ମୃତଦେହର କରାଯାଉଛି ଡିଏନଏ ଟେଷ୍ଟ, ସମ୍ପର୍କୀୟଙ୍କ ପାଇଁ ଖାଇବା ରହିବା ବ୍ୟବସ୍ଥା: ମେୟର

Published: Jun 8, 2023, 12:48 pm IST

ଭୁବନେଶ୍ଵର: ବାହାନଗା ଟ୍ରେନ ଦୁର୍ଘଟଣା ଆଜିକୁ ୬ ଦିନ ବିତିଯାଇଛି। ହେଲେ ଏପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇପାରିନାହିଁ। ଟ୍ରେନ ଦୁର୍ଘଟଣାରେ ୨୮୮ ଲୋକଙ୍କ ମୃତ୍ୟୁବରଣ କରିଥିବା ବେଳେ ୨୦୫ ଲୋକଙ୍କ ମୃତଦେହ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି। ଆହୁରି ୮୩ ଟି ମୃତଦେହ ହସ୍ତାନ୍ତର ପାଇଁ ବାକି ରହିଥିବା ଭୁବନେଶ୍ବର ମେୟର ସୁଲୋଚନା ଦାସ କହିଛନ୍ତି।

ଶ୍ରୀମତୀ ଦାସଙ୍କ ଅନୁଯାୟୀ, ୮୩ ଟି ମୃତଦେହ ହସ୍ତାନ୍ତର ପାଇଁ ରହିଛି। ଯେଉଁମାନେ ବାହାରୁ ଆସୁଛନ୍ତି ସେମାନଙ୍କ ରହିବା ଖାଇବାର ସମସ୍ତ ବ୍ୟବସ୍ଥା କରାଯାଇଛି। କିଛି ମୃତ ଦେହ ଚିହ୍ନଟ ହୋଇପାରିନାହିଁ। ସେଥିପାଇଁ ଡିଏନଏ ଟେଷ୍ଟ କରାଯାଉଛି। ବର୍ତ୍ତମାନ ସୁଦ୍ଧା ୫୦ ରୁ ଅଧିକ ନମୁନା ଡିଏନଏ ଟେଷ୍ଟ ପାଇଁ ପଠାଯାଇଛି। ରିପୋର୍ଟ ଆସିଲେ ଦ୍ଵନ୍ଦ୍ଵ ଦୂର ହେବ।

Related posts