ପ୍ରଥମ ମହିଳା ମେୟର ଭାବେ ଶପଥ ନେଲେ ସୁଲୋଚନା ଦାସ

Published: Apr 9, 2022, 12:19 pm IST

ଭୁବନେଶ୍ବର: ଆଜି ଏକ ଉତ୍ସବରେ ଭୁବନେଶ୍ବର ମହାନଗରର ପ୍ରଥମ ମହିଳା ମେୟର ଭାବେ ଶପଥ ଗ୍ରହଣ କରିଛନ୍ତି ସୁଲୋଚନା ଦାସ। ଆଜି ବିଏମସିର କନଫ୍ରେନସ ହଲରେ ଏହି ଶପଥ ପାଠ କରାଯାଇଛି। ଏଥିରେ ପୌର ପ୍ରଶାସକ ସଂଗ୍ରାମ ଜିତ୍ ନାୟକ ମେୟରଙ୍କୁ ଶପଥପାଠ କରାଇଥିଲେ। ଏହାପରେ ଆଜି ୬୭ଜଣ କର୍ପୋରେଟର ମଧ୍ୟ ବିଏମସି କନଫ୍ରେରେନ୍ସ ହଲରେ ଶପଥ ଗ୍ରହଣ କରିଥିଲେ।

ଆଜି ସକାଳେ ନବନିର୍ବାଚିତ ମେୟର ବିଏମସି କାର୍ଯ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ଏହାପରେ ତାଙ୍କୁ କନଫ୍ରେନସ ହଲକୁ ପାଛୋଟି ନିଆଯାଇଥିଲା। ସୁଲୋଚନା ଏବଂ ସମସ୍ତ କରର୍ପୋରେଟର ଶପଥ ନେବା ପରେ ବିଧିବଧ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି।

Related posts