Categories
ବିଶେଷ ଖବର ରାଜ୍ୟ ଖବର

ଗଙ୍ଗୁଆ ଓ ଦୟାର ସଂଯୋଗ ସ୍ଥାନରେ ହେବ ଟ୍ରିଟମେଣ୍ଟ ପ୍ଲାଣ୍ଟ, 5ଟି ଅଧ୍ୟକ୍ଷଙ୍କ ବୈଠକରେ ନିଷ୍ପତି

ଭୁବନେଶ୍ବର: ଦୟା ନଦୀ ପାଣିକୁ ପ୍ରଦୂଷଣମୁକ୍ତ ରଖାଯିବା ଉପରେ 5T ତଥା ନବୀନ ଓଡିଶାର ଅଧ୍ୟକ୍ଷ ଶ୍ରୀ ଭି.କେ ପାଣ୍ଡିଆନ ଗୁରୁତ୍ୱାରୋପ କରିଛନ୍ତି ଏବଂ ଏ ସମ୍ପର୍କରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ନଗର ଉନ୍ନୟନ ବିଭାଗ ଏବଂ ଭୁବନେଶ୍ୱର ମହାନଗର ନିଗମକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ଦୟା ନଦୀର ଜଳକୁ ବିଶୁଦ୍ଧ ରଖିବା ସଂକ୍ରାନ୍ତରେ ଆଜି 5T ତଥା ନବୀନ ଓଡିଶାର ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଥିବା ବିଭିନ୍ନ ପ୍ରତିଷ୍ଠାନର ଦୂଷିତ ଜଳକୁ ସ୍ୱେରେଜ ଲାଇନ୍‌ ସହିତ ସଂଯୋଗ କରିବା ପାଇଁ ବ୍ୟାଧତାମୂଳକ କରାଯାଇଛି। ଏହା ସହିତ ବିଏମସିର ସବୁ ଘର ଯେପରି ସ୍ୱେରେଜ ଲାଇନ୍‌ ସହିତ ଶୀଘ୍ର ସଂଯୁକ୍ତ ହୋଇପାରିବ ସେ ଦିଗରେ ମଧ୍ୟ ସଚେତନତା ସୃଷ୍ଟି କରିବାପାଇଁ ଶ୍ରୀ ପାଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ।

ଭୁବନେଶ୍ୱରରେ ୱାଟ୍‌କୋ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ସ୍ୱେରେଜ କାମ ଚାଲିଛି। ବିଭିନ୍ନ ଏଜେନ୍ସି ସହ ସମନ୍ୱୟ ରକ୍ଷାକରି କାମ କଲେ ଜନସାଧାରଣଙ୍କ ବିଶେଷ ଅସୁବିଧା ହେବ ନାହିଁ ବୋଲି ଶ୍ରୀ ପାଣ୍ଡିଆନ ମତଦେବା ସହିତ ସ୍ୱେରେଜ କାମ ତ୍ୱରାନ୍ୱିତ କରି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ କରିବା ଏବଂ ବସ୍ତି ସମେତ ସହରର ସବୁ ଅଞ୍ଚଳ ଯେପରି ସ୍ୱେରେଜ ବ୍ୟବସ୍ଥା ସହିତ ସଂଯୁକ୍ତ ହେବ ସେଦିଗରେ ପଦକ୍ଷେପ ନେବା ପାଇଁ ଶ୍ରୀ ପାଣ୍ଡିଆନ ୱାଟ୍‌କୋକୁ ନିର୍ଦ୍ଦେଶ ଦେଇଥିଲେ।

ଦୟା ନଦୀର ଜଳକୁ ବିଶୁଦ୍ଧ କରିବା ପାଇଁ ଦୟା ଓ ଗଙ୍ଗୁଆର ସଂଯୋଗ ସ୍ଥଳରେ ୱାଟ୍‌କୋ ପକ୍ଷରୁ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳଯୁକ୍ତ ଏକ ବିଶୋଧନ ପ୍ଲାଣ୍ଟ ନିର୍ମାଣ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା।

ଭୁବନେଶ୍ୱର ସହରରେ ବିଭିନ୍ନ ଶିଳ୍ପାନୁଷ୍ଠାନ ମଧ୍ୟ ରହିଛି। ସେମାନଙ୍କର ବର୍ଜ୍ୟବସ୍ତୁ ଓ ଜଳର କିପରି ଉପଯୁକ୍ତ ବିଶୋଧନ କରାଯାଇପାରିବ ସେଥିପାଇଁ ଇଡିକୋ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ବିଏମସି ପକ୍ଷରୁ ନିୟମିତ ଯାଞ୍ଚ କରାଯିବ।

ଭୁବନେଶ୍ୱର ସହରର ବିଭିନ୍ନ ନର୍ଦ୍ଦମା ଜଳ ବିଶୋଧନ ପ୍ଲାଣ୍ଟରେ ପହଞ୍ଚିବା ପୂର୍ବରୁ ସେଗୁଡିକର ୱାଟକୋ ଏବଂ ଏସପିସିବି ପକ୍ଷରୁ ନିୟମିତ ବୈଷୟିକ ଯାଞ୍ଚ ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

ଦୟା ନଦୀର ଜଳକୁ ବିଶୁଦ୍ଧ ରଖିବାପାଇଁ, ବିଏସି ଅଞ୍ଚଳର ବର୍ଜ୍ୟବସ୍ତୁ ସୃଷ୍ଟିକାରୀ ଶିଳ୍ପ ତଥା ଅନ୍ୟ ପ୍ରତିଷ୍ଠାନଗୁଡିକ ଉପରେ ତୀକ୍ଷ୍ଣ ନଜର ରଖି ଏହାର ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବାକୁ ବିଏମସିକୁ ଶ୍ରୀ ପାଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ।

ବିଡିଏର ଉପାଧ୍ୟକ୍ଷ ଶ୍ରୀ ବଲୱନ୍ତ ସିଂ ଅଧ୍ୟକ୍ଷତାରେ ଗଠିତ ଦୟା ଟାସ୍କ ଫୋର୍ସ ଦୟା ନଦୀ ପାଣି କୁ ବିଶୁଦ୍ଧ ରଖିବା ପାଇଁ ବିଭିନ୍ନ ଏଜେନସି ସହିତ ସମନ୍ଵୟ ରଖି ପଦକ୍ଷେପ ନେଇଛି .
ବୈଠକରେ ଶ୍ରୀ ବଳବନ୍ତ ସିଂହ ନିଆ ଯାଇଥିବା ପଦକ୍ଷେପ ସମ୍ପର୍କରେ ଏକ ରିପୋର୍ଟ ଉପସ୍ଥାପିତ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭୁବନେଶ୍ବରକୁ ମିଳିଲା ପୂର୍ବାଞ୍ଚଳ ଶ୍ରେଷ୍ଠ ସ୍ମାର୍ଟ ସିଟି ପୁରସ୍କାର

ଭୁବନେଶ୍ବର: ଗତକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ବରକୁ ଶ୍ରେଷ୍ଠ ପୂର୍ବାଞ୍ଚଳ ସ୍ମାର୍ଟ ସିଟି ପୁରସ୍କାର ପ୍ରଦାନ କରିଛନ୍ତି। ମଧ୍ୟ ପ୍ରଦେଶ ଇନ୍ଦୋରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ବର ମେୟର ସୁଲୋଚନା ଦାସ ପୁରସ୍କାର ଗ୍ରହଣ କରିଥିଲେ।

ଏଥିସହିତ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଅତିରିକ୍ତ କମିଶନର ଶୁଭେନ୍ଦୁ ସାହୁ, ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ (ବିଏସସିଏଲ୍)ର ମହାପ୍ରବନ୍ଧକ ସୁବ୍ରତ କୁମାର ବେହେରା ପୁରସ୍କାର ଗ୍ରହଣ ବେଳେ ଉପସ୍ଥିତ ଥିଲେ।

ଭାରତ ସରକାରଙ୍କ ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ସ୍ମାର୍ଟ ସିଟି ମିଶନ ଅଧୀନରେ ୨୦୧୮ରୁ ଆଇଏସ୍‌ଏସି ଆୟୋଜନ କରାଯାଉଛି। ଏହି ସମ୍ମିଳନୀରେ ମଧ୍ୟପ୍ରଦେଶ ରାଜ୍ୟପାଳ ଶ୍ରୀ ମଙ୍ଗୁଭାଇ ସି. ପଟେଲ, ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ରାଷ୍ଟ୍ର ମନ୍ତ୍ରୀ କୌଶଲ କିଶୋର ଏବଂ ମଧ୍ୟପ୍ରଦେଶର ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ସିଂହଙ୍କ ସମେତ ବିଭିନ୍ନ ବ୍ୟକ୍ତି ଯୋଗ ଦେଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଭୁବନେଶ୍ବର ମହାନଗର ନିଗମ ପାଇଁ ୪୧୬ ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ ରାଜ୍ୟର ସବୁଠାରୁ ବୃହତ ସ୍ବାୟତ୍ତ ଶାସନ ଅନୁଷ୍ଠାନ। ରାଜ୍ୟର ରାଜଧାନୀ ତଥା ଏକ ଆଧୁନିକ ସହର ଭାବେ ଭୁବନେଶ୍ବରର ପରିଚୟକୁ ଆହୁରି ସୁଦୃଢ କରିବା ସହିତ ଏହି ଐତିହ୍ୟ ସଂପନ୍ନ ସହରର ଐତିହାସିକ ମର୍ଯ୍ୟଦାର ସୁରକ୍ଷା ଦିଗରେ ଭୁବନେଶ୍ବର ମହାନଗର ନିଗମର ଗୁରୁଦାୟିତ୍ବ ରହିଛି।

କ୍ରମବର୍ଦ୍ଧିଷ୍ଣୁ ଲୋକସଂଖ୍ୟାକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ଏହାର ଦାୟିତ୍ବ ନିୟମିତ ଭାବେ ବଢିଚାଲିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର ମହାନଗର ନିଗମ ପାଇଁ ୪୧୬ଟି ଅତିରିକ୍ତ ପଦବୀ ମଞ୍ଜୁର କରିଛନ୍ତି। ଏହାଦ୍ବାରା ନିଗମ ଅଧିକ ଦକ୍ଷ ଓ କ୍ରିୟାଶୀଳ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଯେ ପୂର୍ବରୁ ବି.ଏମ୍‌.ସି ରେ ୨୧୦ଟି ଅନୁମୋଦିତ ପଦବୀ ଥିବାବେଳେ, ଏହି ଅତିରିକ୍ତ ୪୧୬ଟି ପଦବୀ ସୃଷ୍ଟି ଦ୍ବାରା ଏହାର ସମୁଦାୟ ପଦବୀ ସଂଖ୍ୟା ୬୨୬କୁ ବୃଦ୍ଧି ପାଇଲା।

ପୂର୍ବରୁ ନିଗମର ପ୍ରଶାସନିକ କ୍ଷେତ୍ରରେ ଗୋଟିଏ ଆଡିସନାଲ କମିଶନର ପଦବୀ ଥିବାବେଳେ, ବର୍ତ୍ତମାନ ଆଉ ୩ଟି ଆଡିସନାଲ କମିଶନର ପଦବୀ ସୃଷ୍ଟି କରାଯାଇ ସମୁଦାୟ ପଦବୀ ସଂଖ୍ୟା ୪କୁ ବୃଦ୍ଧି କରାଯାଇଛି ।

ସେହିପରି ୬ଟି ନୂତନ ଜୋନାଲ କମିଶନର ପଦବୀ ମଧ୍ୟ ସୃଷ୍ଟି କରାଯାଇଛି। ପୂର୍ବରୁ ୩ଟି ଡେପୁଟି କମିଶନର ପଦବୀ ଥିବାବେଳେ, ଏଥିରେ ୧୩ଟି ନୂତନ ପଦବୀ ସୃଷ୍ଟି କରାଯାଇ, ସମୁଦାୟ ଡେପୁଟି କମିଶନର ପଦବୀ ସଂଖ୍ୟା ୧୬କୁ ବୃଦ୍ଧି କରାଯାଇଛି। ଏହାସହିତ ପୂର୍ବରୁ ୪ଟି ପରିମଳ ଆସିଷ୍ଟାଣ୍ଟ କମିଶନର ପଦବୀ ଥିବାବେଳେ ଆଉ ୯ଟି ପଦବୀ ସୃଷ୍ଟି କରାଯାଇ ସମୁଦାୟ ୧୩ଟି ପରିମଳ ଆସିଷ୍ଟାଣ୍ଟ କମିଶନର ପଦବୀ ରଖାଯାଇଛି।

ନିଗମର ଅର୍ଥ ବିଭାଗରେ ୧୧ଟି ନୂତନ ପଦବୀ ସୃଷ୍ଟି କରାଯାଇଥିବା ବେଳେ ଯୋଜନା ବିଭାଗରେ ୪ଟି ନୂତନ ପଦବୀ ସୃଷ୍ଟି କରାଯାଇଛି । ଇଂଜିନିୟରିଂ (ୱାର୍କ୍ସ) ବିଭାଗରେ ୧୭ଟି ନୂତନ ପଦବୀ, ସାନିଟେସନ (ଇଂଜିନିୟରିଂ) ବିଭାଗରେ ୫ଟି ନୂତନ ପଦବୀ, ଡ୍ରେନେଜ ବିଭାଗରେ ୨୦ଟି ପଦବୀ, ମେକାନିକାଲ ବିଭାଗରେ ୨ଟି ପଦବୀ ସୃଷ୍ଟି କରାଯାଇଛି।

ଏଥିସହିତ ଆଇନ ବିଭାଗରେ ଗୋଟିଏ, ଲୋକସଂପର୍କ ବିଭାଗରେ ୨ଟି, ସୌନ୍ଦର୍ଯ୍ୟକରଣ ଓ ଲ୍ୟାଣ୍ଡ ସ୍କେପିଂ ବିଭାଗରେ ୭ଟି, ପ୍ରାଣୀକଲ୍ୟାଣ ବିଭାଗରେ ୪ଟି, ସାମାଜିକ କଲ୍ୟାଣ ବିଭାଗରେ ୧୩ଟି, ବିପର୍ଯ୍ୟୟ ଓ ଜରୁରୀ ସେବା ବିଭାଗରେ ଗୋଟିଏ, ଏନ୍‌ଫୋର୍‌ସମେଣ୍ଟ ବିଭାଗରେ ୧୯ଟି, ଅମଲା ବିଭାଗରେ ୯୩ଟି ଏବଂ ୱାର୍ଡ ଅଫିସ ବିଭାଗରେ ୧୮୭ଟି ନୂତନ ପଦବୀ ସୃଷ୍ଟି କରାଯାଇଛି।

ଇଂଜିନିୟରିଂ (ୱାର୍କ୍ସ) ବିଭାଗରେ ପୂର୍ବରୁ ୨ଟି ସିଭିଲ କାର୍ଯ୍ୟନିର୍ବାହୀ ଅଧିକାରୀ ଥିବାବେଳେ ଏହାକୁ ୬କୁ ବୃଦ୍ଧି କରାଯାଇଛି। ସେହିପରି ସହକାରୀ କାର୍ଯ୍ୟନିର୍ବାହୀ ଅଧିକାରୀ ପଦବୀକୁ ୭ ରୁ ୧୩କୁ ବୃଦ୍ଧି କରାଯାଇଛି ଏବଂ ସିଭିଲ ଜୁନିଅର ଇଂଜିନିୟରିଂ ପଦବୀ ସଂଖ୍ୟାକୁ ୧୭ରୁ ୨୪କୁ ବୃଦ୍ଧି କରାଯାଇଛି।

ପରିମଳ (ଇଂଜିନିୟରିଂ) ଏକ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର ହୋଇଥିବାରୁ ଏଥିରେ ମଧ୍ୟ ୫ଟି ନୂତନ ପଦବୀ ସୃଷ୍ଟି କରାଯାଇଛି। ଏଥିରେ ଗୋଟିଏ କାର୍ଯ୍ୟନିର୍ବାହୀ ଅଧିକାରୀ (ପରିମଳ), ଗୋଟିଏ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ (ପରିମଳ) ଓ ୩ଟି ଜୁନିଅର ଇଂଜିନିୟର (ପରିମଳ) ଅନ୍ତର୍ଭୁକ୍ତ।

ସେହିପରି ଡ୍ରେନେଜ ବିଭାଗରେ ୨୦ଟି ନୂତନ ପଦବୀ ସୃଷ୍ଟି କରାଯାଇଛି। ଏଥିରେ ଗୋଟିଏ କାର୍ଯ୍ୟନିର୍ବାହୀ ଅଧିକାରୀ, ୭ଟି ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ୧୨ଟି ଜୁନିଅର ଇଂଜିନିୟର ପଦବୀ ରହିଛି।

ୱାର୍ଡ ପରିଚାଳନା ସବୁଠାରୁ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର ହୋଇଥିବାରୁ ୧୮୭ଟି ପଦବୀ ନୂତନ ପଦବୀ ସୃଷ୍ଟି କରାଯାଇଛି। ପୂର୍ବରୁ ଏଥିରେ ୮୧ଟି ପଦବୀ ଥିଲା। ବର୍ତ୍ତମାନ ସମୁଦାୟ ପଦବୀ ସଂଖ୍ୟା ୨୬୮ ହେଲା। ପୂର୍ବରୁ ୱାର୍ଡ ଅଫିସର ପଦବୀ ନ ଥିବା ବେଳେ, ଏଥିରେ ୬୭ଟି ନୂଆ ୱାର୍ଡ ଅଫିସର ପଦବୀ ସୃଷ୍ଟି କରାଯାଇଛି।

ସେହିପରି ୱାର୍ଡ ରେଭେନ୍ୟୁ ଅଫିସର (ଟ୍ୟାକ୍‌ସ କଲେକ୍ଟର) ପଦବୀ ସଂଖ୍ୟା ୫୦ ଥିବାବେଳେ ଏହା ୬୭କୁ ବୃଦ୍ଧି ପାଇଛି। ସାନିଟାରୀ ଇନ୍‌ସପେକ୍ଟର ପଦବୀ ସଂଖ୍ୟା ୬ଟି ଥିବାବେଳେ, ଏଥିରେ ୬୧ଟି ନୂଆ ପଦବୀ ଯୋଗ କରାଯାଇଛି। ସେହିପରି କମ୍ୟୁନିଟି ଅର୍ଗାନାଇଜର ପଦବୀ ସଂଖ୍ୟା ୨୫ରୁ ୬୭କୁ ବୃଦ୍ଧି କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବରର ଘାଟିକିଆ ୟୁପିଏଚସି କୁ କେନ୍ଦ୍ର ସରକାର ଦେଲେ ଶ୍ରେଷ୍ଠ ହସପିଟାଲ ମାନ୍ୟତା

ଭୁବନେଶ୍ବର: ଭୁବନେଶ୍ବରର ଘାଟିକିଆରେ ଥିବା ଅର୍ବାନ ପ୍ରାଇମେରୀ ହେଲଥ ସେଣ୍ଟରକୁ ମିଳିଲା ଶ୍ରେଷ୍ଠ ହସପିଟାଲ ବା କ୍ବାଲିଟ ସାର୍ଟିଫିକେଟ। କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଅଧିନରେ କାର୍ଯ୍ୟ କରୁଥିବା ନ୍ୟାସନାଲ ହେଲଥ ସିସଟମ ରିସୋର୍ସ ସେଣ୍ଟର ଏହି ମାନ ନିର୍ଦ୍ଧାରଣ କରିଛି।

ଏହି ମାନ ନିର୍ଦ୍ଧାରଣ ପାଇଁ ଆଠଟି ସେବା ନିର୍ଦ୍ଧାରଣ କରାଯାଇଛି। ଯାହା ଘାଟିକିଆ ହସପିଟାଲ ପୁରଣ କରିବାରେ ସକ୍ଷମ ହୋଇଛି। ସେଗୁଡିକ ହେଲା ସେବା, ରୋଗୀ ଅଧିକାର, ସ୍ବଚ୍ଛତା, ଇନପୁଟସ, ସଂକ୍ରମାଣ ନିୟନ୍ତ୍ରଣ, କ୍ବାଲିଟ ପରିଚାଳନା ପ୍ରଭୃତି ରହିଛି। ଯାହା ଏହି ହସପିଟାଲ ପୁରଣ କରିପାରିଛି।

ବର୍ତ୍ତମାନ ଏହି ହସପିଟାଲଟି ବିଏମସି ଅଧିନରେ କାର୍ଯ୍ୟ କରୁଛି।

Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କ ଭାଙ୍ଗିବ ବଙ୍ଗଳା: ବିଏମସିକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ମୁମ୍ବାଇ: ମୁମ୍ବାଇରେ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କ ବଙ୍ଗଳାକୁ ଦୁଇ ସପ୍ତାହ ମଧ୍ୟରେ ଭାଙ୍ଗିବା ପାଇଁ ବୃହମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ (ବିଏମସି) କୁ ବମ୍ବେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନିର୍ମାଣରେ ‘ଫ୍ଲୋର ସ୍ପେସ୍ ଇଣ୍ଡେକ୍ସ’ (SSI) ଏବଂ ‘କୋଷ୍ଟାଲ୍ ରେଗୁଲେସନ୍ ଜୋନ୍’ (CRZ) ନିୟମ ଉଲ୍ଲଂଘନ କରାଯାଇଛି ବୋଲି କୋର୍ଟ କହିଛନ୍ତି। ଜଷ୍ଟିସ୍ ଆର. ଡି ଧାନୁକା ଏବଂ ଜଷ୍ଟିସ କମଲ ଖତାଙ୍କ ଖଣ୍ଡପୀଠ କହିଛନ୍ତି ଯେ, ରାଣେ ପରିବାର ଦ୍ୱାରା ପରିଚାଳିତ କମ୍ପାନୀ ଦ୍ଵାରା ଦାଖଲ ହୋଇଥିବା ଦ୍ୱିତୀୟ ଆବେଦନକୁ ବୃହମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ଅନୁମତି ଦେଇପାରିବ ନାହିଁ, କାରଣ ଏହା କରିବା ଦ୍ଵାରା” ଅନଧିକୃତ ନିର୍ମାଣକୁ ପ୍ରୋତ୍ସାହିତ ମିଳିବ।

କମ୍ପାନୀ ଦ୍ଵାରା ଦାଖଲ ହୋଇଥିବା ଆବେଦନରେ ଅନଧିକୃତ ନିର୍ମାଣକୁ ନିୟମିତ କରିବାକୁ ଦାବି କରାଯାଇଛି। ଦୁଇ ସପ୍ତାହ ମଧ୍ୟରେ ଅନଧିକୃତ ଅଂଶକୁ ଭାଙ୍ଗିବାକୁ ଏବଂ ଏକ ସପ୍ତାହ ପରେ ଅନୁପାଳନ ରିପୋର୍ଟ କୋର୍ଟରେ ଦାଖଲ କରିବାକୁ ବିଏମସିକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଖଣ୍ଡପୀଠରେ ରାଣେଙ୍କ ଉପରେ ୧୦ ଲକ୍ଷ ଟଙ୍କା ଜୋରିମାନା ଲାଗୁ କରାଯାଇଛି ଏବଂ ଏହି ରାଶି ଦୁଇ ସପ୍ତାହ ମଧ୍ୟରେ ମହାରାଷ୍ଟ୍ର ରାଜ୍ୟ ଆଇନ ସେବା ପ୍ରାଧିକରଣରେ ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଣେଙ୍କ ଓକିଲ ଶାର୍ଦ୍ଦୁଲ ସିଂ କୋର୍ଟଙ୍କ ଆଦେଶକୁ ୬ ସପ୍ତାହ ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ, ଯାହା ଦ୍ଵାରା ସେ ସୁପ୍ରିମକୋର୍ଟରେ ଆବେଦନ କରିପାରିବେ। କିନ୍ତୁ ତାଙ୍କ ଅନୁରୋଧକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବିଏମସି ବିରୋଧରେ ଗର୍ଜିଲା ଭୁବନେଶ୍ବର ବିଜେପି, ମୁହଁରେ କଳାପଟି ଦେଇ ଧାରଣା

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଅଳିଆ ସମସ୍ୟା, ଡ୍ରେନେଜ ଅବ୍ୟବସ୍ଥା, ଡେଙ୍ଗୁ ସମସ୍ୟା ଅଣାୟତ, ରାସ୍ତାଘାଟ ମରଣଜନ୍ତା ଓ ବର୍ଷାପାଣିରେ ରାସ୍ତା ସମସ୍ୟା ରହିଥିଲେ ମଧ୍ୟ ବିଏମ୍‌ସି ତରଫରୁ ସ୍ୱାୟତ ଶାସନ ଦିବସ ପାଳନ କରାଯିବା ଅତ୍ୟନ୍ତ ହାତ୍ସ୍ୟାସ୍ପଦ। ଆଜି ଏହି ସ୍ୱାୟତ ଶାସନକୁ ବିରୋଧ କରି ଜିଲ୍ଲା ବିଜେପି ତରଫରୁ ବିଏମ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ ହୋଇଥିଲା। ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ଧାରଣାରେ ସମସ୍ତ କାର୍ଯ୍ୟକର୍ତା ମୁହଁରେ କଳା ପଟି ପିନ୍ଧି ବସିଥିଲେ।

ରାଜଧାନୀ ବାସିନ୍ଦାଙ୍କ ସମସ୍ୟାର ସମାଧାନ ପାଇଁ ବାରମ୍ବାର ଦାବୀ କରାଯିବା ସତ୍ୱେ କୈାଣସି ପଦକ୍ଷପେ ଗ୍ରହଣ କରାଯାଉନାହିଁ । ବିଏମ୍‌ସି ଓ ରାଜ୍ୟ ସରକାରଙ୍କ ଅପାରଗତା ଓ ସ୍ଥାଣୁତା କାରଣରୁ ଜନସାଧାରଣ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ବୋଲି ଶ୍ରୀ ବାବୁ ସିଂ କହିଛନ୍ତି। ଭୁବନେଶ୍ୱରବାସୀଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ବିଏମସି ନଯୋଗାଇବା ପର୍ଯ୍ୟନ୍ତ ଜିଲ୍ଲାବିଜେପି ରାଜରାସ୍ତାରେ ପ୍ରତିବାଦ କରିବା ସହିତ ଲୋକଙ୍କ ପାଖକୁ ଯିବ ବୋଲି ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି କହିଛନ୍ତି।

ଆଜିର ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଭାରୀ ଭୁବନ ମୋହନ ଜେନା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ ହିଂମାଶୁ ଶେଖର ଛୋଟରାୟ, ଅଭିଷେକ ଆଚାର୍ଯ୍ୟ, ଦିଲ୍ଲୀପ ବେହେରା, ଜିଲ୍ଲା ଉପସଭାପତି ନିରଞ୍ଜନ ରାଉତରାୟ, ସୁର ଜେନା, ମାନସୀ ରାୟ, ତୃପ୍ତିମୟୀ ମକଦ୍ଦମ, ମନରଞ୍ଜନ ସ୍ୱାଇଁ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ରଶ୍ମିରଞ୍ଜନ ମୁଦୁଲି ସାମିଲ ଥିଲେ।

ସେହିପରି ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ଉପେନ୍ଦ୍ର ଭଞ୍ଜ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ମନ୍ଦାକିନୀ ପାତ୍ର, ଜିଲ୍ଲା ମଣ୍ଡଳ ସଭାପତି ସନ୍ତୋଷ ଜେନା, ଅମରଜ୍ୱତି ଜଗଦ୍ଦେବ, ଅଞ୍ଜନ ନାଥ, ଜିତେନ୍ଦ୍ର ମହାନ୍ତି, ସ୍ୱୟଂଭୁ ପଟ୍ଟନାୟକ, ଜିଲ୍ଲା ସମ୍ପାଦକ ଉର୍ଣ୍ଣତି ପରିଡା, ବିଷ୍ଣୁ ପ୍ରସାଦ ଦାସ, ରଜନୀବାଳା ଦାସ, ଆଶିଷ ମହାପାତ୍ର, ବରିଷ୍ଠ ବିଜେପି ନେତା ସୁଶାନ୍ତ ସାବତ, ବିଜେପି ନେତା ସିଦ୍ଧାନ୍ତ ଦାସ, ସୁନୀଲ ପ୍ରଧାନ, ସୁଭାସିନୀ ପୃଷ୍ଟି, ସଂଗ୍ରାମ ନାୟକ, ମନୋଜ ପଶ୍ଚିମକବାଟ, ଜ୍ୱତିରେଖା ନାୟକ, ସ୍ୱୟଂସେବକ ରାୟ, ପ୍ରଶାନ୍ତ ନାୟକ, ସୁମିତ୍ରା ଆଚାର୍ଯ୍ୟ, ସ୍ମିତା ପଟ୍ଟନାୟକ, ଇଦିସ ଭୁୟାଁ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଏମ୍‌ସି ଅଫିସ୍ ସମ୍ମୁଖରେ କିନ୍ନରମାନେ ଦେଲେ ଧାରଣା, ଜାଣନ୍ତୁ କାରଣ କଣ

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ ତରଫରୁ ଦିଆଯାଇଥିବା ଗାଡ଼ି ପାର୍କିଂ ମହାଘୋଟାଲାର କ୍ରାଇମବ୍ରାଞ୍ଚ ଓ ଇଡ଼ି ତଦନ୍ତ ଦାବିରେ ଅଲ ଓଡ଼ିଶା କିନ୍ନର ଓ ତୃତୀୟଲିଙ୍ଗି ମହାସଂଘର ବହୁ କିନ୍ନର ବିଏମ୍‌ସି ଅଫିସ୍ ସମ୍ମୁଖରେ ଧାରଣା ଦେଇଥିଲେ।

ରାଜଧାନୀ ଭୁବନେଶ୍ୱରରେ କିନ୍ନରମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ ତରଫରୁ ରାଜଧାନୀର ବିଭିନ୍ନ ସ୍ଥାନରେ ଟିଜି ସ୍ୱୀକୃତି ଓ ପରିଚୟ ନାମକ ଏସ୍‌ଏଚ୍‌ଜିକୁ ଭୁବନେଶ୍ୱରର ଏଜି ଛକରୁ ରାଜମହଲ ଛକ (ୟୁନିଟ୍‌-୨) ଓ ରାଜମହଲ ଛକରୁ ମାଷ୍ଟର କ୍ୟାଣ୍ଟିନ, ରାମ ମନ୍ଦିର ଛକରୁ ମାଷ୍ଟର କ୍ୟାଣ୍ଟିନ ଓ ମାଷ୍ଟର କ୍ୟାଣ୍ଟିନରୁ ଶିଶୁଭବନ ଛକ ପର୍ଯ୍ୟନ୍ତ ଗାଡ଼ି ପାର୍କିଂ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା।

ଯେଉଁ ତିନୋଟି କିନ୍ନର ଏସ୍‌ଏଚ୍‌ଜି ମାନଙ୍କୁ ଦାୟିତ୍ୱ ଦିଆଯାଇଥିଲା, ସେମାନେ ଗାଡ଼ି ପାର୍କିଂ ଷ୍ଟାଣ୍ଡରୁ ଅର୍ଥ ଆଦାୟ ପାଇଁ କିନ୍ନରମାନଙ୍କୁ ନିୟୋଜିତ ନକରି କିଛି ଅସାଧୁ ଯୁବକ ଏବଂ ଯୁବତୀଙ୍କୁ ନିୟୋଜିତ କରି ବିଏମ୍‌ସି ଚହ୍ନଟ କରିଥିବା ଷ୍ଟାଣ୍ଡରେ ଦୁଇଚକିଆ ଓ ଚାରିଚକିଆ ଯାନ ରଖୁଖିବା ବ୍ୟକ୍ତିମାନଙ୍କ ଠାରୁ ଟିକେଟ ନଦେଇ ଅସାଧୁ ଉପାୟରେ ଅର୍ଥ ଆଦାୟ କରିବା ଓ କିଛି ଲୋକଙ୍କୁ ଟିକେଟ ଦେଇ ଟିକେଟର ମୂଲ୍ୟ ଠାରୁ ଅଧିକ ଅର୍ଥ ଆଦୟ କରିଥାନ୍ତି । ଯାହାକି ସାଧାରଣ ଲୋକଙ୍କ ମନରେ କିନ୍ନର ସମାଜ ପ୍ରତି ଘୃଣା ମନୋଭବ ଜାଗ୍ରତ ହୋଇଥାଏ।

କିନ୍ତୁ ବଡ଼ ଦୁଃଖର ବିଷୟ, ବିଏମ୍‌ସିର ଅଧିକାରୀ ଓ କିନ୍ନର ଟିଜି ସ୍ୱୀକୃତି ଓ ପରିଚୟ ଯେଉଁ କିନ୍ନର ଏସ୍‌ଏଚ୍‌ଜି ମାନଙ୍କୁ କେଉଁ ଆଧାରରେ ସାଇକେଲ ଷ୍ଟାଣ୍ଡରର ଦାୟିତ୍ୱ ଦିଆଯାଇଥିଲା ତାହା ତଦନ୍ତ ସାପେକ୍ଷ? ଅନ୍ୟ କିନ୍ନର ଏସ୍‌ଏଚ୍‌ଜି ମାନଙ୍କୁ ନଡ଼ାକି କାହିଁକି ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର କିନ୍ନରମାନଙ୍କୁ ଦାୟିତ୍ୱ ଦେଇଥିଲେ ତାହା ବୁଝା ପଡ଼ୁନାହିଁ । ଯାହାର ଫାଇଦା ନେଇ ଏହି ଏସ୍‌ଏଚ୍‌ଜିମାନେ ବେଆଇନ ଭାବେ ଲୋକଙ୍କ ଠାରୁ ଅର୍ଥ ଆଦାୟ କରୁଥିବା ଏବେ ନଜରକୁ ଆସିଛି।

ଖାଲି ସେତିକି ନୁହେଁ, ବିନା କାରଣରେ ସାମ୍ବାଦିକ ତଥା ଲେଖକ ଦେବେନ୍ଦ୍ର ପରିଜାଙ୍କୁ ମିଛ ରେପ୍ କେସ୍‌ରେ ଫସାଇବାକୁ ଧମକାଇବା, ଷ୍ଟାଣ୍ଡରେ ବିନା କାରଣରେ ସାଧାରଣ ଲୋକଙ୍କୁ ମାଡ଼ ମାରିବା, ଦୁଇ ତିନିଜଣ ସାମ୍ବାଦିକଙ୍କୁ ଧମକ ଦେବା ଭଳି ଅନେକ ଅନୈତିକ କାର୍ଯ୍ୟରେ ଏହି କିନ୍ନରମାନେ ଲିପ୍ତ ଅଛନ୍ତି। ଯେଉଁ ବାହାର ପିଲାମାନଙ୍କ ମାଧ୍ୟମରେ ସାଇକେଲ ଷ୍ଟାଣ୍ଡରେ ପଇସା ଆଦାୟ କରୁଥିଲେ, ସେମାନଙ୍କ ଦରମା ୧୨ ହଜାର ଥିବାବେଳେ ସେମାନଙ୍କୁ ୭ ହଜାର ଟଙ୍କା ଦେଇ ବାକି ପଇସାକୁ ନିଜେ ଆତ୍ମସାତ କରୁଥିଲେ।

ଏତଦ୍‌ବ୍ୟତୀତ ସାଇକେଲ ଷ୍ଟାଣ୍ଡରୁ ମଧ୍ୟ ମାସିକ ପାଖାପାଖି ୩ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଆତ୍ମସାତ୍ କରୁଥିଲେ । ଆମ୍ଭର ଦାବିଗୁଡ଼ି ମଧ୍ୟରେ ମେଘନା ସାହୁ, ନିଲମ କିନ୍ନର ଓ ଟିଜି ସ୍ୱୀକୃତି ଏସ୍‌ଏଚ୍‌ଜି ବିଏମ୍‌ସି, ପରିଚୟ ଏସ୍‌ଏଚ୍‌ଜି ଠାରୁ ଦୁଇଚକିଆ ଯାନ ପାର୍କି ପାଇଁ ନେଇଥିବା ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ କ୍ରାଇମବ୍ରାଞ୍ଚ / ଇଡ଼ି ତଦନ୍ତ କରାଯାଉ, ବିଏମ୍‌ସିର ଦୁଇଚକିଆ ଯାନ ପାର୍କିଂରେ ଚାକିରୀ କରିଥିବା ବ୍ୟକ୍ତି ଓ ମହିଳାମାନଙ୍କୁ ଦରମା ନଦେଇ ସେମାନଙ୍କ ଅର୍ଥକୁ ହଡ଼ପ କରିଥିବା ଟିଜି ଏସ୍‌ଏଚ୍‌ଜି ସଦସ୍ୟମାନଙ୍କୁ ଗିରଫ କରାଯାଉ, ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ପରିଜାଙ୍କୁ ମିଛ ରେପ୍ କେସ୍ ଫଶାଇ ଧମକ ଦେଉଥିବା ମେଘନା କିନ୍ନରଙ୍କୁ ଗିରଫ କରାଯାଉ, ଗାଡ଼ି ପାର୍କିଂ ନାମରେ ସାରା ଓଡ଼ିଶାରେ କିନ୍ନରମାନଙ୍କୁ ବଦନାମ କରିଥିବା କିନ୍ନର ଏସ୍‌ଏଚ୍‌ଜିମାନଙ୍କୁ କ୍ରାଇମ ବ୍ରାଞ୍ଚ ତଦନ୍ତ କରାଯାଉ।

ଏହି କାର୍ଯ୍ୟକ୍ରମରେ ମହାସଂଘର ସଭାପତି ସୁଇଟି ସାହୁ ସଭାପତିତ୍ୱ କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ମେନକା ପରିଡ଼ା ପରିଚାଳନା କରିଥିଲେ। ଏଥିରେ ସୋନମ କିନ୍ନର, ପୂଜା କିନ୍ନର, ମିଠି କିନ୍ନର, ଶ୍ରାବଣୀ କିନ୍ନର, ରୀନା କିନ୍ନର, ପାୟଲ କିନ୍ନର, ସୋନାଲି କିନ୍ନର, ଖୁସି କିନ୍ନର, ପଦ୍ମିନୀ କିନ୍ନର ପ୍ରମୁଖ ଧାରଣାର ନେଇଥିଲେ। ପରିଶେଷରେ ମୁଖ୍ୟମନ୍ତ୍ରୀ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମାନନୀୟା ମହାନଗରପାଳ ସୁଲୋଚନା ଦାସ ଓ ବିଏମ୍‌ସି କମିଶନରଙ୍କ ଜରିଆରେ ପାଞ୍ଚଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା। ଯଦି ରାଜ୍ୟ ସରକାର ୭ ଦିନ ମଧ୍ୟରେ ଆମ୍ଭର ଦାବି ନ ଶୁଣନ୍ତି, ତେବେ କିନ୍ନରମାନେ ବାଧ୍ୟ ହୋଇ ନବୀନ ନିବାସ ଘେରାଉ କରିବେ ବୋଲି ସଭାପତି ସୁଇଟି ସାହୁ ଚେତାବନୀ ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ସାଂସଦ ନବନୀତଙ୍କ ଏମଆରଆଇ ଫଟୋ ଭାଇରାଲ ଘଟଣା: ହସ୍ପିଟାଲକୁ ବିଏମସି ଜାରି କଲା ନୋଟିସ

ମୁମ୍ବାଇ: ମୁମ୍ବାଇର ଲିଲାବତୀ ହସ୍ପିଟାଲରେ ଏମଆରଆଇ ପ୍ରକ୍ରିୟା ସମୟରେ ସ୍ୱାଧୀନ ସାଂସଦ ନବନୀତ ରାଣାଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ପରିପ୍ରେକ୍ଷୀରେ ଲିଲାବତୀ ଡାକ୍ତରଖାନାକୁ ବିଏମସିର ଏଚ୍ ୱେଷ୍ଟ ୱାର୍ଡ ନୋଟିସ୍ ଜାରି କରିଛି। ସୂଚନାଯୋଗ୍ୟ ଯେ, ନିୟମ ଉଲ୍ଲଂଘନ ପାଇଁ MRI ସମୟରେ ଫଟୋ ଉଠାଇବା ଲାଗି ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏଥି ସହିତ, ଲିଲାବତୀ ହସ୍ପିଟାଲକୁ ସିସିଟିଭି ଫୁଟେଜ ଏବଂ ଡାକ୍ତରଖାନାର କର୍ମଚାରୀଙ୍କ ଅବହେଳା ଉପରେ ଉତ୍ତର ଦେବାକୁ ପଡିବ।

ପୂର୍ବ ଦିନ ମୁମ୍ବାଇର ପୂର୍ବତନ ମେୟର କିଶୋରୀ ପେଡନେକର ଏବଂ ଶିବସେନା ଏମଏଲସି ମନୀଷା କାୟାଣ୍ଡେ ମୁମ୍ବାଇର ଲିଲାବତୀ ଡାକ୍ତରଖାନାକୁ ଯାଇ ଏମଆରଆଇ ପ୍ରକ୍ରିୟା ଚାଲିଥିବା ସାଂସଦ ନବନୀତ ରାଣାଙ୍କ ଚିତ୍ର ଏବଂ ଭିଡିଓ କିପରି ନିଆଯାଇଥିଲା ଏବଂ ସୋସିଆଲ ମିଡିଆରେ ପ୍ରସାରିତ ହୋଇଥିଲା ସେନେଇ କର୍ତ୍ତୁପକ୍ଷକୁ ପ୍ରଶ୍ନ କରିଥିଲେ।

ଲିଲାବତୀ ହସ୍ପିଟାଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଲେଫ୍ଟନେଣ୍ଟ ଜେନେରାଲ ଡ ରବି ଶଙ୍କର ସୋମବାର ଦିନ କହିଛନ୍ତି ଯେ, ରବିବାର ଦିନ ବିଏମସି ତରଫରୁ ଆମକୁ ନୋଟିସ ମିଳିଛି ଏବଂ ଏହାର ଜବାବ ଦେବାକୁ ତିନି ଦିନ ସମୟ ଦିଆଯାଇଛି। ଆମେ ବିବୃତ୍ତି ସଂଗ୍ରହ କରି ଏକ କମିଟି ଗଠନ କରୁଛୁ। ନିର୍ଦ୍ଦିଷ୍ଟ ସମୟ ସୀମା ପୂର୍ବରୁ ଆମେ ଉତ୍ତର ଦେବୁ। ସେ କହିଛନ୍ତି ଯେ, “ସେଠାରେ ଡାକ୍ତର ନଥିବା ବେଳେ ଏମଆରଆଇ ରାତି ୧୦ ଟାରେ କରାଯାଇଥିଲା। ଟେକ୍ନିସିଆନଙ୍କ ଦ୍ୱାରା ପ୍ରତିଛବି ଡାକ୍ତରଙ୍କ ନିକଟକୁ ପଠାଯାଇଥିଲା। ”

ଯେତେବେଳେ ନୋଟିସ ବିଷୟରେ ପଚରାଗଲା, ମ୍ୟୁନିସିପାଲିଟି କର୍ପୋରେସନର ଏଚ ୱେଷ୍ଟ ୱାର୍ଡର ମେଡିକାଲ ଅଫିସର ଡ ସଞ୍ଜୟ ଫଣ୍ଡେ କହିଛନ୍ତି ଯେ, ଉଚ୍ଚ କର୍ତ୍ତୃପକ୍ଷ ମୋତେ ନ ଜଣାଇଲେ ମୁଁ ସବିଶେଷ ତଥ୍ୟ କାହା ସହ ବାଣ୍ଟି ପାରିବି ନାହିଁ।

ଉଲ୍ଲେଖ ଯୋଗ୍ୟ ଯେ, ନବନୀତ୍ ରାଣା ଜଣେ ସ୍ୱାଧୀନ ସାଂସଦ ଏବଂ ତାଙ୍କ ସ୍ୱାମୀ ରବି ରାଣା ଜଣେ ସ୍ୱାଧୀନ ବିଧାୟକ। ଠାକରେ ପରିବାରର ବାସଭବନ ମାତୋଶ୍ରୀରେ ହନୁମାନ ଚାଳିଶା ଜପ କରିବାର ଧମକ ଦେଇଥିବାରୁ ତାଙ୍କୁ ଏପ୍ରିଲ ୨୩ ତାରିଖରେ ଗିରଫ କରାଯାଇଥିଲା। ମେ ୫ ତାରିଖରେ ମୁକ୍ତ ହେବାର କିଛି ସମୟ ପରେ ନାଭନୀତଙ୍କୁ ଜେଲରୁ ଲିଲାବତୀ ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତରଖାନାର ସୂତ୍ର ଅନୁଯାୟୀ, ନବନୀତଙ୍କ ମେ ୬ ତାରିଖରେ ଏମଆରଆଇ ହୋଇଥିଲା।

ଉଲ୍ଲେଖନୀୟ କଥା ହେଉଛି, କୋର୍ଟ ରାଣା ଦମ୍ପତିଙ୍କୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି। ଯେଉଁଥିରେ ଏକ ସର୍ତ୍ତ ରଖାଯାଇଛି ଯେ, ସେ ଗଣମାଧ୍ୟମ ସହିତ କଥା ହୋଇପାରିବେ ନହିଁ। କିନ୍ତୁ ରାଣା ପରିବାର ନବନୀତଙ୍କୁ ବିଜେପି କର୍ମୀ ଭେଟିବା ଏବଂ ଡାକ୍ତରଖାନାରେ ତାଙ୍କର ଏମଆରଆଇ ସ୍କାନ କରିବାର ଭିଡିଓ ଫେସବୁକ୍ ରେ ଲାଇଭ୍ କରିଥିଲେ। ଯାହା ପରେ ବର୍ତ୍ତମାନ ଶିବସେନା ନେତୃତ୍ୱାଧୀନ ମହା ବିକାଶ ଅଘାଡି ସରକାର ନବନୀତଙ୍କ ଜାମିନକୁ ଚ୍ୟାଲେଞ୍ଜ କରିବାକୁ ନିଷ୍ପତ୍ତି ନେଇଛି।

Categories
ଆଜିର ଖବର ଜାତୀୟ ଖବର

ଆହୁରି ବଢିଲା ରାଣା ଦମ୍ପତିଙ୍କ ସମସ୍ୟା: ବେଆଇନ ନିର୍ମାଣର ଯାଞ୍ଚ ପାଇଁ ଘରେ ପହଞ୍ଚିଲା ବିଏମସି

ମୁମ୍ବାଇ: ଅମ୍ରାବତୀର ସ୍ଵାଧୀନ ସାଂସଦ ନବନୀତ୍ ରାଣା ଏବଂ ତାଙ୍କ ସ୍ୱାମୀ ରବି ରାଣା ନିରନ୍ତର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ହନୁମାନ ଚାଳିଶା ମାମଲାରେ ଜେଲରୁ ମୁକୁଳିବା ପରେ ବର୍ତ୍ତମାନ ଏହି ଦମ୍ପତିଙ୍କ ବିରୋଧରେ ବିଏମସି ତଦନ୍ତ ଆରମ୍ଭ କରିଛି। ସର୍ବଶେଷ ସୂଚନା ଅନୁଯାୟୀ, ବିଏମସି ଟିମ୍ ନବନୀତ ରାଣାଙ୍କ ଘର ଭିତରକୁ ଯାଇ ବେଆଇନ ନିର୍ମାଣ କାର୍ଯ୍ୟର ତଦନ୍ତ କରୁଛି।

କୁହାଯାଉଛି ଯେ, ମୁମ୍ବାଇର ଖାର ଅଞ୍ଚଳରେ ରାଣା ଦମ୍ପତିଙ୍କ ଘରେ ବେଆଇନ ନିର୍ମାଣ ସମ୍ପର୍କରେ ବିଏମସି ନୋଟିସ ଦେଇଛି। ବିଏମସି ଟିମ୍ ପ୍ରଥମ ଥର ପାଇଁ ମଇ ୪ ତାରିଖରେ ତାଙ୍କ ଘରେ ପହଞ୍ଚିଥିଲା। କିନ୍ତୁ କାହାର ଅନୁପସ୍ଥିତି ହେତୁ ବିଏମସି ଏହାର ତଦନ୍ତ କରିପାରି ନଥିଲା। ଏହି ସମୟରେ, ବିଏମସି ପୁଣି ଥରେ ଦମ୍ପତିଙ୍କ ଘରେ ପହଞ୍ଚିଛି। ବେଆଇନ ନିର୍ମାଣ ହୋଇଛି କି ନାହିଁ ବିଏମସି ଏହାର ଅନୁସନ୍ଧାନରେ ଜାଣିବାକୁ ଚେଷ୍ଟା କରୁଛି।

ପ୍ରକାଶ ଯୋଗ୍ୟ ଯେ, ନବନୀତ୍ ରାଣା ଏବଂ ତାଙ୍କ ସ୍ୱାମୀ ରବି କହିଛନ୍ତି ଯେ, ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ମହାରାଷ୍ଟ୍ର କର୍ତ୍ତୃପକ୍ଷଙ୍କ ଅସଦାଚରଣ ସମ୍ପର୍କରେ ଅଭିଯୋଗ କରିବେ। ଦମ୍ପତିଙ୍କ କହିବାନୁସାରେ, ସେମାନଙ୍କୁ ଜେଲରେ ଦୁର୍ବ୍ୟବହାର କରାଯାଇଛି। ଏହି ପ୍ରସଙ୍ଗରେ ଲୋକସଭାର ଅଧିକାର କମିଟିର ଏକ ବୈଠକ ଡକାଯାଇଛି। ସଭାରେ ତାଙ୍କ ପକ୍ଷ ଉପସ୍ଥାପନ କରିବାକୁ ନବନୀତ୍ ରାଣାଙ୍କୁ ମଧ୍ୟ ଡକାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ବିଏମସିର ବଡ ପ୍ରସ୍ତୁତି: ଭୁବନେଶ୍ଵର ସ୍ଥିତ ୟୁନିଟ-୧ ପରିବା ମାର୍କେଟ ହେବ ସ୍ଥାନାନ୍ତର

ଭୁବନେଶ୍ବର: ଭୁବନେଶ୍ଵର ୟୁନିଟ-୧ ପରିବା ହୋଲସେଲ ବଜାରକୁ ସ୍ଥାନାନ୍ତରିତ କରାଯିବ। ଏହି ବଜାରକୁ ଭୁବନେଶ୍ଵର ଉପକଣ୍ଠ ଭଗବାନପୁରକୁ ସ୍ଥାନାନ୍ତର କରାଯିବା ନେଇ ସୂଚନା ରହିଛି।

ସେଥିପାଇଁ ଭଗବାନପୁରରେ ୧୦ ଏକର ଜାଗା ଚିହ୍ନଟ ହୋଇଥିବା ଜଣାପଡିଛି। ନୂଆ ବଜାରରେ ହୋଲସେଲ ଲାଗି ସବୁ ପ୍ରକାର ସୁବିଧା ସୁଯୋଗ ଏବଂ ଭିତ୍ତିଭୂମି ରହିବ। ବର୍ତ୍ତମାନ ମାର୍କେଟରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ତେବେ ଏହାକୁ ନେଇ ବିଏମସି ପକ୍ଷରୁ ଏକ ବୈଠକ ନିଷ୍ପତ୍ତି ହୋଇଥିଲା। ପ୍ରାରମ୍ଭିକ ବୈଠକରେ ଏହା ଉପରେ ନିଷ୍ପତ୍ତି ହୋଇଥିବା ବିଏମସି କମିଶନର ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନାରେ ଆକ୍ରାନ୍ତ ହେଲେ ବିଏମସିର ୨୨ କର୍ମଚାରୀ

ଭୁବନେଶ୍ବର: ଭୁବନେଶ୍ଵର ମହାନଗର ନିଗମର ୨୨ କର୍ମଚାରୀ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହି ଆକ୍ରାନ୍ତ ଚିହ୍ନଟ ପରେ ବିଏମସିର ସମସ୍ତ କର୍ମଚାରୀଙ୍କ କରୋନା ପରୀକ୍ଷା କରାଯିବ ବୋଲି ସୂଚନା ରହିଛି। ପଜିଟିଭ ଆକ୍ରାନ୍ତଙ୍କୁ ପୃଥକବାସ ପାଇଁ ନିର୍ଦ୍ଦେଶ ହୋଇଥିବା ବେଳେ ସେମାନଙ୍କର କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି। ତେବେ ବିଏମସି ଅଫିସ ପାଇଁ ଏବେ କଟକଣା ଲାଗୁ କରାଯାଇଛି। ସର୍ବସାଧାରଣଙ୍କୁ ବିଏମସି ଅଫିସକୁ ପ୍ରବେଶ ଉପରେ ରୋକ ଲଗାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଭୁବନେଶ୍ୱର ବିମାନବନ୍ଦର ପାଇଁ ବିଏମସିର ନୂଆ ଗାଇଡଲାଇନ୍: ସବୁ ଯାତ୍ରୀଙ୍କର ହେବ କୋଭିଡ ପରୀକ୍ଷା

ଭୁବନେଶ୍ବର: ରାଜ୍ୟରେ ଦ୍ରୁତଗତିରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ଗତକାଲି ୧୨୧୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧୮୯୭ ଜଣ ସଂକ୍ରମିତ ହୋଇଛନ୍ତି। ବିଶେଷକରି ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ସର୍ବାଧିକ ଅଛି। ତେଣୁ ଏହି ସଂକ୍ରମଣକୁ ରୋକିବା ପାଇଁ ଭୁବନେଶ୍ଵର ମହାନଗର ନିଗମ ତତ୍ପରତା ଦେଖାଇଛି। ଭୁବନେଶ୍ୱର ବିମାନବନ୍ଦର ପାଇଁ ବିଏମସି ନୂଆ ଗାଇଡଲାଇନ୍ ଜାରି କରିଛି। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚୁଥିବା ସମସ୍ତ ଯାତ୍ରୀଙ୍କର କୋଭିଡ ପରୀକ୍ଷା ହେବ। ସମସ୍ତ ବିମାନ ଯାତ୍ରୀଙ୍କ ଆର୍ଟିପିଆର ଟେଷ୍ଟ ବାଧ୍ୟତାମୂଳକ ହୋଇଛି। ବିମାନ ଯାତ୍ରୀ ମାନଙ୍କୁ ଯେଉଁମାନେ ପୂର୍ବରୁ ଟୀକାକରଣ କରିସାରିଛନ୍ତି କିମ୍ବା ଆରଟିପିସିଆର ନେଗେଟିଭ ରିପୋର୍ଟରେ ଅଛନ୍ତି ସେମାନଙ୍କୁ ମଧ୍ୟ ଏହି କୋଭିଡ୍ ପରୀକ୍ଷା କରିବାକୁ ପଡିବ।

ଆସନ୍ତାକାଲି ଠାରୁ ଏହି ନିୟମକୁ ଲାଗୁ କରାଯିବ। ବିଏମ୍‌ସି ପକ୍ଷରୁ ବିମାନବନ୍ଦରରେ ଯାତ୍ରୀଙ୍କ ଆର୍‌ଟିପିସିଆର୍‌ ଟେଷ୍ଟ୍‌ ପାଇଁ ବ୍ୟବସ୍ଥା କରାଯିବ। କିନ୍ତୁ ଯେଉଁମାନେ ଭାୟା ଭୁବନେଶ୍ବର ଦେଇ ଯିବେ, ସେମାନଙ୍କର କରୋନା ପରୀକ୍ଷା କରାଯିବ ନାହିଁ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଭୁବନେଶ୍ବର କୋର୍ଟ ପରିସରକୁ ୩ ଦିନ ପାଇଁ ସିଲ୍ କଲା ବିଏମସି

ଭୁବନେଶ୍ବର: ଆଜି ଭୁବନେଶ୍ଵର କୋର୍ଟ ପରିସରକୁ  ୩ ଦିନ ପାଇଁ ସିଲ୍ କରାଯାଇଛି। କୋର୍ଟ ପରିସରରୁ ୧୫ ଜୁଡିସିଆଲ କର୍ମଚାରୀ ଓ ଆଇନଜୀବି ପଜିଟିଭ ଚିହ୍ନଟ ପରେ ବିଏମସି ଏଭଳି ପଦକ୍ଷେପ ନେଇଛି। ଆଜିଠାରୁ ୨୬ ତାରିଖ ପର୍ଯ୍ୟନ୍ତ କୋର ପରିସରକୁ ସିଲ୍ କରାଯାଇଛି। ଏହି ସମୟରେ ଜିଲ୍ଲା କୋର୍ଟ, ଦେବୋତ୍ତର କମିଶନରଙ୍କ ଅଫିସ ବନ୍ଦ ରହିବ। ପରିସର ମଧ୍ୟରେ ଥିବା ବାର ଆସିସିଏସନକୁ ମଧ୍ୟ ୨୬ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ତେବେ ସବୁ କର୍ମଚାରୀମାନଙ୍କ ଆରଟିପିସିଆର ଟେଷ୍ଟ ପାଇଁ ୨୭ ତାରିଖ କ୍ୟାମ୍ପ ଖୋଲାଯିବ।

Categories
DurgaPuja2021 ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ଶାରଦୀୟ ଦୁର୍ଗାପୂଜା ପାଇଁ ନୂତନ କରୋନା ଗାଇଡଲାଇନ ଜାରି କଲା ବିଏମସି

ଭୁବନେଶ୍ୱର: ଚଳିତ ବର୍ଷ ଦୁର୍ଗାପୂଜା ପାଇଁ ନୂଆ କରୋନା ଗାଇଡଲାଇନ ଜାରି କରାଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତ ବର୍ଷ ଭଳି ମଧ୍ୟ ପୂଜା ପାଇଁ କଟକଣା ଲାଗିଛି। ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ଦୂର୍ଗା ପୂଜା ପାଇଁ ନୂଆ ଗାଇଡଲାଇନ ଜାରି କରାଯାଇଛି। ଅକ୍ଟୋବର ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ କଟକଣା ଲାଗୁ ରହିବ ସେହିପରି ମା’ଙ୍କ ମୂର୍ତ୍ତିର ସର୍ବାଧିକ ଉଚ୍ଚତା ୪ ଫୁଟ ରହିବ। ପୂଜା ପାଇଁ କମିଶନରେଟ ପୋଲିସର ଅନୁମତି ଆବଶ୍ୟକ।

ମଣ୍ଡପରେ ପୂଜା ପାଳନ ବେଳେ ତିନି ପାର୍ଶ୍ଵ ବନ୍ଦ ରହିବ। ଭକ୍ତଙ୍କୁ ଦର୍ଶନ ଲାଗି ପୂଜା ମଣ୍ଡପକୁ ବାରଣ କରାଯାଇଛି। ପୂଜା ସମୟରେ ସାମାଜିକ ଦୁରତ୍ଵ ଅନିବାର୍ଯ୍ୟ। ବିସର୍ଜନ ବେଳେ ଶୋଭାଯାତ୍ରାକୁ ଅନୁମତି ନାହିଁ। ମୂର୍ତ୍ତି ବିସର୍ଜନ ବେଳେ କେବଳ ୧୦ ଜଣଙ୍କୁ ଅନୁମତି ମିଳିବ। ଗାଇଡଲାଇନର ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ହେବ।

Categories
ଆଜିର ଖବର ରାଜ୍ୟ ଖବର

ବିଏମସି ଓ ସ୍ୱେରେଜ ବୋର୍ଡ ବିରୁଦ୍ଧରେ ଏତଲା ଦେଲା ଭୁବନେଶ୍ୱର ଜିଲ୍ଲା କଂଗ୍ରେସ

ଭୁବନେଶ୍ୱର: ଭୁବନେଶ୍ୱର ଏକ୍ରାମ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶତାବ୍ଦୀ ନଗର, ଲେନ ନଂ – ୭ ମଧ୍ୟରେ ଏକ ଖୋଲା ଡ୍ରେନରେ ଜଣେ ୧୫ ବର୍ଷୀୟ ବାଳକ ଭାସିଯିବା ଓ ତାର ମୃତଦେହ ମିଳିବା ଘଟଣା ପ୍ରତିବାଦରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ଏକ ପ୍ରତିନିଧି ଦଳ ଡିସିପିଙ୍କୁ ଭେଟି ଭୁବନେଶ୍ୱର ମହାନଗର ନିଗମ ଓ ସ୍ୱେରେଜ ବୋର୍ଡ ବିରୁଦ୍ଧରେ ଏତଲା ଦେଇଛନ୍ତି ।

ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାସ କହିଛନ୍ତି ଭୁବନେଶ୍ୱରକୁ ଗତ ୫-୬ ବର୍ଷ ହେବ ସ୍ମାର୍ଟ ସିଟି ଘୋଷଣା କରାଯାଇଛି । ଏଥିପାଇଁ ଭୁବନେଶ୍ୱର ସହର ପୁରସ୍କୃତ ମଧ୍ୟ ହୋଇଛି । କିନ୍ତୁ ନଗ୍ନ ସତ୍ୟ ହେଉଛି ଯେ ଏଠି ସ୍ମାର୍ଟସିଟି ନାଆରେ ବିଭିନ୍ନ ସରକାରୀ ସଂସ୍ଥା ନିମ୍ନମାନର କାମ କରି ଅସାଧୁ ଉପାୟରେ ଅର୍ଥ ରୋଜଗାର କରୁଛନ୍ତି । କାଲିର ଦୁଃଖଦ ଘଟଣା ଏହାର ଏକ ଜ୍ୱଳନ୍ତ ଉଦାହରଣ ।

ଏହି ପ୍ରତିନିଧି ଦଳରେ ପ୍ରଦେଶ କଂଗ୍ରେସ ସଂପାଦକ ସୁବ୍ରତ ମହାପାତ୍ରଙ୍କ ସମେତ ଶ୍ରୀମତୀ ରଶ୍ମି ମହାପାତ୍ର, ଅଶୋକ ଦାସ, ଜୟକୃଷ୍ଣ ସୁବୁଦ୍ଧି, ସେକ୍ ଆଫତାବ ଅଲ୍ଳୀ, ସଂଜୀବ ମହାନ୍ତି, ଦେବରାଜ ମିଶ୍ର, ଶ୍ରୀଧର ବଳିଆରସିଂ, କୁସୁମ ପ୍ରଧାନ, ଶୁଭଦ୍ରା ମିଶ୍ର, ମନୋଜ ସାହୁ, ସୁବ୍ରତ ସେନାପତି, ଶୁଭ୍ରଜ୍ୟୋତି ଲେଙ୍କା, ସେକ ନିୟାଜୁଲ ଇସଲାମ ଓ ଦେବଦତ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବର ତହସିଲ ଏବଂ ଉପ-ଜିଲ୍ଲାପାଳଙ୍କ ଅଫିସକୁ ସିଲ୍ କଲା ବିଏମସି

ଭୁବନେଶ୍ଵର: ଭୁବନେଶ୍ବର ତହସିଲ ଏବଂ ଉପ-ଜିଲ୍ଲାପାଳଙ୍କ ଅଫିସକୁ ବିଏମସି ସିଲ୍ କରିଛି। ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଉଭୟ ଅଫିସକୁ ବିଏମସି ସିଲ୍ କରିଛି। ଲଗାତର କୋରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ବିଏମସି ଏହି ନିଷ୍ପତ୍ତି ନେଇଛି। ଉପ-ଜିଲ୍ଲାପାଳଙ୍କ ଅଫିସରୁ ୪ ଜଣ କର୍ମଚାରୀ କରୋନାରେ ସଂକ୍ରମଣ ହୋଇଥିବା ବେଳେ ତହସିଲ ଅଫିସରେ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଉଭୟ ଅଫିସକୁ ଯିବା ପାଇଁ ବାରଣ କରାଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ବିଏମସିର ପୂର୍ବତନ କମିଶନର,ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ କହୁଛନ୍ତି, ରାଜଧାନୀ ସ୍ଥିତି ବେହାଲ

ଭୁବନେଶ୍ବର: ଗତକାଲିଠାରୁ ରାଜଧାନୀରେ ପ୍ରବଳ ବର୍ଷା ଜାରି ରହିଛି। କେବଳ ରାଜଧାନୀ ନୁହେଁ ଅଧା ଓଡିଶାରେ ଏହି ବର୍ଷା ଲାଗି ରହିଛି। ଏପରି ବର୍ଷାରେ ରାଜଧାନୀର ଅବସ୍ଥା ସାଂଘାତିକ ହୋଇପଡିଛି। ଏହି ଭଳି ଏକ ପରିସ୍ଥିତିକୁ ନେଇ ଆରମ୍ଭ ହୋଇଛି ରାଜନୀତି। ଆଉ ସେ ରାଜନୀତି କରିଛନ୍ତି ଖୋଦ୍ ବିଏମସିର ପୂର୍ବତନ କମିସନର ତଥା ବର୍ତ୍ତମାନ ଭୁବନେଶ୍ବରର ସାଂସଦ ଅପରାଜିତା ଷଡଙ୍ଗୀ। ବର୍ଷାରେ ରାଜଧାନୀର ଅବସ୍ଥା କିପରି ହୋଇଛି ତାହାର ଫଟୋ ନିଜ ସାମାଜିକ ଗଣମାଧ୍ୟମରେ ପୋଷ୍ଟିଂ କରିବାରେ ଲାଗିଛନ୍ତି।

ସେତିକି ନୁହେଁ ଗଣମାଧ୍ୟମ ଆଗରେ ଭୁବନେଶ୍ବରର ଏପରି ଅବସ୍ଥାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିବାରେ ଲାଗିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୁମ୍ଭକର୍ଣ୍ଣ ନିଦ୍ରାରୁ ଉଠନ୍ତୁ ବୋଲି କହିଛନ୍ତି। ପ୍ରକୃତରେ ଭୁବନେଶ୍ବରର ଅବସ୍ଥା ଯାହା ଏହାକୁ ଯେ କେହି ନିନ୍ଦା କରିବ ଏଥିରେ ସନ୍ଦେହ ନାହିଁ। ହେଲେ ଖୋଦ ଭୁବନେଶ୍ବର ସାଂସଦ ଏପରି କହିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଭୁବନେଶ୍ବରର ଏପରି ଅବସ୍ଥାରେ ସାଂସଦ ଅପରାଜିତା ମଧ୍ୟ ସମ ପରିମାଣରେ ଦାୟୀ, ଏ କଥା ବୋଧହୁଏ ସେ ଭୁଲି ଯାଉଛନ୍ତି। କାରଣ ନିଜ ସାଂସଦ ପାଣ୍ଠିରୁ ଆର୍ଥିକ ସହାୟତା ଦେଇଥିଲେ ହୁଏତ ଅବସ୍ଥା ଏତେ ସାଂଘାତିକ ହୋଇ ନ ଥାଆନ୍ତା। ଏ କଥା ବୋଧହୁଏ ସାଂସଦ ଅପରାଜିତା ଷଡଙ୍ଗୀ ଜାଣିପାରୁ ନାହାଁନ୍ତି।

କେବଳ ସାଂସଦ ହିସାବରେ ନୁହେଁ, ସେ ଭୁବନେଶ୍ବର ମହାନଗର ନିଗମର ପୂର୍ବତନ କମିଶନର ଭାବେ ମଧ୍ୟ ଏହି ଅବସ୍ଥା ପାଇଁ ଦାୟି ରହିବେ। କାରଣ ସେ ଯେତେବେଳେ କମିସନର ଥିଲେ ଭଲ କାମ କରିଛନ୍ତି ବୋଲି ବେଶ ପ୍ରଚାର ପ୍ରସାର କରାଯାଇଥିଲା। ସେହି ଭଲ କାମର ଅବସ୍ଥା କଣ ତାହା ଅପରାଜିତା ନିଜେ ବର୍ତ୍ତମାନ ହୃଦବୋଧ କରୁଥିବେ। ହେଲେ ଏପରି ଅବସ୍ଥାରେ ସେ ନିଜକୁ କାହିଁକି ଦୋଷମୁକ୍ତ କରୁଛନ୍ତି ତାହା ବୁଝି ହେଉ ନାହିଁ।

ନିଜେ ଯେଉଁ ଅଞ୍ଚଳର କମିସନର ଥିଲେ ଏବଂ ବର୍ତ୍ତମାନ ଯେଉଁ ଅଞ୍ଚଳର ସାଂସଦ ଅଛନ୍ତି ସେହି ଅଞ୍ଚଳର ବେହାଲ ଅବସ୍ଥାକୁ ସେ ଲୋକଲୋଚନକୁ ଆଣୁଛନ୍ତି। ଅର୍ଥାତ ନିଜ ଗୋଡରେ ନିଜେ କୁରାଢି ମାରୁଛନ୍ତି ଅପରାଜିତ ଷଡଙ୍ଗୀ। ତାଙ୍କୁ ଲୋକେ ଭୋଟ ଦେଇ ନ ଥିଲେ ଯେ ସେମାନେ ବର୍ଷାରେ ବୁଡି ରହିଥିବା ବେଳେ ତାହାର ଫଟୋ ସାମାଜିକ ଗଣମାଧ୍ୟମରେ ପ୍ରସାର କରାଇବା। ତାଙ୍କୁ ଭୋଟ ଦେଇ ନ ଥିଲେ ଯେ, କେବଳ ରାଜ୍ୟ ସରକାରଙ୍କୁ ଦାୟୀ କରି ନିଜେ ଦୋଷ ମୁକ୍ତ ହେବା।

ଏହି ସମ୍ବେଦନଶୀଳ ଘଟଣାରେ ଏପରି ଭୂମିକା ନିର୍ବାହ କରିବା ଏକ ଅପରିପକ୍ବ ନେତ୍ରୀ ଭାବେ ଅପରାଜିତା ନିଜକୁ ପ୍ରମାଣିତ କରାଉଛନ୍ତି।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ଗଣେଶ ପୂଜା ପାଇଁ ନୂତନ କରୋନା ଗାଇଡଲାଇନ ଜାରି କଲା ବିଏମସି

ଭୁବନେଶ୍ୱର: ଆସନ୍ତା ୧୦ ତାରିଖରେ ଗଣେଶ ପୂଜା ପାଳନ କରାଯିବ। ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତ ବର୍ଷ ଭଳି ମଧ୍ୟ ପୂଜା ପାଇଁ କଟକଣା ଲାଗିଛି। ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ଗଣେଶ ପୂଜା ପାଇଁ ନୂଆ ଗାଇଡଲାଇନ ଜାରି କରିଛି। ପୂଜା ପାଇଁ କମିଶନରେଟ ପୋଲିସର ଅନୁମତି ଆବଶ୍ୟକ।

ମଣ୍ଡପରେ ପୂଜା ପାଳନ ବେଳେ ତିନି ପାର୍ଶ୍ଵ ବନ୍ଦ ରହିବ। ଚତୁର୍ଥ ପାର୍ଶ୍ଵକୁ ଆବରଣ କରାଯିବ। ମୂର୍ତ୍ତିର ଉଚ୍ଚତା ୪ ଫୁଟରୁ ଅଧିକ ରହିବ ନାହିଁ। ପୂଜା ସମୟରେ ପୂଜକଙ୍କୁ ମିଶାଇ ମୋଟ ୭ ଜଣଙ୍କୁ ଅନୁମତି ମିଳିବ। କେବଳ ଦ୍ଵିତୀୟ ଡୋଜ ଟୀକା ଦେଇଥିବା ଲୋକଙ୍କୁ ଅନୁମତି ମିଳିବ। ପୂଜା ସମୟରେ ଉପସ୍ଥିତ ତ୍ବା ଲୋକଙ୍କୁ କରୋନା ନିୟମ ମାନିବା ବାଧ୍ୟତାମୂଳକ।

ସେହିଭଳି ଶିକ୍ଷାନୁଷ୍ଠାନରେ ସର୍ବାଧିକ ୨୦ ଜଣ ପିଲାଙ୍କୁ ନେଇ ପୂଜା ଆୟୋଜନ କରାଯିବ। ପୂଜା ସମୟରେ କୌଣସି ପ୍ରକାର ପ୍ରାସାଦ ସେବନ ପାଇଁ ଅନୁମତି ନାହିଁ।

ବିସର୍ଜନ ବେଳେ ଶୋଭାଯାତ୍ରାକୁ ଅନୁମତି ନାହିଁ। କୁତ୍ରିମ ପୁଷ୍କରଣୀରେ ମୂର୍ତ୍ତି ବିସର୍ଜନ ପାଇଁ ବ୍ୟବସ୍ଥା କରାଯିବ। ଗାଇଡଲାଇନର ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ହେବ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱର ମହାନଗର ନିଗମରେ “ମୁକ୍ତା”କାର୍ଯ୍ୟକ୍ରମ

ଭୁବନେଶ୍ୱର,  ସହରାଂଚଳକୁ ଅଧିକରୁ ଅଧିକ ପରିବେଶ ଅନୁକୂଳ କରିବା ପାଇଁ ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ଆନୁକୁଲ୍ୟରେ ଭୁବନେଶ୍ୱରରେ କରାଯାଇଛି ୧୭୦୦ ରୁ ଊର୍ଦ୍ଧ୍ୱ ବର୍ଷାଜଳ ଅମଳ ପ୍ରକଳ୍ପ । ଓଡ଼ିଶା ସରକାରଙ୍କ ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ“ମୁକ୍ତା”କାର୍ଯ୍ୟକ୍ରମ ଅଧୀନରେ ଏହି ପ୍ରକଳ୍ପଗୁଡ଼ିକ ହୋଇଛି ବୋଲି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ତରଫରୁ ଜଣାଯାଇଛି ।

କୋଭିଡ଼୍‌-୧୯ ମହାମାରୀ ସମୟରେ ଅନେକଙ୍କ ଜୀବନଧାରା ବାଧାପ୍ରାପ୍ତ ହୋଇଛି । ବିଶେଷ କରି ସହରାଂଚଳବାସୀ କୁଶଳୀ ଏବଂ ଅଣକୁଶଳୀ ଶ୍ରମିକ ତଥା ତୃଣମୂଳ ମହିଳା ଏବଂ ଅନ୍ୟ କେତେକବର୍ଗଙ୍କୁ ବେଉସା ଯୋଗାଇବା ସହିତ ସହରାଂଚଳର ପରିବେଶଗତ ବିକାଶକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ମୁକ୍ତା କାର୍ଯ୍ୟକ୍ରମ କରାଯାଇ ବିଏମ୍‌ସି ସୀମା ମଧ୍ୟରେ ଥିବା ଅନେକ ମହିଳା ସ୍ୱୟଂ ସହାୟକଗୋଷ୍ଠୀ ଏବଂ ଶ୍ରମିକମାନଙ୍କୁ ନିୟୋଜିତ କରାଯାଇଛି ।

କର୍ମ ନିଯୁକ୍ତି, ପରିବେଶ ଅନୁକୁଳ ବିକାଶକୁ ଗୁରୁତ୍ୱ ଦେଇ ମୁକ୍ତା କାର୍ଯ୍ୟକ୍ରମର ସଫଳତାକୁ ଶୀର୍ଷରେ ପହଂଚାଇବାର ପ୍ରଚେଷ୍ଟା କରାଯାଇଛି । ଏହା ସାଙ୍ଗକୁ ସଂପକ୍ତ ସ୍ୱୟଂସହାୟକ ଗୋଷ୍ଠୀ ଏବଂ ଆଂଚଳିକ ନାଗରିକଙ୍କ ଭାଗିଦାରୀରେ ଭୁବନେଶ୍ୱର ସୀମା ମଧ୍ୟରେ ଆମେ ଅଦ୍ୟାବଧି ୧୭୧୭ଗୋଟି ପ୍ରକଳ୍ପ କରିସାରିଛୁ ବୋଲି କମିଶନର ଶ୍ରୀ ସଂଜୟ କୁମାର ସିଂହ ପ୍ରକାଶ କରିଛନ୍ତି । ଏହା ଏକ ସାମଗ୍ରିକ ବିକାଶ କାର୍ଯ୍ୟକ୍ରମ ବୋଲି ସେ କହିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଜୁଲାଇ ୨୧ ରୁ ଭୁବନେଶ୍ଵରରେ ଆରମ୍ଭ ହେବ ଗର୍ଭବତୀଙ୍କ ପାଇଁ ଟୀକାକରଣ: ସପ୍ତାହରେ ଦୁଇ ଦିନ ମିଳିବ ଟୀକା

ଭୁବନେଶ୍ବର: ଭୁବନେଶ୍ବରରେ ଜୁଲାଇ ୨୧ ତାରିଖରୁ ଗର୍ଭବତୀ ମହିଳାଙ୍କ ପାଇଁ ଟୀକାକରଣ ଆରମ୍ଭ ହେବ। ଗର୍ଭବତୀ ମହିଳାମାନଙ୍କୁ କୋଭାକ୍ସିନ ଟୀକା ଦେବାପାଇଁ ନିଷ୍ପତ୍ତି ନିଆଯାଇଛି। ସପ୍ତାହରେ ଦୁଇ ଦିନ ଯଥା ବୁଧବାର ଏବଂ ଶନିବାର ଦିନ ଗର୍ଭବତୀ ମହିଳାଙ୍କୁ ଟୀକା ଦିଆଯିବ। ଦିନ ୧୧ ଟାରୁ ଅପରାହ୍ନ ୧ ଟା ଯାଏଁ ଗର୍ଭବତୀମାନଙ୍କୁ ଟୀକା ଦିଆଯିବ।

ଗର୍ଭବତୀ ପ୍ରମାଣପତ୍ର ଦେଖାଇ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗର୍ଭବତୀ ମହିଳାମାନେ ଟୀକା ନେଇପାରିବେ। ଭୁବନେଶ୍ଵରର ସବୁ ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ହସ୍ପିଟାଲରେ ଗର୍ଭବତୀଙ୍କ ପାଇଁ ଟୀକା ଉପଲବ୍ଧ ହେବ। ଏନେଇ ବିଏମସି ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ବିଏମସି ନେଲା ବଡ ପଦକ୍ଷେପ: ଜୁଲାଇ ୧ ଯାଏଁ ଭୁବନେଶ୍ବରରେ ଆଉ ଦୁଇଟି ହାଟକୁ ଦେଲା ବନ୍ଦ ନିର୍ଦ୍ଦେଶ

ଭୁବନେଶ୍ବର: କରୋନା କଟକଣା ଉଲ୍ଲଂଘନ ଯୋଗୁଁ ଭୁବନେଶ୍ବର ୟୁନିଟ-୧ ହାଟକୁ ବନ୍ଦ କରିବା ପାଇଁ ବିଏମସି ନିର୍ଦ୍ଦେଶ ଦେଇଥିଲା। କେବଳ ପରିବା ହାଟକୁ ଛାଡି ଅନ୍ୟ ସବୁ ହୋଲସେଲ ଏବଂ ରିଟେଲ ଦୋକାନ ଉପରେ ବିଏମସି କଟକଣା ଜାରି କରିଥିଲା। ୟୁନିତି-୧ ହାଟର ଭିତର ଦୋକାନ ଖୋଲିବା ଉପରେ ପ୍ରତିବନ୍ଧ ଲଗାଯାଇଥିଲା।

ହେଲେ ଆଜି ଆଉ ଦୁଇଟି ହାଟକୁ ବିଏମସି ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛି। ବାପୁଜୀନଗର ମାର୍କେଟ ଏବଂ ୪ ନମ୍ବର ମାଛ ମାର୍କେଟକୁ ବନ୍ଦ ରଖିବା ପାଇଁ ବିଏମସି ନିର୍ଦ୍ଦେଶ ଦେଇଛି। କରୋନା ସଂକ୍ରମଣକୁ ଦେଖି ବିଏମସି ଏଭଳି ନିଷ୍ପତ୍ତି ନେଇଛି। ତେବେ ଏହି ସମସ୍ତ ହାଟକୁ ଜୁଲାଇ ୧ ତାରିଖ ଯାଏଁ ବନ୍ଦ ରଖିବା ପାଇଁ ବିଏମସି ନିର୍ଦ୍ଦେଶ ଦେଇଛି।