Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଗୋଦାବରୀଶ ମହାବିଦ୍ୟାଳୟ ୨୦୦୪ ବ୍ୟାଚ୍‌ର ବନ୍ଧୁମିଳନ: ଗୁରୁଙ୍କ ଯୋଗଦାନରେ ଭାବବିହ୍ଵଳ ହେଲେ ଛାତ୍ରଛାତ୍ରୀ
ଆଞ୍ଚଳିକ

ଗୋଦାବରୀଶ ମହାବିଦ୍ୟାଳୟ ୨୦୦୪ ବ୍ୟାଚ୍‌ର ବନ୍ଧୁମିଳନ: ଗୁରୁଙ୍କ ଯୋଗଦାନରେ ଭାବବିହ୍ଵଳ ହେଲେ ଛାତ୍ରଛାତ୍ରୀ

June 23, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଦୀର୍ଘ ୨୧ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଗୋଦାବରୀଶ ମହାବିଦ୍ୟାଳୟର ୨୦୦୪ ବ୍ୟାଚ୍‌ର ଐତିହାସିକ ବନ୍ଧୁମିଳନ ରବିବାର ମହାବିଦ୍ୟାଳୟ ନିକଟରେ ଥିବା ମାଆ ଉତ୍ତରାୟଣୀଙ୍କ ମନ୍ଦିର ପ୍ରାଙ୍ଗଣରେ ସଫଳତାର ସହ ସମ୍ପନ୍ନ ହୋଇଛି। ଏହି କାର୍ଯ୍ୟକ୍ରମରେ ଗୋଦାବରୀଶ ମହାବିଦ୍ୟାଳୟର ୨୦୦୪ ବ୍ୟାଚ୍‌ର ବହୁ ପୁରାତନ ଛାତ୍ରଛାତ୍ରୀ ଯୋଗଦେଇଥିବା ବେଳେ ଜିଲ୍ଲା ତଥା ରାଜ୍ୟ ବାହାରେ ଚାକିରୀ କରୁଥିବା ଅନେକ ବନ୍ଧୁ ମଧ୍ୟ ଆସି ଯୋଗଦାନ କରିଥିଲେ।

ପ୍ରାରମ୍ଭରେ ପୁରାତନ ଛାତ୍ର ତଥା କାର୍ଯ୍ୟକ୍ରମର ସଭାପତି ରଞ୍ଜନ କୁମାର ନାୟକ, କୋର୍ କମିଟି ସଦସ୍ୟ ସିଦ୍ଧାର୍ଥ ଶଙ୍କର ଶ୍ୟାମପଦ ଦାସ, ରଞ୍ଜୟ କୁମାର ସାହୁ, ଅଶୋକ ଘଡାଇ ଓ ସୁମିତ ପ୍ରଜ୍ଞ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ମହାବିଦ୍ୟାଳୟ ପରିସରରେ ଥିବା ପଣ୍ଡିତ ଗୋଦାବରୀଶ ମିଶ୍ର, ମାଆ ସରସ୍ୱତୀ, ବିଦ୍ୟାଦାତା ଶ୍ରୀଗଣେଶ ଓ ମାଆ ଉତ୍ତରାୟଣୀଙ୍କଠାରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ବିନାୟକ ହୋତା ଯୋଗଦେଇ ପୁରାତନ ଛାତ୍ରଛାତ୍ରୀଙ୍କୁ ଆଶୀର୍ବଚନ ପ୍ରଦାନ କରିଥିଲେ।

ଏହି ସମୟରେ କଲେଜର ଅଧ୍ୟକ୍ଷ ତଥା ଗୁରୁଙ୍କୁ ଦେଖି ପୁରାତନ ଛାତ୍ରଛାତ୍ରୀମାନେ ଭାବ ବିହ୍ଵଳ ହୋଇପଡିଥିଲେ। ସେହିଭଳି ତାଙ୍କର ପ୍ରିୟ ଛାତ୍ରଛାତ୍ରୀମାନଙ୍କୁ ପାଖରେ ପାଇ ଅଧ୍ୟକ୍ଷ ଶ୍ରୀଯୁକ୍ତ ହୋତା ଅତ୍ୟନ୍ତ ଖୁସିବ୍ୟକ୍ତ କରିବା ସହ ସ୍ମରଣୀୟ କଥାଗୁଡିକ ଛାତ୍ରଛାତ୍ରୀମାନଙ୍କୁ ମନେ ପକାଇଦେଇଥିଲେ। ଗୁରୁଙ୍କଠାରୁ ସେହି ଅଭୂଲା ସ୍ମୃତିଗୁଡ଼ିକ ଶୁଣି କିଛି ଛାତ୍ରଛାତ୍ରୀଙ୍କ ଆଖି ଛଳ ଛଳ ହୋଇଯାଇଥିଲା। ଶେଷରେ କଲେଜ ଆଉ ଅଞ୍ଚଳର ଉନ୍ନତି ପାଇଁ ଆମେ ସମସ୍ତେ ଏକାଠି ମିଶି କାମ କରିବା ବୋଲି ଛାତ୍ରାଛାତ୍ରୀମାନଙ୍କୁ ଅଧ୍ୟକ୍ଷ ପ୍ରସ୍ତାବ ଦେଇଥିଲେ।

ଏହା ପରେ ଆରମ୍ଭ ହୋଇଥିଲା ରଙ୍ଗାରଙ୍ଗ୍ ସାଂସ୍କୃତିକ କାର୍ଯ୍ୟକ୍ରମ। ପୁରାତନ ଛାତ୍ର ଶକ୍ତି ପ୍ରସାଦ ଦାଶ ତାଙ୍କର ସୁମଧୁର କଣ୍ଠରୁ ଆଧୁନିକ ଓ ଶାସ୍ତ୍ରୀୟ ଗୀତ ଗାନ କରି ସମସ୍ତଙ୍କ ମନ ଜିଣିପାରିଥିଲେ। ତାଙ୍କର ଦମଦାର୍ ଡାଇଲଗ୍ ସାଙ୍ଗକୁ ବିଚକ୍ଷଣ ସଂଯୋଜନା ସମସ୍ତଙ୍କୁ ଆମୋଦିତ କରିଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ କ୍ରମରେ ପୁରାତନ ଛାତ୍ର ରାଜୀବ କୁମାର ଜେନାଙ୍କ କନ୍ୟା ଦିବ୍ୟଶ୍ରୀ ପ୍ରିୟଦର୍ଶିନୀ ଓ ଶକ୍ତି ପ୍ରସାଦ ଦାଶଙ୍କ କନ୍ୟା ସାତ୍ୟକୀ ଦାଶଙ୍କ ଆଧୁନିକ ନୃତ୍ୟ ଖୁବ୍ ଉଚ୍ଚକୋଟୀର ହୋଇଥିଲା। ଏହା ସାଙ୍ଗକୁ ପୁରାତନ ବନ୍ଧୁଙ୍କ ମଧ୍ୟରେ ଗ୍ରୁପ୍‌ଡ୍ୟାନ୍ସ, କମେଡ଼ି ଓ ପୁରାତନ ବନ୍ଧୁଙ୍କ ପୁତ୍ରକନ୍ୟାଙ୍କ ଲାଗି ବିଭିନ୍ନ ପ୍ରକାରର ଖେଳକୌତୁକର ବ୍ୟବସ୍ଥା ହୋଇଥିଲା।

ସଭାସ୍ଥଳରେ ପ୍ରସ୍ତୁତ ହୋଇଥିବା ସେଲ୍‌ଫି ପଏଣ୍ଟ୍‌ରେ ପୁରାତନ ଛାତ୍ରଛାତ୍ରୀଙ୍କ ଖଚାଖଚ୍ ଭିଡ଼ ଦେଖିବାକୁ ମିଳିଥିଲା। ସମସ୍ତ ବନ୍ଧୁ ନିଜ ପରିବାର ଓ ଅନ୍ୟ ବନ୍ଧୁମାନଙ୍କ ସହ ଭିନ୍ନ ଭିନ୍ନ ମୁଦ୍ରାରେ ସେଲ୍‌ଫି ନେଇଥିଲେ। ଏହା ପରେ ଆରମ୍ଭ ହୋଇଥିଲା ସାଧାରଣ ସଭା।

କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ଦିଲ୍ଲୀପ କୁମାର ସ୍ୱାଇଁ ଓ କୋର୍ କମିଟି ସଦସ୍ୟା ପୂଜାଫୁଲ ମହାରଥୀଙ୍କ ସଂଯୋଜନାରେ ସମସ୍ତ ବନ୍ଧୁ ବିଗତ ଦିନର ସ୍ମୃତି ବଖାଣିଥିଲେ। ଏ ସମସ୍ତ କାର୍ଯ୍ୟକ୍ରମକୁ କୋର୍ କମିଟି ସଦସ୍ୟ ସୁଧୀର କୁମାର ମିଶ୍ର, ରାଜୀବ କୁମାର ଜେନା, ହିମାଂଶୁ ଶେଖର ପ୍ରଧାନ, ଟି. ମୋହନ, ଅରୁଣ କୁମାର ବାରିକ, ବିମଲ ନାୟକ ଓ ଜିତେନ୍ଦ୍ରିୟ ନାୟକ  ପରିଚାଳନା କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ସୌଭାଗିନୀ ପଣ୍ଡା, ଶୀଖାଲତା ଜେନା, ସସ୍ମିତାରାଣୀ ବିଶୋୟୀ, ପ୍ରଣତି ମିଶ୍ର, ଶୁଭଶ୍ରୀ ତ୍ରିପାଠୀ, ଅନୀତା ଦାଶ, ଶୁଭଶ୍ରୀ ଭୋଳ, ଧନେଶ୍ୱର ଭୋଳ, ଜିତେନ୍ଦ୍ର କୁମାର ସାହୁ, ବାମନ ଚରଣ ବେହେରା, ହିମାଂଶୁ ଶେଖର ବେହେରା, ନିରଞ୍ଜନ ସାହୁ, ସଞ୍ଜୟ କୁମାର ବେହେରା, ତପସ୍ୱିନୀ ରଣା, ସଞ୍ଜୟ କୁମାର ଗୁରୁ, ଶକ୍ତିମାନ୍ ପାତ୍ର, ଅନୀଲ କୁମାର ପାତ୍ର, ବିଶୁଦ୍ଧ ପ୍ରସାଦ ବଡ଼ଜେନା, ସୁରେଶ କୁମାର ଜେନା, ସୀମାଞ୍ଚଳ ନାୟକ, ଅମୀର କୁମାର ପଣ୍ଡା, ରଙ୍ଗନାଥ ବେହେରା, ବି. ଏନ୍‌. ପାତ୍ର, ଅରୁଣକାନ୍ତ ନାୟକ, ପ୍ରଭାତ କୁମାର ବାରିକ, ସର୍ବେଶ୍ୱର ନାୟକ, ସ୍ୱାଗତ କୁମାର ପ୍ରଧାନ, କୁନା ମୁଦୁଲି, ଜିତେନ୍ଦ୍ର ନାୟକ, ରଣଜିତ ପ୍ରଧାନ, ମହେନ୍ଦ୍ର ପ୍ରଧାନ, ଚୈତନ୍ୟ ଦାସ, ଅରବିନ୍ଦ ନନ୍ଦ, ରୀନା ରାଉତ, ରୂପେଶ କୁମାର ଦାସ, ଗୀତାଞ୍ଜଳି ସୁବୁଦ୍ଧି ଓ ଗୁରୁଦତ୍ତ ବଳିୟାରସିଂହଙ୍କ ସମେତ ୨ ଶହରୁ ଊର୍ଦ୍ଧ୍ୱ ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

ଗୋଦାବରୀଶ ମହାବିଦ୍ୟାଳୟ ବନ୍ଧୁମିଳନ
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ କଲେଜରେ ନିର୍ବାଚନ ସାକ୍ଷରତା କ୍ଲବର ଆଲୋଚନାଚକ୍ର

August 10, 2026

ଜଗନ୍ନାଥ ସଂସ୍କୃତିରେ ନାରୀତତ୍ତ୍ୱ: ଆଧ୍ୟାତ୍ମିକତାରେ ମୁଖରିତ ହେଲା ମହାବିଦ୍ୟାଳୟ ପରିସର

August 10, 2026

ଉଲୁଣ୍ଡାରେ ଅଘଟଣ: ଘରର କାନ୍ଥ ଭୁଶୁଡ଼ି ବୃଦ୍ଧଙ୍କ ମୃତ୍ୟୁ, ପତ୍ନୀ ଗୁରୁତର

August 2, 2026

ନାକଟିଦେଉଳରେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ଅଭିଯୋଗ; ୮ ଜଣ ଅଟକ, ଗୁରୁତର ଆହତଙ୍କୁ ବୁର୍ଲା ସ୍ଥାନାନ୍ତର

August 2, 2026
Latest News

ଭୁବନେଶ୍ୱରରେ ଆୟୋଜିତ ହେଲା ଆଇସିଏମ୍‍ଆର-ଶାଇନ୍‍ ୨୦୨୬

August 12, 2026

ଓଡିଶା ବିଧାନସଭାର ବିଭାଗୀୟ ସ୍ଥାୟୀ କମିଟି – ୭ ର ସଦସ୍ୟମାନଙ୍କ ତାମିଲନାଡ଼ୁ ଗସ୍ତ

August 12, 2026

ଡ. ଜିତେନ୍ଦ୍ର ସିଂହଙ୍କୁ ସାକ୍ଷାତ କଲେ ଓଡ଼ିଶାର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

August 12, 2026

ରାଶିଫଳ: ସେପ୍ଟେମ୍ବର ୧୨ ତାରିଖରେ ସାତୋଟି ରାଶିର ଲୋକଙ୍କ ପାଇଁ ରହିଛି ବିପଦ

August 12, 2026

ଜିଲ୍ଲାପାଳଙ୍କ ଅଫିସ୍‌ରେ କୀଟନାଶକ ପିଇଲେ ବ୍ୟକ୍ତି

August 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.