Categories
ଆଜିର ଖବର ରାଜ୍ୟ ଖବର

ବିଶ୍ୱ ଦକ୍ଷତା କେନ୍ଦ୍ରର ୪୩ ଜଣ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ କମ୍ପାନିରେ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ତାଲିମ ପାଠ୍ୟକ୍ରମ ଶେଷ କରିଥିବା ଛାତ୍ରଛାତ୍ରୀଙ୍କୁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର କମ୍ପାନିରେ ନିଯୁକ୍ତି ସୁଯୋଗ ଦିଆଯାଉଛି। ଏହି କ୍ରମରେ ୨୦୨୩-୨୪ ବ୍ୟାଚରେ ‘ସ୍କୁଲ ଅଫ୍ ଇଞ୍ଜିନିୟରିଂ’ ବିଭାଗରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ତାଲିମ ନେଉଥିବା ଛାତ୍ରଛାତ୍ରୀଙ୍କ ଭିତରୁ ୪୩ ଜଣ ଟାଟା ଷ୍ଟିଲ, ଆର୍ସେଲର ମିତ୍ତଲ/ନିପନ୍ ଷ୍ଟିଲ ଏବଂ ହିଣ୍ଡାଲକୋ ଭଳି ପ୍ରମୁଖ କମ୍ପାନିରେ ନିଯୁକ୍ତି ପାଇଛନ୍ତି।

ନିଯୁକ୍ତି ପାଇଥିବା ଛାତ୍ରଛାତ୍ରୀଙ୍କ ଭିତରେ ଟାଟା ଷ୍ଟିଲରେ ୩୭ ଜଣ, ଆର୍ସେଲର ମିତ୍ତଲ/ନିପନ୍ ଷ୍ଟିଲରେ ୩ ଜଣ ଏବଂ ହିଣ୍ଡାଲକୋରେ ୩ ଜଣ ଅଛନ୍ତି। ଏହି ଛାତ୍ରଛାତ୍ରୀମାନେ ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ରହି କାମ କରିବାର ସୁଯୋଗ ପାଇବେ। ଏଥିପାଇଁ ଛାତ୍ରଛାତ୍ରୀଙ୍କ ଭିତରେ ବିଶେଷ ଉତ୍ସାହ ଦେଖିବାକୁ ମିଳିଛି। ଏହି ସୁଯୋଗ ପାଇଁ ସେମାନେ ବିଶ୍ୱ ଦକ୍ଷତା କେନ୍ଦ୍ରକୁ ଧନ୍ୟବାଦ ଦେଇଛନ୍ତି।

ଏହି ଅବସରରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣର ଅଧ୍ୟକ୍ଷା ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଅଳକା ମିଶ୍ର ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ବିଶ୍ୱ ଦକ୍ଷତା କେନ୍ଦ୍ରରେ ସ୍କୁଲ ଅଫ୍ ଇଞ୍ଜିନିୟରିଂ ଏବଂ ସ୍କୁଲ ଅଫ୍ ସର୍ଭିସେସ୍ ବିଭାଗ ଅଧୀନରେ ମୋଟ ୭ଟି ଅତ୍ୟାଧୁନିକ ବିଷୟରେ ତାଲିମ ଦିଆଯାଉଛି। ଏଠାରୁ ତାଲିମ ଶେଷ କରିବା ପରେ ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତି ସୁଯୋଗ ଦେବା ପାଇଁ ପ୍ରତିବର୍ଷ ବିଶ୍ୱ ଦକ୍ଷତା କେନ୍ଦ୍ର ପକ୍ଷରୁ ପ୍ଲେସମେଣ୍ଟ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

“ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ” କାର୍ଯ୍ୟକ୍ରମରେ ସିଙ୍ଗାପୁର ଗଲେ ବିଶ୍ୱ ଦକ୍ଷତା କେନ୍ଦ୍ରର ୪୦ ଜଣ ଛାତ୍ରଛାତ୍ରୀ

ଭୁବନେଶ୍ୱର: ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ତାଲିମ ନେଉଥିବା ଛାତ୍ରଛାତ୍ରୀମାନଙ୍କୁ ବିଦେଶ ଅନୁଭୂତି ଦେବା ଲାଗି ପ୍ରତିବର୍ଷ ୪୦ ଜଣଙ୍କୁ “ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ” କାର୍ଯ୍ୟକ୍ରମ ଜରିଆରେ ସିଙ୍ଗାପୁର ପଠାଯାଉଛି। ୨୦୨୩-୨୪ ବ୍ୟାଚର ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ମଙ୍ଗଳବାର ଦିନ ସିଙ୍ଗାପୁର ଯାଇଛନ୍ତି।

ବିଶ୍ୱ ଦକ୍ଷତା କେନ୍ଦ୍ରର ଛାତ୍ରଛାତ୍ରୀମାନେ ଭୁବନେଶ୍ୱର-ସିଙ୍ଗାପୁର ସିଧାସଳଖ ବିମାନ ଯୋଗେ ଯାତ୍ରା କରିଛନ୍ତି। ପ୍ରଥମଥର ପାଇଁ ବିମାନରେ ବସି ବିଦେଶ ଯାଉଥିବାରୁ ସେମାନଙ୍କ ଭିତରେ ବିଶେଷ ଉତ୍ସାହ ଦେଖିବାକୁ ମିଳିଥିଲା।

ଏହି ଅବସରରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣର ଅଧ୍ୟକ୍ଷା ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଅଳକା ମିଶ୍ର “ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ” କାର୍ଯ୍ୟକ୍ରମ ଲାଗି ସିଙ୍ଗାପୁର ଯାଇଥିବା ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ଅନୁଭୂତି ସେମାନଙ୍କ ଶିକ୍ଷା ଓ ତାଲିମକୁ ଏକ ନୂଆ ଦିଗ ଦେବା ସହ ସେମାନଙ୍କ ମନରେ ନୂଆ ସାହସ ଆଣିଦେବ ବୋଲି ସେ କହିଛନ୍ତି।

“ସିଙ୍ଗାପୁର ଯିବି ବୋଲି କେବେ ଭାବି ନଥିଲିୟ ବିଶ୍ୱ ଦକ୍ଷତା କେନ୍ଦ୍ରରେ ତାଲିମ ନେବା ଫଳରେ ମତେ ଏହି ସୁଯୋଗ ମିଳିଛିୟ ସିଙ୍ଗାପୁରକୁ ଯାଇ ସେଠାରେ ମୁଁ ନୂଆ ନୂଆ କଥା ଶିଖିବି। “ଷ୍ଟେୁଡେଣ୍ଟ ଏକ୍ସଚେଞ୍ଜ” କାର୍ଯ୍ୟକ୍ରମ ମୋ’ କ୍ୟାରିଅରକୁ ନୂଆ ରାସ୍ତା ଦେଖାଇବ। ଏଥିପାଇଁ ମୁଁ ବହୁତ ଉତ୍ସାହିତ”, କହିଛନ୍ତି ଇଲେକ୍ଟ୍ରିକାଲ ଟେକ୍ନୋଲାଜିର ଛାତ୍ରୀ ଇତିଶ୍ରୀ ରାଉତ।

ସିଙ୍ଗାପୁରରେ ରୋବୋଟିକ୍ସ ଏବଂ ଡ୍ରୋନ୍ ଟେକ୍ନୋଲୋଜି ବିଷୟରେ ନୂଆ କଥା ଶିଖିବାକୁ ମିଳିବ। ସିଙ୍ଗାପୁରକୁ ଅତି ପାଖରୁ ଦେଖିବାକୁ ମିଳିବ। ମତେ ଏହି ସୁଯୋଗ ମିଳିଥିବାରୁ ବିଶ୍ୱ ଦକ୍ଷତା କେନ୍ଦ୍ରକୁ ଧନ୍ୟବାଦ’, କହିଛନ୍ତି ଏୟାର କଣ୍ଡିସନିଂ ଆଣ୍ଡ ରେଫ୍ରିଜରେସନର ଛାତ୍ର ବିଶ୍ୱଜିତ ପରିଡ଼ା।

ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣ ଏବଂ ସିଙ୍ଗାପୁର ସରକାରଙ୍କ ମଧ୍ୟରେ ହୋଇଥିବା ବୁଝାମଣା ଅନୁଯାୟୀ ପ୍ରତିବର୍ଷ ଏହି “ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ” କାର୍ଯ୍ୟକ୍ରମ କରାଯାଉଛିୟ ବିଶ୍ୱ ଦକ୍ଷତା କେନ୍ଦ୍ରର ୪୦ ଜଣ ଛାତ୍ରଛାତ୍ରୀଙ୍କୁ ବଛାଯାଇ ୨ ସପ୍ତାହ ପାଇଁ ସିଙ୍ଗାପୁରର ଇନଷ୍ଟିଚ୍ୟୁଟ ଅଫ୍ ଟେକନିକାଲ ଏଜୁକେସନକୁ (ଆଇଟିଇ) ପଠାଯାଉଛି।

ଏହି ସମୟ ମଧ୍ୟରେ ବିଶ୍ୱ ଦକ୍ଷତା କେନ୍ଦ୍ରରୁ ଯାଇଥିବା ଛାତ୍ରଛାତ୍ରୀମାନେ “ଆଇଟିଇ”ରେ ଡ୍ରୋନ୍ ଟେକ୍ନୋଲୋଜି ଏବଂ ରୋବୋଟିକ୍ସ ଅଟୋମେସନ ବିଷୟରେ ଅତିରିକ୍ତ ତାଲିମ ନେବା ସହ ସ୍ଥାନୀୟ ଛାତ୍ରଛାତ୍ରୀଙ୍କ ସହ ମିଶିବାର ସୁଯୋଗ ପାଇବେୟ ତା’ଛଡ଼ା ସେମାନେ ସିଙ୍ଗାପୁର ଭଳି ଅତ୍ୟାଧୁନିକ ସହରର ବିଭିନ୍ନ ସ୍ଥାନ ବୁଲି ଦେଖିବେ।

ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ପରିସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ଥାପନ କରାଯାଇଛି “ବିଶ୍ୱ ଦକ୍ଷତା କେନ୍ଦ୍ର”। ଏଠାରେ ୭ଟି ଅତ୍ୟାଧୁନିକ ବିଷୟରେ ଓଡ଼ିଶାର ଯୁବପିଢ଼ିଙ୍କୁ ଫିନିସିଙ୍ଗ୍ ସ୍କୁଲ ଢାଞ୍ଚାରେ ତାଲିମ ଦିଆଯାଇ ଦେଶ ବିଦେଶର ଶିଳ୍ପ ଦୁନିଆ ଏବଂ ସେବା କ୍ଷେତ୍ର ଲାଗି ପ୍ରସ୍ତୁତ କରାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟସ୍ତରୀୟ “ଓଡ଼ିଶା ସ୍କିଲ୍ସ” ପ୍ରତିଯୋଗିତା ଆରମ୍ଭ: ବିଶ୍ୱ ଦକ୍ଷତା କେନ୍ଦ୍ର ସହିତ ୮ଟି ସ୍ଥାନରେ ପ୍ରତିଯୋଗିତା

ଭୁବନେଶ୍ୱର: ଓଡ଼ିଶାର ଯୁବପିଢ଼ିଙ୍କ ଭିତରେ ରହିଛି ଅନନ୍ୟ ଦକ୍ଷତା। ଏହାକୁ ପ୍ରଦର୍ଶନ କରିବା ସହ ସେମାନଙ୍କୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ପ୍ରତିଯୋଗିତାରେ ସୁଯୋଗ ଦେବା ପାଇଁ ପ୍ରତିବର୍ଷ କରାଯାଉଛି “ଓଡ଼ିଶା ସ୍କିଲ୍ସ” କାର୍ଯ୍ୟକ୍ରମ। ମଙ୍ଗଳବାରଠାରୁ ବିଶ୍ୱ ଦକ୍ଷତା କେନ୍ଦ୍ର ସହିତ ୮ଟି ସ୍ଥାନରେ ଏହି ପ୍ରତିଯୋଗିତାର ଆୟୋଜନ କରାଯାଇଛି।

ରାଜ୍ୟ ସରକାରଙ୍କ “ସ୍କିଲ୍ଡ ଇନ୍ ଓଡ଼ିଶା” କାର୍ଯ୍ୟକ୍ରମ ଅଧୀନରେ “ଓଡ଼ିଶା ସ୍କିଲ୍ସ” ପ୍ରତିଯୋଗିତା କରାଯାଉଛି। ଏଥିରେ ୬ଟି ପ୍ରମୁଖ କ୍ଷେତ୍ରରେ ମୋଟ ୪୫ଟି ସ୍କିଲକୁ ନେଇ ଚଳିତ ବର୍ଷ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତା ହେଉଛି। ମଙ୍ଗଳବାର ଦିନ ହୋଇଥିବା ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜ୍ୟର ବିଭିନ୍ନ ସରକାରୀ ଓ ଘରୋଇ ଆଇଟିଆଇ ଏବଂ ପଲିଟେକ୍‌ନିକ୍ ତଥା ବିଭିନ୍ନ ଦକ୍ଷତା ବିକାଶ ବିକାଶ ତାଲିମ ଅନୁଷ୍ଠାନରୁ ଆସିଥିବା ୭୦୦ରୁ ଅଧିକ ଛାତ୍ରଛାତ୍ରୀ ସେମାନଙ୍କ ପାରଦର୍ଶିତା ଦେଖାଇଥିଲେ।

ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ପରିସରରେ ୧୬ଟି ସ୍କିଲକୁ ନେଇ ପ୍ରତିଯୋଗିତା କରାଯାଉଛି। ସେହିପରି ଭୁବନେଶ୍ୱରର ସି ଭି ରମଣ ଗ୍ଲୋବାଲ ୟୁନିଭର୍ସିଟିରେ ୫ଟି, ଇନଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟରେ ୫ଟି, ସେଞ୍ଚୁରିଅନ୍ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟରେ ୨ଟି, ସିଟିଟିସିରେ ୬ଟି ଏବଂ ଏନଆଇଏଫଟିରେ ୨ଟି ବିଷୟରେ ପ୍ରତିଯୋଗିତା କରାଯାଉଛି। କଟକ ଖପୁରିଆସ୍ଥିତ ସରକାରୀ ଆଇଟିଆଇରେ ୫ଟି ଏବଂ ଭୁବନାନନ୍ଦ ଓଡ଼ିଶା ସ୍କୁଲ ଅଫ୍ ଇଞ୍ଜିନିୟରିଂରେ ୨ଟି ବିଷୟରେ ମଧ୍ୟ ଏହି ପ୍ରତିଯୋଗିତା କରାଯାଉଛି।

ଦକ୍ଷତା ବିକାଶ କାର୍ଯ୍ୟକ୍ରମ କ୍ଷେତ୍ରରେ ଆଜି ଆସିଛି ବ୍ୟାପକ ପରିବର୍ତ୍ତନ। ଆଧୁନିକ ଏବଂ ବ୍ୟବହାରିକ ବିଷୟ ସହ ଅତ୍ୟାଧୁନିକ କମ୍ପ୍ୟୁଟର ଓ ମୋବାଇଲ ଟେକ୍ନୋଲୋଜି ଆଦିର ପ୍ରୟୋଗକୁ ନେଇ ଯୁବପିଢ଼ିଙ୍କ ଲାଗି ରାଜ୍ୟରେ ନୂଆ ଢାଞ୍ଚାରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ପରିଚାଳନା କରାଯାଉଛି। କନଷ୍ଟ୍ରକ୍ସନ ଆଣ୍ଡ ବିଲ୍ଡିଂ ଟେକ୍ନୋଲୋଜି, କ୍ରିଏଟିଭ୍ ଆର୍ଟ୍ସ ଆଣ୍ଡ ଫ୍ୟାସନ, ଇନଫରମେସନ ଆଣ୍ଡ କମ୍ୟୁନିକେସନ ଟେକ୍ନୋଲୋଜି, ମାନୁଫାକ୍‌ଚରିଂ ଆଣ୍ଡ ଇଞ୍ଜିନିୟରିଂ ଟେକ୍ନୋଲୋଜି, ସୋସିଆଲ ଆଣ୍ଡ ପର୍ସନାଲ ସର୍ଭିସେସ୍ ଏବଂ ଟ୍ରାନ୍ସପୋର୍ଟେସନ ଆଣ୍ଡ ଲଜିଷ୍ଟିକ୍ସ ଆଦି ୬ଟି କ୍ଷେତ୍ରରେ ୪୫ଟି ଦକ୍ଷତା ବିକାଶ ବିଷୟକୁ ନେଇ “ଓଡ଼ିଶା ସ୍କିଲ୍ସ” ପରିକଳ୍ପନା କରାଯାଇଛି।

“ଓଡ଼ିଶା ସ୍କିଲ୍ସ”ରେ ଭାଗ ନେଇଥିବା ଯୁବ ପ୍ରତିଯୋଗୀମାନଙ୍କୁ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣର ଅଧ୍ୟକ୍ଷା ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଅଳକା ମିଶ୍ର ଶୁଭେଚ୍ଛା ଜଣାଇଛନ୍ତି। ଓଡ଼ିଶାର ଯୁବପିଢ଼ି ଜାତୀୟ ଏବଂ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

୧୪ ତାରିଖ ଦିନ ଓଡ଼ିଶା ସ୍କିଲ୍ସର ଚୂଡ଼ାନ୍ତ ପର୍ଯ୍ୟାୟ ପ୍ରତିଯୋଗିତା ହେବାକୁ ଯାଉଛି। ଏହା କଟକ ଓ ଭୁବନେଶ୍ୱରର ସେହି ୮ଟି କେନ୍ଦ୍ରରେ ଅନୁଷ୍ଠିତ ହେବ। ପ୍ରତ୍ୟେକ ବିଷୟରେ ଶ୍ରେଷ୍ଠ ବିବେଚିତ ଛାତ୍ରଛାତ୍ରୀମାନଙ୍କୁ ୧୫ ତାରିଖରେ ହେବାକୁ ଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପୁରସ୍କାର ପ୍ରଦାନ କରାଯିବ।

ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରୁ ଶ୍ରେଷ୍ଠ ବିବେଚିତ ପ୍ରାର୍ଥୀମାନେ ପରବର୍ତ୍ତୀ ସମୟରେ ଜାତୀୟ ସ୍ତରରେ “ଇଣ୍ଡିଆ ସ୍କିଲ୍ସ”ରେ ପ୍ରତିଭା ପ୍ରଦର୍ଶନର ସୁଯୋଗ ପାଇବେ। ସେହିପରି ଅନ୍ତର୍ଜାତୀୟ ସ୍ତରରେ “ୱାର୍ଲ୍ଡ ସ୍କିଲ୍ସ” ପ୍ରତିଯୋଗିତାରେ ଭାଗନେଇ ଓଡ଼ିଶାର ପିଲାମାନେ କିପରି ମେଡାଲ ଜିତିପାରିବେ ସେଥିପାଇଁ ରାଜ୍ୟ ସରକାର ବିଭିନ୍ନ ଦକ୍ଷତା ବିକାଶ ତାଲିମ ଅନୁଷ୍ଠାନ ସ୍ତରରୁ ସେମାନଙ୍କୁ ପ୍ରୋତ୍ସାହିତ କରୁଛନ୍ତି।

 

 

Categories
ଆଜିର ଖବର ରାଜ୍ୟ ଖବର

ବିଶ୍ୱ ଦକ୍ଷତା କେନ୍ଦ୍ରରେ ଖୋଲିବ “ସ୍ପେଶିଆଲ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ” କେନ୍ଦ୍ର’, ଏମଓୟୁ ସ୍ୱାକ୍ଷର

ଭୁବନେଶ୍ୱର: ବର୍ତ୍ତମାନ ସାରା ବିଶ୍ୱରେ ବିଭିନ୍ନ କ୍ଷେତ୍ରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତାର ଆବଶ୍ୟକତା ବଢ଼ି ଚାଲିଛି। ଏହି ଅତ୍ୟାଧୁନିକ ଜ୍ଞାନକୌଶଳ ବିଷୟରେ ଓଡ଼ିଶାର ଯୁବପିଢ଼ି ତାଲିମ ନେଇ କିପରି ନିଜର ଦକ୍ଷତା ବୃଦ୍ଧି କରିପାରିବେ ସେଥିପାଇଁ ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଏକ “ସ୍ପେଶିଆଲ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ” କେନ୍ଦ୍ର ସ୍ଥାପନ କରାଯିବ। ଏନେଇ ସିଙ୍ଗାପୁରସ୍ଥିତ ଆଇଟିଇ ଏଜୁକେସନ ସର୍ଭିସେସ୍ (ଆଇଟିଇଇଏସ୍‌) ସହ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି।

ଶୁକ୍ରବାର ଦିନ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଏକ ବିଶେଷ କାର୍ଯ୍ୟକ୍ରମରେ ଏହି ବୁଝାମଣାପତ୍ର ସ୍ୱାକ୍ଷର ହୋଇଥିଲା। ଏଥିରେ ବିଶ୍ୱ ଦକ୍ଷତା କେନ୍ଦ୍ରର ସିଓଓ ତଥା ବିଭାଗୀୟ ଅତିରିକ୍ତ ସଚିବ ପିନାକୀ ପଟ୍ଟନାୟକ ଏବଂ ଆଇଟିଇଇଏସର ସିଇଓ ବ୍ରୁସ୍ ପୋହ ଦସ୍ତଖତ କରିଥିଲେ। ଏହି କାର୍ଯ୍ୟକ୍ରମ ବେଳେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣ ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଅଳକା ମିଶ୍ର ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ସଚିବ ଊଷା ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।

ବିଶ୍ୱ ଦକ୍ଷତା କେନ୍ଦ୍ରରେ ଏହି “ସ୍ପେଶିଆଲ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ’ କେନ୍ଦ୍ର ସେପ୍ଟେମ୍ବର ୨୦୨୫ ସୁଦ୍ଧା କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି। ସିଙ୍ଗାପୁରର ଆଇଟିଇଇଏସ୍ ସହଯୋଗିତାରେ ବିଶ୍ୱ ଦକ୍ଷତା କେନ୍ଦ୍ର ପରିସରରେ ଏଥିପାଇଁ ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ କରାଯିବ। ତା’ଛଡ଼ା ଅତ୍ୟାଧୁନିକ ଲାବୋରେଟୋରି ଏବଂ ଡିଜିଟାଲ ଲର୍ଣ୍ଣିଂ ସେଣ୍ଟର ସ୍ଥାପନ କରାଯିବା ସହ ଅନ୍ତର୍ଜାତୀୟ ମାନର ଉପକରଣ ଆଦି ଯୋଗାଇ ଦିଆଯିବ। ଫଳରେ ଛାତ୍ରଛାତ୍ରୀମାନେ ଅତ୍ୟାଧୁନିକ ଏଆର୍‌, ଭିଆର୍ ଏବଂ ଏକ୍ସଆର୍ ଆଦି ବ୍ୟବହାରକରି ବିଭିନ୍ନ ବିଷୟରେ ତାଲିମ ନେବା ସହ ନିଜର ଜ୍ଞାନର ପରିସୀମାକୁ ବ୍ୟାପକ କରିପାରିବେ।

ଏହି “ସ୍ପେଶିଆଲ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ” କେନ୍ଦ୍ରରେ ନିୟୋଜିତ ହେବାକୁ ଥିବା ପ୍ରଶିକ୍ଷକମାନଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନିଙ୍ଗ ଅଫ୍ ଟ୍ରେନର୍ସ ବା ଟିଓଟି କାର୍ଯ୍ୟକ୍ରମ କରାଯିବ। ଏହି ଆଧୁନିକ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ତାଲିମ ଦେଇ ସେମାନଙ୍କ ଦକ୍ଷତା ବିକାଶ କିପରି କରାଯାଇପାରିବ ସେନେଇ ପ୍ରଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦିଆଯିବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ “ସ୍କିଲ୍ଡ ଇନ୍ ଓଡ଼ିଶା” ଅଭିଯାନ ଅଧୀନରେ ଭୁବନେଶ୍ୱରଠାରେ ୨୦୨୧ରୁ ଚାଲିଛି ବିଶ୍ୱ ଦକ୍ଷତା କେନ୍ଦ୍ର। ଫିନିସିଙ୍ଗ୍ ସ୍କୁଲ ଢାଞ୍ଚାରେ ପରିଚାଳିତ ଏହି କେନ୍ଦ୍ର ଓଡ଼ିଶାର ଯୁବକ ଯୁବତୀମାନଙ୍କୁ ବିଭିନ୍ନ ବିଷୟରେ ତାଲିମ ଦେଇ ସେମାନଙ୍କୁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ କାମ କରିବା ପାଇଁ ପ୍ରସ୍ତୁତ କରୁଛି। ଏଠାରେ ବର୍ତ୍ତମାନ ସ୍କୁଲ ଅଫ୍ ଇଞ୍ଜିନିୟରିଂ ଓ ସ୍କୁଲ ଅଫ୍ ସର୍ଭିସେସ୍ ବିଭାଗ ଅଧୀନରେ ମୋଟ ୭ଟି ବିଷୟରେ ବିଭିନ୍ନ ତାଲିମ ପାଠ୍ୟକ୍ରମ ରହିଛି। ଆଇଟିଇଇଏସର ସହଯୋଗରେ ବିଶ୍ୱ ଦକ୍ଷତା କେନ୍ଦ୍ରର ତାଲିମ ପାଠ୍ୟକ୍ରମ ପରିଚାଳନା କରାଯାଉଛି।

ବୁଝାମଣାପତ୍ର ସ୍ୱାକ୍ଷର ବେଳେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣର ସିଇଓ ରେଘୁ ଜି, ବିଶ୍ୱ ଦକ୍ଷତା କେନ୍ଦ୍ରର ଅଧ୍ୟକ୍ଷ ସଙ୍ଗରଣ ଗୋପାଳ, ଉପାଧ୍ୟକ୍ଷ ଡକ୍ଟର ଶୁଭଙ୍ଗ କିଶୋର ଦାସଙ୍କ ସହିତ ଆଇଟିଇଇଏସ ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ରର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଶ୍ୱ ଦକ୍ଷତା କେନ୍ଦ୍ରରୁ ‘ଓଡ଼ିଆ ବ୍ରାଇଡାଲ ମେକଅପ୍‌’ ତାଲିମ ନେଇ ବାହାରିଲେ ୩୦ ଜଣ ଏସ୍‌ଏଚ୍‌ଜି ମା’

ଭୁୁବନେଶ୍ୱର: ବର୍ତ୍ତମାନ ବ୍ୟୁଟି, ମେକ୍‌ଅପ୍ ଓ ଫେସିଆଲ ଆଦି ସେବା କ୍ଷେତ୍ରରେ ଚାହିଦା ବଢୁଛି। ତେଣୁ ଏ ଦିଗରେ ଏସ୍‌ଏଚ୍‌ଜି ମା’ମାନଙ୍କୁ ତାଲିମ ଦେଇ ସେମାନଙ୍କ ପାଇଁ ରୋଜଗାରର ନୂଆ ବାଟ ସୃଷ୍ଟି କରାଯାଉଛି। ମିଶନ ଶକ୍ତି ବିଭାଗର ସହଭାଗିତାରେ ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ‘ଓଡ଼ିଆ ବ୍ରାଇଡାଲ ମେକଅପ୍‌’ ପାଠ୍ୟକ୍ରମରେ ସେମାନଙ୍କୁ ମାଗଣା ତାଲିମ ଦିଆଯାଉଛି। ଏହି କାର୍ଯ୍ୟକ୍ରମ ଅଧୀନରେ ଦ୍ୱିତୀୟ ବ୍ୟାଚରେ ରାଜ୍ୟର ୩୦ ଜଣ ଏସ୍‌ଏଚ୍‌ଜି ମା’ ତାଲିମ ଶେଷ କରି ବାହାରିଛନ୍ତି।

ବିଶ୍ୱ ଦକ୍ଷତା କେନ୍ଦ୍ରର ‘ସ୍କୁଲ ଅଫ୍ ସର୍ଭିସେସ୍‌’ ବିଭାଗରେ ଏସ୍‌ଏଚ୍‌ଜି ମହିଳାଙ୍କ ଲାଗି ଏହି ସ୍ୱତନ୍ତ୍ର ତାଲିମ ପାଠ୍ୟକ୍ରମ କରାଯାଇଥିଲା । ଏଥିରେ ୮ଟି ଜିଲ୍ଲାର ୩୦ ଜଣ ମହିଳା ଯୋଗ ଦେଇଥିଲେ । ୩ ସପ୍ତାହ ଧରି ଚାଲିଥିବା ଏହି ଆଧୁନିକ ତାଲିମ ମାଧ୍ୟମରେ ସେମାନେ ବେସିକ୍ ଫେସିଆଲ, ବ୍ରାଇଡାଲ ମେକ୍‌ଅପ୍‌, ହେୟାର କଟିଂ, ପ୍ୟାଡିକିୟୋର, ମ୍ୟାନିକିୟୋର, ସାମ୍ପୋଇଙ୍ଗ୍‌, ହେଡ୍ ମସାଜ୍ ଏବଂ ଥ୍ରେଡିଂ ଆଦି ଉପରେ ଶିଖିଥିଲେ ।

ତାଲିମ ଶେଷରେ ଏହି ଏସ୍‌ଏଚ୍‌ଜି ମା’ମାନଙ୍କୁ ପ୍ରମାଣପତ୍ର ଦେବା ପାଇଁ ବିଶ୍ୱ ଦକ୍ଷତା କେନ୍ଦ୍ରଠାର ଗୁରୁବାର ଦିନ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣର ଅଧ୍ୟକ୍ଷା ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଅଳକା ମିଶ୍ର ଯୋଗଦେଇ ସେମାନଙ୍କ ନୂଆ ଅନୁଭୂତି ଶୁଣିବା ସହ ଶୁଭେଚ୍ଛା ଜଣାଇଥିଲେ । ଏହି ଅବସରରେ ସେମାନଙ୍କୁ ସାର୍ଟିଫିକେଟ୍ ସହ ମେକ୍‌ଅପ୍ କିଟ୍ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଏସ୍‌ଏଚ୍‌ଜି ମା’ଙ୍କୁ ନେଇ ଏକ ରାମ୍ପ ସୋ’ ଆୟୋଜନ କରାଯାଇଥିଲା ।

“ସ୍କୁଲରେ ପଢ଼ିବା ବେଳୁ ବ୍ରାଇଡାଲ ମେକଅପ୍ ପ୍ରତି ମୋର ଆଗ୍ରହ ଥିଲା । ହେଲେ ଏ ଦିଗରେ କିପରି ଆଗକୁ ବଢ଼ିବି ସେ ବିଷୟରେ ମତେ କିଛି ଜଣା ନଥିଲା । ଏବେ ବିଶ୍ୱ ଦକ୍ଷତା କେନ୍ଦ୍ରରେ ତାଲିମ ନେବା ଫଳରେ ମୁଁ ମେକଅପ୍‌ର ବିଭିନ୍ନ ଦିଗ ବିଷୟରେ ଜାଣିବାକୁ ପାଇଲି । ଏହା ମତେ ରୋଜଗାରର ନୂଆ ବାଟ ଦେଖାଇଛି”, କହିଛନ୍ତି ଖୋର୍ଦ୍ଧାରୁ ଆସିଥିବା ଜଣେ ଏସ୍‌ଏଚ୍‌ଜି ମହିଳା ରଶ୍ମିତା ସୁୁବୁଦ୍ଧି ।

ସେହିପରି ନୟାଗଡ଼ ଜିଲ୍ଲାରୁ ଆସି ତାଲିମ ନେଇଥିବା ଆଉ ଜଣେ ଏସ୍‌ଏଚ୍‌ଜି ମା’ ସ୍ୱର୍ଣ୍ଣିମା ବର୍ଜନା କହନ୍ତି, “ଓଡ଼ିଆ ବ୍ରାଇଡାଲ ମେକଅପ ତାଲିମ ନେବା ଫଳରେ ମୋ’ ଭିତରେ ଆତ୍ମବିଶ୍ୱାସ ବଢ଼ିଛି । ମୁଁ ଆଗାମୀ ଦିନରେ ନିଜ ଅଞ୍ଚଳରେ ଏକ ପାର୍ଲର ଖୋଲିବି । ନିଜେ ରୋଜଗାର କରିବା ସହ ଅନ୍ୟ ମହିଳାମାନଙ୍କୁ ମଧ୍ୟ କାମ ଶିଖାଇ ପାରିବି । ଏହି ସୁଯୋଗ ଦେଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଶେଷ ଧନ୍ୟବାଦ ।”

ଏହି କାର୍ଯ୍ୟକ୍ରମ ପରେ ପରେ ଏସ୍‌ଏଚ୍‌ଜି ମା’ମାନେ ମିଶନ ଶକ୍ତି ଭବନକୁ ଆସି ବିଭାଗୀୟ ସଚିବ ସୁଜାତା ରାଉତ କାର୍ତ୍ତିକେୟନ୍‌ଙ୍କୁ ସାକ୍ଷାତ କରିଥିଲେ । ଏହି ଅବସରରେ ଶ୍ରୀମତୀ କାର୍ତ୍ତିକେୟନ୍ ଓଡ଼ିଆ ବ୍ରାଇଡାଲ ମେକଅପ୍ ପାଠ୍ୟକ୍ରମ ଶେଷ କରିଥିବା ଏସ୍‌ଏଚ୍‌ଜି ମା’ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

“ଏସ୍‌ଏଚ୍‌ଜିଙ୍କୁ ଏସ୍‌ଏମ୍‌ଇରେ ପରିଣତ କରିବା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ । ଏହାଦ୍ୱାରା ମହିଳାମାନେ ନିଜେ ରୋଜଗାରକ୍ଷମ ହେବା ସହ ଅନ୍ୟମାନଙ୍କୁ ମଧ୍ୟ ରୋଜଗାର ଦେଇପାରିବେ । ଫଳରେ ସେମାନେ ଆର୍ଥିକ ଓ ସାମାଜିକ ସ୍ତରରେ ପ୍ରତିଷ୍ଠିତ ହୋଇପାରିବେ । ତେଣୁ ଏସଏଚଜି ମହିଳାଙ୍କୁ ବିଭିନ୍ନ ବିଷୟରେ ଉନ୍ନତମାନର ତାଲିମ ଦେଇ ସେମାନଙ୍କ ଦକ୍ଷତା ବିକାଶ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ବିଶ୍ୱ ଦକ୍ଷତା କେନ୍ଦ୍ରରେ ଓଡ଼ିଆ ବ୍ରାଇଡାଲ ମେକ୍‌ଅପ୍‌ରେ ତାଲିମ ନେଇଥିବା ମହିଳାମାନେ ଆଗାମୀ ଦିନରେ ତାଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବେ”, କହିଛନ୍ତି ମିଶନ ଶକ୍ତି ବିଭାଗର ସଚିବ ସୁଜାତା ରାଉତ କାର୍ତ୍ତିକେୟନ ।

ଏସ୍‌ଏଚ୍‌ଜି ମା’ମାନଙ୍କୁ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଏକ ଆଧୁନିକ ପରିବେଶ ଭିତରେ ତାଲିମ ଦିଆଯାଇଥିଲା । ସେମାନେ ନିଜ ହାତରେ ମେକଅପ୍‌, ହେୟାର ଷ୍ଟାଇଲିଂ ଏବଂ ସ୍ପା\’ର ବିଭିନ୍ନ ସେବା ଅଭ୍ୟାସ କରିଥିଲେ । ଏଥିପାଇଁ ଆବଶ୍ୟକ ଆଧୁନିକ ଯନ୍ତ୍ରପାତି, ସହାୟକ ସାମଗ୍ରୀ ଆଦି ଯୋଗାଇ ଦିଆଯାଇଥିଲା । ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଏସଏସଚଜି ମା\’ମାନଙ୍କ ମାଗଣାରେ ରହିବା, ଖାଇବା ବ୍ୟବସ୍ଥା ଓ ଯାତାୟତ ସୁବିଧା କରାଯାଇଥିଲା ।

ସାର୍ଟିଫିକେଟ୍ ପ୍ରଦାନ କାର୍ଯ୍ୟକ୍ରମରେ ବିଶ୍ୱ ଦକ୍ଷତା କେନ୍ଦ୍ରର ସିଓଓ ତଥା ବିଭାଗୀୟ ଅତିରିକ୍ତ ସଚିବ ପିନାକୀ ପଟ୍ଟନାୟକ, ବିଶ୍ୱ ଦକ୍ଷତା କେନ୍ଦ୍ରର ଅଧ୍ୟକ୍ଷ ସଙ୍ଗରଣ ଗୋପାଳ, ଉପାଧ୍ୟକ୍ଷ ଡକ୍ଟର ଶୁୁଭଙ୍ଗ କିଶୋର ଦାସ ଏବଂ ସ୍କୁଲ ଅଫ୍ ସର୍ଭିସେସର ନିର୍ଦ୍ଦେଶକ ସୁଗୁଣା ଶ୍ରୀନିବାସନ ପ୍ରମୁଖ ଯୋଗ ଦେଇଥିଲେ ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିଶ୍ୱ ଦକ୍ଷତା କେନ୍ଦ୍ରରେ ନାମଲେଖା ଲାଗି ଫେବୃଆରୀ ୨୯ ସୁଦ୍ଧା ଅନଲାଇନରେ ଆବେଦନ

ଭୁବନେଶ୍ୱର: ବିଶ୍ୱ ଦକ୍ଷତା କେନ୍ଦ୍ରରେ ୨୦୨୪-୨୫ ବ୍ୟାଚରେ ନାମଲେଖା ଲାଗି ଆବଦେନ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଶ୍ୱ ଦକ୍ଷତା କେନ୍ଦ୍ର ପକ୍ଷରୁ ଦିଆଯାଉଥିବା ବିଭିନ୍ନ ଅତ୍ୟାଧୁନିକ ବିଷୟରେ ନାମଲେଖାଇବା ପାଇଁ ଆଗ୍ରହୀ ପ୍ରାର୍ଥୀମାନେ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ।

୨୦୨୪ ଫେବୃଆରୀ ୬ରୁ ଆରମ୍ଭ ହୋଇଥିବା ଏହି ଆବେଦନ ପ୍ରକ୍ରିୟା ୨୯ ତାରିଖ ଯାଏଁ ଚାଲିବ। ପ୍ରାର୍ଥୀମାନେବିଶ୍ୱ ଦକ୍ଷତା କେନ୍ଦ୍ରର ୱେବସାଇଟରେ www.worldskillcenter.org/admissions ପ୍ରଥମେ ପଞ୍ଜୀକରଣ କରିବା ପରେ ନାମଲେଖା ପାଇଁ ଆବେଦନ କରିପାରିବେ। ନାମଲେଖା ବିଷୟରେ ଅଧିକ ସୂଚନା ପାଇଁ ପ୍ରାର୍ଥୀ ୧୮୦୦ ୨୬୬ ୬୦୦୨ରେ ଯୋଗାଯୋଗ କରିପାରିବେ।

ବିଶ୍ୱ ଦକ୍ଷତା କେନ୍ଦ୍ରର ସ୍କୁଲ ଅଫ୍ ଇଞ୍ଜିନିୟରିଂ ବିଭାଗରେ ମୋଟ ୫ଟି ଅତ୍ୟାଧୁନିକ ବିଷୟରେ ତାଲିମ ଦିଆଯାଉଛି। ତା’ ଭିତରେ ରହିଛି ମେକାଟ୍ରୋନିକ୍ସ, ମେକାନିକାଲ ଆଣ୍ଡ ଇଲେକ୍ଟ୍ରିକାଲ ସର୍ଭିସେସ୍, ଏୟାର କଣ୍ଡିସନିଂ ଆଣ୍ଡ ରେଫ୍ରିଜରେସନ୍, ଇଲେକ୍ଟ୍ରିକାଲ ଟେକ୍ନୋଲୋଜି ଏବଂ ଭର୍ଟିକାଲ ଟ୍ରାନ୍ସପୋର୍ଟେସନ (ଲିଫ୍ଟ ଟେକ୍ନୋଲୋଜି) ଭଳି ବିଷୟ।
ଏହି ବିଷୟରେ ତାଲିମ ପାଇଁ ପ୍ରାର୍ଥୀ ଓଡ଼ିଶାର କୌଣସି ସରକାରୀ ବା ଘରୋଇ ଶିଳ୍ପ ତାଲିମ କିମ୍ବା ବୈଷୟିକ ଶିକ୍ଷାନୁଷ୍ଠାନରୁ ୨ ବର୍ଷିଆ ଆଇଟିଆଇ/୩ ବର୍ଷିଆ ଡିପ୍ଲୋମା କରିଥିବା ଆବଶ୍ୟକ।

ସେହିପରି ସ୍କୁଲ ଅଫ୍ ସର୍ଭିସେସ୍ ବିଭାଗ ଅଧୀନରେ ହେୟାର ଫ୍ୟାସନ ଆଣ୍ଡ୍ ଡିଜାଇନ ଏବଂ ବ୍ୟୁଟି ଓେଲନେସ୍ ଆଣ୍ଡ ସ୍ପା ଆଦି ବିଷୟ ରହିଛି। ଏଥିପାଇଁ ପ୍ରାର୍ଥୀ +୨ କିମ୍ବା କୌଣସି ବିଷୟରେ ଡିପ୍ଲୋମା କରିଥିବା ଆବଶ୍ୟକ। ବ୍ୟୁଟି ଓେଲନେସ୍ ଆଣ୍ଡ ସ୍ପା ବିଷୟରେ ତାଲିମ ପାଇଁ କେବଳ ଛାତ୍ରୀମାନେ ଆବେଦନ କରିପାରିବେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍କିଲ୍ଡ ଇନ ଓଡ଼ିଶା ପରିକଳ୍ପନାରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ପକ୍ଷରୁ ବିଶ୍ୱ ଦକ୍ଷତା କେନ୍ଦ୍ର ସ୍ଥାପନ କରାଯାଇଛି। ଏହି କେନ୍ଦ୍ରରେ ଅନ୍ତର୍ଜାତୀୟ ଢାଞ୍ଚାର ପାଠ୍ୟକ୍ରମ ସହ ଆବଶ୍ୟକ ଭିତ୍ତିଭୂମି, ଅତ୍ୟାଧୁନିକ ଲାବୋରେଟୋରି ଏବଂ ବିଶ୍ୱସ୍ତରୀୟ ବିଭିନ୍ନ ଯନ୍ତ୍ରପାତି ରହିଛି। ଏହି କେନ୍ଦ୍ରରେ ଫିନିସିଙ୍ଗ ସ୍କୁଲ ଢାଞ୍ଚାରେ ଯୁବକ ଯୁବତୀମାନଙ୍କୁ ଆବଶ୍ୟକ ଶିକ୍ଷା ଓ ତାଲିମ ଦିଆଯାଇ ସେମାନଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଶିଳ୍ପ ଓ ସେବା କ୍ଷେତ୍ର ଲାଗି ପ୍ରସ୍ତୁତ କରାଯାଉଛି।

ବିଶ୍ୱ ଦକ୍ଷତା କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କ ରହିବା ଲାଗି ହଷ୍ଟେଲ, ଖାଇବା, ୟୁନିଫର୍ମ ଏବଂ ଯିବା ଆସିବା ଲାଗି ବସ୍ ସୁବିଧା ଆଦି ମାଗଣାରେ ଦିଆଯାଉଛି। ତା’ଛଡ଼ା ଅନୁସୂଚିତ ଜାତି, ଜନଜାତି, ପଛୁଆ ଏବଂ ସଂଖ୍ୟାଲଘୁ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ କୋର୍ସ ଫି’ ସମ୍ପୂର୍ଣ୍ଣ ମାଗଣା ରହିଛି। ସେହିପରି ରାଜ୍ୟ ସରକାରଙ୍କ ‘ସୁଦକ୍ଷା’ ଯୋଜନା ଅଧୀନରେ ଛାତ୍ରୀମାନଙ୍କ କୋର୍ସ ଫି’ ମଧ୍ୟ ମଗଣା ରଖାଯାଇଛି।

ବିଶ୍ୱ ଦକ୍ଷତା କେନ୍ଦ୍ରରେ ଛାତ୍ରଛାତ୍ରୀମାନଙ୍କୁ ବିଦେଶରେ ଯାଇ ବିଶେଷ ଅନୁଭୂତି ହାସଲ କରିବା ପାଇଁ ସୁଯୋଗ ଦିଆଯାଉଛି। ଏହି ପାଠ୍ୟକ୍ରମ ଅଧୀନରେ କେନ୍ଦ୍ରର ୪୦ ଜଣ ଛାତ୍ରଛାତ୍ରୀଙ୍କୁ ବଛାଯାଇ ଦୁଇ ସପ୍ତାହ ଲାଗି ‘ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ’ କାର୍ଯ୍ୟକ୍ରମରେ ସିଙ୍ଗାପୁର ପଠାଯାଉଛି। ସେହିପରି ପ୍ରତିବର୍ଷ ୨୪ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇ ସିଙ୍ଗାପୁରର ବିଭିନ୍ନ କମ୍ପାନିରେ ପେଡ୍ ଇଣ୍ଟର୍ଣ୍ଣସିପ୍ କରିବାର ସୁଯୋଗ ଦିଆଯାଉଛି।

ଶିକ୍ଷା ଓ ତାଲିମ ଶେଷ ହେବା ପରେ ଛାତ୍ରଛାତ୍ରୀମାନେ କିପରି ଦେଶ ବିଦେଶର ବିଭିନ୍ନ ପ୍ରମୁଖ ସଂସ୍ଥାରେ ନିଯୁକ୍ତି ପାଇପାରିବେ ସେଥିପାଇଁ ‘ପ୍ଲେସମେଣ୍ଟ’ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ବୋସ୍ ଇଞ୍ଜିନିୟରିଂ କଲେଜର ଶତବାର୍ଷିକୀ ଓ ବିପିଏଫଟିଆଇର ୨୫ତମ ପୂର୍ତ୍ତି ଉତ୍ସବ ଲାଗି ପ୍ରସ୍ତୁତି ବୈଠକ

ଭୁବନେଶ୍ୱର: କଟକସ୍ଥିତ ବୋସ୍ ଇଞ୍ଜିନିୟରିଂ କଲେଜର ଶତବାର୍ଷିକୀ ଉତ୍ସବ ଏବଂ ବିଜୁ ପଟ୍ଟନାୟକ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ୍ ଓଡ଼ିଶାର (ବିପିଏଫଟିଆଇଓ) ୨୫ତମ ପୂର୍ତ୍ତି ଉତ୍ସବ ଖୁବଶୀଘ୍ର ପାଳନ କରାଯିବ। ଏନେଇ ଶୁକ୍ରବାର ଦିନ ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଏକ ପ୍ରସ୍ତୁତି ବୈଠକ ହୋଇଥିଲା। ଏଥିରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ସଫଳତାର ସହ ଆୟୋଜନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।

“ବୋସ୍ ଏବଂ ବିପିଏଫଟିଆଇ ଓଡ଼ିଶାର ଦୁଇଟି ପ୍ରମୁଖ ବୈଷୟିକ ଶିକ୍ଷାନୁଷ୍ଠାନ। ଏହି ଦୁଇ ଅନୁଷ୍ଠାନର ପୂର୍ତ୍ତି ଉତ୍ସବ ପାଳନ କରାଯିବା ଖୁସିର କଥା । ଏହି ଅବସରରେ ଓଡ଼ିଶାର ସମୃଦ୍ଧ କଳା, ସଂସ୍କୃତି ଓ ଐତିହ୍ୟ ଆଦିକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ”, କହିଛନ୍ତି ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ।

ଏହି ପୂର୍ତ୍ତି ଉତ୍ସବ ପାଳନ ପାଇଁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ, ବୋସ୍ ଏବଂ ବିପିଏଫଟିଆଇର କର୍ମକର୍ତ୍ତାମାନଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି । ଏହି କାର୍ଯ୍ୟକ୍ରମ କିପରି ଅନ୍ତର୍ଜାତୀୟ ମାନର ହୋଇପାରିବ ସେନେଇ ମନ୍ତ୍ରୀ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।

ଏହି ବୈଠକରେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରେଘୁ ଜି, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଯୁଗ୍ମ ସଚିବ ରୋଜିନା ଦାସ, ବିଶ୍ୱ ଦକ୍ଷତା କେନ୍ଦ୍ରର ଉପାଧ୍ୟକ୍ଷ ଡକ୍ଟର ଶୁଭଙ୍ଗ କିଶୋର ଦାସ, ବୋସ୍ ଇଞ୍ଜିନିୟରିଂ କଲେଜର ଅଧ୍ୟକ୍ଷ ହୃଷିକେଶ ମହାନ୍ତି ଏବଂ ବିପିଏଫଟିଆଇଓର ନିର୍ଦ୍ଦେଶକ ଦେବାଶିଷ ଘୋଷାଲ ପ୍ରମୁଖ ଯୋଗ ଦେଇଥିଲେ ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ରାଜ୍ୟ ଖବର

ଦୁବାଇର ତାନସିକ୍ କମ୍ପାନିରେ ନିଯୁକ୍ତି ପାଇଲେ ବିଶ୍ୱ ଦକ୍ଷତା କେନ୍ଦ୍ରର ଛାତ୍ରଛାତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ତାଲିମ ଶେଷ କରିଥିବା ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଜାତୀୟ ତଥା ଅନ୍ତର୍ଜାତୀୟ କମ୍ପାନିରେ ନିଯୁକ୍ତି ସୁଯୋଗ ଦିଆଯାଉଛି। ମଙ୍ଗଳବାର ଦିନ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଦୁବାଇର ତାନସିକ୍ କମ୍ପାନି ପକ୍ଷରୁ ହୋଇଥିବା ପ୍ଲେସମେଣ୍ଟ କାର୍ଯ୍ୟକ୍ରମରେ ୨୧ ଜଣ ଛାତ୍ରଛାତ୍ରୀ ନିଯୁକ୍ତି ପାଇଛନ୍ତି। ତା’ଭିତରେ ବିଶ୍ୱ ଦକ୍ଷତା କେନ୍ଦ୍ରର ୧୦ ଜଣ ଅଛନ୍ତି।

ବିଶ୍ୱ ଦକ୍ଷତା କେନ୍ଦ୍ରରେ ହୋଇଥିବା ପ୍ଲେସମେଣ୍ଟ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସରକାରୀ ଆଇଟିଆଇ ଓ ପଲିଟେକନିକ କଲେଜର ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ। ସେମାନଙ୍କ ଭିତରୁ ୧୧ ଜଣଙ୍କୁ ତାନସିକ୍ କମ୍ପାନିରେ ନିଯୁକ୍ତି ସୁଯୋଗ ମିଳିଛି। ବିଦେଶରୁ କ୍ୟାରିୟରର ପ୍ରଥମ ଚାକିରି ଆରମ୍ଭ କରୁଥିବାରୁ ସେମାନଙ୍କ ଭିତରେ ବିଶେଷ ଉତ୍ସାହ ଦେଖିବାକୁ ମିଳିଛି।

ଏହି ସୁଯୋଗ ପାଇଁ ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ରକୁ ଧନ୍ୟବାଦ ଜଣାଇଛନ୍ତି।

ଏହି ପ୍ଲେସମେଣ୍ଟ କାର୍ଯ୍ୟକ୍ରମ ଅବସରରେ ତାନସିକ୍ କମ୍ପାନିର ନିର୍ଦ୍ଦେଶକ ରାମ କୁମାର ବିଶ୍ୱ ଦକ୍ଷତା କେନ୍ଦ୍ରର ବିଭିନ୍ନ ଅତ୍ୟାଧୁନିକ ଲାବୋରେଟୋରି ବୁଲି ଦେଖିଥିଲେ। ଓଡ଼ିଶାର ଯୁବପିଢ଼ିଙ୍କ ଦକ୍ଷତାକୁ ଆଉ ଏକ ନୂଆ ଉଚ୍ଚତାକୁ ନେବାରେ ବିଶ୍ୱ ଦକ୍ଷତା କେନ୍ଦ୍ର ପ୍ରମୁଖ ଭୂମିକା ଗ୍ରହଣ କରୁଥିବାରୁ ଏଭଳି ପଦକ୍ଷେପକୁ ସେ ଉଚ୍ଚ ପ୍ରଶଂସା କରିଥିଲେ।

ବିଶ୍ୱ ଦକ୍ଷତା କେନ୍ଦ୍ରରେ ୨୦୨୨-୨୩ ବ୍ୟାଚର ଛାତ୍ରଛାତ୍ରୀଙ୍କୁ ଦେଶ ବିଦେଶର ପ୍ରମୁଖ କମ୍ପାନିରେ ନିଯୁକ୍ତି ସୁଯୋଗ ପ୍ରଦାନ କରାଯାଇଛି। ଛାତ୍ରଛାତ୍ରୀମାନେ ଟାଟା ଷ୍ଟିଲ, ଆର୍ସେଲର ମିତ୍ତଲ, ଆଇଏଚସିଏଲ, ମେଘାଭି ୱେଲନେସ୍‌, ଦୁବାଇର ଏମରିଲ ଗ୍ରୁପ୍ ଆଦି କମ୍ପାନିରେ ନିଯୁକ୍ତି ପାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବିଶ୍ୱ ଦକ୍ଷତା କେନ୍ଦ୍ରରେ ଆଧୁନିକ ଲାଇବ୍ରେରି ଢାଞ୍ଚାରେ ‘ଶିକ୍ଷା ସାଧନ କେନ୍ଦ୍ର’ର ଲୋକାର୍ପଣ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ପରିସରରେ ଆଧୁନିକ ଲାଇବ୍ରେରି ଢାଞ୍ଚାରେ ଲର୍ଣ୍ଣିଂ ରିସୋର୍ସ ସେଣ୍ଟର ବା ଶିକ୍ଷା ସାଧନ କେନ୍ଦ୍ର ସ୍ଥାପନ କରାଯାଇଛି। ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ତାଲିମ ନେଉଥିବା ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କ ସୁବିଧା ପାଇଁ ଶୁକ୍ରବାର ଦିନ ଏହାର ଲୋକାର୍ପଣ କରାଯାଇଛି।

ସିଙ୍ଗାପୁରସ୍ଥିତ ଆଇଟିଇଇଏସର ସିଇଓ ବ୍ରୁସ୍ ପୋହଙ୍କ ଉପସ୍ଥିତିରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷା ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଅଳକା ମିଶ୍ର ଏହାର ଉଦଘାଟନ କରିଥିଲେ। ଏହି ଅବସରରେ ଶିକ୍ଷା ସାଧନ କେନ୍ଦ୍ରର ଏକ ୱେବସାଇଟ୍ ମଧ୍ୟ ଉଦଘାଟନ କରାଯାଇଥିଲା।

‘‘ସିଙ୍ଗାପୁରର ଆଇଟିଇଇଏସ୍ ସଂସ୍ଥାର ସହଯୋଗରେ ବିଶ୍ୱ ଦକ୍ଷତା କେନ୍ଦ୍ରରେ ଏହି ଶିକ୍ଷା ସାଧନ କେନ୍ଦ୍ର କରାଯାଇଛି। ଏଠାରେ ଅତ୍ୟାଧୁନିକ ବ୍ୟବସ୍ଥା ରହିଥିବାରୁ ଛାତ୍ରଛାତ୍ରୀମାନଙ୍କ ଜ୍ଞାନର ପରିସର ଆହୁରି ବ୍ୟାପକ ହୋଇପାରିବ। ସେମାନେ ଦେଶ ବିଦେଶରେ ବ୍ୟବହାର କରାଯାଉଥିବା ଅତ୍ୟାଧୁନିକ ଜ୍ଞାନକୌଶଳ ବିଷୟରେ ଅଧିକ ଜାଣିପାରିବେ’’, କହିଛନ୍ତି ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷା ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଅଳକା ମିଶ୍ର।

ଏହି ଅତ୍ୟାଧୁନିକ ଶିକ୍ଷା ସାଧନ କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ତାଲିମ ପାଇଁ ବିଭିନ୍ନ ବହି ଓ ପତ୍ରିକା ଆଦି ରହିଛି। ସେଠାରେ ବସି ପଢ଼ିବା ପାଇଁ ସ୍ୱତନ୍ତ୍ର ‘ରିଡିଙ୍ଗ ପଡ୍’ କରାଯାଇଛି। ଏହା ସହିତ ଅଡିଓ ଭିଜୁଆଲ ରୁମ ଏବଂ ଡିସକସନ ରୁମର ମଧ୍ୟ ସୁବିଧା ରହିଛି। କେନ୍ଦ୍ରର ବିଶେଷ ଆକର୍ଷଣ ହେଉଛି ଏଆର୍/ଭିଆର୍ କମ୍ପ୍ୟୁଟର ବ୍ୟବସ୍ଥା। ଏହା ଦ୍ୱାରା ବିଶ୍ୱ ଦକ୍ଷତା କେନ୍ଦ୍ରର ଛାତ୍ରଛାତ୍ରୀମାନେ ଭର୍ଚୁଆଲ ମାଧ୍ୟମରେ ବିଭିନ୍ନ ବିଷୟରେ ଅଧିକ ଜାଣିବାର ସୁଯୋଗ ପାଇବେ।

ଅତ୍ୟାଧୁନିକ ଜ୍ଞାନକୌଶଳକୁ ଆଧାରକରି ଏହି ଶିକ୍ଷା ସାଧନ କେନ୍ଦ୍ରର ଉନ୍ନତିକରଣ କରାଯାଇଛି। ଏହି କେନ୍ଦ୍ରକୁ ପ୍ରବେଶ ଓ ପ୍ରସ୍ଥାନ ପାଇଁ ରେଡିଓ ଫ୍ରିକ୍ୟୁଏନ୍ସି ଆଇଡେଣ୍ଟିଫିକେସନର ବ୍ୟବସ୍ଥା କରାଯାଇଛି। ସେହିପରି ଲାଇବ୍ରେରିରେ ଥିବା ବିଭିନ୍ନ ବହି ବିଷୟରେ ଜାଣିବା ଲାଗି ଅନଲାଇନ କିଓସ୍କୋ ସୁବିଧା କରାଯାଇଛି।

ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଅତିରିକ୍ତ ସଚିବ ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଓଓ ପିନାକୀ ପଟ୍ଟନାୟକ, ଅଧ୍ୟକ୍ଷ ସଙ୍ଗରଣ ଗୋପାଳ, ଉପାଧ୍ୟକ୍ଷ ଡକ୍ଟର ଶୁଭଙ୍ଗ କିଶୋର ଦାସ, ନିର୍ଦ୍ଦେଶକ (ଏକାଡେମୀ) ସୁପେହା ନାଗାମାଲ, ଉପନିର୍ଦ୍ଦେଶକ ଆଶୁତୋଷ ନୟନଦେ, ମୁଖ୍ୟ ବୈଷୟିକ ଅଧିକାରୀ ଧନଞ୍ଜୟ ଷଡ଼ଙ୍ଗୀ ପ୍ରମୁଖ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଶ୍ୱ ଦକ୍ଷତା କେନ୍ଦ୍ରର ଦ୍ୱିତୀୟ କ୍ୟାମ୍ପସ ପାଇଁ ଏମଓୟୁ, ଖୋଲିବ ୯ଟି ନୂଆ ତାଲିମ ପାଠ୍ୟକ୍ରମ

ଭୁବନେଶ୍ୱର: ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶାର ଅଭିଯାନ ଆଉ ଗୋଟିଏ ପାଦ ଆଗକୁ ବଢ଼ିଛି। ରାଜ୍ୟର ଯୁବକଯୁବତୀଙ୍କୁ ଅତ୍ୟାଧୁନିକ ତଥା ଶିଳ୍ପ-ଉପଯୋଗୀ ତାଲିମ ଦେବା ପାଇଁ “ସ୍କିଲ୍ଡ ଇନ ଓଡ଼ିଶା” କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟ ସରକାର ବିଶ୍ୱ ଦକ୍ଷତା କେନ୍ଦ୍ର କାର୍ଯ୍ୟ ପରିସରକୁ ବ୍ୟାପକ କରିବାକୁ ଯାଉଛନ୍ତି। ଏହାର ଦ୍ୱିତୀୟ କ୍ୟାମ୍ପସର ସ୍ଥାପନା ଓ ପରିଚାଳନା ଲାଗି ସିଙ୍ଗାପୁରସ୍ଥିତ ଆଇଟିଇ ଏଜୁକେସନ ସର୍ଭିସେସ୍ (ଆଇଟିଇଇଏସ୍‌) ସହ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।

ଗୁରୁବାର ଦିନ ଭୁବନେଶ୍ୱରଠାରେ ଏହି ବୁଝାମଣାପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ପ୍ରମୁଖ ସଚିବ ଊଷା ପାଢ଼ୀ ଏବଂ ଆଇଟିଇଇଏସର ସିଇଓ ବ୍ରୁସ୍ ପୋହ ଦସ୍ତଖତ କରିଥିଲେ। ଏହି କାର୍ଯ୍ୟକ୍ରମ ବେଳେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ଅନୁ ଗର୍ଗ ଏବଂ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷା ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଅଳକା ମିଶ୍ର ଉପସ୍ଥିତ ଥିଲେ।

ବିଶ୍ୱ ଦକ୍ଷତା କେନ୍ଦ୍ରର ଦ୍ୱିତୀୟ କ୍ୟାମ୍ପସ ଖୁବଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେଠାରେ ୯ଟି ଅତ୍ୟାଧୁନିକ ବିଷୟରେ ତାଲିମ ପାଠ୍ୟକ୍ରମ ଦିଆଯିବ। ଏଥିରେ ରହିଛି ହସ୍ପିଟାଲିଟି – ଫୁଡ୍ ଆଣ୍ଡ ବେଭେରେଜ୍ ଅପରେସନସ୍‌, ହସ୍ପିଟାଲିଟି – ହୋଟେଲ ଅପରେସନସ୍‌, ଡିଜିଟାଲ ଆନିମେସନ, ହେଲଥ କେୟାର ଆସିଷ୍ଟାଣ୍ଟ ଟ୍ରେନିଙ୍ଗ, ଲଜିଷ୍ଟିକ୍ସ ଆଣ୍ଡ ସପ୍ଲାଏ ଚେନ୍ ମ୍ୟାନେଜମେଣ୍ଟ, ଏରୋସ୍ପେସ୍ ଟେକ୍ନୋଲୋଜି, ଏରୋସ୍ପେସ୍ ଆଭିଓନିକ୍ସ, ମେରାଇନ ଇଞ୍ଜିନିୟରିଂ ଏବଂ ନର୍ସିଂ ଆଦି ବିଷୟ।

ବୈଷୟିକ ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଅନ୍ତର୍ଜାତୀୟ ସ୍ତରରେ ପରିଚିତ ସିଙ୍ଗାପୁରସ୍ଥିତ ଆଇଟିଇଇଏସ୍ ସଂସ୍ଥାର ସହଯୋଗକ୍ରମେ ବିଶ୍ୱ ଦକ୍ଷତା କେନ୍ଦ୍ରର ପାଠ୍ୟକ୍ରମ ଓ ତାଲିମ କାର୍ଯ୍ୟକ୍ରମ ପରିଚାଳନା କରାଯାଉଛି। ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରିବା ଲାଗି ଆଇଟିଇଇଏସ୍ ସହ ବିଶ୍ୱ ଦକ୍ଷତା କେନ୍ଦ୍ରର ଦ୍ୱିତୀୟ କ୍ୟାମ୍ପସ ଲାଗି ରାଜ୍ୟ ସରକାର ଏମଓୟୁ କରିଛନ୍ତି।

“ମହାରାଷ୍ଟ୍ର ପରେ ଓଡ଼ିଶା ଆଜି ଶିଳ୍ପ ବିକାଶ କ୍ଷେତ୍ରରେ ଭାରତର ଦ୍ୱିତୀୟ ରାଜ୍ୟ ଭାବେ ପରିଚିତ ହୋଇଛି। ରାଜ୍ୟ ସରକାରଙ୍କ ଶିଳ୍ପ ନୀତି ତଥା ଶିଳ୍ପ ପ୍ରତିଷ୍ଠା ପାଇଁ ଅନୁକୂଳ ପରିବେଶ ଛଡ଼ା ଓଡ଼ିଶାର ତାଲିମପ୍ରାପ୍ତ ଓ ଦକ୍ଷ ମାନବ ସମ୍ବଳ ଏହି ସଫଳତା ପଛର ଅନ୍ୟତମ କାରଣ। “ସ୍କିଲ୍ଡ ଇନ ଓଡ଼ିଶା” ଆଜି ସାରା ଦେଶରେ ଏକ ବିଶେଷ ପରିଚୟ ସୃଷ୍ଟି କରିଛି। ଓଡ଼ିଶାର ଯୁବପିଢ଼ିଙ୍କୁ ବିଶ୍ୱସ୍ତରୀୟ ତାଲିମ ଦେଇ ସେମାନଙ୍କ ସ୍ୱପ୍ନକୁ ସାକାର କରିବାରେ ଏହା ହୋଇଛି ଏକ ନୂଆ ବାଟ”, କହିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ଅନୁ ଗର୍ଗ।

ଏହି ଅବସରରେ ଆଇଟିଇ ଏଜୁକେସନ ସର୍ଭିସେସର ସିଇଓ ଏବଂ ଅନ୍ୟ ସଦସ୍ୟମାନେ ବିଶ୍ୱ ଦକ୍ଷତା କେନ୍ଦ୍ରର ବିଭିନ୍ନ ଲାବୋରେଟୋରି ବୁଲି ଦେଖିଥିଲେ । ଛାତ୍ରଛାତ୍ରୀମାନଙ୍କ ତାଲିମ ଓ ଦକ୍ଷତା ବିକାଶରେ ଏହା କିପରି ବିଶେଷ ସହାୟକ ହେଉଛି ସେ ବିଷୟରେ ସେମାନେ ପ୍ରଶିକ୍ଷକମାନଙ୍କଠାରୁ ପଚାରି ବୁଝିଥିଲେ ।

ଏମଓୟୁ ସ୍ୱାକ୍ଷର ବେଳେ ସୂଚନା ଓ ଲୋକସମ୍ପର୍କ ତଥା ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବ ସଞ୍ଜୟ ସିଂ, ଉଚ୍ଚଶିକ୍ଷା ବିଭାଗର ସଚିବ ଅରବିନ୍ଦ ଅଗ୍ରୱାଲ, ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବ ଅଶ୍ୱଥୀ ଏସ୍‌, ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରେଘୁ ଜି, ଅତିରିକ୍ତ ସଚିବ ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଓଓ ପିନାକୀ ପଟ୍ଟନାୟକ, ବିଶ୍ୱ ଦକ୍ଷତା କେନ୍ଦ୍ରର ଅଧ୍ୟକ୍ଷ ସଙ୍ଗରଣ ଗୋପାଳ, ଉପାଧ୍ୟକ୍ଷ ଡକ୍ଟର ଶୁଭଙ୍ଗ କିଶୋର ଦାସ ପ୍ରମୁଖ ଯୋଗ ଦେଇଥିଲେ ।
ଅତ୍ୟାଧୁନିକ ତଥା ଶିଳ୍ପ ଉପଯୋଗୀ ପାଠ୍ୟକ୍ରମ, ବିଶ୍ୱସ୍ତରୀୟ ଲାବୋରେଟୋରି, ୮୦ ପ୍ରତିଶତ ପ୍ରାକ୍ଟିକାଲ ତାଲିମ ବ୍ୟବସ୍ଥା ସହ ଛାତ୍ରଛାତ୍ରୀଙ୍କୁ ଆବଶ୍ୟକ ଜୀବନ କୌଶଳ ତାଲିମ ବିଶ୍ୱ ଦକ୍ଷତା କେନ୍ଦ୍ରର ପ୍ରମୁଖ ଆକର୍ଷଣ । ତେଣୁ ଏହାର ଦ୍ୱିତୀୟ କ୍ୟାମ୍ପସ ଏବେ ଓଡ଼ିଶାର ଯୁବପିଢ଼ିଙ୍କ ଦକ୍ଷତାକୁ ସମସାମୟିକ ଏବଂ ପ୍ରତିଯୋଗିତାମୂଳକ କରିବାରେ ଆଉ ଏକ ପାହାଚ ହେବ ।

ରାଜ୍ୟ ସରକାରଙ୍କ \”ସ୍କିଲ୍ଡ ଇନ୍ ଓଡ଼ିଶା\’ ଅଭିଯାନ ଅଧୀନରେ ଭୁବନେଶ୍ୱରଠାରେ ୨୦୨୧ରୁ ଚାଲିଛି ବିଶ୍ୱ ଦକ୍ଷତା କେନ୍ଦ୍ର । \”ଫିନିସିଙ୍ଗ୍ ସ୍କୁଲ\’ ଢାଞ୍ଚାରେ ପରିଚାଳିତ ଏହି କେନ୍ଦ୍ର ଓଡ଼ିଶାର ଯୁବକ ଯୁବତୀମାନଙ୍କୁ ବିଭିନ୍ନ ବିଷୟରେ ତାଲିମ ଦେଇ ସେମାନଙ୍କୁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ କାମ କରିବା ପାଇଁ ପ୍ରସ୍ତୁତ କରୁଛି । ଏଠାରେ ବର୍ତ୍ତମାନ ସ୍କୁଲ ଅଫ୍ ଇଞ୍ଜିନିୟରିଂ ଓ ସ୍କୁଲ ଅଫ୍ ସର୍ଭିସେସ୍ ବିଭାଗ ଅଧୀନରେ ମୋଟ ୭ଟି ବିଷୟରେ ବିଭିନ୍ନ ତାଲିମ ପାଠ୍ୟକ୍ରମ ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶା ଗସ୍ତରେ ଜମ୍ମୁ କଶ୍ମୀର ଉପରାଜ୍ୟପାଳ: ପରିଦର୍ଶନ କଲେ ବିଶ୍ୱ ଦକ୍ଷତା କେନ୍ଦ୍ର

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସିଥିବା ଜମ୍ମୁ କଶ୍ମୀରର (କେନ୍ଦ୍ର ଶାସିତ ଅଞ୍ଚଳ) ମାନ୍ୟବର ଉପରାଜ୍ୟପାଳ ମନୋଜ ସିହ୍ନା ଭୁବନେଶ୍ୱରଠାରେ ସ୍ଥାପିତ ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ କରିଛନ୍ତି। ଶୁକ୍ରବାର ଦିନ ସେ ବିଶ୍ୱ ଦକ୍ଷତା କେନ୍ଦ୍ରକୁ ଆସି ବିଭିନ୍ନ ଲାବୋରେଟୋରି ବୁଲି ଦେଖିଥିଲେ। ଛାତ୍ରଛାତ୍ରୀ ଓ ପ୍ରଶିକ୍ଷକମାନଙ୍କ ସହ କଥା ହୋଇ ଏଠାରେ ଦିଆଯାଉଥିବା ଅତ୍ୟାଧୁନିକ ତାଲିମ ପାଠ୍ୟକ୍ରମ ବିଷୟରେ ପଚାରି ବୁଝିଥିଲେ।

ଉପରାଜ୍ୟପାଳ ଶ୍ରୀ ସିହ୍ନା ବିଶ୍ୱ ଦକ୍ଷତା କେନ୍ଦ୍ରରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇ ସ୍ୱାଗତ କରାଯାଇଥିଲା।

“ବର୍ତ୍ତମାନ ସମୟରେ ଦେଶ ବା ରାଜ୍ୟର ବିକାଶରେ ଦକ୍ଷ ଯୁବପିଢ଼ିଙ୍କର ଆବଶ୍ୟକତା ରହିଛି । ତେଣୁ ଏ ଦିଗରେ ବିଶ୍ୱ ଦକ୍ଷତା କେନ୍ଦ୍ର ଏକ ବଡ଼ ଭୂମିକା ଗ୍ରହଣ କରୁଛି । ଏହି କେନ୍ଦ୍ରରେ ଓଡ଼ିଶାର ଯୁବପିଢ଼ି ଶିଳ୍ପ ଉପଯୋଗୀ ତାଲିମ ନେଇ ସେମାନଙ୍କ ଦକ୍ଷତାକୁ ଏକ ନୂଆ ଉଚ୍ଚତାକୁ ନେଇପାରୁଛନ୍ତି”, କହିଛନ୍ତି ଉପରାଜ୍ୟପାଳ ଶ୍ରୀଯୁକ୍ତ ମନୋଜ ସିହ୍ନା ।

ଓଡ଼ିଶାରେ ଏଭଳି ଏକ ଅତ୍ୟାଧୁନିକ ଦକ୍ଷତା ବିକାଶ କେନ୍ଦ୍ର କରାଯାଇଥିବାରୁ ସେ ଓଡ଼ିଶା ସରକାର ଓ ସିଙ୍ଗାପୁରର ଆଇଟିଇଇଏସ୍ ସଂସ୍ଥାକୁ ଧନ୍ୟବାଦ ଦେଇଥିଲେ । ବିଶ୍ୱ ଦକ୍ଷତା କେନ୍ଦ୍ରର ସ୍କୁଲ ଅଫ୍ ଇଞ୍ଜିନିୟରିଂ ଓ ସ୍କୁଲ ଅଫ୍ ସର୍ଭିସେସ୍ ବିଭାଗରେ ରହିଥିବା ଅତ୍ୟାଧୁନିକ ତାଲିମ ପାଠ୍ୟକ୍ରମକୁ ସେ ପ୍ରଶଂସା କରିଥିଲେ ।

ବିଶ୍ୱ ଦକ୍ଷତା କେନ୍ଦ୍ରରେ ଚଳିତ ଶିକ୍ଷାବର୍ଷରୁ ଭର୍ଟିକାଲ ଟାନ୍ସପୋର୍ଟେସନ ବିଷୟରେ ନୂତନ ପାଠ୍ୟକ୍ରମ ଆରମ୍ଭ ହୋଇଛି । ତେଣୁ ଉପରାଜ୍ୟପାଳ ଭର୍ଟିକାଲ ଟ୍ରାନ୍ସପୋର୍ଟେସନ ସହିତ ଇଲେକ୍ଟ୍ରିକାଲ ଟେକ୍ନୋଲୋଜି, ମେକାଟ୍ରୋନିକ୍ସ, ମେକାନିକାଲ ଆଣ୍ଡ ଇଲେକ୍ଟ୍ରିକାଲ ସର୍ଭିସେସ୍ ସହିତ ସ୍କୁଲ ଅଫ୍‌୍ ସର୍ଭିସେସର ବିଭିନ୍ନ ବିଭାଗକୁ ଯାଇଥିଲେ । ସେଠାରେ ଛାତ୍ରଛାତ୍ରୀଙ୍କ ତାଲିମ ପାଇଁ ରହିଥିବା ବିଭିନ୍ନ ଆଧୁନିକ ଉପକରଣକୁ ଦେଖି ଖୁସି ହୋଇଥିଲେ ।

ସରକାରୀ ଆଇଟିଆଇ ଓ ପଲିଟେକନିକ କଲେଜର ପ୍ରଶିକ୍ଷକମାନଙ୍କ ଦକ୍ଷତା ବିକାଶ ପାଇଁ ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ସମୟରେ \”ଟ୍ରେନିଙ୍ଗ ଅଫ ଟ୍ରେନର୍ସ\’ କାର୍ଯ୍ୟକ୍ରମ କରାଯାଉଛି । ଏହି କାର୍ଯ୍ୟକ୍ରମକୁ ମଧ୍ୟ ଉପରାଜ୍ୟପାଳ ଉଚ୍ଚ ପ୍ରଶଂସା କରିଥିଲେ ।

ଏହି ଗସ୍ତରେ ଉପରାଜ୍ୟପାଳଙ୍କ ପ୍ରମୁଖ ସଚିବ ଡକ୍ଟର ମନଦୀପ କୁମାର ଭଣ୍ଡାରି, ଓଏସଡି ଲେଫ୍ଟେନାଣ୍ଟକର୍ଣ୍ଣଲ ପ୍ରଶାନ୍ତ ଜନକର, ଜମ୍ମୁ କଶ୍ମୀରର ଦକ୍ଷତା ବିକାଶ ବିଭାଗର ସଚିବ ସୌରଭ ଭଗତ, ଅହମ୍ମଦାବାଦ ବିଶ୍ୱବିଦ୍ୟାଳୟର କୁଳପତି ତଥା ପରିଚାଳନା ବୋର୍ଡର ଅଧ୍ୟକ୍ଷ ପ୍ରଫେସର ପଙ୍କଜ ଚନ୍ଦ୍ରା ଆସିଥିଲେ ।

ବିଶ୍ୱ ଦକ୍ଷତା କେନ୍ଦ୍ରରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ମୁଖ୍ୟ ପରାମର୍ଶଦାତା (ଆନୁଷ୍ଠାନିକ ଦକ୍ଷତା ବିକାଶ) ସୁବ୍ରତ ବାଗଚୀ, ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣର ଅଧ୍ୟକ୍ଷା ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଅଳକା ମିଶ୍ର, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ, ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରେଘୁ ଜି, ଅତିରିକ୍ତ ସଚିବ ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଓଓ ପିନାକୀ ପଟ୍ଟନାୟକ, ବିଶ୍ୱ ଦକ୍ଷତା କେନ୍ଦ୍ରର ଅଧ୍ୟକ୍ଷ ସଙ୍ଗରଣ ଗୋପାଳ, ଉପାଧ୍ୟକ୍ଷ ଡକ୍ଟର ଶୁଭଙ୍ଗ କିଶୋର ଦାସ ପ୍ରମୁଖ ଯୋଗ ଦେଇଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

୬ ମାସିଆ ପେଡ୍ ଇଣ୍ଟର୍ଣ୍ଣସିପ୍ କାର୍ଯ୍ୟକ୍ରମରେ ସିଙ୍ଗାପୁର ଗଲେ ବିଶ୍ୱ ଦକ୍ଷତା କେନ୍ଦ୍ରର ୨୪ ଜଣ ଛାତ୍ରଛାତ୍ରୀ 

ଭୁବନେଶ୍ୱର: ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ତାଲିମ ନେଉଥିବା ଛାତ୍ରଛାତ୍ରୀମାନଙ୍କ ଭିତରୁ ପ୍ରତିବର୍ଷ ୨୪ ଜଣଙ୍କୁ ବଛାଯାଇ “ଷ୍ଟୁଡେଣ୍ଟ ଇଣ୍ଟର୍ଣ୍ଣସିପ୍‌” କାର୍ଯ୍ୟକ୍ରମରେ ସିଙ୍ଗାପୁର ପଠାଯାଉଛି। ଏହି କ୍ରମରେ ୨୦୨୨-୨୩ ବ୍ୟାଚର ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ମଙ୍ଗଳବାର ଦିନ ସିଙ୍ଗାପୁରରେ ପହଞ୍ଚିଛନ୍ତି।

ଏହି ଛାତ୍ରଛାତ୍ରୀମାନେ ଭୁବନେଶ୍ୱର-ସିଙ୍ଗାପୁର ସିଧାସଳଖ ବିମାନ ଯୋଗେ ମଙ୍ଗଳବାର ସକାଳୁ ଯାତ୍ରା କରିଥିଲେ। ବିମାନରେ ବସି ବିଦେଶ ଯାଉଥିବାରୁ ସେମାନଙ୍କ ଭିତରେ ବିଶେଷ ଉତ୍ସାହ ଦେଖିବାକୁ ମିଳିଥିଲା। ଏହି ସୁଯୋଗ ପାଇଁ ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ରକୁ ଧନ୍ୟବାଦ ଜଣାଇଛନ୍ତି।

ଏହି ଅବସରରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣର ଅଧ୍ୟକ୍ଷା ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଅଳକା ମିଶ୍ର ସିଙ୍ଗାପୁର ଯାଇଥିବା ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି କାର୍ଯ୍ୟକ୍ରମ ସେମାନଙ୍କ ଭିତରେ ଥିବା ଦକ୍ଷତାକୁ ଆହୁରି ଶାଣିତ କରିବା ସହ ସେମାନଙ୍କ ମନରେ ନୂଆ ସାହସ ଆଣିଦେବ ବୋଲି ସେ କହିଛନ୍ତି।

“ସିଙ୍ଗାପୁର ଯାଇ ସେଠାରେ ବଡ଼ କମ୍ପାନିରେ କାମ କରିବି ବୋଲି କେବେ ଭାବି ନଥିଲି। ବିଶ୍ୱ ଦକ୍ଷତା କେନ୍ଦ୍ରରେ ମେକାନିକାଲ ଆଣ୍ଡ ଇଲେକ୍ଟ୍ରିକାଲ ସର୍ଭିସେସରେ ତାଲିମ ନେବା ଫଳରେ ଏହି ସ୍ୱପ୍ନ ଆଜି ସାକାର ହୋଇଛି। ସିଙ୍ଗାପୁରରେ ମତେ ଅନେକ କଥା ଶିଖିବାକୁ ମିଳିବ। ଅନ୍ତର୍ଜାତୀୟ ସ୍ତରର କମ୍ପାନିଗୁଡ଼ିକରେ କିପରି ଉନ୍ନତ ମାନର ବୈଷୟିକ ଜ୍ଞାନକୌଶଳକୁ ବ୍ୟବହାର କରି କାମ କରାଯାଉଛି ତାହା ଜାଣିବାର ସୁଯୋଗ ମିଳିବ”, କହନ୍ତି ବିଶ୍ୱ ଦକ୍ଷତା କେନ୍ଦ୍ରର ଛାତ୍ର ସୁମନ କୁମାର ମଲ୍ଲିକ।

୬ ମାସିଆ ପେଡ୍ ଇଣ୍ଟର୍ଣ୍ଣସିପ୍ କାର୍ଯ୍ୟକ୍ରମରେ ଯାଇଥିବା ଛାତ୍ରଛାତ୍ରୀମାନେ ସିଙ୍ଗାପୁରର ବିଭିନ୍ନ ପ୍ରମୁଖ କମ୍ପାନିରେ କାମ କରିବେ। ନୂଆ ନୂଆ ଜ୍ଞାନକୌଶଳକୁ ବ୍ୟବହାର କରି ବିଶ୍ୱସ୍ତରୀୟ କମ୍ପାନିଗୁଡ଼ିକରେ କିପରି କାମ କରାଯାଏ ତାହା ସେମାନେ ଶିଖିବାକୁ ପାଇବେ।

“ଅନ୍ତର୍ଜାତୀୟ ସ୍ତରର କମ୍ପାନିରେ କାମ କରିବାକୁ ଦିନେ ମୁଁ ଲକ୍ଷ୍ୟ ରଖିଥିଲି। ବିଶ୍ୱ ଦକ୍ଷତା କେନ୍ଦ୍ରରେ ଇଲେକ୍ଟ୍ରିକାଲ ଟେକ୍ନୋଲୋଜିରେ ତାଲିମ ନେବା ଫଳରେ ମୋର ଲକ୍ଷ୍ୟ ପୂରଣ ହୋଇଛି। ଷ୍ଟୁଡେଣ୍ଟ ଇଣ୍ଟର୍ଣ୍ଣସିପ୍ କାର୍ଯ୍ୟକ୍ରମରେ ସିଙ୍ଗାପୁର ଯାଇ ସେଠାରେ ବଡ଼ କମ୍ପାନିରେ କାମ କରି ଏକ ନୂଆ ଅନୁଭୂତି ହାସଲ କରିପାରିବ। ଏହା ମୋ’ କ୍ୟାରିୟରକୁ ନୂଆ ରାସ୍ତା ଦେଖାଇବ”, କହନ୍ତି ବିଶ୍ୱ ଦକ୍ଷତା କେନ୍ଦ୍ରର ଛାତ୍ରୀ ଶ୍ରୁତି ଅର୍ପିତା ବୁଡ୍।

“ସ୍କିଲ୍ଡ ଇନ୍ ଓଡ଼ିଶା” କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ତଥା ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ବିଶ୍ୱ ଦକ୍ଷତା କେନ୍ଦ୍ର ସ୍ଥାପନ କରାଯାଇଛି। ଏଠାରେ ୭ଟି ଅତ୍ୟାଧୁନିକ ବିଷୟରେ ଓଡ଼ିଶାର ଯୁବପିଢ଼ିଙ୍କୁ ଫିନିସିଙ୍ଗ୍ ସ୍କୁଲ ଢାଞ୍ଚାରେ ତାଲିମ ଦିଆଯାଇ ଦେଶ ବିଦେଶର ଶିଳ୍ପ ଦୁନିଆ ଏବଂ ସେବା କ୍ଷେତ୍ରରେ ନିଯୁକ୍ତି ସୁଯୋଗ ପାଇଁ ପ୍ରସ୍ତୁତ କରାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ଅକ୍ଟୋବର ୧୬ରୁ ବିଶ୍ୱ ଦକ୍ଷତା କେନ୍ଦ୍ରରେ ୨୦୨୩-୨୪ ଶିକ୍ଷାବର୍ଷ ଲାଗି “ସ୍ପଟ୍ ନାମଲେଖା” 

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ସ୍ପଟ୍ ନାମଲେଖା କରାଯିବ। ଏହି ପ୍ରକ୍ରିୟା ଅକ୍ଟୋବର ୧୬ରୁ ୩୧ ତାରିଖ ଯାଏଁ ଚାଲିବ। ଓଡ଼ିଶାର ଯୋଗ୍ୟ ତଥା ଆଗ୍ରହୀ ପ୍ରାର୍ଥୀମାନେ ଆବଶ୍ୟକ ପ୍ରମାଣପତ୍ର ଦାଖଲ କରି ନାମ ଲେଖାଇବାକୁ ବିଶ୍ୱ ଦକ୍ଷତା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଏହି ସ୍ପଟ୍ ନାମଲେଖା ସ୍କୁଲ ଅଫ୍ ଇଞ୍ଜିନିୟରିଂ ଏବଂ ସ୍କୁଲ ଅଫ୍ ସର୍ଭିସେସ୍ ପାଠ୍ୟକ୍ରମ ଅଧୀନରେ ଥିବା ମୋଟ ୭ଟି ବିଷୟରେ କରାଯିବ। ନାମଲେଖା ପ୍ରକ୍ରିୟା ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ଯାଏଁ ଚାଲିବ। ତେଣୁ ପ୍ରାର୍ଥୀମାନେ ଏହାର ସୁଯୋଗ ନେବାକୁ ବିଶ୍ୱ ଦକ୍ଷତା କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସ୍କୁଲ୍ ଅଫ୍ ଇଞ୍ଜିନିୟରିଂ ବିଭାଗ ଅଧୀନରେ ମେକାନିକାଲ ଆଣ୍ଡ ଇଲେକ୍ଟ୍ରିକାଲ ସର୍ଭିସେସ୍‌, ଏୟାର କଣ୍ଡିସନିଂ ଆଣ୍ଡ ରେଫ୍ରିଜରେସନ୍‌, ଭର୍ଟିକାଲ ଟ୍ରାନ୍ସପୋର୍ଟେସନ୍‌, ମେକାଟ୍ରୋନିକ୍ସ ଏବଂ ଇଲେକ୍ଟ୍ରିକାଲ ଟେକ୍ନୋଲୋଜି ଭଳି ୫ଟି ଅତ୍ୟାଧୁନିକ ବିଷୟ ରହିଛି। ସରକାରୀ ବା ଘରୋଇ ଶିକ୍ଷାନୁଷ୍ଠାନରୁ ୨ ବର୍ଷିଆ ଆଇଟିଆଇ/ ୩ ବର୍ଷିଆ ଡିପ୍ଲୋମା ଇଞ୍ଜିନିୟରିଂ ପାସ୍ କରିଥିବା ଛାତ୍ରଛାତ୍ରୀମାନେ ଏହି ୧ ବର୍ଷିଆ ପାଠ୍ୟକ୍ରମରେ ନାମ ଲେଖାଇପାରିବେ।

ସ୍କୁଲ୍ ଅଫ୍ ସର୍ଭିସେସ୍ ଅଧୀନରେ ହେୟାର ଫ୍ୟାସନ ଆଣ୍ଡ ଡିଜାଇନ ଏବଂ ବ୍ୟୁଟି ୱେଲନେସ୍ ଆଣ୍ଡ ସ୍ପା ଭଳି ଦୁଇଟି ଅତ୍ୟାଧୁନିକ ବିଷୟ ରହିଛି। +୨ କିମ୍ବା କୌଣସି ବିଷୟରେ ଡିପ୍ଲୋମା କରିଥିବା ପ୍ରାର୍ଥୀମାନେ ଏଥିରେ ନାମ ଲେଖାଇପାରିବେ। ଏହି ପାଠ୍ୟକ୍ରମର ଅବଧି ରହିଛି ୧ ବର୍ଷ।

ପ୍ରାର୍ଥୀମାନେ ନିଜ ନିଜର ଆଧାରକାର୍ଡ ଏବଂ ପାସପୋର୍ଟ ଫଟୋ ସହିତ ମାଟ୍ରିକ, ଆଇଟିଆଇ କିମ୍ବା ଡିପ୍ଲୋମା ଏବଂ ସିଏଲସି ସାର୍ଟିଫିକେଟ ସାଙ୍ଗରେ ଆଣିବାକୁ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଅନୁସୂଚିତ ଜାତି, ଜନଜାତି ଏବଂ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କୁ ଜାତିଗତ ପ୍ରମାଣପତ୍ର ଆଣିବାକୁ ପରାମର୍ଶ ଦିଆଯାଇଛି।

ବିଶ୍ୱ ଦକ୍ଷତା କେନ୍ଦ୍ରରେ ଅନ୍ତର୍ଜାତୀୟ ଢାଞ୍ଚାର ପାଠ୍ୟକ୍ରମ ସହ ଆବଶ୍ୟକ ଭିତ୍ତିଭୂମି, ଅତ୍ୟାଧୁନିକ ଲାବୋରେଟୋରି ଏବଂ ବିଶ୍ୱସ୍ତରୀୟ ବିଭିନ୍ନ ଯନ୍ତ୍ରପାତି ରହିଛି। ଏହି କେନ୍ଦ୍ରରେ ଫିନିସିଙ୍ଗ ସ୍କୁଲ ଢାଞ୍ଚାରେ ଯୁବକ ଯୁବତୀମାନଙ୍କୁ ଆବଶ୍ୟକ ଶିକ୍ଷା ଓ ତାଲିମ ଦିଆଯାଇ ସେମାନଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଶିଳ୍ପ ଓ ସେବା କ୍ଷେତ୍ର ଲାଗି ପ୍ରସ୍ତୁତ କରାଯାଉଛି।

ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ତାଲିମ ନେଉଥିବା ଛାତ୍ରଛାତ୍ରୀଙ୍କ ରହିବା ଲାଗି ହଷ୍ଟେଲ, ଖାଇବା, ୟୁନିଫର୍ମ ଏବଂ ଯିବା ଆସିବା ଲାଗି ବସ୍ ସୁବିଧା ଆଦି ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣାରେ ଦିଆଯାଉଛି। ତା’ଛଡ଼ା ଚଳିତ ଶିକ୍ଷାବର୍ଷରେ ଅନୁସୂଚିତ ଜାତି, ଜନଜାତି, ପଛୁଆ ଏବଂ ସଂଖ୍ୟାଲଘୁ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ କୋର୍ସ ଫି’ ସମ୍ପୂର୍ଣ୍ଣ ମାଗଣା ରହିଛି।

ବିଶ୍ୱ ଦକ୍ଷତା କେନ୍ଦ୍ରର ଛାତ୍ରଛାତ୍ରୀମାନଙ୍କୁ ବିଦେଶରେ ଯାଇ ବିଶେଷ ଅନୁଭୂତି ହାସଲ କରିବା ପାଇଁ ସୁଯୋଗ ଦିଆଯାଉଛି। ଏହି ପାଠ୍ୟକ୍ରମ ଅଧୀନରେ କେନ୍ଦ୍ରର ୪୦ ଜଣ ଛାତ୍ରଛାତ୍ରୀଙ୍କୁ ବଛାଯାଇ ଦୁଇ ସପ୍ତାହ ଲାଗି “ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ” କାର୍ଯ୍ୟକ୍ରମରେ ସିଙ୍ଗାପୁର ପଠାଯାଉଛି। ସେହିପରି ପ୍ରତିବର୍ଷ ୨୪ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇ ସିଙ୍ଗାପୁରର ବିଭିନ୍ନ କମ୍ପାନିରେ ପେଡ୍ ଇଣ୍ଟର୍ଣ୍ଣସିପ୍ କରିବାର ସୁଯୋଗ ଦିଆଯାଉଛି।

ଶିକ୍ଷା ଓ ତାଲିମ ଶେଷ ହେବା ପରେ ଛାତ୍ରଛାତ୍ରୀମାନେ କିପରି ଦେଶ ବିଦେଶର ବିଭିନ୍ନ ପ୍ରମୁଖ ସଂସ୍ଥାରେ ନିଯୁକ୍ତି ପାଇପାରିବେ ସେଥିପାଇଁ “ପ୍ଲେସମେଣ୍ଟ” ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ୨୦୨୨-୨୩ ବ୍ୟାଚରେ ୯୩ ପ୍ରତିଶତ ଛାତ୍ରଛାତ୍ରୀ ବିଭିନ୍ନ କମ୍ପାନିରେ ନିଯୁକ୍ତି ପାଇଛନ୍ତିୟ ତା’ ଭିତରେ ୨୫ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ଅନ୍ତର୍ଜାତୀୟ ସ୍ତରରେ ନିଯୁକ୍ତି ସୁଯୋଗ ମିଳିଛି।

ଚଳିତ ବ୍ୟାଚରେ ଛାତ୍ରଛାତ୍ରୀମାନେ ଟାଟା ଟାଟା ଷ୍ଟିଲ୍‌, ଆଇଏଚସିଏଲ, ଏମରିଲ୍ ସର୍ଭିସେସ୍‌, ଇଏଫଏସ୍ ଦୁବାଇ, ଏମ/ଏନଏସ୍‌, ଜିନ୍ଦଲ, ଫୁରୁକୱା ମିଣ୍ଡା, ଟେକମେକ, ହୋଣ୍ଡା କାରସ୍ ଆଦି ପ୍ରମୁଖ କମ୍ପାନିରେ ନିଯୁକ୍ତି ପାଇଛନ୍ତି।

ଚଳିତ ବ୍ୟାଚରୁ ବିଶ୍ୱ ଦକ୍ଷତା କେନ୍ଦ୍ର ପକ୍ଷରୁ ଭର୍ଟିକାଲ ଟ୍ରାନ୍ସପୋର୍ଟେସନ୍ (ଲିଫ୍ଟ ଟେକ୍ନୋଲୋଜି) ଉପରେ ଏକ ନୂତନ ତାଲିମ ପାଠ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏହି ଆଧୁନିକ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ବେଷୟିକ ଶିକ୍ଷା ଓ ତାଲିମ ଦିଆଯିବ। ଫଳରେ ସେମାନେ ଲିଫ୍ଟ, ଏସ୍କାଲେଟର, ଟ୍ରାଭେଲେଟରର ସ୍ଥାପନା, କାର୍ଯ୍ୟକ୍ଷମ, ରକ୍ଷଣାବେକ୍ଷଣ, ମରାମତି ଓ ଯାଞ୍ଚ ଆଦି କାର୍ଯ୍ୟ କରିବାରେ ସକ୍ଷମ ହେବେ। ଏହି ବିଷୟରେ ତାଲିମ ନେବାକୁ ଆସୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଆକର୍ଷଣୀୟ ନିଯୁକ୍ତି ସୁଯୋଗ ରହିଛି।

ସ୍ପଟ୍ ନାମଲେଖା ସମ୍ପର୍କରେ ପ୍ରାର୍ଥୀମାନେ ବିଶ୍ୱ ଦକ୍ଷତା କେନ୍ଦ୍ରର ୱେବସାଇଟରୁ ଙ୍ଗଙ୍ଗଙ୍ଗ.ଙ୍ଗକ୍ଟକ୍ସକ୍ଷୟଗ୍ଦଳସକ୍ଷକ୍ଷମରଦ୍ଭଗ୍ଧରକ୍ସ.କ୍ଟକ୍ସଶ ଅଧିକ ସୂଚନା ପାଇପାରିବେ। ତା’ଛଡ଼ା ୧୮୦୦ ୨୬୬ ୬୦୦୨/ ୦୬୭୪ ୨୫୮୦୦୭୯ ନମ୍ବରରେ କଲ୍ କରିପାରିବେ।

Categories
ଆଜିର ଖବର ଜାତୀୟ ଖବର

ବିଶ୍ୱ ଦକ୍ଷତା କେନ୍ଦ୍ରରେ ୨୦୨୩-୨୪ ବ୍ୟାଚରେ ନାମଲେଖା ଲାଗି କଉନସେଲିଂ ଆରମ୍ଭ

ଭୁବନେଶ୍ୱର: ବିଶ୍ୱ ଦକ୍ଷତା କେନ୍ଦ୍ରରେ ୨୦୨୩-୨୪ ବ୍ୟାଚ ଲାଗି ନାମଲେଖା ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । \”ସ୍କୁଲ ଅଫ୍ ଇଞ୍ଜିନିୟରିଂ\’ ବିଭାଗ ଅଧୀନରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ନାମଲେଖା ଲାଗି ସୋମବାରଠାରୁ ପ୍ରାର୍ଥୀମାନଙ୍କର କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହା ଅକ୍ଟୋବର ୧୨ ତାରିଖ ଯାଏଁ ଚାଲିବ ।

ସ୍କୁଲ ଅଫ ଇଞ୍ଜିନିୟରିଂ ବିଭାଗରେ ଚଳିତ ବ୍ୟାଚରେ ମୋଟ ୫ଟି ଅତ୍ୟାଧୁନିକ ବିଷୟରେ ତାଲିମ ଦିଆଯାଉଛି । ଏଥିପାଇଁ ନିକଟରେ ଅନଲାଇନ ମାଧ୍ୟମରେ ପ୍ରବେଶିକା ପରୀକ୍ଷା ହୋଇଥିଲା । ଏଥିରେ ବିଭିନ୍ନ ରାଙ୍କ ପାଇଥିବା ପ୍ରାର୍ଥୀମାନଙ୍କର ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ କାଉନସେଲିଂ କରାଯାଇ ନାମଲେଖା ଯାଉଛି ।

ଏହି କାଉନସେଲିଂ ପ୍ରକ୍ରିୟା ସକାଳ ୮ଟାରୁ ଆରମ୍ଭ ହୋଇ ଅପରାହ୍ଣ ଯାଏଁ ଚାଲୁଛି । ନିର୍ଦ୍ଧାରିତ ସମୟ ଭିତରେ ନିଜ ନିଜ ରାଙ୍କ ଅନୁସାରେ ପ୍ରାର୍ଥୀମାନେ ଉପସ୍ଥିତ ରହିବାକୁ ବିଶ୍ୱ ଦକ୍ଷତା କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି ।

ପ୍ରାର୍ଥୀମାନେ ନିଜ ନିଜର ଆଧାରକାର୍ଡ ଏବଂ ପାସପୋର୍ଟ ଫଟୋ ସହିତ ମାଟ୍ରିକ, ଆଇଟିଆଇ କିମ୍ବା ଡିପ୍ଲୋମା ଏବଂ ସିଏଲସି ସାର୍ଟିଫିକେଟ ସାଙ୍ଗରେ ନେଇ ଆସିବାକୁ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଅନୁସୂଚିତ ଜାତି, ଜନଜାତି ଏବଂ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କୁ ଜାତିଗତ ପ୍ରମାଣପତ୍ର ଆଣିବାକୁ କୁହାଯାଇଛି ।

ବିଶ୍ୱ ଦକ୍ଷତା କେନ୍ଦ୍ରରେ ଚଳିତ ବର୍ଷ ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗଙ୍କ ସହିତ ସଂଖ୍ୟାଲଘୁ ସଂପ୍ରଦାୟର ଛାତ୍ରଛାତ୍ରୀଙ୍କ ପାଇଁ କୋର୍ସ ଫି\’ ସମ୍ପୂର୍ଣ୍ଣ ମାଗଣା ରହିଛି ।

ବିଶ୍ୱ ଦକ୍ଷତା କେନ୍ଦ୍ର ପକ୍ଷରୁ ୨୦୨୩-୨୪ ବ୍ୟାଚରେ ମୋଟ ୭ଟି ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ତାଲିମ ଦିଆଯିବ । ସ୍କୁଲ ଅଫ୍ ଇଞ୍ଜିନିୟରିଂ ବିଭାଗ ଅଧୀନରେ ୫ଟି ବିଷୟ – ମେକାନିକାଲ ଆଣ୍ଡ ଇଲେକ୍ଟ୍ରିକାଲ ସର୍ଭିସେସ୍‌, ମେକାଟ୍ରୋନିକ୍ସ, ଇଲେକ୍ଟ୍ରିକାଲ ଟେକ୍ନୋଲୋଜି, ଏୟାର କଣ୍ଡିସନିଂ ଆଣ୍ଡ ରେଫ୍ରିଜରେସନ ଏବଂ ଭର୍ଟିକାଲ ଟ୍ରାନ୍ସପୋର୍ଟେସନ ରହିଛି ।

ସ୍କୁଲ ଅଫ୍ ସର୍ଭିସେସ୍ ବିଭାଗ ଅଧୀନରେ ବ୍ୟୁଟି ୱେଲନେସ୍ ଆଣ୍ଡ ସ୍ପା ଏବଂ ହେୟାର ଫ୍ୟାସନ ଆଣ୍ଡ ଡିଜାଇନ ଭଳି ୨ଟି ବିଷୟ ରହିଛି ।

୨୦୨୩-୨୪ ଶିକ୍ଷା ବର୍ଷରୁ ବିଶ୍ୱ ଦକ୍ଷତା କେନ୍ଦ୍ର ପକ୍ଷରୁ \”ଭର୍ଟିକାଲ ଟ୍ରାନ୍ସପୋର୍ଟେସନ୍‌\’ ଉପରେ ଏକ ନୂତନ ତାଲିମ ପାଠ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏହି ପାଠ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ସମ୍ପୃକ୍ତ ବିଷୟରେ ଆବଶ୍ୟକ ବୈଷୟିକ ଶିକ୍ଷା ଓ ତାଲିମ ଦିଆଯିବ । ଫଳରେ ସେମାନେ ଆଧୁନିକ ଲିଫ୍ଟ, ଏସ୍କାଲେଟର, ଟ୍ରାଭେଲଟରର ସ୍ଥାପନା, ତାହାକୁ କାର୍ଯ୍ୟକ୍ଷମ କରିବା, ରକ୍ଷଣାବେକ୍ଷଣ, ମରାମତି ଓ ଯାଞ୍ଚ ଆଦି କାର୍ଯ୍ୟ କରିବାରେ ସକ୍ଷମ ହେବେ ।

ଏହି ଅତ୍ୟାଧୁନିକ ପାଠ୍ୟକ୍ରମ ଆରମ୍ଭ କରିବାରେ ବିଶ୍ୱ ଦକ୍ଷତା କେନ୍ଦ୍ର ସାରା ଦେଶରେ ପ୍ରଥମ । ଚଳିତ ଶିକ୍ଷା ବର୍ଷରେ ବିଶ୍ୱ ଦକ୍ଷତା କେନ୍ଦ୍ରରେ ଏହି ବିଷୟରେ ତାଲିମ ନେବାକୁ ଆସୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଆକର୍ଷଣୀୟ ନିଯୁକ୍ତିର ସୁଯୋଗ ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ବିଶ୍ୱ ଦକ୍ଷତା କେନ୍ଦ୍ରରେ ‘ଭର୍ଟିକାଲ ଟେକ୍‌ନୋଲୋଜି’ ଉପରେ ନୂଆ ପାଠ୍ୟକ୍ରମ, ବିଶ୍ୱସ୍ତରୀୟ କ୍ୟାରିୟର ସୁଯୋଗ

ଭୁବନେଶ୍ୱର: ଆଜି ସହର ତଥା ମହାନଗରଗୁଡ଼ିକରେ ବଡ଼ ବଡ଼ ଆପାର୍ଟମେଣ୍ଟ, ବହୁତଳବିଶିଷ୍ଟ ଆଧୁନିକ କାର୍ଯ୍ୟାଳୟ, ବିସ୍ତୃତ ବିମାନବନ୍ଦର, ମଲ୍ ଏବଂ ବିଭିନ୍ନ ସର୍ବସାଧାରଣ ସ୍ଥଳ ପାଇଁ ସୁଉଚ୍ଚ ଅଟ୍ଟାଳିକା ନିର୍ମାଣ ଏକ ଆବଶ୍ୟକତାରେ ପରିଣତ ହୋଇଛି। ଏହି ବହୁତଳ କୋଠାଗୁଡ଼ିକରେ ଲୋକମାନଙ୍କ ଯିବାଆସିବା ଏବଂ ଜିନିଷପତ୍ର ପରିବହନ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ । ଏଥିପାଇଁ ସାରା ବିଶ୍ୱରେ ଏଲିଭେଟର, ଏସ୍କାଲେଟର ଓ ଟ୍ରାଭେଲେଟର ପରି ଆଧୁନିକ ଯନ୍ତ୍ରର ଚାହିଦା ବଢ଼ିବାରେ ଲାଗିଛି । ତା’ ସାଙ୍ଗକୁ ଏସବୁର ପରିଚାଳନା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ତଥା ଦକ୍ଷ ମାନବ ସମ୍ବଳର ଆବଶ୍ୟକତା ମଧ୍ୟ ବଢୁଛି ।

ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ପକ୍ଷରୁ ‘ଭର୍ଟିକାଲ ଟ୍ରାନ୍ସପୋର୍ଟେସନ୍‌’ ଉପରେ ଏକ ନୂତନ ତାଲିମ ପାଠ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଫଳରେ ଓଡ଼ିଶା ସରକାରଙ୍କ ‘ସ୍କିଲ୍‌ଡ ଇନ୍ ଓଡ଼ିଶା’ ପରିକଳ୍ପନା ଅଧୀନରେ ରାଜ୍ୟର ଯୁବବର୍ଗଙ୍କୁ ଏହି ଅତ୍ୟାଧୁନିକ ବିଷୟରେ ତାଲିମ ଦେଇ ସେମାନଙ୍କୁ ବିଶ୍ୱସ୍ତରୀୟ କ୍ୟାରିୟର ଗଢ଼ିବା ଲାଗି ପ୍ରସ୍ତୁତ କରାଯିବ ।

୨୦୨୩-୨୪ ଶିକ୍ଷାବର୍ଷରୁ ଆରମ୍ଭ ହେବାକୁ ଯାଉଥିବା ଏହି ନୂତନ ପାଠ୍ୟକ୍ରମର ନାଁ ରହିଛି ‘ଆଡ୍‌ଭାନ୍ସଡ୍ ସାର୍ଟିଫିକେଟ୍ ଇନ୍ ଫ୍ୟାସିଲିଟି ଟେକ୍‌ନୋଲୋଜି (ଭର୍ଟିକାଲ ଟ୍ରାନ୍ସପୋର୍ଟେସନ୍‌)’ । ସିଙ୍ଗାପୁର ସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍‌ନିକାଲ ଏଜୁକେସନର (ଆଇଟିଇଇଏସ୍‌) ତତ୍ତ୍ୱାବଧାନରେ ଏହି ପାଠ୍ୟକ୍ରମର ପରିକଳ୍ପନା କରାଯାଇଛି । ଏହି ପାଠ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ସମ୍ପୃକ୍ତ ବିଷୟରେ ଆବଶ୍ୟକ ବୈଷୟିକ ଶିକ୍ଷା ଓ ତାଲିମ ଦିଆଯିବ । ଫଳରେ ସେମାନେ ଆଧୁନିକ ଲିଫ୍ଟ ଓ ଏସ୍କାଲେଟରର ସ୍ଥାପନା, ତାହାକୁ କାର୍ଯ୍ୟକ୍ଷମ କରିବା, ରକ୍ଷଣାବେକ୍ଷଣ, ମରାମତି ଓ ଯାଂଚ ଆଦି କାର୍ଯ୍ୟ କରିବାରେ ସକ୍ଷମ ହେବେ । ଏହା ସେମାନଙ୍କୁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଆକର୍ଷଣୀୟ ନିଯୁକ୍ତିର ସୁଯୋଗ ଆଣିଦେଇପାରିବ ।

ବିଶ୍ୱ ଦକ୍ଷତା କେନ୍ଦ୍ରର ସ୍କୁଲ୍ ଅଫ୍ ଇଞ୍ଜିନିୟରିଂ ବିଭାଗ ଅଧୀନରେ ଥିବା ଏହି ୧ ବର୍ଷିଆ ପାଠ୍ୟକ୍ରମ ପାଇଁ ଆଇଟିଆଇ (୨ବର୍ଷିଆ) କିମ୍ବା ପଲିଟେକ୍‌ନିକ୍‌ରେ ଡିପ୍ଲୋମା କରିଥିବା ଓଡ଼ିଶାର ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ । ଏଠାରେ ଜୀବନ୍ତ ମଡେଲ ଜରିଆରେ ସିମୁଲେସନ ସହିତ ଭର୍ଟିକାଲ ଟେକ୍ନେଲୋଜିର ବିଭିନ୍ନ ଦିଗ ଉପରେ ଶିକ୍ଷା ଓ ତାଲିମ ଦିଆଯିବ । ଏଥିପାଇଁ ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ଲ୍ୟାବ୍ ପ୍ରତିଷ୍ଠା କରାଯାଇଛି । ଫଳରେ ଏହା ଏସ୍କାଲେଟର, ଏଲିଭେଟର ଏବଂ ଅନୁରୂପ ଯନ୍ତ୍ରର ସ୍ଥାପନା ଓ କାର୍ଯ୍ୟକାରିତା, ପରିଚାଳନା ଓ ରକ୍ଷଣାବେକ୍ଷଣ ଆଦି ବିଷୟରେ ତାଲିମ ଦେବାରେ ବିଶେଷ ସହାୟକ ହେବ ।

ଏଭଳି ସମସାମୟିକ ପାଠ୍ୟକ୍ରମ ଆରମ୍ଭ କରିବା ସହ ଅତ୍ୟାଧୁନିକ ଲାବୋରେଟୋରିର ସମନ୍ୱୟ ଫଳରେ ‘ଭର୍ଟିକାଲ ଟ୍ରାନ୍ସପୋର୍ଟେସନ୍‌’ ବିଷୟରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ କ୍ଷେତ୍ରରେ ବିଶ୍ୱ ଦକ୍ଷତା କେନ୍ଦ୍ର ଆଜି ଦେଶରେ ପ୍ରଥମ କହିଲେ ଭୁଲ ହେବନାହିଁ ।

ବୈଷୟିକ ପାଠ୍ୟକ୍ରମ ସହିତ ଏଠାରେ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ପାଇଁ ଯୋଗାଯୋଗ ଦକ୍ଷତା, ବୃତ୍ତିଗତ ବିକାଶ, ଡିଜାଇନ୍ ଥିଙ୍କିଙ୍ଗ୍‌, ଉଦ୍ୟୋଗ ବିକାଶ, କ୍ରୀଡ଼ା ଏବଂ ସୁସ୍ୱାସ୍ଥ୍ୟ ଆଦି ବିଷୟକୁ ନେଇ ବିଶେଷ ଜୀବନ କୌଶଳ ତାଲିମ ମଧ୍ୟ ଦିଆଯାଉଛି ।

ସେହିପରି ‘ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ ପ୍ରୋଗ୍ରାମ’ ଏବଂ ‘ଷ୍ଟୁଡେଣ୍ଟ ଇଣ୍ଟର୍ଣ୍ଣସିପ୍ ପ୍ରୋଗ୍ରାମ’ ଜରିଆରେ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସିଙ୍ଗାପୁର ଭଳି ଅନ୍ତର୍ଜାତୀୟ ସ୍ତରରେ ତାଲିମ ଓ କାମ କରିବାର ସୁଯୋଗ ଦେଉଛି ବିଶ୍ୱ ଦକ୍ଷତା କେନ୍ଦ୍ର । ଫଳରେ ବିଶ୍ୱସ୍ତରୀୟ ଅଭିଜ୍ଞତା ହାସଲ କରି ସେମାନେ ନିଜ କ୍ୟାରିୟରକୁ ନୂଆ ଦିଗ ଦେଇପାରୁଛନ୍ତି ।

ଚଳିତ ଶିକ୍ଷାବର୍ଷ ପାଇଁ ବିଶ୍ୱ ଦକ୍ଷତା କେନ୍ଦ୍ରରେ ନାମଲେଖା ପ୍ରକ୍ରିୟା ଜାରି ରହିଛି । ଏହାର ସ୍କୁଲ ଅଫ୍ ଇଞ୍ଜିନିୟରିଂ ବିଭାଗ ଅଧୀନରେ ଅନ୍‌ଲାଇନ୍ ପ୍ରବେଶିକାରେ ଚୟନ ହୋଇଥିବା ଛାତ୍ରଛାତ୍ରୀମାନଙ୍କର ଅକ୍ଟୋବର ୯ରୁ ୧୨ ତାରିଖ ମଧ୍ୟରେ କାଉନସେଲିଂ କରାଯିବ । ସ୍କୁଲ୍ ଅଫ୍ ଇଞ୍ଜିନିୟରିଂ ଏବଂ ସ୍କୁଲ୍ ଅଫ୍ ସର୍ଭିସେସ୍‌, ଦୁଇଟି ବିଭାଗ ଅଧୀନରେ ଏଠାରେ ମୋଟ ୭ଟି ବିଷୟକୁ ନେଇ ନୂଆ ସେସନ୍ ଆରମ୍ଭ ହେବାକୁ ଯାଉଛି ।

Categories
ଆଜିର ଖବର ରାଜ୍ୟ ଖବର

ଆଜିଠୁ ବିଶ୍ୱ ଦକ୍ଷତା କେନ୍ଦ୍ରରେ ନାମଲେଖା ପାଇଁ ଅନଲାଇନରେ ପ୍ରମାଣପତ୍ର ଦାଖଲ ପ୍ରକ୍ରିୟା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ୨୦୨୩-୨୪ ବ୍ୟାଚରେ ନାମଲେଖା ପାଇଁ ଅନଲାଇନ ମାଧ୍ୟମରେ ସାର୍ଟିଫିକେଟ ଓ ଆବଶ୍ୟକ ବିଭିନ୍ନ ପ୍ରମାଣପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଅନଲାଇନ ଜରିଆରେ ଏହି ପ୍ରମାଣପତ୍ର ଦାଖଲ ପ୍ରକ୍ରିୟା ଆଜିଠାରୁ ଦିନ ୧୧ଟାରୁ ଆରମ୍ଭ ହୋଇଛି। ଏହା ସେପ୍ଟେମ୍ବର ୩୦ ତାରିଖ ରାତି ୧୧ଟା ପର୍ଯ୍ୟନ୍ତ ଖୋଲା ରହିବ।

ଏହି ନିର୍ଦ୍ଧାରିତ ସମୟ ଭିତରେ ପ୍ରାର୍ଥୀମାନେ ସମସ୍ତ ପ୍ରମାଣପତ୍ର ଦାଖଲ କରିବାକୁ ବିଶ୍ୱ ଦକ୍ଷତା କେନ୍ଦ୍ର ପକ୍ଷରୁ କୁହାଯାଇଛି। “ସ୍କୁଲ ଅଫ୍ ଇଞ୍ଜିନିୟରିଂ’ ବିଭାଗରେ ଅନଲାଇନ ପ୍ରବେଶିକା ପରୀକ୍ଷା ଦେଇ ପରବର୍ତ୍ତି ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀ ଏବଂ “ସ୍କୁଲ ଅଫ୍ ସର୍ଭିସେସ୍‌” ବିଭାଗରେ ଆବେଦନ କରିଥିବା ସମସ୍ତ ପ୍ରାର୍ଥୀ ଏହି ନିର୍ଦ୍ଧାରିତ ସମୟ ଭିତରେ ଅନଲାଇନରେ ଆବଶ୍ୟକ ପ୍ରମାଣପତ୍ର ଦାଖଲ କରିପାରିବେ।

ବିଶ୍ୱ ଦକ୍ଷତା କେନ୍ଦ୍ରର ୱେବସାଇଟରେ www.worldskillcenter.org ଦିଆଯାଇଥିବା ଲିଙ୍କରେ କ୍ଲିକ୍ କରି ପ୍ରାର୍ଥୀମାନେ ଆବଶ୍ୟକ ପ୍ରମାଣପତ୍ର ଦାଖଲ କରିପାରିବେ । ଏହି ଲିଙ୍କ୍ ସେପ୍ଟେମ୍ବର ୨୬ ଦିନ ୧୧ଟାରୁ ଖୋଲା ରହିବ।

ପ୍ରାର୍ଥୀମାନେ ନିଜ ନିଜର ଆଧାରକାର୍ଡ ଏବଂ ପାସପୋର୍ଟ ଫଟୋ ସହିତ ମାଟ୍ରିକ, ଆଇଟିଆଇ କିମ୍ବା ଡିପ୍ଲୋମା ଏବଂ ଯୁକ୍ତ ଦୁଇ କିମ୍ବା ଡିପ୍ଲୋମା ସାର୍ଟିଫିକେଟ ଦାଖଲ କରିପାରିବେ। ସେହିପରି ଅନୁସୂଚିତ ଜାତି ବର୍ଗର ଛାତ୍ରଛାତ୍ରୀ ଜାତିଗତ ପ୍ରମାଣପତ୍ର ଦେବେ। ସ୍କୁଲ୍ ଅଫ୍ ସର୍ଭିସେସ୍ ବିଭାଗ ଲାଗି ପ୍ରାର୍ଥୀମାନେ ମେଡିକାଲ ସାର୍ଟିଫିକଟ ଦାଖଲ କରିବାକୁ ବିଶ୍ୱ ଦକ୍ଷତା କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।

ବିଶ୍ୱ ଦକ୍ଷତା କେନ୍ଦ୍ରରେ ୨୦୨୩-୨୪ ବ୍ୟାଚରେ ମୋଟ ୭ଟି ଅତ୍ୟାଧୁନିକ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଦକ୍ଷତା ବିକାଶ ତାଲିମ ଦିଆଯିବ। ତା’ ଭିତରେ ସ୍କୁଲ ଅଫ୍ ଇଞ୍ଜିନିୟରିଂ ବିଭାଗରେ ମେକାଟ୍ରୋନିକ୍ସ, ମେକାନିକାଲ ଆଣ୍ଡ ଇଲେକ୍ଟ୍ରିକାଲ ସର୍ଭିସେସ୍‌, ଏୟାର କଣ୍ଡିସନିଂ ଆଣ୍ଡ ରେଫ୍ରିଜରେସନ, ଇଲେକ୍ଟ୍ରିକାଲ ଟେକ୍ନୋଲୋଜି ଏବଂ ଭର୍ଟିକାଲ ଟ୍ରାନ୍ସପୋର୍ଟେସନ ଭଳି ୫ଟି ବିଷୟ ରହିଛି।

ସେହିପରି ସ୍କୁଲ ଅଫ୍ ସର୍ଭିସେସ୍ ବିଭାଗ ଅଧୀନରେ ବ୍ୟୁଟି ୱେଲନେସ୍ ଆଣ୍ଡ ସ୍ପା ଏବଂ ହେୟାର ଫ୍ୟାସନ ଆଣ୍ଡ ଡିଜାଇନ ଭଳି ୨ଟି ବିଷୟ ରହିଛି।

Categories
ଆଜିର ଖବର ଜାତୀୟ ଖବର

ବିଶ୍ୱ ଦକ୍ଷତା କେନ୍ଦ୍ରର ୨୪ ଜଣ ଛାତ୍ରଛାତ୍ରୀଙ୍କୁ ଟାଟା ଷ୍ଟିଲରେ ନିଯୁକ୍ତି

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ତାଲିମ ପାଠ୍ୟକ୍ରମ ଶେଷ କରିଥିବା ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଜାତୀୟ ତଥା ଅନ୍ତର୍ଜାତୀୟ କମ୍ପାନିରେ ନିଯୁକ୍ତି ସୁଯୋଗ ପ୍ରଦାନ କରାଯାଉଛି। ଏହି କ୍ରମରେ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଶୁକ୍ରବାର ଦିନ ଟାଟା ଷ୍ଟିଲ ପକ୍ଷରୁ ହୋଇଥିବା ଦ୍ୱିତୀୟ ପ୍ଲେସମେଣ୍ଟ ଇଣ୍ଟରଭିଉ କାର୍ଯ୍ୟକ୍ରମରେ ୨୦୨୧-୨୨ ବ୍ୟାଚର ୨୪ ଜଣ ଛାତ୍ରଛାତ୍ରୀ ନିଯୁକ୍ତି ପାଇଛନ୍ତି।

ଟାଟା ଷ୍ଟିଲରେ ନିଯୁକ୍ତି ପାଇଥିବା ଛାତ୍ରଛାତ୍ରୀମାନେ ଓଡ଼ିଶାର ବିଭିନ୍ନ ସ୍ଥାନରେ କାମ କରିବାର ସୁଯୋଗ ପାଇବେ। ଏଥିପାଇଁ ସେମାନଙ୍କ ଭିତରେ ବିଶେଷ ଉତ୍ସାହ ଦେଖିବାକୁ ମିଳିଛି। ଏହି ସୁଯୋଗ ଲାଗି ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ରକୁ ଧନ୍ୟବାଦ ଜଣାଇଛନ୍ତି।

ଏହି ଅବସରରେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷା ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଅଳକା ମିଶ୍ର ନିଯୁକ୍ତି ପାଇଥିବା ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ବିଶ୍ୱ ଦକ୍ଷତା କେନ୍ଦ୍ରର ‘ସ୍କୁଲ ଅଫ ଇଞ୍ଜିନିୟରିଂ’ ଏବଂ ‘ସ୍କୁଲ ଅଫ୍ ସର୍ଭିସେସ୍’ ବିଭାଗ ଅଧୀନରେ ଚଳିତ ବର୍ଷ ତାଲିମ ଶେଷ କରିଥିବା ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ସୁଯୋଗ ଦେବା ପାଇଁ ପ୍ଲେସମେଣ୍ଟ କାର୍ଯ୍ୟକ୍ରମ ଚାଲୁ ରହିଛି। ଏହି ବ୍ୟାଚରେ ୯୦ ପ୍ରତିଶତ ଛାତ୍ରଛାତ୍ରୀ ବିଭିନ୍ନ କମ୍ପାନିରେ ନିଯୁକ୍ତି ସୁଯୋଗ ପାଇଥିବା ବେଳେ ତା’ଭିତରେ ୨୫ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ଅନ୍ତର୍ଜାତୀୟ ସ୍ତରରେ ନିଯୁକ୍ତି ମିଳିଛି।

ବର୍ତ୍ତମାନ ସୁଦ୍ଧା ଟାଟା ଷ୍ଟିଲ, ଆର୍ସେଲର ମିତ୍ତଲ, ଆଇଏଚସିଏଲ, ମେଘାଭି ୱେଲନେସ୍, ହୋଣ୍ଡା କାରସ, ଦୁବାଇର ଏମରିଲ ଗ୍ରୁପ୍ ଏବଂ ଗ୍ରୀନ ଟ୍ରେଣ୍ଡସ୍ ଭଳି ପ୍ରତିଷ୍ଠିତ କମ୍ପାନି ଓଡ଼ିଶା ଆସି ବିଶ୍ୱ ଦକ୍ଷତା କେନ୍ଦ୍ରରୁ ତାଲିମପ୍ରାପ୍ତ ଯୁବପିଢ଼ିକୁ ନିଯୁକ୍ତି ଲାଗି ଚୟନ କରିଛନ୍ତି।
ଚଳିତ ବର୍ଷ ଟାଟା ଷ୍ଟିଲ ପକ୍ଷରୁ ଆୟୋଜିତ ପ୍ରଥମ ପ୍ଲେସମେଣ୍ଟ କାର୍ଯ୍ୟକ୍ରମରେ ୪୫ ଜଣ ଛାତ୍ରଛାତ୍ରୀ ନିଯୁକ୍ତି ସୁଯୋଗ ପାଇଥିଲେ। ତା’ ଭିତରେ ୨୦୨୨-୨୩ ବ୍ୟାଚର ୩୯ ଜଣ ଛାତ୍ରଛାତ୍ରୀ ଥିବା ବେଳେ ୨୦୨୧-୨୨ର ୬ ଜଣ ନିଯୁକ୍ତି ପାଇଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ସ୍କିଲ୍ଡ ଇନ୍ ଓଡ଼ିଶା’ ପରିକଳ୍ପନା ଏବଂ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ଅଧୀନରେ ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଭୁବନେଶ୍ୱରଠାରେ ବିଶ୍ୱ ଦକ୍ଷତା କେନ୍ଦ୍ର ସ୍ଥାପନ କରାଯାଇଛି। ଏହି କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କୁ ଶିଳ୍ପ-ଅନୁକୂଳ ତାଲିମ ସହ ବିଭିନ୍ନ ଜୀବନ କୌଶଳ ଶିକ୍ଷା ଦେଇ ପ୍ରସ୍ତୁତ କରାଯାଉଥିବାରୁ ଦେଶବିଦେଶର କମ୍ପାନିମାନେ ସେମାନଙ୍କୁ ନିଯୁକ୍ତି ଦେବା ଲାଗି ଆଗ୍ରହ ପ୍ରକାଶ କରୁଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବିଶ୍ୱ ଦକ୍ଷତା କେନ୍ଦ୍ରର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବ, ବିଶ୍ୱସ୍ତରୀୟ ତାଲିମ ନେଇ ବାହାରିଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦ୍ୱାରା ଭୁବନେଶ୍ୱରଠାରେ ପ୍ରତିଷ୍ଠିତ “ବିଶ୍ୱ ଦକ୍ଷତା କେନ୍ଦ୍ର”ର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୨୦୨୨-୨୩ ବ୍ୟାଚର ୬ଟି ଟ୍ରେଡରେ ତାଲିମ ପାଠ୍ୟକ୍ରମ ଶେଷ କରିଥିବା କେନ୍ଦ୍ରର ଛାତ୍ରଛାତ୍ରୀମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା।

ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ବିଶ୍ୱ ଦକ୍ଷତା କେନ୍ଦ୍ର କ୍ୟାମ୍ପସରେ ଗୁରୁବାର ଦିନ ଏହି ସମାବର୍ତ୍ତନ ଉତ୍ସବର ଆୟୋଜନ କରାଯାଇଥିଲା। ଏଥିରେ ସ୍କୁଲ ଅଫ୍ ଇଞ୍ଜିନିୟରିଂ ଏବଂ ସ୍କୁଲ ଅଫ୍ ସର୍ଭିସେସ୍ ପ୍ରତ୍ୟେକ ବିଭାଗରୁ ଶ୍ରେଷ୍ଠ ଛାତ୍ର/ଛାତ୍ରୀଙ୍କୁ “ବେଷ୍ଟ ଟ୍ରେନି” ଭାବେ ସମ୍ମାନିତ କରାଯାଇଥିଲା।

ଦକ୍ଷତା କେନ୍ଦ୍ରରେ ତାଲିମ ଦିଆଯାଉଥିବା ୬ଟି ବିଷୟକୁ ନେଇ ପ୍ରତ୍ୟେକ ଟ୍ରେଡର ପ୍ରଥମ ତିନୋଟି ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ଯଥାକ୍ରମେ ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ମେଡାଲ ମଧ୍ୟ ପ୍ରଦାନ କରାଯାଇଥିଲା। ଏହିଭଳି ୧୮ ଜଣ ଛାତ୍ରଛାତ୍ରୀଙ୍କୁ ମଞ୍ଚରେ ସମ୍ମାନିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଊଷା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସଫଳ କ୍ୟାରିୟର ଗଢ଼ିବାନେଇ ପରାମର୍ଶ ଦେଇଥିଲେ।

“ଛାତ୍ରଛାତ୍ରୀମାନଙ୍କ ଜୀବନର ଲକ୍ଷ୍ୟ ସବୁବେଳେ ବଡ଼ ହେବା ଦରକାର । ଲକ୍ଷ୍ୟ ବଡ଼ ହେଲେ ହିଁ ଆମର ସ୍ୱପ୍ନ ପୂରଣ ହୋଇପାରିବ। କ୍ୟାରିୟର ଗଠନ ବେଳେ ଅନେକ ଆହ୍ୱାନ ଆସିଥାଏ। କିନ୍ତୁ ସେସବୁକୁ ସାମ୍ନା କରି ଆମକୁ ଆଗକୁ ଯିବାକୁ ହେବ। ନିଜର ଦକ୍ଷତା ଏବଂ ସାଧନା ସହ ଧୌର୍ଯ୍ୟ ଓ ନିଷ୍ଠା ଉପରେ ଜୋର୍ ଦେଲେ ଆମକୁ ସବୁ କାମରେ ନିଶ୍ଚୟ ସଫଳତା ମିଳିପାରିବ”, କହିଛନ୍ତି ଊଷା ପାଢ଼ୀ।

ଏହି ଅବସରରେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷା ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଅଳକା ମିଶ୍ର ବିଦାୟୀ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଓ ଶୁଭକାମନା ଜଣାଇଥିଲେ।

ଚଳିତ ବର୍ଷ କ୍ୟାମ୍ପସ ନିଯୁକ୍ତି କ୍ଷେତ୍ରରେ ବିଶ୍ୱ ଦକ୍ଷତା କେନ୍ଦ୍ର ଏକ ନୂଆ ଅନୁଭବ ହାସଲ କରିଛି । ବିଭିନ୍ନ ପ୍ରତିଷ୍ଠିତ ଜାତୀୟ ଏବଂ ଅନ୍ତର୍ଜାତୀୟ କମ୍ପାନି ଓଡ଼ିଶା ଆସି ଏହି କେନ୍ଦ୍ରରୁ ତାଲିମପ୍ରାପ୍ତ ଯୁବପିଢ଼ିକୁ ନିଯୁକ୍ତି ଲାଗି ଚୟନ କରିଛନ୍ତି। ଏହି ବ୍ୟାଚରେ ୯୦ ପ୍ରତିଶତ ଛାତ୍ରଛାତ୍ରୀ ବିଭିନ୍ନ କମ୍ପାନିରେ ନିଯୁକ୍ତି ସୁଯୋଗ ପାଇଥିବା ବେଳେ ତା’ ଭିତରେ ୨୫ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ଅନ୍ତର୍ଜାତୀୟ ସ୍ତରରେ ନିଯୁକ୍ତି ମିଳିଛି।

ଏହି ସଫଳତାକୁ ଆଧାରକରି ସମାବର୍ତ୍ତନ ଉତ୍ସବ ଅବସରରେ ପ୍ରମୁଖ ନିଯୁକ୍ତିଦାତାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେମାନଙ୍କ ମଧ୍ୟରେ ଆର୍ସେଲର ମିତ୍ତଲ ଏବଂ ନିପନ୍ ଷ୍ଟିଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁରେଶ ଜି, ସିଏସଆର ମୁଖ୍ୟ ବିକାଶ ୟାଦବେନ୍ଦୁ ଏବଂ ବିବାନ୍ତା ହୋଟେଲ ଚେନର ସିଜିଏମ ଆଶୀର୍ବାଦ ପ୍ରହରାଜଙ୍କୁ ମଞ୍ଚରେ ସମ୍ମାନିତ କରାଯାଇଥିଲା।

ଏହି ଉତ୍ସବରେ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରେଘୁ ଜି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭାଗର ଅତିରିକ୍ତ ସଚିବ ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଓଓ ପିନାକୀ ପଟ୍ଟନାୟକ ଉପସ୍ଥିତ ଥିଲେ।

ସେହିପରି ଏହି କାର୍ଯ୍ୟକ୍ରମରେ ବିଶ୍ୱ ଦକ୍ଷତା କେନ୍ଦ୍ରର ସ୍କୁଲ ଅଫ୍ ଇଞ୍ଜିନିୟରିଂ ବିଭାଗର ନିର୍ଦ୍ଦେଶକଙ୍କ ସହିତ ନିର୍ଦ୍ଦେଶକ (ଏକାଡେମୀ), ନିର୍ଦ୍ଦେଶକ (ପ୍ରଶାସନ) ଏବଂ ସ୍କୁଲ ଅଫ୍ ସର୍ଭିସେସର ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମ ଆରମ୍ଭରେ ବିଶ୍ୱ ଦକ୍ଷତା କେନ୍ଦ୍ରର ଅଧ୍ୟକ୍ଷ ସଙ୍ଗରଣ ଗୋପାଳ ସ୍ୱାଗତ ଭାଷଣ ଦେଇଥିଲେ। ଶେଷରେ ଉପାଧ୍ୟକ୍ଷ ଡକ୍ଟର ଶୁଭଙ୍ଗ କିଶୋର ଦାସ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି ଅବସରରେ କେନ୍ଦ୍ରର ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାର ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ବିଶ୍ୱ ଦକ୍ଷତା କେନ୍ଦ୍ରର ୨୦୨୨-୨୩ ବ୍ୟାଚର ଛାତ୍ରଛାତ୍ରୀମାନେ ଅତ୍ୟାଧୁନିକ ତାଲିମ ନେଇ ବାହାରିଛନ୍ତି । ୨୦୨୩-୨୪ ତାଲିମ ବର୍ଷ ଲାଗି କେନ୍ଦ୍ରରେ ୨୨୦୦ ସିଟରେ ନାମଲେଖା ପାଇଁ ସୁଯୋଗ ସୃଷ୍ଟି କରାଯାଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ “ସ୍କିଲ୍ଡ ଇନ୍ ଓଡ଼ିଶା” ପରିକଳ୍ପନା ଏବଂ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ଅଧୀନରେ ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ବିଶ୍ୱ ଦକ୍ଷତା କେନ୍ଦ୍ର ସ୍ଥାପନ କରାଯାଇଛି। ଏହି ବିଶ୍ୱସ୍ତରୀୟ ତଥା ଶିଳ୍ପ-ଉପଯୋଗୀ ଅତ୍ୟାଧୁନିକ ତାଲିମ ଅନୁଷ୍ଠାନ ଦକ୍ଷତା ବିକାଶ କ୍ଷେତ୍ରରେ ଦେଶର ଏକ ଅନନ୍ୟ ଅନୁଷ୍ଠାନ ଭାବେ ପରିଚୟ ପାଇଛି।

Categories
ଆଜିର ଖବର ରାଜ୍ୟ ଖବର

ସିଙ୍ଗାପୁରରେ “ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ” କାର୍ଯ୍ୟକ୍ରମ ସାରି ଭୁବନେଶ୍ୱର ଫେରିଲେ ବିଶ୍ୱ ଦକ୍ଷତା କେନ୍ଦ୍ରର ଛାତ୍ରଛାତ୍ରୀ

ଭୁବନେଶ୍ୱର: ସିଙ୍ଗାପୁରର ଇନଷ୍ଟିଚ୍ୟୁଟ ଅଫ୍ ଟେକନିକାଲ ଏଜୁକେସନରେ (ଆଇଟିଇ) “ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ” କାର୍ଯ୍ୟକ୍ରମ ସାରି ଭୁବନେଶ୍ୱର ଫେରିଛନ୍ତି ବିଶ୍ୱ ଦକ୍ଷତା କେନ୍ଦ୍ରର ୪୦ ଜଣ ଛାତ୍ରଛାତ୍ରୀ। ମଙ୍ଗଳବାର ଅପରାହ୍ଣରେ ଛାତ୍ରଛାତ୍ରୀମାନେ ସିଙ୍ଗାପୁର-ଭୁବନେଶ୍ୱର ସିଧାସଳଖ ବିମାନଯୋଗେ ଆସିଥିଲେ।

ଏହି “ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ” କାର୍ଯ୍ୟକ୍ରମ ମଧ୍ୟରେ ବିଶ୍ୱ ଦକ୍ଷତା କେନ୍ଦ୍ରର ଛାତ୍ରଛାତ୍ରୀମାନେ “ଆଇଟିଇ”ରେ ଅତ୍ୟାଧୁନିକ ଡ୍ରୋନ ଟେକ୍ନୋଲୋଜି ଏବଂ ରୋବୋଟିକ୍ସ ବିଷୟରେ ଅତିରିକ୍ତ ତାଲିମ ନେଇଥିଲେ। ଡ୍ରୋନ୍ ଏବଂ ରୋବୋଟିକ୍ସର କୋର୍ଡିଂ ଓ ଏହାର ପରିଚାଳନା ବିଷୟରେ ସେମାନେ ଅଧିକ ଶିକ୍ଷାଲାଭ କରିଥିଲେ।

ଏହି ଅବସରରେ ଛାତ୍ରଛାତ୍ରୀମାନେ ସିଙ୍ଗାପୁରର ବିଜ୍ଞାନ କେନ୍ଦ୍ର ପରିଦର୍ଶନରେ ଯାଇଥିଲେ। ସେଠାରେ ସେମାନେ ଅତ୍ୟାଧୁନିକ ଜ୍ଞାନକୌଶଳରେ ର୍ନିମିତ ବିଭିନ୍ନ ଉପକରଣ ବୁଲି ଦେଖିବା ସହ ଏହାର ପ୍ରୟୋଗ ବିଷୟରେ ପଚାରି ବୁଝିଥିଲେ।

ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷା ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଅଳକା ମିଶ୍ର “ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ” କାର୍ଯ୍ୟକ୍ରମରୁ ଫେରିଥିବା ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବିଦେଶରୁ ସେମାନେ ଯେଉଁ ଅନୁଭୂତି ନେଇ ଫେରିଛନ୍ତି ତାହା ସେମାନଙ୍କ କ୍ୟାରିୟର ସ୍ୱପ୍ନ ସାକାର କରିବାରେ ସହାଯ୍ୟ କରିବ।

“ରୋବୋଟିକ୍ସରେ ମୁଁ କ୍ୟାରିୟର କରିବାକୁ ଚାହୁଁଛି। ବିଶ୍ୱ ଦକ୍ଷତା କେନ୍ଦ୍ରର ମେକାଟ୍ରୋନ୍ସିକ୍ସରେ ଏହି ଅତ୍ୟାଧୁନିକ ବିଷୟରେ ଆମକୁ ତାଲିମ ଦିଆଯାଉଛି। ତେବେ ସିଙ୍ଗାପୁରରେ ଏ ବିଷୟରେ ମୁଁ ଅଧିକ ଜାଣିବାର ସୁଯୋଗ ପାଇଲି। ଆଗାମୀ ଦିନରେ ମୋ ”କ୍ୟାରିୟର ପାଇଁ ଏହା ବଡ଼ ସହାୟକ ହେବ”, କହନ୍ତି ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ କାର୍ଯ୍ୟକ୍ରମରୁ ଫେରିଥିବା ଛାତ୍ରୀ ରୋଶ୍ନୀ ସାହୁ।

“ବିମାନଯୋଗେ ସିଙ୍ଗାପୁର ଯିବା ମୋ’ ପାଇଁ ପ୍ରଥମ। ସେଠାରେ ଡ୍ରୋନ୍ ଟେକ୍ନାଲୋଜି ବିଷୟରେ ଅଧିକ ଶିଖିବାକୁ ମିଳିଲା। ନିଜ ହାତରେ ଆମେ ଡ୍ରୋନ୍ ଚଲାଇଲୁ। ତା’ଛଡ଼ା ସିଙ୍ଗାପୁରର ପରିବେଶକୁ ଅତି ପାଖରୁ ଦେଖିବାର ସୁଯୋଗ ପାଇଲୁ”, କହନ୍ତି ଆଉ ଜଣେ ଛାତ୍ର ବି ସନ୍ଦୀପ ପାତ୍ର।

ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ କାର୍ଯ୍ୟକ୍ରମ ଅବସରରେ ବିଶ୍ୱ ଦକ୍ଷତା କେନ୍ଦ୍ରର ଛାତ୍ରଛାତ୍ରୀମାନେ ଆଇଟିଇର ଛାତ୍ରଛାତ୍ରୀଙ୍କ ସହ ମିଶିବାର ସୁଯୋଗ ପାଇଥିଲେ। ଶେଷରେ ଏହି କାର୍ଯ୍ୟକ୍ରମ ଲାଗି ସିଙ୍ଗାପୁର ଯାଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଆଇଟିଇ ପକ୍ଷରୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।

ଓଡ଼ିଶା ସରକାର ଏବଂ ସିଙ୍ଗାପୁର ସରକାରଙ୍କ ମଧ୍ୟରେ ହୋଇଥିବା ବୁଝାମଣା ଅନୁଯାୟୀ ପ୍ରତିବର୍ଷ ଏହି “ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ” କାର୍ଯ୍ୟକ୍ରମ କରାଯାଉଛି। ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ତାଲିମ ନେଉଥିବା ଛାତ୍ରଛାତ୍ରୀମାନଙ୍କ ଭିତରୁ ପ୍ରତିବର୍ଷ ୪୦ ଜଣଙ୍କୁ ବଛାଯାଇ ଏହି କାର୍ଯ୍ୟକ୍ରମ ଜରିଆରେ ସିଙ୍ଗାପୁର ପଠାଯାଉଛି।

ରାଜ୍ୟ ସରକାରଙ୍କ “ସ୍କିଲ୍ଡ ଇନ୍ ଓଡ଼ିଶା” କାର୍ଯ୍ୟକ୍ରମ ତଥା ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ଅଧୀନରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଭୁବନେଶ୍ୱରରେ ସ୍ଥାପନ କରାଯାଇଛି “ବିଶ୍ୱ ଦକ୍ଷତା କେନ୍ଦ୍ର”। ଏହି କେନ୍ଦ୍ରରେ “ସ୍କୁଲ ଅଫ୍ ଇଞ୍ଜିନିୟରିଂ” ଏବଂ “ସ୍କୁଲ ଅଫ୍ ସର୍ଭିସେସ୍‌” ବିଭାଗ ଅଧୀନରେ ୭ଟି ଅତ୍ୟାଧୁନିକ ବିଷୟରେ ଓଡ଼ିଶାର ଯୁବପଢ଼ିଙ୍କୁ ତାଲିମ ଦିଆଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

‘ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ’ କାର୍ଯ୍ୟକ୍ରମରେ ସିଙ୍ଗାପୁର ଗଲେ ବିଶ୍ୱ ଦକ୍ଷତା କେନ୍ଦ୍ରର ୪୦ ଜଣ ଛାତ୍ରଛାତ୍ରୀ

ଭୁବନେଶ୍ୱର: ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ତାଲିମ ନେଉଥିବା ଛାତ୍ରଛାତ୍ରୀମାନଙ୍କ ଭିତରୁ ପ୍ରତିବର୍ଷ ୪୦ ଜଣଙ୍କୁ ବଛାଯାଇ ‘ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ’ କାର୍ଯ୍ୟକ୍ରମ ଜରିଆରେ ସିଙ୍ଗାପୁର ପଠାଯାଉଛି। ୨୦୨୨-୨୩ ବ୍ୟାଚର ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ଶନିବାର ଦିନ ସିଙ୍ଗାପୁରରେ ପହଞ୍ଚିଛନ୍ତି।

ଏହି ଛାତ୍ରଛାତ୍ରୀମାନେ ଭୁବନେଶ୍ୱର-ସିଙ୍ଗାପୁର ସିଧାସଳଖ ବିମାନ ଯୋଗେ ଶନିବାର ସକାଳୁ ଯାତ୍ରା କରିଥିଲେ। ପ୍ରଥମଥର ପାଇଁ ବିମାନରେ ବସି ବିଦେଶ ଯାଉଥିବାରୁ ସେମାନଙ୍କ ଭିତରେ ବିଶେଷ ଉତ୍ସାହ ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମ ଅଧୀନରେ ଅନ୍ତର୍ଜାତୀୟ ମାନର ତାଲିମ ପାଇଁ ଏଭଳି ସୁଯୋଗ ମିଳୁଥିବାରୁ ସେମାନେ ବିଶ୍ୱ ଦକ୍ଷତା କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଏହି ଅବସରରେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷା ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଅଳକା ମିଶ୍ର ସିଙ୍ଗାପୁର ଯାଇଥିବା ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ଅନୁଭୂତି ସେମାନଙ୍କ ଶିକ୍ଷା ଓ ତାଲିମକୁ ଏକ ନୂଆ ଦିଗ ଦେବା ସହ ସେମାନଙ୍କ ମନରେ ନୂଆ ସାହସ ଆଣିଦେବ ବୋଲି ସେ କହିଛନ୍ତି।

‘‘ବିଦେଶ ଯାଇ ବିଶ୍ୱସ୍ତରୀୟ ଶିକ୍ଷା ସୁଯୋଗ ପାଇବି ବୋଲି ମୁଁ କେବେ ଭାବି ନଥିଲି। ବିଶ୍ୱ ଦକ୍ଷତା କେନ୍ଦ୍ରରେ ତାଲିମ ନେବା ଫଳରେ ମୋ’ ପାଇଁ ଆଜି ତାହା ସାକାର ହୋଇଛି। ସିଙ୍ଗାପୁରରେ ମୁଁ ନୂଆ ନୂଆ କଥା ଶିଖିବା ସହ ଏଭଳି ଏକ ନୂଆ ପରିବେଶ ଦେଖିବାର ସୁଯୋଗ ପାଇବି’’, କହନ୍ତି ‘ଏୟାର କଣ୍ଡିସନିଂ ଆଣ୍ଡ୍ ରେଫ୍ରିଜରେସନ’ର ଛାତ୍ର ଆୟୁଷ ପ୍ରଧାନ।

‘‘ସିଙ୍ଗାପୁରରେ ଆମକୁ ଡ୍ରୋନ ଏବଂ ରୋବୋଟିକ୍ସ ବିଷୟରେ ବହୁତ କିଛି ନୂଆ କଥା ଶିଖିବାକୁ ମିଳିବ। ତା’ଛଡ଼ା ସିଙ୍ଗାପୁରର ବିଭିନ୍ନ ସ୍ଥାନକୁ ଅତି ପାଖରୁ ଦେଖିବାକୁ ପାଇବି। ତେଣୁ ଏଥିପାଇଁ ମୁଁ ବହୁତ ଉତ୍ସାହିତ’’, କହନ୍ତି ‘ଇଲେକ୍ଟ୍ରିକାଲ ଟେକ୍ନୋଲୋଜି’ର ଛାତ୍ରୀ ଅଲିଭା ପ୍ରିୟଦର୍ଶିନୀ ସାହୁ।

ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଏବଂ ସିଙ୍ଗାପୁର ସରକାରଙ୍କ ମଧ୍ୟରେ ହୋଇଥିବା ବୁଝାମଣା ଅନୁଯାୟୀ ପ୍ରତିବର୍ଷ ଏହି ‘ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ’ କାର୍ଯ୍ୟକ୍ରମ କରାଯାଉଛି। ଏହି କ୍ରମରେ ବିଶ୍ୱ ଦକ୍ଷତା କେନ୍ଦ୍ରର ୪୦ ଜଣ ଛାତ୍ରଛାତ୍ରୀଙ୍କୁ ବଛାଯାଇ ୨ ସପ୍ତାହ ପାଇଁ ସିଙ୍ଗାପୁରର ଇନଷ୍ଟିଚ୍ୟୁଟ ଅଫ୍ ଟେକନିକାଲ ଏଜୁକେସନକୁ (ଆଇଟିଇ) ପଠାଯାଉଛି।

ଏହି ସମୟ ମଧ୍ୟରେ ବିଶ୍ୱ ଦକ୍ଷତା କେନ୍ଦ୍ରରୁ ଯାଇଥିବା ଛାତ୍ରଛାତ୍ରୀମାନେ ‘ଆଇଟିଇ’ରେ ଅତିରିକ୍ତ ତାଲିମ ନେବା ସହ ସ୍ଥାନୀୟ ଛାତ୍ରଛାତ୍ରୀଙ୍କ ସହ ମିଶିବାର ସୁଯୋଗ ପାଇବେ। ତା’ଛଡ଼ା ସେମାନେ ସିଙ୍ଗାପୁର ଭଳି ଅତ୍ୟାଧୁନିକ ସହରର ବିଭିନ୍ନ ସ୍ଥାନ ବୁଲି ଦେଖିବେ।

ରାଜ୍ୟ ସରକାରଙ୍କ ‘ସ୍କିଲ୍ଡ ଇନ୍ ଓଡ଼ିଶା’ କାର୍ଯ୍ୟକ୍ରମ ତଥା ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ଅଧୀନରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଭୁବନେଶ୍ୱରରେ ସ୍ଥାପନ କରାଯାଇଛି ‘ବିଶ୍ୱ ଦକ୍ଷତା କେନ୍ଦ୍ର’। ଏଠାରେ ୭ଟି ଅତ୍ୟାଧୁନିକ ବିଷୟରେ ଓଡ଼ିଶାର ଯୁବପିଢ଼ିଙ୍କୁ ଫିନିସିଙ୍ଗ୍ ସ୍କୁଲ ଢାଞ୍ଚାରେ ତାଲିମ ଦିଆଯାଇ ଦେଶ ବିଦେଶର ଶିଳ୍ପ ଦୁନିଆ ଏବଂ ସେବା କ୍ଷେତ୍ରରେ ନିଯୁକ୍ତି ସୁଯୋଗ ପାଇଁ ପ୍ରସ୍ତୁତ କରାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ବିଶ୍ୱ ଦକ୍ଷତା କେନ୍ଦ୍ରରେ ସେପ୍ଟେମ୍ବର ସେସନ ଲାଗି ନାମଲେଖା, ଆବେଦନର ଶେଷ ତାରିଖ ଅଗଷ୍ଟ ୧୫

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ୱାର୍ଲ୍ଡ ସ୍କିଲ ସେଣ୍ଟର ବା ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ତାଲିମ ପାଠ୍ୟକ୍ରମରେ ସେପ୍ଟେମ୍ବର ସେସନରେ ନାମଲେଖା ପାଇଁ ଆବେଦନର ଶେଷ ତାରିଖ ରହିଛି ଅଗଷ୍ଟ ୧୫ ତାରିଖ। ଏହି ବର୍ଷିକିଆ ପାଠ୍ୟକ୍ରମଗୁଡ଼ିକ ଲାଗି କେବଳ ଅନଲାଇନ ମାଧ୍ୟମରେ ଆବେଦନ ଗ୍ରହଣ କରାଯାଉଛି।

ରାଜ୍ୟର କୌଣସି ସରକାରୀ ବା ଘରୋଇ ଅନୁଷ୍ଠାନରୁ ଯେ କୌଣସି ବିଷୟରେ ୨ ବର୍ଷିଆ ଆଇଟିଆଇ ବା ୩ ବର୍ଷିଆ ପଲିଟେକ୍‌ନିକ୍‌, କିମ୍ବା ଯୁକ୍ତ ୨ ଓ ଡିପ୍ଲୋମା ପାସ୍ କରିଥିବା ଛାତ୍ରଛାତ୍ରୀମାନେ ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ବିଷୟରେ ନାମଲେଖା ପାଇଁ ଆବେଦନ କରିପାରିବେ। ଏହି ପ୍ରକ୍ରିୟା ଶେଷ ହେବା ପରେ ଅନଲାଇନ ମାଧ୍ୟମରେ ଏକ ପ୍ରବେଶିକା ପରୀକ୍ଷା କରାଯିବ। ଏଥିରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ବିଷୟରେ ନାମଲେଖା ପାଇଁ ଚୟନ କରାଯିବ।

ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳଠାରେ ପ୍ରତିଷ୍ଠିତ ବିଶ୍ୱ ଦକ୍ଷତା କେନ୍ଦ୍ର ଦେଶର ଏକ ଅଗ୍ରଣୀ ତଥା ଅଭିନବ ଦକ୍ଷତା ବିକାଶ କେନ୍ଦ୍ର ଭାବେ ପରିଚିତ। ଏଠାରେ ସ୍କୁଲ ଅଫ୍ ଇଞ୍ଜିନିୟରିଂ ଏବଂ ସ୍କୁଲ୍ ଅଫ୍ ସର୍ଭିସେସ୍ ଭଳି ଦୁଇଟି ବିଭାଗ ରହିଛି। ଏହା ଅଧୀନରେ ମୋଟ ୭ଟି ଅତ୍ୟାଧୁନିକ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଫିନିସିଙ୍ଗ ସ୍କୁଲ ଢାଞ୍ଚାରେ ତାଲିମ ଦିଆଯାଇ ଦେଶ ବିଦେଶର ଶିଳ୍ପ ଓ ସେବା କ୍ଷେତ୍ରରେ ନିଯୁକ୍ତି ପାଇଁ ପ୍ରସ୍ତୁତ କରାଯାଉଛି।

ଏହାର ସ୍କୁଲ ଅଫ୍ ଇଞ୍ଜିନିୟରିଂ ବିଭାଗ ଅଧୀନରେ ମେକାଟ୍ରୋନିକ୍ସ, ଇଲେକ୍ଟ୍ରିକାଲ ଟେକ୍ନୋଲୋଜି, ମେକାନିକାଲ ଆଣ୍ଡ୍ ଇଲେକ୍ଟ୍ରିକାଲ ସର୍ଭିସେସ, ଏୟାର କଣ୍ଡିସନିଂ ଆଣ୍ଡ୍ ରେଫ୍ରିଜରେସନ ଏବଂ ଭର୍ଟିକାଲ ଟ୍ରାନ୍ସପୋର୍ଟେସନ ଭଳି ୫ଟି ଆଧୁନିକ ବିଷୟରେ ନାମଲେଖା ପାଇଁ ଆବେଦନ ଗ୍ରହଣ କରାଯାଉଛି।

ସେହିପରି ସ୍କୁଲ ଅଫ୍ ସର୍ଭିସେସ୍ ବିଭାଗ ଅଧୀନରେ “ହେୟାର ଫ୍ୟାସନ ଆଣ୍ଡ ଡିଜାଇନ୍‌” ଏବଂ “ବ୍ୟୁଟି ୱେଲନେସ୍ ଆଣ୍ଡ ସ୍ପା” ଭଳି ୨ଟି ପାଠ୍ୟକ୍ରମ ରହିଛି।

ବିଶ୍ୱ ଦକ୍ଷତା କେନ୍ଦ୍ରରେ ଛାତ୍ରଛାତ୍ରୀମାନଙ୍କୁ ଆବଶ୍ୟକ ଶିଳ୍ପ-ଦକ୍ଷତା ପ୍ରଦାନ ପାଇଁ ଅନ୍ତର୍ଜାତୀୟ ଢାଞ୍ଚାର ପାଠ୍ୟକ୍ରମ ସହ ଅତ୍ୟାଧୁନିକ ଲାବୋରେଟୋରି କରାଯାଇଛି। ସେହିପରି ବିଷୟଭିତ୍ତିକ ପାଠ ଓ ତାଲିମ ଛଡ଼ା ସେମାନଙ୍କ ଜୀବନ କୌଶଳ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି। ଏହା ମଧ୍ୟରେ ରହିଛି ଯୋଗାଯୋଗ ଦକ୍ଷତା, କମ୍ପ୍ୟୁଟର ଓ ଡିଜିଟାଲ ପ୍ରୟୋଗ, ବ୍ୟକ୍ତିତ୍ୱ ବିକାଶ ଏବଂ ଉଦ୍ୟୋଗ ବିକାଶ ଭଳି ବିଷୟ।

ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ଦ୍ୱାରା ପରିଚାଳିତ ସ୍କିଲ୍ଡ ଇନ ଓଡ଼ିଶା କାର୍ଯ୍ୟକ୍ରମ ମାଧ୍ୟମରେ ତଥା ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନରେ ଏହି କେନ୍ଦ୍ର ସ୍ଥାପନ କରାଯାଇଛି। ଏଠାରେ ଛାତ୍ରଛାତ୍ରୀଙ୍କ ଲାଗି ହଷ୍ଟେଲ ସୁବିଧା, ଖାଇବା, ୟୁନିଫର୍ମ ଏବଂ ଯିବା ଆସିବା ଲାଗି ବସ୍ ବ୍ୟବସ୍ଥା ମାଗଣାରେ ଦିଆଯାଉଛି।

ବିଶ୍ୱ ଦକ୍ଷତା କେନ୍ଦ୍ରର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବର୍ଷ ସିଙ୍ଗାପୁରଠାରେ ଦୁଇ ସପ୍ତାହ ପାଇଁ “ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ” କାର୍ଯ୍ୟକ୍ରମ ତଥା ସେଠିକାର ବିଭିନ୍ନ କମ୍ପାନିରେ ୬ ମାସିଆ ପେଡ୍‌-ଇଣ୍ଟର୍ଣ୍ଣସିପ୍ ଲାଗି ବ୍ୟବସ୍ଥା ରହିଛି। ଛାତ୍ରଛାତ୍ରୀମାନେ ଦେଶ ବିଦେଶର ପ୍ରମୁଖ ସଂସ୍ଥାରେ କିପରି ନିଯୁକ୍ତି ପାଇପାରିବେ ସେଥିପାଇଁ “ପ୍ଲେସମେଣ୍ଟ” କାର୍ଯ୍ୟକ୍ରମ ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଉଛି।

ଆଗ୍ରହୀ ପ୍ରାର୍ଥୀମାନେ ବିଶ୍ୱ ଦକ୍ଷତା କେନ୍ଦ୍ରର ୱେବସାଇଟ www.worldskillcenter.org ମାଧ୍ୟମରେ ନାମଲେଖା ପାଇଁ ସିଧାସଳଖ ଆବେଦନ କରିପାରିବେ। ଏ ବିଷୟରେ ଅଧିକ ଜାଣିବା ପାଇଁ ୧୮୦୦ ୨୬୬ ୬୦୦୨ ଟୋଲ ଫ୍ରି ନମ୍ବରରେ ଯୋଗାଯୋଗ କରିବାକୁ ବିଶ୍ୱ ଦକ୍ଷତା କେନ୍ଦ୍ର ପକ୍ଷରୁ ଅନୁରୋଧ କରାଯାଇଛି।