Categories
ଆଜିର ଖବର ରାଜ୍ୟ ଖବର

ବାହାର ଲୋକଙ୍କୁ ପୁରୀ ମନା

ପୁରୀ: ଆଜିଠୁ ଜିଲ୍ଲା ବାହାରର କୌଣସି ବ୍ୟକ୍ତି ପୁରୀ ଜିଲ୍ଲାକୁ ପ୍ରବେଶ କରିପାରିବେ ନାହିଁ। ଏ ନେଇ କଟକଣା ଜାରି କରାଯାଇଛି। ଅତ୍ୟାବଶ୍ୟକୀୟ ସେବା କିମ୍ବା କୌଣସି ଜରୁରୀ କାର୍ଯ୍ୟ ନ ଥିଲେ ପୁରୀ ଜିଲ୍ଲାକୁ ପ୍ରବେଶ ନିମନ୍ତେ ଅନୁମତି ଦିଆଯିବ ନାହିଁ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।ପୁରୀ ଜିଲ୍ଲାର ପ୍ରବେଶ ପଥ ଗୁଡ଼ିକରେ କଡ଼ାକଡ଼ି ଯାଞ୍ଚ କରିବାକୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିବା ନେଇ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ କହିଛନ୍ତି। ଏହାସହ ଲୋକଙ୍କୁ ମଧ୍ୟ ସହଯୋଗ କରିବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଆସନ୍ତାକାଲି ରଥରେ ବିଜେ ହେବେ ଆଜ୍ଞାମାଳ

ପୁରୀ: ଆସନ୍ତାକାଲି ରଥରେ ଆଜ୍ଞାମାଳ ବିଜେ ହେବା ନେଇ ସୂଚନା ରହିଛି। ଏନେଇ ଶ୍ରୀମନ୍ଦିର ପରିଚାଳାନା କମିଟି ତରଫରୁ କୁହାଯାଇଛି। କାଲି ସକାଳ ଧୂପ ପରେ ଆଜ୍ଞାମାଳ ବିଜେ ନୀତି ହେବା ନେଇ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛି ଶ୍ରୀମନ୍ଦିର ପରିଚାଳାନା କମିଟି। ଆଜ୍ଞାମାଳ ପରେ ରଥ ନଗଡିଲେ ନୀତି ବନ୍ଦ ଆଶଙ୍କା ରହିଥିବାରୁ ରଥ ଯାତ୍ରା କରିବା ପାଇଁ ରାଜ୍ୟ ସରକାରକୁ ଅନୁରୋଧ କରାଯାଇଛି। ଏକ୍ଷେତ୍ରରେ ଛତିଶା ନିଯୋଗ ତରଫରୁ ସଂପୂର୍ଣ୍ଣ ସହଯୋଗ କରାଯିବ ବୋଲି କମିଟି ପ୍ରକାଶ କରିଛି। ସେଥିପାଇଁ ମୁଖ୍ୟମନ୍ତ୍ରୀ ରଥଯାତ୍ରା ବିଷୟରେ ନିଜେ ହସ୍ତକ୍ଷେପ କରନ୍ତୁ ବୋଲି କମିଟି ତରଫରୁ ନିବେଦନ କରାଯାଇଛି। ରଥଯାତ୍ରାର କୌଣସି ବିକଳ୍ପ ନଥିବାରୁ ସରକାର ହସ୍ତକ୍ଷେପ କରି ସୁପ୍ରିମ କୋର୍ଟରେ ପୁନଃବିଚାର ପିଟିସନ ଦାଖଲ କରନ୍ତୁ କିମ୍ବା ସରକାର ଆର୍ଡିନାନ୍ସ ମାଧ୍ୟମରେ ରଥଯାତ୍ରା କରନ୍ତୁ ବୋଲି କମିଟି ଅନୁରୋଧ କରିଛି। ବିନା ଭକ୍ତରେ ରଥାଯାତ୍ରା କରାଯାଉ ବୋଲି ଏହି କମିଟି ପ୍ରସ୍ତାବ ଦେଇଛି।

Categories
ଆଜିର ଖବର ରାଜ୍ୟ ଖବର

କାଲି ସୁପ୍ରିମ୍‌କୋର୍ଟରେ ହେବ ରଥଯାତ୍ରା ଶୁଣାଣି

ଭୁବନେଶ୍ବର: ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ନେଇ କାଲି ସୁପ୍ରିମକୋର୍ଟରେ ଶୁଣାଣି ହେବ। କାଲି ଦିନ ୧୧ଟା ସମୟରେ ଜଣିକିଆ ବେଞ୍ଚରେ ଏହି ଶୁଣାଣି ହେବ। ଜଷ୍ଟିସ୍‌ ଏସ୍‌. ରବୀନ୍ଦ୍ର ଭଟ୍ଟଙ୍କ କୋର୍ଟରେ ଏନେଇ କାଲି ଶୁଣାଣି ହେବ। ଗତକାଲି ଭିଡିଓକଲ୍‌ ମାଧ୍ୟମରେ ଭର୍ଚୁଆଲ କୋର୍ଟ ନମ୍ବର ୩ରେ ଏହି ମାମଲାର ଶୁଣାଣି ହେବ। ସୁପ୍ରିମ୍‌କୋର୍ଟ ରଥଯାତ୍ରା ସ୍ଥଗିତ ହେବାକୁ ନିର୍ଦ୍ଦେଶ ଦେବା ପରେ ରଥଯାତ୍ରା ଉପରେ ପୁନର୍ବିଚାର କରିବା ପାଇଁ ଏକାଧିକ ପିଟିସନ ଦାୟର କରାଯାଇଛି।

ସୂଚନାଯୋଗ୍ୟ, ଗତ ୧୮ ତାରିଖରେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତ ଥର ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରାକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ନେଇ ସେବାୟତ, ଅନେକ ବୁଦ୍ଧିଜୀବୀମାନେ ବିରୋଧ କରିଥିଲେ। ସୁପ୍ରିମ୍‌କୋର୍ଟଙ୍କ ରାୟକୁ ସ୍ବାଗତ ଜଣାଇବା ସହିତ ଗଜପତି ମହାରାଜା ଓ ପୁରୀ ଶଙ୍କରାଚାର୍ଯ୍ୟ ବିନା ଭକ୍ତରେ ରଥଯାତ୍ରା ହେବା ନେଇ କହିଥିଲେ। ରଥଯାତ୍ରା ସ୍ଥଗିତକୁ ନେଇ ରାଜ୍ୟ ସରକାରଙ୍କୁ ମଧ୍ୟ ବିରୋଧୀ ବେଶ୍‌ ଟାର୍ଗେଟ କରିଛନ୍ତି। ଏପରିକି ଶଙ୍କରାଚାର୍ଯ୍ୟ ମଧ୍ୟ ରାଜ୍ୟସରକାରଙ୍କର ଏହା ଏକ ସୁଚିନ୍ତିତ ଷଡଯନ୍ତ୍ର ବୋଲି କହିଛନ୍ତି।

Categories
ଫଟୋ ଖବର

ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଚତୁର୍ଦ୍ଧାମୂର୍ତ୍ତି

Puri: Priests perform rituals during ‘Deva Snana Purnima’ celebrations, in Odisha’s Puri on June 5, 2020. The bathing ceremony of the Trinity (Lord Jagannath, Lord Balaram and their sister Subhadra) is celebrated on Snana Purnima — the full moon day of Jyestha month. (Photo: IANS)

Categories
ଆଜିର ଖବର ରାଜ୍ୟ ଖବର

ଦିନକ ପରେ ଆରମ୍ଭ ହେବ ପୁରୀ ମନ୍ଦିର ସୌନ୍ଦର୍ଯ୍ୟକରଣ କାମ

ଭୁବନେଶ୍ୱର : ଆସନ୍ତା 29 ତାରିଖଠାରୁ ଆରମ୍ଭ ହେବ ଜଗନ୍ନାଥ ଓ ଲିଙ୍ଗରାଜ ମନ୍ଦିରର ଉନ୍ନତି କାମ । କରୋନା ମହାମାରୀ ଓ ତାଲାବନ୍ଦ ପାଇଁ ଗତ ଦୁଇ ମାସ ଧରି ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି । ବୁଧବାରର ସମୀକ୍ଷା ବୈଠକ ପରେ କାମ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ପୁରୀ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ପୂର୍ବଭଳି କାମ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଚତୁଃପାର୍ଶ୍ବର ଉଚ୍ଛେଦ ସହ ସୌନ୍ଦର୍ଯ୍ୟକରଣ କାମ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା କାଲି ଠାରୁ ଆରମ୍ଭ ହେବ ରଥ କାମ!

ଭୁବନେଶ୍ବର : ଆସନ୍ତା କାଲି ଠାରୁ ଆରମ୍ଭ ହେବ ରଥ ନିର୍ମାଣ କାର୍ଯ୍ୟ । ଗଜପତି ମହାରାଜ ଏହି ସୂଚନା ଦେଇଛନ୍ତି । ମଙ୍ଗଳବାର ଠାରୁ ରଥକାମ ଆରମ୍ଭ କରିବା ନେଇ ଗଜପତି ମହାରାଜ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ପୁରୀ ଗ୍ରୀନ୍‌ ଜୋନ୍‌ରେ ରହିଥିବାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାରେ କୌଣସି ଅସୁବିଧା ନାହିଁ ବୋଲି ଗଜପତି ମତ ଦେଇଛନ୍ତି । ଏ ନେଇ ରଥ ନିର୍ମାଣ କମିଟି ପକ୍ଷରୁ ସରକାରଙ୍କୁ ପରାମର୍ଶ ଦିଆଯାଇଛି । ରଥ ନିର୍ମାଣ ଏକ ଧାର୍ମିକ କାର୍ଯ୍ୟ ନୁହେଁ ଏବଂ ରଥଖଳା ଏକ ସର୍ବସାଧାରଣ ସ୍ଥାନ ହୋଇନଥିବାରୁ ସୋସିଆଲ ଡିଷ୍ଟାନ୍ସିଂକୁ ଧ୍ୟାନରେ ରଖି କାମ କରିବା ପାଇଁ ରଥ ନିର୍ମାଣ କମିଟି ପକ୍ଷରୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ତେବେ ଅନ୍ତିମ ନିଷ୍ପତ୍ତି ସରକାର ନେବେ ବୋଲି ଜଣାପଡିଛି ।

Categories
ଆଜିର ଖବର

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 103ରେ ପହଞ୍ଚିଛି : ଜାଣନ୍ତୁ କେଉଁ ଜିଲ୍ଲାରେ କେମିତି ରହିଛି କରୋନା ସ୍ଥିତି

ଭୁବନେଶ୍ବର : ରାଜ୍ୟରେ କରୋନା ସ୍ଥିତି ବଢିବାରେ ଲାଗିଛି । ଆଜି ରାଜ୍ୟରେ ତିନି କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ କରୋନା ସଂଖ୍ୟା 103କୁ ବୃଦ୍ଧି ହୋଇଛି । ଏହି ନୂତନ ତିନି ଆକ୍ରାନ୍ତ ସୁନ୍ଦରଗଡ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ।

ତେବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ କିପରି ରହିଛି କରୋନା ସ୍ଥିତି :

ଓଡ଼ିଶାର ମୋଟ୍‌ 30 ଟି ଜିଲ୍ଲା ମଧ୍ୟରୁ 10ଟି ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସର୍ବାଧିକ କରୋନା ଆକ୍ରାନ୍ତ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ରୁ 47ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 22 ଜଣ ସୁସ୍ଥ ହୋଇଛନ୍ତି । ଏହି ଜିଲ୍ଲାରୁ ଜଣେ ମୃତ ହୋଇଥିବାବେଳେ 23 ଜଣ ଚିକିତ୍ସାଧୀନ ରହିଛନ୍ତି । ସେହିପରି ଦ୍ବିତୀୟ ସ୍ଥାନରେ ରହିଛି ଯାଜପୁର ଜିଲ୍ଲା । ଗତକାଲି ରାତ୍ରିରୁ ଏହି ଜିଲ୍ଲାରୁ 6ଜଣ ନୂତନ ଭାବେ ଚିହ୍ନଟ ହୋଇଥିବାବେଳେ ଏଠାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 18ରେ ପହଞ୍ଚିଛି । ଏହି ଜିଲ୍ଲାରୁ ଜଣେ ସୁସ୍ଥ ହୋଇଥିବାବେଳେ 17ଜଣ ଚିକିତ୍ସାଧୀନ ରହିଛନ୍ତି । ତୃତୀୟ ସ୍ଥାନରେ ରହିଛି ଭଦ୍ରକ ଜିଲ୍ଲା । ଏହି ଜିଲ୍ଲାରେ ସର୍ବମୋଟ୍‌ 16 ଜଣଆକ୍ରାନ୍ତ ରହିଥିବାବେଳେ 2ଜଣ ସୁସ୍ଥ ହୋଇଛନ୍ତି । 14 ଜଣ ଚିକିତ୍ସାଧୀନ ରହିଛନ୍ତି । ସେହିପରି ବାଲେଶ୍ବରରୁ 10 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ।   ଅପରପକ୍ଷେ କରୋନା ଆକ୍ରାନ୍ତ ୪ଟି ଜିଲ୍ଲା କଳାହାଣ୍ଡିରୁ 2 ଜଣ , କଟକ, ପୁରୀ ଏବଂ ଢେଙ୍କାନାଳରେ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ମଧ୍ୟ ଏମାନେ ସମସ୍ତେ ସୁସ୍ଥ ହୋଇଛନ୍ତି । ଏହି ଚାରୋଟି ଜିଲ୍ଲାରେ କୌଣସି ସକ୍ରିୟ ସଂକ୍ରମିତ ନାହାନ୍ତି।

ସେହିପରି ଗତକାଲି ସୁନ୍ଦରଗଡ ତିନି ନୂଆ ପଜିଟିଭକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 6ରେ ପହଞ୍ଚିଛି। ସେପଟେ ଜିଲ୍ଲାରେ ପୂର୍ବରୁ 2ଜଣ ଓ ଗତକାଲି ଜଣେ ସୁସ୍ଥ ହୋଇଥିବାରୁ ଏବେ 3ଟି ଆକ୍ଟିଭ୍ କେଶ୍‌ ରହିଛି।

ରାଜ୍ୟରେ ମୋଟ୍ 103 ଆକ୍ରାନ୍ତ ହୋଇଥିବାବେଳେ ଏମାନଙ୍କ ମଧ୍ୟରୁ 34 ଜଣ ସୁସ୍ଥ ହୋଇଛନ୍ତି। ବିଭିନ୍ନ ହସ୍ପିଟାଲରେ 68 ଜଣଙ୍କର ଚିକିତ୍ସା ଚାଲିଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି।

Categories
ଭିଡ଼ିଓ

ରଥଯାତ୍ରାକୁ ନେଇ କଣ କହୁଛନ୍ତି ଗଜପତି, ଆସନ୍ତୁ ଜାଣିବା |

Categories
ବିଶେଷ ଖବର ସଂସ୍କୃତି

ରଥଯାତ୍ରା ହେବ କି ନାହିଁ ମେ ୪ ତାରିଖ ପରେ ନିଷ୍ପତ୍ତି ନିଆଯିବ ବୋଲି କହିଲେ ପୁରୀ ଗଜପତି ଦିବ୍ୟସିଂହ ଦେବ

ପୁରୀ: ଚଳିତ ବର୍ଷ ବିଶ୍ବ ବିଖ୍ୟାତ ପୁରୀ ରଥଯାତ୍ରା ହେବ କି ନାହିଁ ସେ ନେଇ ଆସନ୍ତା ମେ ୪ ତାରିଖ ପରେ ନିଷ୍ପତି ନିଆଯିବ। ଏ ନେଇ ପୁରୀ ଗଜପତି ଦିବ୍ୟସିଂହ ଦେବ ଏକ ପ୍ରେସ ବିବୃତି ମାଧ୍ୟମରେ ଜଣାଇଛନ୍ତି। ଆଜି ଗଜପତିଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫ୍ରେସିଂ ମାଧ୍ୟମରେ ଶ୍ରୀମନ୍ଦିର ପରିଚାଳନା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ସରିବା ପରେ ପୁରୀ ଗଜପତି ତଥା ଜଗନ୍ନାଥଙ୍କ ପ୍ରଥମ ସେବକ ଏହି ବିବୃତି ଦେଇଛନ୍ତି। ମେ ୪ ତାରିଖ ପର୍ଯ୍ୟନ୍ତ ଦେଶରେ ଲକଡାଉନ ଲାଗିରହିଛି। ତେଣୁ ଏହାପରେ କଣ ହେଉଛି ପରିସ୍ଥିତି ଅନୁଧ୍ୟାନ କରିବା ପରେ ନିଷ୍ପତି ନିଆଯିବ ବୋଲି ଗଜପତି କହିଛନ୍ତି।

ବର୍ତ୍ତମାନ କରୋନା ପାଇଁ ସାରା ବିଶ୍ବର ଉତ୍ସବ ମହୋତ୍ସବ ସବୁ ବନ୍ଦ ହୋଇ ଯାଇଛି। ସବୁ ଧର୍ମ କାର୍ଯ୍ୟ ମଧ୍ୟ ବନ୍ଦ କରିଦିଆଯାଇଛି। ଏପରି ପରିସ୍ଥିତିରେ ଏହି ରଥଯାତ୍ରା କିପରି ହେବ ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି। ସେଥିନେଇ ଆଜି ପରିଚାଳନା ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା। ହେଲେ ଲୋକଙ୍କ ବା ଭକ୍ତଙ୍କ ଜୀବନର ସୁରକ୍ଷା ଆଗ, ପରେ ରଥଯାତ୍ରା ବୋଲି ଗଜପତି କହିଥିଲେ। ବର୍ତ୍ତମାନ ଲକଡାଉନ ଚାଲିଥିବାରୁ କୈଣସି କାର୍ଯ୍ୟ ହୋଇପାରୁ ନାହିଁ। ରଥଯାତ୍ରା ପାଇଁ ଆସନ୍ତା ୨୬ ତାରିଖ ଅକ୍ଷୟ ତୃତୀୟାରୁ କାମ ଆରମ୍ଭ ହେବ। ସେ ପର୍ଯ୍ୟନ୍ତ କିପରି କାମ ହେବ ସେ ନେଇ ଶଙ୍କରାଚାର୍ଯ୍ୟଙ୍କ ସହିତ ଆଲୋଚନା କରାଯିବ ବୋଲି ଗଜପତି କହିଛନ୍ତି।

ଚଳିତ ବର୍ଷ ସ୍ନାନଯାତ୍ରା ଜୁନ ୫ ତାରିଖରେ ଏବଂ ରଥଯାତ୍ରା ଜୁନ ୨୩ ତାରିଖରେ ପଡୁଛି। ବର୍ତ୍ତମାନ ରଥଯାତ୍ରା ଆରମ୍ଭ ହେବାକୁ ପ୍ରାୟ ଦୁଇ ମାସ ବାକି ଥିବାରୁ ସେତେବେଳେ କରୋନା ଭୟ ନ ଥିବ ବୋଲି ଆଶା କରାଯାଉଛି। ହେଲେ ରଥଯାତ୍ରା ପାଇଁ ଯେଉଁ ପ୍ରସ୍ତୁତି ତାହା ଚଳିତ ଆସନ୍ତା ରବିବାର ଅକ୍ଷୟ ତୃତୀୟାରୁ ଆରମ୍ଭ ହେବ। ଏହାପରେ ଜଗନ୍ନାଥଙ୍କ ପ୍ରମୁଖ ଯାତ୍ରା ସବୁ ଗୋଟିଏ ପରେ ଗୋଟିଏ ଚାଲିବ। ଚନ୍ଦନଯାତ୍ରା, ସ୍ନାନଯାତ୍ରା,ରଥଯାତ୍ରା, ବାହୁଡାଯାତ୍ରା, ସୁନାବେଶ ଏବଂ ନିଳାଦ୍ରୀବିଜେ ଏହିପରି ମହାପ୍ରଭୃଙ୍କର ଉତ୍ସବ ଲାଗି ରହିବ।

ତେବେ ଜୁନ ମାସରେ ସ୍ନାନ ଓ ରଥଯାତ୍ରା ଥିବାରୁ ସେ ନେଇ ବର୍ତ୍ତମାନ ପରିଚାଳନା କମିଟର ଚିନ୍ତାର କାରଣ ନୁହେଁ। ହେଲେ ସେହି ଯାତ୍ରାପାଇଁ ଯେଉଁ ପ୍ରସ୍ତୁତି ହେବ ସେ ନେଇ ବର୍ତ୍ତମାନ ସମସ୍ୟା ସୃଷ୍ଟି ହୋଇଛି। ମୁଖ୍ୟତଃ ରଥ ନିର୍ମାଣଠାରୁ ଆରମ୍ଭ କରି ସ୍ନାନ ଯାତ୍ରାରେ ଶହଶହ ସେବକଙ୍କର ସହଯୋଗର ଆବଶ୍ୟକତା ରହିଛି। ଏହି ସେବକମାନେ ଏକାଠି ହେଲେ ଯାଇ ଏସବୁ କର୍ଯ୍ୟ ସମ୍ଭବ ହୋଇପାରିବ। ତେବେ ୪ ତାରିଖରେ ଲକଡାଉନର ସ୍ଥିତି କଣ ରହୁଛି ତାହା ଜାଣିବା ପରେ ରାଜ୍ୟ ସରକାର ଏ ନେଇ କିଛି ନିଷ୍ପତି ନେବେ ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

କରୋନା ଭୟ: ପୁରୀ ନଆସିବାକୁ ଅପିଲ କଲେ ଜିଲ୍ଲାପାଳ

ସମୀକ୍ଷାବ୍ୟୁରୋ

ପୁରୀ: ଆଜି ପୁରୀ ପ୍ରଶାସନ ପକ୍ଷରୁ କରୋନା କାରଣରୁ କଟକଣା ଜାରି କରାଯାଇଛି। ପୁରୀ ଜିଲ୍ଲାପାଳଙ୍କ ଅଧକ୍ଷତାରେ ବସିଥିବା ଏକ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି। ଜିଲ୍ଲାପାଳଙ୍କ ପକ୍ଷରୁ ଏପ୍ରିଲ ୧ତାରିଖ ଯାଏଁ ପୁରୀ ନ ଆସିବା ପାଇଁ ଅପିଲ କରାଯାଇଛି।

ଏହି ବୈଠକରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଆସୁଥିବା ଦର୍ଶନାର୍ଥୀଙ୍କ ପାଇଁ ନିର୍ଦ୍ଧିଷ୍ଠ ନିୟମ କରାଯାଇଛି। ଦର୍ଶନ ପାଇଁ ସେମାନଙ୍କୁ ଫର୍ମ ପୂରଣ କରିବାକୁ ପଡିବ। ଉକ୍ତ ଫର୍ମରେ ନିଜର ତଥ୍ୟ ପ୍ରଦାନ କରିବା ବାଧ୍ୟତାମୂଳକ। ଦର୍ଶନାର୍ଥୀ ଏହି ଫର୍ମକୁ ଶ୍ରୀମନ୍ଦିର ବାହାରେ ଥିବା ହେଲ୍ପ ଡେସ୍କରୁ ଗ୍ରହଣ କରିପାରିବେ। ପରିବାରର କୌଣସି ସଦସ୍ୟ ଯଦି ବିଦେଶରୁ ଆସିଥାନ୍ତି ତେବେ ଏହି ଫର୍ମରେ ଉଲ୍ଲେଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ଅରୁଣସ୍ତମ୍ଭ, ଗରୁଡସ୍ତମ୍ଭ, ଦେବାଦେବୀଙ୍କୁ ସ୍ପର୍ଶ ନକରିବା ସହ ସଙ୍କୀର୍ତ୍ତନ ମାଧ୍ୟମରେ ପୂଜାପାଠ କରିବା ବାରଣ କରାଯାଇଛି। ଭକ୍ତଙ୍କ ପାଇଁ ହ୍ୟାଣ୍ଡ ୱାସ ର ବ୍ୟବସ୍ଥା କରାଯିବ। ଭକ୍ତଙ୍କ ଦର୍ଶନ ସମୟରେ ଯେଉଁ ଧାଡିର ବ୍ୟବସ୍ଥା ରହିଛି, ସେହି ଧାଡିରେ ଭକ୍ତଙ୍କ ଭିତରେ ଦୁଇ ମିଟର ପର୍ଯ୍ୟନ୍ତ ଦୂରତା ରହିବା ନେଇ ଉକ୍ତ ବୈଠକରେ ନିଷ୍ପତି ନିଆଯାଇଛି। ଶ୍ରୀମନ୍ଦିରରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ମାସ୍କ ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି। କିନ୍ତୁ ସେବାୟତଙ୍କ ପାଇଁ ଏହା ବାଧ୍ୟତାମୂଳକ ନୁହେଁ।

ସେହିପରି ପୁରୀ ସମୁଦ୍ରକୂଳ ବୁଲିବା କିମ୍ବା ଗାଧୋଇବା ଉପରେ କଟକଣା ଲଗାଯାଇଛି। ଏତଦବ୍ୟତୀତ ଆସନ୍ତାକାଲି କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ବନ୍ଦ ରଖିବା ନେଇ ଘୋଷଣା କରାଯାଇଛି।

ସାରା ବିଶ୍ଵ ଏବେ କରୋନା କବଳରେ। ଏନେଇ ଡବ୍ଲୁ ଏଚ ଓ ତରଫରୁ ଏହାକୁ ବିଶ୍ଵ ମହାମାରୀ ରୂପେ ଘୋଷଣା କରିସାରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ୧୦୭ ଜଣ କାରୋନା ଭୂତାଣୁ ଦ୍ଵାରା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଉଭୟ ଭାରତ ସରକାର ଏବଂ ଓଡିଶା ସରକାର ମଧ୍ୟ ଏନେଇ ବହୁ କଟକଣା ଲଗାଇବା ସହ କରୋନା ଭୂତାଣୁରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ପଦକ୍ଷେପମାନ ନେଉଛନ୍ତି। ସମସ୍ତ ସଭାସମିତି, ଧାର୍ମିକ କାର୍ଯ୍ଯକ୍ରମ, ରାଜନୈତିକ ରାଲି, ଶିକ୍ଷାନୁଷ୍ଠାନକୁ ବନ୍ଦ ପାଇଁ ସରକାରଙ୍କ ତରଫରୁ ନିର୍ଦ୍ଦେଶ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଶ୍ରୀଜୀଉଙ୍କ ଦର୍ଶନ କଲେ ଅମିତ ଶାହ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଦୁଇ ଦିନିଆ ଓଡିଶା ଗସ୍ତରେ ରହିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି । ଶନିବାର ସକାଳୁ ଶାହା ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଇଥିଲେ । ଶାହାଙ୍କ ସହିତ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ, ପ୍ରହ୍ଲାଦ ସିଂ ପଟେଲ ଏବଂ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଉପସ୍ଥିତ ଅଛନ୍ତି । ଏମାନଙ୍କ ବ୍ୟତିତ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏବଂ ପ୍ରବକ୍ତା ସମ୍ବିତ ପାତ୍ର ମଧ୍ୟ ଉପସ୍ଥିତ ଅଛନ୍ତି । ଶାହାଙ୍କ ଗସ୍ତ ପାଇଁ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଜଗନ୍ନାଥଙ୍କ ଦର୍ଶନ ପରେ ଭୁବନେଶ୍ବର ଆସି ଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ ପରେ ଶାହା ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ପୁରୀ କଂଗ୍ରେସ ଭବନରେ ଗୋଷ୍ଠୀ ସଂଘର୍ଷ : 3 ଗୁରୁତର

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ପୁରୀ କଂଗ୍ରସ ଭବନରେ କଂଗ୍ରେସର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି । ଏହି ସଂଘର୍ଷରେ 3 ଜଣ ସଦସ୍ୟ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ପୁରୀ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଶ୍ରୀମନ୍ଦିର ଦର୍ଶନ ସାରି ଓଡ଼ିଶା ପ୍ରଭାରୀଙ୍କ ସହ ନେତାମାନେ ଫେରିବା ବେଳେ ପିସିସି ସଭାପତି ଏବଂ ଜିତେନ୍ଦ୍ର ସିଂହଙ୍କ ଉପସ୍ଥିତିରେ ଏହି ଗୋଷ୍ଠୀ ସଂଘର୍ଷ ଘଟିଥିଲା ।

Categories
ଆଜିର ଖବର ରାଜ୍ୟ ଖବର

ଖ୍ବାଜା ଉର୍ସ ମେଳା ପାଇଁ ପୁରୀ-ଆଜମେର ମଧ୍ୟରେ ସ୍ବତନ୍ତ୍ର ଟ୍ରେନ୍‌

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ରାଜସ୍ଥାନର ଆଜମେରରେ ଅନୁଷ୍ଠିତ ହେବାକୁ ଥିବା ଖ୍ବାଜା ଉର୍ସ ମେଳା ପାଇଁ ଏକ ସ୍ବତନ୍ତ୍ର ଟ୍ରେନ୍‌ର ଘୋଷଣା କରାଯାଇଛି । ମଙ୍ଗଳବାର ପୂର୍ବତଟ ରେଳବାଇ ପକ୍ଷରୁ ଏହି ଘୋଷଣା କରାଯାଇଛି । ଖ୍ବାଜା ଉର୍ସ ମେଳା-2020 ପାଇଁ ଏହି ସ୍ବତନ୍ତ୍ର ଟ୍ରେନର ଘୋଷଣା କରାଯାଇଛି । ଯାତ୍ରୀ ମାନଙ୍କ ସୁବିଧା ପାଇଁ ଏହି ଟ୍ରେନ୍‌ର ଘୋଷଣା କରାଯାଇଛି । ଫେବୃୟାରୀ 26 ତାରିଖ ସକାଳ 9ଟାରୁ ଏହି ଟ୍ରେନ୍‌ଟି ଛାଡିବା ସହିତ ଫେବୃୟାରୀ 28 ଅପରାହ୍ନ 4ଟାରେ ଆଜମେରରେ ପହଞ୍ଚିବ । ମାର୍ଚ୍ଚ 2 ତାରିଖ ସନ୍ଧ୍ୟା 8.05ରେ ଟ୍ରେନ୍‌ଟି ଛାଡି ମାର୍ଚ୍ଚ 4 ଅପରାହ୍ନ 4.14ରେ ପୁରୀରେ ପହଞ୍ଚିବ । ଉଲ୍ଲେଖଯୋଗ୍ୟ ଯେ, ଖ୍ବାଜା ମଇଉଦ୍ଦିନ୍‌ ଚିସ୍ତିଙ୍କ ମୃତ୍ୟୁ ବାର୍ଷିକୀ ଅବସରରେ ଉର୍ସ ମେଳା ଆୟୋଜିତ ହୋଇଥାଏ ।

Categories
ଆଜିର ଖବର ରାଜ୍ୟ ଖବର

ବଦଳିଲା ପୁରୀ ଜିଲ୍ଲାସ୍ତରୀୟ ପରେଡ ଗ୍ରାଉଣ୍ଡ

ସମୀକ୍ଷା ବ୍ୟୁରୋ

ପୁରୀ : ପୁରୀ ଜିଲ୍ଲାସ୍ତରୀୟ ପ୍ୟାରେଡ୍‌ ଗ୍ରାଉଣ୍ଡର ସ୍ଥାନ ବଦଳିଛି । ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟସ୍ଥ ଶରଧା ବାଲିରେ ଅନୁଷ୍ଠିତ ହେଉଥିବାବେଳେ ଚଳିତ ବର୍ଷ ତାଳବଣିଆ ଇଣ୍ଡୋର ଷ୍ଟାଡିୟମ୍‌ରେ ପାଳିତ ହେବ ସାଧାରଣତନ୍ତ୍ର ଦିବସ । 71ତମ ସାଧାରଣତନ୍ତ୍ର ଦିବସ ଅବସରରେ ପୁରୀଠାରେ ଜାତୀୟ ପତାକା ଉତ୍ତୋଳନ କରିବେ ଆଇନମନ୍ତ୍ରୀ ପ୍ରତାପ ଜେନା । ସେହିପରି ଚଳିତଥର ମୁଖ୍ୟମନ୍ତ୍ରୀ କଟକଠାରେ ପତାକା ଉତ୍ତୋଳନ କରିବେ ନାହିଁ। ଭୁବନେଶ୍ବରରେ ରାଜ୍ୟପାଳଙ୍କ ଦ୍ବାରା ହେବାକୁ ଥିବା ପତାକା ଉତ୍ତୋଳନ ଉତ୍ସବରେ ସମ୍ମାନିତ ଅତିଥୀ ଭାବେ ଯୋଗଦେବେ। ଚଳିତ ଥର କଟକଠାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପତାକା ଉତ୍ତୋଳନ କରିବେ ।

Categories
ଆଜିର ଖବର ରାଜ୍ୟ ଖବର

ମହାପ୍ରଭୁଙ୍କ ଦର୍ଶନ ସାରି ପୁରୀ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ସମୀକ୍ଷା ବ୍ୟୁରୋ

ପୁରୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ୭ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହାଛଡ଼ା ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ସମୀକ୍ଷା ମଧ୍ୟ କରିଛନ୍ତି। ପୁରୀକୁ ବିଶ୍ବସ୍ତରୀୟ ଐତିହ୍ୟସ୍ଥଳୀ କରିବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର। ଏଥିଲାଗି ଭିତ୍ତିଭୂମିର ବିକାଶ, କ୍ଷତିଗ୍ରସ୍ତଙ୍କୁ ଥଇଥାନ, ନୂଆ ବହୁଥାକିଆ ରାସ୍ତା, ସେତୁ, ପାର୍କିଂ ଆଦିର ପରିକଳ୍ପନା କରାଯାଇଛି। ଶିଳାନ୍ୟାସ ହୋଇଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି ଶ୍ରୀସେତୁ, ତୀର୍ଥଯାତ୍ରୀ କେନ୍ଦ୍ର, ବହୁତଳ କାର୍‌ ପାର୍କିଂ, ମ୍ୟୁନିସିପାଲିଟି ନୂତନ ମାର୍କେଟ କମ୍ପ୍ଲେକ୍ସ, ସ୍ବର୍ଗଦ୍ୱାରର ପୁନରୁଦ୍ଧାର, ସମୁଦ୍ରକୂଳରେ ଭେଣ୍ଡିଂଜୋନ ଏବଂ ମଧ୍ୟାହ୍ନଭୋଜନ ଓ ଆହାର ଯୋଜନାର କେନ୍ଦ୍ରୀକରଣ ରୋଷଶାଳା।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶାର ପୁରୀ ଏବଂ ଗୋପାଳପୁର ଦେଶର ସ୍ବଚ୍ଛ ସମୁଦ୍ରକୂଳ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର,03/01: ଦେଶର ସ୍ବଚ୍ଛ ବିଚ୍‌ର ମାନ୍ୟତା ପାଇଛି ଓଡିଶାର ପୁରୀ ଏବଂ ଗୋପାଳପୁର ସମୁଦ୍ରକୂଳ । ନ୍ୟାସନାଲ ସେଣ୍ଟର ଫର କୋଷ୍ଟାଲ ରିସର୍ଚ୍ଚ ପକ୍ଷରୁ ଏହି ତଥ୍ୟ ଶୁକ୍ରବାର ଦିନ ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ୍ କରାଯାଇ ଏହି ସୂଚନା ଦିଆଯାଇଛି । ତାଲିକାରେ ପୁରୀ ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ଗୋପାଳପୁର ଦ୍ବିତୀୟ ସ୍ଥାନରେ ରହିଛି । ତୃତୀୟ ସ୍ଥାନରେ ତାମିଲନାଡୁର ଥିରୁଭାଞ୍ଜୁର, ଚତୁର୍ଥରେ କେରଳର କାଝାକୁଟ୍ଟାମ ଏବଂ ପଞ୍ଚମ ସ୍ଥାନରେ ଗୁଜରାଟର ଡୁମାସ୍‌ ରହିଛି । ଉଲ୍ଲେଖଯୋଗ୍ୟ ଯେ, ଚଳିତ ବର୍ଷ ଓଡିଶାର ବିଭିନ୍ନ ସମୁଦ୍ରତଟରୁ 478.2 କିଗ୍ରା ବର୍ଜ୍ୟବସ୍ତୁ ଉଦ୍ଧାର କରାଯାଇଥିଲା ।

Categories
ଆଜିର ଖବର ରାଜ୍ୟ ଖବର

ନବବର୍ଷ ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ

ସମୀକ୍ଷା ବ୍ୟୁରୋ
ପୁରୀ,01/01 : ନବବର୍ଷ ପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖାଦେଇଛି । ନବବର୍ଷ ଅବସରରେ ରାତି ଗୋଟାଏରେ ଶ୍ରୀମନ୍ଦିର ଦ୍ବାର ସାଧାରଣ ଦର୍ଶନ ପାଇଁ ଖୋଲାଯାଇଥିବା ବେଳେ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ନୂଆବର୍ଷ ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିର ଆୟୋଜନ କରାଯାଇଛି । ନବବର୍ଷ ଉପଲକ୍ଷେ ଶ୍ରୀମନ୍ଦିରକୁ ଚଳିତ ବର୍ଷ ଭିନ୍ନ ଢଙ୍ଗରେ ସଜାଯାଇଛି । ଭକ୍ତମାନଙ୍କ ମନରେ ଆଧ୍ୟାତ୍ମିକ ଚେତନା ସୃଷ୍ଟି କରିବା ପାଇଁ ସିଂହଦ୍ୱାର ସମ୍ମୁଖରେ ଭଜନ ଓ ଜଣାଣର ବ୍ୟବସ୍ଥା କରାଯାଇଛି । ପୁରୀ ଜିଲ୍ଲା ପୋଲିସ ପକ୍ଷରୁ ଟ୍ରାଫିକ ଗାଇଡଲାଇନ ଜାରି କରାଯାଇଛି । ପାର୍କିଂ ପାଇଁ ମାଳତୀପାଟପୁର, ତାଳବଣିଆ, ଇଣ୍ଡୋର ଷ୍ଟାଡିୟମ, ଆଇଟିଆଇ ପରିସର ଓ ଜଗନ୍ନାଥ ଷ୍ଟାଡିୟମରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ସହର ମଧ୍ୟକୁ ଭାରୀଯାନ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ଭକ୍ତମାନେ ଯେପରି ଶାନ୍ତିଶୃଙ୍ଖଳାର ସହିତ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ ସେଥିପାଇଁ 65 ପ୍ଲାଟୁନୁ ପୋଲିସ ମୁତୟନ କରାଯାଇଛି ।

Categories
ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଶ୍ରୀଜଗନ୍ନାଥ ହେରିଟେଜ୍‌ କରିଡର ଚିଠା ଲୋକାର୍ପିତ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର, ୩୦/୧୨: ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀଜଗନ୍ନାଥ ହେରଟେଜ୍‌ କରିଡର ଚିଠା (ଆର୍କିଟେକଚର୍‌ ପ୍ଲାନ୍‌) ଓଡ଼ିଶାର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି। ଏହି ଚିଠା ସମ୍ପର୍କରେ ଜନସାଧାରଣ ସେମାନଙ୍କର ମୂଲ୍ୟବାନ ମତକୁ ଇମେଲ ଜରିଆରେ ୨୦୨୦ ଜାନୁଆରୀ ୧୫ ସୁଦ୍ଧା ଶ୍ରୀମନ୍ଦିରର ପ୍ରଶାସନକୁ ପଠାଇବା ନିମେନ୍ତ ପରାମର୍ଶ ଦେଇଛନ୍ତି। ଜନସାଧାରଣଙ୍କ ପ୍ରସ୍ତାବକୁ ତର୍ଜମା କରାଯାଇ ଚୂଡ଼ାନ୍ତ ସ୍ଥପତି ଶୈଳୀର ରୂପରେଖ ଫେବୃଆରୀ ମାସରେ ପ୍ରକାଶିତ ହେବ। ଏହି କାର୍ଯ୍ୟକ୍ରମରେ ମନ୍ତ୍ରିମଣ୍ଡଳର ସଦସ୍ୟବୃନ୍ଦଙ୍କ ସମେତ ମୁଖ୍ୟଶାସନ ସଚିବ ଓ ବରିଷ୍ଠ ପଦାଧିକାରୀପ୍ରମୁଖ ଉପସ୍ଥିତ ରହିଥିଲେ।

ମତାମତା ପଠାଇବା ପାଇଁ ଇମେଲ : [email protected]

ସେହିପରି ଶ୍ରୀଜଗନ୍ନାଥ ମନ୍ଦିରର ଐତିହ୍ୟ କରିଡର ପାଇଁ ଯେଉଁ ମଠ ଓ ବ୍ୟକ୍ତିବିଶେଷମାନେ ଜମି ଦେଇଛନ୍ତି ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏବଂ ଏହି କାର୍ଯ୍ୟ ପାଇଁ ସମ୍ପୃକ୍ତ ଜମି ଦାନ କରିଥିବା ବ୍ୟକ୍ତବିଶେଷଙ୍କର ନାମ ଐତିହ୍ୟ କରିଡରରେ ଏକ ଫଳରେ ସବୁଦିନ ପାଇଁ ସ୍ଥାନିତ ହୋଇ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିପରି ଏହି ଐତିହ୍ୟ କରିଡର ପାଇଁ ଅଧିଗୃହୀତ ସମସ୍ତ ଜମି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ରେକର୍ଡ କରାଯିବ ବୋଲି ଘୋଷଣା କରାଯାଇଛି।

ଲୋକାର୍ପିତ ହୋଇଥିବା ଚିଠା ‘ଆର୍କିଟେକଚର୍‌ ପ୍ଲାନ୍‌’ କେବଳ କରିଡରର ସୌନ୍ଦର୍ଯ୍ୟକରଣ ଓ ବିଭିନ୍ନ ସୁବିଧା ସୁଯୋଗର ବିକାଶ ମଧ୍ୟରେ ସୀମିତ ଅଟେ। ଶ୍ରୀମନ୍ଦିର ସୁରକ୍ଷା ନିମନ୍ତେ ଯୋଜନା ପ୍ରସ୍ତୁତି ଦାୟିତ୍ବ ଏସଂକ୍ରାନ୍ତରେ ଖ୍ୟାତି ଅର୍ଜନ କରିଥିବା ବୃତ୍ତିଧାରୀମାନଙ୍କୁ ଅର୍ପଣ କରିବା ପାଇଁ ସ୍ଥିର କରାଯାଇଛି।

ପୁରୀକୁ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀରେ ସାମିଲ୍‌ କରିବା ନେଇ ରାଜ୍ୟସରକାର ପୁରୀର ବିକାଶ ଦିଗରେ ବିଶେଷ ଗୁରୁତ୍ବ ଦେଇଛନ୍ତି। ପୁରୀଧାମରେ ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ଅତ୍ୟାଧୁନିକ ଶୃଙ୍ଖଳିତ ଧାଡ଼ି ବ୍ୟବସ୍ଥା କରାଯିବା ସହିତ ମଝିରେ ମଝିରେ ବିଶ୍ରାମ ନେବାର ସୁବିଧା ମଧ୍ୟ କରାଯିବ। ଯାତ୍ରୀମାନଙ୍କ ପାଦ ଓ ହାତ ଧୋଇବା ନିମେନ୍ତ ଅତ୍ୟାଧୁନିକ ବ୍ୟବସ୍ଥା, ଉପଯୁକ୍ତ ଆଲୋକ, ସିସିଟିଭି ବ୍ୟବସ୍ଥା ସହିତ ପିଇବା ପାଣି ଓ ଶୌଚାଳୟର ବିକାଶ କରାଯିବ। ଶ୍ରୀମନ୍ଦିର ଚତୁର୍ପାଶ୍ବରେ ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ କରାଯିବ। ଶ୍ରୀଜଗନ୍ନାଥଙ୍କର ବିଭିନ୍ନ ବେଶ, ଦଶାବତାର ଏବଂ ଜଗନ୍ନାଥ ସଂସ୍କୃତିର ଅନନ୍ୟ ବୈଭବ ସମ୍ପର୍କରେ ଯାତ୍ରୀମାନଙ୍କୁ ଅବଗତ କରାଇବା ପାଇଁ ବ୍ୟବସ୍ଥା କରାଯିବ। ମୁକ୍ତାକାଶ ମଞ୍ଚରେ ଓଡ଼ିଶାର କଳା ଓ ସଂସ୍କୃତିର ପ୍ରଦର୍ଶନର ଆୟୋଜନ ମଧ୍ୟ କରାଯିବ।

Categories
ଆଜିର ଖବର

ପୁରୀ ଗଣଦୁଷ୍କର୍ମ ମାମଲା : 20 ଦିନରେ ଚାର୍ଜସିଟ୍‌ ଦାଖଲ

ସମୀକ୍ଷା ବ୍ୟୁରୋ
ପୁରୀ,24/12 : ପୁରୀ ଗଣଦୁଷ୍କର୍ମ ମାମଲାରେ ଚାର୍ଜସିଟ୍‌ ଦାଖଲ କରିଛି ପୋଲିସ୍‌ । ମାମଲାକୁ ନେଇ ତତ୍ପରତା ଦେଖାଇ ପୋଲିସ୍‌ ଘଟଣାର 20 ଦିନ ମଧ୍ୟରେ ଚାର୍ଜସିଟ୍‌ ଦାଖଲ କରିଛି । ମାମଲାର ମୁଖ୍ୟ ଅଭିଯୁକ୍ତ ନିଲମ୍ବିତ କନେଷ୍ଟବଳ ଜିତେନ୍ଦ୍ର ସେଠୀଙ୍କ ସହିତ 5 ଜଣଙ୍କ ନାମରେ ଚାର୍ଜସିଟ୍‌ ଦାଖଲ କରାଯାଇଛି । ଏହା ସହିତ ମାମଲାର ଶୁଣାଣି ଫାଷ୍ଟଟ୍ରାକ କୋର୍ଟରେ କରାଯିବା ନେଇ ପୋଲିସ ପକ୍ଷରୁ ଆବେଦନ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଡିସେମ୍ବର 2 ତାରିଖରେ ଯୁବତୀଙ୍କୁ ଲିଫ୍ଟ ଦେବା ବାହାନାରେ ନିଲମ୍ବିତ କନେଷ୍ଟବଳ ରାଜେନ୍ଦ୍ର ସେଠୀ ଏବଂ ଅନ୍ୟ 5 ଜଣ ଗଣ ଦୁଷ୍କର୍ମ କରିଥିଲେ । ଦୁଇ ଦିନ ମଧ୍ୟରେ ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।

Categories
ଆଜିର ଖବର

ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ 4 ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ସମୀକ୍ଷା ବ୍ୟୁରୋ, ପୁର18/12: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଆଜି ଅନୁଷ୍ଠିତ ହେବାକୁ ଥିବାରୁ ବୁଧବାର ସାଧାରଣ ଦର୍ଶନ 4 ଘଣଟା ପାଇଁ ବନ୍ଦ ରହିବ । ଦ୍ୱିପ୍ରହର ଧୂପ ସରିବାପରେ ଦତ୍ତ ମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ । ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ । ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଚମକିବ । ଏହା ଏକ ଗୁପ୍ତ ସେବା ହୋଇଥିବାରୁ ଅପରାହ୍ନ 2.30ରୁ 6.30 ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Categories
ଆଜିର ଖବର

ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ 4 ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ସମୀକ୍ଷା ବ୍ୟୁରୋ, ପୁରୀ,4/12: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଆଜି ଅନୁଷ୍ଠିତ ହେବ । ଦ୍ୱିପ୍ରହର ଧୂପ ସରିବାପରେ ଦତ୍ତ ମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ । ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ । ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଚମକିବ । ଏହା ଏକ ଗୁପ୍ତ ସେବା ହୋଇଥିବାରୁ ଅପରାହ୍ନ ଚାରିଟାରୁ ରାତି ଆଠଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।