Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭୁବନେଶ୍ବରକୁ ମିଳିଲା ପୂର୍ବାଞ୍ଚଳ ଶ୍ରେଷ୍ଠ ସ୍ମାର୍ଟ ସିଟି ପୁରସ୍କାର

ଭୁବନେଶ୍ବର: ଗତକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ବରକୁ ଶ୍ରେଷ୍ଠ ପୂର୍ବାଞ୍ଚଳ ସ୍ମାର୍ଟ ସିଟି ପୁରସ୍କାର ପ୍ରଦାନ କରିଛନ୍ତି। ମଧ୍ୟ ପ୍ରଦେଶ ଇନ୍ଦୋରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ବର ମେୟର ସୁଲୋଚନା ଦାସ ପୁରସ୍କାର ଗ୍ରହଣ କରିଥିଲେ।

ଏଥିସହିତ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଅତିରିକ୍ତ କମିଶନର ଶୁଭେନ୍ଦୁ ସାହୁ, ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ (ବିଏସସିଏଲ୍)ର ମହାପ୍ରବନ୍ଧକ ସୁବ୍ରତ କୁମାର ବେହେରା ପୁରସ୍କାର ଗ୍ରହଣ ବେଳେ ଉପସ୍ଥିତ ଥିଲେ।

ଭାରତ ସରକାରଙ୍କ ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ସ୍ମାର୍ଟ ସିଟି ମିଶନ ଅଧୀନରେ ୨୦୧୮ରୁ ଆଇଏସ୍‌ଏସି ଆୟୋଜନ କରାଯାଉଛି। ଏହି ସମ୍ମିଳନୀରେ ମଧ୍ୟପ୍ରଦେଶ ରାଜ୍ୟପାଳ ଶ୍ରୀ ମଙ୍ଗୁଭାଇ ସି. ପଟେଲ, ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ରାଷ୍ଟ୍ର ମନ୍ତ୍ରୀ କୌଶଲ କିଶୋର ଏବଂ ମଧ୍ୟପ୍ରଦେଶର ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ସିଂହଙ୍କ ସମେତ ବିଭିନ୍ନ ବ୍ୟକ୍ତି ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମୃତଦେହର କରାଯାଉଛି ଡିଏନଏ ଟେଷ୍ଟ, ସମ୍ପର୍କୀୟଙ୍କ ପାଇଁ ଖାଇବା ରହିବା ବ୍ୟବସ୍ଥା: ମେୟର

ଭୁବନେଶ୍ଵର: ବାହାନଗା ଟ୍ରେନ ଦୁର୍ଘଟଣା ଆଜିକୁ ୬ ଦିନ ବିତିଯାଇଛି। ହେଲେ ଏପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇପାରିନାହିଁ। ଟ୍ରେନ ଦୁର୍ଘଟଣାରେ ୨୮୮ ଲୋକଙ୍କ ମୃତ୍ୟୁବରଣ କରିଥିବା ବେଳେ ୨୦୫ ଲୋକଙ୍କ ମୃତଦେହ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି। ଆହୁରି ୮୩ ଟି ମୃତଦେହ ହସ୍ତାନ୍ତର ପାଇଁ ବାକି ରହିଥିବା ଭୁବନେଶ୍ବର ମେୟର ସୁଲୋଚନା ଦାସ କହିଛନ୍ତି।

ଶ୍ରୀମତୀ ଦାସଙ୍କ ଅନୁଯାୟୀ, ୮୩ ଟି ମୃତଦେହ ହସ୍ତାନ୍ତର ପାଇଁ ରହିଛି। ଯେଉଁମାନେ ବାହାରୁ ଆସୁଛନ୍ତି ସେମାନଙ୍କ ରହିବା ଖାଇବାର ସମସ୍ତ ବ୍ୟବସ୍ଥା କରାଯାଇଛି। କିଛି ମୃତ ଦେହ ଚିହ୍ନଟ ହୋଇପାରିନାହିଁ। ସେଥିପାଇଁ ଡିଏନଏ ଟେଷ୍ଟ କରାଯାଉଛି। ବର୍ତ୍ତମାନ ସୁଦ୍ଧା ୫୦ ରୁ ଅଧିକ ନମୁନା ଡିଏନଏ ଟେଷ୍ଟ ପାଇଁ ପଠାଯାଇଛି। ରିପୋର୍ଟ ଆସିଲେ ଦ୍ଵନ୍ଦ୍ଵ ଦୂର ହେବ।

Categories
ବିଶେଷ ଖବର ରାଜ୍ୟ ଖବର

ଓଡିଶାର ଚାଷୀଙ୍କ ପାଇଁ ଉଦଘାଟିତ ହେଲା କୃଷକ ନିବାସ

ଭୁବନେଶ୍ବର: ଅଧିକ ଅମଳ ଓ ଉତ୍ପାଦିକତା ବୃଦ୍ଧି ଦିଗରେ ଉନ୍ନତ ମାନର ପରୀକ୍ଷିତ ବିହନର ଆବଶ୍ୟକତା ଦୃଷ୍ଟିରୁ ରାଜ୍ୟର ଚାଷୀମାନଙ୍କୁ ଠିକ୍‌ ସମୟରେ ଉନ୍ନତ ମାନର ପ୍ରାମାଣିକ ବିହନ ଯୋଗାଇଦେବା ଉପରେ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱାରୋପ କରୁଛନ୍ତି ।

ଏହି ପରିପ୍ରେକ୍ଷୀରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଭୁବନେଶ୍ୱରସ୍ଥିତ ରାଜ୍ୟ ବିହନ ପରୀକ୍ଷାଗାରର ସଂପ୍ରସାରଣ ସହିତ ଚାଷୀମାନଙ୍କ ସୁବିଧା ପାଇଁ ନୂତନ କୃଷକନିବାସ ନିର୍ମାଣ କରାଯାଇଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।

ଆଜି ପୂର୍ବାହ୍ନରେ କୃଷିଭିତ୍ତିକ ମହାନ ପର୍ବ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଜ୍ଞାନ ଓ ପ୍ରଯୁକ୍ତି, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ମହାନଗର ନିଗମର ମେୟର ଶ୍ରୀମତୀ ସୁଲୋଚନା ଦାସ ଓ ଅନ୍ୟାନ୍ୟ ପଦାଧିକାରୀଙ୍କ ଉପସ୍ଥିତିରେ ସଂପ୍ରସାରିତ ରାଜ୍ୟ ବିହନ ପରୀକ୍ଷାଗାର ଓ ନୂତନ କୃଷକନିବାସକୁ ଉଦ୍‌ଘାଟନ କରିଛନ୍ତି ।

ରାଜ୍ୟ ବିହନ ପରୀକ୍ଷଣ କେନ୍ଦ୍ରକୁ ଅନ୍ତର୍ଜାତୀୟ ମାନକୁ ଉନ୍ନୀତ କରିବା ଓ ଏଠାରେ ଚାଷୀ ଏବଂ ବିଭାଗୀୟ କର୍ମକର୍ତ୍ତାଙ୍କ ସମେତ କୃଷି ବିଜ୍ଞାନୀ ଛାତ୍ରଛାତ୍ରୀଙ୍କୁ ବିହନ ପରୀକ୍ଷଣ ଦିଗରେ ଆଧୁନିକ ପ୍ରଶିକ୍ଷଣ ଦେବାର ଲକ୍ଷ୍ୟ ରଖାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।

୧୯୬୬ ମସିହାରେ ପ୍ରତିଷ୍ଠା କରାଯାଇଥିବା ଏହି ପରୀକ୍ଷାଗାର ଚାଷୀମାନଙ୍କୁ ଉନ୍ନତ ମାନର ବିହନ ଯୋଗାଇଦେବା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଆସୁଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ପରୀକ୍ଷାଗାରରେ ବର୍ଷକୁ ଚାଷୀମାନଙ୍କ ଦ୍ୱାରା ସଂରକ୍ଷିତ ୧୨ ହଜାରରୁ ୧୬ ହଜାର ବିହନ ନମୁନାର ଗୁଣାତ୍ମକ ମାନ ଯାଞ୍ଚ କରାଯାଉଛି । ଏଠାରେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଜିନ୍‌ ବ୍ୟାଙ୍କ୍‌ ପ୍ରତିଷ୍ଠା କରାଯାଇଛି, ଯାହା ସମଗ୍ର ଦେଶରେ ଏକ ନିଆରା ଜିନ୍‌ ବ୍ୟାଙ୍କ୍‌ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।

ଜିନ୍‌ ବ୍ୟାଙ୍କ୍‌ରେ ୧୦୭୮ କିସମର ସ୍ଥାନୀୟ ଧାନ ବିହନ ଓ ୨୮୩ଟି ଅଣଧାନ ବିହନ ସଂରକ୍ଷିତ କରି ରଖାଯାଇଛି । ଏଥି ମଧ୍ୟରୁ ୭୪୫ଟି ଧାନ ବିହନ ଭାରତ ସରକାରଙ୍କ ଦ୍ୱାରା ପ୍ରୋଟେକ୍‌ସନ୍‌ ଅଫ୍‌ ପ୍ଲାଣ୍ଟ ଭେରାଇଟିଜ୍‌ ରେଜିଷ୍ଟ୍ରେସନ୍‌ କର୍ତ୍ତୃପକ୍ଷଙ୍କ ଦ୍ୱାରା ପଂଜୀକୃତ ହୋଇଛି ଓ ରାଜ୍ୟ ସରକାରଙ୍କ ଏହି ଉଦ୍ୟମ ଜାତୀୟ ସ୍ତରରେ ପ୍ରଶଂସିତ ହୋଇଛି । ଜିନ୍‌ ବ୍ୟାଙ୍କ୍‌ରେ ୯୭ଟି ସ୍ଥାନୀୟ କିସମର ମିଲେଟ୍‌ ବିହନ ସଂରକ୍ଷିତ ହୋଇ ରହିଛି ।

ବିହନ ପରୀକ୍ଷାଗାରରେ ବିହନର ଶୁଦ୍ଧତା, ଆଦ୍ରତା, ବିହନର ସ୍ୱାସ୍ଥ୍ୟ, ଅଙ୍କୁରୋଦ୍‌ଗମ କ୍ଷମତା ଓ କୀଟପୋକ ପ୍ରତିରୋଧି କ୍ଷମତା ଆଦିକୁ କଡ଼ାକଡ଼ି ଭାବରେ ପରୀକ୍ଷା କରାଯାଇ ବିହନର ମାନ ନିର୍ଣ୍ଣୟ କରାଯାଇଥାଏ । ପରୀକ୍ଷାଗାରର ସଂପ୍ରସାରଣ ଫଳରେ ଏଠାରେ ଅନ୍ତର୍ଜାତୀୟ ମାନର ବିହନ ପରୀକ୍ଷଣର ସୁବିଧା ମିିଳିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆଶାପ୍ରକାଶ
କରିଛନ୍ତି ।

ଉଦ୍‌ଘାଟନୀ ଉତ୍ସବରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀଙ୍କ ସମେତ ଓଡ଼ିଶା ରାଜ୍ୟ ବିହନ ନିଗମର ପରିଚାଳନା ନିର୍ଦ୍ଦେଶକ, ବିହନ ପରୀକ୍ଷାଗାରର ଯୁଗ୍ମ ନିର୍ଦ୍ଦେଶକ, ସ୍ଥାନୀୟ କର୍ପୋରେଟର ଓ ବହୁ ବରିଷ୍ଠ ପଦାଧିକାରୀ ଏବଂ କୃଷକ ଭାଇ ଓ ଭଉଣୀମାନେ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱର ମହାନଗର ନିଗମ ସ୍ତରୀୟ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ସ୍ତରୀୟ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ-୨୦୨୨ ସରକାରୀ ଉଚ୍ଚ ବିଦ୍ୟାଳୟ ବଡଗଡଠାରେ ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ଓ ବଡଗଡ ଉଚ୍ଚ ବିଦ୍ୟାଳୟ ଆଲୁମିନି ସଭାପତି ଶ୍ରୀ ପ୍ରତାପ କୁମାର ଜେନା ଏବଂ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ପତାକା ଉତ୍ତୋଳନ ପୂର୍ବକ ଉତ୍ସବର ଶୁଭ ଉଦ୍ଘାଟନ କରିଥିଲେ।

ଏହି ପରିପ୍ରେକ୍ଷୀରେ ସ୍ୱତନ୍ତ୍ର ସହାୟତା ଆବଶ୍ୟକ କରୁଥିବା ଛାତ୍ରଛାତ୍ରୀମାନଙ୍କର ସାମଗ୍ରିକ ବିକାଶ ଲକ୍ଷ୍ୟରେ ଆୟୋଜିତ କାର୍ଯ୍ୟକ୍ରମ“ମହକମେଳା”କୁ ଭୁବନେଶ୍ୱର ମହାନଗର ନିଗମ ମେୟର ଶ୍ରୀମତୀ ସୁଲୋଚନା ଦାସ ଉଦ୍ଘାଟନ କରିଥିଲେ। ଶିକ୍ଷାର୍ଥୀମାନଙ୍କର ସୃଜନଶୀଳ ସ୍ୱପ୍ନ,ଶିକ୍ଷକଶିକ୍ଷୟିତ୍ରୀ ଓ ଅଭିଭାବକମାନଙ୍କର ଅନୁଭବକୁ ସାଉଁଟିଥିବା ପତ୍ରିକା “ମନର କଥା” ଅତିଥିମାନଙ୍କ ଦ୍ୱାରା ଶୁଭ ଉନ୍ମୋଚିତ ହୋଇଥିଲା।

ପରିଶେଷରେ ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘ ଉପସଭାପତି ଶ୍ରୀମତୀ ସଙ୍ଗୀତା ଦାଶପୁରସ୍କାର ବିତରଣ କରିଥିଲେ। ସରକାରୀ ଉଚ୍ଚ ବିଦ୍ୟାଳୟ, ବଡଗଡର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ବନଜା ମଂଜରୀ ସାହୁ ତଥା ବିଦ୍ୟାଳୟର ସମସ୍ତ କର୍ମଚାରୀ, ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ,ସମ୍ବଳ ଶିକ୍ଷକଶିକ୍ଷୟିତ୍ରୀ, ଭୁବନେଶ୍ୱର ଗୋଷ୍ଠୀ ଶିକ୍ଷାକାର‌୍ୟ୍ୟାଳୟର ସହଯୋଗରେ ଏବଂ ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଡଃ. ପ୍ରଜ୍ଞା ପାରମିତା ଜେନାଙ୍କ ପରିଚାଳନାରେ ଏହି ଉତ୍ସବର ସଫଳ ପରିଚାଳନା କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ବିଶ୍ବ ଫଟୋଗ୍ରାଫି ଦିବସ ଅବସରରେ ଚାରିଜଣଙ୍କୁ ସମ୍ମାନିତ କଲେ ଭୁବନେଶ୍ବର ମେୟର

ଭୁବନେଶ୍ୱର : ନବିନ ସୂତ୍ରଧର ଟ୍ରଷ୍ଟ ପକ୍ଷରୁ ବିଶ୍ୱ ଫଟୋଗ୍ରାଫି ଦିବସ ଅବସରରେ ଓଡିଶାର ଐତିହ୍ୟ, ସଂସ୍କୃତି ଓ ପରମ୍ପରା ଆଧାରିତ ଦୁଇଦିନ ବ୍ୟାପି ଆୟୋଜିତ ଫଟୋପ୍ରଦର୍ଶନୀ ଆଜି ଉଦଯାପିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ ଭୁବନେଶ୍ୱର ମହାନଗର ନିଗମ ର ମେୟର ସୁଲୋଚନା ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦର୍ଶନୀରେ ଭାଗନେଇଥିବା ପ୍ରତିଯୋଗୀମାନଙ୍କ ମଧ୍ୟରୁ 4ଜଣଙ୍କୁ ସେମାନଙ୍କ ଶ୍ରେଷ୍ଠ କୃତି ପାଇଁ ସମ୍ମାନିତ କରିଥିଲେ।

ଏହି ପ୍ରଦର୍ଶନୀ ରେ ପ୍ରଥମ ପୁରସ୍କାର ଲାଭ କରିଛନ୍ତି ଶ୍ରୀମାନ ସାଇଶାଶ୍ୱତ ମିଶ୍ର, ଦ୍ଵିତୀୟ ପୁରସ୍କାର ଶ୍ରୀମାନ ବିଶ୍ଵନାଥ ସ୍ୱାଇଁ, ତୃତୀୟ ପୁରସ୍କାର ଯୁଗ୍ମ ଭାବେ ଡ଼ଃ ପିୟୁଷ ରଞ୍ଜନ ରାଉତ ଓ ଶ୍ରୀମାନ ରାକେଶ ରାଉଳ। ଏଥି ସହିତ ଟ୍ରଷ୍ଟ ପକ୍ଷରୁ 5ଜଣ ବ୍ୟକ୍ତି ବିଶେଷ ଯଥାକ୍ରମେ ବାଦଲ କୁମାର ମଲ୍ଲିକ, ଜ୍ୟୋତ୍ସ୍ନାମୟୀ ପରିଡା,ଅମରେଶ ଜେନା, ରୁଦ୍ର ନାରାୟଣ ସାମନ୍ତରାୟ ଓ ନାରାୟଣ ଚନ୍ଦ୍ର ଓଝା ଙ୍କୁ ସେମାନଙ୍କର ଫଟୋ ପ୍ରତି ଭଲ ପାଇବା ଓ ଫଟୋଗ୍ରାଫର ମାନଙ୍କୁ ପ୍ରେରଣା ଓ ସହଯୋଗ ପାଇଁ ଫଟୋ ବନ୍ଧୁ ସମ୍ମାନ ରେ ସମ୍ମାନିତ କରାଯାଇଛି।

ଆଜିର ଏହି ଉତ୍ସବରେ ଅନ୍ୟତମ ଅତିଥିଭାବେ ବିଶିଷ୍ଟ ସମାଜସେବୀ ସୁଚିସ୍ମିତା ପୃଷ୍ଟି, ବିଶିଷ୍ଟ ଗାୟିକା ଜୟଶ୍ରୀ ଧଳ, ଟ୍ରଷ୍ଟ ର ସମ୍ପାଦକ ନିହାର ରଞ୍ଜନ ଦାସ ଏବଂ ଅନ୍ୟତମ ସଦସ୍ୟ ଭାନୁପ୍ରିୟା ଦାସ ପ୍ରମୁଖ ଉପସ୍ଥିତ ରହି ସଭାକାର୍ଯ୍ୟକୁ ପରିଚାଳନା କରିଥିଲେ. ଏହି କାର୍ଯ୍ୟକ୍ରମ ର ଆୟୋଜକ ଟ୍ରଷ୍ଟ ର ପ୍ରତିଷ୍ଠାତା ଓ ଅଧକ୍ଷ ଲକ୍ଷ୍ମୀକାନ୍ତ ଦାସ ଆଗାମୀ ଦିନରେ ଆହୁରି ଏହିଭଳି ପ୍ରଦର୍ଶନୀ ଆୟୋଜନ କରିବା ସହ ଓଡିଶାର ପରମ୍ପରା କୁ ବହୁଳ ଭାବେ ପ୍ରଚାର ପ୍ରାସର ପାଇଁ ପ୍ରୟାସ କରିବେ ବୋଲି କହିଛନ୍ତି.

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶା ରାଜନୀତିକୁ ହଲଚଲ କଲେ ବରୀ ନିର୍ବାଚନ ମଣ୍ଡଳୀର ତିନି ‘ସୁ’-ନେତ୍ରୀ

ଭୁବନେଶ୍ବର:  ଯାଜପୁରର ତିନିଜଣ ନେତ୍ରୀଙ୍କୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତିରେ ଚାଲିଛି ବେଶ୍ ଚର୍ଚ୍ଚା। ସେମାନଙ୍କୁ କୁହାଯାଉଛି ବରୀର ସୁ-ନେତ୍ରୀ। ରାଜ୍ୟସଭା ପାଇଁ ବରୀ ଅଞ୍ଚଳର ସୁଲତା ଦେଓ ମନୋନିତ ହେବା ପରେ ଏହି ଚର୍ଚ୍ଚା ଆହୁରୀ ଜୋର ଧରିଛି। କାରଣ ପୂର୍ବରୁ ସେହି ବରୀ ଅଞ୍ଚଳର ସୁଲୋଚନା ଦାସ ଭୁବନେଶ୍ବର ମେୟର ହୋଇ ଚର୍ଚ୍ଚାରେ ଅଛନ୍ତି। ସେହିପରି ବରୀର ବିଧାୟିକା ସୁନନ୍ଦା ଦାସ ପ୍ରଥମ ଥର ବିଧାୟିକା ହୋଇ ପୂର୍ବରୁ ଚର୍ଚ୍ଚାରେ ଥିଲେ।

ଫଳରେ ବର୍ତ୍ତମାନ ବରୀର ଏହି ତିନି ନେତ୍ରୀ ସୁଲତା, ସୁଲୋଚନା ଏବଂ ସୁନନ୍ଦା ବର୍ତ୍ତମାନ ରାଜ୍ୟ ରାଜନୀତିରେ ସୁ-ନେତ୍ରୀ ଭାବେ ପରିଚିତ ହୋଇଛନ୍ତି। ସଂଯୋଗ ବସତଃ ଏହି ତିନି ନେତ୍ରୀଙ୍କ ନାମ ‘ସୁ’ ଅକ୍ଷରରୁ ଆରମ୍ଭ ହୋଇଛି। ଆଉ ସମସ୍ତେ ସେହି ବରୀ ଅଞ୍ଚଳର ନେତ୍ରୀ।

ସୁଲତା ବରୀ ଅଞ୍ଚଳର ଜଣେ ସରପଞ୍ଚ ଭାବେ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ସରପଞ୍ଚରୁ ଜିଲ୍ଲା ପରିଷଦ, ଜିଲ୍ଲା ସମାଜ କଲ୍ୟାଣ ବୋର୍ଡ ଏବଂ ବର୍ତ୍ତମାନ ସେ ମହିଳା ଓ ଶିଶୁ ବିକାଶ ବିଭାଗର ଉପଦେଷ୍ଠା ଅଛନ୍ତି। ବର୍ତ୍ତମାନ ରାଜ୍ୟସଭା ନିର୍ବାଚନ ପାଇଁ ସେ ବିଜେଡି ଦଳର ପ୍ରଥମ ପ୍ରାର୍ଥୀ ହୋଇଛନ୍ତି।

ସେହିପରି ବରୀରର ଅନ୍ୟତମ ନେତ୍ରୀ ସୁଲୋଚନା ଦାସ ଯେତେବେଳେ ବିଜେଡି ମେୟର ପ୍ରାର୍ଥୀ ହେଲେ ସେତେବେଳେ ସେ ଚର୍ଚ୍ଚାକୁ ଆସିଥିଲେ। ଏହାପରେ ସେ ଭଲ ଭୋଟ ବ୍ୟବଧାନରେ ଜିତିବା ପରେ ରାଜ୍ୟ ରାଜନୀତିରେ ତାଙ୍କର ମଧ୍ୟ ପ୍ରଭାବ ଆରମ୍ଭ ହୋଇଛି। ପୂର୍ବରୁ ସାମ୍ବାଦିକା ଥିବା ସୁଲୋଚନା କଂଗ୍ରେସରୁ ତାଙ୍କର ରାଜନୈତିକ ଜୀବନ ଆରମ୍ଭ କରିଥିଲେ।

ସେହିପରି ସୁନନ୍ଦା ଦାସ ବର୍ତ୍ତମାନ ବରୀ ନିର୍ବାଚନ ମଣ୍ଡଳୀର ବିଧାୟିକା ଅଛନ୍ତି। ସେ ବରୀ ଅଞ୍ଚଳର ଜଣେ ସକ୍ରିୟ ବିଜେଡି କର୍ମୀ ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି। ବିଧାୟିକା ପୂର୍ବରୁ ସେ ବରି ବ୍ଲକର ଅଧ୍ୟକ୍ଷା ଥିଲେ। ଦେବାଶୀଷ ନାୟକଙ୍କୁ ଟିକେଟ କାଟି ବିଜେଡି ସେତେବେଳେ ସୁନନ୍ଦାଙ୍କୁ ଟିକେଟ ଦେଇଥିଲା। ପ୍ରଥମ ଥର ପାଇଁ ବିଧାନସଭାରେ ଲଢେଇ କରି ସେ ବିଜୟ ଲାଭ କରିଛନ୍ତି।

ଫଳରେ ବର୍ତ୍ତମାନ ବରୀ ନିର୍ବାଚନ ମଣ୍ଡଳୀ ଓଡିଶା ରାଜନୀତିରେ ତିନିଜଣ ସୁ-ନେତ୍ରୀ ଦେବାରେ ସକ୍ଷମ ହୋଇପାରିଛି। ଏମାନେ ନିଜନିଜ କ୍ଷେତ୍ରରେ ବେଶ ଦବଦବା ରଖି କାର୍ଯ୍ୟ କରିବା ସହିତ ରାଜ୍ୟ ରାଜନିତୀଙ୍କୁ ବେଶ ହଲଚଲ କରୁଛନ୍ତି।

Categories
Municipal Election ଆଜିର ଖବର ରାଜ୍ୟ ଖବର

ପ୍ରଥମ ମହିଳା ମେୟର ଭାବେ ଶପଥ ନେଲେ ସୁଲୋଚନା ଦାସ

ଭୁବନେଶ୍ବର: ଆଜି ଏକ ଉତ୍ସବରେ ଭୁବନେଶ୍ବର ମହାନଗରର ପ୍ରଥମ ମହିଳା ମେୟର ଭାବେ ଶପଥ ଗ୍ରହଣ କରିଛନ୍ତି ସୁଲୋଚନା ଦାସ। ଆଜି ବିଏମସିର କନଫ୍ରେନସ ହଲରେ ଏହି ଶପଥ ପାଠ କରାଯାଇଛି। ଏଥିରେ ପୌର ପ୍ରଶାସକ ସଂଗ୍ରାମ ଜିତ୍ ନାୟକ ମେୟରଙ୍କୁ ଶପଥପାଠ କରାଇଥିଲେ। ଏହାପରେ ଆଜି ୬୭ଜଣ କର୍ପୋରେଟର ମଧ୍ୟ ବିଏମସି କନଫ୍ରେରେନ୍ସ ହଲରେ ଶପଥ ଗ୍ରହଣ କରିଥିଲେ।

ଆଜି ସକାଳେ ନବନିର୍ବାଚିତ ମେୟର ବିଏମସି କାର୍ଯ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ଏହାପରେ ତାଙ୍କୁ କନଫ୍ରେନସ ହଲକୁ ପାଛୋଟି ନିଆଯାଇଥିଲା। ସୁଲୋଚନା ଏବଂ ସମସ୍ତ କରର୍ପୋରେଟର ଶପଥ ନେବା ପରେ ବିଧିବଧ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ମେୟର ଭାବେ ନିର୍ବାଚିତ ହେବା ପରେ ଆକସନ ମୁଡ୍ ରେ ସୁଲୋଚନା ଦାସ

ଭୁବନେଶ୍ବର: ପ୍ରଥମ ଥର ପାଇଁ ଭୁବନେଶ୍ବରର ମହିଳା ମେୟର ଭାବେ ନିର୍ବାଚିତ ହୋଇଛନ୍ତି ସୁଲୋଚନା ଦାସ। ଆସନ୍ତା ନଅ ତାରିଖରେ ସେ ଶପଥ ନେବାର ସମ୍ଭାବନା ରହିଛି। ତେବେ ତା ପୂର୍ବରୁ ସେ ୱାର୍ଡ ବୁଲା କାମ ଆରମ୍ଭ କରିଦେଇଛନ୍ତି। ଆଜି ଉତ୍କଳ ଦିବସ ଥିବାରୁ ଭୁବନେଶ୍ବର ନିର୍ବାଚିତ ମେୟର ବିଭିନ୍ନ ୱାର୍ଡର ଉନ୍ନୟନ କାମ ତଦାରଖ କରିଛନ୍ତି।

ଆଜି ସକାଳୁ ସେ ୱାର୍ଡ ନମ୍ୱର 28 ଓ 29ର କ୍ଷୁଦ୍ର ଜୈବସାର ପ୍ରକ୍ରିୟାକରଣ କେନ୍ଦ୍ରକୁ ଯାଇ ସେଠାରେ କାମ କରୁଥିବା କର୍ମଚାରୀମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଏଥିସହିତ ଭୁବନେଶ୍ୱର ସହରକୁ ସଫା ସୁତୁରା ରଖିବା ଦିଗରେ ସେମାନଙ୍କର ମହତ୍ତ୍ୱପୂର୍ଣ୍ଣ ଅବଦାନ ପାଇଁ ମଧ୍ୟ ସୁଲୋଚନା ସେମାନଙ୍କୁ ଧନ୍ୟବାଦ ଦେଇଛନ୍ତି।

Categories
Municipal Election ଆଜିର ଖବର ରାଜ୍ୟ ଖବର

ନବ ନିର୍ବାଚିତ ପୌର ପ୍ରତିନିଧୀଙ୍କୁ ଅଭିନନ୍ଦନ କରି କଣ କହିଲେ ନବୀନ, ଭିତର ଭିଡିଓ କ୍ଲିକ କରି ଶୁଣନ୍ତୁ

ଭୁବନେଶ୍ବର: ଆଜି ପୌର ତଥା ମହାନଗର ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଏଥିରେ ବିଜେଡି ବାଜିମାତ କରିଛି। ଆଜି ସଂଧ୍ୟାରେ ନବୀନ ନିବାସରେ ଭୁବନେଶ୍ବରର ନିର୍ବାଚିତ ପ୍ରତିନିଧୀ ତଥା କର୍ମିମାନେ ସାକ୍ଷାତ କରିଥିଲେ। ଭୁବନେଶ୍ବର ନିର୍ବାଚିତ ମେୟର ସୁଲୋଚନା ଦାସଙ୍କ ସହିତ ବିଜେଡି କରର୍ପୋରେଟରମାନେ ସାକ୍ଷାତ କରିଥିଲେ। ଏଥିରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଦେବା ସହିତ ଅଭିନନ୍ଦନ ଜଣାଇଥିଲେ।

ପଞ୍ଚାୟତ ନିର୍ବାଚନ ପରି ପୌର ନିର୍ବାଚନରେ ମଧ୍ୟ ବିଜେଡି ବେଶ ଭଲ ସଫଳତା ହାସଲ କରିଛି। ମୁଖ୍ୟତଃ ଭୁବନେଶ୍ବର, କଟକ ଏବଂ ବ୍ରହ୍ମପୁର ମହାନଗର ମେୟର ପଦବୀ ବିଜେଡି ହାତକୁ ଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ପୌର ଭୋଟ ଗ୍ରହଣ, ମତାଧିକାର ସାବସ୍ତ କଲେ ଭୁବନେଶ୍ବର ମେୟର ପ୍ରାର୍ଥୀ ସୁଲୋଚନା ଦାସ

ଭୁବନେଶ୍ବର: ଆଜି ଓଡିଶାର ପୌର ନିର୍ବାଚନ। ରାଜ୍ୟର ବିଭିନ୍ନ ପୌରଞ୍ଚାଳରେ ଚାଲିଛି ଭୋଟ ଗ୍ରହଣ। ଏହି ଭୋଟ ଗ୍ରହଣ ସହରାଞ୍ଚଳରେ ହେଉଥିବାରୁ ବିଭିନ୍ନ ହେଭି ୱେଟମାନେ ସେମାନେଙ୍କ ମତାଧିକାର ସାବସ୍ତ କରୁଛନ୍ତି। ସେହିପରି ଭୁବନେଶ୍ବରର ମେୟର ପ୍ରାର୍ଥୀ ସୁଲୋଚନା ଦାସ ତାଙ୍କର ମତାଧିକାର ସାବସ୍ତ କରିଛନ୍ତି।

ଆଜି ସକାଳୁ ସୁଲୋଚନା ତାଙ୍କର ସ୍ବାମୀ ପ୍ରଫୁଲ ଦାସଙ୍କ ସହିତ ଭୋଟ ଗ୍ରହଣ କେନ୍ଦ୍ରକୁ ଆସିଥିଲେ। ସେଠାରେ ସେ ଧାଡି ଛିଡା ହୋଇଥିବାର ପରିଲକ୍ଷିତ ହୋଇଥିଲା। ସେ ଭୋଟ ଦେଇ ଆସିବା ପରେ ସମସ୍ତଙ୍କୁ ଭୋଟ ଗ୍ରହଣ ଉତ୍ସବରେ ଯୋଗଦେବାକୁ ଅପିଲ କରିଥିଲେ।