ଏପ୍ରିଲ ୯ ତାରିଖରେ ଭୁବନେଶ୍ବର ଡେପୁଟି ମେୟର ନିର୍ବାଚନ, ଅନ୍ୟ ଦିନରେ ବ୍ରହ୍ମପୁର କଟକ

Published: Apr 4, 2022, 10:37 pm IST

ଭୁବନେଶ୍ବର: ତିନୋଟି ମହାନଗର ନିଗମର ଡେପୁଟି ମେୟର ପଦବୀ ନିମନ୍ତେ ଆସନ୍ତା ଏପ୍ରିଲ ୭, ୮ ଓ ୯ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । କଟକ ମହାନଗର ନିଗମ ଡେପୁଟି ମେୟର ନିର୍ବାଚନ ଏପ୍ରିଲ ୭ ତାରିଖ, ବ୍ରହ୍ମପୁର ମହାନଗର ନିଗମ ପାଇଁ ଏପ୍ରିଲ ୮ ତାରିଖ ଏବଂ ଭୁବନେଶ୍ୱର ମହାନଗର ନିଗମ ଡେପୁଟି ମେୟର ନିର୍ବାଚନ ପାଇଁ ଏପ୍ରିଲ ୯ ତାରିଖ ଦିନ ନିର୍ବାଚନ ଅନୁଷ୍ଠିତ ହେବ।

ରାଜ୍ୟ ମୁନିସିପାଲିଟି ପ୍ରଶାସନର ନିର୍ଦ୍ଦେଶକଙ୍କୁ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି । ଡେପୁଟି ମେୟର ନିର୍ବାଚନ ପାଇଁ ନିର୍ବାଚନ ସୂଚୀ ହେଉଛି ନିର୍ଦ୍ଧାରିତ ନିର୍ବାଚନ ଦିନ ସକାଳ ୧୦ଟାରୁ ୧୧ଟା ମଧ୍ୟରେ ନାମାଙ୍କନ ପତ୍ର ଦାଖଲ, ୧୧ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ନାମାଙ୍କନ ପତ୍ର ଯାଞ୍ଚ ହେବ।

ଦିନ ୧ଟା ମଧ୍ୟରେ ନାମାଙ୍କନ ପତ୍ର ପ୍ରତ୍ୟାହାର ଓ ସେହିଦିନ ୧ଟା ୩୦ ରୁ ମତଦାନ ପ୍ରକ୍ରିୟା ଶେଷ ପର୍ଯ୍ୟନ୍ତ ମତଦାନ ଜାରି ରହିବ। ମତଦାନ ପରେ ପରେ ଭୋଟଗଣତି ହେବ। ଭୋଟଗଣତି ପରେ ସେହିଦିନ ନିର୍ବାଚନ ଫଳାଫଳ ଘୋଷଣା କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।

Related posts