Categories
ବିଶେଷ ଖବର ରାଜ୍ୟ ଖବର

ଭୁବନେଶ୍ବରର ‘କୃତ୍ରିମ ଅଳିଆ ପାହାଡ’ ତଦାରଖ କଲେ ବିଜେପି ସଭାପତି, ସରକାରଙ୍କୁ ସମାଲୋଚନା

ଭୁବନେଶ୍ୱର: ରାଜଧାନୀରେ ଅଳିଆ ପାହାଡକୁ ଆଜି ରାଜ୍ୟ ସରକାରଙ୍କ ସମାଲୋଚନା କରିଛି ବିଜେପି। ରାଜ୍ୟ ସଭାପତି ମନମୋହନ ସାମଲ ଆଜି ଗାଡକଣ ଅଳିଆ ପାହାଡ ତଦାରଖ କରିବା ପରେ ଏହି ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ସ୍ୱଚ୍ଛ ଭାରତ ଯୋଜନାରେ କୋଟି କୋଟି ଟଙ୍କା ଦେଉଛନ୍ତି, କିନ୍ତୁ ଓଡ଼ିଶାରେ ତାହାର କୌଣସି ସୁଫଳ ମିଳୁନାହିଁ।  ଅଳିଆ ଗନ୍ଧରେ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି।

ରାଜ୍ୟ ସରକାର ତୁରନ୍ତ ‘ଗାଡକଣସ୍ଥିତ କୃତ୍ରିମ ଅଳିଆ ପାହାଡ’ ସ୍ଥାୟୀ ସମାଧାନ କରନ୍ତୁ। ରାଜ୍ୟ ସରକାର ଓଡିଶାବାସୀଙ୍କ ଜୀବନ ନେଇ ଯେଉଁ ଖେଳ ଖେଳୁଛନ୍ତି ତାହାକୁ ବନ୍ଦ କରନ୍ତୁ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି।

ରାଜ୍ୟ ସଭାପତି ଶ୍ରୀ ସାମଲ ‘ଗାଡକଣସ୍ଥିତ କୃତ୍ରିମ ଅଳିଆ ପାହାଡ’ ପରିଦର୍ଶନ ପରେ ଭୁବନେଶ୍ୱର ଜିଲ୍ଲା ତରଫରୁ ଜାରୀ ରହିଥିବା ସତ୍ୟାଗ୍ରହରେ ସାମିଲ ହୋଇଥିଲେ। ଏହି ସତ୍ୟାଗ୍ରହ ସ୍ଥଳରେ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ ଯୋଗଦେଇଥିଲେ।

ସେହିପରି ରାଜ୍ୟ ସମ୍ପାଦକ ସରୋଜ କର, ବରିଷ୍ଠ ନେତା ରଞ୍ଜନ ପଟେଲ, ଜିଲ୍ଲା ସଭାପତି ବାବୁ ସିଂ, ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା, ରାଜ୍ୟ ଗଣମାଧ୍ୟମ ସହସଂଯୋଜକ ସୁଜିତ୍ କୁମାର ଦାସ, ସ୍ୱଚ୍ଛ ଭାରତ ରାଜ୍ୟ ସଂଯୋଜକ ମହେଶ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଭୁବନେଶ୍ବର କୁକୁର ପ୍ରେମୀ ସାବଧାନ, ଖୁବ ଶିଘ୍ର ବିଏମସି ଆଣୁଛି କୁକୁର ନିୟମ

ଭୁବନେଶ୍ବର: ଖୁବ ଶିଘ୍ର ଭୁବନେଶ୍ବର ମହାନଗର ନିଗମ ଆଣୁଛି ପୋଷା କୁକୁରଙ୍କ ପାଇଁ ନୂଆ ନିୟମ। ଏଥିରେ ଯେଉଁମାନେ ଘରେ ପୋଷା କୁକୁର ରଖିବେ ସେମାନେ ବିଏମସିରେ ପଂଜୀକରଣ କରିବାକୁ ବାଧ୍ୟ। ଏଥିରେ କୁକର ସଂପର୍କରେ ସଂପୂର୍ଣ୍ଣ ତଥ୍ୟ ଲିପିବଦ୍ଧ ହୋଇ ରହିବ।

ଦିନକୁ ଦିନ ପୋଷା କୁକୁରକୁ ନେଇ ରାସ୍ତାରେ ସାଧାରଣ ଯାତ୍ରା ତଥା ସେହି କମ୍ୟୁନିଟର ଲୋକେ ହଇରାଣ ହେବାରେ ଲାଗିଛନ୍ତି। କୁକୁରକୁ ରାସ୍ତାରେ ଝାଡା ପରିଶ୍ରା କରାଇବା, ସାଧାରଣ ସ୍ଥାନରେ ବୁଲାଇବା ଦ୍ବାରା ଲୋକଙ୍କର ଅସୁବିଧା ହେଉଛି। ଏହିପରି କୁକୁରକୁ ନେଇ ଇନଫୋସିଟି ଥାନା ଅଞ୍ଚଳରେ ମାଡପିଟି ପରି ଅବସ୍ଥା ସୃଷ୍ଟି ହୋଇଛି।

ସେହିପରି ନୂଆଦିଲ୍ଲୀ ନିକଟସ୍ଥ ନୋଏଡାରେ ମଧ୍ୟ ଏକ ଆପାର୍ଟମେଣ଼୍ଟରେ ରହିଥିବା କୁକୁର କାମୁଡାରେ ସିକ୍ୟୁରିଟ ଗାର୍ଡ ଆହତ ହୋଇଛି। ଏହି ମାମଲା ଥାନାକୁ ଯିବା ପରେ ନୋଇଡା କର୍ତ୍ତୁପକ୍ଷ କୁକୁର ମାଲିକଙ୍କୁ ଦଶ ହଜାର ଟଙ୍କା ଜୋରିମାନା କରିଛନ୍ତି।

ଏ ସବୁକୁ ଦୃଷ୍ଟିରେ ରଖି ଭୁବନେଶ୍ବର ମହାନଗର ନିଗମ ପୋଷା କୁକୁରଙ୍କ ପାଇଁ ନୂଆ ନିୟମ ଆସିବ ବୋଲି କମିଶନର ବିଜୟ ଅମୃତ କୁଳାଙ୍ଗେ କହିଛନ୍ତି। ଏଥିରେ କେତେକ ନିର୍ଦ୍ଦିଷ୍ଠ ନିୟମ ରହିବ। କୁକୁର ମାଲିକ କେଉଁ ସ୍ଥାନରେ ଝାଡା ପରିଶ୍ରା କରିବା ପାଇଁ କୁକୁରକୁ ନେବେ ତାହା ଉଲ୍ଲେଖ ରହିବ।

ଯଦି ଏହି ନିୟମରେ କେହି ଖିଲାଫ କରେ ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିଏମସି ଅନ୍ୟ ସହରରେ ଲାଗୁ ହୋଇଥିବା କୁକୁର ନିୟମକୁ ଅନୁଧ୍ୟାନ କରି ଭୁବନେଶ୍ବର ନୂତନ ନିୟମ ପ୍ରଣୟନ କରାଯିବ।

Categories
Municipal Election ଆଜିର ଖବର ରାଜ୍ୟ ଖବର

ପ୍ରଥମ ମହିଳା ମେୟର ଭାବେ ଶପଥ ନେଲେ ସୁଲୋଚନା ଦାସ

ଭୁବନେଶ୍ବର: ଆଜି ଏକ ଉତ୍ସବରେ ଭୁବନେଶ୍ବର ମହାନଗରର ପ୍ରଥମ ମହିଳା ମେୟର ଭାବେ ଶପଥ ଗ୍ରହଣ କରିଛନ୍ତି ସୁଲୋଚନା ଦାସ। ଆଜି ବିଏମସିର କନଫ୍ରେନସ ହଲରେ ଏହି ଶପଥ ପାଠ କରାଯାଇଛି। ଏଥିରେ ପୌର ପ୍ରଶାସକ ସଂଗ୍ରାମ ଜିତ୍ ନାୟକ ମେୟରଙ୍କୁ ଶପଥପାଠ କରାଇଥିଲେ। ଏହାପରେ ଆଜି ୬୭ଜଣ କର୍ପୋରେଟର ମଧ୍ୟ ବିଏମସି କନଫ୍ରେରେନ୍ସ ହଲରେ ଶପଥ ଗ୍ରହଣ କରିଥିଲେ।

ଆଜି ସକାଳେ ନବନିର୍ବାଚିତ ମେୟର ବିଏମସି କାର୍ଯ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ଏହାପରେ ତାଙ୍କୁ କନଫ୍ରେନସ ହଲକୁ ପାଛୋଟି ନିଆଯାଇଥିଲା। ସୁଲୋଚନା ଏବଂ ସମସ୍ତ କରର୍ପୋରେଟର ଶପଥ ନେବା ପରେ ବିଧିବଧ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଏପ୍ରିଲ ୯ ତାରିଖରେ ଭୁବନେଶ୍ବର ଡେପୁଟି ମେୟର ନିର୍ବାଚନ, ଅନ୍ୟ ଦିନରେ ବ୍ରହ୍ମପୁର କଟକ

ଭୁବନେଶ୍ବର: ତିନୋଟି ମହାନଗର ନିଗମର ଡେପୁଟି ମେୟର ପଦବୀ ନିମନ୍ତେ ଆସନ୍ତା ଏପ୍ରିଲ ୭, ୮ ଓ ୯ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । କଟକ ମହାନଗର ନିଗମ ଡେପୁଟି ମେୟର ନିର୍ବାଚନ ଏପ୍ରିଲ ୭ ତାରିଖ, ବ୍ରହ୍ମପୁର ମହାନଗର ନିଗମ ପାଇଁ ଏପ୍ରିଲ ୮ ତାରିଖ ଏବଂ ଭୁବନେଶ୍ୱର ମହାନଗର ନିଗମ ଡେପୁଟି ମେୟର ନିର୍ବାଚନ ପାଇଁ ଏପ୍ରିଲ ୯ ତାରିଖ ଦିନ ନିର୍ବାଚନ ଅନୁଷ୍ଠିତ ହେବ।

ରାଜ୍ୟ ମୁନିସିପାଲିଟି ପ୍ରଶାସନର ନିର୍ଦ୍ଦେଶକଙ୍କୁ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି । ଡେପୁଟି ମେୟର ନିର୍ବାଚନ ପାଇଁ ନିର୍ବାଚନ ସୂଚୀ ହେଉଛି ନିର୍ଦ୍ଧାରିତ ନିର୍ବାଚନ ଦିନ ସକାଳ ୧୦ଟାରୁ ୧୧ଟା ମଧ୍ୟରେ ନାମାଙ୍କନ ପତ୍ର ଦାଖଲ, ୧୧ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ନାମାଙ୍କନ ପତ୍ର ଯାଞ୍ଚ ହେବ।

ଦିନ ୧ଟା ମଧ୍ୟରେ ନାମାଙ୍କନ ପତ୍ର ପ୍ରତ୍ୟାହାର ଓ ସେହିଦିନ ୧ଟା ୩୦ ରୁ ମତଦାନ ପ୍ରକ୍ରିୟା ଶେଷ ପର୍ଯ୍ୟନ୍ତ ମତଦାନ ଜାରି ରହିବ। ମତଦାନ ପରେ ପରେ ଭୋଟଗଣତି ହେବ। ଭୋଟଗଣତି ପରେ ସେହିଦିନ ନିର୍ବାଚନ ଫଳାଫଳ ଘୋଷଣା କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଭୁବନେଶ୍ବର ମହାନଗରରେ ୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ସନ୍ଧ୍ୟା ୬ରୁ ସ୍ଲଟ୍ ବୁକିଂ ଆରମ୍ଭ

ଭୁବନେଶ୍ବର: ଭୁବନେଶ୍ବର ମହାନଗର ଅଞ୍ଚଳରେ ଟୀକା ନେବା ପାଇଁ ଆଜି ସନ୍ଧ୍ୟାରେ ସ୍ଲଟ ବୁକିଂ ଆରମ୍ଭ ହେବ। ୧୮ ରୁ ୧୪ ବର୍ଷ ବୟସ୍କଙ୍କ ୨ ୟ ଡୋଜ ଟୀକା ପାଇଁ ସ୍ଲଟ୍ ବୁକ୍ କରିପାରିବେ। ଆଜି ଏହି ବର୍ଗର ବୟସ୍କଙ୍କ ପାଇଁ ୧ ଲକ୍ଷ ଟୀକା ଆସିବା ପରେ ବିଏମସି ସ୍ଲଟ୍ ବୁକିଂ ପାଇଁ କହିଛି। ଆଜି ଓଡିଶାକୁ ୫୦ ହଜାର କୋଭିଶିଲ୍ଡ ଏବଂ ୫୦ ହଜାର କୋଭାକ୍ସିନ ଟିକା ଆସୁଛି।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବର ମହାନଗର କରୋନା ଅପଡେଟ: ଆଜି ଚିହ୍ନଟ ହେଲେ ୩୧୪ ଜଣ ଏବଂ ସୁସ୍ଥ ହେଲେ ୩୫୪

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୩୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂତନ ୩୧୪ ଆକ୍ରାନ୍ତଙ୍କ ମଧ୍ୟରେ ୮୪ ଜଣ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ଲୋକାଲା କଣ୍ଟାକ୍ଟ କେସ୍‌ରୁ ୨୩୦ଜଣ ରହିଛନ୍ତି।

ସେହିପରି ଆଜି ଭୁବନେଶ୍ବରରୁ ୩୫୪ ଜଣ ସୁସ୍ଥ ହୋଇଛନ୍ତି। ନୂତନ ୩୧୪ ଜଣ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୨୪ ହଜାର ୨୨୮ ରେ ପହଞ୍ଚିଥିବାବେଳେ ସୁସ୍ଥ ହୋଇଛନ୍ତି ୨୦ ହଜାର ୫୭୧ ଜଣ। ସେହିପରି ଭୁବନେଶ୍ବରରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦୫କୁ ବୃଦ୍ଧି ହୋଇଥିବାବେଳେ ଏବେ ସୁଦ୍ଧା ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩ ହଜାର ୫୩୧ଜଣ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବର ମହାନଗରରୁ ଚିହ୍ନଟ ହେଲେ ୩୪୫: ସୁସ୍ଥ ହେଲେ ୪୧୨

ଭୁବନେଶ୍ବର: ଭୁବନେଶ୍ବର ମହାନଗରରୁ ୩୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁସ୍ଥ ହେଲେ ୪୧୨ ଜଣ। ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୦୧ ଜଣ କ୍ବାରେଣ୍ଟିନରୁ ଆସିଥିବା ବେଳେ ୨୪୪ ଜଣ ସ୍ଥାନୀୟ ସଂକ୍ରମଣ ।  ଲଖ୍ମିସାଗରରୁ ୧୩ଟି ଲୋକାଲ କେସ ଚିହ୍ନଟ ହୋଇଥିବା ବେଳେ ଶୈଳଶ୍ରୀ ବିହାର ରୁ ୯ ଜଣ ଚିହ୍ନଟ ହୋଇଛନ୍ତି, ସେହିପରି କେନ୍ଦ୍ରୀୟ ହସ୍ପିଟାଲ ଷ୍ଟାଫ ୭ ଜଣ, ୟୁନିଟ-୮ ରୁ ୭ ଜଣ, ସୁନ୍ଦରପଦା, ଝାରପଡା, ଭକ୍ତମଧୁନଗର, ନୟାପଲ୍ଲୀରୁ ୬ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ବମିଖାଲ, ନୟାପଲ୍ଲୀ ବେହେରା ସାହି ଓ ଗଣ୍ଡମୁଣ୍ଡାରୁ ୫ ଜଣ ଚିହ୍ନଟ ହୋଇଛନ୍ତି। ଆଚାର୍ଯ୍ୟ ବିହାର, ବରମୁଣ୍ଡା ଓ ୟୁନିଟ-୮ ନୟାପଲ୍ଲୀରୁ ୪ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ନୀଳାଦ୍ରି ବିହାର, ଚନ୍ଦ୍ରଶେଖରପୁର ରେଳବିହାର, ପାତ୍ରପଡା, ଟଙ୍କପାଣି ରୋଡ ଓ ୟୁନିଟ-୯ ରୁ ୪ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତ ସଂଖ୍ୟାକୁ ମିଶାଇ ଭୁବନେଶ୍ବର ମହାନଗରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯ ହଜାର ୨୪୩କୁ ବୃଦ୍ଧି ହୋଇଛି। ତେବେ ସେଥିରୁ ୧୫୩୫୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩ ହଜାର ୮୦୬ ଜଣ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି ଏବଂ ୬୯ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Image

Image