ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିଲେ ବିଧାୟକ

Published: Feb 2, 2021, 9:40 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ଅନ୍ତର୍ଗତ ବିଭିନ୍ନ ୱାର୍ଡ଼କୁ ଆଜି ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ସାଂସଦ ଚନ୍ଦ୍ରଶେଖର ସାହୁ, କମିଶନର ସିଦ୍ଧେଶ୍ୱର ବଳିରାମ ବୋନ୍ଦାର ପରିଦର୍ଶନ କରି ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକର ସମୀକ୍ଷା କରିଛନ୍ତି।

ପ୍ରଥମେ ବିଧାୟକଙ୍କ ସହ ଅଧିକାରୀମାନେ ମହାନଗର ନିଗମ କାର୍ଯ୍ୟାଳୟରୁ ବାହାରି ୧୪ ନମ୍ବର ୱାର୍ଡ଼ ହାଉସି ବୋର୍ଡ଼ର ବଡ଼୍‌ମିଣ୍ଟନ କୋର୍ଟ, ସାଳିଆ ବନ୍ଧ ଅଂଚଳର ବେଡ଼ମିଣ୍ଟରନ କୋର୍ଟର କାର୍ଯ୍ୟ ତଦାରଖ କରିବା ପରେ ୱାର୍ଡ଼ ନଂ ୯କୁ ଯାଇ ବାଲୁଙ୍କେଶ୍ୱର ଛକର ବସ୍ତି ଉନ୍ନୟନ କାର୍ଯ୍ୟ ଦେଖିଥିଲେ।

ପରେ ୱାର୍ଡ଼ ନଂ ୧ ହରିଡ଼ାଖଣ୍ଡି ବନ୍ଧ ଶାନ୍ତିନଗରର ବେଡ଼ମିଣ୍ଟର କୋର୍ଟ, ହରିଡ଼ାଖଣ୍ଡି ମାଛ ମାର୍କେଟ, ଆସିକା ରୋଡ଼୍ ପାଣିଟାଙ୍କି ପଛପଟ କଲ୍ୟାଣ ମଣ୍ଡପ, କପିଳେଶ୍ୱର ରୋଡ଼୍‌ର ଡ଼୍ରେନ କାମ, ବିଜିପୁର ମାର୍କେଟ, କେସି. ହାଇସ୍କୁଲ ଖେଳପଡ଼ିଆ, ଅଶୋକ ନଗର ଅଂଚଳର ବନ୍ଧକାର୍ଯ୍ୟ, ମେଡ଼ିକାଲ୍ ଭେଣ୍ଡିଂ ଜୋନ୍‌, ମେଡ଼ିକାଲ୍ ଗ୍ରାଉଣ୍ଡ, ୱାର୍ଡ଼ ନଂ ୩୫ ବନବନ୍ଧ, ନୂଆ ବନ୍ଧ କାର୍ଯ୍ୟ, ମୁନିସିପାଲ୍‌ଟି କଲୋନୀର ଉନ୍ନୟନ ମୂଳକ କାର୍ଯ୍ୟଗୁଡ଼ିକର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ।

Related posts