ବ୍ରହ୍ମପୁର ମହାନଗର ନିଗମ କରିବ ମାଛ ଚାଷ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

Published: Jun 6, 2023, 3:20 pm IST

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ମାଛ ଚାଷ କରିବ। ଏ କଥାଟି ଶୁଣିଲେ ଟିକିଏ ଅଡୁଆ ଲାଗିପାରେ। କାରଣ ମାଛ ଚାଷ କରିବା କୌଣସି ମହାନଗରର କାମ ନୁହେଁ। ହେଲେ ବ୍ରହ୍ମପୁର କଥାଟି ଟିକିଏ ଭିନ୍ନ। ମାଛ ଛଡା ହେବ ହେଲେ ଲାଭ ପାଇଁ ନୁହେଁ ବରଂ ମଶାମାନଙ୍କ ବଂଶ ହ୍ରାସ କରିବା ପାଇଁ।

ସେଥିପାଇଁ ବ୍ରହ୍ମପୁର ମହାନଗର ଦୁଇ ପ୍ରକାରର ମାଛ ଆଣି ସହରର ବିଭିନ୍ନ ନାଳ ନର୍ଦ୍ଧମାରେ ଛାଡିଛି। ଏହି ମାଛର ପ୍ରକୃତି ହେଲା ସେ କେବଳ ମଶା ଲାର୍ଭା ଖାଇବାକୁ ଆଗ୍ରହ ପ୍ରକାଶ କରିଥାଏ। ଏହି ଦୁଇ ପ୍ରକାରର ମାଛ ହେଲା ଗାମବୋଶିଆ ଏବଂ ଗୁପ୍ପି। ବର୍ତ୍ତମାନ ବର୍ଷା ଋତୁ ଆସୁଥିବାରୁ ବିଇଏମସି ଏହି ପଦକ୍ଷେପ ଗ୍ରହଣ କରିଛି।

ମହାନଗର ଅଧିକାରୀଙ୍କ ସୁତ୍ର ଅନୁସାରେ ବର୍ତ୍ତମାନ ମହାନଗରର ପଚାଶଟି କ୍ଷୁଦ୍ର ଜଳପୂର୍ଣ୍ଣ ସ୍ଥାନରେ ପ୍ରାୟ ଏକ ହଜାର ମାଛ ଛଡାଯାଇଛି। ସେସବୁ ବର୍ଷା ଦିନ ହେଲେ ତାହା ପରିପୂରଣ ହେବା ସହିତ ଏହି ମାଛ ବଂଶ ବୃଦ୍ଧି ଘଟିବ ଏବଂ ମଶା ବଂଶ ହ୍ରାସ ପାଇବ। ଗାମବୋଶିଆ ମାଛଟି କନ୍ଧମାଳ ସିଡିଏମଓ ଅଫିସ ହାଚେରୀରୁ ଅଣାଯାଇଥିବା ବେଳେ ଗୁପ୍ପି ମାଛ କଟକରୁ ଅଣାଯାଇଛି।

Related posts