Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଅଡୁଆରେ ସାଂସଦ ଅପରାଜିତା ଷଡଙ୍ଗୀ, ସାଂସଦ ନୋମିନ୍ ପଦରୁ ଇସ୍ତଫା ଦେଲେ ବରିଷ୍ଠ ନେତା ପୂର୍ଣ୍ଣଚନ୍ଦ୍ର ମଲ୍ଲିକ
ବିଶେଷ ଖବର

ଅଡୁଆରେ ସାଂସଦ ଅପରାଜିତା ଷଡଙ୍ଗୀ, ସାଂସଦ ନୋମିନ୍ ପଦରୁ ଇସ୍ତଫା ଦେଲେ ବରିଷ୍ଠ ନେତା ପୂର୍ଣ୍ଣଚନ୍ଦ୍ର ମଲ୍ଲିକ

February 25, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର, ବର୍ତ୍ତମାନ ଏକ ଅଡୁଆ ପରିସ୍ଥିତିରେ ପଡିଯାଇଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ। ନିକଟରେ ବେଗୁନିଆ ନିର୍ବାଚନ ମଣ୍ଡଳୀର ସାଂସଦ ନୋମିନ୍ ଋଷଭ ନନ୍ଦଙ୍କୁ ବହିସ୍କାର କରି ଅନୁ ଚୌଧୁରୀଙ୍କୁ ନିଯୁକ୍ତି ଦେଲେ। ସେହିପରି ଜୟଦେବ ନିର୍ବାଚନ ମଣ୍ଡଳୀରୁ ସାଂସଦ ନୋମିନ ପଦବୀର ଇସ୍ତଫା ଦେଇଛନ୍ତି ବିଜେପିର ବରିଷ୍ଠ ନେତା ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ। ଅପରାଜିତା ସାଂସଦ ଭାବେ ନିର୍ବାଚିତ ହେବା ପରେ ଜୟଦେବ ନିର୍ବାଚନ ମଣ୍ଡଳୀର ତାଙ୍କର ନୋମିନ୍ ଭାବେ ପୂର୍ଣ୍ଣଚନ୍ଦ୍ର ମଲ୍ଲିକଙ୍କୁ ନିଯୁକ୍ତି ଦେଇଥିଲେ। ହେଲେ ମାତ୍ର 8 ମାସ ପରେ ହଠାତ୍ ସାଂସଦଙ୍କ ନୋମିନ ପଦବୀରୁ ଇସ୍ତଫା ଦେଲେ ପୂର୍ଣ୍ଣଚନ୍ଦ୍ର। ଏ ସଂପର୍କରେ ପୂର୍ଣ୍ଣଚନ୍ଦ୍ର କୌଣସି ବିବୃତି ଦେଇ ନ ଥିଲେ ମଧ୍ୟ ଏକ ଲମ୍ବା ଇସ୍ତଫା ପତ୍ର ଅପରାଜିତାଙ୍କ ପାଖକୁ ପଠାଇ ଦେଇଛନ୍ତି ।

ଘଟଣାରୁ ଜଣାପଡିଛି ଯେ, ଅପରାଜିତା କୁଆଡେ ପୁରୁଣା ନେତାମାନଙ୍କୁ ପସନ୍ଦ କରୁ ନାହାଁନ୍ତି। ଥରେ ସେ ପୂର୍ଣ୍ଣଚନ୍ଦ୍ରଙ୍କୁ ଡାକି ପରୋକ୍ଷରେ ବର୍ତ୍ତମାନ ଜୟଦେବ ନିର୍ବାଚନ ମଣ୍ଡଳୀ ପାଇଁ ଜଣେ ଭଲ ଲୋକଙ୍କୁ ନେବାକୁ ପରୀକ୍ଷା କରୁଛି ବୋଲି କହିଲେ। ଏହି କଥାଟି କୁଆଡେ ପୂର୍ଣ୍ଣଚନ୍ଦ୍ରଙ୍କୁ ଭଲ ଲାଗିଲା ନାହିଁ। ସେ ନିଜେ ତାଙ୍କର ନୋମିନ ଭାବେ କାମ କରୁଛନ୍ତି ପୁଣି ଜଣେ ଭଲ ଲୋକର କଣ ଆବଶ୍ୟକ ପଡିଲା ବୋଲି ପୂର୍ଣ୍ଣଚନ୍ଦ୍ର ଅପରାଜିତାଙ୍କୁ ଅବଗତ କରାଇଥିଲେ। ହେଲେ ଅପରାଜିତାଙ୍କ ଏପରି କହିବା ପୂର୍ଣ୍ଣଚନ୍ଦ୍ରଙ୍କୁ ଭଲ ଲାଗି ନ ଥିଲା। ସେ ଘରକୁ ଆସି ଏକ ଲମ୍ବା ଇସ୍ତଫା ପତ୍ର ଲେଖି ଅପରାଜିତାଙ୍କ ପାଖକୁ ପଠାଦେଲେ।

ପୂର୍ଣ୍ଣଚନ୍ଦ୍ର ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ମ୍ୟାଡମ ମୁଁ ରାଜନୀତିକୁ ଆସିବା ପୂର୍ବରୁ ପ୍ରଫେସର ଭାବେ କାମ କରୁଥିଲି। ସେହି ସମୟରେ ମୁଁ ନିଜେ ଅନେକ ପରୀକ୍ଷା ପରିଚାଳନା କରିଛି। ତେଣୁ ପରୀକ୍ଷା ପରିଚାଳନା କରୁଥିବା ଲୋକ ଆଉ ପରୀକ୍ଷା ଦେବାର ଆବଶ୍ୟକତା ନାହିଁ। ତଥାପି ଜୀବନ ସାରା ପରୀକ୍ଷା ଦିଆଯାଏ। ଆପଣ ପରୀକ୍ଷା କରନ୍ତୁ, ହେଲେ ତା ପୂର୍ବରୁ ଆପଣଙ୍କ ନୋମିନ ପଦରୁ ମୋତେ ଅବ୍ୟାହିତ ଦିଅନ୍ତୁ। ଏହି ଚିଠି ବର୍ତ୍ତମାନ ବିଜେପିର ଗୋଟିଏ ଗୋଷ୍ଠୀ ନେତାଙ୍କ ମଧ୍ୟରେ ବେଶ୍ ଆଲୋଚନାର ବିଷୟ ପାଲଟିଛି।

ପୂର୍ବରୁ ଅପରାଜିତା, ବେଗୁନିଆ ନିର୍ବାଚନ ମଣ୍ଡଳୀର ନୋମିନ୍ ପଦବୀରୁ ଋଷଭ ନନ୍ଦଙ୍କୁ ବହିସ୍କାର କରି ତାଙ୍କ ସ୍ଥାନରେ ଚଳଚିତ୍ର ଅଭିନେତ୍ରୀ ଅନୁ ଚୈଧୁରୀଙ୍କୁ ନିଯୁକ୍ତି ଦେଇଥିଲେ। ଏ ସଂପର୍କରେ ଋଷଭଙ୍କୁ କୈଣସି କୈଫତ ମଧ୍ୟ ମଗା ଯାଇ ନ ଥିଲା। ହେଲେ ଭିତିରିଆ ଖବର ଅନୁସାରେ ଋଷଭଙ୍କ ଏକ ଭଏସ ମେସେଜ ତାଙ୍କ ବହିସ୍କାର ପାଇଁ କାରଣ ହେଲା ବୋଲି କୁହାଯାଉଛି। ସେହି ଭଏସ ମେସେଜରେ ଋଷଭ କୁଆଡେ ତାଙ୍କ ମିଟିଂରେ ବୋମା ଫୁଟାଅ ବୋଲି କହିଥିଲେ। ସେଥିରେ ସେ କାହା ମିଟିଂ ବୋଲି ନାମ ନେଇ ନ ଥିଲେ ମଧ୍ୟ ତାହା ଅପରାଜିତାଙ୍କ ମିଟିଂ ବୋଲି ଅନେକ ଗ୍ରହଣ କରଥିଲେ। ଏହି ଖବର ଅପରାଜିତାଙ୍କ ପାଖକୁ ଆସିବା ପରେ ସେ କୁଆଡେ ତାଙ୍କୁ ତୁରନ୍ତ ବହିସ୍କାର କରି ଅନୁଙ୍କୁ ନିଯୁକ୍ତି ଦେଇଦେଲେ।

ଦିନକୁ ଦିନ ଅପରାଜିତାଙ୍କ ଏପରି କଡା ଶାସନକୁ ନେଇ ଅନେକ ବିଜେପି ନେତା ବିତସ୍ପୃହ ହୋଇପଡିଲେଣି ବୋଲି ଜଣାପଡିଛି। ତାଙ୍କର ଏହି ମନମୁଖୀ ନିଷ୍ପତି ଯୋଗୁଁ ଆଜି ପର୍ଯ୍ୟନ୍ତ ଦଳର ଭୁବନେଶ୍ବର ଜିଲ୍ଲା ସଭାପତି ଭାବେ କାହାକୁ ନିଯୁକ୍ତି ଦିଆଯାଇ ପାରୁ ନାହିଁ। ସେହିପରି ତାଙ୍କ ବିଧାନସଭା ନିର୍ବାଚନ ମଣ୍ଡଳୀର ସଭାପତି ନେଇ ଅପରାଜିତା ଅଡି ବସିବାରୁ ତାଙ୍କ ଅନୁସାରେ ସେଠାରେ ସଭାପତିଙ୍କୁ ନିଯୁକ୍ତି ଦିଆଯାଇଛି। କିନ୍ତୁ ଭୁବନେଶ୍ବର ପାଇଁ ଅଙ୍କ ଛିଣ୍ଡି ନ ଥିବାରୁ ଏ ପର୍ଯ୍ୟନ୍ତ କାହାକୁ ସଭାପତି ଭାବେ ନିଯୁକ୍ତି ଦିଆଯାଇ ପାରୁ ନାହିଁ।

ସାଂସଦ ହେବାର ମାତ୍ର ବର୍ଷଟିଏ ବିତି ନାହିଁ, ହେଲେ ଅପରାଜିତାଙ୍କ ଏପରି ଆକ୍ସନ ମୋଡ୍ ରେ କାମ କରିବାକୁ ନେଇ ବହୁ ବେଜିପି ନେତା ସହଜରେ ଗ୍ରହଣ କରିପାରୁ ନାହାଁନ୍ତି। ହେଲେ ଅପରାଜିତା ସିଧା କେନ୍ଦ୍ରୀୟ ନେତୃବୃନ୍ଦଙ୍କ ସହ ଯୋଗାଯୋଗରେ ଥିବାରୁ ତାଙ୍କ ବିରୋଧରେ ଦଳର ପାୱାର ଫୁଲ ଗୋଷ୍ଠୀ ମଧ୍ୟ କରିଛି କରିପାରୁ ନାହିଁନ୍ତି। ଫଳରେ ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ଥିବା ବିଜେପିର ପୁରୁଣା ନେତାମାନେ ଅପରାଜିତାଙ୍କଠାରୁ ଦୂରେଇବାକୁ ବସିଲେଣି।

aparajitasarangi BhubaneswarMP ଅପରାଜିତା ଷଡଙ୍ଗୀ ଭୁବନେଶ୍ବର ସାଂସଦ
Share. Facebook Twitter LinkedIn Email WhatsApp Copy Link

Related Posts

‘ସର୍ଜିକାଲ୍ ଷ୍ଟ୍ରାଇକର ୧୦ ବର୍ଷ’: ‘ମନ କି ବାତ୍’ ରେ ପାକିସ୍ତାନ ବିଷୟରେ କ’ଣ କହିଲେ ପ୍ରଧାନମନ୍ତ୍ରୀ?

September 27, 2026

ଆତଙ୍କବାଦ ପ୍ରସଙ୍ଗ: UNGA ରେ ପାକିସ୍ତାନ ଉପରେ ଆକ୍ରମଣ କଲେ ଜୟଶଙ୍କର

September 27, 2026

ଗୁଜରାଟରେ ଦେଶର ପ୍ରଥମ ବନ୍ଦର-ଭିତ୍ତିକ ‘ଇ-ମିଥାନଲ୍’ ପ୍ଲାଣ୍ଟ: ୩୫୦୦ରୁ ଅଧିକ ସୃଷ୍ଟି ହେବ ନିଯୁକ୍ତି

September 27, 2026

ମହିଳା ସଶକ୍ତିକରଣ ଓ ସହକାରିତା ସମ୍ପର୍କିତ ବିଭିନ୍ନ ପଦକ୍ଷେପର ଶୁଭାରମ୍ଭ କଲେ କେନ୍ଦ୍ର ଗୃହମନ୍ତ୍ରୀ

September 27, 2026
Latest News

ଆନ୍ତର୍ଜାତୀୟ ପର୍ଯ୍ୟଟନ ଦିବସରେ ଜିଲ୍ଲାସ୍ତରୀୟ ପ୍ରୋମୋ ମାରାଥନ ଅନୁଷ୍ଠିତ

September 27, 2026

ଏସୀୟ କ୍ରୀଡ଼ା: ଆସନ୍ତାକାଲି କ୍ୱାର୍ଟରଫାଇନାଲରେ ଆଫଗାନିସ୍ତାନକୁ ଭେଟିବ ଟିମ୍ ଇଣ୍ଡିଆ

September 27, 2026

ପିଣ୍ଡଦାନର ପରମ କ୍ଷେତ୍ର ‘ପାଦଗୟା’, ପିତୃପକ୍ଷରେ ବୃକ୍ଷରୋପଣ ଓ ଦାନ-ପୁଣ୍ୟର ମାହାତ୍ମ୍ୟ

September 27, 2026

ବିରୋଧୀଙ୍କ ପ୍ରବଳ ବିରୋଧ ପରେ ପଛକୁ ହଟିଲେ ବିଜୟ ସରକାର!: ପ୍ରତ୍ୟାହାର କଲେ ଏହି ନିଷ୍ପତ୍ତି

September 27, 2026

କ୍ରିକେଟ ଖେଳ ହେଲା କାଳ, ପଡ଼ିଆରେ ଟଳିପଡ଼ିଲେ ସରକାରୀ କର୍ମଚାରୀ

September 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.