Categories
ବିଶେଷ ଖବର

ଅଡୁଆରେ ସାଂସଦ ଅପରାଜିତା ଷଡଙ୍ଗୀ, ସାଂସଦ ନୋମିନ୍ ପଦରୁ ଇସ୍ତଫା ଦେଲେ ବରିଷ୍ଠ ନେତା ପୂର୍ଣ୍ଣଚନ୍ଦ୍ର ମଲ୍ଲିକ

ଭୁବନେଶ୍ବର, ବର୍ତ୍ତମାନ ଏକ ଅଡୁଆ ପରିସ୍ଥିତିରେ ପଡିଯାଇଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ। ନିକଟରେ ବେଗୁନିଆ ନିର୍ବାଚନ ମଣ୍ଡଳୀର ସାଂସଦ ନୋମିନ୍ ଋଷଭ ନନ୍ଦଙ୍କୁ ବହିସ୍କାର କରି ଅନୁ ଚୌଧୁରୀଙ୍କୁ ନିଯୁକ୍ତି ଦେଲେ। ସେହିପରି ଜୟଦେବ ନିର୍ବାଚନ ମଣ୍ଡଳୀରୁ ସାଂସଦ ନୋମିନ ପଦବୀର ଇସ୍ତଫା ଦେଇଛନ୍ତି ବିଜେପିର ବରିଷ୍ଠ ନେତା ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ। ଅପରାଜିତା ସାଂସଦ ଭାବେ ନିର୍ବାଚିତ ହେବା ପରେ ଜୟଦେବ ନିର୍ବାଚନ ମଣ୍ଡଳୀର ତାଙ୍କର ନୋମିନ୍ ଭାବେ ପୂର୍ଣ୍ଣଚନ୍ଦ୍ର ମଲ୍ଲିକଙ୍କୁ ନିଯୁକ୍ତି ଦେଇଥିଲେ। ହେଲେ ମାତ୍ର 8 ମାସ ପରେ ହଠାତ୍ ସାଂସଦଙ୍କ ନୋମିନ ପଦବୀରୁ ଇସ୍ତଫା ଦେଲେ ପୂର୍ଣ୍ଣଚନ୍ଦ୍ର। ଏ ସଂପର୍କରେ ପୂର୍ଣ୍ଣଚନ୍ଦ୍ର କୌଣସି ବିବୃତି ଦେଇ ନ ଥିଲେ ମଧ୍ୟ ଏକ ଲମ୍ବା ଇସ୍ତଫା ପତ୍ର ଅପରାଜିତାଙ୍କ ପାଖକୁ ପଠାଇ ଦେଇଛନ୍ତି ।

ଘଟଣାରୁ ଜଣାପଡିଛି ଯେ, ଅପରାଜିତା କୁଆଡେ ପୁରୁଣା ନେତାମାନଙ୍କୁ ପସନ୍ଦ କରୁ ନାହାଁନ୍ତି। ଥରେ ସେ ପୂର୍ଣ୍ଣଚନ୍ଦ୍ରଙ୍କୁ ଡାକି ପରୋକ୍ଷରେ ବର୍ତ୍ତମାନ ଜୟଦେବ ନିର୍ବାଚନ ମଣ୍ଡଳୀ ପାଇଁ ଜଣେ ଭଲ ଲୋକଙ୍କୁ ନେବାକୁ ପରୀକ୍ଷା କରୁଛି ବୋଲି କହିଲେ। ଏହି କଥାଟି କୁଆଡେ ପୂର୍ଣ୍ଣଚନ୍ଦ୍ରଙ୍କୁ ଭଲ ଲାଗିଲା ନାହିଁ। ସେ ନିଜେ ତାଙ୍କର ନୋମିନ ଭାବେ କାମ କରୁଛନ୍ତି ପୁଣି ଜଣେ ଭଲ ଲୋକର କଣ ଆବଶ୍ୟକ ପଡିଲା ବୋଲି ପୂର୍ଣ୍ଣଚନ୍ଦ୍ର ଅପରାଜିତାଙ୍କୁ ଅବଗତ କରାଇଥିଲେ। ହେଲେ ଅପରାଜିତାଙ୍କ ଏପରି କହିବା ପୂର୍ଣ୍ଣଚନ୍ଦ୍ରଙ୍କୁ ଭଲ ଲାଗି ନ ଥିଲା। ସେ ଘରକୁ ଆସି ଏକ ଲମ୍ବା ଇସ୍ତଫା ପତ୍ର ଲେଖି ଅପରାଜିତାଙ୍କ ପାଖକୁ ପଠାଦେଲେ।

ପୂର୍ଣ୍ଣଚନ୍ଦ୍ର ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ମ୍ୟାଡମ ମୁଁ ରାଜନୀତିକୁ ଆସିବା ପୂର୍ବରୁ ପ୍ରଫେସର ଭାବେ କାମ କରୁଥିଲି। ସେହି ସମୟରେ ମୁଁ ନିଜେ ଅନେକ ପରୀକ୍ଷା ପରିଚାଳନା କରିଛି। ତେଣୁ ପରୀକ୍ଷା ପରିଚାଳନା କରୁଥିବା ଲୋକ ଆଉ ପରୀକ୍ଷା ଦେବାର ଆବଶ୍ୟକତା ନାହିଁ। ତଥାପି ଜୀବନ ସାରା ପରୀକ୍ଷା ଦିଆଯାଏ। ଆପଣ ପରୀକ୍ଷା କରନ୍ତୁ, ହେଲେ ତା ପୂର୍ବରୁ ଆପଣଙ୍କ ନୋମିନ ପଦରୁ ମୋତେ ଅବ୍ୟାହିତ ଦିଅନ୍ତୁ। ଏହି ଚିଠି ବର୍ତ୍ତମାନ ବିଜେପିର ଗୋଟିଏ ଗୋଷ୍ଠୀ ନେତାଙ୍କ ମଧ୍ୟରେ ବେଶ୍ ଆଲୋଚନାର ବିଷୟ ପାଲଟିଛି।

ପୂର୍ବରୁ ଅପରାଜିତା, ବେଗୁନିଆ ନିର୍ବାଚନ ମଣ୍ଡଳୀର ନୋମିନ୍ ପଦବୀରୁ ଋଷଭ ନନ୍ଦଙ୍କୁ ବହିସ୍କାର କରି ତାଙ୍କ ସ୍ଥାନରେ ଚଳଚିତ୍ର ଅଭିନେତ୍ରୀ ଅନୁ ଚୈଧୁରୀଙ୍କୁ ନିଯୁକ୍ତି ଦେଇଥିଲେ। ଏ ସଂପର୍କରେ ଋଷଭଙ୍କୁ କୈଣସି କୈଫତ ମଧ୍ୟ ମଗା ଯାଇ ନ ଥିଲା। ହେଲେ ଭିତିରିଆ ଖବର ଅନୁସାରେ ଋଷଭଙ୍କ ଏକ ଭଏସ ମେସେଜ ତାଙ୍କ ବହିସ୍କାର ପାଇଁ କାରଣ ହେଲା ବୋଲି କୁହାଯାଉଛି। ସେହି ଭଏସ ମେସେଜରେ ଋଷଭ କୁଆଡେ ତାଙ୍କ ମିଟିଂରେ ବୋମା ଫୁଟାଅ ବୋଲି କହିଥିଲେ। ସେଥିରେ ସେ କାହା ମିଟିଂ ବୋଲି ନାମ ନେଇ ନ ଥିଲେ ମଧ୍ୟ ତାହା ଅପରାଜିତାଙ୍କ ମିଟିଂ ବୋଲି ଅନେକ ଗ୍ରହଣ କରଥିଲେ। ଏହି ଖବର ଅପରାଜିତାଙ୍କ ପାଖକୁ ଆସିବା ପରେ ସେ କୁଆଡେ ତାଙ୍କୁ ତୁରନ୍ତ ବହିସ୍କାର କରି ଅନୁଙ୍କୁ ନିଯୁକ୍ତି ଦେଇଦେଲେ।

ଦିନକୁ ଦିନ ଅପରାଜିତାଙ୍କ ଏପରି କଡା ଶାସନକୁ ନେଇ ଅନେକ ବିଜେପି ନେତା ବିତସ୍ପୃହ ହୋଇପଡିଲେଣି ବୋଲି ଜଣାପଡିଛି। ତାଙ୍କର ଏହି ମନମୁଖୀ ନିଷ୍ପତି ଯୋଗୁଁ ଆଜି ପର୍ଯ୍ୟନ୍ତ ଦଳର ଭୁବନେଶ୍ବର ଜିଲ୍ଲା ସଭାପତି ଭାବେ କାହାକୁ ନିଯୁକ୍ତି ଦିଆଯାଇ ପାରୁ ନାହିଁ। ସେହିପରି ତାଙ୍କ ବିଧାନସଭା ନିର୍ବାଚନ ମଣ୍ଡଳୀର ସଭାପତି ନେଇ ଅପରାଜିତା ଅଡି ବସିବାରୁ ତାଙ୍କ ଅନୁସାରେ ସେଠାରେ ସଭାପତିଙ୍କୁ ନିଯୁକ୍ତି ଦିଆଯାଇଛି। କିନ୍ତୁ ଭୁବନେଶ୍ବର ପାଇଁ ଅଙ୍କ ଛିଣ୍ଡି ନ ଥିବାରୁ ଏ ପର୍ଯ୍ୟନ୍ତ କାହାକୁ ସଭାପତି ଭାବେ ନିଯୁକ୍ତି ଦିଆଯାଇ ପାରୁ ନାହିଁ।

ସାଂସଦ ହେବାର ମାତ୍ର ବର୍ଷଟିଏ ବିତି ନାହିଁ, ହେଲେ ଅପରାଜିତାଙ୍କ ଏପରି ଆକ୍ସନ ମୋଡ୍ ରେ କାମ କରିବାକୁ ନେଇ ବହୁ ବେଜିପି ନେତା ସହଜରେ ଗ୍ରହଣ କରିପାରୁ ନାହାଁନ୍ତି। ହେଲେ ଅପରାଜିତା ସିଧା କେନ୍ଦ୍ରୀୟ ନେତୃବୃନ୍ଦଙ୍କ ସହ ଯୋଗାଯୋଗରେ ଥିବାରୁ ତାଙ୍କ ବିରୋଧରେ ଦଳର ପାୱାର ଫୁଲ ଗୋଷ୍ଠୀ ମଧ୍ୟ କରିଛି କରିପାରୁ ନାହିଁନ୍ତି। ଫଳରେ ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ଥିବା ବିଜେପିର ପୁରୁଣା ନେତାମାନେ ଅପରାଜିତାଙ୍କଠାରୁ ଦୂରେଇବାକୁ ବସିଲେଣି।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ଅନୁ ଚୌଧୁରୀଙ୍କୁ ମିଳିଲା ନୂଆ ଦାୟିତ୍ବ, ତେବେ ଚଳଚିତ୍ରରେ ନୁହେଁ ରାଜନୀତିରେ ପାଇଲେ ଏହି ଦାୟିତ୍ବ

ଭୁବନେଶ୍ବର, ପ୍ରଖ୍ୟାତ ଚଳଚିତ୍ର ଅଭିନେତ୍ରୀ ତଥା ବିଜେପି ନେତ୍ରୀ ଅନୁ ଚୌଧୁରୀଙ୍କୁ ଶେଷରେ ମିଳିଛି ଏକ ନୂଆ ଦାୟିତ୍ବ। ତାହା ହେଲା ସେ ବେଗୁନିଆ ନିର୍ବାଚନ ମଣ୍ଡଳୀର ସାଂସଦଙ୍କ ପ୍ରତିନିଧି ଭାବେ କାର୍ଯ୍ୟ କରିବେ। ଏନେଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଅନୁଙ୍କୁ ଏହି ଦାୟିତ୍ବ ପ୍ରଦାନ କରିଛନ୍ତି। ଅପରାଜିତାଙ୍କ ସମସ୍ତ ଏମପି ଅନୁଦାନ ସହିତ ତାଙ୍କ ରାଜନୈତିକ କାର୍ଯ୍ୟ ଅନୁ ତଦାରଖ କରିବେ।

ଅନୁଙ୍କ ନିଯୁକ୍ତି ନେଇ ସାଂସଦ ଅପରାଜିତ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଅବଗତ କରାଇଛନ୍ତି। ଫଳରେ ଜିଲ୍ଲା ସ୍ତରୀୟ ବୈଠକରେ ବେଗୁନିଆ ତରଫରୁ ଅନୁ ସାଂସଦଙ୍କ ପ୍ରତିନିଧି ଭାବେ ଯୋଗଦେବେ। ତେବେ ଅନୁଙ୍କ କର୍ମସ୍ଥଳ ବେଗୁନିଆ ହୋଇ ନ ଥିବା ବେଳେ ସେ କିପରି ସେଠାକୁ ଯାଇ ଏହି କାର୍ଯ୍ୟ କରିବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ସାଂସଦ କିମ୍ବା ବିଧାୟକ ପ୍ରତିନିଧି ସାଧାରଣତଃ ସେହି ଅଞ୍ଚଳର ହେଲେ ଲୋକଙ୍କ କଥା ବୁଝିବା ସୁବିଧା ହୋଇ ଥାଏ। ଯାହା ଅନୁଙ୍କ ପାଖରେ ତାହା ସମ୍ଭବ ହୋଇପାରିବ ନାହିଁ।

ତେବେ ଏହି ଦାୟିତ୍ବ ନେବା ପରେ ଅନୁ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଧନ୍ୟବାଦ ଦେବା ସହିତ, ତାଙ୍କର କାର୍ଯ୍ୟ ଠିକ ଭାବେ କରିବେ ବୋଲି ଜଣାଇଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ସୁରାଟ ବିମାନ ବନ୍ଦର ନିକଟରେ ଅପରାଜିତା ଷଡଙ୍ଗୀଙ୍କୁ ସ୍ବାଗତ କରିବା ପାଇଁ ଲାଗିଲା ବିରାଟ ହୋଡିଂ, ରାଜନୈତିକ ଚର୍ଚ୍ଚା ଆରମ୍ଭ

ଭୁବନେଶ୍ବର: ଏୟାର ଇଣ୍ଡିଆ ଆସନ୍ତା  ୨୦ ତାରିଖରୁ ଭୁବନେଶ୍ବରରୁ ସୁରାଟ ସିଧା ବିମାନ ଚଳାଚଳ ଆରମ୍ଭ କରିବ। ସେଥିପାଇଁ ସୁରାଟରେ ଥିବା ଓଡିଆ ସମାଜ ପକ୍ଷରୁ କରାଯାଇଛି ଏକ ବିରାଟ ଆୟୋଜନ। ଏଥିରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ସ୍ବାଗତ କରିବା ପାଇଁ ଏହି ଆୟୋଜନର ମୂଳ ଲକ୍ଷ୍ୟ। ତେବେ ଖାଲି ଆୟୋଜନ ନୁହେଁ ଅପରାଜିତାଙ୍କୁ ସ୍ବାଗତ କରିବା ପାଇଁ ସୁରଟ ବିମାନ ବନ୍ଦର ବାହାରେ ଲଗାଯାଇଛି ଏକ ବିରାଟ ହୋଡିଂ। ଯେଉଁଥିରେ ଖୋଦ ଅପରାଜିତାଙ୍କ ଫଟୋ ସହିତ ଗୁଜୁରାଟ ମନ୍ତ୍ରୀମାନଙ୍କ ଫଟୋ ମଧ୍ୟ ରହିଛି।ସୁରଟରେ ଓଡିଆ ସମାଜ ତରଫରୁ ଏକ ସଭାର ମଧ୍ୟ ଆୟୋଜନ କରାଯାଇଛି। ଏଥିରେ ଅନ୍ୟତମ ଅତିଥି ଭାବେ ଅପରାଜିତା ଯୋଗଦେବା ସହିତ ଓଡିଆ ଲୋକଙ୍କ ସହିତ ଆଲୋଚନା କରିବେ।

ପୂର୍ବରୁ କେନ୍ଦ୍ର ସରକାରଙ୍କ ସମସ୍ତ ଓଡିଶା ଯୋଜନାର ଶ୍ରେୟ କେବଳ ଜଣଙ୍କ ପାଖକୁ ଯାଉଥିଲା। ସେ ହେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତାଙ୍କ ବିନା ଓଡିଶାରେ କୌଣସି କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରୀ ହୋଇପାରୁ ନ ଥିଲା। ହେଲେ ସେଥିରୁ କିଛି ଭାଗ ଶ୍ରେୟ ଧିରେ ଧିରେ  ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ନେବାରେ ସଫଳ ହୋଇପାରୁଛନ୍ତି। ସେହି ହିସାବରେ ଭୁବନେଶ୍ବରରୁ ସୁରାଟ ବିମାନ ଚଳାଚଳର ସମସ୍ତ ଶ୍ରେୟ କେବଳ ଅପରାଜିତାଙ୍କ ନିକଟକୁ ଯାଉଛି। ପୂର୍ବରୁ ଯେଉଁଦିନ ଏହି ଘୋଷଣା ହେଲା ସେହିଦିନ ମଧ୍ୟ ଓଡିଶା ବିଜେପିର ତୁଙ୍ଗ ନେତା ତଥା ଦୁଇ କେନ୍ଦ୍ର ମନ୍ତ୍ରୀ ଏ ସଂପର୍କର ଜାଣିପାରି ନ ଥିଲେ। ନିଜେ ଅପରାଜିତା କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଭେଟି ଏହାର ଘୋଷଣା କରାଇବା ସହିତ ତାଙ୍କୁ ଧନ୍ୟବାଦ ମଧ୍ୟ ଦେଇଥିଲେ।

ସୁରଟକୁ ଭୁବନେଶ୍ବରରୁ ସିଧା ବିମାନ ଯିବା ନିଶ୍ଚିତ ଖୁସିର କଥା ହେଲେ ଏହା ରାଜନୈତିକ ମହଲରେ ବେଶ୍ ଚର୍ଚ୍ଚା ଚାଲିଛି।

 

Categories
ବିଶେଷ ଖବର

ଓଡ଼ିଶା ବିଜେପିରେ ଅପରାଜିତା ଷଡଙ୍ଗୀଙ୍କ କ୍ରମବର୍ଦ୍ଧିଷ୍ଣୁ ପ୍ରଭାବ, ବହୁ ପୁରୁଣା ନେତା ଚିନ୍ତାରେ

ସମୀକ୍ଷା ବ୍ୟୁରୋ

ଆଭ୍ୟନ୍ତରରୁ ଉପକୂଳ ଓଡିଶା , ସବୁଆଡେ ଅସମ୍ଭାଳ ଜାଡ। ଥରୁଛି ସାରା ଓଡିଶା। କିନ୍ତୁ ଓଡିଶା ବିଜେପିରେ ଉଷ୍ମତାର ଲହରୀ। ଓଡିଶା ବିଜେପିରେ ସୃଷ୍ଟି ହୋଇଛି ଫାଟ। ଯେଉଁମାନେ ଦିନେ ଦଳରେ ନିଜକୁ ସଭାପତି ର ଦାବିଦାର ଭାବୁଥିଲେ ଏ ଖବର ତାଙ୍କୁ ବ୍ୟଥିତ କରିବା ସହିତ ବିସ୍ମିତ କରିଛି।

ବିଜେପିର ଭୁବନେଶ୍ବର ସାଂସଦ ଥିବା ଅପରାଜିତା ଷଡଙ୍ଗୀ ଅଜିତା ନାମକ ଏକ ମହିଳା ସଶକ୍ତିକରଣ  ଯୋଜନାର ଶୁଭାରମ୍ଭ କରି ଗୋଟିଏ ଗୁଳିରେ ଦୁଇଟି ଶିକାର କରିଛନ୍ତି।

ଅତୀତରେ ବିଜୁ ଜନତା ଦଳ ଆରମ୍ଭ କରିଥିବା ମିସନ ଶକ୍ତି କୁ ମାତ ଦେବା ଲାଗି ଅଜିତା ଯୋଜନାର ଶୁଭାରମ୍ଭ କରାଯାଇଛି। ଏହା ଦ୍ଵାରା ବିଜେପି ମହିଳାମାନଙ୍କ ଭୋଟକୁ ହାତେଇବାକୁ ଲକ୍ଷ୍ୟ ରଖିଛି। ଅଜିତାର ଅର୍ଥ ନିଜର ପ୍ରତିବିମ୍ବ ହୋଇଥିବା ବେଳେ ଏହା ଦ୍ଵାରା ସେପରି କିଛି ଉନ୍ନତି ସାଧନ ହେବା ନେଇ ବିଶେଷଜ୍ଞ ମାନେ ଭାବି ପାରୁ ନାହାନ୍ତି। ସେହିପରି  ବିଜେଡିର ବିଜୁ ଯୁବ ବାହିନୀକୁ ଲକ୍ଷ୍ୟ କରି ଆଉ ଏକ ଯୋଜନା ଯୁଥ ଫର ଆକ୍ସନର ମଧ୍ୟ ଶୁଭାରମ୍ଭ କରିଛନ୍ତି।  ଏହି ଦୁଇଟିକୁ ଅଣ ରାଜନୈତିକ ପ୍ଲ୍ଯାଟଫର୍ମ କୁହାଯାଉଥିଲେ ମଧ୍ୟ ଏହି ପଛରେ ବିଜେପି ଛାମୁଆ ସଙ୍ଗଣ୍ଠନର ପ୍ରଚ୍ଛଦ ହାତକୁ ଅସ୍ଵୀକାର କରିହେବ ନାହି।

ଏଇ ଦୁଇ ଯୋଜନାର ମୁଖ୍ୟ ବିନ୍ଧାଣି ହେଉଛନ୍ତି ଅପରାଜିତା ଷଡଙ୍ଗୀ। ଷଡଙ୍ଗୀଙ୍କର ଏହି ପଦକ୍ଷେପକୁ ରାଜନୈତିକ ବିଶେଷଜ୍ଞ ମାନେ ଅପରାଜିତାଙ୍କର ଲୋକଙ୍କ ପାଖରେ ପହଞ୍ଚିବାର ଆଉ ଏକ ବଳିଷ୍ଠ ମାଧ୍ୟମ ବୋଲି ବିଚାର କରୁଛନ୍ତି। ଏପରି କରିବା ଦ୍ଵାରା ଏକଦା ରାଜ୍ୟ ବିଜେପିର ଅଘୋଷିତ ମୁଣ୍ଡିଆଳ କୁହାଯାଉଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ତିକ୍ତତା ବଢିବାର ଆଶଙ୍କାକୁ ସାଙ୍ଗରେ ନେଇ ବଳିଷ୍ଠ ପଦକ୍ଷେପ ନେଇଛନ୍ତି। ରାଜନୈତିକ ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ ଏଇ ଦୁଇଟି ଯୋଜନାର ଶୁଭାରମ୍ଭ କରି ଷଡଙ୍ଗୀ ରାଜ୍ୟ ବିଜେପିର ସଭାପତି ଲାଗି ଦାବିଦାର ବୋଲି ପରୋକ୍ଷରେ ସୁଚେଇ ଦେଇଛନ୍ତି। ଯାହା ଆଗାମୀ ଦିନରେ ସତ ହେବାକୁ ଯାଉଛି।

ତେବେ ସବୁଠାରୁ ଚର୍ଚାର କଥା  ହେଉଛି  ଯେ ଏହି ଦୁଇ ଯୋଜନାର ଶୁଭାରମ୍ଭ ବେଳେ  ଧର୍ମେନ୍ଦ୍ରଙ୍କ ଅନୁପସ୍ଥିତି ଅନେକ ସନ୍ଦେହ ସୃଷ୍ଟି କରିଛି। ଏବଂ ଏହି ଦୁଃସାହସିକ ପଦକ୍ଷେପ ସ୍ୱରୂପ ଶୁଭାରମ୍ଭ କରିଥିବା ଦୁଇ ଯୋଜନା ଦ୍ଵାରା ଷଡଙ୍ଗୀ ସୁଚେଇ ଦେବାକୁ ଚାହିଛନ୍ତି ଯେ ସେ କୌଣସି ଉପଦଳ ବା ଦଳ ଭିତରେ ଦଳକୁ ବିଶ୍ବାସ କରନ୍ତି ନହିଁ ବରଂ ସେ ନିଜେ ଜଣେ ଅପ୍ରତିଦ୍ଵନ୍ଦ୍ବୀ ନେତା।

ଅପରପକ୍ଷରେ ଏହି ଦୁଇ ଯୋଜନାର ଶୁଭାରମ୍ଭକୁ ଧର୍ମେନ୍ଦ୍ରଙ୍କୁ ଆଡେଇ ବୈଜୟନ୍ତଙ୍କୁ ନିମନ୍ତ୍ରଣ କରାଯିବା , ଯାହା ଦଳ ଭିତରେ ଧର୍ମେନ୍ଦ୍ରଙ୍କୁ ନେଇ ରହିଥିବା ତିକ୍ତତାକୁ ସୂଚାଉଛି  ଏବଂ ଏହିଭଳି ଏକ ଦୁଃସାହସିକ ପଦକ୍ଷେପ ନୂଆଦିଲ୍ଲୀର ଆଶୀର୍ବାଦ ବିନା ସମ୍ଭବ ହୋଇ ନ ପାରେ।

ଅପରାଜିତଙ୍କର ନିଶ୍ଚୟ  ଏକ ଉଚ୍ଚାଭିଳାଷ ରହିଛି ଏବଂ ଲୋକଙ୍କ ପାଖରେ ନିଜକୁ ପହଞ୍ଚାଇବାକୁ ସେ ଓଡିଶାର ବିଭିନ୍ନ ଅଞ୍ଚଳ କୁ ଅନେକ ସମୟରେ ବୁଲାବୁଲି କରିଛନ୍ତି  ଏବଂ ଏପରି କରି ଧର୍ମେନ୍ଦ୍ରଙ୍କ ଅକ୍ତିଆରରେ ରାଜ୍ୟ ବିଜେପି ଥିବା ନେଇ ବହୁଥିବା ହାୱାକୁ ସେ ପ୍ରତିହତ କରିବାରେ ସକ୍ଷମ ହୋଇଛନ୍ତି।

ଯଦିଓ ପ୍ରାଥମିକ ସ୍ତରରେ ବିଜେଡିର ଯୋଜନା ଗୁଡିକୁ ମାତ ଦେବା ପାଇଁ ଏହି ସବୁ ଯୋଜନା ଗୁଡିକର ଶୁଭାରମ୍ଭ କରିଛନ୍ତି ,ଦେଖିବାକୁ ଗଲେ ତାଙ୍କୁ ଖୋଲାଖୋଲି ବିରୋଧ କରି ନ ଥିବା ଅଥଚ ତାଙ୍କ ଉପସ୍ଥିତିକୁ ରାଜ୍ୟ ବିଜେପି ରେ ସହ୍ୟ କରି ପାରୁ ନ ଥିବା  ନେତାଙ୍କୁ ଚତୁରତାର ସହ ଆଡେଇ ଯାଇଛନ୍ତି।

ବିଜେପିରେ ଅପରାଜିତା ଯେ ଧର୍ମେନ୍ଦ୍ରଙ୍କୁ ଚେକ ଦେବାକୁ  ତୟାର ଅଛନ୍ତି, ଏଥିରେ କିଛି ସନ୍ଦେହ ନାହି ତେବେ ରାଜ୍ୟ ବିଜେପିରେ ଧର୍ମେନ୍ଦ୍ର ଆଉଟ ବନାମ ଅପରାଜିତା ଇନର ନିଷ୍କର୍ଷ କଣ ହେବ ତାହା ଆଗାମୀ ସମୟ କହିବ।

Categories
ଆଜିର ଖବର

ବିଜେପିର ସଦସ୍ୟତା ଅଭିଯାନ ଆରମ୍ଭ, ଭୁବନେଶ୍ବରରୁ ଏହି ଅଭିଯାନ ଆରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମୀକ୍ଷା ବ୍ୟୁରୋ

ଓଡିଶାରେ ପ୍ରାୟ 50 ଲକ୍ଷ ସଦସ୍ୟ କରାଯିବା ଲକ୍ଷ୍ୟ ନେଇ ଭୁବନେଶ୍ବରରେ ରାଜ୍ୟ ବିଜେପି ଆରମ୍ଭ କରିଛି ସଦସ୍ୟତା ଅଭିଯାନ। ଜନସଂଘର ପ୍ରତିଷ୍ଠାତା ଶ୍ୟାମପ୍ରସାଦ ମୁଖାର୍ଜିଙ୍କ ଜନ୍ମତିଥୀରୁ ଆରମ୍ଭ ହୋଇଛି ଏହି ସଦସ୍ୟତା ଅଭିଯାନ। ଭୁବନେଶ୍ବରର ଭୀମଟାଙ୍ଗୀ ଅଞ୍ଚଳରେ ଆୟୋଜିତ ଏହି ଅଭିଯାନ ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ସଦସ୍ୟତା ସଂଗ୍ରହର ଶୁଭାରମ୍ଭ କରିଥିଲେ। ପ୍ରତିବୁଥ ସ୍ତରରେ ଏହି ଅଭିଯାନ କରାଯିବା ସହିତ ସେଠାରେ ପାଞ୍ଚୋଟି ଗଛ ଲଗାଇବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ଯେଉଁମାନେ ବିଜେପିର ସଦସ୍ୟ ହେବାକୁ ଚାହିଁବେ ସେମାନେ ମୋବାଇଲ ନମ୍ବର 8980808080 କୁ ମିସ କଲ କଲେ ସେମାନଙ୍କ ସଦସ୍ୟ ଭାବେ ଗ୍ରହଣ କରାଯିବ। ଗୋଟିଏ ମୋବାଇଲ ନମ୍ବରରୁ କେବଳ 4 ଜଣ ସଦସ୍ୟତା ଗ୍ରହଣ କରିପାରିବେ। ସେହିପରି ଅନଲାଇନ ଏବଂ ଅପ ଲାଇନରେ ମଧ୍ୟ ସଦସ୍ୟତା ଗ୍ରହଣ କରିବାର ବ୍ୟବସ୍ଥା କରାଯାଇଛି।ବର୍ତ୍ତମାନ ଦେଶର 11 କୋଟି ଏବଂ ରାଜ୍ୟ 36 ଲକ୍ଷ ସଦସ୍ୟ ବିଜେପିରେ ସାମିଲ ହୋଇଛନ୍ତି। ଏହାକୁ ଆହୁରି ବ୍ୟାପକ କରାଯିବ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଏହି ଅଭିଯାନ ବୈଠକରେ ବିଜେପି ରାଜ୍ୟସଭା ସାଂସଦ ଅଶ୍ବନୀ ବୈଷ୍ଣବ,ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ,ପ୍ରକାଶ ମିଶ୍ର, ଖାରବେଳ ସ୍ବାଇଁ,ସମୀର ମହାନ୍ତି ଏବଂ ଦାମୋଦର ରାଉତ ପ୍ରମୁଖ ଯୋଗଦେଇଥିଲେ।