Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»୧ ଲକ୍ଷ ଲାଞ୍ଚ କାରବାର: ଏଫସିଆଇ ମହାପ୍ରବନ୍ଧକଙ୍କ ସମେତ ୪ ଜଣଙ୍କୁ ଗିରଫ କଲା ସିବିଆଇ
ଜାତୀୟ ଖବର

୧ ଲକ୍ଷ ଲାଞ୍ଚ କାରବାର: ଏଫସିଆଇ ମହାପ୍ରବନ୍ଧକଙ୍କ ସମେତ ୪ ଜଣଙ୍କୁ ଗିରଫ କଲା ସିବିଆଇ

July 2, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
CBI
NEET-UG ପେପର୍ ଲିକ୍: ୧୩ ଅଭିଯୁକ୍ତଙ୍କ ନାମରେ ଚାର୍ଜସିଟ୍ ଦାଖଲ କଲା CBI

ଭୁବନେଶ୍ୱର: କୋଲକାତାର ଏକ ଘରୋଇ ଫାର୍ମକୁ ଚାଉଳ ପରିବହନ ଠିକା ପାଇଁ ୧ ଲକ୍ଷ ଟଙ୍କାର ଲାଞ୍ଚ କାରବାର ଅଭିଯୋଗରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଆଜି ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ)ର ଜଣେ ମହାପ୍ରବନ୍ଧକ ଓ ଏକାଉଣ୍ଟସ୍ ମ୍ୟାନେଜରଙ୍କ ସମେତ ଚାରି ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଭୁବନେଶ୍ୱରସ୍ଥିତ ଏଫସିଆଇ, ଓଡ଼ିଶା କ୍ଷେତ୍ର ମହାପ୍ରବନ୍ଧକ ପ୍ରେମ ସିଂ ଭନୋତ୍, ଏଫସିଆଇ ଏକାଉଣ୍ଟସ୍ ମ୍ୟାନେଜର ସଞ୍ଜୟ ଦେ, କୋଲକାତାର ମେସର୍ସ ଏସପି ଟ୍ରେଡର୍ସ ଏଣ୍ଡ ସପ୍ଲାୟର୍ସ ପ୍ରାଇଭେଟ୍ ଲିମିଟେଡ୍ର ମାଲିନା ଦେ ଆଲିଆସ୍ ସୌମୀ ଭଟ୍ଟାଚାର୍ଯ୍ୟ ଏବଂ କୋଲକାତାର ଜଣେ ମଧ୍ୟସ୍ଥ ସୟେଦ ହସନେନ୍ ଅହମ୍ମଦ। ଏହି ଚାରି ଜଣଙ୍କ ସମେତ କୋଲାକାତାର ଆଉ ଜଣେ ମଧ୍ୟସ୍ଥ ସ୍ୱପନ କୁମାର ଘୋଷାଲ ଏବଂ କେତେକ ଅପରିଚିତ ବ୍ୟକ୍ତି ଓ ସଂସ୍ଥା ବିରୋଧରେ ସିବିଆଇ ମାମଲା ରୁଜୁ କରିଛି।

ଅଭିଯୋଗ ଅନୁଯାୟୀ ସମ୍ପୃକ୍ତ ଠିକା ସଂସ୍ଥା ଚାଉଳ ପରିବହନ ଠିକା ପାଇଁ ଟେଣ୍ଡର ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିଲା। ଏଫସିଆଇର ଅଭିଯୁକ୍ତ ମହାପ୍ରବନ୍ଧକ ମଧ୍ୟସ୍ଥ ଓ ଏକାଉଣ୍ଟସ୍ ମ୍ୟାନେଜରଙ୍କ ସହାୟତାରେ ଅନୈତିକ ଉପାୟ ଅବଲମ୍ବନ କରି ସମ୍ପୃକ୍ତ ସଂସ୍ଥାକୁ ପରିବହନ ଠିକା ଦେଇଥିଲେ। ସମ୍ପୃକ୍ତ ସଂସ୍ଥାକୁ କାର୍ଯ୍ୟାଦେଶ ପ୍ରଦାନ ପାଇଁ ଏଫସିଆଇ ମହାପ୍ରବନ୍ଧକ ୫ ଲକ୍ଷ ଟଙ୍କାର ଲାଞ୍ଚ ଦାବି କରିଥିଲେ। ତେବେ ୧ ଲକ୍ଷ ଟଙ୍କା ଲାଞ୍ଚ ପ୍ରଦାନ ବେଳେ ପୂର୍ବରୁ ପ୍ରସ୍ତୁତ ରହିଥିବା ସିବିଆଇର ତଦନ୍ତକାରୀ ଅଧିକାରୀମାନେ ୪ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲେ।

ସମସ୍ତ ଗିରଫ ଅଭିଯୁକ୍ତମାନଙ୍କୁ ଅଦାଲତାରେ ହଜାର କରିବା ପରେ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ପୁଲିସ ହେପାଜତକୁ ପଠାଇ ଦିଆଯାଇଛି। ଏହି ମାମଲାରେ ସିବିଆଇ ପକ୍ଷରୁ କୋଲକାତା, ହାଇଦ୍ରାବାଦ ଓ ଭୁବନେଶ୍ୱରରେ ଚଢ଼ାଉ କରାଯାଇ ୫ ଲକ୍ଷ ନଗଦ ଟଙ୍କା, ଲକର ଚାବି, ମୋବାଇଲ, ଲାପଟପ ଓ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି। ମାମଲାରେ ଅଧିକ ତଦନ୍ତ ଜାରି ରହିଛି।

bhubaneswar cbi
Share. Facebook Twitter LinkedIn Email WhatsApp Copy Link

Related Posts

ଇ-୨୦ ଉପରେ ବିବାଦ!: ଦିଲ୍ଲୀ ପୋଲିସ ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ତହସିନ ପୁନାୱାଲା

August 1, 2026

କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ନାମ ପଚାରି ଦୁଇ ହିନ୍ଦୁ ଶ୍ରମିକଙ୍କୁ କଲେ ହତ୍ୟା

August 1, 2026

CWGର ୮ମ ଦିନରେ ଭାରତକୁ ୨ ଟି ସ୍ୱର୍ଣ୍ଣ: ରୌପ୍ୟ ପଦକ ଜିତିଲେ ନୀରଜ ଚୋପ୍ରା

August 1, 2026

ରାଷ୍ଟ୍ରପତିଙ୍କ ଅନୁମୋଦନ: ଆଇନରେ ପରିଣତ ହେଲା ପରୀକ୍ଷା ସଂଶୋଧନ ବିଲ୍

August 1, 2026
Latest News

ଇ-୨୦ ଉପରେ ବିବାଦ!: ଦିଲ୍ଲୀ ପୋଲିସ ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ତହସିନ ପୁନାୱାଲା

August 1, 2026

ଗୋଦାବରୀଶ ମହାବିଦ୍ୟାଳୟରେ ଲିଙ୍ଗ ଭିତ୍ତିକ ହିଂସା ଉପରେ ସେମିନାର ଅନୁଷ୍ଠିତ

August 1, 2026

କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ନାମ ପଚାରି ଦୁଇ ହିନ୍ଦୁ ଶ୍ରମିକଙ୍କୁ କଲେ ହତ୍ୟା

August 1, 2026

CWGର ୮ମ ଦିନରେ ଭାରତକୁ ୨ ଟି ସ୍ୱର୍ଣ୍ଣ: ରୌପ୍ୟ ପଦକ ଜିତିଲେ ନୀରଜ ଚୋପ୍ରା

August 1, 2026

ରାଷ୍ଟ୍ରପତିଙ୍କ ଅନୁମୋଦନ: ଆଇନରେ ପରିଣତ ହେଲା ପରୀକ୍ଷା ସଂଶୋଧନ ବିଲ୍

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.