ଅପରାଜିତାଙ୍କ ଉପରକୁ ଅଣ୍ଡାମାଡ ଘଟଣା, ସରକାରଙ୍କୁ ଟାର୍ଗେଟ କଲେ ସାଂସଦ

Published: Nov 26, 2021, 12:41 pm IST

ଭୁବନେଶ୍ବର: ଗତକାଲି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଅଣ୍ଡାମାଡ ଘଟଣାରେ ଆଜି ସରକାରଙ୍କୁ ସେ ଟାର୍ଗେଟ କରିଛନ୍ତି। ଭୁବନେଶ୍ବରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ବିଜେଡି କର୍ମିଙ୍କୁ ଦାୟୀ କରିଛନ୍ତି। ସେ କହିଛନ୍ତି ଯେ ଗତକାଲି ତାଙ୍କୁ ବିଜେଡି କର୍ମିମାନେ ଅଣ୍ଡାମାଡ ଟେକାମାଡ କରିଥିଲେ। ସେମାନେ କୌଣସି ଦରଦାମ ବୃଦ୍ଧି ସ୍ଲୋଗାନ ଦେଇ ନ ଥିଲେ।

ଏପରି ଆକ୍ରମଣ ଏକ ଯୋଜନାବଦ୍ଧ ଥିଲା ବୋଲି ସାଂସଦ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ଜଣେ ମହିଳା ସାଂସଦ ଭାବେ ମୋତେ କାମ କରିବାର ସୁଯୋଗ ଦିଆଯାଉ ନାହିଁ। ମୋତେ ହଇରାଣ କରିବା ପାଇଁ ବିଜେଡି ଅନ୍ୟ ୱାର୍ଡର କର୍ମିଙ୍କୁ ଆଣି ଏହି କାର୍ଯ୍ୟରେ ନିୟୋଜିତ କରିଥିଲା। ବର୍ତ୍ତମାନ ଭୁବନେଶ୍ବରରେ ବୁଲିବା ମୋ ପାଇଁ ସୁରକ୍ଷିତ ନୁହେଁ। ମୋତେ ସୁରକ୍ଷା ଯୋଗାଇ ଦିଆଯାଉ ବୋଲି ଅପରାଜିତା ଦାବି କରିଛନ୍ତି।

Related posts