Categories
ଆଜିର ଖବର ରାଜ୍ୟ ଖବର

ବିଜେଡି ଘୋଷଣା କଲା ନୂଆ କର୍ମକର୍ତ୍ତାଙ୍କ ନାମ, ଜାଣନ୍ତୁ କାହାକୁ କଣ ଦିଆଗଲା ଦାୟିତ୍ବ

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ତାହାର ନୂଆ କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଛି। ଏହା ଦଳର ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏହି ନୂଆ ଘୋଷଣା କରାଯାଇଛି। ସେହି ଅନୁସାରେ ଦଳ କେବଳ ବ୍ରହ୍ମପୁର ମହାନଗର ନିଗମର ନୂଆ କର୍ମକର୍ତ୍ତାଙ୍କୁ ନିଯୁକ୍ତି ଦେଇଛି। ନୂଆ ନିଯୁକ୍ତି ଅନୁସାରେ ବ୍ରହ୍ମପୁର ମହାନଗର ନିଗମର ସଭାପତି ଭାବେ ବିଜୟ ଚନ୍ଦ୍ର ସାମଲଙ୍କୁ ନିଯୁକ୍ତି ଦିଆଯାଇଛି। ଅନ୍ୟ ଯେଉଁମାନଙ୍କୁ ନିଯୁକ୍ତି ଦିଆଯାଇଛି ସେମାନେ ହେଲେ

ଏଥିରେ 14 ଜଣ ଉପସଭାପତିଙ୍କୁ ନିଯୁକ୍ତି କରାଯାଇଥିବା ବେଳେ ଜଗନ୍ନାଥ ମିଶ୍ରଙ୍କୁ କୋଷାଧ୍ୟକ୍ଷ କରାଯାଇଛି। ସେହିପରି ଏହି ନୂଆ ନିଯୁକ୍ତିରେ 16 ଜଣ ସାଧାରଣ ସଂପାଦକ ଏବଂ 32 ଜଣ ସଂପାଦକ ଭାବେ ନିଯୁକ୍ତି ଦିଆଯାଇଛି।

ଏହି ନୂଆ ଘୋଷଣା ତୁରନ୍ତ କାର୍ଯ୍ୟକାରୀ କରାଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ବ୍ରହ୍ମପୁର ମହାନଗର ନିଗମ କରିବ ମାଛ ଚାଷ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ମାଛ ଚାଷ କରିବ। ଏ କଥାଟି ଶୁଣିଲେ ଟିକିଏ ଅଡୁଆ ଲାଗିପାରେ। କାରଣ ମାଛ ଚାଷ କରିବା କୌଣସି ମହାନଗରର କାମ ନୁହେଁ। ହେଲେ ବ୍ରହ୍ମପୁର କଥାଟି ଟିକିଏ ଭିନ୍ନ। ମାଛ ଛଡା ହେବ ହେଲେ ଲାଭ ପାଇଁ ନୁହେଁ ବରଂ ମଶାମାନଙ୍କ ବଂଶ ହ୍ରାସ କରିବା ପାଇଁ।

ସେଥିପାଇଁ ବ୍ରହ୍ମପୁର ମହାନଗର ଦୁଇ ପ୍ରକାରର ମାଛ ଆଣି ସହରର ବିଭିନ୍ନ ନାଳ ନର୍ଦ୍ଧମାରେ ଛାଡିଛି। ଏହି ମାଛର ପ୍ରକୃତି ହେଲା ସେ କେବଳ ମଶା ଲାର୍ଭା ଖାଇବାକୁ ଆଗ୍ରହ ପ୍ରକାଶ କରିଥାଏ। ଏହି ଦୁଇ ପ୍ରକାରର ମାଛ ହେଲା ଗାମବୋଶିଆ ଏବଂ ଗୁପ୍ପି। ବର୍ତ୍ତମାନ ବର୍ଷା ଋତୁ ଆସୁଥିବାରୁ ବିଇଏମସି ଏହି ପଦକ୍ଷେପ ଗ୍ରହଣ କରିଛି।

ମହାନଗର ଅଧିକାରୀଙ୍କ ସୁତ୍ର ଅନୁସାରେ ବର୍ତ୍ତମାନ ମହାନଗରର ପଚାଶଟି କ୍ଷୁଦ୍ର ଜଳପୂର୍ଣ୍ଣ ସ୍ଥାନରେ ପ୍ରାୟ ଏକ ହଜାର ମାଛ ଛଡାଯାଇଛି। ସେସବୁ ବର୍ଷା ଦିନ ହେଲେ ତାହା ପରିପୂରଣ ହେବା ସହିତ ଏହି ମାଛ ବଂଶ ବୃଦ୍ଧି ଘଟିବ ଏବଂ ମଶା ବଂଶ ହ୍ରାସ ପାଇବ। ଗାମବୋଶିଆ ମାଛଟି କନ୍ଧମାଳ ସିଡିଏମଓ ଅଫିସ ହାଚେରୀରୁ ଅଣାଯାଇଥିବା ବେଳେ ଗୁପ୍ପି ମାଛ କଟକରୁ ଅଣାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଏପ୍ରିଲ ୯ ତାରିଖରେ ଭୁବନେଶ୍ବର ଡେପୁଟି ମେୟର ନିର୍ବାଚନ, ଅନ୍ୟ ଦିନରେ ବ୍ରହ୍ମପୁର କଟକ

ଭୁବନେଶ୍ବର: ତିନୋଟି ମହାନଗର ନିଗମର ଡେପୁଟି ମେୟର ପଦବୀ ନିମନ୍ତେ ଆସନ୍ତା ଏପ୍ରିଲ ୭, ୮ ଓ ୯ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । କଟକ ମହାନଗର ନିଗମ ଡେପୁଟି ମେୟର ନିର୍ବାଚନ ଏପ୍ରିଲ ୭ ତାରିଖ, ବ୍ରହ୍ମପୁର ମହାନଗର ନିଗମ ପାଇଁ ଏପ୍ରିଲ ୮ ତାରିଖ ଏବଂ ଭୁବନେଶ୍ୱର ମହାନଗର ନିଗମ ଡେପୁଟି ମେୟର ନିର୍ବାଚନ ପାଇଁ ଏପ୍ରିଲ ୯ ତାରିଖ ଦିନ ନିର୍ବାଚନ ଅନୁଷ୍ଠିତ ହେବ।

ରାଜ୍ୟ ମୁନିସିପାଲିଟି ପ୍ରଶାସନର ନିର୍ଦ୍ଦେଶକଙ୍କୁ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି । ଡେପୁଟି ମେୟର ନିର୍ବାଚନ ପାଇଁ ନିର୍ବାଚନ ସୂଚୀ ହେଉଛି ନିର୍ଦ୍ଧାରିତ ନିର୍ବାଚନ ଦିନ ସକାଳ ୧୦ଟାରୁ ୧୧ଟା ମଧ୍ୟରେ ନାମାଙ୍କନ ପତ୍ର ଦାଖଲ, ୧୧ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ନାମାଙ୍କନ ପତ୍ର ଯାଞ୍ଚ ହେବ।

ଦିନ ୧ଟା ମଧ୍ୟରେ ନାମାଙ୍କନ ପତ୍ର ପ୍ରତ୍ୟାହାର ଓ ସେହିଦିନ ୧ଟା ୩୦ ରୁ ମତଦାନ ପ୍ରକ୍ରିୟା ଶେଷ ପର୍ଯ୍ୟନ୍ତ ମତଦାନ ଜାରି ରହିବ। ମତଦାନ ପରେ ପରେ ଭୋଟଗଣତି ହେବ। ଭୋଟଗଣତି ପରେ ସେହିଦିନ ନିର୍ବାଚନ ଫଳାଫଳ ଘୋଷଣା କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିଲେ ବିଧାୟକ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ଅନ୍ତର୍ଗତ ବିଭିନ୍ନ ୱାର୍ଡ଼କୁ ଆଜି ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ସାଂସଦ ଚନ୍ଦ୍ରଶେଖର ସାହୁ, କମିଶନର ସିଦ୍ଧେଶ୍ୱର ବଳିରାମ ବୋନ୍ଦାର ପରିଦର୍ଶନ କରି ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକର ସମୀକ୍ଷା କରିଛନ୍ତି।

ପ୍ରଥମେ ବିଧାୟକଙ୍କ ସହ ଅଧିକାରୀମାନେ ମହାନଗର ନିଗମ କାର୍ଯ୍ୟାଳୟରୁ ବାହାରି ୧୪ ନମ୍ବର ୱାର୍ଡ଼ ହାଉସି ବୋର୍ଡ଼ର ବଡ଼୍‌ମିଣ୍ଟନ କୋର୍ଟ, ସାଳିଆ ବନ୍ଧ ଅଂଚଳର ବେଡ଼ମିଣ୍ଟରନ କୋର୍ଟର କାର୍ଯ୍ୟ ତଦାରଖ କରିବା ପରେ ୱାର୍ଡ଼ ନଂ ୯କୁ ଯାଇ ବାଲୁଙ୍କେଶ୍ୱର ଛକର ବସ୍ତି ଉନ୍ନୟନ କାର୍ଯ୍ୟ ଦେଖିଥିଲେ।

ପରେ ୱାର୍ଡ଼ ନଂ ୧ ହରିଡ଼ାଖଣ୍ଡି ବନ୍ଧ ଶାନ୍ତିନଗରର ବେଡ଼ମିଣ୍ଟର କୋର୍ଟ, ହରିଡ଼ାଖଣ୍ଡି ମାଛ ମାର୍କେଟ, ଆସିକା ରୋଡ଼୍ ପାଣିଟାଙ୍କି ପଛପଟ କଲ୍ୟାଣ ମଣ୍ଡପ, କପିଳେଶ୍ୱର ରୋଡ଼୍‌ର ଡ଼୍ରେନ କାମ, ବିଜିପୁର ମାର୍କେଟ, କେସି. ହାଇସ୍କୁଲ ଖେଳପଡ଼ିଆ, ଅଶୋକ ନଗର ଅଂଚଳର ବନ୍ଧକାର୍ଯ୍ୟ, ମେଡ଼ିକାଲ୍ ଭେଣ୍ଡିଂ ଜୋନ୍‌, ମେଡ଼ିକାଲ୍ ଗ୍ରାଉଣ୍ଡ, ୱାର୍ଡ଼ ନଂ ୩୫ ବନବନ୍ଧ, ନୂଆ ବନ୍ଧ କାର୍ଯ୍ୟ, ମୁନିସିପାଲ୍‌ଟି କଲୋନୀର ଉନ୍ନୟନ ମୂଳକ କାର୍ଯ୍ୟଗୁଡ଼ିକର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ।