହସ୍ପିଟାଲ ଓଡିଶା ତଥା ପୂର୍ବ ଭାରତରେ କ୍ୟାନସର ରୋଗୀଙ୍କୁ ଗୁଣାତ୍ମକ ମାନର ଓ ସୁଲଭ ଖର୍ଚ୍ଚରେ ଚିକିତ୍ସା ପ୍ରଦାନ କରି କ୍ୟାନସର ଚିକିତ୍ସା କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିବ ଏବଂ ଏହି ହସ୍ପିଟାଲ ମାଧ୍ୟମରେ ରାଜ୍ୟର ଏକ ତୃତୀୟାଂଶ କ୍ୟାନସର ରୋଗୀ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ।

ବାଗ୍‌ଚୀ ପରିବାର ଓ ଶ୍ରୀ ଶଂକର କ୍ୟାନସର ସେଣ୍ଟରର ଏହି ମହତ୍ୱପୂର୍ଣ୍ଣ ପଦକ୍ଷେପ ପାଇଁ ଧନ୍ୟବାଦ ଜଣାଇ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ରାଜ୍ୟବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ମୋ ସରକାର ନିରନ୍ତର ଉଦ୍ୟମ କରି ଆସୁଛି। ବିଗତ ଦୁଇ ଦଶନ୍ଧି ମଧ୍ୟରେ ଓଡିଶା ପୂର୍ବ ଭାରତରେ ଏକ ଅଗ୍ରଣୀ ସ୍ୱାସ୍ଥ୍ୟସେବା କ୍ଷେତ୍ର ଭାବେ ପରିଗଣିତ ହୋଇଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ନୂଆ ମେଡିକାଲ କଲେଜ ଖୋଲା ଯାଇଛି।

ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଠାରୁ ଆରମ୍ଭ କରି ସମସ୍ତ ସ୍ୱାସ୍ଥ୍ୟ ସେବା କ୍ଷେତ୍ରଗୁଡିକୁ ସୁଦୃଢ କରାଯାଇଛି। ନିୟମିତ ଭାବେ ଡାକ୍ତର ଓ ପାରାମେଡିକାଲ ଷ୍ଟାଫଙ୍କୁ ନିଯୁକ୍ତି ଦିଆଯାଉଛି। ଚଳିତ ବର୍ଷ କେବଳ ପ୍ରାୟ ୪୦୦୦ ଡାକ୍ତର ରାଜ୍ୟରେ ନିଯୁକ୍ତି ପାଇଛନ୍ତି।

ରାଜ୍ୟର ସ୍ୱାସ୍ଥ୍ୟ ସେବା କ୍ଷେତ୍ର ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସମଗ୍ର ଦେଶରେ ସ୍ୱାସ୍ଥ୍ୟ ସୁରକ୍ଷା କ୍ଷେତ୍ରରେ ଏକ ବେଞ୍ଚମାର୍କ ସ୍ଥାପନ କରିଛି। ଏବେ ୫-ଟି ଉପକ୍ରମରେ ରାଜ୍ୟର ସବୁ ହସ୍ପିଟାଲଗୁଡିକର ଭିତ୍ତିଭୂମି ରୂପାନ୍ତର କାର୍ଯ୍ୟ ଜାରି ରହିଛି। ‘ଆମ ହସ୍ପିଟାଲ’ ଯୋଜନାରେ ଉନ୍ନତ ଭିତ୍ତିଭୂମି ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସହିତ ରୋଗୀଙ୍କ ସହାୟକମାନଙ୍କ ସୁବିଧାକୁ ମଧ୍ୟ ଦୃଷ୍ଟି ଦିଆଯାଉଛି।

ରାଜ୍ୟରେ କ୍ୟାନସର ସେବା ବିଷୟରେ ସୂଚନା ପ୍ରଦାନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଭିନ୍ନ ଜିଲ୍ଲାରେ କ୍ୟାନସର ଚିକିତ୍ସା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି। ଆମେ ସମସ୍ତେ କ୍ୟାନସର ପରି ରୋଗ ବିଷୟରେ ସଚେତନ ହେବା ଆବଶ୍ୟକ। ଆମ ଜୀବନଶୈଳୀକୁ ପରିବର୍ତ୍ତନ କରିବା ଜରୁରୀ। ଆମେ ସମସ୍ତେ ଯଦି ସୁସ୍ଥ ଜୀବନଶୈଳୀ ଅବଲମ୍ବନ କରିବା କ୍ୟାନସରଠାରୁ ଆମେ ଦୂରରେ ରହି ପାରିବା ବୋଲି କହି ସମସ୍ତେ ସୁସ୍ଥ ରହିଲେ ଆମର ‘ସୁସ୍ଥ ଓଡିଶା, ସୁଖୀ ଓଡିଶା’ର ସ୍ୱପ୍ନ ପୂରଣ ହୋଇପାରିବ ବୋଲି ସେ କହିଥିଲେ।

ଅନ୍ୟତମ ଅତିଥି ଭାବେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ କହିଥିଲେ ଯେ ପୂର୍ବରୁ ମାତ୍ର ୩ଟି ମେଡିକାଲ କଲେଜ ରାଜ୍ୟରେ ରହିଥିଲା। ୧୦ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ଅନେକ ନୂଆ ନୂଆ ମେଡିକାଲ କଲେଜ ଆରମ୍ଭ କରି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଛନ୍ତି। ବାଗ୍‌ଚୀ ଶ୍ରୀ ଶଂକର କ୍ୟାନସର ହସ୍ପିଟାଲ ରାଜ୍ୟବାସୀଙ୍କୁ କ୍ୟାନସର ସେବା କ୍ଷେତ୍ରରେ ଅତ୍ୟାଧୁନିକ ସେବା ଯୋଗାଇଦେବ ବୋଲି ସେ କହିଥିଲେ।
ଉଦ୍‌ଘାଟନ ଅବସରରେ ଶ୍ରୀ ସୁବ୍ରତ ବାଗ୍‌ଚୀ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନ ଓ ଆନ୍ତରିକତା ଯୋଗୁ ଆମେ ଏହି ହସ୍ପିଟାଲ ପ୍ରତିଷ୍ଠା କରିବା ପାଇଁ ସକ୍ଷମ ହୋଇଛୁ। ଆମ ରାଜ୍ୟର କ୍ୟାନସର ରୋଗୀମାନଙ୍କୁ ବିଶ୍ୱମାନର ଚିକିତ୍ସା ସୁବିଧା ଯୋଗାଇଦେବା ପାଇଁ ରାଜ୍ୟ ସରକାର ୨୨ ଏକର ଜମି ଯୋଗାଇ ଦେଇଛନ୍ତି। ଓଡିଶାର କ୍ୟାନସର ରୋଗୀ ଆଉ ରାଜ୍ୟ ବାହରକୁ ଯିବେ ନାହିଁ। ଏଠାରେ ରହି କ୍ୟାନସର ଚିକିତ୍ସା କ୍ଷେତ୍ରରେ ଅତ୍ୟାଧୁନିକ ଚିକିତ୍ସା ସୁବିଧା ପାଇବେ। ଏହି ହସ୍ପିଟାଲ ହେବ ମାନବସେବାର ଏକ ଅଦ୍ୱିତୀୟ କେନ୍ଦ୍ର ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି. କାର୍ତ୍ତିକ ପାଣ୍ଡିଆନ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ ୪୧୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ହସ୍ପିଟାଲରେ ଉନ୍ନତ ଭିତ୍ତିଭୂମି ସହିତ ଅତ୍ୟାଧୁନିକ ମେଡିକାଲ ଟେକ୍‌ନଲୋଜି ଓ ଟ୍ରିଟମେଣ୍ଟର ସୁବିଧା ରହିଛି। କ୍ୟାନସର ସେବା କ୍ଷେତ୍ରରେ ଦେଶରେ ପ୍ରସଦ୍ଧି ଅର୍ଜନ କରିଥିବା ଡାକ୍ତର ଓ ନର୍ସିଂ ଷ୍ଟାଫଙ୍କ ଜରିଆରେ ରୋଗୀମାନେ ଏଠାରେ ଅତ୍ୟାଧୁନିକ ଓ ଫଳପ୍ରଦ ଚିକିତ୍ସା ସେବା ପାଇପାରିବେ। ଏହି ହସ୍ପିଟାଲ ମଧ୍ୟ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନୁବନ୍ଧିତ ହୋଇଛି।

କାର୍ଯ୍ୟକ୍ରମରେ ଡ. ବି. ଏସ୍‌. ଶ୍ରୀନାଥ ସ୍ୱାଗତ ଭାଷଣ ଦେଇଥିଲେ ଓ ଡ. ବି. ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଏମ୍‌ସ ଭୁବନେଶ୍ୱର ପକ୍ଷରୁ ଏମ୍‌ସ-ଫିଜିଓମିଟ୍‌ କର୍ମଶାଳା ଆୟୋଜିତ

ଭୁବନେଶ୍ୱର: ବର୍ତ୍ତମାନ ସମାଜରେ ଦେଖାଯାଉଥିବା ଅନିୟନ୍ତ୍ରିତ ତଥା ତ୍ରୁଟିପୂର୍ଣ୍ଣ ଜୀବନଶୈଳୀଜନିତ ନାନା ବ୍ୟାଧି ତଥା ଦିନକୁ ଦିନ ମାନବ ସମାଜ ନିମିତ୍ତ ଆହ୍ବାନ ପାଲଟୁଥିବା ବିଭିନ୍ନ ବୈଶ୍ବିକ ସ୍ୱାସ୍ଥ୍ୟ ସମସ୍ୟାଗୁଡ଼ିକର ସଫଳ ମୁକାବିଲା କରିବାରେ ଫିଜିଓଲୋଜି(ଶରୀରତତ୍ତ୍ବ ବିଜ୍ଞାନ) ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଅନ୍ତର୍ଜାତୀୟସ୍ତରରେ ଶରୀରତତ୍ତ୍ବ ବିଜ୍ଞାନ ଉପରେ ଅଧିକ ଗବେଷଣା, ମେଡିକାଲ୍‌ ପାଠ୍ୟକ୍ରମରେ ଏହାର ବ୍ୟାପକତା ଆଦି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏନେଇ ଏହି ସନ୍ଦର୍ଭରେ ବ୍ୟାପକ ଗବେଷଣାର ଆବଶ୍ୟକତା ରହିଛି। ଏମ୍‌ସ ଭୁବନେଶ୍ୱର ଫିଜିଓଲୋଜି ବିଭାଗ ଦ୍ୱାରା ଆୟୋଜିତ ଅଭିନବ ଏମ୍‌ସ-ଫିଜିଓମିଟ୍‌ କର୍ମଶାଳାରେ ଏପରି ମତବ୍ୟକ୍ତ କରିଛନ୍ତି ଦେଶର ବିଶିଷ୍ଟ ଶରୀରତତ୍ତ୍ବ ବିଜ୍ଞାନୀଗଣ।

ସମଗ୍ର ଦେଶରେ ଶରୀରତତ୍ତ୍ବ ବିଜ୍ଞାନ ଶିକ୍ଷା କ୍ଷେତ୍ରରେ ସହଭାଗିତା ବୃଦ୍ଧି କରିବା ଏବଂ ଗବେଷଣାକୁ ପ୍ରାଥମିକତା ଦେବା ଲକ୍ଷ୍ୟରେ, ଏହି ଦୁଇଦିନିଆ କର୍ମଶାଳାରେ ଦେଶର ୧୭ଟି ଏମ୍‌ସରୁ ୪୦ ରୁ ଊର୍ଧ୍ବ ଖ୍ୟାତନାମା ଶରୀରତତ୍ତ୍ବ ବିଜ୍ଞାନୀ ଅଂଶଗ୍ରହଣ କରିଥିଲେ।

ଉଦ୍‌ଘାଟନୀ ସମାରୋହରେ ବିଶିଷ୍ଟ ଶରୀରତତ୍ତ୍ବ ବିଜ୍ଞାନୀ ତଥା ଏମ୍‌ସ କଲ୍ୟାଣୀର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ରାମଜୀ ସିଂ, ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ, ଏମ୍‌ସ ପାଟ୍‌ନା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଜି କେ ପାଲ୍, ଏମ୍‌ସ ଯୋଧପୁର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ମାଧବାନନ୍ଦ କର, ଏମ୍‌ସ ଭୁବନେଶ୍ୱର ଡିନ୍‌ ଡ. ପି ଆର୍‌ ମହାପାତ୍ର, ମେଡିକାଲ୍‌ ଅଧୀକ୍ଷକ ଡ. ଡି କେ ପରିଡ଼ା, ଫିଜିଓଲୋଜି ବିଭାଗ ମୁଖ୍ୟ ଡ. ପ୍ରଣତୀ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସଙ୍କ ନେତୃତ୍ବରେ ଏହି ଜାତୀୟ ଅନୁଷ୍ଠାନର ଫିଜିଓଲୋଜି ବିଭାଗରେ କୃତ୍ରିମ ବୁଦ୍ଧିମତା(ଏଆଇ)ର ବ୍ୟବହାରପୂର୍ବକ ବହୁ ଗବେଷଣାମୂଳକ କାର୍ଯ୍ୟ ହାତକୁ ନିଆଯାଇଛି। ସମଗ୍ର ଦେଶରେ ଏଆଇର ପ୍ରୟୋଗ ପୂର୍ବକ ଶରୀରତତ୍ତ୍ବ ବିଜ୍ଞାନ ସନ୍ଦର୍ଭରେ ବ୍ୟାପକ ଗବେଷଣା ହେବା ଆବଶ୍ୟକ ବୋଲି ଡ. ବିଶ୍ବାସ ଅନୁଷ୍ଠିତ ଆଲୋଚନା କାଳରେ ମତ ରଖିଥିଲେ।

ଅତିରିକ୍ତ ପ୍ରଫେସର ତଥା ଆୟୋଜନ କମିଟି ସମ୍ପାଦକ ଡ. କଳ୍ପନା ବାରହୱାଲ୍‌ ଏହି ନିଆରା କର୍ମଶାଳା ଏମ୍‌ସ ଭଳି ବିଭିନ୍ନ ଜାତୀୟ ଅନୁଷ୍ଠାନର ଗବେଷକଙ୍କ ପାଇଁ ଏକ ବିଶେଷ ସୁଯୋଗ ଆଣିବା ସହିତ ଅନୁଷ୍ଠାନଗୁଡ଼ିକ ମଧ୍ୟରେ ସୁକ୍ଷ୍ମ ସମ୍ପର୍କ ସ୍ଥାପନରେ ସହାୟକ ହେବାନେଇ ସୂଚନା ଦେଇଥିଲେ।

ଗଭୀର ଜଳ, ପ୍ରଚଣ୍ଡ ତାତି, ଅତ୍ୟନ୍ତ ଉଚ୍ଚତାଯୁକ୍ତ ସ୍ଥାନରେ କାର୍ଯ୍ୟ, କାର୍ଯ୍ୟସ୍ଥଳ ଚାପ ଆଦିକୁ ନିୟନ୍ତ୍ରଣ କରିବା ଏବଂ ମିଲିଟାରୀ ଫିଜିଓଲୋଜିକୁ ସଶକ୍ତ କରିବା ନିମନ୍ତେ ଡିଆର୍‌ଡିଓ ଭଳି ଅନୁଷ୍ଠାନଗୁଡ଼ିକ ସହିତ ଏମ୍‌ସ ଭଳି ପ୍ରସିଦ୍ଧ ଜାତୀୟ ସ୍ବାସ୍ଥ୍ୟ ଅନୁଷ୍ଠାନର ସହଭାଗିତା ଜରୁରୀ। କର୍ମଶାଳାରେ ସାମରିକ ଶରୀରତତ୍ତ୍ବ ବିଜ୍ଞାନ ସମ୍ପର୍କରେ ଅନୁଷ୍ଠିତ ସ୍ବତନ୍ତ୍ର କର୍ମଶାଳାରେ ଏପରି ମତ ରଖିଥିଲେ ଡିଫେନ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଫିଜିଓଲୋଜି ଆଣ୍ଡ ଆଲିଏଡ୍ ସାଇନ୍ସେସ୍ (ଡିଆଇପିଏସ୍‌), ଡିଆର୍‌ଡିଓ ର ନିର୍ଦ୍ଦେଶକ ଡ. ରାଜୀବ ଭାର୍‌ସ୍ନେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

୯ ବର୍ଷ ବୟସ୍କ ବାଳକର ଜୀବନ ବଞ୍ଚାଇଲେ ଏମ୍‌ସ ଭୁବନେଶ୍ୱର ଶିଶୁ ବିଭାଗ ଚିକିତ୍ସକ

ଭୁବନେଶ୍ୱର: ଏକ ଉଲ୍ଲେଖନୀୟ ତଥା ଅଭିନବ ପ୍ରୟାସ ସ୍ବରୂପ ଏମ୍‌ସ ଭୁବନେଶ୍ୱରର ଶିଶୁ ବିଭାଗ ସଫଳତାର ସହିତ ୯ ବର୍ଷୀୟ ବାଳକର ଜୀବନ ରକ୍ଷା କରିବାରେ ସଫଳ ହୋଇଛନ୍ତି। ଅସାବଧାନତାବଶତଃ ଗିଳିଦେଇଥିବା ଏକ ସିଲେଇ ଛୁଞ୍ଚିଟି ନାବାଳକଙ୍କର ବାମପାର୍ଶ୍ବ ଫୁସ୍‌ଫୁସ୍‌ର ନିମ୍ନଭାଗରେ ଲାଗିଯାଇଥିଲା। ଏପରି ପରିସ୍ଥିତିରେ ଉକ୍ତ ତୀକ୍ଷ୍‌ଣ ସାମଗ୍ରୀକୁ ବାହାରି କରିବାକୁ ଜଟିଳ ଅସ୍ତ୍ରୋପଚାରର ଆବଶ୍ୟକତା ଜରୁରୀ ଥିଲା। ମାତ୍ର ଏମ୍‌ସ ଶିଶୁ ବିଭାଗର ଏକ ଚିକିତ୍ସକ ଦଳ ରାଜ୍ୟରେ ପ୍ରଥମ କରି ବିନା ଅସ୍ତ୍ରୋପଚାରରେ ବ୍ରୋଙ୍କୋସ୍କୋପିକ୍ ପଦ୍ଧତିରେ ଫୁସଫୁସରୁ ଉକ୍ତ ସିଲେଇ ଛୁଞ୍ଚି ବାହାରି କରି ରେକର୍ଡ କରିଛନ୍ତି।

ପଶ୍ଚିମବଙ୍ଗରୁ ଆସିଥିବା ଏହି ନାବାଳକଜଣଙ୍କ ଅନ୍ୟମନସ୍କ ଭାବେ ପ୍ରାୟ ୪ସେମି ଲମ୍ବର ଉକ୍ତ ସିଲେଇ ଛୁଞ୍ଚିକୁ ଗିଳିଦେଇଥିଲେ। ଯାହାକି ଫୁସ୍‌ଫସ୍‌ରେ ଲାଗିଥିଲା। ତେବେ ଗିଳିବାର ଦୁଇ ଦିନ ପରେ ଉକ୍ତ ନାବାଳକଙ୍କୁ ଏମ୍‌ସ ଭୁବନେଶ୍ୱରକୁ ଅଣାଯାଇଥିଲା। ଶିଶୁ ବିଭାଗକୁ ଆସିବା ପରେ ନାବାଳକଙ୍କ ଏପରି ଗୁରୁତର ସ୍ଥିତି ଦେଖି ଏହାକୁ ବିନା ଅସ୍ତ୍ରୋପଚାରରେ ବାହାର କରିବାକୁ ଡାକ୍ତରୀ ଦଳ ନିଷ୍ପତି ନେଇଥିଲେ। କାରଣ ଫୁସ୍‌ଫୁସ୍‌ରେ ଛୁଞ୍ଚିର ଅବସ୍ଥିତି ଯେପରି ଥିଲା, ଏପରି ସ୍ଥଳେ ଜଟିଳ ଅସ୍ତ୍ରୋପଚାର ସାହାଯ୍ୟ ଜରୁରୀ ଥିଲା। ସ୍ଥଳବିଶେଷରେ ଫୁସ୍‌ଫୁସ୍‌ର କିଛି ଅଂଶକୁ ମଧ୍ୟ କଢ଼ାଯିବା ଆବଶ୍ୟକ ପଡ଼ିବାର ଯଥେଷ୍ଟ ଆଶଙ୍କା ଥିଲା। ତେଣୁ ଶିଶୁ ବିଶେଷଜ୍ଞ ଡ. ରଶ୍ମି ରଂଜନ ଦାସ, ଡ. କ୍ରିଷ୍ଣ ଏମ୍‌ ଗୁଲ୍ଲା, ଡ. କେତନ ଏବଂ ଡ. ରାମକୃଷ୍ଣଙ୍କୁ ନେଇ ଗଠିତ ଏକ ବିଶେଷଜ୍ଞ ଦଳ ବିନା ନିରାପଦରେ ବ୍ରୋଙ୍କୋସ୍କୋପିକ୍ ପଦ୍ଧତିରେ ଛୁଞ୍ଚିକୁ ବାହାର କରିବାରେ ସଫଳତା ହାସଲ କରିଥିଲେ। ଏହି ପ୍ରକ୍ରିୟା ପ୍ରାୟ ଏକ ଘଣ୍ଟା ସମୟ ନେଇଥିଲା।

କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ଏମ୍‌ସର ଚିକିତ୍ସକଙ୍କ ଏପରି ଉତ୍ସର୍ଗୀକୃତ ମନୋଭାବକୁ ଅଭିନନ୍ଦନ ଜଣାଇବା ସହିତ ଏପରି ବିପଦପୂର୍ଣ୍ଣ କାମକୁ ସଫଳତାର ସହିତ ସମ୍ପନ୍ନ କରିଥିବା ଜୀବନ ରକ୍ଷା ପ୍ରକ୍ରିୟାକୁ ପ୍ରଶଂସା କରିଛନ୍ତି। ଏମ୍‌ସ ସର୍ବଦା ଜନସାଧାରଣଙ୍କ ଜୀବନ ରକ୍ଷା ନିମିତ୍ତ ପ୍ରତିବଦ୍ଧ ବୋଲି ଡ. ବିଶ୍ବାସ ପ୍ରକାଶ କରିଛନ୍ତି।

ଏପରି ଜଟିଳ ସ୍ଥିତିରେ ଅସ୍ତ୍ରୋପଚାର ନାବାଳକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଆନ୍ତା। ମାତ୍ର ଏମ୍‌ସ ପକ୍ଷରୁ ଏପରି ଅଭିନବ ଉପାୟରେ କରାଯାଇଥିବା ପ୍ରକ୍ରିୟା ବେଶ୍ ଲାଭଦାୟୀ ହୋଇପାରିଥିବା ଡ. ରଶ୍ମୀ ରଂଜନ ଦାସ ପ୍ରକାଶ କରିଛନ୍ତି। ଚାରି ଦିନ ପରେ ଉକ୍ତ ନାବାଳକଙ୍କୁ ହସ୍‌ପିଟାଲରୁ ଡିସ୍‌ଚାର୍ଯ କରାଯାଇଥିଲା। ବର୍ତ୍ତମାନ ସେ ସୁସ୍ଥ ଥିବା ସହିତ ସାଧାରଣ ଜୀବନଯାପନ କରୁଥିବା ଡ. ଦାସ ସୂଚନା ଦେଇଛନ୍ତି। ଏହି ଅଭିନବ ପ୍ରଣାଳୀ, ଏମ୍‌ସ ଭୁବନେଶ୍ୱରରେ ଉପଲବ୍ଧ। ସମଗ୍ର ଭାରତରେ କେବଳ କିଛି ସ୍ବାସ୍ଥ୍ୟପ୍ରତିଷ୍ଠାନରେ ଏପରି ତୀକ୍ଷ୍ଣ ସାମଗ୍ରୀକୁ ବ୍ରୋଙ୍କୋସ୍କୋପି ମାଧ୍ୟମରେ ବାହାର କରିବାର ବ୍ୟବସ୍ଥା ରହିଥିବା ପ୍ରକାଶ।

ଡ. କ୍ରିଷ୍ଣ ଏମ ଗୁଲା ସୂଚନା ଦେଇଛନ୍ତି ଯେ ଏମ୍‌ସ ଭୁବନେଶ୍ୱରରେ ଏକ ଉତ୍ସର୍ଗୀକୃତ ପେଡିଆଟ୍ରିକ୍ ପୁଲମୋନୋଲୋଜି ଏବଂ ଆଇସିୟୁ ଦଳ କାର୍ଯ୍ୟ କରୁଛି। ଏକ ମାସର ନବଜାତକ ଶିଶୁଙ୍କଠାରୁ ୧୫ ବର୍ଷ ପର୍ଯ୍ୟନ୍ତ ବ୍ରୋଙ୍କୋସ୍କୋପିକ୍ ପଦ୍ଧତି ମାଧ୍ୟମରେ ଗୋଟିଏ ସ୍ଥାନରେ ସାମଗ୍ରୀକ ଶିଶୁ ଚିକିତ୍ସା ସୁବିଧା ରାଜ୍ୟରେ ଅନ୍ୟ କେଉଁଠି ଉପଲବ୍ଧ ନାହିଁ।

୨୦୨୧ ମସିହାରୁ ଏମ୍‌ସରେ ଏକ ଶିଶୁ ବ୍ରୋଙ୍କୋସ୍କୋପିକ୍ ସୁବିଧା ସହିତ ଶିଶୁ ବିଭାଗ, ନିଦାନ ଏବଂ ଚିକିତ୍ସା ପ୍ରଣାଳୀ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉପକରଣ ଭାବରେ କାର୍ଯ୍ୟ ଜାରି ରହିଛି। ଏହି ସୁବିଧା ଜରୁରୀ ସମୟରେ ଶରୀର ଭିତରକୁ ଚାଲିଯାଇଥିବା ବାହ୍ୟ ତୀକ୍ଷ୍ଣ ବସ୍ତୁକୁ ଅପସାରଣରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଶ୍ବାସକ୍ରିୟା ରୋଗ ସହ ଜଡିତ ଶିଶୁ ରୋଗ ପାଇଁ ମଧ୍ୟ ଏହା ବେଶ ଉପାଦେୟ ହୋଇପାରିଛି।

ଶିଶୁ ଚିକିତ୍ସା, ଶିଶୁ ସର୍ଜରୀ, ଇଏନ୍‌ଟି ଏବଂ ରେଡିଓଲୋଜି ବିଶେଷଜ୍ଞଙ୍କ ମିଳିତ ପ୍ରୟାସ ସ୍ବରୂପ ଏପରି ସଫଳ ପ୍ରୟାସର ନିରନ୍ତରତା ଏମ୍‌ସର ରୋଗୀସେବା ପ୍ରତି ନିଷ୍ଠା ଏବଂ ଅଙ୍ଗୀକାରବଦ୍ଧତାକୁ ଦର୍ଶାଉଛି।