Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୁରୀରେ ବର୍ନ ୟୁନିଟ ଖୋଲିବା ପାଇଁ ଲୋକସଭାରେ ଦାବି କଲେ ସାଂସଦ ସମ୍ବିତ ପାତ୍ର

ନୂଆଦିଲ୍ଲୀ: ସଂସଦର ଆଜି ପ୍ରଥମ ଦିବସରେ ଜଗନ୍ନାଥ ଧାମ ପୁରୀରେ ବର୍ନ ୟୁନିଟ ଖୋଲିବା ପାଇଁ ଦାବି କଲେ ସାଂସଦ ସମ୍ବିତ ପାତ୍ର । ଗତ ମେ ମାସ ୨୯ ତାରିଖ ଦିନ ଚନ୍ଦନ ଯାତ୍ରା ସମୟରେ ନରେନ୍ଦ୍ର ପୁଷ୍କରିଣୀରେ ବାଣ ବିସ୍ପୋରଣ ହୋଇ ଦୁର୍ଘଟଣା ହୋଇଥିଲା, ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ଦୁର୍ଘଟଣାରେ ୧୭ ଜଣଙ୍କ ପ୍ରାଣହାନି ହେବା ସହ ଅନେକ ଗୁରୁତର ଆହତ ହେଇଥିଲେ ଓ ଅନେକଙ୍କୁ ଉଚିତ ସମୟରେ ଚିକିତ୍ସା ସେବା ମିଳିପାରିନ’ଥିଲା। ଏହାର ମୁଖ୍ୟ କାରଣ ହେଉଛି ପୁରୀରେ ବର୍ନ ୟୁନିଟ ଚିକିତ୍ସା ସେବାର ଅନୁପଲବ୍ଧତା।

ଏହାର ନିରାକରଣ ପାଇଁ ତଥା ପୁରୀରେ ଏଭଳି ପରିସ୍ଥିତି ଆଉ ନ ଉପଜୁ ସେଥିପାଇଁ ଆଜି ସାଂସଦ ସମ୍ବିତ ପାତ୍ର ସଂସଦର ଜିରୋ ଆୱାରରେ କେନ୍ଦ୍ର ସରକାରଙ୍କୁ ପୁରୀର ଶ୍ରୀ ଜଗନ୍ନାଥ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ବର୍ନ ୟୁନିଟ ଖୋଲିବା ପାଇଁ ଅନୁରୋଧ କରିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ବିଜେପି-ଆରଏସଏସ ବୈଠକରେ ମୁଖ୍ୟମନ୍ତ୍ରୀ ମାଝୀ

ଭୁବନେଶ୍ୱର: ପୁରୀରେ ବିଜେପିର ଦୁଇଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆରଏସଏସର ବରିଷ୍ଠ କର୍ମକର୍ତ୍ତାମାନଙ୍କ ସହ ଦଳର ସମନ୍ୱୟ ବୈଠକରେ ଯୋଗ ଦେଇଛନ୍ତି।

ସଂଘ ରାଜ୍ୟରେ କ୍ଷମତାକୁ ଆସିବା ପରେ ବିଜେପି ସରକାରଙ୍କ ପ୍ରଦର୍ଶନର ସମୀକ୍ଷା କରିଥିବାରୁ ଏହି ବୈଠକ ଗୁରୁତ୍ୱବହନ କରିଥିଲା। ନୂଆ ସରକାରର କାର୍ଯ୍ୟକାଳର ଏକ ମାସରୁ ଅଧିକ ସମୟ ପୂରିଥିବା ବେଳେ ଦଳ ନିଜର ପ୍ରଦର୍ଶନ ଏବଂ ସରକାରଙ୍କ ୧୦୦ ଦିନିଆ ଏଜେଣ୍ଡାର ରିପୋର୍ଟ କାର୍ଡ ସଂଘନିକଟରେ ଉପସ୍ଥାପନ କରିଛି।

ନିର୍ବାଚନୀ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ପାଇଁ କାର୍ଯ୍ୟଯୋଜନା ସମ୍ପର୍କରେ ମଧ୍ୟ ଦଳ ଆଲୋଚନା କରିଛି। ଦିନବ୍ୟାପୀ ଚାଲିଥିବା ଏହି ବୈଠକରେ ବିଧାନସଭା ଓ ଲୋକସଭାର ଏକକାଳୀନ ନିର୍ବାଚନ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ସଂଘ ନେତାମାନେ ଜାଣିବାକୁ ଚାହୁଁଥିଲେ ଯେ ବିଜେପି ୨୧ଟି ଆସନରୁ ୨୦ଟି ରେ ବିଜୟୀ ହୋଇ ସଂସଦୀୟ ନିର୍ବାଚନ ମଣ୍ଡଳୀକୁ ପାଖାପାଖି ଦଖଲ କରିଥିବା ବେଳେ ଅଧିକ ବିଧାନସଭା ଆସନ ଜିତିପାରିଲା ନାହିଁ।

ନିର୍ବାଚନରେ ବିଜେପିର ଆଶ୍ଚର୍ଯ୍ୟଜନକ ସଫଳତା ପଛରେ ଆରଏସଏସର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ସଂଘ ସମସ୍ତ ଜିଲ୍ଲାରେ ନିଜ ନେତାଙ୍କୁ ନିୟୋଜିତ କରିବା ସହ ସମଗ୍ର ନିର୍ବାଚନ ପ୍ରକ୍ରିୟା ଉପରେ ତୀକ୍ଷ୍ଣ ନଜର ରଖିଥିଲା। ନିର୍ବାଚନ ପୂର୍ବରୁ ଜାତୀୟ ବିଜେପି ସାଧାରଣ ସମ୍ପାଦକ (ସଂଗଠନ) ବିଏଲ ସନ୍ତୋଷ, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସୁନୀଲ ବଂଶଲ ଏବଂ ଦଳର ଅନ୍ୟ ବରିଷ୍ଠ କର୍ମକର୍ତ୍ତାମାନେ ଏଠାରେ ସଂଘ ନେତାମାନଙ୍କ ସହ ବୈଠକ କରି ନିର୍ବାଚନ ରଣନୀତି ପ୍ରସ୍ତୁତ କରିଥିଲେ। ବିଜେପିରେ ସାଂଗଠନିକ ପ୍ରସଙ୍ଗ, ସରକାର ଗଠନ ପରେ ଦଳୀୟ କର୍ମୀଙ୍କ ପାଇଁ ପ୍ରସ୍ତୁତ ଯୋଜନା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ହୋଇଥିଲା।

ଆର୍ ଏସ୍ ଏସ୍ ର ରାଷ୍ଟ୍ରୀୟ ସହସାଧାରଣ ସମ୍ପାଦକ ଅରୁଣ କୁମାର ଓ ରାମ ଦତ୍ତ ଚକ୍ରଧା (ଓଡ଼ିଶା, ପଶ୍ଚିମବଙ୍ଗ, ବିହାର ଓ ଆଣ୍ଡାମାନ ପ୍ରଭାରୀ), ଜଗଦୀଶ ଖାଡେଙ୍ଗା, ବିପିନ ପ୍ରସାଦ ନନ୍ଦ, ରାମାପଦ ବୋଷ, ସମୀର ମହାନ୍ତି, ଶଙ୍କର ପଣ୍ଡା, ଦୁର୍ଗା ସାହୁ ଙ୍କ ସମେତ ରାଜ୍ୟ ଆରଏସଏସର ଅନ୍ୟ ବରିଷ୍ଠ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶାର ଦୁଇ ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ସମ୍ବିତ ପାତ୍ରଙ୍କୁ ବିଜେପି ଦେଲା ନୂଆ ଦାୟିତ୍ଵ: ଜାଣନ୍ତୁ କ’ଣ?

ଭୁବନେଶ୍ଵର: ଆଜି ଭାରତୀୟ ଜନତା ପାର୍ଟି ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଏବଂ ସହ-ପ୍ରଭାରୀ ନିଯୁକ୍ତି କରିଛି। ବିଜେପି ରାଷ୍ଟ୍ରୀୟ ଆଧ୍ୟକ୍ଷ ଜଗତ ପ୍ରସାଦ ନଡ୍ଡା ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଏବଂ ସହ-ପ୍ରଭାରୀଙ୍କୁ ନିଯୁକ୍ତି ଦେଇଛନ୍ତି। ଏହିକ୍ରମରେ ଓଡ଼ିଶାର ପ୍ରଭାରୀ ଭାବେ ବିଜୟପାଲ ସିଂ ତୋମାରଙ୍କୁ ବିଜେପି ଦାୟିତ୍ଵ ଦେଇଥିବା ବେଳେ ଲତା ଉସେଣ୍ଡିଙ୍କୁ ସହପ୍ରଭାରୀ ଦାୟିତ୍ୱ ଦିଆଯାଇଛି।

ତେବେ ଓଡିଶାର ଦୁଇ ଲୋକପ୍ରିୟ ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ଡାଃ. ସମ୍ବିତ ପାତ୍ରଙ୍କୁ ମଧ୍ୟ ବିଜେପି ପକ୍ଷରୁ ନୂଆ ଦାୟିତ୍ଵ ଦିଆଯାଇଛି। ଭୁବନେଶ୍ଵର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ କେରଳର ସହପ୍ରଭାରୀ ଭାବେ ନିଯୁକ୍ତି ମିଳିଥିବା ବେଳେ ପୁରୀ ସାଂସଦ ଡାଃ. ସମ୍ବିତ ପାତ୍ରଙ୍କୁ ଉତ୍ତର ପୂର୍ବ ରାଜ୍ୟର ସଂଯୋଜକ ଭାବେ ଦାୟିତ୍ଵ ମିଳିଛି।

ବିଭିନ୍ନ ରାଜ୍ୟ ପାଇଁ ବିଜେପି ପକ୍ଷରୁ ମିଳିଥିବା ଦାୟିତ୍ଵ:

Image

Image

Categories
ଆଜିର ଖବର ରାଜ୍ୟ ଖବର

ରଥଯାତ୍ରାରେ ଶୃଙ୍ଖଳିତ ପରିବହନ ସେବା ପାଇଁ ସମନ୍ଵୟ ବୈଠକ

ପୁରୀ: ବଶ୍ୱିପ୍ରସିଦ୍ଧ ରଥଯାତ୍ରାରେ ଶ୍ରୀକ୍ଷେତ୍ର ପୁରୀକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବ। ଶ୍ରଦ୍ଧାଳୁଙ୍କ ସୁଗମ ପରବହନକୁ ଆଖି ଆଗରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଏକ ସମନ୍ଵୟ ବଠୈକ ଅନୁଷ୍ଠିତ ହାଇଛି। ପ୍ରାଧିକରଣର ମୁଖ୍ୟାଳୟରେ ରାଜ୍ୟ ପରିବହନ ଆୟୁକ୍ତ ଅମିତାଭ ଠାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜାତୀୟ ରାଜପଥ କର୍ତ୍ତୁପକ୍ଷ, ପୋଲିସ କର୍ତ୍ତୁପକ୍ଷ, ପୁରୀ, କଟକ ଓ ଭୁବନେଶ୍ଵର ଆଞ୍ଚଳକି ପରିବହନ ଅଧିକାରୀ ଏବଂ ବସ୍ ମାଲିକ ସଙ୍ଘ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଏତେ ସଂଖ୍ୟକ ଶ୍ରଦ୍ଧାଳୁ ଯେପରି ପୁରୀରେ ସବୁଧିାରେ ପହଞ୍ଚିବେ ଓ ଫେରିବେ ତାର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇ ସର୍ବସମ୍ମତିକ୍ରମେ ଗୁରୁତ୍ୱପୂର୍ଣ୍ଧ ନିଷ୍ପତ୍ତିଗୁଡକି ଗ୍ରହଣ କରାଯାଇଛି।

ପ୍ରତିବର୍ଷ ଭଳି ଚଳତି ଥର ମଧ୍ୟ ରଥଯାତ୍ରା, ବାହୁଡା ଯାତ୍ରା ଓ ସୁନାବେଶ ନିମନ୍ତେ ଅନ୍ୟରୁଟ୍ ଗାଡଗୁଡିକୁ ପୁରୀ ନିମନ୍ତେ ସ୍ୱତନ୍ତ୍ର ପରମିଟ୍ ପ୍ରଦାନ କରାଯବି। ଆଗ୍ରହୀ ବସ୍ ମାଲିକମାନେ ଏଥିନମନ୍ତେ ଆବେଦନ କରିବେ ଏବଂ ଏସଟଏି ମୁଖ୍ୟାଳୟରେ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥାରେ ଏହାକୁ ଅନୁମୋଦନ ମିଳବି। ବିଶେଷକରି, କଟକ-ଭୁବନେଶ୍ଵରରୁ ଅଧିକ ସଂଖ୍ୟକ ବସ୍ ପୁରୀ ଚଳାଚଳ କରବା ଉପରେ ଗୁରୁତ୍ୱ ଦିଆଯିବ। ସେହିଭଳି ନିର୍ଦ୍ଧାରିତ ବସ୍ ଭଡାଠାରୁ କୌଣସି ବସ୍ ଯାତ୍ରୀଙ୍କଠାରୁ ଅଧିକ ଭଡା ଦାବି କରିବାର ଅଭିଯୋଗ ଜେଭଳି ନଆସେ ସେଦଗିରେ ବସ ମାଲିକ ସଙ୍ଘ ଧ୍ୟାନ ଦେବାକୁ ପରବିହନ ଆୟୁକ୍ତ କହିଛନ୍ତି।

ଅଧିକ ଭଡା ଆଦାୟ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କେବଳ ବସ୍ ନୁହେଁ, ମାଳତୀପାଟପୁର କିମ୍ବା ତାଳବଣିଆରୁ ବଡଦାଣ୍ଡକୁ ଯାଉଥିବା ଅଟୋ କିମ୍ବା ଅନ୍ୟାନ୍ୟ ଗାଡି ଯେପରି ମନଇଚ୍ଛା ଭଡା ଦାବି ନକରିବେ ସେ ଦିଗରେ ପୁରୀ ପୋଲିସ ଓ ପୁରୀ ଆରଟଓି ବିଶେଷ ଧ୍ୟାନ ଦେବାକୁ ନିଷ୍ପତ୍ତି ହୋଇଛି। ବସ୍ ରହଣିସ୍ଥାନରେ ଅସ୍ଥାୟୀ ବିଶ୍ରାମଗାର ସହ ପ୍ରଶାସନ ତରଫରୁ ଖାଦ୍ୟ, ପାନୀୟ ବଣ୍ଟନର ବ୍ୟବସ୍ଥା କରାଯିବ। ରାସ୍ତାଘାଟ ଆଲୋକିକରଣକୁ ସୁନିଶ୍ଚିତ କରାଯିବ।

ବସଗୁଡକିରେ ଫାଷ୍ଟଏଡ୍ କିଟ୍ ଓ ପର୍ଯ୍ୟାପ୍ତ ପରିମାଣର ଓଆରଏସ ମହଜୁଦ୍ ରହିବ ଓ ତାହା ଏସଟିଏ ପକ୍ଷରୁ ଯୋଗାଇ ଦିଆଯିବ। ଏହାସହ ରଥଯାତ୍ରା ସମୟରେ ସ୍ପେଶାଲ ପରମିଟ ପାଇଥିବା ବସଗୁଡକିୁ ଟୋଲଗେଟରେ ଫି ଛାଡ ନେଇ ବସ୍ ମାଲିକମାନଙ୍କ ଦୀର୍ଘଦିନର ଏକ ଦାବିକୁ ମଧ୍ୟ ଆଜି ଏସଟିଏ ଗ୍ରହଣ କରିଛି। ଏସଂକ୍ରାନ୍ତ ବୈଠକରେ ଉପସ୍ଥିତ ଏନଏଚଆଇ କର୍ତ୍ତୁପକ୍ଷଙ୍କୁ ପଦକ୍ଷେପ ନେବାକୁ କୁହାଯାଇଛି।

ବସ୍ ଷ୍ଟପ୍ ଗୁଡକିରେ ଯାତ୍ରୀମାନଙ୍କୁ ଯେଉଁଭଳି କେହି ହଇରାଣ ନ କରିବେ ସେ ଦଗିରେ ପୋଲିସର ସହାୟତା ଲୋଡାଯାଇଛି। ଅସାମାଜିକମାନଙ୍କ ଉପରେ କଡା ନଜର ରଖାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସ୍ୱତନ୍ତ୍ର ଟିମ ଗଠନ କରି ଯାତ୍ରୀଙ୍କ ସୁବିଧାକୁ ପୁରୀ, ଭୁବନେଶ୍ଵର, କଟକ ସମେତ ଅନ୍ୟାନ୍ୟ ସହରର ବସଷ୍ଟାଣ୍ଡରେ ତଦାରଖ କରାଯିବ। ଏହା ସହ ପୁରୀର ତାଳବଣିଆରେ ସିସିଟିଭି ମଧ୍ୟ ଲାଗିବ। ରାଜ୍ୟ ବାହାର ଯାତ୍ରୀବାହୀ ଗାଡଗୁଡିକ ମାଳତୀପାଟପୁରରେ ରହିବ।

ଯାତ୍ରୀ ଓ ଯାତ୍ରୀବାହୀ ଗାଡମିାନଙ୍କ ସୁବଧିା ନମନ୍ତେ ରଥଯାତ୍ରା ସମୟରେ ପୁରୀରେ ଆରଟିଓ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯିବ। ଏହାସହ ଗାଡିମରାମତି ନିମନ୍ତେ ବିଭିନ୍ନ କମ୍ପାନୀଙ୍କ ସହଯୋଗ, କ୍ରେନ୍ ଓ ଆମ୍ବୁଲାନ୍ସ ସୁବଧିା ମଧ୍ୟ କରାଯିବ। ଶୃଙ୍ଖଳିତ ଟ୍ରାଫିକ ବ୍ୟବସ୍ଥା ଉପରେ ବିଶେଷ ଧ୍ୟାନ ଦିଆଯିବ। ଜାତୀୟ ରାଜପଥର ଗହଳି ଆଶଙ୍କା ଥିବା ସ୍ଥାନ ବିଶେଷକରି ପଳାଶୁଣି, ହଂସପାଳ ଭଳି ପଏଣ୍ଟ ଗୁଡକିରେ ସ୍ୱତନ୍ତ୍ର ଟିମ ଦାୟିତ୍ୱରେ ରହିବେ। ସମସ୍ତ ବଭିାଗ, ଗାଡିମାଲିକ ଓ କର୍ମଚାରୀଙ୍କ ସହଯୋଗରେ ଜନସାଧାରଣଙ୍କୁ ଉତ୍ତମ ସେବା ପ୍ରଦାନ ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପରିବହନ ଆୟୁକ୍ତ କହିଛନ୍ତି। ଏହାସହ ରଥଯାତ୍ରା ସମୟରେ ବେପରୁଆ ଗାଡିଚାଳନାକୁ ରୋକିବାକୁ ଭୁବନେଶ୍ଵରଋ ପୁରୀ ମଧ୍ୟରେ ଇଣ୍ଟେଲିଜେଣ୍ଟ ଏନଫୋର୍ସ ସିଷ୍ଟମ କାର୍ଯ୍ୟକାରୀ ହେବ। ସମନ୍ଵୟ ବୈଠକକୁ ଅତରିିକ୍ତ ପରିବହନ କମିଶନର ଲାଲମୋହନ ସେଠୀ ପରିଚାଳନା କରିଥିବା ବେଳେ ଯୁଗ୍ମ ପରବିହନ କମିଶନର ପ୍ରଦୀପ କୁମାର ମହାନ୍ତି ଧନ୍ୟବାଦ ଦେଇଥିଲେ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ପୁରୀ ଲୋକସଭା: ବିଜେଡ଼ି ପ୍ରାର୍ଥୀଙ୍କ ଠାରୁ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ଆଗୁଆ,ଜାଣନ୍ତୁ କେତେ

ଭୁବନେଶ୍ବର: ପୁରୀ ଲୋକସଭାରେ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ଆଗୁଆ ଅଛନ୍ତି। ସେ ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କଠାରୁ ୭୭ ହଜାର ୨୨୭ ଭୋଟ ଆଗରେ ଅଛନ୍ତି। ଏପର୍ଯ୍ୟନ୍ତ ଉଭୟ ପ୍ରାର୍ଥୀ ପାଇଥିବା ଭୋଟ…

୧- ସମ୍ବିତ ପାତ୍ର, ବିଜେପି- ୪, ୫୦,୦୯୨

୨- ଅରୂପ ପଟ୍ଟନାୟକ, ବିଜେଡି- ୩, ୭୨,୮୬୫

Categories
ନିର୍ବାଚନ ଖବର ବିଶେଷ ଖବର

ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଦେଖି ବିରୋଧୀଙ୍କ ମୁଣ୍ଡ କାମ କରୁନି, ଦିନରେ ଲଣ୍ଠନ ଦେଖାଉଛନ୍ତି: ଭିକେ ପାଣ୍ଡିଆନ

ପୁରୀ: ଆଜି ବ୍ରହ୍ମଗିରି କେରାଣ୍ଡିଆ ପଡ଼ିଆରେ କାର୍ତ୍ତିକ ପାଣ୍ଡିଆନ ନିର୍ବାଚନ ପ୍ରଚାର କରିଛନ୍ତି। ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲା ବେଳେ ଶ୍ରୀ ପାଣ୍ଡିଆନ ଏକ ବିରାଟ ଜନସମାବେଶକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ବିରୋଧୀଙ୍କୁ କଡା ଆକ୍ରମଣ କରିଛନ୍ତି।

ବିଜେପିକୁ ଟାର୍ଗେଟ କରି ଶ୍ରୀ ପାଣ୍ଡିଆନ କହିଛନ୍ତି ଯେ, ସେମାନେ ମିଛ କହୁଛନ୍ତି, ଅପପ୍ରଚାର କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଦେଖି ସେମାନଙ୍କ ମୁଣ୍ଡ କାମ କରୁନି, କୋଉଠି କ’ଣ କହୁଛନ୍ତି ତାହା ଜାଣିପାରୁନାହାନ୍ତି। ପୁରୀ ମନ୍ଦିର କାମ ଏତେ ସୁନ୍ଦର ହୋଇଛି, ସେମାନେ ଏହି କାର୍ଯ୍ୟକୁ ସହି ପାରୁନାହାନ୍ତି, କହୁଛନ୍ତି ୪ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି। କିନ୍ତୁ  ପ୍ରକୃତରେ ଏହି ପ୍ରକଳ୍ପ ପାଇଁ ମାତ୍ର ୩୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ସେହିଭଳି ଶ୍ରୀ ପାଣ୍ଡିଆନ ଆସାମ ମୁଖ୍ୟମନ୍ତ୍ରୀକୁ କଟାକ୍ଷ କରି କହିଛନ୍ତି ଯେ, ବିଜେପି ର ସବୁ ନେତା ଆସି କହୁଛନ୍ତି ଓଡ଼ିଶାକୁ ଏକ ନମ୍ୱର କରିବେ। ଆସାମ ମୁଖ୍ୟମନ୍ତ୍ରୀ ବି କହୁଛନ୍ତି ଓଡ଼ିଶାକୁ ଏକ ନମ୍ବର କରିବେ, ତା’ହେଲେ ଆସାମକୁ କ’ଣ କରିବେ? ସେମାନେ ଯୁଆଡ଼େ ଯାଉଛନ୍ତି, କହୁଛନ୍ତି-ଏକ ନମ୍ବର କରିବେ, କର୍ଣ୍ଣାଟକ, ତେଲେଙ୍ଗାନା, ମହାରାଷ୍ଟ୍ର ସବୁଠି କହୁଛନ୍ତି ସେହି ରାଜ୍ୟକୁ ଏକ ନମ୍ବର କରିବେ, ପ୍ରଥମେ ଆଗେ ନିଷ୍ପତ୍ତି କରନ୍ତୁ କେଉଁ ରାଜ୍ୟକୁ ସେମାନେ ଏକ ନମ୍ବର କରିବେ?

ଶ୍ରୀ ପାଣ୍ଡିଆନ ଆହୁରୀ କହିଛନ୍ତି ଯେ, ୨୫ ବର୍ଷ ହେଲା ଡବଲ ଇଞ୍ଜିନ ସରକାର ଥାଇ ଏପର୍ଯ୍ୟନ୍ତ ଗୁଜରାଟକୁ ଏକ ନମ୍ବର କରିପାରିଲେ ନାହିଁ। ସେମାନେ କେବଳ ଆପଣମାନଙ୍କୁ ଭୁଆଁ ବୁଲାଉଛନ୍ତି। ମିଛର ସବୁ ସୀମା ଟପି ଯାଇଛନ୍ତି।

ତେବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକୁ ପ୍ରସଂଶା କରି ଶ୍ରୀ ପାଣ୍ଡିଆନ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ୯ କୋଟି ଟଙ୍କା ଖର୍ଚ୍ଚ କରି ଅଲାରନାଥ ମନ୍ଦିରର ରୂପାନ୍ତରଣ କରିଛନ୍ତି, ୫ କୋଟି ଖର୍ଚ୍ଚ କରି ବାଲିହରଚଣ୍ଡୀ ମନ୍ଦିରର ରୂପାନ୍ତରଣ କରିଛନ୍ତି। ନବୀନ ପଟ୍ଟନାୟକ ଜୁନ ୯ ତାରିଖ ଦିନ ଶପଥ ନେବା ପରେ ଆପଣମାନଙ୍କ ବିଜୁଳି ବିଲ ଛାଡ଼୍‍ କରିବେ, ତା’ପରେ ସମସ୍ତଙ୍କୁ ବି.ଏସ୍‍.କେ.ୱାଇରେ ସାମିଲ କରିବେ, ତା’ପରେ ମିଶନ ଶକ୍ତି ସଭ୍ୟ ଓ କର୍ମୀମାନଙ୍କୁ ପେନ୍‍ସନ ଦେବେ।

ମାଗଣା ବିଜୁଳି କଥା ଉଠାଇ ବିଜେପିକୁ ଆକ୍ରମଣ କଲେ ପାଣ୍ଡିଆନ:

ବିଜେପି ମଧ୍ୟ କହୁଛି ମାଗଣା ବିଜୁଳି ଦେବ, ଆପଣ ୫୦ ହଜାର ଟଙ୍କା ଦେବେ, ତା’ପରେ ସୂର୍ଯ୍ୟକିରଣରୁ ପାଇବେ ବିଜୁଳି, କେବଳ ଦିନରେ ଲଣ୍ଠନ ଦେଖେଇବା ଛଡ଼ା ସେମାନେ ଆଉ କିଛି ଜାଣନ୍ତି ନାହିଁ।

ଓଡ଼ିଶାରେ କେବଳ ନବୀନବାବୁଙ୍କ ବିଜୁଳି ଚାଲିବ। ଆପଣମାନେ ନବୀନ ବାବୁଙ୍କୁ ଆଶୀର୍ବାଦ କରନ୍ତୁ, ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ କରି ରେକର୍ଡ ସୃଷ୍ଟି କରନ୍ତୁ।

Categories
ଆଞ୍ଚଳିକ

ଲୋକସଭା ନିର୍ବାଚନ: ଆସନ୍ତାକାଲି ନାମାଙ୍କନ ଦାଖଲ କରିବେ ସମ୍ବିତ ପାତ୍ର, ସାମିଲ ହେବା ଲାଗି ଜନତାଙ୍କୁ କଲେ ନିବେଦନ

ପୁରୀ: ୨୦୨୪ ସାଧାରଣ ନିର୍ବାଚନରେ ଭୋଟ ହାତେଇବା ପାଇଁ ସମସ୍ତ ରାଜନୈତିକ ଦଳ ପ୍ରଚାର ମଇଦାନରେ ଅଛନ୍ତି। ଅସହ୍ୟ ତାତିକୁ ଖାତିର ନକରି ସମସ୍ତ ଦଳର ନେତାମାନେ ଲୋକମାନଙ୍କ ପାଖରେ ପହଞ୍ଚିବା ପାଇଁ ଆପ୍ରାଣ ଉଦ୍ୟମ କରୁଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ଲୋକସଭା ନିର୍ବାଚନ ପାଇଁ ଦ୍ଵିତୀୟ ପର୍ଯ୍ୟାୟର ମତଦାନ ଶେଷ ହୋଇଥିବା ବେଳେ ଆଉ ୫ ଟି ପର୍ଯ୍ୟାୟ ପାଇଁ ଭୋଟ ଗ୍ରହଣ ବାକି ରହିଛି।

ତେବେ ଓଡିଶାରେ ମଧ୍ୟ ବାକି ଥିବା ୫ ଟି ପର୍ଯ୍ୟାୟ ମଧ୍ୟରୁ ୪ ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବା। ପୁରୀ ଲୋକସଭା ଆସନ ପାଇଁ ଷଷ୍ଠ ପର୍ଯ୍ୟାୟ ଅର୍ଥାତ ମେ ୨୫ ତାରିଖରେ ମତଦାନ ହେବ। ସେଥିପାଇଁ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ସବୁ ରାଜନୈତିକ ଦଳର ପ୍ରାର୍ଥୀମାନେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।

ଏହି ପ୍ରରିପେକ୍ଷୀରେ ପୁରୀ ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଡାଃ ସମ୍ବିତ ପାତ୍ର ନାମାଙ୍କନ ଦାଖଲ କରିବା ପାଇଁ ଦିନ ଧାର୍ଯ୍ୟ କରିଛନ୍ତି। ସେ ଆସନ୍ତାକାଲି ଅର୍ଥାତ ୨୯ ତାରିଖରେ ନାମାଙ୍କନ ପତ୍ର ଦାଖଲ କରିବାକୁ ଘୋଷଣା କରିଛନ୍ତି। ତେଣୁ ସେ ଜନସାଧାରଣଙ୍କ ସହଯୋଗ ପାଇଁ ନିବେଦନ କରିଛନ୍ତି।

ସାମାଜିକ ଗଣମାଧ୍ୟମରେ ସମ୍ବିତ କହିଛନ୍ତି ଯେ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ଓ ଆପଣ ସମସ୍ତଙ୍କ ଭଲ ପାଇବା ନେଇ ମୁଁ ଏପ୍ରିଲ ମାସ ୨୯ ତାରିଖ ସୋମବାର ଦିନ ପୁରୀ ଲୋକସଭା ଆସନରୁ ସାଂସଦ ପ୍ରାର୍ଥୀ ଭାବେ ମୋର ନାମାଙ୍କନ ପତ୍ର ଦାଖଲ କରିବାକୁ ଯାଉଅଛି। ତେଣୁ ମୁଁ ଆପଣ ସମସ୍ତଙ୍କୁ ନିବେଦନ କରୁଛି ଯେ, ଆପଣ ସମସ୍ତେ ଆସି ମୋ ନାମାଙ୍କନ ଶୋଭାଯାତ୍ରାରେ ଭାଗନେଇ ମୋତେ ସହଯୋଗ କରିବେ, ଏହା ମୋର ହାତ ମୁଠାକୁ ଟାଣ କରିବ।

ପ୍ରକାଶ ଯୋଗ୍ୟ ଯେ, ନାମାଙ୍କନ ଦାଖଲ ପାଇଁ ଡାଃ ସମ୍ବିତ ପାତ୍ରଙ୍କ ବାଇକ୍ ରାଲି ସକାଳ ୯ ଘଟିକା ସମୟରୁ ଆରମ୍ଭ ହେବ। ଏହା ପିପିଲି ବିଧାନସଭାର ଉତ୍ତରା ଛକରୁ ବାହାରି ଗୁଣ୍ଡିଚା ମନ୍ଦିର ରାସ୍ତା ଦେଇ ପୁରୀ କଲେକ୍ଟର ଅଫିସ ପର୍ଯ୍ୟନ୍ତ ଯିବ।

Categories
ଆଜିର ଖବର ରାଜ୍ୟ ଖବର

ପୁରୀରେ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ନିର୍ବାଚନୀ ପ୍ରଚାର: ଘର ଘର ବୁଲି ପହଞ୍ଚାଉଛନ୍ତି ମୋଦିଙ୍କ ବାର୍ତ୍ତା

ପୁରୀ: ନିର୍ବାଚନ ଯେତେ ପାଖଉଛି ରାଜନୈତିକ ଦଳଗୁଡିକର ପ୍ରଚାର ପ୍ରସାର ସେତେ ବୃଦ୍ଧି ପାଉଛି। କିନ୍ତୁ ପୁରୀ ଲୋକସଭାର ବିଜେପି ପ୍ରାର୍ଥୀ ଡକ୍ଟର ସମ୍ବିତ ପାତ୍ରଙ୍କ ପ୍ରଚାର ବହୁ ମାତ୍ରାରେ ବୃଦ୍ଧି ପାଇଛି। ନିଜ ଲୋକସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ଘରକୁ ଘର ବୁଲି ଲୋକଙ୍କ ସହ ସିଧା ସଳଖ କଥା ହେଉଛନ୍ତି। ଏହି ପ୍ରରିପ୍ରେକ୍ଷୀରେ ସେ ଆଜି ପିପିଲ ନିର୍ବାଚନମଣ୍ଡଳୀର ସୁଜନପୁର ଗାଁରେ ଅଗ୍ନିକାଣ୍ଡରେ ପ୍ରଭାବିତ ଲୋକଙ୍କୁ ଭେଟିଛନ୍ତି। ଏହି ଦୁଃଖଦ ପରିସ୍ଥିତିରେ ସେମାନଙ୍କ ସାଥୀରେ ଛିଡ଼ା ହେବା ସହ ଅତ୍ୟାବଶ୍ୟକୀୟ ସାମଗ୍ରୀ ବଣ୍ଟନ ମଧ୍ୟ କରିଛନ୍ତି। ଏହା ସହିତ ସମ୍ବିତ ପାତ୍ର ସତ୍ୟବାଦୀ ବିଧାନସଭା କ୍ଷେତ୍ର ଅଧୀନ ସିରେଇ ପଞ୍ଚାୟତର ସୁଦଘର ଗାଁ ଏବଂ ଟିପୁରି ଗ୍ରାମ ପରିଦର୍ଶନ କରିଛନ୍ତି।

ଏହି ଅବସରରେ ସୁଦାଘର ଗାଁଠାରେ ମା’ ଚଣ୍ଡୀଙ୍କର ଏବଂ ଟିପୁରି ଗାଁର ହନୁମାନ ମନ୍ଦିର ଦର୍ଶନ କରି ସ୍ଥାନୀୟ ଲୋକଙ୍କର ମଙ୍ଗଳ କାମନା କରିଛନ୍ତି। ଏହି ଅବସରରେ ସତ୍ୟବାଦୀ ବିଧାୟକ ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ। ସ୍ଥାନୀୟ ଅଞ୍ଚଳ ଗସ୍ତ ସମୟରେ ଡକ୍ଟର ସମ୍ବିତ ପାତ୍ର ପ୍ରତିକ୍ରିୟା ଦେଇ କହିଥିଲେ ଯେ, ” ପୁରୀବାସୀ ଦେଉଥିବା ଅପାର ସ୍ନେହ ଶ୍ରଦ୍ଧା ମୋତେ ଏକ ନୂତନ ଶକ୍ତି ପ୍ରଦାନ କରିଛି ଏବଂ ମୁଁ ନିଶ୍ଚିତ ଯେ ଏଥର ପୁରୀ ଲୋକସଭାରେ ଭରତୀୟ ଜନତା ପାର୍ଟି ବିପୁଳ ପରିମାଣରେ ଭୋଟ ପାଇ ବିଜୟୀ ହେବ।”

ଏହା ସହିତ ସମ୍ବିତ ପାତ୍ର ସତ୍ୟବାଦୀ ବିଧାନସଭା ସ୍ଥିତ ସୀରେଇ ଗ୍ରାମ ପଞ୍ଚାୟତର ରାଧାମୋହନପୁର, ଚରକପୁର ଏବଂ ପସିଆପଦା ଗ୍ରାମରେ ଜନସମ୍ପର୍କ ଅଭିଯାନରେ ମଧ୍ୟ ସେ ସାମିଲ ହୋଇଥିଲେ। ଏହି ଅବସରରେ ସେ ପୁରୀ ଲୋକସଭାକୁ ବିକଶିତ କରିବା ପାଇଁ ପଦ୍ମ ଚିହ୍ନରେ ବିପୁଳ ପରିମାଣରେ ଭୋଟ ଦେଇ ବିଜେପିକୁ ବିଜୟୀ କରିବା ସହିତ ଦେଶରେ ପୁଣି ଥରେ ମୋଦୀ ସରକାର ଗଠନ କରିବା ନିମନ୍ତେ ସମ୍ପୂର୍ଣ୍ଣ ସଙ୍କଳ୍ପିତ ବୋଲି କହିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପୁରୀ-କୋଣାର୍କ ରେଳ ଲାଇନ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଅନୁମୋଦନ: ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ଵର: ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱରରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି କହିଛନ୍ତି ଯେ ବହୁ ପ୍ରତୀକ୍ଷିତ ଜନ ଆକାଂକ୍ଷା ପୁରୀ-କୋଣାର୍କ ରେଳ ଲାଇନକୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଅନୁମୋଦନ କରିଛନ୍ତି। ଏହି 32 କିମି ଦୈର୍ଘ୍ୟ ରେଳ ଲାଇନ ନିର୍ମାଣ ପାଇଁ 492 କୋଟି ଟଙ୍କା ମଞ୍ଜୁର କରାଯାଇଛି।

ଏହି ପ୍ରକଳ୍ପକୁ ମଞ୍ଜୁର କରାଯାଇଛି ଏବଂ ପାଣ୍ଠି ଉପଲବ୍ଧ ଅଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।  ରେଳ ଲାଇନ ନିର୍ମାଣ ପାଇଁ ଜମି ପାଇବା ପରେ ଏହି ପ୍ରକଳ୍ପ ପାଇଁ କାମ ଆରମ୍ଭ ହେବ।  ଏହି ପ୍ରକଳ୍ପ ପାଇଁ ମୋଟ 217 ଏକର ଜମି ଆବଶ୍ୟକ। ଜମି ଅଧିଗ୍ରହଣ କାର୍ଯ୍ୟ କ୍ଷେତ୍ରରେ ଶ୍ରୀ ବୈଷ୍ଣବ ରାଜ୍ୟ ସରକାରଙ୍କ ସହଯୋଗକୁ ଅନୁରୋଧ କରିଛନ୍ତି।

ଏହି ଲାଇନ କାର୍ଯ୍ୟକ୍ଷମ ହେବା ପରେ ଏହା ଆଧ୍ୟାତ୍ମିକ, ଐତିହ୍ୟ ଏବଂ ଉପକୂଳ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ। ଟ୍ରେନ୍ ସେବା ପରି ଭିସ୍ତାଡୋମ୍ ଏହି ଲାଇନରେ ଚାଲିବ। ଏହା କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ଶ୍ରୀ ଜଗନ୍ନାଥ ମନ୍ଦିର ସହିତ ସଂଯୋଗ କରିବ। ଏହି ମାର୍ଗରେ ଟ୍ରେନରେ ଜଗନ୍ନାଥ ସଂସ୍କୃତି ପରାଶର କରାଯିବ। ଏହା ବ୍ୟତୀତ ଏହି ରେଳ ଲାଇନରେ 4 ରୁ 5 ଟୁରିଷ୍ଟ ହବ୍ ନିର୍ମାଣ କରାଯିବ। ରେଳ ସେକ୍ସନରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପାଇଁ ରେଳବାଇ ଜଗନ୍ନାଥ ମନ୍ଦିର ପ୍ରଶାସନ ସହିତ ସମନ୍ୱୟ ରକ୍ଷା କରିବ।

ଏହା ବ୍ୟତୀତ ଶ୍ରୀ ବୈଷ୍ଣବ କହିଛନ୍ତି ଯେ ଗତ 10 ବର୍ଷ ମଧ୍ୟରେ ଓଡିଶାରେ 409 ରୋଡ୍ ଓଭର ବ୍ରିଜ୍ ଏବଂ ରୋଡ୍ ଅଣ୍ଡର ବ୍ରିଜ୍ ନିର୍ମାଣ କରାଯାଇଛି ଏବଂ ବର୍ତ୍ତମାନ ରାଜ୍ୟରେ 220 ଟି ଆରଓବି ଏବଂ ଆରୟୁବି ର କାର୍ଯ୍ୟ ଚାଲୁରହିଛି।

ଏହା ବ୍ୟତୀତ ଶ୍ରୀ ବୈଷ୍ଣବ ଭୁବନେଶ୍ୱରରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଓଡିଶାର କିମ୍ବଦନ୍ତୀ କବି ତଥା ପଶ୍ଚିମ ଓଡିଶାର ସାଂସ୍କୃତିକ ଐତିହ୍ୟ ଉପରେ ପାଞ୍ଚଟି ସ୍ମରଣୀୟ ଡାକ ଷ୍ଟାମ୍ପ ମଧ୍ୟ ପ୍ରକାଶ କରିଥିଲେ। ସେ ପଶ୍ଚିମ ଓଡିଶାର 07 ଟି ଜିଲ୍ଲାର 42 ଟି ଶାଖା ପୋଷ୍ଟ କାର୍ଯ୍ୟାଳୟର ଉଦଘାଟନ କରିଛନ୍ତି। ଡାକ ଷ୍ଟାମ୍ପ ରିଲିଜ୍ ଏବଂ ଡାକଘରର ଉଦଘାଟନ ସମୟରେ ମାନ୍ୟବର କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟୋଗୀ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ବିଜୁ ପଟ୍ଟନାୟକ ଅଡିଟୋରିୟମରେ ଯୋଗଦାନ କରିଥିଲେ।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ପୁରୀ ଲୋକସଭା: ସଂତୃପ୍ତ ବିଜଦ ପ୍ରାର୍ଥୀ!, ଲୋକସମ୍ପର୍କରେ ବହୁ ଆଗରେ ଭାଜପାର ସମ୍ବିତ, କଂଗ୍ରେସ ଖୋଜୁଛି ପ୍ରାର୍ଥୀ

ଭୁବନେଶ୍ୱର: ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି, ବାଲିପାଟଣା, ଚିଲିକା, ରଣପୁର, ନୟାଗଡ଼ ବିଧାନସଭା କ୍ଷେତ୍ରକୁ ନେଇ ପୁରୀ ଲୋକସଭା ଆସନ ଗଠିତ। ୧୯୯୮ରୁ ଏହି ଆସନଟି ଶାସକ ବିଜଦର କବ୍‍ଜାରେ ରହିଛି। ଏଠାରୁ ବିଜଦ ଏକାଦିକ୍ରମେ ୬ଥର ଜିତିଥିବାବେଳେ ବର୍ତ୍ତମାନର ସାଂସଦ ୩ଥର ବିଜୟୀ ହୋଇଛନ୍ତି। କିନ୍ତୁ ଗତ ନିର୍ବାଚନରେ ପୁରୀ ଲୋକସଭା ଆସନରୁ ଭାଜପା ପ୍ରାର୍ଥୀ ଡା. ସମ୍ବିତ ପାତ୍ର ବିଜଦ ପ୍ରାର୍ଥୀଙ୍କୁ କଡ଼ା ଟକ୍କର ଦେଇ ମାତ୍ର ୧୧,୭୧୪ ଭୋଟରେ ହାରିଯାଇଥିଲେ। ୨୦୧୯ ନିର୍ବାଚନ ହାରିବା ପରଠାରୁ ଡା. ପାତ୍ର ବସି ନ ଯାଇ ଲୋକସମ୍ପର୍କ ରକ୍ଷା କରିଆସୁଛନ୍ତି। ଯାହାଫଳରେ ସେ ଅନ୍ୟଦଳର ସମ୍ଭାବ୍ୟ ପ୍ରାର୍ଥୀମାନଙ୍କଠାରୁ ଚର୍ଚ୍ଚାରେ ଯଥେଷ୍ଟ ଆଗରେ ଅଛନ୍ତି।

୨୦୦୯ରେ ନର୍ବାଚନ ପୂର୍ବରୁ କଂଗ୍ରେସ ଛାଡ଼ି ବିଜଦରେ ଯୋଗଦେଇ ଲୋକସଭାକୁ ୩ଥର ନିର୍ବାଚିତ ହେଲେଣି ସାଂସଦ ପିନାକୀ ମିଶ୍ର। ନିଜର ବ୍ୟକ୍ତିଗତ କାରଣରୁ ସେ ଆଗାମୀ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି। କିନ୍ତୁ ପ୍ରକୃତ ପକ୍ଷେ ୩ଥର ସାଂସଦ ଭାବରେ ନିର୍ବାଚିତ ହେବାପରେ ସାଂସଦ ପିନାକୀ ମିଶ୍ରଙ୍କର ଲୋକପ୍ରିୟତା ହ୍ରାସ ପାଇଥିବା ଗତ ନିର୍ବାଚନରେ ଆଗକୁ ଆସିଥିଲା। ଏଠାରୁ ସେ ପୂର୍ବ ଦୁଇଟି ନିର୍ବାଚନରେ ୨ଲକ୍ଷରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ। କିନ୍ତୁ ୨୦୧୯ ନିର୍ବାଚନରେ ଭାଜପାର ନବାଗତ ପ୍ରାର୍ଥୀ ଡା.ସମ୍ବିତ ପାତ୍ୟଙ୍କଠାରୁ କଡ଼ା ମୁକ୍କାବିଲ୍ଲାର ସମ୍ମୁଖୀନ ହୋଇ ହାରୁ ହାରୁ ମାତ୍ର ୧୧ ହଜାରରୁ ଅଧିକ ଭୋଟରେ ଜିତି ଯାଇଥିଲେ। ଇତି ମଧ୍ୟରେ ବିଜଦ ସାଂସଦ ଶ୍ରୀ ମିଶ୍ର ନିଜର ଲୋକପ୍ରିୟତା ହ୍ରାସ ପାଇବା ଓ ବିଭିନ୍ନ ବିବାଦରେ ଛନ୍ଦି ହୋଇପଡ଼ିଥିବା କାରଣରୁ ସେ ପ୍ରାର୍ଥୀ ନ ହେବାକୁ ସ୍ଥିର କରିଛନ୍ତି। ତେଣୁ ନିକଟରେ ଆଦିତ୍ୟ ବିର୍ଲ୍ଲା କମ୍ପାନୀର ସିଇଓ ପଦବୀ ଛାଡ଼ି ସଂତୃପ୍ତ ମିଶ୍ର ଶାସକ ଦଳ ବିଜଦରେ ଯୋଗ ଦେଇଛନ୍ତି। ସେ ଯୋଗଦେବା ପରେ ରାଜ୍ୟସଭା ପାଇଁ ପ୍ରାର୍ଥୀ ହେବେ ବୋଲି ରାଜନୀତିକ ମହଲରେ ଯେଉଁ ଆଲୋଚନା ହେଉଥିଲା ତା’ର ଯବନିକା ପଡ଼ିଛି। ସଂତୃପ୍ତ ମିଶ୍ର ପୁରୀ ଜିଲ୍ଲାର ମୂଳ ଅଧିବାସୀ ହୋଇଥିବାରୁ ତେଣୁ ତାଙ୍କୁ ବିଜଦ ପକ୍ଷରୁ ପୁରୀ ଲୋକସଭା ଆସନରେ ପ୍ରାର୍ଥୀ କରାଯିବ ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି। ଗତ କିଛିଦିନ ହେବ ପୁରୀ ଜିଲ୍ଲାରେ ବିଜଦର ସଂଗଠନରେ ଯେପରି ବିଶୃଙ୍ଗଳା ଦେଖାଦେଇଛି ତାହାକୁ କିପରି ସମାଧାନ କରି ସଂତୃପ୍ତ ମିଶ୍ର ନିଜର ସାଂଗଠନିକ କାମ ଆରମ୍ଭ କରିବେ ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ବିଗତ ୩ଟି ନର୍ବାଚନରୁ ଗତଥର ପ୍ରଥମ ଥର ପାଇଁ ଭାଜପା ପ୍ରାର୍ଥୀ ଡା. ସମ୍ବିତ ପାତ୍ର ପ୍ରତିଦ୍ୱନ୍ଦ୍ୱୀତାକୁ ଆସି ବିଜଦ ପ୍ରାର୍ଥୀଙ୍କୁ କଡ଼ା ଟକ୍କର ଦେଇଥିଲେ। ମାତ୍ର ୧୧ ହଜାର ଭୋଟରେ ପରାଜିତ ହେବା ପରେ ଡା. ପାତ୍ର ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ଜନସମ୍ପର୍କ ଅଭିଯାନ ଜାରୀ ରଖିଛନ୍ତି। କହିବାକୁ ଗଲେ ଅନ୍ୟଦଳର ସମ୍ଭାବ୍ୟ ପ୍ରାର୍ଥୀମାନଙ୍କ ପାଇଁ ଡା. ପାତ୍ର ଏକ ଆହ୍ୱାନ ସୃଷ୍ଟି କରିସାରଛନ୍ତି। କାରଣ ମତଦାତାମାନେ ଯାହାଙ୍କୁ ବିଗତ ୩ଟି ନିର୍ବାଚନରେ ବିଜୟୀ କରାଇଛନ୍ତି ତାଙ୍କୁ କେବେ ବି ଭେଟି ନିଜର ସମସ୍ୟା ସମାଧାନ କହିବାର ସୁଯୋଗ ପାଉନାହାନ୍ତି। ଅପର ପକ୍ଷରେ ଡା. ପାତ୍ର ହାରିଯାଇଥିଲେ ବି ଲୋକମାନଙ୍କ ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନେଉଛନ୍ତି। ତେଣୁ ଆଗାମୀ ନିର୍ବାଚନରେ ଡା. ପାତ୍ର ପ୍ରଚାର ଓ ଜନ ସମ୍ପର୍କ ରଖିବା ଦୃଷ୍ଟିରୁ ବହୁ ଆଗରେ ରହିଛନ୍ତି। ଏହି ଦୃଷ୍ଟିରୁ ଆଗାମୀ ନିର୍ବାଚନରେ ତାଙ୍କର ଜିତିବା ସମ୍ଭାବନା ଅଧିକ ବୋଲି ସାଧାରଣରେ ଆଲୋଚନା ହେଉଛି।

ପୁରୀ ଲୋକସଭା ଆସନରେ କଂଗ୍ରେସ ଦଳ ପୂର୍ବରୁ ୬ଥର ବିଜୟୀ ହୋଇଥିଲେ ହେଁ ଗତ ନିର୍ବାଚନରେ ଦଳର ପ୍ରାର୍ଥୀ ସତ୍ୟପ୍ରକାଶ ନାୟକ ପୂର୍ବରୁ ମିଳୁଥିବା କଂଗ୍ରେସର ପକେଟ ଭୋଟ ହାସଲ କରିବାରେ ବିଫଳ ହୋଇଥିଲେ। ତେଣୁ ଆଗାମୀ ନିର୍ବାଚନରେ ତାଙ୍କୁ ପୁଣିଥରେ ପ୍ରାର୍ଥୀ କରାଯିବାର ସମ୍ଭାବନା ନାହିଁ। ଏପରି କ୍ଷେତ୍ରରେ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ତାହା ଏପର୍ଯ୍ୟନ୍ତ ଆଲୋଚନାକୁ ଆସିପାରିନାହିଁ। ନିର୍ବାଚନ ପୂର୍ବରୁ ବାହାଘରବେଳେ ବାଇଗଣ ରୋଇଲା ଭଳି ଉପରୁ ସବୁଥର ଭଳି ଜଣେ ନେତାଙ୍କୁ ପ୍ରାର୍ଥୀ ଭାବରେ ଘୋଷଣା କରାଯିବ। ଯିଏକି ସଂଗଠନ ସମ୍ଭାଳିବା ଓ ପ୍ରଚାର କରିବା ପାଇଁ ସମୟ ପାଇବେ ନାହିଁ। ଏଭଳି ସ୍ଥିତିରେ କଂଗ୍ରେସ କେବଳ ପୁରୀ ଲୋକସଭା ଆସନରେ ନିଜର ଔପଚାରିକତା ପୂରା କରିବ ବୋଲି ଆଲୋଚନା ହେଉଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୁରୀ ଟାଉନ ଥାନା ପୋଲିସ ଦ୍ୱାରା ଗିରଫ ହେଲା କୁଖ୍ୟାତ ଚୋର

ପୁରୀ: ପୁରୀ ଟାଉନ ଥାନା ପୋଲିସ ଦ୍ୱାରା କୁଖ୍ୟାତ ଚୋର ଗିରଫ। ଗିରଫ ଅଭିଯୁକ୍ତ ହେଉଛି ପୁରୀ ଟାଉନ ଥାନା ଅନ୍ତର୍ଗତ ଚୁଡଙ୍ଗ ସାହି ଖୁଣ୍ଟିଆ ବଗିଚା ର ହରି ଭୋଇ (୨୨) ଓରଫ ଗଣେଶ।

ସୂଚନା ଅନୁଯାୟୀ ଗତ ଶନିବାର ବିଳମ୍ବିତ ରାତିରେ ଟାଉନ ଥାନା ଅନ୍ତର୍ଗତ କାଲିକାଦେବୀ ସାହି ଭଣ୍ଡାରୀ ଗଲିରେ ଜନୈକ ବ୍ୟକ୍ତିଙ୍କ ଘରୁ ଦୁଇଟି ମୋବାଇଲ ଓ ନଗଦ ୧୫ ହଜାର ଟଙ୍କା ଚୋରି ହେବାର ଖବର ପାଇଥିଲା ପୋଲିସ। ପରବର୍ତ୍ତୀ ମୁହୂର୍ତ୍ତରେ ୨୪ ଘଣ୍ଟା ନ ପୁରୁଣୁ ପୋଲିସ କବ୍ଜାରେ ଥିଲା କୁଖ୍ୟାତ ଚୋର ଗଣେଶ।

ଅଭିଯୁକ୍ତ ବିରୁଦ୍ଧରେ କେଶ ନଂ ୫୯/୨୪ ରୁଜୁ ହେବା ସହ ଅଭିଯୁକ୍ତ ନିକଟରୁ ଦୁଇଟି ମୋବାଇଲ ଫୋନ ସହ ନଗଦ ୧୫୦୦ ଟଙ୍କା ଜବତ କରିଛି ପୋଲିସ।

Categories
ଆଜିର ଖବର ରାଜ୍ୟ ଖବର

ପୁରୀ ରେଳ ଷ୍ଟେସନ ପୁନଃବିକାଶର ଅଗ୍ରଗତି ସମୀକ୍ଷା କଲେ ରେଳ ମନ୍ତ୍ରୀ

ଭୁବନେଶ୍ଵର: ରେଳ, ଯୋଗାଯୋଗ ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁରୀ ରେଳ ଷ୍ଟେସନକୁ ଏକ ବିଶ୍ୱସ୍ତରୀୟ ଷ୍ଟେସନ ଭାବରେ ପୁନଃବିକାଶର ଅଗ୍ରଗତି ସମୀକ୍ଷା କରିଛନ୍ତି।

ପୁରୀ ନୂତନ ରେଳ ଷ୍ଟେସନର ଡିଜାଇନ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରରୁ ପ୍ରେରଣା ପାଇ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ବିଲ୍ଡିଂର ଡିଜିଟାଲ ଟ୍ୱିନ୍ ବିକଶିତ କରାଯାଇଛି, ଯେଉଁଥିରେ କୋଠାର ସମସ୍ତ ଫିଜିକାଲ ପାର୍ଟରେ ଡିଜିଟାଲ ଟ୍ୱିନ୍ ରହିବ, ଯାହା ଷ୍ଟେସନ ବିଲ୍ଡିଂର ପରିଚାଳନା ଏବଂ ରକ୍ଷଣାବେକ୍ଷଣରେ ସହାୟକ ହେବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ।

ଖୁବଶୀଘ୍ର ପୁରୀରେ ଶ୍ରଦ୍ଧାଳୁଙ୍କ ପାଇଁ ସମସ୍ତ ଅତ୍ୟାଧୁନିକ ସୁବିଧା ସହ ନୂଆ ଷ୍ଟେସନ ପ୍ରସ୍ତୁତ ହେବ।

ପୁରୀ ରେଳ ଷ୍ଟେସନର ଯାଞ୍ଚ ସମୟରେ ପୂର୍ବତଟ ରେଳପଥର ଜେନେରାଲ ମ୍ୟାନେଜର ମନୋଜ ଶର୍ମା ଓ ଖୋର୍ଦ୍ଧା ରୋଡ ଡିଭିଜନାଲ ରେଲୱେ ମ୍ୟାନେଜର ଏଚ୍ ଏସ୍ ବାଜୱାଙ୍କ ସମେତ ରେଳବାଇର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ମହାପ୍ରଭୁଙ୍କ ନିକଟରେ ଓଡ଼ିଶା ବାସୀଙ୍କ ମଙ୍ଗଳ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ପରିକ୍ରମା ପ୍ରକଳ୍ପ ଲୋକାର୍ପଣର ୭ମ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ଗସ୍ତ କରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବା ସହିତ ପରିକ୍ରମା ପ୍ରକଳ୍ପର ପୁନଃ ପ୍ରଦକ୍ଷୀଣ କରିଛନ୍ତି। ୫ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ ମଧ୍ଯ ମୁଖ୍ୟମନ୍ତ୍ରୀଙ୍କ ସହିତ ପୁରୀ ଯାଇଥିଲେ।

ଭକ୍ତ ମାନଙ୍କୁ ମିଳୁଥିବା ନୂତନ ସୁବିଧା ସୁଯୋଗ ସମ୍ପର୍କର ଅନୁଭୂତି ନେବାପାଇଁ ମୁଖ୍ୟମନ୍ତ୍ରୀ ଆଜି ପୁଣି ଥରେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ବାସୀଙ୍କ ଉନ୍ନତି ଓ ମଙ୍ଗଳ କାମନା କରିଥିଲେ। ପ୍ରକଳ୍ପର ଭବ୍ୟତା ଓ ଆଧ୍ୟାତ୍ମିକତା ପୂର୍ଣ୍ଣ ପରିବେଶକୁ ଦେଖି ମୁଖ୍ୟମନ୍ତ୍ରୀ ଆନନ୍ଦ ଓ ସନ୍ତୋଷ ପ୍ରକାଶ କରିଥଲେ।

ଗତ ୧୭ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଏହାର ଲୋକାର୍ପଣ କରିଥିଲେ। ଶ୍ରୀ ମନ୍ଦିରର ସୁରକ୍ଷା, ମହାପ୍ରଭୁଙ୍କ ଯାନିଯାତ୍ରା ଓ ଭକ୍ତ ମାନଙ୍କ ସୁବିଧା ଦୃଷ୍ଟିରୁ ଏହା ଅତି ଜରୁରୀ ଥିଲା।

ମନ୍ଦିର ଚତୁଃ ପାର୍ଶ୍ଵରେ ୭୫ ମିଟର ପ୍ରଶସ୍ତ ଏହି ପରିକ୍ରମା ପ୍ରକଳ୍ପ ଅତ୍ୟନ୍ତ ଭବ୍ୟ, ସୌନ୍ଦର୍ଯ୍ୟମୟ ହେବା ସହିତ ପିଢ଼ି ପରେ ପିଢ଼ି ଭକ୍ତ ମାନଙ୍କୁ ଏକ ଆଧ୍ୟାତ୍ମିକ ପରିବେଶ ପ୍ରଦାନ କରିବ।

ସୁନ୍ଦର୍ ସବୁଜ ପରିବେଶ, ଖଣ୍ଡେଲାଇଟସ ପଥରର ଆକର୍ଷଣୀୟ କାରିଗରୀ କାମ ସହିତ ଭକ୍ତ ମାନଙ୍କ ପାଇଁ କ୍ଲୋକ୍ ରୁମ୍, ସୂଚନା କେନ୍ଦ୍ର, ଆମ୍ପି ଥିଏଟର ଆଦି ଅନେକ ସୁବିଧା କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର

ଶଙ୍କରାଚାର୍ଯ୍ୟ କିଏ, ହିନ୍ଦୁ ଧର୍ମରେ କେତେ ଗୁରୁତ୍ୱପୂର୍ଣ୍ଣ?

ନୂଆଦିଲ୍ଲୀ: ଭାରତର ୪ଟି ମଠରେ ୪ଜଣ ଶଙ୍କରାଚାର୍ଯ୍ୟ ଅଛନ୍ତି। ଶଙ୍କରାଚାର୍ଯ୍ୟ ହେଉଛନ୍ତି ହିନ୍ଦୁ ଶାସ୍ତ୍ରର ବ୍ୟାଖ୍ୟା କରିବାର ସର୍ବୋଚ୍ଚ ଗୁରୁ। ହିନ୍ଦୁ ଧର୍ମରେ ଏମାନଙ୍କର ବହୁତ ମହତ୍ତ୍ୱ ରହିଛି। ଜାନୁଆରୀ ୨୨ତାରିଖରେ ହେବାକୁ ଥିବା ରାମ ମନ୍ଦିରରେ ରାମଲାଲଶଙ୍କ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି। ସେପଟେ ଏହି କାର୍ଯ୍ୟକ୍ରମରେ କିଛି ଶଙ୍କରାଚାର୍ଯ୍ୟ ଯୋଗ ଦେବେ ନାହିଁ ବୋଲି ଖବର ସାମ୍ନାକୁ ଆସିଛି। କିନ୍ତୁ ଆପଣ ଜାଣନ୍ତି କି ଶଙ୍କରାଚାର୍ଯ୍ୟ କିଏ ଏବଂ ହିନ୍ଦୁ ଧର୍ମରେ ତାଙ୍କର କେତେ ମହତ୍ତ୍ୱ ରହିଛି?
୪ ଜଣ ଶଙ୍କରାଚାର୍ଯ୍ୟ ଏବେ ଚର୍ଚ୍ଚାରେ ଅଛନ୍ତି। ଏମାନଙ୍କ ମଧ୍ୟରୁ ତିନିଜଣ ଶଙ୍କରାଚାର୍ଯ୍ୟ କହିଛନ୍ତି ଯେ ଆମେ ରାମ ମନ୍ଦିର କାର୍ଯ୍ୟକ୍ରମକୁ ବିରୋଧ କରୁନାହୁଁ କିମ୍ବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିରୋଧ କରୁନାହୁଁ, କେବଳ ପ୍ରାଣ ପ୍ରତିଷ୍ଠା ସମାରୋହ ହିନ୍ଦୁ ଶାସ୍ତ୍ର ଅନୁଯାୟୀ କରାଯାଉନାହିଁ। ଯେପରି ସମ୍ବିଧାନର ବ୍ୟାଖ୍ୟା କରିବା ପାଇଁ ସୁପ୍ରିମକୋର୍ଟଙ୍କର ଚୂଡ଼ାନ୍ତ ଅଧିକାର ରହିଛି, ସେହିଭଳି ଶଙ୍କରାଚାର୍ଯ୍ୟ ହେଉଛନ୍ତି ହିନ୍ଦୁ ଧର୍ମରେ ସର୍ବୋଚ୍ଚ ଗୁରୁ ଏବଂ ହିନ୍ଦୁ ଶାସ୍ତ୍ରର ବ୍ୟାଖ୍ୟା କରିବା।

ଯଦି ଆମେ ଶଙ୍କରାଚାର୍ଯ୍ୟଙ୍କ ଇତିହାସ ବିଷୟରେ କହିବା ତେବେ ଏହାର ଆରମ୍ଭ ଆଦି ଶଙ୍କରାଚାର୍ଯ୍ୟଙ୍କଠାରୁ ବୋଲି ବିବେଚନା କରାଯାଏ। ଆଦି ଶଙ୍କରାଚାର୍ଯ୍ୟ ଜଣେ ହିନ୍ଦୁ ଦାର୍ଶନିକ ଓ ଧାର୍ମିକ ନେତା ଥିଲେ। ଆଦି ଶଙ୍କରାଚାର୍ଯ୍ୟ କେରଳର ଏକ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କୁ ଜଗଦଗୁରୁ ମଧ୍ୟ କୁହାଯାଏ।

ଶଙ୍କରାଚାର୍ଯ୍ୟ ପଦରେ ବସିଥିବା ବ୍ୟକ୍ତିଙ୍କର ତ୍ୟାଗୀ, ଦାଣ୍ଡି ସନ୍ୟାସୀ, ସଂସ୍କୃତ, ଚତୁର୍ବେଦ, ବେଦାନ୍ତ ବ୍ରାହ୍ମଣ, ବ୍ରହ୍ମଚାରୀ ଓ ପୁରାଣ ବିଷୟରେ ଜ୍ଞାନ ରହିବା ଆବଶ୍ୟକ। ଏହାବ୍ୟତୀତ ଏହି ବ୍ୟକ୍ତି ରାଜନୀତି ସହ ଜଡ଼ିତ ହେବା ଉଚିତ ନୁହେଁ। ଖାଲି ସେତିକି ନୁହେଁ ଆଦି ଶଙ୍କରଙ୍କ ଦ୍ୱାରା ଏହି ୪ଟି ଧାମ ମଧ୍ୟ ପ୍ରତିଷ୍ଠା କରାଯାଇଥିଲା। ଏହି ୪ଧାମ ହେଉଛି, କର୍ଣ୍ଣାଟକର ଚିକମାଗଲୁରରେ ଶ୍ରୀ ଶ୍ରୀ ଶ୍ରୀ ଶୃଙ୍ଗେରୀ ଶାରଦା ପିଠମ୍। ଉତ୍ତରାଖଣ୍ଡର ଗଡ଼ୱାଲ ଅଞ୍ଚଳରେ ଥିବା ଜ୍ୟୋର୍ତି ମଠ। ଗୁଜୁରାଟର ଦ୍ୱାରକାରେ ଥିବା କାଲିକା ମଠ। ଓଡ଼ିଶାର ପୁରୀର ଗୋବର୍ଦ୍ଧନ ମଠ।

ଶଙ୍କରାଚାର୍ଯ୍ୟମାନେ କିଏ?

ଯେପରି ସମ୍ବିଧାନର ବ୍ୟାଖ୍ୟା କ୍ଷେତ୍ରରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ହିଁ ଚୂଡ଼ାନ୍ତ କର୍ତ୍ତୃପକ୍ଷ, ସେହିଭଳି ଶଙ୍କରାଚାର୍ଯ୍ୟମାନେ ହିନ୍ଦୁ ଧର୍ମରେ ଏବଂ ହିନ୍ଦୁ ଶାସ୍ତ୍ରର ବ୍ୟାଖ୍ୟା ପାଇଁ “ସର୍ବୋଚ୍ଚ କର୍ତ୍ତୃପକ୍ଷ” ଅଟନ୍ତି।

ଅଷ୍ଟମ ଶତାବ୍ଦୀର ହିନ୍ଦୁ ସନ୍ଥ ଆଦି ଶଙ୍କରଙ୍କ ଦ୍ୱାରା ସ୍ଥାପିତ ହୋଇଥିବା ଚାରିଟି ପ୍ରମୁଖ ମଠର ନେତୃତ୍ୱ ଶଙ୍କରାଚାର୍ଯ୍ୟ ବା ପଣ୍ଡିତମାନେ ନେଇଥାନ୍ତି। ସଂସ୍କୃତରେ ପୀଠ କୁହାଯାଉଥିବା ପ୍ରତ୍ୟେକ ମଠକୁ ଗୋଟିଏ ଲେଖାଏଁ ବେଦର ରକ୍ଷକ ଭାବରେ କାର୍ଯ୍ୟ କରିବା ଏବଂ ବୈଦିକ ସାହିତ୍ୟକୁ ବଞ୍ଚାଇ ରଖିବାପାଇଁ ଦାୟିତ୍ୱ ଦିଆଯାଇଥିଲା।

ପୁରୀର ଗୋବର୍ଦ୍ଧନ ମଠ ଋଗ୍‍ ବେଦର ରକ୍ଷକ ହୋଇଥିବାବେଳେ ଗୁଜରାଟର ଦ୍ୱାରକା ଶାରଦା ପୀଠମ ସାମ୍‍ ବେଦ ପାଇଁ ଦାୟୀ। ସେହିପରି କର୍ଣ୍ଣାଟକର ଶ୍ରୀଙ୍ଗେରୀ ଶାରଦା ପୀଠ ଅଥର୍ବ ବେଦ ପାଇଁ ଏବଂ ଉତ୍ତରାଖଣ୍ଡର ଯୋଶୀମଠରେ ଥିବା ଜ୍ୟୋର୍ତି ମଠ ଯଜୁର ବେଦ ପାଇଁ ଦାୟୀ। ସମସ୍ତ ପୀଠ ଚାରି ଦିଗରେ ଅବସ୍ଥିତ ଏବଂ ଭାରତର ସବୁଠାରୁ ପୂଜ୍ୟ ତୀର୍ଥସ୍ଥଳମଧ୍ୟରୁ ଅନ୍ୟତମ।

ଶଙ୍କରାଚାର୍ଯ୍ୟମାନଙ୍କର ମହତ୍ତ୍ୱକୁ ଭଲ ଭାବରେ ବୁଝିବା ପାଇଁ ଆଦି ଶଙ୍କରଙ୍କ ବିଷୟରେ ଜାଣିବା ଜରୁରୀ ଏବଂ ସେ କିପରି ସନାତନ ବା ହିନ୍ଦୁ ଧର୍ମର ପୁନରୁଦ୍ଧାର କରିଥିଲେ।

କିଏ ଥିଲେ ଆଦି ଶଙ୍କରା ?

ବାସ୍ତବରେ “ଶଙ୍କରାଚାର୍ଯ୍ୟ” ଉପାଧି ବୌଦ୍ଧ ଓ ଜୈନମାନଙ୍କର ପ୍ରଭାବ ଥିବା ସମୟରେ ହିନ୍ଦୁ ଧର୍ମର ସଂସ୍କାର ଓ ପୁନରୁଦ୍ଧାର ପାଇଁ ଶ୍ରେୟ ପ୍ରାପ୍ତ ବୈଦିକ ପଣ୍ଡିତ ଆଦି ଶଙ୍କରଙ୍କଠାରୁ ନିଆଯାଇଛି। ଆଦି ଶଙ୍କରା ୭୮୮ ଖ୍ରୀଷ୍ଟାବ୍ଦରେ ବୈଶାଖ ମାସରେ କେରଳର କାଲଡି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ (କିନ୍ତୁ ଏହାକୁ କେତେକ ପଣ୍ଡିତ ବିରୋଧ କରିଛନ୍ତି)। ଜଗଦଗୁରୁ ନାମରେ ମଧ୍ୟ ପରିଚିତ ଶଙ୍କରଙ୍କର ଏକ ସଂକ୍ଷିପ୍ତ ଜୀବନ ଥିଲା (ବିଶ୍ୱାସ କରାଯାଏ ଯେ ସେ ମାତ୍ର ୩୨ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ) କିନ୍ତୁ ହିନ୍ଦୁ ଧର୍ମ ଉପରେ ତାଙ୍କର ଏକ ବଡ଼ ପ୍ରଭାବ ପଡ଼ିଥିଲା।

ଭଗବାନ ଶିବଙ୍କ ଅବତାର ଭାବରେ ପୂଜା ପାଉଥିବା ଏହି ବିଶ୍ୱାସ କରାଯାଏ ଯେ ସେ ମାତ୍ର ୧୬ ବର୍ଷ ବୟସରେ ବେଦରେ ପାରଦର୍ଶିତା ହାସଲ କରିଥିଲେ। ଜୈନ ଧର୍ମ ଓ ବୌଦ୍ଧ ଧର୍ମର ଉନ୍ନତି ମଧ୍ୟରେ ଶଙ୍କରା ଖୁବ୍ କମ୍ ବୟସରେ ବ୍ରହ୍ମା ସୂତ୍ର, ଉପନିଷଦ ଓ ଭଗବତ ଗୀତା ଉପରେ ନିଜର ମନ୍ତବ୍ୟ ପ୍ରଚାର କରିବା ପାଇଁ ଭାରତର କୋଣ ଅନୁକୋଣକୁ ଯାତ୍ରା କରିବା ଆରମ୍ଭ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ନୂଆ ବର୍ଷ ପାଇଁ ପୁରୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା, ୬୧ ପ୍ଲାଟୁନ ଫୋର୍ସ ମୁତୟନ

ପୁରୀ: ନୂଆବର୍ଷ ଉପଲକ୍ଷେ ପୁରୀରେ ପ୍ରବଳ ଭିଡର ସମ୍ଭାବନା ରହିଛି। କାରଣ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ସମସ୍ତେ ନୂଆ ବର୍ଷ ଆରମ୍ଭ କରିବା ପାଇଁ ଚାହିଁଥାନ୍ତି। ସେଥିପାଇଁ ଆସନ୍ତାକାଲିଠାରୁ ବଡ ଦାଣ୍ଡରେ ଭିଡ ଆରମ୍ଭ ହୋଇଯିବ। ସେଥିପାଇଁ ପୁରୀ ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଭକ୍ତମାନଙ୍କୁ ସୁରକ୍ଷିତ ଭାବେ ଦର୍ଶନ ପାଇଁ ୬୧ ପ୍ଲାଟୁନ ଫୋର୍ସ ମୁତୟନ କରିବା ପାଇଁ ନିଷ୍ପତି ହୋଇଛି।

ନୂଆବର୍ଷରେ ମରିଚିକୋଟ ଛକରୁ ସିଂହଦ୍ବାର ପର୍ଯ୍ୟନ୍ତ ଗାଡି ଚଳାଚଳକୁ ସଂପୂର୍ଣ୍ଣ ଭାବେ ବାରଣ କରାଯିବ। ଭକ୍ତମାନ ଚାଲିଚାଲି ଶ୍ରୀମନ୍ଦିରକୁ ଯିବେ। ଏସବୁ ସୁବ୍ୟବସ୍ଥିତ କରିବା ପାଇଁ ବଡଦାଣ୍ଡରେ ୧୨ ଶହ ପୋଲିସ ମୁତୟନ କରାଯିବ। ଶ୍ରୀମନ୍ଦିର ବାହାରେ ୬୮ ସେକସନ ଫୋସ ମୁତୟନ କରାଯିବ।

ସେହିପରି ଶ୍ରୀମନ୍ଦିର ଭିତରେ ୩୭ ସେକସନ ଫୋର୍ସ ମୁତୟନ କରାଯିବ। ଏହା ଜଣେ କମାଣ୍ଡାଣ୍ଟ ତତ୍ବାବଧାନରେ ନିୟନ୍ତ୍ରଣ ହେବ। ଭକ୍ତଙ୍କ ଭିଡକୁ ଲକ୍ଷରଖି ବଡ ଦାଣ୍ଡରେ ୫ଟି ଏବଂ ବେଳାଭୂମିରେ ତିନୋଟି ସ୍ଥାନରେ ପୋଲିସ ନିୟନ୍ତ୍ରଣ କକ୍ଷ କରାଯିବ ବୋଲି ନିଷ୍ପତି କରାଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନିଶା ବେପାରୀଙ୍କ ଉପରେ ପୁରୀ ଟାଉନ ଥାନାର ଚଢାଉ,୪୯ଟି ଏସ୍କଫ କଫ ସିରପ ଜବତ

ପୁରୀ: ପୁରୀ ଟାଉନ ଥାନା ପୋଲିସ ନିଶା ବେପାରଙ୍କୁ ଗୋଡ଼ାଇ ଗୋଡ଼ାଇ ଧରୁଥୁବା ବେଳେ ଗତକାଲି ପାଟ୍ରୋଲିଂ ସମୟରେ ଜଣେ ନିଶା ବେପାରି ଗିରଫ ହୋଇଛନ୍ତି। ସୂଚନା ମୁତାବକ ଲୋକନାଥ ରୋଡ ବାରବାଟୀ ଜାଗାରେ ବେଆଇନ ଏସ୍କଫ କଫ ସିରପ ବିକ୍ରି ହେଉଥିବାର ଖବର ପାଇ ପୋଲିସ ଚଢ଼ାଉ କରିଥିଲା।

ଚଢ଼ାଉ ବେଳେ ୪୯ ଗୋଟି ଏସ୍କଫ କଫ ସିରପ ଓ କିଛି ନକଦ ଟଙ୍କା ଜବତ କରିଛି ପୋଲିସ ଏବଂ ବାସେଳୀ ସାହି ଥାନା ଅଞ୍ଚଳର ଅଭିଯୁକ୍ତ ରାଜେନ୍ଦ୍ର ଜେନା(୪୦) ଙ୍କୁ ଗିରଫ କରିଛି। ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବାର ଟାଉନ ଥାନା ଆଇଆଇସି ସୁନୀଲ କୁମାର ପ୍ରଧାନ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ଭାସିଗଲେ ୫ ପର୍ଯ୍ୟଟକ

ପୁରୀ: ଆଜି ପଶ୍ଚିମବଂଗର ୫ ଜଣ ପର୍ଯ୍ୟଟକ ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ଭିତରକୁ ଭାସି ଯାଉଥିଲେ। ଏହି ସମୟରେ ସେଠାରେ ସୁରକ୍ଷା ପାଇଁ ମୁତୟନ ଅଗ୍ନିଶମ କର୍ମଚାରୀ ତାଙ୍କୁ ଉଦ୍ଧାର କରିଥିଲେ। ସେମାନେ ବର୍ତ୍ତମାନ ସମସ୍ତେ ସୁରକ୍ଷିତ ଅଛନ୍ତି ବୋଲି ଜଣାପଡିଛି।

ଘଟଣାରୁ ପ୍ରକାଶ ଯେ, ପଶ୍ଚିମବଂଗର ଏକ ପରିବାର ପୁରୀ ବୁଲିବାକୁ ଆସିଥିଲେ। ସେମାନେ ସମୁଦ୍ରକୂଳରେ ବୁଲାବୁଲି କରିବା ପରେ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ସେହି ପରିବାରର ୫ ଜଣ ସଦସ୍ୟ ପାଣି ଭିତରକୁ ପଶିଯାଇଥିଲେ। ପାଣି ଭିତରେ ସମସ୍ତେ ଚିତ୍କାର କରିବାରୁ ସେଠାରେ ମୁତୟନ ଅଗ୍ନିଶମ କର୍ମଚାରୀ ତାଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ।

Categories
RathJatra ଆଜିର ଖବର ଧର୍ମ ରାଜ୍ୟ ଖବର

Rath Yatra Live: ସରିଲା ରଥ ପ୍ରତିଷ୍ଠା, କିଛି ସମୟ ପରେ ଶ୍ରୀମନ୍ଦିରରୁ ବାହାରିବେ ଶ୍ରୀଜୀୟୁ

ପୁରୀ: ବଡଦାଣ୍ଡ ପୁରୀରେ ଲାଗିଛି ଭକ୍ତଙ୍କ ଭିଡ, ସମସ୍ତେ ଅପେକ୍ଷା କରିଛନ୍ତି ପ୍ରଭୃଙ୍କ ଆଗମନକୁ। ତେବେ ରଥନୀତି ନିର୍ଘଣ୍ଟ ଅନୁସାରେ ବର୍ତ୍ତମାନ ରଥ ପ୍ରତିଷ୍ଠା କାର୍ଯ୍ୟ ଶେଷ ହୋଇଛି। ଏହାପରେ ତିନିଠାକୁର ପହଣ୍ଡି ବିଜେରେ ଶ୍ରୀମନ୍ଦିରରୁ ବାହାରିବେ।

ଏ ସବୁ ଦେଖିବା ପାଇଁ ଭକ୍ତଙ୍କ ମନରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି। ବଡଦାଣ୍ଡ ହୋଇଛି ଲୋକାରଣ୍ୟ। ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଧ୍ବନୀରେ ଉଛୁଳି ପଡୁଛି ଶ୍ରୀକ୍ଷେତ୍ର। ପହଣ୍ଡି ବିଜେ ନୀତି ଦିନ ୧୨ ଟା ୩୦ ସୁଦ୍ଧା ଶେଷ କରାଯିବ।

Categories
ବିଶେଷ ଖବର ରାଜ୍ୟ ଖବର

ପୁରୀ ମେଡିକାଲ କଲେଜ ଉଦଘାଟନ ବେଳେ ଛାତ୍ରଛାତ୍ରୀଙ୍କ ସହିତ କଣ ଆଲୋଚନା କଲେ ନବୀନ

ପୁରୀ:  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀରେ ନବନିର୍ମିତ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଜି ହେଉଛି ପୁରୀ ଜ଼ିଲ୍ଲା ପାଇଁ ଏକ ଐତିହାସିକ ଦିବସ।

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କ୍ଷେତ୍ରରେ ଏକ ଉନ୍ନତମାନର ମେଡିକାଲ କଲେଜ ପ୍ରତିଷ୍ଠା ହୋଇଛି । ଏହାଦ୍ବାରା ମେଧାବୀ ଛାତ୍ରଛାତ୍ରୀମାନେ ମେଡିକାଲ ପାଠ ପଢିବା ସହିତ ପୁରୀ ଜିଲ୍ଲାରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂଆ ଯୁଗ ଆରମ୍ଭ ହେଲା ।

ଏହି କଲେଜରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ୧୦୦ଟି MBBS ଆସନ ରହିଛି । ଏହାଦ୍ବାରା ବର୍ତ୍ତମାନ ସାରା ରାଜ୍ୟରେ ୮ଟି ସରକାରୀ ମେଡିକାଲ କଲେଜର ସମୁଦାୟ MBBS ଆସନ ସଂଖ୍ୟା ୧୨୫୦କୁ ବୃଦ୍ଧି ପାଇଛି ।

କାର୍ଯ୍ୟକ୍ରମରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କ ସହିତ ଆଲୋଚନା କରି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ଭବିଷ୍ୟତରେ ଭଲ ଡାକ୍ତର ହୋଇ ନିଷ୍ଠାପର ଭାବେ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ସେମାନଙ୍କୁ ପରାମର୍ଶ ଦେଇଥିଲେ । ଶିକ୍ଷକ ଓ ଛାତ୍ରଛାତ୍ରୀ ମାନଙ୍କ ଉଦ୍ୟମରେ ଏହି କଲେଜ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ନିଜର ଗୁରୁତ୍ବପୂର୍ଣ୍ଣ ଅବଦାନ ରଖିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ।

ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ପୁରୀର ଶ୍ରୀ ସମ୍ବିତ ନାୟକ, ରାଜସ୍ଥାନର ପ୍ରଗତୀ ମୀନା ଓ ଓଡିଶାର ଶ୍ରୀ ସିଦ୍ଧାର୍ଥ ସାହୁ ପ୍ରମୁଖ ଛାତ୍ରଛାତ୍ରୀ ଏହି ଆଲୋଚନାରେ ଭାଗ ନେଇ ପୁରୀରେ ପଢିବାର ସୁଯୋଗ ପାଇଥିବାରୁ ଖୁସି ପ୍ରକାଶ କରି ଭବିଷ୍ୟତରେ ଚିକିତ୍ସା ସେବା କ୍ଷେତ୍ରରେ ପ୍ରତିଶୃତିବଦ୍ଧ ହୋଇ କାମ କରିବେ ବୋଲି କହିଥିଲେ । ପିଲାମାନେ କଲେଜର ଭିତ୍ତିଭୂମିର ଉଚ୍ଚପ୍ରଶଂସା କରିଥିଲେ।

ଏଥିରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ମନସୁଖଲାଲ ମାଣ୍ଡଭ୍ୟ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଯୋଗ ଦେଇଥିଲେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ମାଣ୍ଡଭ୍ୟ ମଧ୍ୟ ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରି ସେମାନଙ୍କୁ ଭଲ ପାଠ ପଢିବା ସହିତ ଦେଶର ଗ୍ରାମାଂଚଳରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ନିଜର ବଳିଷ୍ଠ ଯୋଗଦାନ ରଖିବାକୁ ପରାମର୍ଶ ଦେଇଥିଲେ ।

ରାଜ୍ୟର ସବୁଠାରୁ ଗରିବ ଶ୍ରେଣୀରୁ ଛାତ୍ରଛାତ୍ରୀମାନେ ମଧ୍ୟ ମେଡିକାଲ ପାଠ ପଢିବାର ସୁଯୋଗ ପାଇଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ । ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ଓଡିଶାର ସରକାରୀ ବିଦ୍ୟାଳୟ ଗୁଡିକର ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ ଓ ଇଂଜିନିୟରିଂରେ ୧୫ ପ୍ରତିଶତ ଆସନ ସଂରକ୍ଷିତ ରଖିଛନ୍ତି ।

ଆଲୋଚନାରେ ଭାଗ ନେଇଥିବା ମେଡିକାଲ ଛାତ୍ର ବାଲେଶ୍ବର ଜିଲ୍ଲାର ଶ୍ରୀ ରାଧାବଲ୍ଲଭ ବେହେରା ଜଣେ ଭାଗଚାଷୀଙ୍କ ପୁଅ । ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ପାଇଁ ସରକାରଙ୍କ ସଂରକ୍ଷଣ ନୀତିକୁ ପ୍ରଶଂସା କରି ସେ କହିଥିଲେ ଯେ ଆଜି ଏଥିପାଇଁ ସେ MBBS ପାଠ ପଢିବାର ସୁଯୋଗ ପାଇଛନ୍ତି । ସେହିପରି ମୟୁରଭଂଜ ଜିଲ୍ଲାର ଶ୍ରୀ ଭଟ୍ଟ ହେମ୍ବ୍ରମ ମଧ୍ୟ ଜଣେ ଅତି ଗରିବ ପରିବାର ପିଲା । ତାଙ୍କ ବାପମା ଉଭୟ ଦିନ ମଜୁରିଆ । ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା ସମୟରେ ସେ ରାଜ୍ୟ ସରକାରଙ୍କ ସଂରକ୍ଷଣ ନୀତିକୁ ପ୍ରଶଂସା କରିଥିଲେ ।

ମେଡିକାଲ କଲେଜ ସହିତ ୬୫୦ ଆସନ ବିଶିଷ୍ଟ ଏକ ସାତ ମହଲା ବିଶିଷ୍ଟ ଶିକ୍ଷା ହସ୍‌ପିଟାଲ ନିର୍ମାଣ ପାଇଁ ମଧ୍ୟ କାମ ଚାଲିଛି । ଏହି ଶିକ୍ଷା ହସ୍‌ପିଟାଲ ଜୁଲାଇ ୨୦୨୩ ସୁଦ୍ଧା ଏହା ସଂପୂର୍ଣ୍ଣ ହେବ ବୋଲି ଜଣାଯାଇଛି । ବର୍ତ୍ତମାନ ଏହି କଲେଜ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶିକ୍ଷା ହସ୍‌ପିଟାଲ ଭାବେ କାର୍ଯ୍ୟ କରୁଛି। ପୁରୀକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସୁଥିବାରୁ ଏହି ମେଡିକାଲ କଲେଜ ଓ ହସ୍‌ପିଟାଲ ଜିଲ୍ଲାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ନବ ଦାସ, ଗଣଶିକ୍ଷାମନ୍ତ୍ରୀ ଶ୍ରୀ ସମୀର ରଂଜନ ଦାଶ, କ୍ରୀଡାମନ୍ତ୍ରୀ ଶ୍ରୀ ତୃଷାରକାନ୍ତି ବେହେରା, ସାଂସଦ ଶ୍ରୀ ପିନାକୀ ମିଶ୍ର, ପୁରୀ ଜିଲ୍ଲାର ବିଧାୟକଗଣ ଓ ଅନ୍ୟ ବରିଷ୍ଠ ନେତୃବୃନ୍ଦ ପ୍ରମୁଖ ଯୋଗ ଦେଇଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ପୁରୀ ଦିଗବାରେଣି ଛକରୁ ବ୍ରାଉନ ସୁଗର ଜବତ, ତିନି ଗିରଫ

ପୁରୀ: ପୁରୀ ସମୁଦ୍ରକୂଳ ଥାନା ଅନ୍ତର୍ଗତ ଦିଗବାରେଣି ଛକରେ ପୋଲିସ ଅତର୍କିତ୍ତ ଚଢ଼ାଉ କରି ୫୫ ଗ୍ରାମ ବ୍ରାଉନ ସୁଗାର ଜବତ କରିଥିବା ବେଳେ ଏଥି ସହିତ ସମ୍ପୃକ୍ତ ସ୍ଥାନୀୟ ତିନିଜଣ ଯୁବକ ଙ୍କୁ ଗିରଫ କରିଛି।

ଅଭିଯୁକ୍ତ ଯୁବକ ମାନେ ହେଲେ ଅବିନାଶ ପଣ୍ଡା (ବାଲିସାହି), ସତ୍ୟ ବେହେରା (ହରଚଣ୍ଡୀ ସାହି) ଓ ସଂଗ୍ରାମ ପଣ୍ଡା (ଗୁଡ଼ିଆ ସାହି) ବୋଲି ସୂଚନା ମିଳିଛି।ସେମାନଙ୍କ ଠାରୁ ଆହୁରି ୨ଟି ସେଲ ଫୋନ, ୨ଟି ମୋଟର ସାଇକେଲ ଓ ନଗଦ ୩୫୦ଟଙ୍କା ପୋଲିସ ଜବତ କରିଥିବା ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ଜଗା ଦର୍ଶନ ପାଇଁ ବଢିଲା ସମୟ ସୀମା, ଶ୍ରୀମନ୍ଦିର ପ୍ରଶାସନ ଜାରୀ କଲେ ନୂଆ ଏସଓପି

ପୁରୀ: ଜଗା ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରୀ ହେଲା ନୂଆ ଏସଓପି। ନୂଆ ଏସଓପି ଅନୁଯାୟୀ ଆସନ୍ତାକାଲିଠୁ ବର୍ଦ୍ଧିତ ସମୟ ଅନୁସାରେ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ଏଣିକି ସକାଳ ୫ଟା ୩୦ରୁ ରାତି ୯ଟା ୩୦ ପର୍ଯ୍ୟନ୍ତ ଶ୍ରୀଜୀୟୁଙ୍କ ଦର୍ଶନ ହେବ। ପୂର୍ବରୁ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ଦର୍ଶନ କରି ପାରୁଥିଲେ। ଏବେ ଏଥିରେ ପରିବର୍ତ୍ତନ କରାଯାଇ ଦର୍ଶନ ସମୟ ବଢାଇ ଦିଆଯାଇଛି।

ଏହି ସମୟରେ ଶ୍ରଦ୍ଧାଳୁ ଆନନ୍ଦ ବଜାର ଯାଇ ମହାପ୍ରସାଦ ଖାଇବା ସହ ପାର୍ଶ୍ଵ ଦେବାଦେବୀଙ୍କ ଦର୍ଶନ ମଧ୍ୟ କରିପାରିବେ । ତେବେ ଶ୍ରୀମନ୍ଦିର ପ୍ରବେଶ ପାଇଁ ପୂର୍ବରୁ ଯେଉଁ କୋଭିଡ କଟକଣା ଥିଲା ତାହା ଜାରୀ ରହିବ। ହେଲେ ଆସନ୍ତା ଡିସେମ୍ବର ୩୧ ଓ ନୂଆ ବର୍ଷରେ ଭକ୍ତଙ୍କ ଲାଗି ଶ୍ରୀମନ୍ଦିର ବନ୍ଦ ରହିବ।