ଅପରାଜିତା ଷଡଙ୍ଗୀଙ୍କ ନିଖୋଜ ପୋଷ୍ଟର ମାରିବା ଘଟଣା: ଗିରଫ ହେଲେ ସାଂସଦଙ୍କ ଦୁଇ ବିଶ୍ଵସ୍ତ

Published: Feb 11, 2021, 6:29 pm IST

ଭୁବନେଶ୍ବର: ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ନିଖୋଜ ପୋଷ୍ଟର ମାରି ଦୁଇଜଣ ଗିରଫ ହୋଇଥିବା ସୂଚନା ରହିଛି। ଅପରାଜିତାଙ୍କ ଘନିଷ୍ଠ ଥିବା ଦୁଇ ଜଣ ଗିରଫ ହୋଇଥିବା ସୂଚନା ରହିଛି। ସେହି ଦୁଇ ଜଣଙ୍କ ମଧ୍ୟରୁ ଜଣେ ସାଂସଦଙ୍କ ବ୍ୟକ୍ତିଗତ ସହାୟକ ଏବଂ ଆଉ ଜଣେ ଅତି ପାଖାପାଖି ଲୋକ ବୋଲି କୁହାଯାଉଛି। ସେମାନେ ହେଲେ ଧନେଶ୍ୱର ବାରିକ ଏବଂ ଜ୍ୟୋତିରଞ୍ଜନ ପଣ୍ଡା। ଏହି ଦୁଇ ଜଣଙ୍କ ଗିରଫ ନେଇ କାରଣ ସ୍ପଷ୍ଟ ହୋଇନଥିବା ବେଳେ ନିଜର ବିଶ୍ଵସ୍ତ ଲୋକେ ଏଭଳି କାର୍ଯ୍ୟ କରି ଗିରଫ ହୋଇଥିବା କେତେକ ଗଣମାଧ୍ୟମରେ ପ୍ରକାଶ ପାଇଛି। ସେପଟେ ପୋଷ୍ଟର ମରାକୁ ନେଇ ଗଣ୍ଡଗୋଳ କାରଣରୁ ଉଭୟଙ୍କୁ ଗିରଫ କରାଯାଇଥିବା ମଧ୍ୟ କୁହାଯାଉଛି।

ଉଲ୍ଲେଖ ଯୋଗ୍ୟ, ଦିଲ୍ଲୀରେ ସଂସଦ ଅଧିବେଶନ ଚାଲିଥିବା ସମୟରେ ଅପରାଜିତା ସେଠାରେ ଉପସ୍ଥିତ ଅଛନ୍ତି। କିନ୍ତୁ ସେହି ସମୟରେ ଭୁବନେଶ୍ବର ସାଂସଦଙ୍କ ଫଟୋ ଥାଇ ପୁରୁଣା ଭୁବନେଶ୍ୱରର ଅନେକ ସ୍ଥାନରେ ପୋଷ୍ଟର ଲଗାଯାଇଥିଲା। ସେହି ପୋଷ୍ଟରରେ ସାଂସଦ ନିଖୋଜ ଲେଖା ହେବା ସହ ଏକାମ୍ର କ୍ଷେତ୍ର ବାଇ-ଲ’ ପ୍ରସଙ୍ଗରେ ମୁହଁ କେବେ ଖୋଲିବେ ବୋଲି ଲେଖାଯାଇଥିଲା। ହେଲେ ଏହି ନିଖୋଜ ପୋଷ୍ଟର ମାରିବା ଘଟଣାରେ ପ୍ରତିକ୍ରିୟା ରଖି ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଭୁବନେଶ୍ୱରବାସୀ ତାଙ୍କୁ ଖୋଜୁଥିବା ଜାଣି ସେ ଖୁସି। ସଂସଦର ଅଧିବେସନ ସରିବା ପରେ ଭୁବନେଶ୍ୱର ଯାଇ ଏକ୍ରାମ ସ୍ଥିତି ଅନୁଧ୍ୟାନ କରିବେ।

Related posts