Categories
ବିଶେଷ ଖବର ରାଜ୍ୟ ଖବର

ଗୋଟିଏ ବାଟ ବନ୍ଦ ହୋଇଗଲା ବେଳେ, ଆଉ ଗୋଟିଏ ବାଟରେ ପଳାଇଲେ ଅପରାଜିତା

ଭୁବନେଶ୍ବର: ପୁରୀ ଶ୍ରୀମନ୍ଦିର ସୁରକ୍ଷା ଯାତ୍ରା ଆଉ ଭୁବନେଶ୍ବର ସାଂସଦ ଅପରାଜିତାଙ୍କ ପଦଯାତ୍ରା ବର୍ତ୍ତମାନ ରାଜ୍ୟ ରାଜନୀତିର ପ୍ରମୁଖ ପ୍ରସଂଗ ରହିଛି। ପୂର୍ବରୁ ବିଭିନ୍ନ ମଞ୍ଚ ଶ୍ରୀମନ୍ଦିର ସୁରକ୍ଷା ପଦଯାତ୍ରା କରିବେ ବୋଲି ଘୋଷଣା କରିଥିଲେ। ହେଲେ ପ୍ରଶାସନ ଅନୁମତି ନ ମିଳିବାରୁ ସେସବୁ ସ୍ଥଗିତ ହେଲା। ଏହି ପଦଯାତ୍ରାର ପ୍ରମୁଖ ଭାଗରେ ଥିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ।

ଅପରାଜିତାଙ୍କ ଏପରି ଶୋଭାଯାତ୍ରା ଦେଖି ତାଙ୍କର ଖୋଦ ବିଜେପି ନେତାଙ୍କ ଅକଲଗୁଡୁମ ହୋଇଯାଇଥିଲା। କାରଣ ସେ ଯଦି ଏପରି ଏକ ଶୋଭାଯାତ୍ରା କରିବେ ଏବଂ ଲୋକଙ୍କର ସମର୍ଥନ ମିଳିଯିବ ତେବେ ତାଙ୍କର ମାଇଲେଜ ବଢିଯିବ। ସେ ନେଇ ଦିଲ୍ଲାରେ ଚାଲିଲା ଘଣ୍ଟାଚକଟା। ଆଉ ଶେଷରେ ଦଳର ରାଷ୍ଟ୍ରୀୟ ନେତାଙ୍କ ଚାପ ପକାଇବାରେ ଏମାନେ ସକ୍ଷମ ହେଲେ। ଆଉ ଅପରାଜିତାଙ୍କ ପଦଯାତ୍ରା ଉପରେ ଲାଗିଲା ରୋକ।

ଏହାକୁ ନେଇ ଅପରାଜିତା ଏବଂ ତାଙ୍କ ଶିବିରରେ ଭାଳେଣି ପଡିଲା। ବିଶେଷ ସୁତ୍ର ଅନୁଯାୟୀ ପୁରୀ ପ୍ରଶାସନ ମନା କରିଥିଲେ ମଧ୍ୟ ଅପରାଜିତା ସେହି ଶୋଭାଯାତ୍ରା କରିଥାଆନ୍ତେ ବୋଲି ପ୍ରସ୍ତୁତ ହେଉଥିଲେ। ହେଲେ ଦଳର ରାଷ୍ଟ୍ରୀୟ ନେତାଙ୍କ ଚାପରେ ସେ ଆଉ କିଛି କରି ପାରିଲେ ନାହିଁ। ଫଳରେ ସେ ପ୍ରଶାସନକୁ ଦୋଷ ଦେଇ ଶୋଭାଯାତ୍ରା ସ୍ଥଗିତ ହେଲା ବୋଲି ଘୋଷଣା କଲେ।

ଏହା ପଛରେ କାରଣ କଣ ଅପରାଜିତା ନିଜେ ହୃଦୟଙ୍ଗମ କରି ସାରିଲେଣି। ତାଙ୍କର ରାଜନୈତିକ ଉନ୍ନତି ରାସ୍ତାରେ କେଉଁମାନେ ରୋକ ଲଗାଉଛନ୍ତି ତାହା ସେ ଜାଣିସାରିଲେଣି। ହେଲେ ତାଙ୍କର ପ୍ରଶାସନିକ ବୁଦ୍ଧିର ଗଳାବାଟ ଖୋଜିଲେ ଅପରାଜିତା। ସେ ଶୋଭଯାତ୍ରା କରିବେ ନାହିଁ, ହେଲେ ସେ ଶ୍ରୀମନ୍ଦିର ଦର୍ଶନ କରିବାକୁ ଯିବେ। ଏ କଥା ସେ ପ୍ରଧାନମନ୍ତ୍ରୀଙ୍କ ସହିତ ବିଜେପି ରାଷ୍ଟ୍ରୀୟ ସଭାପତି ଏବଂ ଧର୍ମେନ୍ଦ୍ର ପ୍ରଧାନକୁ ଅବଗତ କରାଇଦେଲେ।

ହେଲେ ସେ ବହୁ କର୍ମିଙ୍କୁ ଧରି ବଡଦାଣ୍ଡରେ ଚାଲିଚାଲି ଗଲେ। ମିଡିଆ ସହିତ ପୁରୀ ପ୍ରଶାସନ ତାଙ୍କ ପଛରେ ଲାଗି ରହିଲେ। ସେ ଜଗନ୍ନାଥ ଦର୍ଶନ କଲେ ଆଉ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମଧ୍ୟ ଅନୁଧ୍ୟାନ କଲେ। ଫଳରେ ଏଥିରୁ ସ୍ପଷ୍ଟ ହେଲା ଯେ, ତମେ ଗୋଟିଏ ବାଟ ବନ୍ଦ କରିଦେଲେ ମୁଁ ଆଉ ଏକ ବାଟରେ ଯିବି। ତେଣୁ ଅପରାଜିତାଙ୍କ ବିରୋଧୀ ଡାଳରେ ଡାଳରେ ଯାଉଥିବା ବେଳେ ସେ କିନ୍ତୁ ପତର ପତରରେ ଯାଉଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଓଡିଶା ଭ୍ରମଣ, ଆଉ ରାଜ୍ୟ ବିଜେପି ନେତାଙ୍କ ଭିତିରି କଷଣ

ଭୁବନେଶ୍ବର: ଆମେ ବହୁତ ପୁରୁଣା କଥା କହିବୁ ନାହିଁ। ଏଇ ଅଳ୍ପ ଦିନର ଘଟଣା। ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ କେଉଁଝର ଗସ୍ତ କରିଥିଲେ। ଉଦ୍ଦେଶ୍ୟ ନ ଥିଲା ତାଙ୍କର ନିଜ ଅନୁଷ୍ଠାନର କାର୍ଯ୍ୟକ୍ରମରେ ଯୋଗଦେବା। ଉଦ୍ଦେଶ୍ୟ ଥିଲା ରାଜ୍ୟରେ ବିଜେପିକୁ କିପରି ସୁଦୃଢ କରିବା। କାରଣ କେଉଁଝରରେ ସଂପୂର୍ଣ୍ଣ ଭାବେ ବିଜେପିର ଅର୍ଥାତ ଦଳୀୟ ସଭା କରାଯାଇଥିଲା। ହେଲେ ଦଳର କୌଣସି ତୁଙ୍ଗ ନେତା ସେହି ସଭାରେ ନ ଥିଲେ। ଥିଲେ କେବଳ ଜିଲ୍ଲା ବିଜେପି କର୍ମକର୍ତ୍ତା।

ତେବେ ଏହି ଗୋଟିଏ ଘଟଣା ନୁହେଁ। ଏହିପରି ବହୁ ଘଟଣା ଅନେକ ଜିଲ୍ଲାରେ ଘଟିଛି। ପ୍ରତି ମାସରେ ଅପରାଜିତା ବିଭିନ୍ନ ଜିଲ୍ଲା ଗସ୍ତରେ ଯାଉଛନ୍ତି। ସେଠାରେ ଦଳୀୟ ସଭା କରିବାରେ ଲାଗିଛନ୍ତି। ଯଦି ସେ ତାଙ୍କ ଅନୁଷ୍ଠାନ ସଭା କରୁଥା’ନ୍ତେ ହୁଏତ ପ୍ରଶ୍ନ କରାଯାଇ ନ ଥାଆନ୍ତା। ହେଲେ ସେ ବିଜେପି ଦଳର କର୍ମିଙ୍କୁ ନେଇ ବିରାଟ ସଭା ଓ ରାଲି କରୁଛନ୍ତି। ଆଉ ସେଥିରେ ନା ବିଜେପି ସଭାପତି ଯାଉଛନ୍ତି ନା କୌଣସି ଆଗଧାଡିର ନେତା। ସେଠାରେ କେବଳ ଅପରାଜିତା ଆଉ ଅପରାଜିତା।

ତେବେ ଅପରାଜିତା ଏପରି ଏକାକି ସଂଗଠନ କରିବାର ଉଦ୍ଦେଶ୍ୟ କଣ। ସେ କଣ ବିଜେପିର ସର୍ବେସର୍ବା କି ? ଏହିପରି ବିଭିନ୍ନ ପ୍ରଶ୍ନ ସାଧାରଣରେ ଆଲୋଚନା ହେବାରେ ଲାଗିଛି। କାରଣ ଅପରାଜିତା ହେଉଛନ୍ତି ଭୁବନେଶ୍ବରର ସାଂସଦ। ସେ କେବଳ ତାଙ୍କ ନିର୍ବାଚନ ମଣ୍ଡଳିରେ ସଭା କଲେ କେହି କିଛି କହିବାର ନାହିଁ। ହେଲେ ଏକାକୀ ସାରା ଓଡିଶା ଭ୍ରମଣ କରି ବିଜେପିର ବାନା ଉଡେଇବାର କାରଣ କଣ ?

ବର୍ତ୍ତମାନ ଆଉ ଏକ ଘଟଣା ସଂପର୍କରେ ଏଇଠି ଉପସ୍ଥାପନା କରିବୁ। ତାହା ହେଲା ଅପରାଜିତାଙ୍କ ରାୟଗଡା ଗସ୍ତ। ସେ ଗତ ମାସରେ ରାୟଗଡା ଯାଇଥିଲେ। ସେ ଯିବା ପୂର୍ବରୁ ରାଜ୍ୟ ବିଜେପିର ତରଫରୁ ଫତୁଆ ଜାରି କରାଗଲା। ତାହା ହେଲା ଯେ ଅପରାଜିତାଙ୍କ ସଭାକୁ କୌଣସି ବିଜେପି କର୍ମି ଯିବେ ନାହିଁ। ଏ କଥା ଅପରାଜିତା ଜାଣିବା ସତ୍ବେ ମଧ୍ୟ ସେ ରାୟଗଡା ଗସ୍ତ କରିଥିଲେ। ସେଠାରେ ବିଜେପି କର୍ମି କମ ଥିଲେ, ହେଲେ ସାଧାରଣ ଲୋକେ ଅନେକ ଥିଲେ। ହେଲେ ସେଠାରେ ଏକ ବଡମ୍ବନାର ବିଷୟ ଘଟିଲା। ତାହା ହେଲା, ଅପରାଜିତାଙ୍କ ସଭାକୁ ଯେଉଁ କେତେଜଣ ବିଜେପି ନେତା ଯାଇଥିଲେ ସେମାନଙ୍କୁ ରାଜ୍ୟ ବିଜେପି ଦଳରୁ ନିଲମ୍ବିତ କରିଦିଆଗଲା।

ଏହି ଘଟଣାରୁ ସ୍ପଷ୍ଟ ହେଲା ଯେ, ଅପରାଜିତା ଯାହା କରୁଛନ୍ତି ତାହା ରାଜ୍ୟ ବିଜେପିର ହଜମ ହେଉ ନାହିଁ। ସେ ଯେଉଁଠି ସଭା କରୁଛନ୍ତି ତାହାକୁ ଭଣ୍ଡୁର କରିବା ପାଇଁ ଏକ ଗୋଷ୍ଟୀ ରିତମତ କସରତ କରିବାରେ ଲାଗିଛନ୍ତି। ତେବେ ସେ ସବୁକୁ ଭ୍ରୁକ୍ଷେପ ନ କରି ଅପରାଜିତା ଏକାକୀ ଲଢେଇ ଜାରି ରଖିଛନ୍ତି। ଏଥିରୁ ସ୍ପଷ୍ଟ ହେଲା ଯେ, ତାଙ୍କୁ ଯେତେ ବିରୋଧ କରାଯିବ ସେ ସେତିକି ଉତ୍ସାହିତ ହୋଇ ସଭା ରାଲି କରିବେ। କେହି ରୋକିପାରିବେ ନାହିଁ।

ତେବେ ସାଧାରଣରେ ଏକ ସନ୍ଦେହ ହେବାରେ ଲାଗିଛି ଯେ ଅପରାଜିତା ଏପରି ଏକାକୀ ଦଳିୟ ସଂଗଠନ କରିବା ପାଇଁ ତାଙ୍କୁ କିଏ ଶକ୍ତି ଯୋଗାଉଛି। କାରଣ କିଛି ଅଦୃଶ୍ୟ ଶକ୍ତି ନ ମିଳିଲେ ଧର୍ମେନ୍ଦ୍ର ପ୍ରଧାନ ପରି ନେତା ଆଉ ତାଙ୍କ ଚେଲାଚାମୁଣ୍ଡାଙ୍କୁ ଅପରାଜିତା ଟକ୍କର ଦିଅନ୍ତେ କିପରି। ଦୀର୍ଘ ବର୍ଷ ଧରି ଓଡିଶା ବିଜେପି ଅର୍ଥ ଧର୍ମେନ୍ଦ୍ର ପ୍ରଧାନଙ୍କୁ ହିଁ ବୁଝାଉ ଥିଲା। ଏବେ ବି ମଧ୍ୟ ସେହି ଅବସ୍ଥା ଅଛି। ହେଲେ ତାଙ୍କ ଚକ୍ରବୁହ୍ୟକୁ ଭେଦ କରି ଅପରାଜିତା ଆଗକୁ ବଢିବାରେ ଲାଗିଛନ୍ତି। ତେଣୁ ଏ କ୍ଷେତ୍ରରେ ଦିଲ୍ଲୀ ଆର୍ଶିବାଦ ନ ଥିଲେ ତାହା କେବେ ସମ୍ଭବ ହୁଅନ୍ତା ନାହିଁ।

ତେବେ ଏହାର କାରଣରେ ଏତିକି ଅନୁମାନ କରାଯାଇପାରେ ଯେ, ଧର୍ମେନ୍ଦ୍ରଙ୍କୁ ରାଜ୍ୟ ସଂଗଠନ କରିବା ପାଇଁ ଯେଉଁ ଭଲି ଶକ୍ତି ପ୍ରଦାନ କରାଯାଇଥିଲା, ସେଥିରେ ସେ ସଫଳ ହୋଇପାରିଲେ ନାହିଁ। ଧର୍ମେନ୍ଦ୍ର ଓଡିଶାରେ ଜଣେ ଫେଲ୍ ନେତା ଭାବେ ପରିଚିତ ହେଲେ। ବାରମ୍ବାର ନିର୍ବାଚନ ଆଉ ଉପନିର୍ବାଚନରେ ହାରିବା ଦ୍ବାରା ତାଙ୍କର ସଂଗଠନ ପ୍ରତି ଦିଲ୍ଲୀର ସନ୍ଦେହ ସୃଷ୍ଟି ହେଲା। ଫଳରେ ତାଙ୍କୁ ଶିକ୍ଷା ଦେଇ ବର୍ତ୍ତମାନ ଅପରାଜିତାଙ୍କୁ କେନ୍ଦ୍ରୀୟ ନେତୃତ୍ବ ଆଗକୁ ଆଣିଛନ୍ତି।

ତେବେ ଏହା ନିଶ୍ଚିତ କୁହାଯାଇ ପାରିବ ଯେ, ଯେ ପର୍ଯ୍ୟନ୍ତ ଧର୍ମେନ୍ଦ୍ର ଶକ୍ତିଶାଳି ଥିବେ ସେ ପର୍ଯ୍ୟନ୍ତ ଅପରାଜିତାଙ୍କୁ ସଂଗଠନ କରିବା ଭରୀ କଷ୍ଟକର ହେବ। ତଥାପି ଅପରାଜିତା ଯେତିକି ସଂଗଠନ କରୁଛନ୍ତି ତାହାକୁ ନେଇ ରାଜ୍ୟ ବିଜେପିର ବହୁ ତୁଙ୍ଗ ନେତା ଖାଲି ଦାନ୍ତ କଡମଡ କରିବା ଛଡା ଆଉ କିଛି କରିପାରୁ ନାହାଁନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଅପରାଜିତାଙ୍କ ଉପରକୁ ଅଣ୍ଡାମାଡ ଘଟଣା, ସରକାରଙ୍କୁ ଟାର୍ଗେଟ କଲେ ସାଂସଦ

ଭୁବନେଶ୍ବର: ଗତକାଲି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଅଣ୍ଡାମାଡ ଘଟଣାରେ ଆଜି ସରକାରଙ୍କୁ ସେ ଟାର୍ଗେଟ କରିଛନ୍ତି। ଭୁବନେଶ୍ବରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ବିଜେଡି କର୍ମିଙ୍କୁ ଦାୟୀ କରିଛନ୍ତି। ସେ କହିଛନ୍ତି ଯେ ଗତକାଲି ତାଙ୍କୁ ବିଜେଡି କର୍ମିମାନେ ଅଣ୍ଡାମାଡ ଟେକାମାଡ କରିଥିଲେ। ସେମାନେ କୌଣସି ଦରଦାମ ବୃଦ୍ଧି ସ୍ଲୋଗାନ ଦେଇ ନ ଥିଲେ।

ଏପରି ଆକ୍ରମଣ ଏକ ଯୋଜନାବଦ୍ଧ ଥିଲା ବୋଲି ସାଂସଦ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ଜଣେ ମହିଳା ସାଂସଦ ଭାବେ ମୋତେ କାମ କରିବାର ସୁଯୋଗ ଦିଆଯାଉ ନାହିଁ। ମୋତେ ହଇରାଣ କରିବା ପାଇଁ ବିଜେଡି ଅନ୍ୟ ୱାର୍ଡର କର୍ମିଙ୍କୁ ଆଣି ଏହି କାର୍ଯ୍ୟରେ ନିୟୋଜିତ କରିଥିଲା। ବର୍ତ୍ତମାନ ଭୁବନେଶ୍ବରରେ ବୁଲିବା ମୋ ପାଇଁ ସୁରକ୍ଷିତ ନୁହେଁ। ମୋତେ ସୁରକ୍ଷା ଯୋଗାଇ ଦିଆଯାଉ ବୋଲି ଅପରାଜିତା ଦାବି କରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ବିଏମସିର ପୂର୍ବତନ କମିଶନର,ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ କହୁଛନ୍ତି, ରାଜଧାନୀ ସ୍ଥିତି ବେହାଲ

ଭୁବନେଶ୍ବର: ଗତକାଲିଠାରୁ ରାଜଧାନୀରେ ପ୍ରବଳ ବର୍ଷା ଜାରି ରହିଛି। କେବଳ ରାଜଧାନୀ ନୁହେଁ ଅଧା ଓଡିଶାରେ ଏହି ବର୍ଷା ଲାଗି ରହିଛି। ଏପରି ବର୍ଷାରେ ରାଜଧାନୀର ଅବସ୍ଥା ସାଂଘାତିକ ହୋଇପଡିଛି। ଏହି ଭଳି ଏକ ପରିସ୍ଥିତିକୁ ନେଇ ଆରମ୍ଭ ହୋଇଛି ରାଜନୀତି। ଆଉ ସେ ରାଜନୀତି କରିଛନ୍ତି ଖୋଦ୍ ବିଏମସିର ପୂର୍ବତନ କମିସନର ତଥା ବର୍ତ୍ତମାନ ଭୁବନେଶ୍ବରର ସାଂସଦ ଅପରାଜିତା ଷଡଙ୍ଗୀ। ବର୍ଷାରେ ରାଜଧାନୀର ଅବସ୍ଥା କିପରି ହୋଇଛି ତାହାର ଫଟୋ ନିଜ ସାମାଜିକ ଗଣମାଧ୍ୟମରେ ପୋଷ୍ଟିଂ କରିବାରେ ଲାଗିଛନ୍ତି।

ସେତିକି ନୁହେଁ ଗଣମାଧ୍ୟମ ଆଗରେ ଭୁବନେଶ୍ବରର ଏପରି ଅବସ୍ଥାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିବାରେ ଲାଗିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୁମ୍ଭକର୍ଣ୍ଣ ନିଦ୍ରାରୁ ଉଠନ୍ତୁ ବୋଲି କହିଛନ୍ତି। ପ୍ରକୃତରେ ଭୁବନେଶ୍ବରର ଅବସ୍ଥା ଯାହା ଏହାକୁ ଯେ କେହି ନିନ୍ଦା କରିବ ଏଥିରେ ସନ୍ଦେହ ନାହିଁ। ହେଲେ ଖୋଦ ଭୁବନେଶ୍ବର ସାଂସଦ ଏପରି କହିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଭୁବନେଶ୍ବରର ଏପରି ଅବସ୍ଥାରେ ସାଂସଦ ଅପରାଜିତା ମଧ୍ୟ ସମ ପରିମାଣରେ ଦାୟୀ, ଏ କଥା ବୋଧହୁଏ ସେ ଭୁଲି ଯାଉଛନ୍ତି। କାରଣ ନିଜ ସାଂସଦ ପାଣ୍ଠିରୁ ଆର୍ଥିକ ସହାୟତା ଦେଇଥିଲେ ହୁଏତ ଅବସ୍ଥା ଏତେ ସାଂଘାତିକ ହୋଇ ନ ଥାଆନ୍ତା। ଏ କଥା ବୋଧହୁଏ ସାଂସଦ ଅପରାଜିତା ଷଡଙ୍ଗୀ ଜାଣିପାରୁ ନାହାଁନ୍ତି।

କେବଳ ସାଂସଦ ହିସାବରେ ନୁହେଁ, ସେ ଭୁବନେଶ୍ବର ମହାନଗର ନିଗମର ପୂର୍ବତନ କମିଶନର ଭାବେ ମଧ୍ୟ ଏହି ଅବସ୍ଥା ପାଇଁ ଦାୟି ରହିବେ। କାରଣ ସେ ଯେତେବେଳେ କମିସନର ଥିଲେ ଭଲ କାମ କରିଛନ୍ତି ବୋଲି ବେଶ ପ୍ରଚାର ପ୍ରସାର କରାଯାଇଥିଲା। ସେହି ଭଲ କାମର ଅବସ୍ଥା କଣ ତାହା ଅପରାଜିତା ନିଜେ ବର୍ତ୍ତମାନ ହୃଦବୋଧ କରୁଥିବେ। ହେଲେ ଏପରି ଅବସ୍ଥାରେ ସେ ନିଜକୁ କାହିଁକି ଦୋଷମୁକ୍ତ କରୁଛନ୍ତି ତାହା ବୁଝି ହେଉ ନାହିଁ।

ନିଜେ ଯେଉଁ ଅଞ୍ଚଳର କମିସନର ଥିଲେ ଏବଂ ବର୍ତ୍ତମାନ ଯେଉଁ ଅଞ୍ଚଳର ସାଂସଦ ଅଛନ୍ତି ସେହି ଅଞ୍ଚଳର ବେହାଲ ଅବସ୍ଥାକୁ ସେ ଲୋକଲୋଚନକୁ ଆଣୁଛନ୍ତି। ଅର୍ଥାତ ନିଜ ଗୋଡରେ ନିଜେ କୁରାଢି ମାରୁଛନ୍ତି ଅପରାଜିତ ଷଡଙ୍ଗୀ। ତାଙ୍କୁ ଲୋକେ ଭୋଟ ଦେଇ ନ ଥିଲେ ଯେ ସେମାନେ ବର୍ଷାରେ ବୁଡି ରହିଥିବା ବେଳେ ତାହାର ଫଟୋ ସାମାଜିକ ଗଣମାଧ୍ୟମରେ ପ୍ରସାର କରାଇବା। ତାଙ୍କୁ ଭୋଟ ଦେଇ ନ ଥିଲେ ଯେ, କେବଳ ରାଜ୍ୟ ସରକାରଙ୍କୁ ଦାୟୀ କରି ନିଜେ ଦୋଷ ମୁକ୍ତ ହେବା।

ଏହି ସମ୍ବେଦନଶୀଳ ଘଟଣାରେ ଏପରି ଭୂମିକା ନିର୍ବାହ କରିବା ଏକ ଅପରିପକ୍ବ ନେତ୍ରୀ ଭାବେ ଅପରାଜିତା ନିଜକୁ ପ୍ରମାଣିତ କରାଉଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଅପରାଜିତା ଷଡଙ୍ଗୀଙ୍କ ନିଖୋଜ ପୋଷ୍ଟର ମାରିବା ଘଟଣା: ଗିରଫ ହେଲେ ସାଂସଦଙ୍କ ଦୁଇ ବିଶ୍ଵସ୍ତ

ଭୁବନେଶ୍ବର: ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ନିଖୋଜ ପୋଷ୍ଟର ମାରି ଦୁଇଜଣ ଗିରଫ ହୋଇଥିବା ସୂଚନା ରହିଛି। ଅପରାଜିତାଙ୍କ ଘନିଷ୍ଠ ଥିବା ଦୁଇ ଜଣ ଗିରଫ ହୋଇଥିବା ସୂଚନା ରହିଛି। ସେହି ଦୁଇ ଜଣଙ୍କ ମଧ୍ୟରୁ ଜଣେ ସାଂସଦଙ୍କ ବ୍ୟକ୍ତିଗତ ସହାୟକ ଏବଂ ଆଉ ଜଣେ ଅତି ପାଖାପାଖି ଲୋକ ବୋଲି କୁହାଯାଉଛି। ସେମାନେ ହେଲେ ଧନେଶ୍ୱର ବାରିକ ଏବଂ ଜ୍ୟୋତିରଞ୍ଜନ ପଣ୍ଡା। ଏହି ଦୁଇ ଜଣଙ୍କ ଗିରଫ ନେଇ କାରଣ ସ୍ପଷ୍ଟ ହୋଇନଥିବା ବେଳେ ନିଜର ବିଶ୍ଵସ୍ତ ଲୋକେ ଏଭଳି କାର୍ଯ୍ୟ କରି ଗିରଫ ହୋଇଥିବା କେତେକ ଗଣମାଧ୍ୟମରେ ପ୍ରକାଶ ପାଇଛି। ସେପଟେ ପୋଷ୍ଟର ମରାକୁ ନେଇ ଗଣ୍ଡଗୋଳ କାରଣରୁ ଉଭୟଙ୍କୁ ଗିରଫ କରାଯାଇଥିବା ମଧ୍ୟ କୁହାଯାଉଛି।

ଉଲ୍ଲେଖ ଯୋଗ୍ୟ, ଦିଲ୍ଲୀରେ ସଂସଦ ଅଧିବେଶନ ଚାଲିଥିବା ସମୟରେ ଅପରାଜିତା ସେଠାରେ ଉପସ୍ଥିତ ଅଛନ୍ତି। କିନ୍ତୁ ସେହି ସମୟରେ ଭୁବନେଶ୍ବର ସାଂସଦଙ୍କ ଫଟୋ ଥାଇ ପୁରୁଣା ଭୁବନେଶ୍ୱରର ଅନେକ ସ୍ଥାନରେ ପୋଷ୍ଟର ଲଗାଯାଇଥିଲା। ସେହି ପୋଷ୍ଟରରେ ସାଂସଦ ନିଖୋଜ ଲେଖା ହେବା ସହ ଏକାମ୍ର କ୍ଷେତ୍ର ବାଇ-ଲ’ ପ୍ରସଙ୍ଗରେ ମୁହଁ କେବେ ଖୋଲିବେ ବୋଲି ଲେଖାଯାଇଥିଲା। ହେଲେ ଏହି ନିଖୋଜ ପୋଷ୍ଟର ମାରିବା ଘଟଣାରେ ପ୍ରତିକ୍ରିୟା ରଖି ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଭୁବନେଶ୍ୱରବାସୀ ତାଙ୍କୁ ଖୋଜୁଥିବା ଜାଣି ସେ ଖୁସି। ସଂସଦର ଅଧିବେସନ ସରିବା ପରେ ଭୁବନେଶ୍ୱର ଯାଇ ଏକ୍ରାମ ସ୍ଥିତି ଅନୁଧ୍ୟାନ କରିବେ।

Categories
ଆଜିର ଖବର ରାଜ୍ୟ ଖବର

ଏକାମ୍ର କ୍ଷେତ୍ରରେ ଏନ୍‌ଏମ୍‌ଏ ଅଧିନିୟମ ପ୍ରସଙ୍ଗରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ସମାଲୋଚନା

ଭୁବନେଶ୍ବର: ମନ୍ତ୍ରୀ ଅଶୋକ ପଣ୍ଡା ଟୁଇଟ ଯୋଗେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ସମାଲୋଚନା କରିଛନ୍ତି। ସେ ଏକାମ୍ର କ୍ଷେତ୍ରର ଅନନ୍ତ ବାସୁଦେବ, ବ୍ରହ୍ମେଶ୍ବର ମନ୍ଦିର ପାଇଁ ଏନ୍‌ଏମ୍‌ଏ ଅଧିନିୟମ ପ୍ରସଙ୍ଗରେ ଅପରାଜିତାଙ୍କୁ ସମାଲୋଚନା କରିଛନ୍ତି। ଏହି ପ୍ରସଙ୍ଗରେ ସାଂସଦଙ୍କ ନିରବତା ତାଙ୍କ ପ୍ରତିବଦ୍ଧତା ଉପରେ ପ୍ରଶ୍ନ ଉଠାଇଛି। ‘ଏକାମ୍ର କ୍ଷେତ୍ର ବିକାଶର ବାଧକଙ୍କୁ ଲୋକେ କ୍ଷମା ଦେବେନି।’ ମନ୍ତ୍ରୀ ଅଶୋକ ପଣ୍ଡା ଏନେଇ ନିଜର ଟୁଇଟର ଆକାଉଣ୍ଟରେ ଲେଖି ସାଂସଦ ଅପରାଜିତାଙ୍କୁ ଟାର୍ଗେଟ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କୁହୁଡିରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଜନସମ୍ପର୍କ ପଦଯାତ୍ରା

ସୀତାରାମ ଅଗ୍ରୱାଲ

ଟାଙ୍ଗୀ :  ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ନିଜ ସଂସଦୀୟ କ୍ଷେତ୍ର ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ଜନସଂପର୍କ ପଦଯାତ୍ରା କରିଛନ୍ତି। ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ଟାଙ୍ଗୀ ବ୍ଲକ କୁଞ୍ଜୁରୀ ଗ୍ରାମପଞ୍ଚାୟତର ଜୟ ମଙ୍ଗଳପୁରଠାରେ ଆଜି ସାଂସଦ ଜନସମ୍ପର୍କ ପଦ ଯାତ୍ରା ଆରମ୍ଭ କରିଛନ୍ତି । ଜୟମଙ୍ଗଳପୁରଠାରେ ଲୋକଙ୍କ ପାଖରେ ପହଁଚି କିଛି ଲୋକଙ୍କ ସମସ୍ୟା ସୁବିଧା, ଅସୁବିଧା,କେନ୍ଦ୍ର ସରକାର ଦେଉଥିବା ବିଭିନ୍ନ କେନ୍ଦ୍ରୀୟ ଯୋଜନା ଯୋଗ୍ୟହିତାଧିକାରୀ ମାନେ ପାଉଛନ୍ତି ନା ନାହିଁ ସେ ସବୁକୁ ସମୀକ୍ଷା କରି ବୁଝିଥିଲେ ଓ ଗ୍ରାମ ପରିକ୍ରମା କରିଥିଲେ।

ଗ୍ରାମରେ ଅନେକ ଦିନରୁ ରାସ୍ତା ନିର୍ମାଣ ହୋଇନଥିବା ଓ ଯୋଗ୍ୟ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବାର୍ଦ୍ଧକ୍ୟ ଓ ବିଧବାଭତ୍ତା ପାଇ ନଥିବା ଅଭିଯୋଗ ସାସଂଦଙ୍କ ନିକଟକୁ ବହୁ ଲୋକେ ନେଇ ଆସିଥିଲେ। ସରକାରୀ ଯୋଜନାରୁ ବଂଚିତ ଥିବା ଲୋକମାନେ କିଭଳି ସୁବିଧା ପାଇପାରିବେ ସେ ସଂପର୍କରେ ଲୋକଙ୍କ ସହିତ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଆଲୋଚନା କରିଥିଲେ। ଜନସଂପର୍କ ପଦଯାତ୍ରାରେ ସାଂସଦଙ୍କ ସହିତ  ବିଜେପି ଜିଲ୍ଲା ସଭାପତି, ଜିଲ୍ଲା ସଂଯୋଜକ, ଟାଙ୍ଗୀ ବ୍ଲକ ସାଂସଦ ପ୍ରତିନିଧି, ସ୍ଥାନୀୟ ସରପଞ୍ଚ, ସମିତିସଭ୍ୟ, ମଣ୍ଡଳ ସଭାପତି ଓ ବିଜେପିର ଛାମୁଆ କର୍ମୀମାନେ ସାମିଲ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଅଭିନେତ୍ରୀ ତଥା ବିଜେପି ନେତ୍ରୀ ଅନୁଙ୍କ କ୍ବାରଣ୍ଟାଇନ କେନ୍ଦ୍ର ଗସ୍ତକୁ ନେଇ ବିଭିନ୍ନ ମହଲରେ ସମାଲୋଚନା

ବେଗୁନିଆ, ଓଡିଆ ଫେରନ୍ତାଙ୍କ ପାଇଁ ବେଗୁନିଆ ନିର୍ବାଚନ ମଣ୍ଡଳିରେ କରାଯାଇଥିବା କ୍ବାରଣ୍ଟାଇନ କେନ୍ଦ୍ରଗୁଡିକୁ ଅନୁଧ୍ୟାନ କରିଛନ୍ତି ଅଭିନେତ୍ରୀ ତଥା ବିଜେପି ନେତ୍ରୀ ଅନୁ ଚୈଧୁରୀ। ତେବେ ସେ ଭୁବନେଶ୍ବର ସାଂସଦ ଅପରାଜିତଙ୍କ ନିର୍ଦ୍ଦେଶରେ ଏବଂ ତାଙ୍କ ପ୍ରତିନିଧି ଭାବେ ଏହି ଗସ୍ତ କରିଛନ୍ତି। ଅନୁ ଗତକାଲି ବେଗୁନିଆ ଏବଂ ବୋଲଗଡର 9ଟି ଗ୍ରାମ ପଞ୍ଚାୟତ ଭ୍ରମଣ କରି ଏହି କେନ୍ଦ୍ରଗୁଡିକ ବୁଲି ଦେଖିଥିଲେ।
ତେବେ ଅନୁ ଏହି ଗସ୍ତ ସମୟରେ ସାମାଜିକ ଦୂରତା ସହିତ ମାସ୍କ ପିନ୍ଧିଛନ୍ତି ସତ ହେଲେ ତାଙ୍କ ଗସ୍ତକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି। କାରଣ ବର୍ତ୍ତମାନ ପରିସ୍ଥିତିରେ ରାଜ୍ୟ ସରକାରଙ୍କ କରୋନା ମୁକାବିଲାକୁ କୌଣସି ନେତା ରାଜନୀତିକରଣ କରୁ ନାହିଁନ୍ତି। ବିପଦ ପରିସ୍ଥିତରେ ନେତାମାନେ ଆରୋପ ପ୍ରତିଆରୋପରୁ ନିଜକୁ ଦୂରେଇ ରଖିଛନ୍ତି। ହେଲେ ସାଂସଦ ଅପରାଜିତା ଷଡଙ୍ଗୀ ଅନୁଙ୍କୁ ଏପରି ନିର୍ଦ୍ଦେଶ କିପରି ଦେଲେ ତାହା ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

 

Categories
ବିଶେଷ ଖବର

ଅଡୁଆରେ ସାଂସଦ ଅପରାଜିତା ଷଡଙ୍ଗୀ, ସାଂସଦ ନୋମିନ୍ ପଦରୁ ଇସ୍ତଫା ଦେଲେ ବରିଷ୍ଠ ନେତା ପୂର୍ଣ୍ଣଚନ୍ଦ୍ର ମଲ୍ଲିକ

ଭୁବନେଶ୍ବର, ବର୍ତ୍ତମାନ ଏକ ଅଡୁଆ ପରିସ୍ଥିତିରେ ପଡିଯାଇଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ। ନିକଟରେ ବେଗୁନିଆ ନିର୍ବାଚନ ମଣ୍ଡଳୀର ସାଂସଦ ନୋମିନ୍ ଋଷଭ ନନ୍ଦଙ୍କୁ ବହିସ୍କାର କରି ଅନୁ ଚୌଧୁରୀଙ୍କୁ ନିଯୁକ୍ତି ଦେଲେ। ସେହିପରି ଜୟଦେବ ନିର୍ବାଚନ ମଣ୍ଡଳୀରୁ ସାଂସଦ ନୋମିନ ପଦବୀର ଇସ୍ତଫା ଦେଇଛନ୍ତି ବିଜେପିର ବରିଷ୍ଠ ନେତା ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ। ଅପରାଜିତା ସାଂସଦ ଭାବେ ନିର୍ବାଚିତ ହେବା ପରେ ଜୟଦେବ ନିର୍ବାଚନ ମଣ୍ଡଳୀର ତାଙ୍କର ନୋମିନ୍ ଭାବେ ପୂର୍ଣ୍ଣଚନ୍ଦ୍ର ମଲ୍ଲିକଙ୍କୁ ନିଯୁକ୍ତି ଦେଇଥିଲେ। ହେଲେ ମାତ୍ର 8 ମାସ ପରେ ହଠାତ୍ ସାଂସଦଙ୍କ ନୋମିନ ପଦବୀରୁ ଇସ୍ତଫା ଦେଲେ ପୂର୍ଣ୍ଣଚନ୍ଦ୍ର। ଏ ସଂପର୍କରେ ପୂର୍ଣ୍ଣଚନ୍ଦ୍ର କୌଣସି ବିବୃତି ଦେଇ ନ ଥିଲେ ମଧ୍ୟ ଏକ ଲମ୍ବା ଇସ୍ତଫା ପତ୍ର ଅପରାଜିତାଙ୍କ ପାଖକୁ ପଠାଇ ଦେଇଛନ୍ତି ।

ଘଟଣାରୁ ଜଣାପଡିଛି ଯେ, ଅପରାଜିତା କୁଆଡେ ପୁରୁଣା ନେତାମାନଙ୍କୁ ପସନ୍ଦ କରୁ ନାହାଁନ୍ତି। ଥରେ ସେ ପୂର୍ଣ୍ଣଚନ୍ଦ୍ରଙ୍କୁ ଡାକି ପରୋକ୍ଷରେ ବର୍ତ୍ତମାନ ଜୟଦେବ ନିର୍ବାଚନ ମଣ୍ଡଳୀ ପାଇଁ ଜଣେ ଭଲ ଲୋକଙ୍କୁ ନେବାକୁ ପରୀକ୍ଷା କରୁଛି ବୋଲି କହିଲେ। ଏହି କଥାଟି କୁଆଡେ ପୂର୍ଣ୍ଣଚନ୍ଦ୍ରଙ୍କୁ ଭଲ ଲାଗିଲା ନାହିଁ। ସେ ନିଜେ ତାଙ୍କର ନୋମିନ ଭାବେ କାମ କରୁଛନ୍ତି ପୁଣି ଜଣେ ଭଲ ଲୋକର କଣ ଆବଶ୍ୟକ ପଡିଲା ବୋଲି ପୂର୍ଣ୍ଣଚନ୍ଦ୍ର ଅପରାଜିତାଙ୍କୁ ଅବଗତ କରାଇଥିଲେ। ହେଲେ ଅପରାଜିତାଙ୍କ ଏପରି କହିବା ପୂର୍ଣ୍ଣଚନ୍ଦ୍ରଙ୍କୁ ଭଲ ଲାଗି ନ ଥିଲା। ସେ ଘରକୁ ଆସି ଏକ ଲମ୍ବା ଇସ୍ତଫା ପତ୍ର ଲେଖି ଅପରାଜିତାଙ୍କ ପାଖକୁ ପଠାଦେଲେ।

ପୂର୍ଣ୍ଣଚନ୍ଦ୍ର ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ମ୍ୟାଡମ ମୁଁ ରାଜନୀତିକୁ ଆସିବା ପୂର୍ବରୁ ପ୍ରଫେସର ଭାବେ କାମ କରୁଥିଲି। ସେହି ସମୟରେ ମୁଁ ନିଜେ ଅନେକ ପରୀକ୍ଷା ପରିଚାଳନା କରିଛି। ତେଣୁ ପରୀକ୍ଷା ପରିଚାଳନା କରୁଥିବା ଲୋକ ଆଉ ପରୀକ୍ଷା ଦେବାର ଆବଶ୍ୟକତା ନାହିଁ। ତଥାପି ଜୀବନ ସାରା ପରୀକ୍ଷା ଦିଆଯାଏ। ଆପଣ ପରୀକ୍ଷା କରନ୍ତୁ, ହେଲେ ତା ପୂର୍ବରୁ ଆପଣଙ୍କ ନୋମିନ ପଦରୁ ମୋତେ ଅବ୍ୟାହିତ ଦିଅନ୍ତୁ। ଏହି ଚିଠି ବର୍ତ୍ତମାନ ବିଜେପିର ଗୋଟିଏ ଗୋଷ୍ଠୀ ନେତାଙ୍କ ମଧ୍ୟରେ ବେଶ୍ ଆଲୋଚନାର ବିଷୟ ପାଲଟିଛି।

ପୂର୍ବରୁ ଅପରାଜିତା, ବେଗୁନିଆ ନିର୍ବାଚନ ମଣ୍ଡଳୀର ନୋମିନ୍ ପଦବୀରୁ ଋଷଭ ନନ୍ଦଙ୍କୁ ବହିସ୍କାର କରି ତାଙ୍କ ସ୍ଥାନରେ ଚଳଚିତ୍ର ଅଭିନେତ୍ରୀ ଅନୁ ଚୈଧୁରୀଙ୍କୁ ନିଯୁକ୍ତି ଦେଇଥିଲେ। ଏ ସଂପର୍କରେ ଋଷଭଙ୍କୁ କୈଣସି କୈଫତ ମଧ୍ୟ ମଗା ଯାଇ ନ ଥିଲା। ହେଲେ ଭିତିରିଆ ଖବର ଅନୁସାରେ ଋଷଭଙ୍କ ଏକ ଭଏସ ମେସେଜ ତାଙ୍କ ବହିସ୍କାର ପାଇଁ କାରଣ ହେଲା ବୋଲି କୁହାଯାଉଛି। ସେହି ଭଏସ ମେସେଜରେ ଋଷଭ କୁଆଡେ ତାଙ୍କ ମିଟିଂରେ ବୋମା ଫୁଟାଅ ବୋଲି କହିଥିଲେ। ସେଥିରେ ସେ କାହା ମିଟିଂ ବୋଲି ନାମ ନେଇ ନ ଥିଲେ ମଧ୍ୟ ତାହା ଅପରାଜିତାଙ୍କ ମିଟିଂ ବୋଲି ଅନେକ ଗ୍ରହଣ କରଥିଲେ। ଏହି ଖବର ଅପରାଜିତାଙ୍କ ପାଖକୁ ଆସିବା ପରେ ସେ କୁଆଡେ ତାଙ୍କୁ ତୁରନ୍ତ ବହିସ୍କାର କରି ଅନୁଙ୍କୁ ନିଯୁକ୍ତି ଦେଇଦେଲେ।

ଦିନକୁ ଦିନ ଅପରାଜିତାଙ୍କ ଏପରି କଡା ଶାସନକୁ ନେଇ ଅନେକ ବିଜେପି ନେତା ବିତସ୍ପୃହ ହୋଇପଡିଲେଣି ବୋଲି ଜଣାପଡିଛି। ତାଙ୍କର ଏହି ମନମୁଖୀ ନିଷ୍ପତି ଯୋଗୁଁ ଆଜି ପର୍ଯ୍ୟନ୍ତ ଦଳର ଭୁବନେଶ୍ବର ଜିଲ୍ଲା ସଭାପତି ଭାବେ କାହାକୁ ନିଯୁକ୍ତି ଦିଆଯାଇ ପାରୁ ନାହିଁ। ସେହିପରି ତାଙ୍କ ବିଧାନସଭା ନିର୍ବାଚନ ମଣ୍ଡଳୀର ସଭାପତି ନେଇ ଅପରାଜିତା ଅଡି ବସିବାରୁ ତାଙ୍କ ଅନୁସାରେ ସେଠାରେ ସଭାପତିଙ୍କୁ ନିଯୁକ୍ତି ଦିଆଯାଇଛି। କିନ୍ତୁ ଭୁବନେଶ୍ବର ପାଇଁ ଅଙ୍କ ଛିଣ୍ଡି ନ ଥିବାରୁ ଏ ପର୍ଯ୍ୟନ୍ତ କାହାକୁ ସଭାପତି ଭାବେ ନିଯୁକ୍ତି ଦିଆଯାଇ ପାରୁ ନାହିଁ।

ସାଂସଦ ହେବାର ମାତ୍ର ବର୍ଷଟିଏ ବିତି ନାହିଁ, ହେଲେ ଅପରାଜିତାଙ୍କ ଏପରି ଆକ୍ସନ ମୋଡ୍ ରେ କାମ କରିବାକୁ ନେଇ ବହୁ ବେଜିପି ନେତା ସହଜରେ ଗ୍ରହଣ କରିପାରୁ ନାହାଁନ୍ତି। ହେଲେ ଅପରାଜିତା ସିଧା କେନ୍ଦ୍ରୀୟ ନେତୃବୃନ୍ଦଙ୍କ ସହ ଯୋଗାଯୋଗରେ ଥିବାରୁ ତାଙ୍କ ବିରୋଧରେ ଦଳର ପାୱାର ଫୁଲ ଗୋଷ୍ଠୀ ମଧ୍ୟ କରିଛି କରିପାରୁ ନାହିଁନ୍ତି। ଫଳରେ ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ଥିବା ବିଜେପିର ପୁରୁଣା ନେତାମାନେ ଅପରାଜିତାଙ୍କଠାରୁ ଦୂରେଇବାକୁ ବସିଲେଣି।

Categories
ବିଶେଷ ଖବର ରାଜ୍ୟ ଖବର

ସୁରାଟ ବିମାନ ବନ୍ଦର ନିକଟରେ ଅପରାଜିତା ଷଡଙ୍ଗୀଙ୍କୁ ସ୍ବାଗତ କରିବା ପାଇଁ ଲାଗିଲା ବିରାଟ ହୋଡିଂ, ରାଜନୈତିକ ଚର୍ଚ୍ଚା ଆରମ୍ଭ

ଭୁବନେଶ୍ବର: ଏୟାର ଇଣ୍ଡିଆ ଆସନ୍ତା  ୨୦ ତାରିଖରୁ ଭୁବନେଶ୍ବରରୁ ସୁରାଟ ସିଧା ବିମାନ ଚଳାଚଳ ଆରମ୍ଭ କରିବ। ସେଥିପାଇଁ ସୁରାଟରେ ଥିବା ଓଡିଆ ସମାଜ ପକ୍ଷରୁ କରାଯାଇଛି ଏକ ବିରାଟ ଆୟୋଜନ। ଏଥିରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ସ୍ବାଗତ କରିବା ପାଇଁ ଏହି ଆୟୋଜନର ମୂଳ ଲକ୍ଷ୍ୟ। ତେବେ ଖାଲି ଆୟୋଜନ ନୁହେଁ ଅପରାଜିତାଙ୍କୁ ସ୍ବାଗତ କରିବା ପାଇଁ ସୁରଟ ବିମାନ ବନ୍ଦର ବାହାରେ ଲଗାଯାଇଛି ଏକ ବିରାଟ ହୋଡିଂ। ଯେଉଁଥିରେ ଖୋଦ ଅପରାଜିତାଙ୍କ ଫଟୋ ସହିତ ଗୁଜୁରାଟ ମନ୍ତ୍ରୀମାନଙ୍କ ଫଟୋ ମଧ୍ୟ ରହିଛି।ସୁରଟରେ ଓଡିଆ ସମାଜ ତରଫରୁ ଏକ ସଭାର ମଧ୍ୟ ଆୟୋଜନ କରାଯାଇଛି। ଏଥିରେ ଅନ୍ୟତମ ଅତିଥି ଭାବେ ଅପରାଜିତା ଯୋଗଦେବା ସହିତ ଓଡିଆ ଲୋକଙ୍କ ସହିତ ଆଲୋଚନା କରିବେ।

ପୂର୍ବରୁ କେନ୍ଦ୍ର ସରକାରଙ୍କ ସମସ୍ତ ଓଡିଶା ଯୋଜନାର ଶ୍ରେୟ କେବଳ ଜଣଙ୍କ ପାଖକୁ ଯାଉଥିଲା। ସେ ହେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତାଙ୍କ ବିନା ଓଡିଶାରେ କୌଣସି କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରୀ ହୋଇପାରୁ ନ ଥିଲା। ହେଲେ ସେଥିରୁ କିଛି ଭାଗ ଶ୍ରେୟ ଧିରେ ଧିରେ  ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ନେବାରେ ସଫଳ ହୋଇପାରୁଛନ୍ତି। ସେହି ହିସାବରେ ଭୁବନେଶ୍ବରରୁ ସୁରାଟ ବିମାନ ଚଳାଚଳର ସମସ୍ତ ଶ୍ରେୟ କେବଳ ଅପରାଜିତାଙ୍କ ନିକଟକୁ ଯାଉଛି। ପୂର୍ବରୁ ଯେଉଁଦିନ ଏହି ଘୋଷଣା ହେଲା ସେହିଦିନ ମଧ୍ୟ ଓଡିଶା ବିଜେପିର ତୁଙ୍ଗ ନେତା ତଥା ଦୁଇ କେନ୍ଦ୍ର ମନ୍ତ୍ରୀ ଏ ସଂପର୍କର ଜାଣିପାରି ନ ଥିଲେ। ନିଜେ ଅପରାଜିତା କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଭେଟି ଏହାର ଘୋଷଣା କରାଇବା ସହିତ ତାଙ୍କୁ ଧନ୍ୟବାଦ ମଧ୍ୟ ଦେଇଥିଲେ।

ସୁରଟକୁ ଭୁବନେଶ୍ବରରୁ ସିଧା ବିମାନ ଯିବା ନିଶ୍ଚିତ ଖୁସିର କଥା ହେଲେ ଏହା ରାଜନୈତିକ ମହଲରେ ବେଶ୍ ଚର୍ଚ୍ଚା ଚାଲିଛି।