Categories
ବିଶେଷ ଖବର

ଅଡୁଆରେ ସାଂସଦ ଅପରାଜିତା ଷଡଙ୍ଗୀ, ସାଂସଦ ନୋମିନ୍ ପଦରୁ ଇସ୍ତଫା ଦେଲେ ବରିଷ୍ଠ ନେତା ପୂର୍ଣ୍ଣଚନ୍ଦ୍ର ମଲ୍ଲିକ

ଭୁବନେଶ୍ବର, ବର୍ତ୍ତମାନ ଏକ ଅଡୁଆ ପରିସ୍ଥିତିରେ ପଡିଯାଇଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ। ନିକଟରେ ବେଗୁନିଆ ନିର୍ବାଚନ ମଣ୍ଡଳୀର ସାଂସଦ ନୋମିନ୍ ଋଷଭ ନନ୍ଦଙ୍କୁ ବହିସ୍କାର କରି ଅନୁ ଚୌଧୁରୀଙ୍କୁ ନିଯୁକ୍ତି ଦେଲେ। ସେହିପରି ଜୟଦେବ ନିର୍ବାଚନ ମଣ୍ଡଳୀରୁ ସାଂସଦ ନୋମିନ ପଦବୀର ଇସ୍ତଫା ଦେଇଛନ୍ତି ବିଜେପିର ବରିଷ୍ଠ ନେତା ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ। ଅପରାଜିତା ସାଂସଦ ଭାବେ ନିର୍ବାଚିତ ହେବା ପରେ ଜୟଦେବ ନିର୍ବାଚନ ମଣ୍ଡଳୀର ତାଙ୍କର ନୋମିନ୍ ଭାବେ ପୂର୍ଣ୍ଣଚନ୍ଦ୍ର ମଲ୍ଲିକଙ୍କୁ ନିଯୁକ୍ତି ଦେଇଥିଲେ। ହେଲେ ମାତ୍ର 8 ମାସ ପରେ ହଠାତ୍ ସାଂସଦଙ୍କ ନୋମିନ ପଦବୀରୁ ଇସ୍ତଫା ଦେଲେ ପୂର୍ଣ୍ଣଚନ୍ଦ୍ର। ଏ ସଂପର୍କରେ ପୂର୍ଣ୍ଣଚନ୍ଦ୍ର କୌଣସି ବିବୃତି ଦେଇ ନ ଥିଲେ ମଧ୍ୟ ଏକ ଲମ୍ବା ଇସ୍ତଫା ପତ୍ର ଅପରାଜିତାଙ୍କ ପାଖକୁ ପଠାଇ ଦେଇଛନ୍ତି ।

ଘଟଣାରୁ ଜଣାପଡିଛି ଯେ, ଅପରାଜିତା କୁଆଡେ ପୁରୁଣା ନେତାମାନଙ୍କୁ ପସନ୍ଦ କରୁ ନାହାଁନ୍ତି। ଥରେ ସେ ପୂର୍ଣ୍ଣଚନ୍ଦ୍ରଙ୍କୁ ଡାକି ପରୋକ୍ଷରେ ବର୍ତ୍ତମାନ ଜୟଦେବ ନିର୍ବାଚନ ମଣ୍ଡଳୀ ପାଇଁ ଜଣେ ଭଲ ଲୋକଙ୍କୁ ନେବାକୁ ପରୀକ୍ଷା କରୁଛି ବୋଲି କହିଲେ। ଏହି କଥାଟି କୁଆଡେ ପୂର୍ଣ୍ଣଚନ୍ଦ୍ରଙ୍କୁ ଭଲ ଲାଗିଲା ନାହିଁ। ସେ ନିଜେ ତାଙ୍କର ନୋମିନ ଭାବେ କାମ କରୁଛନ୍ତି ପୁଣି ଜଣେ ଭଲ ଲୋକର କଣ ଆବଶ୍ୟକ ପଡିଲା ବୋଲି ପୂର୍ଣ୍ଣଚନ୍ଦ୍ର ଅପରାଜିତାଙ୍କୁ ଅବଗତ କରାଇଥିଲେ। ହେଲେ ଅପରାଜିତାଙ୍କ ଏପରି କହିବା ପୂର୍ଣ୍ଣଚନ୍ଦ୍ରଙ୍କୁ ଭଲ ଲାଗି ନ ଥିଲା। ସେ ଘରକୁ ଆସି ଏକ ଲମ୍ବା ଇସ୍ତଫା ପତ୍ର ଲେଖି ଅପରାଜିତାଙ୍କ ପାଖକୁ ପଠାଦେଲେ।

ପୂର୍ଣ୍ଣଚନ୍ଦ୍ର ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ମ୍ୟାଡମ ମୁଁ ରାଜନୀତିକୁ ଆସିବା ପୂର୍ବରୁ ପ୍ରଫେସର ଭାବେ କାମ କରୁଥିଲି। ସେହି ସମୟରେ ମୁଁ ନିଜେ ଅନେକ ପରୀକ୍ଷା ପରିଚାଳନା କରିଛି। ତେଣୁ ପରୀକ୍ଷା ପରିଚାଳନା କରୁଥିବା ଲୋକ ଆଉ ପରୀକ୍ଷା ଦେବାର ଆବଶ୍ୟକତା ନାହିଁ। ତଥାପି ଜୀବନ ସାରା ପରୀକ୍ଷା ଦିଆଯାଏ। ଆପଣ ପରୀକ୍ଷା କରନ୍ତୁ, ହେଲେ ତା ପୂର୍ବରୁ ଆପଣଙ୍କ ନୋମିନ ପଦରୁ ମୋତେ ଅବ୍ୟାହିତ ଦିଅନ୍ତୁ। ଏହି ଚିଠି ବର୍ତ୍ତମାନ ବିଜେପିର ଗୋଟିଏ ଗୋଷ୍ଠୀ ନେତାଙ୍କ ମଧ୍ୟରେ ବେଶ୍ ଆଲୋଚନାର ବିଷୟ ପାଲଟିଛି।

ପୂର୍ବରୁ ଅପରାଜିତା, ବେଗୁନିଆ ନିର୍ବାଚନ ମଣ୍ଡଳୀର ନୋମିନ୍ ପଦବୀରୁ ଋଷଭ ନନ୍ଦଙ୍କୁ ବହିସ୍କାର କରି ତାଙ୍କ ସ୍ଥାନରେ ଚଳଚିତ୍ର ଅଭିନେତ୍ରୀ ଅନୁ ଚୈଧୁରୀଙ୍କୁ ନିଯୁକ୍ତି ଦେଇଥିଲେ। ଏ ସଂପର୍କରେ ଋଷଭଙ୍କୁ କୈଣସି କୈଫତ ମଧ୍ୟ ମଗା ଯାଇ ନ ଥିଲା। ହେଲେ ଭିତିରିଆ ଖବର ଅନୁସାରେ ଋଷଭଙ୍କ ଏକ ଭଏସ ମେସେଜ ତାଙ୍କ ବହିସ୍କାର ପାଇଁ କାରଣ ହେଲା ବୋଲି କୁହାଯାଉଛି। ସେହି ଭଏସ ମେସେଜରେ ଋଷଭ କୁଆଡେ ତାଙ୍କ ମିଟିଂରେ ବୋମା ଫୁଟାଅ ବୋଲି କହିଥିଲେ। ସେଥିରେ ସେ କାହା ମିଟିଂ ବୋଲି ନାମ ନେଇ ନ ଥିଲେ ମଧ୍ୟ ତାହା ଅପରାଜିତାଙ୍କ ମିଟିଂ ବୋଲି ଅନେକ ଗ୍ରହଣ କରଥିଲେ। ଏହି ଖବର ଅପରାଜିତାଙ୍କ ପାଖକୁ ଆସିବା ପରେ ସେ କୁଆଡେ ତାଙ୍କୁ ତୁରନ୍ତ ବହିସ୍କାର କରି ଅନୁଙ୍କୁ ନିଯୁକ୍ତି ଦେଇଦେଲେ।

ଦିନକୁ ଦିନ ଅପରାଜିତାଙ୍କ ଏପରି କଡା ଶାସନକୁ ନେଇ ଅନେକ ବିଜେପି ନେତା ବିତସ୍ପୃହ ହୋଇପଡିଲେଣି ବୋଲି ଜଣାପଡିଛି। ତାଙ୍କର ଏହି ମନମୁଖୀ ନିଷ୍ପତି ଯୋଗୁଁ ଆଜି ପର୍ଯ୍ୟନ୍ତ ଦଳର ଭୁବନେଶ୍ବର ଜିଲ୍ଲା ସଭାପତି ଭାବେ କାହାକୁ ନିଯୁକ୍ତି ଦିଆଯାଇ ପାରୁ ନାହିଁ। ସେହିପରି ତାଙ୍କ ବିଧାନସଭା ନିର୍ବାଚନ ମଣ୍ଡଳୀର ସଭାପତି ନେଇ ଅପରାଜିତା ଅଡି ବସିବାରୁ ତାଙ୍କ ଅନୁସାରେ ସେଠାରେ ସଭାପତିଙ୍କୁ ନିଯୁକ୍ତି ଦିଆଯାଇଛି। କିନ୍ତୁ ଭୁବନେଶ୍ବର ପାଇଁ ଅଙ୍କ ଛିଣ୍ଡି ନ ଥିବାରୁ ଏ ପର୍ଯ୍ୟନ୍ତ କାହାକୁ ସଭାପତି ଭାବେ ନିଯୁକ୍ତି ଦିଆଯାଇ ପାରୁ ନାହିଁ।

ସାଂସଦ ହେବାର ମାତ୍ର ବର୍ଷଟିଏ ବିତି ନାହିଁ, ହେଲେ ଅପରାଜିତାଙ୍କ ଏପରି ଆକ୍ସନ ମୋଡ୍ ରେ କାମ କରିବାକୁ ନେଇ ବହୁ ବେଜିପି ନେତା ସହଜରେ ଗ୍ରହଣ କରିପାରୁ ନାହାଁନ୍ତି। ହେଲେ ଅପରାଜିତା ସିଧା କେନ୍ଦ୍ରୀୟ ନେତୃବୃନ୍ଦଙ୍କ ସହ ଯୋଗାଯୋଗରେ ଥିବାରୁ ତାଙ୍କ ବିରୋଧରେ ଦଳର ପାୱାର ଫୁଲ ଗୋଷ୍ଠୀ ମଧ୍ୟ କରିଛି କରିପାରୁ ନାହିଁନ୍ତି। ଫଳରେ ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ଥିବା ବିଜେପିର ପୁରୁଣା ନେତାମାନେ ଅପରାଜିତାଙ୍କଠାରୁ ଦୂରେଇବାକୁ ବସିଲେଣି।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ଅନୁ ଚୌଧୁରୀଙ୍କୁ ମିଳିଲା ନୂଆ ଦାୟିତ୍ବ, ତେବେ ଚଳଚିତ୍ରରେ ନୁହେଁ ରାଜନୀତିରେ ପାଇଲେ ଏହି ଦାୟିତ୍ବ

ଭୁବନେଶ୍ବର, ପ୍ରଖ୍ୟାତ ଚଳଚିତ୍ର ଅଭିନେତ୍ରୀ ତଥା ବିଜେପି ନେତ୍ରୀ ଅନୁ ଚୌଧୁରୀଙ୍କୁ ଶେଷରେ ମିଳିଛି ଏକ ନୂଆ ଦାୟିତ୍ବ। ତାହା ହେଲା ସେ ବେଗୁନିଆ ନିର୍ବାଚନ ମଣ୍ଡଳୀର ସାଂସଦଙ୍କ ପ୍ରତିନିଧି ଭାବେ କାର୍ଯ୍ୟ କରିବେ। ଏନେଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଅନୁଙ୍କୁ ଏହି ଦାୟିତ୍ବ ପ୍ରଦାନ କରିଛନ୍ତି। ଅପରାଜିତାଙ୍କ ସମସ୍ତ ଏମପି ଅନୁଦାନ ସହିତ ତାଙ୍କ ରାଜନୈତିକ କାର୍ଯ୍ୟ ଅନୁ ତଦାରଖ କରିବେ।

ଅନୁଙ୍କ ନିଯୁକ୍ତି ନେଇ ସାଂସଦ ଅପରାଜିତ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଅବଗତ କରାଇଛନ୍ତି। ଫଳରେ ଜିଲ୍ଲା ସ୍ତରୀୟ ବୈଠକରେ ବେଗୁନିଆ ତରଫରୁ ଅନୁ ସାଂସଦଙ୍କ ପ୍ରତିନିଧି ଭାବେ ଯୋଗଦେବେ। ତେବେ ଅନୁଙ୍କ କର୍ମସ୍ଥଳ ବେଗୁନିଆ ହୋଇ ନ ଥିବା ବେଳେ ସେ କିପରି ସେଠାକୁ ଯାଇ ଏହି କାର୍ଯ୍ୟ କରିବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ସାଂସଦ କିମ୍ବା ବିଧାୟକ ପ୍ରତିନିଧି ସାଧାରଣତଃ ସେହି ଅଞ୍ଚଳର ହେଲେ ଲୋକଙ୍କ କଥା ବୁଝିବା ସୁବିଧା ହୋଇ ଥାଏ। ଯାହା ଅନୁଙ୍କ ପାଖରେ ତାହା ସମ୍ଭବ ହୋଇପାରିବ ନାହିଁ।

ତେବେ ଏହି ଦାୟିତ୍ବ ନେବା ପରେ ଅନୁ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଧନ୍ୟବାଦ ଦେବା ସହିତ, ତାଙ୍କର କାର୍ଯ୍ୟ ଠିକ ଭାବେ କରିବେ ବୋଲି ଜଣାଇଛନ୍ତି।