ବ୍ରହ୍ମପୁର ସହରର 6ଟି ଅଞ୍ଚଳକୁ କରାଗଲା କଣ୍ଟେନମେଣ୍ଟ୍‌

Published: Jun 28, 2020, 3:38 pm IST

ବ୍ରହ୍ମପୁର : ବ୍ରହ୍ମପୁର ସହରର 6ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କଲା ବ୍ରହ୍ମପୁର ମ୍ୟୁନିସ୍‌ପାଲ୍‌ କର୍ପୋରେସନ୍‌ । କଣ୍ଟେନମେଣ୍ଟ ଅଞ୍ଚଳଗୁଡିକ ମଧ୍ୟରେ ରହିଛି ଓ୍ବାର୍ଡ ନଂ 4ର ସାହୁ କଲୋନୀ, ଭାବାନଗରର ଚତୁର୍ଥ ଲେନ୍‌,  ତୁଳସୀ ନଗରର ଷଷ୍ଠ ଲେନ୍‌, ବ୍ୟାଙ୍କ କଲୋନୀର ପ୍ରଥମ ଲେନ୍‌ କଣ୍ଟେନମେଣ୍ଟ୍‌ । ସେହିପରି ଗାନ୍ଧିନଗରର ଚତୁର୍ଥ ଲେନ୍‌ ଓ ବର୍ମା କଲୋନୀକୁ ମଧ୍ୟ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶନାମା ଯାଏଁ ସମ୍ପୃକ୍ତ ଅଞ୍ଚଳ କଣ୍ଟେନମେଣ୍ଟ ରହିବ ବୋଲି ସୂଚନା ଦେଇଛନ୍ତି ବିଇଏମ୍‌ସି ।

ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲାରେ ସର୍ବାଧିକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା 1271ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା 10ରେ ପହଞ୍ଚିଛି । ସେହିପରି ଗଞ୍ଜାମରେ କୋଭିଡ୍‌ ଯୋଦ୍ଧାମାନେ ମଧ୍ୟ କରୋନାରେ ସଂକ୍ରମିତ ହେଉଛନ୍ତି । ଆଜି ମଧ୍ୟ ଚାରି କୋଭିଡ ଯୋଦ୍ଧା କରୋନାରେ ପଜିଟିଭ୍‌ ହୋଇଛନ୍ତି।

Related posts