କୁହୁଡିରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଜନସମ୍ପର୍କ ପଦଯାତ୍ରା

Published: Dec 13, 2020, 5:57 pm IST

ସୀତାରାମ ଅଗ୍ରୱାଲ

ଟାଙ୍ଗୀ :  ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ନିଜ ସଂସଦୀୟ କ୍ଷେତ୍ର ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ଜନସଂପର୍କ ପଦଯାତ୍ରା କରିଛନ୍ତି। ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ଟାଙ୍ଗୀ ବ୍ଲକ କୁଞ୍ଜୁରୀ ଗ୍ରାମପଞ୍ଚାୟତର ଜୟ ମଙ୍ଗଳପୁରଠାରେ ଆଜି ସାଂସଦ ଜନସମ୍ପର୍କ ପଦ ଯାତ୍ରା ଆରମ୍ଭ କରିଛନ୍ତି । ଜୟମଙ୍ଗଳପୁରଠାରେ ଲୋକଙ୍କ ପାଖରେ ପହଁଚି କିଛି ଲୋକଙ୍କ ସମସ୍ୟା ସୁବିଧା, ଅସୁବିଧା,କେନ୍ଦ୍ର ସରକାର ଦେଉଥିବା ବିଭିନ୍ନ କେନ୍ଦ୍ରୀୟ ଯୋଜନା ଯୋଗ୍ୟହିତାଧିକାରୀ ମାନେ ପାଉଛନ୍ତି ନା ନାହିଁ ସେ ସବୁକୁ ସମୀକ୍ଷା କରି ବୁଝିଥିଲେ ଓ ଗ୍ରାମ ପରିକ୍ରମା କରିଥିଲେ।

ଗ୍ରାମରେ ଅନେକ ଦିନରୁ ରାସ୍ତା ନିର୍ମାଣ ହୋଇନଥିବା ଓ ଯୋଗ୍ୟ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବାର୍ଦ୍ଧକ୍ୟ ଓ ବିଧବାଭତ୍ତା ପାଇ ନଥିବା ଅଭିଯୋଗ ସାସଂଦଙ୍କ ନିକଟକୁ ବହୁ ଲୋକେ ନେଇ ଆସିଥିଲେ। ସରକାରୀ ଯୋଜନାରୁ ବଂଚିତ ଥିବା ଲୋକମାନେ କିଭଳି ସୁବିଧା ପାଇପାରିବେ ସେ ସଂପର୍କରେ ଲୋକଙ୍କ ସହିତ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଆଲୋଚନା କରିଥିଲେ। ଜନସଂପର୍କ ପଦଯାତ୍ରାରେ ସାଂସଦଙ୍କ ସହିତ  ବିଜେପି ଜିଲ୍ଲା ସଭାପତି, ଜିଲ୍ଲା ସଂଯୋଜକ, ଟାଙ୍ଗୀ ବ୍ଲକ ସାଂସଦ ପ୍ରତିନିଧି, ସ୍ଥାନୀୟ ସରପଞ୍ଚ, ସମିତିସଭ୍ୟ, ମଣ୍ଡଳ ସଭାପତି ଓ ବିଜେପିର ଛାମୁଆ କର୍ମୀମାନେ ସାମିଲ ଥିଲେ।

Related posts