Categories
ଆଜିର ଖବର ରାଜ୍ୟ ଖବର

ବିଜେଡି ଘୋଷଣା କଲା ନୂଆ କର୍ମକର୍ତ୍ତାଙ୍କ ନାମ, ଜାଣନ୍ତୁ କାହାକୁ କଣ ଦିଆଗଲା ଦାୟିତ୍ବ

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ତାହାର ନୂଆ କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଛି। ଏହା ଦଳର ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏହି ନୂଆ ଘୋଷଣା କରାଯାଇଛି। ସେହି ଅନୁସାରେ ଦଳ କେବଳ ବ୍ରହ୍ମପୁର ମହାନଗର ନିଗମର ନୂଆ କର୍ମକର୍ତ୍ତାଙ୍କୁ ନିଯୁକ୍ତି ଦେଇଛି। ନୂଆ ନିଯୁକ୍ତି ଅନୁସାରେ ବ୍ରହ୍ମପୁର ମହାନଗର ନିଗମର ସଭାପତି ଭାବେ ବିଜୟ ଚନ୍ଦ୍ର ସାମଲଙ୍କୁ ନିଯୁକ୍ତି ଦିଆଯାଇଛି। ଅନ୍ୟ ଯେଉଁମାନଙ୍କୁ ନିଯୁକ୍ତି ଦିଆଯାଇଛି ସେମାନେ ହେଲେ

ଏଥିରେ 14 ଜଣ ଉପସଭାପତିଙ୍କୁ ନିଯୁକ୍ତି କରାଯାଇଥିବା ବେଳେ ଜଗନ୍ନାଥ ମିଶ୍ରଙ୍କୁ କୋଷାଧ୍ୟକ୍ଷ କରାଯାଇଛି। ସେହିପରି ଏହି ନୂଆ ନିଯୁକ୍ତିରେ 16 ଜଣ ସାଧାରଣ ସଂପାଦକ ଏବଂ 32 ଜଣ ସଂପାଦକ ଭାବେ ନିଯୁକ୍ତି ଦିଆଯାଇଛି।

ଏହି ନୂଆ ଘୋଷଣା ତୁରନ୍ତ କାର୍ଯ୍ୟକାରୀ କରାଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ବ୍ରହ୍ମପୁର ମହାନଗର ନିଗମ କରିବ ମାଛ ଚାଷ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ମାଛ ଚାଷ କରିବ। ଏ କଥାଟି ଶୁଣିଲେ ଟିକିଏ ଅଡୁଆ ଲାଗିପାରେ। କାରଣ ମାଛ ଚାଷ କରିବା କୌଣସି ମହାନଗରର କାମ ନୁହେଁ। ହେଲେ ବ୍ରହ୍ମପୁର କଥାଟି ଟିକିଏ ଭିନ୍ନ। ମାଛ ଛଡା ହେବ ହେଲେ ଲାଭ ପାଇଁ ନୁହେଁ ବରଂ ମଶାମାନଙ୍କ ବଂଶ ହ୍ରାସ କରିବା ପାଇଁ।

ସେଥିପାଇଁ ବ୍ରହ୍ମପୁର ମହାନଗର ଦୁଇ ପ୍ରକାରର ମାଛ ଆଣି ସହରର ବିଭିନ୍ନ ନାଳ ନର୍ଦ୍ଧମାରେ ଛାଡିଛି। ଏହି ମାଛର ପ୍ରକୃତି ହେଲା ସେ କେବଳ ମଶା ଲାର୍ଭା ଖାଇବାକୁ ଆଗ୍ରହ ପ୍ରକାଶ କରିଥାଏ। ଏହି ଦୁଇ ପ୍ରକାରର ମାଛ ହେଲା ଗାମବୋଶିଆ ଏବଂ ଗୁପ୍ପି। ବର୍ତ୍ତମାନ ବର୍ଷା ଋତୁ ଆସୁଥିବାରୁ ବିଇଏମସି ଏହି ପଦକ୍ଷେପ ଗ୍ରହଣ କରିଛି।

ମହାନଗର ଅଧିକାରୀଙ୍କ ସୁତ୍ର ଅନୁସାରେ ବର୍ତ୍ତମାନ ମହାନଗରର ପଚାଶଟି କ୍ଷୁଦ୍ର ଜଳପୂର୍ଣ୍ଣ ସ୍ଥାନରେ ପ୍ରାୟ ଏକ ହଜାର ମାଛ ଛଡାଯାଇଛି। ସେସବୁ ବର୍ଷା ଦିନ ହେଲେ ତାହା ପରିପୂରଣ ହେବା ସହିତ ଏହି ମାଛ ବଂଶ ବୃଦ୍ଧି ଘଟିବ ଏବଂ ମଶା ବଂଶ ହ୍ରାସ ପାଇବ। ଗାମବୋଶିଆ ମାଛଟି କନ୍ଧମାଳ ସିଡିଏମଓ ଅଫିସ ହାଚେରୀରୁ ଅଣାଯାଇଥିବା ବେଳେ ଗୁପ୍ପି ମାଛ କଟକରୁ ଅଣାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବ୍ରହ୍ମପୁରରେ ହେବ ଅତ୍ୟାଧୁନିକ ସପିଂ ମଲ, ଟେଣ୍ଡର ଆହ୍ବାନ କଲା ବିଏମସି

ବ୍ରହ୍ମପୁର: ଖୁବ ଶିଘ୍ର ବ୍ରହ୍ମପୁରରେ ହେବ ଅତ୍ୟାଧୁନିକ ସପିଂ ମଲ। ଏ ନେଇ ବ୍ରହ୍ମପୁର ମହାନଗର ନିଗମ ଟେଣ୍ଡର ଆହ୍ବାନ କରିଛି। ଏହି ସପିଂ ମଲ ପାଇଁ ଡିଜାଇନିଂ ପ୍ରସ୍ତୁତ କରାଯାଇଛି। କେବଳ ନିର୍ମାଣ କାର୍ଯ୍ୟ ପାଇଁ ଏହି ଜାତୀୟ ଟେଣ୍ଡର କରାଯାଇଛି।

ସୂଚନା ଅନୁସାରେ ଏହି ସପିଂ ମଲ ଟି ପାର୍କ ଷ୍ଟ୍ରିଟରେ ନିର୍ମାଣ ହେବ। ଏଥିରେ ବହୁତଳ ସପିଂ ମଲ କରାଯିବା ସହିତ ବିଭିନ୍ନ ସାଇଜର କରିବା ପାଇଁ ନିଷ୍ପତି ହୋଇଛି। ଏଥିରେ ସେଣ୍ଟ୍ରାଲ ଏୟାର କଣ୍ଡିସନ ସହିତ ଅଗ୍ନି ପ୍ରତିରୋଧୀ ବ୍ୟବସ୍ଥା କରାଯିବ। ଏଥିରେ ଲିଫ୍ଟ ବ୍ୟବସ୍ଥା ସହିତ ରୁଫଟପ ରେ ଖୋଲା ଖାଦ୍ୟ ପାର୍କ କରାଯିବ। ଏହା ଉପରେ ବସିଲେ ରାନଲିଙ୍ଗମ ପାର୍କର ଦୃଶ୍ୟ ପ୍ରତିୟମାନ ହେବ।

Categories
Municipal Election ଆଜିର ଖବର ରାଜ୍ୟ ଖବର

ସବିତା ସୁଆର ହେଲେ ବିଜେପିର ବ୍ରହ୍ମପୁର ମେୟର ପ୍ରାର୍ଥୀ

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି ତରଫରୁ ଆଜି ବ୍ରହ୍ମପୁର ମହାନଗର ନିଗମ (ବିଏମସି) ମେୟର ପ୍ରାର୍ଥୀ ଭାବେ ଡ. ସବିତା ସୁଆରଙ୍କ ନାମ ଘୋଷଣା କରାଯାଇଛି। ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ଏହା କରାଯାଇଛି ବୋଲି ରାଜ୍ୟ ଉପସଭାପତି ଶ୍ରୀ ଭୃଗୁ ବକ୍ସିପାତ୍ର ସୂଚନା ଦେଇଛନ୍ତି।

ଆସନ୍ତା ମାର୍ଚ୍ଚ ୨୪ ତାରିଖରେ ବ୍ରହ୍ମପୁର ମହାନଗର ନିଗମ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଭୋଟରମାନେ ପ୍ରତ୍ୟକ୍ଷ ଭାବେ ମେୟରଙ୍କୁ ନିର୍ବାଚିତ କରିବେ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ କାର୍ଯ୍ୟଶୈଳୀ ତାଙ୍କୁ ବେଶ୍ ପ୍ରଭାବିତ କରିଛି। ରାଜ୍ୟ ସଭାପତି ସମୀର ମହାନ୍ତି ତାଙ୍କ ପ୍ରତି ଆସ୍ଥା ପ୍ରକଟ କରି ବ୍ରହ୍ମପୁର ମହାନଗର ନିଗମର ମେୟର ପ୍ରାର୍ଥୀ ଭାବେ ଚୟନ କରିଥିବାରୁ ଡ.ସବିତା ସୁଆର ଦଳକୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

Categories
ଆଞ୍ଚଳିକ

ଡ୍ରେନ ଓ ରାସ୍ତାସମସ୍ୟା ନେଇ ଦାବିପତ୍ର ପ୍ରଦାନ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ୱାର୍ଡ଼ ନଂ ୩୭ର ଗଣେଶ ନଗର ବାସିନ୍ଦାମାନେ ଆଜି ଡ୍ରେନ ଓ ନାଳ ସମସ୍ୟାର ସମାଧାନ ପାଇଁ ମହାନଗର ନିଗମ କର୍ତ୍ତୃପକ୍ଷଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ସେମାନଙ୍କ ଘର ଚାରିପାଖରେ ନାଳନର୍ଦ୍ଦମା ପାଣି ଜମା ହୋଇ ରହୁଛି। ଫଳରେ ସେମାନେ ନାନା ରୋଗବ୍ୟାଧିରେ ପୀଡ଼ିତ ହେଉଛନ୍ତି।

ଦୀର୍ଘବର୍ଷ ହେଲା ଏହି ସମସ୍ୟା ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଏଥିଯୋଗ୍ୟୁ ଜନସାଧାରଣ ଅତିଷ୍ଠ ହୋଇପଡ଼ିଲେଣି। ବିଏମ୍‌ସି କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ସହର ପାଇଁ ୧୧୦ଟି ଟେଣ୍ଡର ଆସିଥିଲେ ମଧ୍ୟ ସେଥିରେ ଲାଞ୍ଜିପଲ୍ଲି ଗଣେଶ ନଗର ବାଦ୍ ପଡ଼ିଛି। ଏହି ନଗରରେ ପ୍ରାୟ ୩୦୦ ଘର ବସବାସ କରୁଥିଲେ ମଧ୍ୟ କିଭଳି ମହାନଗର ନିଗମର ଦୃଷ୍ଟି ପଡ଼ୁନି ତାହା ପ୍ରଶ୍ନ ସୃଷ୍ଟି କରିଛି।

ଏହି ପରିପେକ୍ଷ୍ରୀରେ ଏକମାସ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ମହାନଗର ନିଗମ ପକ୍ଷରୁ ଜଣାଯାଇଥିଲା। ଦାବିପତ୍ର ପ୍ରଦାନ ସମୟରେ ବିଜେଡ଼ି ୱାର୍ଡ଼ ସଂପାଦକ ଦୁର୍ଗା ସାବତ, ଉପସଭାପତି ରବିନ୍ଦ୍ର କୁମାର ବାରିକ, ଅକ୍ଷୟ କୁମାର ମିଶ୍ରଙ୍କ ସହ ଅଂଚଳବାସୀ ଯୋଗ ଦେଇଥିଲେ।

Categories
ଆଞ୍ଚଳିକ

ବିଭିନ୍ନ ସମସ୍ୟା ନେଇ ଉତ୍ତରମୁଖୀ ବସ୍ତି ବାସିନ୍ଦାଙ୍କୁ ଦାବିପତ୍ର ପ୍ରଦାନ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ୧ ନଂ ୱାର୍ଡ଼ ଉତ୍ତରମୁଖୀ ବସ୍ତିବାସିନ୍ଦାଙ୍କ ସମସ୍ୟା ତଥା ଯେଉଁଠାରେ ବସ୍ତି ଅଛି ତାହାର ପଟା ପ୍ରଦାନ ପାଇଁ ମହାନଗର ନିଗମ କମିଶନରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ ଏହି ବସ୍ତିରେ ପ୍ରାୟ ୧୭୨ ଘର ୧୨ ବର୍ଷ ହେଲା ଉକ୍ତ ସ୍ଥାନର ପଟା ପ୍ରଦାନ ପାଇଁ ଦାବିପତ୍ର ପ୍ରଦାନ କରି ଆନ୍ଦୋଳନ କରୁଛନ୍ତି। କିନ୍ତୁ ନିଗମର କିଛି ଅଧିକାରୀ ଆସି ସେମାନଙ୍କୁ ଧମକ ଚମକ ଦେଇ ସେମାନଙ୍କୁ ସରକାରୀ ସୁବିଧାରୁ ବଂଚିତ କରାଇବୁ କହୁଥିବା ସେମାନେ ଅଭିଯୋଗ କରିଛନ୍ତି। ସେଥିପାଇଁ ଏହି ୧୭୨ ଘରକୁ ପକ୍କାଘର କରିବା ସହ ପଟା ପ୍ରଦାନ, ପିଇବା ପାଣି ସୁବିଧା କରାଇବା, ସରକାରୀ ଯୋଜନା ଠିକ୍ ରୂପେ କାର୍ଯ୍ୟକାରୀ କରାଇବା ନେଇ ଦାବି ରଖିଛନ୍ତି।

ଏହି ଦାବିପତ୍ର ପ୍ରଦାନ ସମୟରେ ଉତ୍ତରମୁଖୀ ସେବା ଶାନ୍ତି ଉନ୍ନୟନ କମିଟିର ମୁଖ୍ୟ ଏସ୍‌. କୁରୀ ରେଡ୍ଡୀ, ରମା ସାମଲ, ରିତା ମହାରଣା, ଗନ୍ତୟତ ଡ଼ାକୁଆ, ଜୟନ୍ତୀ ତଳେଇ, ଉର୍ମିଳା ସାହୁ ପ୍ରମୁଖ ବହୁ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ହୋଲ୍‌ଡ଼ିଂ ଟ୍ୟାକ୍‌ସ ଛାଡ଼ ଏବଂ ବୃଦ୍ଧିକୁ ପ୍ରତ୍ୟାହାର ଦାବି

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ଘର ଉପରେ ନିଗମ ପକ୍ଷରୁ ଲଗାଯାଇଥିବା ହୋଲ୍‌ଡ଼ିଂ ଟ୍ୟାକସ୍ ଛାଡ଼ ସହ ବୃଦ୍ଧିକୁ ପ୍ରତ୍ୟାହାର କରିବା ପାଇଁ ଆଜି ସାଧାରଣ ଜନତା ପାଇଁ ଲଢ଼ୁଥିବା ପିପୁଲ୍ସ ଫର୍ ଦି ପବ୍ଲିକ୍ ସଂଗଠନ ପକ୍ଷରୁ ମହାନଗର ନିଗମ କମିଶନରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସେମାନେ କହିଛନ୍ତି କରୋନା ଯୋଗୁଁ ଚଳିତବର୍ଷ ଏପ୍ରିଲ୍ ମାସଠାରୁ ଘରମାଲିକଙ୍କ ହାତଖାଲି ହୋଇ ରହିଛି। ସେମାନଙ୍କ ପରିବାର ପ୍ରତିପୋଷଣ ପାଇଁ ପ୍ରତିଦିନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ଚଳିତ ଆର୍ଥିକ ବର୍ଷରେ ସେମାନେ ଟ୍ୟାକସ ବାନ୍ଧିବା ପରିସ୍ଥିତିରେ ନାହାନ୍ତି।

ଏହାଛଡ଼ା ଚଳିତବର୍ଷ ହୋଡ଼ିଂ ଟ୍ୟାକସ ବୃଦ୍ଧି କରିବା ପାଇଁ ମଧ୍ୟ ପ୍ରସ୍ତାବ ରହିଛି। ଏହି ସମୟରେ ମହାନଗର ନିଗମର ଏଭଳି ନିଷ୍ପତ୍ତି ଲୋକଙ୍କ ଉପରେ ବୋଝ ଉପରେ କରଡ଼ା ମାଡ଼ ସଦୃଶ୍ୟ ହୋଇଛି। ଲୋକଙ୍କ ହାତରେ ଟଙ୍କା ନଥିବା ସହ ଲୋକ ଗତ ୫ ମାସ ହେବ କାମଧନ୍ଦା ନ ପାଇ ଘରେ ବସି ରହିଛନ୍ତି। କରୋନାର ଛାଟରେ ଲୋକେ ତଳିତଳାନ୍ତ ହୋଇଯାଇଥିବାବେଳେ ଏହି ଟ୍ୟାକସ ବାନ୍ଧିବା ପରିସ୍ଥିତିରେ ନାହାନ୍ତି। ତେଣୁ ଲୋକଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ସଂଘ ପକ୍ଷରୁ ଆଜି ମହାନଗର ନିଗମ କାର୍ଯ୍ୟାଳୟକୁ ଯାଇ କମିଶନରଙ୍କୁ ହୋଡ଼ିଂ ଟ୍ୟାକସ ଛାଡ଼ କରିବା ସହ ବୃଦ୍ଧି ପାଇଁ ହୋଇଥିବା ନିଷ୍ପତ୍ତିକୁ ପ୍ରତ୍ୟାହାର ପାଇଁ ଦାବି କରାଯାଇଥିଲା।

ଦାବିପତ୍ର ପ୍ରଦାନ ସମୟରେ ସଭାପତି ଆଇନଜୀବୀ ଡ. ସୁବ୍ରତ କୁମାର ସାହୁ, ସଂପାଦକ ଆଇନଜୀବୀ ସତିଶ କୁମାର ପାଣିଗ୍ରାହୀ, କୋଷାଧ୍ୟକ୍ଷ ଆଇନଜୀବୀ ତ୍ରିପତି ପ୍ରସାଦ ସାହୁ, ମୁଖ୍ୟ ସଂଯୋଜକ ବରିଷ୍ଠ ସାମ୍ବାଦିକ ହେମାଙ୍ଗ ପ୍ରସାଦ ରାଉଳ, ଯୁବ ସଂଯୋଜକ ଆଇନଜୀବୀ ଅଂଜଳି ମହାନ୍ତି, ପ୍ରଦୀପ କୁମାର ସାହୁ, ପି. କୁନା ସେନାପତି, ଦିନେଶ ପଟ୍ଟନାୟକ ପ୍ରମୁଖ ଦାବିପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସ୍ୱଚ୍ଛତା ସର୍ବେକ୍ଷଣରେ ବ୍ରହ୍ମପୁର ମହାନଗର ନିଗମ ଦେଶରେ ୮୯, ରାଜ୍ୟରେ ୧ ନମ୍ବର

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଇଣ୍ଡିଆନ୍ ହାଉସିଂ ଏବଂ ଅର୍ବାନ୍ ଡ଼େଭଲପ୍‌ମେଣ୍ଟ ତରଫରୁ ସ୍ୱଚ୍ଛତା ସର୍ବେକ୍ଷଣ ପୁରସ୍କାର ଘୋଷିତ ହୋଇଛି। ଏହି ବର୍ଗରେ ବ୍ରହ୍ମପୁର ମହାନଗର ନିଗମ ସାରା ଦେଶର ୧ ଲକ୍ଷରୁ ୧୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ବେଷ୍ଟ ମିଡ଼ିୟମ ସିଟି ଇନ୍ ଇନୋଭେସନ ଏବଂ ବେଷ୍ଟ ପ୍ରାକ୍ଟିସ୍ ବର୍ଗରେ ୮୯ ନମ୍ବର ସ୍ଥାନରେ ରହିଛି। ଓଡ଼ିଶାରେ ଏହାର ସ୍ଥାନ ପ୍ରଥମ ରହିଛି।

ସାରା ଭାରତର ପ୍ରାୟ ୪୦୦୦ ସହର ଏଥିରେ ଭାଗ ନେଇଥିବାବେଳେ ଓଡ଼ିଶାର ୧୦ଟି ସହର ଯଥା ବ୍ରହ୍ମପୁର, ରାଉରକେଲା, ବାରିପଦା, କଟକ, ଭୁବନେଶ୍ୱର, ପୁରୀ, ସମ୍ବଲପୁର, ଭଦ୍ରକ, ବାଲେଶ୍ୱର ଭାଗ ନେଇଥିଲେ। ଦେଶରେ ସମୁଦାୟ ୧୦୦ ଟି ସହରକୁ ବଛାଯାଇ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥିମଧ୍ୟରୁ ସମସ୍ତଙ୍କୁ ପଛରେ ପକାଇ ଏପରିକି ଭୁବନେଶ୍ୱରକୁ ପଛରେ ପକାଇ ବ୍ରହ୍ମପୁର ଏକନମ୍ବର ସ୍ଥାନ ଅଧିକାର କରିଛି। ଆଜି ଅନ୍‌ଲାଇନ୍ ପୁରସ୍କାର ପ୍ରଦାନ ସମୟରେ ମହାନଗର ନିଗମ କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର, ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଡ଼େପୁଟି କମିଶନର ରେମାନସ ଲାଲ ଉପସ୍ଥିତ ଥିଲେ।

ବ୍ରହ୍ମପୁର ଏହି ସହର ପାଇବା ପାଇଁ ୫ଟି ମାନଦଣ୍ଡରେ ଉତ୍ତୀର୍ଣ୍ଣ ହୋଇଥିଲା। ଯଥା ବର୍ଜବସ୍ତୁ ତଥା ଅଳିଆ ଆବର୍ଜନା ଦ୍ୱାର ଦ୍ୱାର ବୁଲି ସଂଗ୍ରହ କରିବା, ବର୍ଜବସ୍ତୁକୁ ପରିଚାଳନା କରିବା, ସସ୍‌ଷ୍ଟେନବୁଲ୍ ସାନିଟେସନ (କମ୍ୟୁନିଟି ଟଏଲଟ୍‌), ଏସ୍‌ଏଚ୍‌ଜି ଗ୍ରୁଫ୍ ଦ୍ୱାରା ଇନୋଭେସନ ତଥା ବର୍ଜ୍ୟବସ୍ତୁ ପ୍ଲାଣ୍ଟ ପରିଚାଳନା ଏବଂ ବାହାରୁ ଏକ ଟିମ୍ ଆସି ବ୍ରହ୍ମପୁରର ପ୍ରାୟ ୪ହଜାର ଲୋକଙ୍କୁ ପଚାରି ମାର୍କ ପ୍ରଦାନ କରିଥିଲେ । ଏଥିରେ ବ୍ରହ୍ମପୁର ଏକନମ୍ବର ରହିଥିବା ମହାନଗର ନିଗମ କମିଶନରଙ୍କୁ ସମସ୍ତେ ପ୍ରଶଂସା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଏହି ମହାନଗର ନିଗମ ପକ୍ଷରୁ ରାତିରେ ଗଡିବ 22 ଅଟୋ

ବ୍ରହ୍ମପୁର : ଲକ୍‌ଡାଉନ୍‌ରେ ଲୋକଙ୍କ ସୁବିଧା ପାଇଁ ଅର୍ଥାତ୍‌ ଏହି ସମୟରେ ଲୋକଙ୍କୁ ଜରୁରୀକାଳୀନ ସେବା ପ୍ରଦାନ କରିବା ପାଇଁ 22ଟି ଅଟୋ ଚଳାଚଳ କରିବ। ଏନେଇ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି ।  ସମ୍ପୃକ୍ତ 22 ଅଟୋ ଡ୍ରାଇଭର ଓ ସେମାନଙ୍କ ଫୋନ୍‌ ନମ୍ବର ଜାରି ହୋଇଛି । କୌଣସି ଜରୁରୀ କାମ ପଡିଲେ ଫୋନ୍‌ କରି ସୁବିଧା ପାଇପାରିବେ ଲୋକେ । ତେବେ କିଲୋମିଟର ପିଛା ଅଟୋ ଭଡା 10ଟଙ୍କା ଧାର୍ଯ୍ୟ କରାଯାଇଛି ।

Image

 

 

 

Categories
ଆଜିର ଖବର ରାଜ୍ୟ ଖବର

ବ୍ରହ୍ମପୁର ସହରର 6ଟି ଅଞ୍ଚଳକୁ କରାଗଲା କଣ୍ଟେନମେଣ୍ଟ୍‌

ବ୍ରହ୍ମପୁର : ବ୍ରହ୍ମପୁର ସହରର 6ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କଲା ବ୍ରହ୍ମପୁର ମ୍ୟୁନିସ୍‌ପାଲ୍‌ କର୍ପୋରେସନ୍‌ । କଣ୍ଟେନମେଣ୍ଟ ଅଞ୍ଚଳଗୁଡିକ ମଧ୍ୟରେ ରହିଛି ଓ୍ବାର୍ଡ ନଂ 4ର ସାହୁ କଲୋନୀ, ଭାବାନଗରର ଚତୁର୍ଥ ଲେନ୍‌,  ତୁଳସୀ ନଗରର ଷଷ୍ଠ ଲେନ୍‌, ବ୍ୟାଙ୍କ କଲୋନୀର ପ୍ରଥମ ଲେନ୍‌ କଣ୍ଟେନମେଣ୍ଟ୍‌ । ସେହିପରି ଗାନ୍ଧିନଗରର ଚତୁର୍ଥ ଲେନ୍‌ ଓ ବର୍ମା କଲୋନୀକୁ ମଧ୍ୟ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶନାମା ଯାଏଁ ସମ୍ପୃକ୍ତ ଅଞ୍ଚଳ କଣ୍ଟେନମେଣ୍ଟ ରହିବ ବୋଲି ସୂଚନା ଦେଇଛନ୍ତି ବିଇଏମ୍‌ସି ।

ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲାରେ ସର୍ବାଧିକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା 1271ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା 10ରେ ପହଞ୍ଚିଛି । ସେହିପରି ଗଞ୍ଜାମରେ କୋଭିଡ୍‌ ଯୋଦ୍ଧାମାନେ ମଧ୍ୟ କରୋନାରେ ସଂକ୍ରମିତ ହେଉଛନ୍ତି । ଆଜି ମଧ୍ୟ ଚାରି କୋଭିଡ ଯୋଦ୍ଧା କରୋନାରେ ପଜିଟିଭ୍‌ ହୋଇଛନ୍ତି।