Categories
ଆଜିର ଖବର ରାଜ୍ୟ ଖବର

ପୁରୀରେ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ନିର୍ବାଚନୀ ପ୍ରଚାର: ଘର ଘର ବୁଲି ପହଞ୍ଚାଉଛନ୍ତି ମୋଦିଙ୍କ ବାର୍ତ୍ତା

ପୁରୀ: ନିର୍ବାଚନ ଯେତେ ପାଖଉଛି ରାଜନୈତିକ ଦଳଗୁଡିକର ପ୍ରଚାର ପ୍ରସାର ସେତେ ବୃଦ୍ଧି ପାଉଛି। କିନ୍ତୁ ପୁରୀ ଲୋକସଭାର ବିଜେପି ପ୍ରାର୍ଥୀ ଡକ୍ଟର ସମ୍ବିତ ପାତ୍ରଙ୍କ ପ୍ରଚାର ବହୁ ମାତ୍ରାରେ ବୃଦ୍ଧି ପାଇଛି। ନିଜ ଲୋକସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ଘରକୁ ଘର ବୁଲି ଲୋକଙ୍କ ସହ ସିଧା ସଳଖ କଥା ହେଉଛନ୍ତି। ଏହି ପ୍ରରିପ୍ରେକ୍ଷୀରେ ସେ ଆଜି ପିପିଲ ନିର୍ବାଚନମଣ୍ଡଳୀର ସୁଜନପୁର ଗାଁରେ ଅଗ୍ନିକାଣ୍ଡରେ ପ୍ରଭାବିତ ଲୋକଙ୍କୁ ଭେଟିଛନ୍ତି। ଏହି ଦୁଃଖଦ ପରିସ୍ଥିତିରେ ସେମାନଙ୍କ ସାଥୀରେ ଛିଡ଼ା ହେବା ସହ ଅତ୍ୟାବଶ୍ୟକୀୟ ସାମଗ୍ରୀ ବଣ୍ଟନ ମଧ୍ୟ କରିଛନ୍ତି। ଏହା ସହିତ ସମ୍ବିତ ପାତ୍ର ସତ୍ୟବାଦୀ ବିଧାନସଭା କ୍ଷେତ୍ର ଅଧୀନ ସିରେଇ ପଞ୍ଚାୟତର ସୁଦଘର ଗାଁ ଏବଂ ଟିପୁରି ଗ୍ରାମ ପରିଦର୍ଶନ କରିଛନ୍ତି।

ଏହି ଅବସରରେ ସୁଦାଘର ଗାଁଠାରେ ମା’ ଚଣ୍ଡୀଙ୍କର ଏବଂ ଟିପୁରି ଗାଁର ହନୁମାନ ମନ୍ଦିର ଦର୍ଶନ କରି ସ୍ଥାନୀୟ ଲୋକଙ୍କର ମଙ୍ଗଳ କାମନା କରିଛନ୍ତି। ଏହି ଅବସରରେ ସତ୍ୟବାଦୀ ବିଧାୟକ ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ। ସ୍ଥାନୀୟ ଅଞ୍ଚଳ ଗସ୍ତ ସମୟରେ ଡକ୍ଟର ସମ୍ବିତ ପାତ୍ର ପ୍ରତିକ୍ରିୟା ଦେଇ କହିଥିଲେ ଯେ, ” ପୁରୀବାସୀ ଦେଉଥିବା ଅପାର ସ୍ନେହ ଶ୍ରଦ୍ଧା ମୋତେ ଏକ ନୂତନ ଶକ୍ତି ପ୍ରଦାନ କରିଛି ଏବଂ ମୁଁ ନିଶ୍ଚିତ ଯେ ଏଥର ପୁରୀ ଲୋକସଭାରେ ଭରତୀୟ ଜନତା ପାର୍ଟି ବିପୁଳ ପରିମାଣରେ ଭୋଟ ପାଇ ବିଜୟୀ ହେବ।”

ଏହା ସହିତ ସମ୍ବିତ ପାତ୍ର ସତ୍ୟବାଦୀ ବିଧାନସଭା ସ୍ଥିତ ସୀରେଇ ଗ୍ରାମ ପଞ୍ଚାୟତର ରାଧାମୋହନପୁର, ଚରକପୁର ଏବଂ ପସିଆପଦା ଗ୍ରାମରେ ଜନସମ୍ପର୍କ ଅଭିଯାନରେ ମଧ୍ୟ ସେ ସାମିଲ ହୋଇଥିଲେ। ଏହି ଅବସରରେ ସେ ପୁରୀ ଲୋକସଭାକୁ ବିକଶିତ କରିବା ପାଇଁ ପଦ୍ମ ଚିହ୍ନରେ ବିପୁଳ ପରିମାଣରେ ଭୋଟ ଦେଇ ବିଜେପିକୁ ବିଜୟୀ କରିବା ସହିତ ଦେଶରେ ପୁଣି ଥରେ ମୋଦୀ ସରକାର ଗଠନ କରିବା ନିମନ୍ତେ ସମ୍ପୂର୍ଣ୍ଣ ସଙ୍କଳ୍ପିତ ବୋଲି କହିଥିଲେ।

Categories
ଆଜିର ଖବର ଜାତୀୟ ଖବର

ପୁରୀ ରଥ ଯାତ୍ରାର ଫଟୋକୁ କେଜ୍ରିୱାଲଙ୍କ ସମର୍ଥକଙ୍କ ଭିଡ ଭାବରେ ଦର୍ଶାଇଲା ଆପ: ଜାଣନ୍ତୁ ଏହାର ସତ୍ୟତା

ନୂଆଦିଲ୍ଲୀ: ମାର୍ଚ୍ଚ ୨୧ ତାରିଖରେ ଦିଲ୍ଲୀର ଅବକାରୀ ନୀତି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରାଯିବା ପରେ ଆମ୍ ଆଦମୀ ପାର୍ଟିର ନେତା ତଥା କର୍ମୀମାନେ ସାରା ଦେଶରେ ବିରୋଧ ପ୍ରଦର୍ଶନ କରୁଛନ୍ତି। ଏହି ପ୍ରତିବାଦ ମଧ୍ୟରେ କିଛି ସମୟ ପୂର୍ବରୁ ସୋସିଆଲ ମିଡିଆରେ ଏକ ଛବି ପୋଷ୍ଟ କରାଯାଇଥିଲା ଯେଉଁଥିରେ ଦାବି କରାଯାଇଥିଲା ଯେ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ନେଇ ଜନତାଙ୍କ କ୍ରୋଧ ରହିଛି ଏବଂ ଚେନ୍ନାଇରେ ଏପରି ଏକ ବିରୋଧ ସମୟରେ ବହୁ ସଂଖ୍ୟାରେ ଜନସମାଗମ ହୋଇଛି।

ଏହି ଛବି ସହିତ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ପୋଷ୍ଟର କ୍ୟାପସନରେ କୁହାଯାଇଛି, “କେଜ୍ରିୱାଲଙ୍କ ଗିରଫଦାରୀ ବିରୋଧରେ ଲୋକମାନେ ରାସ୍ତାକୁ ଓହ୍ଲାଇଛନ୍ତି… ଚେନ୍ନାଇ …” ଏହିପରି ଅନେକ ପୋଷ୍ଟ ସୋସିଆଲ ମିଡିଆରେ ମଧ୍ୟ ଦେଖିବାକୁ ମିଳେ।

ଗୁଗୁଲ୍ ରିଭର୍ସ ଇମେଜ୍ ସନ୍ଧାନ ମାଧ୍ୟମରେ ନ୍ୟୁଜ୍ ଚେକ୍ ଏହି ଭାଇରାଲ୍ ଇମେଜ୍ ଅନୁସନ୍ଧାନ କରିଥିଲା, ଫଳସ୍ୱରୂପ ଅନେକ ସୋସିଆଲ୍ ମିଡିଆ ପୋଷ୍ଟ ହୋଇଥିଲା ଯେଉଁଠାରେ ଓଡିଶାର ପୁରୀରେ ଆୟୋଜିତ ଜଗନ୍ନାଥପୁରୀ ରଥ ଯାତ୍ରାର ଏକ ସମାନ ଚିତ୍ର ବୋଲି କୁହାଯାଇଥିଲା। ସୂଚନାଯୋଗ୍ୟ ଯେ, ୨୦୨୩ ମସିହା ଜୁନ୍ ୨୦ ତାରିଖରେ ଭାରତୀୟ ଜନତା ପାର୍ଟି (ବିଜେପି) ର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ମଧ୍ୟ ସମାନ ଚିତ୍ର ସେୟାର କରିଥିଲେ, ଯାହା ପ୍ରମାଣ କରିଥିଲା ​​ଯେ ଏହି ଚିତ୍ର ପୁରୁଣା ଏବଂ ବର୍ତ୍ତମାନ ଭାଇରାଲ୍ ପୋଷ୍ଟ ସହିତ ସମାନ ନୁହେଁ।

Latest and Breaking News on NDTV

ପରବର୍ତ୍ତୀ ସମୟରେ, ଅନୁସନ୍ଧାନ ସମୟରେ, ନ୍ୟୁଜ୍ ଚେକର୍ ‘ଜଗନ୍ନାଥ ପୁରୀ ରଥ ଯାତ୍ରା’ କୀୱାର୍ଡ ଖୋଜିଥିଲା, ଫଳସ୍ୱରୂପ ଏହି ଚିତ୍ର ଏନଡିଟିଭି ଦ୍ୱାରା ପ୍ରକାଶିତ ଏକ ୱେବଷ୍ଟୋରୀରେ ମଧ୍ୟ ଦେଖା ଦେଇଥିଲା। ଏନଡିଟିଭି ଭାରତର ଏହି ୱେବ୍ ଷ୍ଟୋରୀ ଅନୁଯାୟୀ, ଏହି ଚିତ୍ର ଓଡିଶାର ପ୍ରଭୁ ଜଗନ୍ନାଥଙ୍କ ବାର୍ଷିକ ରଥ ଯାତ୍ରାରେ ଏକତ୍ରିତ ଭକ୍ତଙ୍କ ଭିଡ। ତେଣୁ ଚେନ୍ନାଇରେ ଏହି ଫଟୋ କ୍ଲିକ୍ ହୋଇଥିବା ଭାଇରାଲ୍ ପୋଷ୍ଟରେ ଦାବି ସମ୍ପୂର୍ଣ୍ଣ ଭୁଲ୍ ବୋଲି ପ୍ରମାଣିତ ହୋଇଛି।

ତେଣୁ, ସମଗ୍ର ଅନୁସନ୍ଧାନ ପରେ, ଏହା ସିଦ୍ଧାନ୍ତ ନିଆଯାଇପାରେ ଯେ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫ ପରେ ସମର୍ଥକଙ୍କ ଦ୍ୱାରା ପ୍ରଦର୍ଶନ ନାମରେ ଭାଇରାଲ ହୋଇଥିବା ଏହି ଚିତ୍ର ପ୍ରକୃତରେ ପ୍ରାୟ ଏକ ବର୍ଷ ପୁରୁଣା ଏବଂ ଏହା ଜଗନ୍ନାଥପୁରୀ ରଥ ଯାତ୍ରାର ଅଟେ।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ପୁରୀ ଲୋକସଭା: ସଂତୃପ୍ତ ବିଜଦ ପ୍ରାର୍ଥୀ!, ଲୋକସମ୍ପର୍କରେ ବହୁ ଆଗରେ ଭାଜପାର ସମ୍ବିତ, କଂଗ୍ରେସ ଖୋଜୁଛି ପ୍ରାର୍ଥୀ

ଭୁବନେଶ୍ୱର: ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି, ବାଲିପାଟଣା, ଚିଲିକା, ରଣପୁର, ନୟାଗଡ଼ ବିଧାନସଭା କ୍ଷେତ୍ରକୁ ନେଇ ପୁରୀ ଲୋକସଭା ଆସନ ଗଠିତ। ୧୯୯୮ରୁ ଏହି ଆସନଟି ଶାସକ ବିଜଦର କବ୍‍ଜାରେ ରହିଛି। ଏଠାରୁ ବିଜଦ ଏକାଦିକ୍ରମେ ୬ଥର ଜିତିଥିବାବେଳେ ବର୍ତ୍ତମାନର ସାଂସଦ ୩ଥର ବିଜୟୀ ହୋଇଛନ୍ତି। କିନ୍ତୁ ଗତ ନିର୍ବାଚନରେ ପୁରୀ ଲୋକସଭା ଆସନରୁ ଭାଜପା ପ୍ରାର୍ଥୀ ଡା. ସମ୍ବିତ ପାତ୍ର ବିଜଦ ପ୍ରାର୍ଥୀଙ୍କୁ କଡ଼ା ଟକ୍କର ଦେଇ ମାତ୍ର ୧୧,୭୧୪ ଭୋଟରେ ହାରିଯାଇଥିଲେ। ୨୦୧୯ ନିର୍ବାଚନ ହାରିବା ପରଠାରୁ ଡା. ପାତ୍ର ବସି ନ ଯାଇ ଲୋକସମ୍ପର୍କ ରକ୍ଷା କରିଆସୁଛନ୍ତି। ଯାହାଫଳରେ ସେ ଅନ୍ୟଦଳର ସମ୍ଭାବ୍ୟ ପ୍ରାର୍ଥୀମାନଙ୍କଠାରୁ ଚର୍ଚ୍ଚାରେ ଯଥେଷ୍ଟ ଆଗରେ ଅଛନ୍ତି।

୨୦୦୯ରେ ନର୍ବାଚନ ପୂର୍ବରୁ କଂଗ୍ରେସ ଛାଡ଼ି ବିଜଦରେ ଯୋଗଦେଇ ଲୋକସଭାକୁ ୩ଥର ନିର୍ବାଚିତ ହେଲେଣି ସାଂସଦ ପିନାକୀ ମିଶ୍ର। ନିଜର ବ୍ୟକ୍ତିଗତ କାରଣରୁ ସେ ଆଗାମୀ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି। କିନ୍ତୁ ପ୍ରକୃତ ପକ୍ଷେ ୩ଥର ସାଂସଦ ଭାବରେ ନିର୍ବାଚିତ ହେବାପରେ ସାଂସଦ ପିନାକୀ ମିଶ୍ରଙ୍କର ଲୋକପ୍ରିୟତା ହ୍ରାସ ପାଇଥିବା ଗତ ନିର୍ବାଚନରେ ଆଗକୁ ଆସିଥିଲା। ଏଠାରୁ ସେ ପୂର୍ବ ଦୁଇଟି ନିର୍ବାଚନରେ ୨ଲକ୍ଷରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ। କିନ୍ତୁ ୨୦୧୯ ନିର୍ବାଚନରେ ଭାଜପାର ନବାଗତ ପ୍ରାର୍ଥୀ ଡା.ସମ୍ବିତ ପାତ୍ୟଙ୍କଠାରୁ କଡ଼ା ମୁକ୍କାବିଲ୍ଲାର ସମ୍ମୁଖୀନ ହୋଇ ହାରୁ ହାରୁ ମାତ୍ର ୧୧ ହଜାରରୁ ଅଧିକ ଭୋଟରେ ଜିତି ଯାଇଥିଲେ। ଇତି ମଧ୍ୟରେ ବିଜଦ ସାଂସଦ ଶ୍ରୀ ମିଶ୍ର ନିଜର ଲୋକପ୍ରିୟତା ହ୍ରାସ ପାଇବା ଓ ବିଭିନ୍ନ ବିବାଦରେ ଛନ୍ଦି ହୋଇପଡ଼ିଥିବା କାରଣରୁ ସେ ପ୍ରାର୍ଥୀ ନ ହେବାକୁ ସ୍ଥିର କରିଛନ୍ତି। ତେଣୁ ନିକଟରେ ଆଦିତ୍ୟ ବିର୍ଲ୍ଲା କମ୍ପାନୀର ସିଇଓ ପଦବୀ ଛାଡ଼ି ସଂତୃପ୍ତ ମିଶ୍ର ଶାସକ ଦଳ ବିଜଦରେ ଯୋଗ ଦେଇଛନ୍ତି। ସେ ଯୋଗଦେବା ପରେ ରାଜ୍ୟସଭା ପାଇଁ ପ୍ରାର୍ଥୀ ହେବେ ବୋଲି ରାଜନୀତିକ ମହଲରେ ଯେଉଁ ଆଲୋଚନା ହେଉଥିଲା ତା’ର ଯବନିକା ପଡ଼ିଛି। ସଂତୃପ୍ତ ମିଶ୍ର ପୁରୀ ଜିଲ୍ଲାର ମୂଳ ଅଧିବାସୀ ହୋଇଥିବାରୁ ତେଣୁ ତାଙ୍କୁ ବିଜଦ ପକ୍ଷରୁ ପୁରୀ ଲୋକସଭା ଆସନରେ ପ୍ରାର୍ଥୀ କରାଯିବ ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି। ଗତ କିଛିଦିନ ହେବ ପୁରୀ ଜିଲ୍ଲାରେ ବିଜଦର ସଂଗଠନରେ ଯେପରି ବିଶୃଙ୍ଗଳା ଦେଖାଦେଇଛି ତାହାକୁ କିପରି ସମାଧାନ କରି ସଂତୃପ୍ତ ମିଶ୍ର ନିଜର ସାଂଗଠନିକ କାମ ଆରମ୍ଭ କରିବେ ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ବିଗତ ୩ଟି ନର୍ବାଚନରୁ ଗତଥର ପ୍ରଥମ ଥର ପାଇଁ ଭାଜପା ପ୍ରାର୍ଥୀ ଡା. ସମ୍ବିତ ପାତ୍ର ପ୍ରତିଦ୍ୱନ୍ଦ୍ୱୀତାକୁ ଆସି ବିଜଦ ପ୍ରାର୍ଥୀଙ୍କୁ କଡ଼ା ଟକ୍କର ଦେଇଥିଲେ। ମାତ୍ର ୧୧ ହଜାର ଭୋଟରେ ପରାଜିତ ହେବା ପରେ ଡା. ପାତ୍ର ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ଜନସମ୍ପର୍କ ଅଭିଯାନ ଜାରୀ ରଖିଛନ୍ତି। କହିବାକୁ ଗଲେ ଅନ୍ୟଦଳର ସମ୍ଭାବ୍ୟ ପ୍ରାର୍ଥୀମାନଙ୍କ ପାଇଁ ଡା. ପାତ୍ର ଏକ ଆହ୍ୱାନ ସୃଷ୍ଟି କରିସାରଛନ୍ତି। କାରଣ ମତଦାତାମାନେ ଯାହାଙ୍କୁ ବିଗତ ୩ଟି ନିର୍ବାଚନରେ ବିଜୟୀ କରାଇଛନ୍ତି ତାଙ୍କୁ କେବେ ବି ଭେଟି ନିଜର ସମସ୍ୟା ସମାଧାନ କହିବାର ସୁଯୋଗ ପାଉନାହାନ୍ତି। ଅପର ପକ୍ଷରେ ଡା. ପାତ୍ର ହାରିଯାଇଥିଲେ ବି ଲୋକମାନଙ୍କ ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନେଉଛନ୍ତି। ତେଣୁ ଆଗାମୀ ନିର୍ବାଚନରେ ଡା. ପାତ୍ର ପ୍ରଚାର ଓ ଜନ ସମ୍ପର୍କ ରଖିବା ଦୃଷ୍ଟିରୁ ବହୁ ଆଗରେ ରହିଛନ୍ତି। ଏହି ଦୃଷ୍ଟିରୁ ଆଗାମୀ ନିର୍ବାଚନରେ ତାଙ୍କର ଜିତିବା ସମ୍ଭାବନା ଅଧିକ ବୋଲି ସାଧାରଣରେ ଆଲୋଚନା ହେଉଛି।

ପୁରୀ ଲୋକସଭା ଆସନରେ କଂଗ୍ରେସ ଦଳ ପୂର୍ବରୁ ୬ଥର ବିଜୟୀ ହୋଇଥିଲେ ହେଁ ଗତ ନିର୍ବାଚନରେ ଦଳର ପ୍ରାର୍ଥୀ ସତ୍ୟପ୍ରକାଶ ନାୟକ ପୂର୍ବରୁ ମିଳୁଥିବା କଂଗ୍ରେସର ପକେଟ ଭୋଟ ହାସଲ କରିବାରେ ବିଫଳ ହୋଇଥିଲେ। ତେଣୁ ଆଗାମୀ ନିର୍ବାଚନରେ ତାଙ୍କୁ ପୁଣିଥରେ ପ୍ରାର୍ଥୀ କରାଯିବାର ସମ୍ଭାବନା ନାହିଁ। ଏପରି କ୍ଷେତ୍ରରେ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ତାହା ଏପର୍ଯ୍ୟନ୍ତ ଆଲୋଚନାକୁ ଆସିପାରିନାହିଁ। ନିର୍ବାଚନ ପୂର୍ବରୁ ବାହାଘରବେଳେ ବାଇଗଣ ରୋଇଲା ଭଳି ଉପରୁ ସବୁଥର ଭଳି ଜଣେ ନେତାଙ୍କୁ ପ୍ରାର୍ଥୀ ଭାବରେ ଘୋଷଣା କରାଯିବ। ଯିଏକି ସଂଗଠନ ସମ୍ଭାଳିବା ଓ ପ୍ରଚାର କରିବା ପାଇଁ ସମୟ ପାଇବେ ନାହିଁ। ଏଭଳି ସ୍ଥିତିରେ କଂଗ୍ରେସ କେବଳ ପୁରୀ ଲୋକସଭା ଆସନରେ ନିଜର ଔପଚାରିକତା ପୂରା କରିବ ବୋଲି ଆଲୋଚନା ହେଉଛି।

Categories
ଆଞ୍ଚଳିକ

ବାଲୁଗାଁ: ବିଜେପିରେ ଯୋଗଦେଲେ ବିଜେଡ଼ି କର୍ମୀ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ପୂର୍ବାହ୍ନରେ ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀ ଆଙ୍କୁଲା ପଞ୍ଚାୟତରେ ବିଜେପି ମିଶ୍ରଣ ପର୍ଵ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ମିଶ୍ରଣ ପର୍ବରେ ପାରିକଂସାରି ଗ୍ରାମର ଆଗ ଧାଡ଼ିର ବିଜେଡି କର୍ମୀ ଭାଗ୍ୟଧର ସୁନ୍ଦରା, ବଳରାମ ଜେନା, ଯୋଗେଶ୍ଵର ଜେନା, ଶିବରାମ ବରାଳ, ଦିବାକର ଚ଼ହଟରାୟ, ବିରେନ ସ୍ବାଇଁ, ରିତେଶ ଶତ୍ରୁଶଲ୍ୟ, ସୁନିଲ ବରାଳ, ଜିତେନ୍ଦ୍ର ବରାଳ, ମିଟୁ ବରାଳ, ସୁରେନ୍ଦ୍ର ସୁନ୍ଦରା, ଲଳିତ ବରାଳ, ସୁବାସ ଚ଼ହଟରାୟ, ପାଣ୍ଡବ ଜେନା, ଅନନ୍ତ ସାହୁ, ରଘୁନାଥ ଜେନା, ରିତେଶ ବରାଳଙ୍କ ସମେତ ଏକାଧିକ କର୍ମୀ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ୱତଃପ୍ରତ ଭାବେ ବିଜେପିରେ ଯୋଗ ଦେଇଛନ୍ତି।

ଉକ୍ତ ମିଶ୍ରଣ ପର୍ବରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡ଼ାଃ ସମ୍ବିତ ପାତ୍ର, ବରିଷ୍ଠ ବିଜେପି ନେତା ପୃଥ୍ୱୀରାଜ ହରିଚ଼ନ୍ଦନ, ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚ଼ନ୍ଦନ, ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋସ୍ନା ବେହେରା, ଜିଲ୍ଲା ଭାଜପା ଉପସଭାପତି ସୁମନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ବିଜେଡି ପରିତ୍ୟାଗ କରି ବିଜେପିରେ ଯୋଗ ଦେଇଥିବା କାର୍ଯ୍ୟକର୍ତ୍ତା ମାନଙ୍କୁ‌ ଡ଼ାଃ ପାତ୍ର ଓ ଶ୍ରୀ ହରିଚ଼ନ୍ଦନ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ସ୍ବାଗତ କରିଥିଲେ।