Categories
ଆଜିର ଖବର ରାଜ୍ୟ ଖବର

ବିଶ୍ୱ ଦକ୍ଷତା କେନ୍ଦ୍ରର ୪୩ ଜଣ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ କମ୍ପାନିରେ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ତାଲିମ ପାଠ୍ୟକ୍ରମ ଶେଷ କରିଥିବା ଛାତ୍ରଛାତ୍ରୀଙ୍କୁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର କମ୍ପାନିରେ ନିଯୁକ୍ତି ସୁଯୋଗ ଦିଆଯାଉଛି। ଏହି କ୍ରମରେ ୨୦୨୩-୨୪ ବ୍ୟାଚରେ ‘ସ୍କୁଲ ଅଫ୍ ଇଞ୍ଜିନିୟରିଂ’ ବିଭାଗରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ତାଲିମ ନେଉଥିବା ଛାତ୍ରଛାତ୍ରୀଙ୍କ ଭିତରୁ ୪୩ ଜଣ ଟାଟା ଷ୍ଟିଲ, ଆର୍ସେଲର ମିତ୍ତଲ/ନିପନ୍ ଷ୍ଟିଲ ଏବଂ ହିଣ୍ଡାଲକୋ ଭଳି ପ୍ରମୁଖ କମ୍ପାନିରେ ନିଯୁକ୍ତି ପାଇଛନ୍ତି।

ନିଯୁକ୍ତି ପାଇଥିବା ଛାତ୍ରଛାତ୍ରୀଙ୍କ ଭିତରେ ଟାଟା ଷ୍ଟିଲରେ ୩୭ ଜଣ, ଆର୍ସେଲର ମିତ୍ତଲ/ନିପନ୍ ଷ୍ଟିଲରେ ୩ ଜଣ ଏବଂ ହିଣ୍ଡାଲକୋରେ ୩ ଜଣ ଅଛନ୍ତି। ଏହି ଛାତ୍ରଛାତ୍ରୀମାନେ ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ରହି କାମ କରିବାର ସୁଯୋଗ ପାଇବେ। ଏଥିପାଇଁ ଛାତ୍ରଛାତ୍ରୀଙ୍କ ଭିତରେ ବିଶେଷ ଉତ୍ସାହ ଦେଖିବାକୁ ମିଳିଛି। ଏହି ସୁଯୋଗ ପାଇଁ ସେମାନେ ବିଶ୍ୱ ଦକ୍ଷତା କେନ୍ଦ୍ରକୁ ଧନ୍ୟବାଦ ଦେଇଛନ୍ତି।

ଏହି ଅବସରରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣର ଅଧ୍ୟକ୍ଷା ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଅଳକା ମିଶ୍ର ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ବିଶ୍ୱ ଦକ୍ଷତା କେନ୍ଦ୍ରରେ ସ୍କୁଲ ଅଫ୍ ଇଞ୍ଜିନିୟରିଂ ଏବଂ ସ୍କୁଲ ଅଫ୍ ସର୍ଭିସେସ୍ ବିଭାଗ ଅଧୀନରେ ମୋଟ ୭ଟି ଅତ୍ୟାଧୁନିକ ବିଷୟରେ ତାଲିମ ଦିଆଯାଉଛି। ଏଠାରୁ ତାଲିମ ଶେଷ କରିବା ପରେ ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତି ସୁଯୋଗ ଦେବା ପାଇଁ ପ୍ରତିବର୍ଷ ବିଶ୍ୱ ଦକ୍ଷତା କେନ୍ଦ୍ର ପକ୍ଷରୁ ପ୍ଲେସମେଣ୍ଟ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଷ୍ଟାଣ୍ଡ-ଅପ୍‌ ଇଣ୍ଡିଆ ଯୋଜନା ଅଧୀନରେ ୭ ବର୍ଷରେ ୪୦,୭୦୦ କୋଟି ଟଙ୍କାରୁ ଅଧିକ ଋଣ ଅର୍ଥରାଶି ମଞ୍ଜୁର

ନୂଆଦିଲ୍ଲୀ: ଆର୍ଥିକ ସଶକ୍ତିକରଣ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ଧ୍ୟାନ ଦେଇ ତୃଣମୂଳସ୍ତରରେ ଉଦ୍ୟମିତାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ୫ ଏପ୍ରିଲ ୨୦୧୬ରେ ଷ୍ଟାଣ୍ଡ ଅପ୍‌ ଇଣ୍ଡିଆ ଯୋଜନାର ଶୁଭାରମ୍ଭ କରାଯାଇଥିଲା।  ଷ୍ଟାଣ୍ଡ ଅପ୍‌ ଇଣ୍ଡିଆ ଯୋଜନାର କାର୍ଯ୍ୟକାଳକୁ ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ମହିଳା ସମ୍ପ୍ରଦାୟର ଆକାଂକ୍ଷୀ ଉଦ୍ୟୋଗୀମାନେ ସମ୍ମୁଖିନ ହେଉଥିବା ସମସ୍ୟାକୁ ଆଖି ଆଗରେ ରଖି ସେମାନଙ୍କ ସ୍ୱପ୍ନକୁ ବାସ୍ତବତାରେ ପରିଣତ କରିବା ଲାଗି ଷ୍ଟାଣ୍ଡଅପ୍‌ ଇଣ୍ଡିଆ ଯୋଜନା ଆରମ୍ଭ କରାଯାଇଥିଲା। ଏହି ଯୋଜନା ମହିଳା ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗର ଲୋକମାନଙ୍କ ମଧ୍ୟରେ ଉଦ୍ୟମିତାକୁ ପ୍ରୋତ୍ସାହିତ କରିବା ସହିତ ସେମାନଙ୍କୁ ଉତ୍ପାଦନ, ସେବା କିମ୍ବା ବ୍ୟବସାୟିକ ଏବଂ କୃଷି ଆନୁସଙ୍ଗିକ କାର୍ଯ୍ୟକଳାପ କ୍ଷେତ୍ରରେ ନୂଆ ଉଦ୍ୟୋଗ ପ୍ରତିଷ୍ଠାରେ ସହାୟକ ହୋଇଥାଏ।

ଏହି ଅବସରରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ୧.୮ ଲକ୍ଷ ମହିଳା ଓ ଏସସି/ଏସଟି ଉଦ୍ୟୋଗୀଙ୍କୁ ୪୦,୬୦୦ କୋଟି ଟଙ୍କା ମଞ୍ଜୁର କରାଯିବା ଆମ ପାଇଁ ଗର୍ବ ଓ ସନ୍ତୋଷର ବିଷୟ।

ଷ୍ଟାଣ୍ଡଅପ୍‌ ଇଣ୍ଡିଆ ଯୋଜନାର ୭ ବର୍ଷ ପୂର୍ତ୍ତି ଅବସରରେ ଅର୍ଥ ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଷ୍ଟାଣ୍ଡଅପ୍‌ ଇଣ୍ଡିଆ ଯୋଜନା ଏପରି ଏକ ଇକୋସିଷ୍ଟମ ସୃଷ୍ଟି କରିଛି ଯାହାକି ସବୁ ଅନୁସୂଚିତ ବାଣିଜ୍ୟିକ ବ୍ୟାଙ୍କ ଜରିଆରେ ଋଣ ସହାୟତା ଯୋଗାଇ ଦେଇ ନୂଆ ଉଦ୍ୟୋଗ ପ୍ରତିଷ୍ଠା କରିବା ଲାଗି ଏକ ଅନୁକୂଳ ପରିବେଶ ଯୋଗାଇ ଦେଉଛି ଏବଂ ଆଗକୁ ମଧ୍ୟ ଏହା ଏପରି ପରିବେଶ ଯୋଗାଇ ଦେବ। ଏସସିଏସଟି ଓ ମହିଳାମାନଙ୍କ ମଧ୍ୟରେ ଉଦ୍ୟମିତାକୁ ପ୍ରୋତ୍ସାହନ ଦିଗରେ ଷ୍ଟାଣ୍ଡ ଅପ୍ ଇଣ୍ଡିଆ ଯୋଜନା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ।

ଶ୍ରୀମତୀ ସୀତାରମଣ କହିଛନ୍ତି ଯେ, ଷ୍ଟାଣ୍ଡଅପ୍‌ ଇଣ୍ଡିଆ ଯୋଜନାରେ ବଞ୍ଚିତ/ଅବହେଳିତ ବର୍ଗର ଉଦ୍ୟୋଗୀମାନଙ୍କୁ ବାଧାମୁକ୍ତ ଶସ୍ତା କ୍ରେଡିଟ୍‌ ସୁବିଧା ଯୋଗାଇ ଦେଇ ସଂଖ୍ୟାଧିକ ଲୋକଙ୍କ ଆଶାଆକାଂକ୍ଷା ପୂରଣ କରୁଛି। ଅର୍ଥ ମନ୍ତ୍ରୀ କହିଛନ୍ତି ଯେ ଏହି ଯୋଜନା ଆକାଂକ୍ଷୀ ଉଦ୍ୟୋଗୀମାନଙ୍କୁ ସେମାନଙ୍କର ଉଦ୍ୟମଶୀଳତା କୌଶଳ ପ୍ରଦର୍ଶନ କରିବା ଓ ସମ୍ଭାବ୍ୟ ଉଦ୍ୟୋଗୀମାନଙ୍କୁ ଆର୍ଥିକ ବିକାଶକୁ ଆଗେଇ ନେବା ଏବଂ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲାଗି ଏକ ଦୃଢ଼ ଇକୋସିଷ୍ଟମ ନିର୍ମାଣ କରିବାକୁ ପ୍ରୋତ୍ସାହନ ଦେଉଛି।

ଷ୍ଟାଣ୍ଡଅପ୍‌ ଇଣ୍ଡିଆ ଯୋଜନାର ସାତ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାଗବତ କିଶନ ରାଓ କରାଡ଼ କହିଛନ୍ତି ଯେ, ଷ୍ଟାଣ୍ଡଅପ୍‌ ଇଣ୍ଡିଆ ଯୋଜନା ଜାତୀୟ ଆର୍ଥିକ ଅନ୍ତର୍ଭୂକ୍ତିକରଣ ବିଶନର ତୃତୀୟ ସ୍ତମ୍ଭ ଉପରେ ଆଧାରିତ ଯାହାକି ‘‘ପାଣ୍ଠିରୁ ବଞ୍ଚିତକୁ ପାଣ୍ଠିଯୋଗାଣ’’ ଉପରେ ଧ୍ୟାନ ଦେଇଥାଏ। ଅନୁସୂଚିତ ବାଣିଜ୍ୟିକ ବ୍ୟାଙ୍କ ଜରିଆରେ ଏସସି/ଏସଟି ଏବଂ ମହିଳା ଉଦ୍ୟୋଗୀମାନଙ୍କୁ ବାଧାମୁକ୍ତ ଋଣ ଯୋଗାଇ ଦେଇ ଉଦ୍ୟୋଗୀ, ସେମାନଙ୍କ କର୍ମଚାରୀ ଓ ପରିବାରର ଜୀବନଧାରଣ ମାନରେ ସୁଧାର ଆଣିବା କ୍ଷେତ୍ରରେ ଷ୍ଟାଣ୍ଡଅପ୍‌ ଇଣ୍ଡିଆ ଯୋଜନାର ପ୍ରମୁଖ ଭୂମିକା ଗ୍ରହଣ କରିଛି।

ଡକ୍ଟର କରାଡ଼ କହିଛନ୍ତି ଯେ ଏହି ଯୋଜନା ଦ୍ୱାରା ଗତ ୭ ବର୍ଷ ମଧ୍ୟରେ ୧.୮ ଲକ୍ଷ ଉଦ୍ୟୋଗୀ ଲାଭାନ୍ୱିତ ହୋଇଛନ୍ତି। ଏବେ ସୁଦ୍ଧା ୮୦% ଋଣ ମହିଳାମାନଙ୍କୁ ଯୋଗାଇ ଦିଆଯିବା ଖୁସିର ବିଷୟ ବୋଲି ଡକ୍ଟର କରାଡ଼ କହିଛନ୍ତି।

ଆମେ ଷ୍ଟାଣ୍ଡ ଅପ୍‌ ଇଣ୍ଡିଆ ଯୋଜନାର ଷଷ୍ଠ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଛୁ। ଏ ପରିପ୍ରେକ୍ଷୀରେ ଯୋଜନାର ବୈଶିଷ୍ଟ୍ୟ ଓ ସଫଳତା ଉପରେ ଆସନ୍ତୁ ଦୃଷ୍ଟି ପକାଇବା।

ଷ୍ଟାଣ୍ଡଅପ୍‌ ଇଣ୍ଡିଆ ଯୋଜନାର ଉଦ୍ଦେଶ୍ୟ:

ମହିଳା ଏବଂ ଏସସି ଓ ଏସଟି ସମୁଦାୟରେ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ଦେବା :

ଉତ୍ପାଦନ, ସେବା ଓ ବ୍ୟବସାୟ କ୍ଷେତ୍ର ଏବଂ କୃଷି ଆନୁସଙ୍ଗିକ ଗତିବିଧି କ୍ଷେତ୍ରରେ ଗ୍ରୀନଫିଲ୍ଡ ଉଦ୍ୟୋଗରେ ଋଣ ପ୍ରଦାନ କରିବା;

ଅନୁସୂଚିତ ବାଣିଜ୍ୟିକ ବ୍ୟାଙ୍କମାନଙ୍କର ପ୍ରତ୍ୟେକ ବ୍ୟାଙ୍କ ଶାଖାରେ ଅତିକମରେ ଜଣେ ଏସସି/ଏସଟି ଏବଂ ଜଣେ ମହିଳାଙ୍କୁ ୧୦ ଲକ୍ଷ ଟଙ୍କାରୁ ୧ କୋଟି ଟଙ୍କା ମଧ୍ୟରେ ବ୍ୟାଙ୍କ ଋଣ ଉପଲବ୍ଧ କରାଇବାର ବ୍ୟବସ୍ଥା ରହିଛି

ଷ୍ଟାଣ୍ଡ ଅପ୍ଇଣ୍ଡିଆ କାହିଁକି?

ବ୍ୟବସାୟରେ ସଫଳ ହେବା ଲାଗି ଉଦ୍ୟୋଗ ପ୍ରତିଷ୍ଠା କରିବା, ଋଣ ହାସଲ କରିବା ଏବଂ ସମୟ ସମୟରେ ଅନ୍ୟ ସହାୟତା ହାସଲ କରିବାରେ ମହିଳା, ଏସସି/ଏସଟି ସମ୍ପ୍ରଦାୟଙ୍କ ପାଇଁ ଦେଖା ଦେଉଥିବା ବିଭିନ୍ନ ସମସ୍ୟା ଚିହ୍ନଟ କରିବା ଉପରେ ଷ୍ଟାଣ୍ଡ ଅପ୍‌ ଇଣ୍ଡିଆ ଯୋଜନା; ଆଧାରିତ। ସେଥିପାଇଁ ଏହି ଯୋଜନା ଏପରି ଏକ ଇକୋସିଷ୍ଟମ ପ୍ରସ୍ତୁତ କରିବା ଲାଗି ପ୍ରୟାସ କରିଥାଏ, ଯାହା ବ୍ୟବସାୟ କରିବା ଲାଗି ସୁବିଧାଜନକ ତଥା ସହାୟକ ବାତାବରଣ ପ୍ରଦାନ କରିଥାଏ ଏବଂ ଏହାକୁ ବଜାୟ ରଖିଥାଏ। ଏସସି, ଏସଟି ଓ ମହିଳା ଋଣଗ୍ରହିତାମାନଙ୍କୁ ଋଣ ସୁବିଧା ଯୋଗାଇ ଦେବା ପାଇଁ ଏହି ଯୋଜନା ସବୁ ବ୍ୟାଙ୍କ ଶାଖାକୁ ପ୍ରୋତ୍ସାହିତ କରିଥାଏ । ଆଗ୍ରହୀ ଆବେଦନକାରୀ ଏହି ଯୋଜନାରେ ଆବେଦନ କରିପାରିବେ:

ସିଧାସଳଖ ବ୍ୟାଙ୍କ ଶାଖାକୁ ଯାଇ କିମ୍ବା,

ଷ୍ଟାଣ୍ଡ ଅପ୍‌ ଇଣ୍ଡିଆ ପୋର୍ଟାଲ (standupmitra.in) ମାଧ୍ୟମରେ କିମ୍ବା,

ଅଗ୍ରଣୀ ଜିଲ୍ଲା ପରିଚାଳକ (ଏଲଡିଏମ)ଙ୍କ ମାଧ୍ୟମରେ।

କେଉଁମାନେ ଋଣ ପାଇବା ଲାଗି ଯୋଗ୍ୟ?

ଅନୁସୂଚିତ ଜାତି/ଜନଜାତି ଏବଂ/କିମ୍ବା ମହିଳା ଉଦ୍ୟୋଗ, ଯେଉଁମାନଙ୍କର ବୟସ ୧୮ ବର୍ଷରୁ ଅଧିକ;

ଯୋଜନା ଅଧୀନରେ ଋଣ କେବଳ ପ୍ରକଳ୍ପ ପାଇଁ ଉପଲବ୍ଧ। ଏ ସନ୍ଦର୍ଭରେ ଗ୍ରୀନଫିଲ୍ଡର ଅର୍ଥ ହେଉଛି : ଉତ୍ପାଦନ, ସେବା କିମ୍ବା ବ୍ୟବସାୟ କ୍ଷେତ୍ର ଏବଂ କୃଷି ସହ ଜଡ଼ିତ ଗତିବିଧରେ ହିତାଧିକାରୀଙ୍କର ପ୍ରଥମ ଉଦ୍ୟୋଗ;

ଅଣ ବ୍ୟକ୍ତିଗତ ଉଦ୍ୟୋଗ କ୍ଷେତ୍ରରେ, ୫୧ ପ୍ରତିଶତ ଅଂଶଧନ ଏବଂ ନିୟନ୍ତ୍ରଣ ଭାଗିଦାରୀ ଏସସି/ଏସଟି ବ୍ୟକ୍ତି ଏବଂ/କିମ୍ବା ମହିଳା ଉଦ୍ୟୋଗୀଙ୍କ ପାଖରେ ରହିବା ଉଚିତ୍;

ଋଣ ନେଉଥିବା ବ୍ୟକ୍ତି ଋଣ ପରିଶୋଧ ନକରିବା ପାଇଁ କୌଣସି ବ୍ୟାଙ୍କ/ଆର୍ଥିକ ସଂସ୍ଥାନରେ ଦୋଷୀ (ଡିଫଲ୍ଟର) ହୋଇଥିବା ଉଚିତ୍‌ ନୁହେଁ ।

ଏହି ଯୋଜନାରେ କେନ୍ଦ୍ର/ରାଜ୍ୟ ଯୋଜନାର ବ୍ୟବସ୍ଥା ଅନୁରୂପ ପ୍ରକଳ୍ପ ବ୍ୟୟର ୧୫ ପ୍ରତିଶତ ପର୍ଯ୍ୟନ୍ତ ମାର୍ଜିନ ମନି (ଅଗ୍ରୀମ ଜମା ଅର୍ଥରାଶି) ଜମା କରିବା ଲାଗି ପରିକଳ୍ପନା କରାଯାଇଛି। ଏପରି ଯୋଜନାର ଲାଭ ମଞ୍ଜୁରିପ୍ରାପ୍ତ ସବସିଡି ଲାଭ କରିବା କିମ୍ବା ଅଗ୍ରମୀ ଜମ ଅର୍ଥରାଶି ଆବଶ୍ୟକତାକୁ ପୂରଣ କରିବା ଲାଗି କରାଯାଇପାରିବ। କିନ୍ତୁ ସବୁ ଯୋଜନାର ଋଣ ନେଉଥିବା ବ୍ୟକ୍ତିଙ୍କୁ ନିଜ ଆଡ଼ୁ ପ୍ରକଳ୍ପ ବ୍ୟୟର ସର୍ବନିମ୍ନ ୧୦ ପ୍ରତିଶତ ବିନିଯୋଗ କରିବାକୁ ପଡ଼ିବ।

ସମର୍ଥନ ଏବଂ ମାର୍ଗଦର୍ଶନ (ହ୍ୟାଣ୍ଡ ହୋଲ୍ଡିଂ ସହାୟତା)

ଷ୍ଟାଣ୍ଡ ଅପ୍‌ ଇଣ୍ଡିଆ ଯୋଜନା ପାଇଁ ଭାରତୀୟ ଲଘୁ ଉଦ୍ୟୋଗ ବିକାଶ ବ୍ୟାଙ୍କ (ସିଡବୀ) ଦ୍ବାରା ଅନଲାଇନ୍‌ ପୋର୍ଟାଲ www.standupmitra.in  ବିକଶିତ କରାଯାଇଛି, ଯାହାକି ଋଣ ପାଇଁ ଇଚ୍ଛକୁ ବ୍ୟକ୍ତିମାନଙ୍କୁ ବ୍ୟାଙ୍କ ସହ ଯୋଡ଼ିବା ବ୍ୟତୀତ, ସମ୍ଭାବ୍ୟ ଉଦ୍ୟୋଗୀମାନଙ୍କୁ ବ୍ୟବସାୟିକ ଉଦ୍ୟୋଗ ପ୍ରତିଷ୍ଠା କରିବା ଏବଂ ଏହାର ପ୍ରୟାସରେ ମାର୍ଗଦର୍ଶନ ପ୍ରଦାନ କରିତାଏ। ଏଥିରେ ପ୍ରଶିକ୍ଷଣ ସୁବିଧା ଠାରୁ ଆରମ୍ଭ କରି ବ୍ୟାଙ୍କର ଆବଶ୍ୟକତା ଅନୁଯାୟୀ ଋଣ ଆବେଦନ ପୂରଣ କରିବା ପର୍ଯ୍ୟନ୍ତ କାର୍ଯ୍ୟ ସାମିଲ ରହିଛି। ୮,୦୦୦ ଅଧିକ ସମର୍ଥନ ତଥା ମାର୍ଗଦର୍ଶନ (ହ୍ୟାଣ୍ଡହୋଲ୍ଡିଂ) ଏଜେନ୍ସିର ନେଟୱର୍କ ମାଧ୍ୟମରେ, ଏହି ପୋର୍ଟାଲ ଋଣ ନେବାକୁ ଇଚ୍ଛୁକ ବ୍ୟକ୍ତିମାନଙ୍କୁ ବିଶେଷଜ୍ଞ ଏଜେନ୍ସିମାନଙ୍କ ସହିତ ଯୋଡ଼ିବା ଲାଗି ପର୍ଯ୍ୟାୟ ଆଧାରିତ ମାର୍ଗଦର୍ଶନ ସୁବିଧା ପ୍ରଦାନ କରିଥାଏ। ଏଥିରେ କୌଶଳ ବିକାଶ କେନ୍ଦ୍ର, ସମର୍ଥନ ଏବଂ ମାର୍ଗଦର୍ଶନ ଉଦ୍ୟମିତା ବିକାଶ କାର୍ଯ୍ୟକ୍ରମ କେନ୍ଦ୍ର, ଜିଲ୍ଲା ଉଦ୍ୟୋଗ କେନ୍ଦ୍ର ଆଦିର ଠିକଣା ଓ ଫୋନନମ୍ବର ପ୍ରଦାନ କରିବା ଆଦି କାର୍ଯ୍ୟ ସାମିଲ ରହିଛି।

୨୧ ମାର୍ଚ୍ଚ ୨୦୨ ସୁଦ୍ଧା ଯୋଜନାର ଉପଲବ୍ଧି

ଯୋଜନା ଆରମ୍ଭ ହେବା ପର ଠାରୁ ୨୧ ମାର୍ଚ୍ଚ ୨୦୨୩ ସୁଦ୍ଧା ଷ୍ଟାଣ୍ଡ ଅପ୍‌ ଇଣ୍ଡିଆ ଯୋଜନା ଅଧୀନରେ ୧,୮୦,୬୩୬ଟି ବ୍ୟାଙ୍କ ଆକାଉଣ୍ଟରେ ୪୦,୭୧୦ କୋଟି ଟଙ୍କା ମଞ୍ଜୁର କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଆର୍ଥିକ ସର୍ବେକ୍ଷଣ ରିପୋର୍ଟ ୨୦୨୨-୨୩: ନିଯୁକ୍ତି ସୁଯୋଗ ବୃଦ୍ଧି, ସହରାଞ୍ଚଳରେ ବେକାରୀ ହାର କମିଲା

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୨-୨୩ ବର୍ଷର ଆର୍ଥିକ ସର୍ବେକ୍ଷଣ ରିପୋର୍ଟ ଆଗତ କରିଛନ୍ତି। ସର୍ବେକ୍ଷଣ ରିପୋର୍ଟର ମୁଖ୍ୟାଂଶ ନିମ୍ନରେ ଦିଆଗଲା :

୨୦୨୨-୨୩ରେ ଅର୍ଥବ୍ୟବସ୍ଥାର ସ୍ଥିତି: ସୁଧାର ସମ୍ପୂର୍ଣ୍ଣ

– ମହାମାରୀ ଜନିତ ଅବନତି, ରୁଷ-ୟୁକ୍ରେନ ଯୁଦ୍ଧର ପ୍ରତିକୂଳ ପ୍ରଭାବ ଏବଂ ଦରଦାମ ବୃଦ୍ଧିରୁ ମୁକୁଳିବା ପରେ ଭାରତୀୟ ଅର୍ଥବ୍ୟବସ୍ଥା ଏବେ ସବୁ କ୍ଷେତ୍ରରେ ଉଲ୍ଲେଖନୀୟ ସୁଧାର ହାସଲ କରୁଥିବା ଦେଖିବାକୁ ମିଳୁଛି। ଦେଶର ଅର୍ଥବ୍ୟବସ୍ଥା ଚଳିତ ୨୦୨୩ ଆର୍ଥିକ ବର୍ଷରେ ମହାମାରୀ ପୂର୍ବ ବିକାଶ ପଥରେ ଅଗ୍ରସର ହେଉଛି।

– ଭାରତରେ ଜିଡିପି ବିକାଶ ହାର ୨୦୨୪ ଆର୍ଥିକ ବର୍ଷରେ ମଧ୍ୟ ସୁଦୃଢ଼ ରହିବ ବୋଲି ଆଶା କରାଯାଉଛି। ୨୦୨୪ ଆର୍ଥିକ ବର୍ଷରେ ଦେଶରେ ଜିଡିବି ଅଭିବୃଦ୍ଧି ହାର ୬-୬.୮ ପ୍ରତିଶତ ମଧ୍ୟରେ ରହିବା ନେଇ ପୂର୍ବାନୁମାନ କରାଯାଇଛି।

– ୨୦୧୫ ଆର୍ଥିକ ବର୍ଷ ଠାରୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଥମ ଛଅ ମାସରେ ଘରୋଇ ଉପଯୋଗ ସର୍ବାଧିକ ରହିଛି ଏବଂ ଏହାଦ୍ୱାରା ଉତ୍ପାଦନ ସମ୍ବନ୍ଧୀୟ ଗତିବିଧିକୁ ବେଶ ପ୍ରୋତ୍ସାହନ ମିଳିଛି ଯାହାଫଳରେ ସବୁ କ୍ଷେତ୍ରରେ କ୍ଷମତାର ଉପଯୋଗ ବୃଦ୍ଧି ପାଇଛି।

– କେନ୍ଦ୍ର ସରକାରଙ୍କ ପୁଞ୍ଜିଗତ ବ୍ୟୟ ଏବଂ ଏବେ କମ୍ପାନୀଗୁଡ଼ିକର ମଜବୁତ ବାଲାନ୍ସ ଶିଟର ନେତୃତ୍ୱରେ ଘରୋଇ ପୁଞ୍ଜି ବ୍ୟୟ ଚଳିତ ଆର୍ଥିକ ବର୍ଷ ସମୟରେ ଭାରତୀୟ ଅର୍ଥବ୍ୟବସ୍ଥାର ବିକାଶରେ ଯଥେଷ୍ଟ ସହାୟକ ସାବ୍ୟସ୍ତ ହୋଇଛି।

– ଏମଏସଏମଇ କ୍ଷେତ୍ର ପାଇଁ ମୋଟ୍‌ ଋଣ ଯୋଗାଣ ବୃଦ୍ଧି ପାଇଛି, ଜାନୁଆରୀ-ନଭେମ୍ବର ୨୦୨୨ ସମୟରେ ଏହା ହାରାହାରୀ ୩୦.୬ ପ୍ରତିଶତରୁ ମଧ୍ୟ ଅଧିକ ରହିଥିଲା।

– ଖୁଚୁରା ମୁଦ୍ରାସ୍ଫିତୀ ନଭେମ୍ବର ୨୦୨୨ରେ ହ୍ରାସ ପାଇ ପୁଣିଥରେ ଆରବିଆଇର ନିର୍ଦ୍ଧାରିତ ଲକ୍ଷ୍ୟ ପରିଧି ମଧ୍ୟକୁ ଆସିଯାଇଛି।

– ଭାରତୀୟ ମୁଦ୍ରାର ପ୍ରଦର୍ଶନ ଏପ୍ରିଲ-ଡିସେମ୍ବର ୨୦୨୨ ସମୟରେ ଅନ୍ୟ ଉଦୀୟମାନ ବଜାର ଅର୍ଥବ୍ୟବସ୍ଥା ତୁଳନାରେ ଯଥେଷ୍ଟ ଉନ୍ନତ ରହିଥିଲା।

– ପ୍ରତ୍ୟକ୍ଷ ଟିକସ ସଂଗ୍ରହ ଏପ୍ରିଲ-ନଭେମ୍ବର ୨୦୨୨ ସମୟରେ ମଧ୍ୟ ଉନ୍ନତ ରହିଥିଲା।

– ଦେଶରେ ସହରାଞ୍ଚଳ ବେକାରୀ ହାର ହ୍ରାସ ପାଉଛି ଏବଂ କର୍ମଚାରୀ ଭବିଷ୍ୟ ନିଧିରେ ଦ୍ରୁତ ଗତିରେ ପଞ୍ଜୀକରଣ ବୃଦ୍ଧି ପାଉଛି, ଏସବୁ ନିଯୁକ୍ତି ସୁଯୋଗ ସୃଷ୍ଟିର ସଙ୍କେତ ଦେଉଛି।

– ସାର୍ବଜନୀନ ଡିଜିଟାଲ ପ୍ଲାଟଫର୍ମର ସମ୍ପ୍ରସାରଣ ଏବଂ ବିନିର୍ମାଣ କ୍ଷେତ୍ରରେ ଉତ୍ପାଦନ ବଢ଼ାଇବା ଲାଗି ପଦକ୍ଷେପ କାରଣରୁ ଆର୍ଥିକ ବିକାଶର ଗତି ତ୍ୱରାନ୍ୱିତ ହେବ।

ଭାରତରେ ମଧ୍ୟମକାଳୀନ ବିକାଶ ଆଉଟଲୁକ୍‌: ଆଶା ଓ ଆକାଂକ୍ଷାରେ ପରିପୂର୍ଣ୍ଣ

– ଭାରତୀୟ ଅର୍ଥବ୍ୟବସ୍ଥାରେ ବ୍ୟାପକ ଢାଞ୍ଚାଗତ ଓ ପ୍ରଶାସନିକ ସଂସ୍କାର ଲାଗୁ କରାଯାଇଛି ଯାହାଫଳରେ ୨୦୧୪ରୁ ୨୦୨୨ ମଧ୍ୟରେ ଏହାର ସାମଗ୍ରିକ ଦକ୍ଷତା ବଢ଼ିବା ଦ୍ୱାରା ଅର୍ଥବ୍ୟବସ୍ଥାର ମୌଳିକ ତତ୍ତ୍ୱ ମଜବୁତ ହୋଇଛି।

– ଜୀବନ ଯାପନ ଏବଂ ବ୍ୟବସାୟିକ ସୁଗମତା ବଢ଼ାଇବା ଉପରେ ବିଶେଷ ଜୋର ଦିଆଯିବା ଫଳରେ ୨୦୧୪ ପରେ ଲାଗୁ କରାଯାଇଥିବା ସଂସ୍କାରଗୁଡ଼ିକ ସାର୍ବଜନୀନ ବସ୍ତୁ ପ୍ରସ୍ତୁତ କରିବା, ବିଶ୍ୱାସ ଆଧାରିତ ପ୍ରଶାସନକୁ ଆପଣାଇବା, ବିକାଶ ଲାଗି ଘରୋଇ କ୍ଷେତ୍ର ସହିତ ଭାଗିଦାରୀ କରିବା ଏବଂ କୃଷି ଉତ୍ପାଦକତା ବଢ଼ାଇବା ଉପରେ ଆଧାରିତ ଥିଲା।

– ବର୍ଷ ୨୦୧୪-୨୨ ଅବଧିରେ ବାଲାନ୍ସ ଶିଟ୍‌ ଉପରେ ଚାପ ଦେଖିବାକୁ ମିଳିଥିଲା ଯାହାଫଳରେ ବିଗତ ବର୍ଷ ସମୟରେ ଋଣବୋଝ ବଢ଼ିବା ଏବଂ ୱାନ୍‌ ଅଫ୍‌ର ବୈଶ୍ବିକ ଧକ୍କା ଅନୁଭୂତ ହୋଇଥିଲା। ଏହି କାରଣରୁ ପ୍ରମୁଖ ବୃହତ ଆର୍ଥିକ ଅବୟବ ବା ଉପାଦାନ ଯଥା ଋଣ ବୃଦ୍ଧି, ପୁଞ୍ଜି ସୃଷ୍ଟି ଏବଂ ଏପରି ଆର୍ଥିକ ବିକାଶ ଏହି ଅବଧି ସମୟରେ ଗୁରୁତର ଭାବେ ପ୍ରଭାବିତ ହୋଇଥିଲା।

– ଏଭଳି ସ୍ଥିତି ପ୍ରକୃତି ୧୯୯୮-୨୦୦୨ ଅବଧି ସହ ବେଶ ମେଳ ଖାଇଥାଏ, କାରଣ ଏହି ସମୟରେ ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ପରିବର୍ତ୍ତନକାରୀ ସଂସ୍କାର ଫଳରେ ବିକାଶ ହାର ଅର୍ଥବ୍ୟବସ୍ଥାର ଅସ୍ଥାୟୀ ଧକ୍କା କାରଣରୁ ଧିମେଇ ଯାଇଥିଲା। ଯେତେବେଳେ ଏହି ଝଟକା ଦୁର୍ବଳ ହୋଇଯାଇଥିଲା, ସେତେବେଳେ ଲାଗୁ କରାଯାଇଥିବା ଢାଞ୍ଚାଗତ ସଂସ୍କାରର ବ୍ୟାପକ ଲାଭ ୨୦୦୩ ଠାରୁ ଦେଖିବାକୁ ମିଳିଥିଲା।

– ଅନୁରୂପ ଭାବେ ୨୦୨୨ ପରେ ମହାମାରୀର ଜାଗତିକ ଝଟ୍‌କା ବା କ୍ଷତି ଯେତେବେଳେ ଦୁର୍ବଳ ହୋଇଯିବ ଏବଂ ଦରଦାମ ବୃଦ୍ଧି କମିଯିବ ସେତେବେଳେ ଭାରତୀୟ ଅର୍ଥବ୍ୟବସ୍ଥା ନିଶ୍ଚିତ ଭାବେ ପରବର୍ତ୍ତୀ ଦଶନ୍ଧିରେ ଯଥେଷ୍ଟ ଦ୍ରୁତ ଗତିରେ ବିକଶିତ ହେବ।

– ବ୍ୟାଙ୍କିଙ୍ଗ, ଅଣ-ବ୍ୟାଙ୍କିଙ୍ଗ ଏବଂ କର୍ପୋରେଟ୍ କ୍ଷେତ୍ରର ଉନ୍ନତ ବାଲାନ୍ସ ଶିଟ୍‌ କାରଣରୁ ନୂଆ କରି ଏକ ଋଣ ଚକ୍ର ବିଧିବଦ୍ଧ ଭାବେ ଆରମ୍ଭ ହୋଇସାରିଛି, ଯାହାକି ବିଗତ ମାସ ସମୟରେ ବ୍ୟାଙ୍କ ଋଣରେ ଦେଖିବାକୁ ମିଳିଥିବା ଅଢ଼େଇ ଅଙ୍କର ବୃଦ୍ଧି ହାର ସହିତ ସମ୍ପୂର୍ଣ୍ଣ ଭାବେ ସ୍ପଷ୍ଟ ହୋଇଥାଏ।

– ଏଥିସହିତ ଅପେକ୍ଷାକୃତ ଅଧିକ ଔପଚାରିକରଣ, ଆର୍ଥିକ ସମାବେଶନ ହାରରେ ବୃଦ୍ଧି ପାଉଥିବା ଦକ୍ଷତା ଏବଂ ଡିଜିଟାଲ ପ୍ରଯୁକ୍ତି ଆଧାରିତ ଆର୍ଥିକ ସଂସ୍କାର କାରଣରୁ ସୃଷ୍ଟି ହୋଇଥିବା ସୁଯୋଗ ମାଧ୍ୟମରେ ଭାରତୀୟ ଅର୍ଥବ୍ୟବସ୍ଥା ଲାଭାନ୍ୱିତ ହେବାରେ ଲାଗିଛି।

– ତେଣୁ, ଆର୍ଥିକ ସର୍ଭେ ରିପୋର୍ଟର ଅଧ୍ୟାୟ ୨ରେ ଏହା ଦର୍ଶାଯାଇଛି ଯେ ମହାମାରୀ ପୂର୍ବ ବର୍ଷ ତୁଳନାରେ ଏବେ ଭାରତର ବିକାଶ ଆଉଟଲୁକ୍‌ରେ ଉନ୍ନତି ପରିଲକ୍ଷିତ ହେଉଛି ଏବଂ ଭାରତୀୟ ଅର୍ଥବ୍ୟବସ୍ଥା ଆଗାମୀ ବର୍ଷଗୁଡ଼ିକରେ ନିଜର ସମ୍ପୂର୍ଣ୍ଣ କ୍ଷମତା ସହିତ ବିକଶିତ ହେବା ଲାଗି ପ୍ରସ୍ତୁତ ରହିଛି।

ରାଜକୋଷୀୟ ଘଟଣାକ୍ରମ: ଦ୍ରୁତ ରାଜସ୍ୱ ବୃଦ୍ଧି

– କେନ୍ଦ୍ର ସରକାରଙ୍କ ଆର୍ଥିକ ସ୍ଥିତି ୨୦୨୩ ଆର୍ଥିକ ବର୍ଷ ସମୟରେ ବେଶ ସୁଦୃଢ଼ ହୋଇଛି। ଆର୍ଥିକ ବୃଦ୍ଧି ବଢ଼ିବା, ପ୍ରତ୍ୟକ୍ଷ ଟିକସ ଏବଂ ଜିଏସଟି ରାଜସ୍ୱରେ ଦ୍ରୁତ ବୃଦ୍ଧି ଏବଂ ବଜେଟରେ ଯଥାର୍ଥବାଦୀ ଅନୁମାନ କାରଣରୁ ଏହା ସମ୍ଭବ ହୋଇପାରିଛି।

– ଏପ୍ରିଲ-ନଭେମ୍ବର ୨୦୨୨ ସମୟରେ ସକଳ ଟିକସ ରାଜସ୍ୱ ୧୫.୫ ପ୍ରତିଶତର ବାର୍ଷିକ ବୃଦ୍ଧି ରେକର୍ଡ କରାଯାଇଛି ଯାହାକି ପ୍ରତ୍ୟକ୍ଷ ଟିକସ ଏବଂ ବସ୍ତୁ ଓ ସେବା କର (ଜିଏସଟି)ରେ ଭାରୀ ବୃଦ୍ଧି କାରଣରୁ ସମ୍ଭବ ହୋଇପାରିଛି।

– ଚଳିତ ଆର୍ଥିକ ବର୍ଷର ପ୍ରଥମ ଆଠ ମାସ ସମୟରେ ପ୍ରତ୍ୟକ୍ଷ ଟିକସରେ ବୃଦ୍ଧି ବାସ୍ତବରେ ଏହାର ଦୀର୍ଘକାଳୀନ ହାରାହାରୀ ଠାରୁ ଢେର ଅଧିକ ରହିଛି।

– ଜିଏସଟି ଏବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ରାଜସ୍ୱ ଉତ୍ସ ପାଲଟିଯାଇଛି। ଏପ୍ରିଲ-ଡିସେମ୍ବର ୨୦୨୨ ସମୟରେ ସକଳ ଜିଏସଟି ସଂଗ୍ରହରେ ବାର୍ଷିକ ଆଧାରରେ ୨୪.୮ ପ୍ରତିଶତ ବୃଦ୍ଧି ରେକର୍ଡ କରାଯାଇଛି।

– ଚଳିତ ଆର୍ଥିକ ବର୍ଷରେ ରାଜସ୍ୱ ବ୍ୟୟର ଆବଶ୍ୟକତା ଯଥେଷ୍ଟ ଅଧିକ ରହିବା ସତ୍ତ୍ୱେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପୁଞ୍ଜିଗତ ବ୍ୟୟ (କ୍ୟାପେକ୍ସ) ଉପରେ ନିରନ୍ତର ବିଶେଷ ଜୋର ଦିଆଯାଇ ଆସୁଛି। କେନ୍ଦ୍ର ସରକାରଙ୍କ ପୁଞ୍ଜିଗତ ବ୍ୟୟ ଜିଡିପିର ୧.୭ ପ୍ରତିଶତର ଦୀର୍ଘକାଳୀନ ବାର୍ଷିକ ହାରାହାରୀ (ଆର୍ଥିକ ବର୍ଷ ୨୦୦୯ ଠାରୁ ଆର୍ଥିକ ବର୍ଷ ୨୦୨୦ ପର୍ଯ୍ୟନ୍ତ) ଠାରୁ ନିରନ୍ତର ବୃଦ୍ଧି ପାଇ ୨୦୨୨ ଆର୍ଥିକ ବର୍ଷରେ ଜିଡିପିର ୨.୫ ପ୍ରତିଶତରେ ପହଞ୍ଚିଛି।

– କେନ୍ଦ୍ର ସରକାର ସୁଧ ମୁକ୍ତ ଋଣ ଏବଂ ବର୍ଦ୍ଧିତ ଋଣ ସୀମା ଜରିଆରେ ରାଜ୍ୟ ସରକାରଙ୍କୁ ମଧ୍ୟ ପ୍ରୋତ୍ସାହିତ କରୁଛନ୍ତି, ଯାହାଫଳରେ ପୁଞ୍ଜିଗତ ବ୍ୟୟକୁ ପ୍ରାଥମିକତା ଦିଆଯାଇପାରିବ।

– ଭିତ୍ତିଭୂମି କ୍ଷେତ୍ର ଯଥା ସଡ଼କ ଏବଂ ରାଜପଥ, ରେଳବାଇ, ଆବାସ ଓ ସହରାଞ୍ଚଳ ବ୍ୟାପାର ଉପରେ ବିଶେଷ ଜୋର ଦିଆଯିବା ଫଳରେ ପୁଞ୍ଜିଗତ ବ୍ୟୟରେ ବୃଦ୍ଧି ଦେଖିବାକୁ ମିଳିଛି । ଏହାର ବ୍ୟାପକ ସକାରାତ୍ମକ ନିହିତାର୍ଥ ଦେଶରେ ମଧ୍ୟମକାଳୀନ ଆର୍ଥିକ ବିକାଶ ଲାଗି ଉଦ୍ଦିଷ୍ଟ।

– ସରକାରଙ୍କ ପୁଞ୍ଜିଗତ ବ୍ୟୟ ଆଧାରିତ ବିକାଶ ରଣନୀତି ଫଳରେ ଭାରତରେ ଅଭିବୃଦ୍ଧି ହାର ଏବଂ ସୁଧ ଦର ମଧ୍ୟରେ ବ୍ୟବଧାନକୁ ଧନାତ୍ମକ ରଖିବାରେ ସହାୟତା ମିଳିବ ଯାହାଫଳରେ ଆଗାମୀ ବର୍ଷଗୁଡ଼ିକରେ ଋଣ-ଜିଡିପି ଅନୁପାତକୁ ଏକ ପରିଧିରେ ରଖିବା ସମ୍ଭବ ହୋଇପାରିବ।

ମୌଦ୍ରିକ ପରିଚାଳନା ଏବଂ ଆର୍ଥିକ ମଧ୍ୟସ୍ଥତା : ଭଲ ବର୍ଷ ସାବ୍ୟସ୍ତ ହୋଇଛି

– ଆରବିଆଇ ଏପ୍ରିଲ ୨୦୨୨ରେ ନିଜର ମୁଦ୍ରା ନୀତିକୁ କଠୋର କରିବା ଆରମ୍ଭ କରିଥିଲା ଏବଂ ସେବେଠାରୁ ଆରମ୍ଭ କରି ବର୍ତ୍ତମାନ ସୁଦ୍ଧା ରେପୋ ରେଟ୍‌ରେ ୨.୨୫ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି ଯାହାଫଳରେ ବଳକା ଲିକ୍ୟୁଡିଟୀ ହ୍ରାସ ପାଇଛି।

– ବାଲାନ୍ସ ଶିଟକୁ ସୁଦୃଢ଼ କରିବା ଲାଗି ଆର୍ଥିକ ସଂସ୍ଥାନଗୁଡ଼ିକର ଋଣ ଲଗାଣରେ ବୃଦ୍ଧି ପରିଲକ୍ଷିତ ହୋଇଛି।

– ଋଣ ଅଫଟେକରେ ବୃଦ୍ଧି ଆଗକୁ ମଧ୍ୟ ଜାରି ରହିବ ବୋଲି ଆଶା କରାଯାଉଛି ଏବଂ ଏହା ସହିତ ଘରୋଇ ପୁଞ୍ଜିଗତ ବ୍ୟୟ ବଢ଼ିବା ଫଳରେ ଲାଭଜନକ ନିବେଶ ଚକ୍ର ଆରମ୍ଭ ହେବ।

– ଅନୁସୂଚିତ ବାଣିଜ୍ୟିକ ବ୍ୟାଙ୍କ (ଏସସିବି)ର ଅଣ ଖାଦ୍ୟ ଋଣ ପରିମାଣ ଏପ୍ରିଲ ୨୦୨୨ ଠାରୁ ଲଗାତାର ଦୁଇ ଅଙ୍କ ବିଶିଷ୍ଟ ହାରରେ ବଢ଼ୁଅଛି।

– ଅଣ ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ (ଏନବିଏଫସି)ର ଋଣ ବିତରଣ ମଧ୍ୟ ବଢ଼ି ଚାଲିଛି।

– ଏସସିବିର ସକଳ ଅଣ-ଅଚଳ ପରିସମ୍ପତ୍ତି (ଜିଏନପିଏ) ଅନୁପାତ ହ୍ରାସ ପାଇ ବିଗତ ସାତ ବର୍ଷର ସର୍ବନିମ୍ନ ସ୍ତର ୫.୦କୁ ଖସି ଆସିଛି।

– ପୁଞ୍ଜି ବିପତ୍ତି ଭାରଯୁକ୍ତ ସମ୍ପତ୍ତି ଅନୁପାତ ବା କ୍ୟାପିଟାଲ-ଟୁ-ରିସ୍କ ୱେଟେଡ୍‌ ଆସେଟନ୍ସ ରେସିଓ (ସିଆରଏଆର) ଏବେ ସୁଦ୍ଧା ୧୬.୦ ସ୍ତରରେ ବଜାୟ ରହିଛି।

– ଦେବାଳିଆ ଏବଂ ଦେବାଳିଆପଣ ସଂହିତା (ଆଇବିସି) ଜରିଆର ଏସସିବି ଲାଗି ସୁଧାର ହାର ଅନ୍ୟ ଚାନେଲ ତୁଳନାରେ ଆର୍ଥିକ ବର୍ଷ ୨୦୨୨ରେ ସର୍ବାଧିକ ରହିଥିଲା।

ମୂଲ୍ୟ ଏବଂ ଦରବୃଦ୍ଧି : ସଫଳତାପୂର୍ବକ ସନ୍ତୁଳନ ସ୍ଥାପନ

– ଗୋଟିଏ ପଟେ ତିନିରୁ ଚାରି ଦଶନ୍ଧି ଦୀର୍ଘ ଅନ୍ତରାଳ ପରେ ବିକଶିତ ଦେଶରେ ଆକାଶଛୁଆଁ ଦରଦାମ୍‌ ବୃଦ୍ଧି ପୁଣିଥରେ ଦେଖିବାକୁ ମିଳିଛି, ଅନ୍ୟପଟେ ଭାରତରେ ଦରବୃଦ୍ଧି ନିର୍ଦ୍ଦିଷ୍ଟ ସୀମାରେ ଆବଦ୍ଧ ହୋଇ ରହିଛି।

– ଦେଖିବାକୁ ଗଲେ ଭାରତରେ ଖୁଚୁରା ମୁଦ୍ରାସ୍ଫିତୀ ହାର ଏପ୍ରିଲ ୨୦୨୨ରେ ବୃଦ୍ଧି ପାଇ ୭.୮ ପ୍ରତିଶତର ଶୀର୍ଷ ସ୍ତରରେ ପହଞ୍ଚି ଯାଇଥିଲା ଯାହାକି ଆରବିଆଇର ୬ ପ୍ରତିଶତ ସର୍ବୋଚ୍ଚ ସୀମା ଠାରୁ ଅଧିକ ଥିଲା, କିନ୍ତୁ ଭାରତରେ ଲକ୍ଷ୍ୟ ଧାର୍ଯ୍ୟ ସୀମା ଠାରୁ ଅଧିକ ଥିବା ମୁଦ୍ରାସ୍ଫିତୀ ହାର ବିଶ୍ବର ଅନ୍ୟ ସ୍ଥାନଗୁଡ଼ିକ ତୁଳନାରେ ଦୁନିଆର ସର୍ବନିମ୍ନ ମୁଦ୍ରାସ୍ଫିତୀ ହାର ମଧ୍ୟରୁ ଅନ୍ୟତମ ରହିଥିଲା।

– ସରକାର ମୂଲ୍ୟ ବୃଦ୍ଧିକୁ ଗୋଟିଏ ପରିଧି ମଧ୍ୟରେ ରଖିବା ଲାଗି ବହୁମୁଖ ରଣନୀତି ଆପଣାଇଥିଲେ:

– ପେଟ୍ରୋଲ ଓ ଡିଜେଲ ରପ୍ତାନି ଶୁଳ୍କରେ ଏକାଧିକ ପର୍ଯ୍ୟାୟରେ ହ୍ରାସ କରାଯାଇଥିଲା।

– ପ୍ରମୁଖ କଞ୍ଚା ମାଲ ଉପରେ ଆମଦାନୀ ଶୁଳ୍କକୁ କମାଇ ଶୂନ୍ୟ କରି ଦିଆଯାଇଥିଲା, ଅନ୍ୟପଟେ ଲୁହାପଥର ଏବଂ କନସେଣ୍ଟେଟ୍ସ ର ରପ୍ତାନି ଉପରେ ଦେୟ ଟିକସକୁ ୩୦ ପ୍ରତିଶତରୁ ବଢ଼ାଇ ୫୦ ପ୍ରତିଶତ କରି ଦିଆଯାଇଥିଲା।

– କପା ଆମଦାନୀ ଉପରେ ଦେୟଯୋଗ୍ୟ ସୀମା ଶୁଳ୍କକୁ ୧୪ ଏପ୍ରିଲ ୨୦୨୨ ଠାରୁ ଆରମ୍ଭ କରି ୩୦ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ଛାଡ଼ କରି ଦିଆଯାଇଥିଲା।

– ଏଚଏସ କୋଡ ୧୧୦୧ ଅଧୀନରେ ଗହମ ଉତ୍ପାଦର ରପ୍ତାନି ଉପରେ ଅଙ୍କୁଶ ଲାଗୁ କରାଯାଇଥିଲା ଏବଂ ଚାଉଳ ଉପରେ ରପ୍ତାନି ଶୁଳ୍କ ଲାଗୁ କରାଯାଇଥିଲା।

– କଞ୍ଚା ଏବଂ ପରିଶୋଧିତ ପାମ ଅଏଲ, କଞ୍ଚା ସୋୟାବିନ ତେଲ ଏବଂ କଞ୍ଚା ସୂର୍ଯ୍ୟମୁଖୀ ତେଲ ଉପରେ ଦେୟ ମୌଳିକ ଶୁଳ୍କ ହ୍ରାସ କରାଯାଇଥିଲା।

– ଆରବିଆଇ ଦ୍ୱାରା ଅଗ୍ରୀମ ଟିକସ ଉପରେ ଗାଇଡାନ୍ସ ଜାରି କରାଯାଇ ପ୍ରତ୍ୟାଶିତ ମୁଦ୍ରାସ୍ଫିତୀ ଆକଳନକୁ ନିୟନ୍ତ୍ରିତ କରି ରଖିବା ଏବଂ ଏହା ସହିତ ଉଚିତ ମୁଦ୍ରା ନୀତି ଆପଣାଇବା ଫଳରେ ଦେଶରେ ଦରଦାମ ବୃଦ୍ଧିକୁ ସଠିକ ମାର୍ଗରେ ରଖିବାର ସହାୟତା ମିଳିଥିଲା।

– ବ୍ୟବସାୟୀ ଏବଂ ପରିବାର ଉଭୟଙ୍କ ପାଇଁ ଆଗାମୀ ବର୍ଷ ଲାଗି ମୁଦ୍ରାସ୍ଫିତୀ ଅନୁମାନ ଚଳିତ ଆର୍ଥିକ ବର୍ଷରେ କମ ହୋଇଯାଇଛି।

– ସରକାରଙ୍କ ଦ୍ୱାରା ଆବାସିକ କ୍ଷେତ୍ରରେ ଠିକ ସମୟରେ ନୀତିଗତ ଉପାୟ କରାଯିବା ଏବଂ ଏହା ସହିତ ଆବାସ ଋଣ ଉପରେ ସୁଧ ଦରକୁ କମ ରଖାଯିବା ଫଳରେ ଆବାସ କ୍ଷେତ୍ରରେ ଚାହିଦା ବଢ଼ାଇବାରେ ଯଥେଷ୍ଟ ସହାୟତା ମିଳିଥିଲା ଏବଂ ଅଧିକ ସଂଖ୍ୟାରେ କ୍ରେତା ୨୦୨୩ ବର୍ଷ ସମୟରେ ଶସ୍ତା ଆବାସ ଆଡ଼କୁ ଆକର୍ଷିତ ହୋଇଥିଲେ।

– ସଂଯୋଜିତ ଆବାସ ମୂଲ୍ୟ ସୂଚକାଙ୍କ ବା କମ୍ପୋଜିଟ୍‌ ହାଉସିଂ ପ୍ରାଇସ ଇଣ୍ଡାଇସେସ (ଏଚପିଆଇ)ର ଆକଳନ ଏବଂ ଆବାସ ମୂଲ୍ୟ ସୂଚକାଙ୍କ ସହ ଜଡ଼ିତ ବଜାର ମୂଲ୍ୟରେ ସାମଗ୍ରିକ ବୃଦ୍ଧି ହେବା, ପୁଣିଥରେ ଆବାସିକ କ୍ଷେତ୍ରର ଦ୍ରୁତ ବିକାଶର ସଙ୍କେତ ଦେଉଛି। ଏଚପିଆଇରେ ସ୍ଥିର ଠାରୁ ଆରମ୍ଭ କରି ମାମୁଲି ବୃଦ୍ଧି ହେବା ଫଳରେ ପରିସମ୍ପତ୍ତିର ମୂଲ୍ୟ ବଜାୟ ରହିବାର ଦୃଷ୍ଟିରୁ ଘର ମାଲିକ ଏବଂ ଆବାସ ଋଣ ପ୍ରଦାନକାରୀଙ୍କ ବିଶ୍ୱାସ ବୃଦ୍ଧି ପାଉଛି।

– ଭାରତର ମୁଦ୍ରାସ୍ଫିତୀ ପରିଚାଳନା ବିଶେଷ ଉଲ୍ଲେଖନୀୟ ରହିଛି, ଯାହାକି ବିକଶିତ ଦେଶର ବର୍ତ୍ତମାନର ସ୍ଥିତିର ସମ୍ପୂର୍ଣ୍ଣ ବିପରୀତ ଅଟେ କାରଣ ସେମାନେ ଏବେ ସୁଦ୍ଧା ଦରଦାମ ବୃଦ୍ଧି ସହ ସଂଘର୍ଷ କରୁଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଦଶମ ପାସ୍ ଯୁବକମାନଙ୍କ ପାଇଁ ରେଳବାଇରେ ନିଯୁକ୍ତି ସୁଯୋଗ: ଆପଣ ମଧ୍ୟ କରିପାରିବେ ଆବେଦନ

ନୂଆଦିଲ୍ଲୀ: ରେଳବାଇ ଭର୍ତ୍ତି ସେଲ୍ ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଯାହା ଅନୁଯାୟୀ ପଶ୍ଚିମ କେନ୍ଦ୍ରୀୟ ରେଳବାଇରେ ବମ୍ପର ପଦବୀରେ ନିଯୁକ୍ତି କରାଯିବ। ଏହି ନିଯୁକ୍ତି ଅଭିଯାନ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଯେଉଁଥିପାଇଁ ପ୍ରାର୍ଥୀଙ୍କୁ ଅଫିସିଆଲ୍ ସାଇଟ୍ iroams.com ପରିଦର୍ଶନ କରି ଆବେଦନ କରିବାକୁ ପଡିବ। ଏହି ନିଯୁକ୍ତି ଅଭିଯାନ ଡିସେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ।

ରେଳବାଇରେ ଏହି ନିଯୁକ୍ତି ଡ୍ରାଇଭ୍ ମାଧ୍ୟମରେ ମୋଟ ୨୫୨୧ ଜଣଙ୍କୁ ନିଯୁକ୍ତ କରାଯିବ। କାର୍ପେଣ୍ଟର, କମ୍ପ୍ୟୁଟର ଅପରେଟର ପ୍ରୋଗ୍ରାମିଂ ଆସିଷ୍ଟାଣ୍ଟ, ଡ୍ରାଫ୍ଟମ୍ୟାନ୍ (ସିଭିଲ୍), ଇଲେକ୍ଟ୍ରିକାଲ୍, ଫିଟର୍, ପେଣ୍ଟର, ପ୍ଲମ୍ବର, ବ୍ଲାକ୍ ସ୍ମିଥ୍, ୱେଲଡର୍ ଇତ୍ୟାଦି ପଦ ପାଇଁ ଏହି ନିଯୁକ୍ତି କରାଯିବ। ଏହି ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନେ ଅତିକମରେ ୫୫ ପ୍ରତିଶତ ମାର୍କ ଥିବା କୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡ କିମ୍ବା ଅନୁଷ୍ଠାନରୁ ଦଶମ ଶ୍ରେଣୀ ପାସ୍ କରିବା ଉଚିତ୍। ଏକ ଜାତୀୟ ବାଣିଜ୍ୟ ପ୍ରମାଣପତ୍ର ମଧ୍ୟ ରହିବା ଜରୁରୀ। ଇଞ୍ଜିନିୟର ସ୍ନାତକ ଏବଂ ଡିପ୍ଲୋମା ଧାରକମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଯୋଗ୍ୟ ନୁହଁନ୍ତି।

ବୟସ ସୀମା:

ନିଯୁକ୍ତି ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ ୧୫ ରୁ ୨୪ ବର୍ଷ ମଧ୍ୟରେ ହେବା ଉଚିତ୍। ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ ସର୍ବାଧିକ ବୟସ ସୀମା ମଧ୍ୟରେ ଆଶ୍ଵସ୍ତି ପ୍ରଦାନ କରାଯିବ।

କେଉଁ ଡିଭିଜନ ପାଇଁ କେତେ ପଦବୀ?:

ଜବଲପୁର ଡିଭିଜନରେ ପଦବୀ: ୮୮୪
ଭୋପାଳ ଡିଭିଜନରେ ପଦବୀ: ୬୧୪
କୋଟା ଡିଭିଜନରେ ପଦବୀ: ୬୮୫
କୋଟା ୱାର୍କସପ ଡିଭିଜନରେ ପଦବୀ: ୧୬୦
CRWS BPL ଡିଭିଜନରେ ପଦବୀ: ୧୫୮
HQ ଜବଲପୁର ଡିଭିଜନରେ ପଦବୀ: ୨୦

ଆବେଦନ ଶୁଳ୍କ ଦେବାକୁ ପଡିବ:

ପ୍ରାର୍ଥୀମାନଙ୍କୁ ଏହି ନିଯୁକ୍ତି ଡ୍ରାଇଭ୍ ପାଇଁ ଦେୟ ଦେବାକୁ ପଡିବ। ସାଧାରଣ ବର୍ଗର ପ୍ରାର୍ଥୀଙ୍କୁ ୧୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ପଡିବ। SC / ST / PWD / ମହିଳା ପ୍ରାର୍ଥୀଙ୍କ ପାଇଁ ଦେୟ ଛାଡ କରାଯିବ।

ଚୟନ ଏହିପରି ହେବ:

ଅନ୍ତିମ ଚୟନ ସର୍ଟଲିଷ୍ଟିଂ ଏବଂ ଆବେଦନ ସମୟରେ ଏକାଡେମିକ୍ ମେରିଟ୍ ଆଧାରରେ କରାଯିବ।

Categories
ବିଶେଷ ଖବର ବ୍ୟବସାୟ

ରିଲାଏନ୍ସ ରିଟେଲ୍ ୩ ରୁ ୫ ବର୍ଷ ଭିତରେ ୩ ଗୁଣା ବୃଦ୍ଧି ସହ ୧୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ: ମୁକେଶ ଅମ୍ବାନି

ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ରିଟେଲ୍ ସଂସ୍ଥା ରିଲାଏନ୍ସ ରିଟେଲ୍ ଆସନ୍ତା ୩ ରୁ ୫ ବର୍ଷ ଭିତରେ ୩ ଗୁଣା ବୃଦ୍ଧି ପାଇବ ଏବଂ ୧୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି କହିଛନ୍ତି। ଏଥିସହିତ ଏହା ଆହୁରି ଅନେକଙ୍କ ପାଇଁ ଜୀବିକା ସୃଷ୍ଟି କରିବ। ଏହା ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ରିଟେଲ୍ କଂପାନି ହୋଇ ରହିବ ଏବଂ କଂପାନି ଦୁନିଆର ଶ୍ରେଷ୍ଠ ୧୦ ରିଟେଲର୍‌ଙ୍କ ମଧ୍ୟରେ ସ୍ଥାନ ପାଇବାକୁ ଲକ୍ଷ୍ୟ ରଖିଛି ବୋଲି ଗୁରୁବାର ଅନୁଷ୍ଠିତ ବାର୍ଷିକ ସାଧାରଣ ବୈଠକ ଅବସରରେ ଶ୍ରୀ ଅମ୍ବାନି କହିଛନ୍ତି।

୨୦୨୦-୨୧ରେ ମହାମାରୀ ପରିସ୍ଥିତିରେ ମଧ୍ୟ ରିଲାଏନ୍ସ ରିଟେଲ୍ ୬୫,୦୦୦ରୁ ଅଧିକ ନୂଆ ନିଯୁକ୍ତି ସୃଷ୍ଟି କରିଥିବା ବେଳେ ବର୍ତମାନ କଂପାନିରେ ୨ ଲକ୍ଷରୁ ଅଧିକ ଲୋକ ନିଯୁକ୍ତ ରହିଛନ୍ତି, ଯାହା କମ୍ପାନୀକୁ ଦେଶର ଅନ୍ୟତମ ବୃହତ୍ ନିଯୁକ୍ତି ପ୍ରଦାନକାରୀ ଭାବେ ସ୍ଥାନିତ କରିଛି।

ଆସନ୍ତା ତିନି ବର୍ଷରେ କଂପାନି ଏହାର ଇ-କମର୍ସ ସଂସ୍ଥା ଜିଓମାର୍ଟରେ ଏକ କୋଟିରୁ ଅଧିକ ମର୍ଚାଂଟ୍ ବା ବ୍ୟବସାୟୀ ସହଯୋଗୀଙ୍କୁ ଯୋଡ଼ିବ। ଗତ ଏକ ବର୍ଷ ମଧ୍ୟରେ ଜିଓମାର୍ଟ ୧୫୦ଟି ସହରର ୩ ଲକ୍ଷରୁ ଅଧିକ ବିକ୍ରେତା ବା କ୍ଷୁଦ୍ର ବ୍ୟବସାୟୀ ସହଯୋଗୀଙ୍କୁ ଯୋଡ଼ି ସେମାନଙ୍କୁ ଉଭୟ ପ୍ରତ୍ୟକ୍ଷ ଓ ଡିଜିଟାଲ୍ ମାଧ୍ୟମରେ ସଶକ୍ତ କରିଛି ଏବଂ ଏହି ପ୍ରକ୍ରିୟାକୁ ଅନ୍ୟ ସହରଗୁଡିକୁ ସଂପ୍ରସାରଣ କରିବା ଯୋଜନାରେ ଆଗକୁ ବଢୁଛି।

ରିଲାଏନ୍ସ ରିଟେଲ୍ ଏହାର ଷ୍ଟୋର୍ ଏବଂ ତତ୍‌ସଲଗ୍ନ ଡେଲିଭରି ହବ୍ ସଂଖ୍ୟା ମଧ୍ୟ ଚଳିତ ବର୍ଷ ବହୁ ଗୁଣା ବଢ଼ାଇବ। ରିଲାଏନ୍ସ ରିଟେଲ୍ ଦ୍ରୁତ ଅଭିବୃଦ୍ଧି ପଥରେ ଥିବାରୁ ଆସନ୍ତା ୩ ରୁ ୫ ବର୍ଷ ଭିତରେ ଏହା ତିନି ଗୁଣା ବୃଦ୍ଧି ପାଇବ ବୋଲି ମୋର ବିଶ୍ୱାସ ରହିଛି ବୋଲି ମୁକେଶ ଅମ୍ବାନି କହିଛନ୍ତି। ଗ୍ରୋସରି, ଇଲେକ୍ଟ୍ରୋନିକ୍ସ ଓ ପୋଷାକ ବ୍ୟବସାୟ କ୍ଷେତ୍ରରେ ରିଲାଏନ୍ସ ରିଟେଲ୍ ଅଗ୍ରଣୀ ଥିବା ସେ କହିଛନ୍ତି। ଗବେଷଣା, ଡିଜାଇନ୍ ଓ ଉତ୍ପାଦ ବିକାଶରେ କଂପାନି ନିବେଶ ଜାରି ରଖିବ ଓ ଏହାର ସାମଗ୍ରୀ ସଂଗ୍ରହ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଯୋଗାଣ ଶୃଙ୍ଖଳ ଭିତିଭୂମିରେ ଉନ୍ନତି ଆଣି ଦକ୍ଷତା ବଢ଼ାଇବ। ଏକ ସ୍ୱୟଂକ୍ରିୟ, ମଡ୍ୟୁଲାର ଓ ଭରସାଯୋଗ୍ୟ ଏବଂ ବ୍ୟାପକ କରିହେଉଥିବା ଗୋଦାମ ଓ ଲଜିଷ୍ଟିକ୍ ବା ପରିବହନ ବ୍ୟବସ୍ଥା ଆମକୁ ଦେଶର କୋଣ ଅନୁକୋଣରେ କମ୍ ସମୟ ଭିତରେ ଉତ୍ପାଦ ପହଂଚାଇବାରେ ସହାୟକ ହେବ ବୋଲି ସେ କହିଛନ୍ତି।

ଜିଓମାର୍ଟରେ ପ୍ରୟ ୮୦ ଭାଗ ଉପଭୋକ୍ତା ବାରମ୍ବାର ଅର୍ଡର କରୁଥିବା ଦେଖଯାଇଛି ଯାହା ଏହା ପ୍ରତି ଗ୍ରହକମାନଙ୍କର ରହିଥିବା ବିଶ୍ୱାସକୁ ପରିଦର୍ଶିତ କରୁଛି ବୋଲି ସେ କହିଛନ୍ତି। ଜିଓମାର୍ଟ ଗୋଟିଏ ଦିନରେ ସର୍ବାଧିକ ୬.୫ ଲକ୍ଷ ଅର୍ଡର ପୂରଣ କରିଛି। ବ୍ୟବସାୟ ସହଯୋଗୀମାନେ ସେମାନଙ୍କ ଗ୍ରାହକମାନଙ୍କୁ ଉତ୍ତମ ସେବା ପ୍ରଦାନ କରିପାରିବା ପାଇଁ ପାଇଁ ଜିଓମାର୍ଟର ପ୍ରତିଶ୍ରୁତି ବେଶ୍ ସରଳ “ଗ୍ରାହକ ଆପଣଙ୍କର, ସହାୟତା ଆମର” ବୋଲି ଏହି ଅବସରରେ ସେ କହିଛନ୍ତି।

ମହାମାରୀ ପ୍ରଭାବିତ ବର୍ଷ ୨୦୨୦-୨୧ରେ ବିବିଧ ଆହ୍ୱନମୂଳକ ପରିସ୍ଥିତି ସତ୍ତ୍ୱେ ରିଲାଏନ୍ସ ରିଟେଲ୍ ୧୫୦୦ ନୂଆ ଷ୍ଟୋର୍ ଖୋଲିବା ସହ କଂପାନିର ମୋଟ ଷ୍ଟୋର ସଂଖ୍ୟା ୧୨,୭୧୧ରେ ପହଂଚିଛି। ପ୍ରାୟ ପ୍ରତି ୮ ଜଣରେ ଜଣେ ଭାରତୀୟ ରିଲାଏନ୍ସ ରିଟେଲ୍‌ରୁ କ୍ରୟ କରୁଥିବା ଦେଖାଯାଇଛି। ମହାମାରୀ ସମୟରେ ଲୋକଙ୍କ ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ସମ୍ମୁଖ ଭାଗରେ ରହି କାର୍ଯ୍ୟ କରିଥିବା ଗ୍ରୋସରୀ ବ୍ୟବସାୟରେ ପ୍ରତିଦିନ ପ୍ରାୟ ୩୦ ଲକ୍ଷ ୟୁନିଟ୍ ବିକ୍ରି ହେଉଥିବା ବେଳେ ରିଲାଏନ୍ସ ରିଟେଲ୍ ଦିନକୁ ପାଂଚ ଲକ୍ଷ ୟୁନିଟ୍ ଭାବରେ ସାରା ବର୍ଷରେ ୧୮ କୋଟି ୟୁନିଟ୍ ପୋଷାକ ବିକ୍ରି କରୁଥିବା ଶ୍ରୀ ଅମ୍ବାନି ସୂଚନା ଦେଇଛନ୍ତି। ଏହି ପରିମାଣର ପୋଷାକ ବ୍ରିଟେନ୍‌, ଜର୍ମାନି ଓ ସ୍ପେନ୍‌ର ଜନସଂଖ୍ୟାର ପୋଷାକ ଆବଶ୍ୟକତାକୁ ଏକକାଳୀନ ପୂରଣ କରିବାକୁ ସକ୍ଷମ।

ଫେସନ ପୋର୍ଟାଲ୍ ଆଜିଓରେ ୨୦୦୦ ଲେବେଲ୍ ଓ ବ୍ରାଣ୍ଡ୍ ରହିଛି ଏବଂ ଏହା ଗ୍ରାହକମାନଙ୍କୁ ପସନ୍ଦ କରିବା ପାଇଁ ୫ ଲକ୍ଷରୁ ଅଧିକ ବିକଳ୍ପ ପ୍ରଦାନ କରୁଛି। ଆଜିଓ ସଂପ୍ରତି ରିଲାଏନ୍ସର ପୋଷାକ ବ୍ୟବସାୟକୁ ୨୫% ଅବଦାନ ପ୍ରଦାନ କରୁଛି। ଗତବର୍ଷ ଆମେ ୪.୫ କୋଟି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ବିକ୍ରି କରୁଛି । ଅର୍ଥାତ ଦିନକୁ ୧,୨୦,୦୦୦ ୟୁନିଟ୍ ବିକ୍ରି ହୋଇଛି ବୋଲି ମୁକେଶ ଅମ୍ବାନି କହିଛନ୍ତି।

ରିଲାଏନ୍ସ ରିଟେଲ୍ ନିକଟରେ ନେଟ୍‌ମେଡସ୍‌, ଅର୍ବାନ୍ ଲାଡର୍ ଓ ଜିଭାମେକୁ ଅଧିଗ୍ରହଣ କରିଥିବା ବେଳେ ସେବା ପ୍ରଦାନକୁ ନୂଆ ଶିଖରରେ ପହଂଚାଇବା, ଓମନିଚ୍ୟାନେଲ୍ ଦକ୍ଷତା ବଢ଼ାଇବା ଓ ପରିଚାଳନା ଦକ୍ଷତାରେ ଉନ୍ନତି ଆଣିବା ପାଇଁ କଂପାନି ଏହିଭଳି ଅଧିଗ୍ରହଣ ଜାରି ରଖିବ ବୋଲି ସେ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପଡ଼ିନି ମହାମାରୀର ପ୍ରଭାବ: ସୋଆର ୮୫ ପ୍ରତିଶତ ଇଞ୍ଜିନିୟରିଂ ଗ୍ରାଜୁଏଟ୍‌ଙ୍କ ପାଇଁ ଉଚ୍ଚମାନର ନିଯୁକ୍ତି ସୁଯୋଗ

ଭୁବନେଶ୍ୱର: ଉଚ୍ଚଶିକ୍ଷା କ୍ଷେତ୍ରରେ ଓଡ଼ିଶାର ଏକ ନମ୍ବର ଶିକ୍ଷାନୁଷ୍ଠାନ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ର ୨୦୨୧ ବ୍ୟାଚ୍‌ର ୮୫ ପ୍ରତିଶତ ଇଞ୍ଜିନିୟରିଂ ଛାତ୍ରଛାତ୍ରୀ ପ୍ରମୁଖ କମ୍ପାନୀଗୁଡ଼ିକରେ ଉଚ୍ଚମାନର ନିଯୁକ୍ତି ସୁଯୋଗ ପାଇଛନ୍ତି।

କୋଭିଡ ମହାମାରୀର କରାଳ ଛାୟା ଶିକ୍ଷା ବ୍ୟବସ୍ଥା ଉପରେ ଭୟଙ୍କର ଭାବେ ପଡ଼ିଥିବା ସତ୍ୱେ ନିଯୁକ୍ତି କ୍ଷେତ୍ରରେ ଖୁବ୍ ସଫଳତା ସାଉଁଟିଛି ସୋଆ। ପ୍ରାୟ ୩୦% ଛାତ୍ରଛାତ୍ରୀ ଡେ-ଜିରୋ ଅର୍ଥାତ୍ ପ୍ରିମିୟମ୍ ନିଯୁକ୍ତି ପ୍ରକ୍ରିୟାରେ ମାଇକ୍ରୋସଫ୍‌ଟ, ଆମାଜନ୍‌, ଫିନାଷ୍ଟ୍ରା, ରବର୍ଟ ବୋସ୍‌, ଡେଲ୍‌, ପିଡବ୍ଲୁସି, କ୍ଲାଉଡ୍‌ଗିନ୍‌, ଡେଲଏଟ୍‌, ଏଚ୍‌ପି ଆଇଏନ୍‌ସି, ଟେମେନସ୍‌, ଇନ୍‌ଫର୍ମାଟିକା,ଏମ୍‌ଏକ୍‌ୁ୍ୟ ସଫ୍ଟୱେୟାର୍‌, ଏନ୍‌ପିସିଆଇ, ସେଲ୍ସଫୋର୍ସ ଏବଂ ରାପ୍ୟୁଟା ରୋବୋଟିକ୍ସ ଭଳି କମ୍ପାନୀରେ ବାର୍ଷିକ ହାରାହାରି ୬.୩ ଲକ୍ଷ ଟଙ୍କାର ପ୍ୟାକେଜ୍‌ରେ ନିଯୁକ୍ତି ପାଇଥିବା ବେଳେ ଏମାନଙ୍କ ମଧ୍ୟରୁ ସର୍ବାଧିକ ଆମାଜନ୍ ଭଳି କମ୍ପାନୀ ଠାରୁ ବାର୍ଷିକ ୩୦ ଲକ୍ଷ ଟଙ୍କା ପ୍ୟାକେଜ୍‌ର ଅଫର ପାଇଛନ୍ତି। ମହାମାରୀ ସତ୍ୱେ ଅଧିକାଂଶ ଛାତ୍ରଛାତ୍ରୀ ଏକାଧିକ କମ୍ପାନୀରେ ନିଯୁକ୍ତି ଅଫର ପାଇଛନ୍ତି।

ଅନ୍ୟ ୫୫ % ଛାତ୍ରଛାତ୍ରୀ ପ୍ରତିଷ୍ଠିତ ମଲ୍ଟି ନ୍ୟାସ୍‌ନାଲ୍ କମ୍ପାନୀ ଏବଂ ଡେ-ୱାନ୍ ଏବଂ ଡେ-ଟୁ ନିଯୁକ୍ତିଦାତା ଇନ୍‌ଫୋସିସ୍‌, ୱିପ୍ରୋ, କଗ୍ନିଜାଂଟ, କେପ୍‌ଜେମିନି, ଡିଏକ୍ସସି, ହେକ୍ସାୱେର୍‌, ଏଚ୍‌ସିଏଲ୍‌, ଏନ୍‌ଆଇଆଇଟି ଟେକ୍ନୋଲୋଜିସ୍‌, ଏଲ୍ ଆଣ୍ଡ ଟି ଟେକ୍ନୋଲୋଜିସ୍‌, ଇନ୍‌ଫୋଗେନ୍‌, ଟୁଡିପ ଟେକ୍ନୋଲୋଜିସ୍‌, ଭି-କନ୍‌ଷ୍ଟ୍ରକ୍ଟ, ଏନ୍‌ସିସି, ଗ୍ଳୋବାଲ୍ ଏଜ୍ ଏବଂ ଅନ୍ୟାନ୍ୟ ବିଭିନ୍ନ କମ୍ପାନୀରୁ ନିଯୁକ୍ତ ଅଫର ପାଇଛନ୍ତି।

ଏହା ବ୍ୟତୀତ ଖ୍ୟାତି ସମ୍ପନ୍ନ ଡିଜିଟାଲ୍ ମାର୍କେଟିଂ କର୍ପୋରେଟ୍ ମିଡିଆମିଂଟ୍ ମଧ୍ୟ ଏମ୍‌ଓୟୁ ମାଧ୍ୟମରେ ସୋଆର ପ୍ରତିଭାବାନ୍ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଦେବା ପାଇଁ ଆଗ୍ରହ ପ୍ରକାଶ କରିଛି। କ୍ୟାମ୍ପସ୍ ନିଯୁକ୍ତି ପ୍ରକ୍ରିୟାର ଶେଷ ସୁଦ୍ଧା ପ୍ରାୟ ୯୫ ପ୍ରତିଶତ ଛାତ୍ରଛାତ୍ରୀ ନିଯୁକ୍ତିର ସୁଯୋଗ ପାଇପାରିବେ ବୋଲି ଆଶା କରାଯାଉଛି।

ଚଳିତ ବର୍ଷ ଆଇଟିଇଆର୍‌ର କ୍ୟାମ୍ପସ୍ ନିଯୁକ୍ତି ପ୍ରକ୍ରିୟାରେ ୯୦ ରୁ ଅଧିକ କମ୍ପାନୀ ଭାଗ ନେଇଥିଲେ। ଏହା ବ୍ୟତୀତ ସୋଆର ଛାତ୍ରଛାତ୍ରୀମାନଙ୍କର ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଅନେକ ପ୍ରତିଷ୍ଠିତ କର୍ପୋରେଟ୍ ସୋଆ କ୍ୟାମ୍ପସ୍‌ରେ ସେମାନଙ୍କର ହବ୍ ପ୍ରତିଷ୍ଠା କରିବା ନିମନ୍ତେ ଆଗ୍ରହ ପ୍ରକାଶ କରିଛନ୍ତି। ଏହା ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ଆଗାମୀ ଦିନରେ ଇଣ୍ଡଷ୍ଟ୍ରିରେ ଅଧିକ ସୁଯୋଗ ମିଳିବ ବୋଲି ଆଶା କରାଯାଉଛି।

କୋଡିଙ୍ଗ, ଟେକ୍ନୋଲୋଜି, ସଫ୍ଟ ସ୍କିଲ, ଆପ୍ଟିଟ୍ୟୁଡ୍ ଏବଂ କାଉନ୍‌ସେଲିଂ କ୍ଷେତ୍ରରେ ଉତ୍କୃଷ୍ଟ ଧରଣର ଟ୍ରେନିଂ କାର୍ଯ୍ୟକ୍ରମ ଯୋଗେ ସୋଆର ଛାତ୍ରଛାତ୍ରୀମାନେ ସେମାନଙ୍କ ଲକ୍ଷ୍ୟ ହାସଲ କରିବାରେ ଏବଂ ନିଜର ଶିକ୍ଷା ଏବଂ ପାରଦର୍ଶିତାକୁ ଉଚ୍ଚ ସ୍ତରକୁ ନେବାରେ ସଫଳ ହେବେ ବୋଲି ଆଶା କରାଯାଉଛି।

ସେହିପରି ଏକ ୬ ଜଣିଆ ଆଇଟିଇଆର୍ ଛାତ୍ରଛାତ୍ରୀ ଟିମ୍ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଦ୍ୱାରା ପରିଚାଳିତ ସ୍ମାର୍ଟ ଇଣ୍ଡିଆ ହାକାଥନ୍ – ୨୦୨୦ ରେ ଭାଗ ନେଇ ଓ ଷ୍ଟେଟ୍‌ମେଂଟ ଆର୍‌କେ ୫୭ (ଡିଜିଟାଲ୍ ପୋଲିସିଙ୍ଗ) ସମସ୍ୟାର ସମାଧାନ କରି ଚାମ୍ପିଅନ୍ ହୋଇ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ହାସଲ କରିଛନ୍ତି। ସେହିପରି ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍ ଦ୍ୱାରା ପରିଚାଳିତ ଟିସିଏସ୍ କୋଡ୍ ଭିଟା ସିଜନ୍ ୯ରେ ଉଚ୍ଚକୋଟୀର ପ୍ରଦର୍ଶନ କରି ସଫଳତା ପାଇଛନ୍ତି ସୋଆ ଛାତ୍ରଛାତ୍ରୀ।

କ୍ରମାଗତ ଭାବେ ଦ୍ୱିତୀୟ ବର୍ଷ ପାଇଁ ପୂର୍ବ ଭାରତରୁ ସର୍ବାଧିକ ସୋଆରୁ ୯ ଜଣ ଛାତ୍ରଛାତ୍ରୀଙ୍କୁ ମାଇକ୍ରୋସଫ୍ଟ ଭଳି ପ୍ରତିଷ୍ଠିତ କମ୍ପାନୀ ନିଯୁକ୍ତିର ସୁଯୋଗ ଦେଇଥିବା ବେଳେ ୟୁଏସଏ ସ୍ଥିତ ଡେଲଏଟ୍ ପ୍ରିମିୟମ୍ କାଟେଗୋରୀ ଚଏସ୍‌ରେ ବାର୍ଷିକ ୭.୬ ଲକ୍ଷ ପ୍ୟାକେଜ୍‌ରେ ନିଯୁକ୍ତି ଦେବାର ପ୍ରତିଶ୍ରୁତି ଦେଇଛି ଯାହାକି ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ ସୁଯୋଗ।

ଅନୁସନ୍ଧାନ ଉପରେ ଅଧିକ ଗୁରୁତ୍ୱ ଦେଉଥିବା ସୋଆ ପକ୍ଷରୁ ଗବେଷଣା ନିମନ୍ତେ ୧୩ଟି ଗବେଷଣା କେନ୍ଦ୍ର ଏବଂ ୪୨ଟି ଗବେଷଣା ଲାବୋରେଟୋରୀରେ ୨୨ଟି ନିର୍ଦ୍ଦିଷ୍ଟ ମନୋନୀତ ବିଷୟରେ ଗବେଷଣା କରାଯାଉଛି। ସୋଆର ଫାକଲ୍ଟି ଏବଂ ଗବେଷଣାରତ ସ୍କଲାରମାନଙ୍କର ଗବେଷଣାର ତଥ୍ୟ ନିୟମିତ ଭାବରେ ବିଭିନ୍ନ ଖ୍ୟାତିସମ୍ପନ୍ନ ଜାତୀୟ ଏବଂ ଅନ୍ତର୍ଜାତୀକ ଜର୍ନାଲ୍‌ଗୁଡ଼ିକରେ ପ୍ରକାଶ ପାଉଛି।

ବିଶ୍ୱବିଦ୍ୟାଳୟର ନିଜସ୍ୱ ୭୨୬୧ଟି ସ୍କୋପସ୍ ଇଣ୍ଡେକ୍ସଡ ପବ୍ଲିକେସନ୍ ରହିଥିବା ବେଳେ ଏଚ୍ଇ ଣ୍ଡେକ୍ସ ୬୫ ରହିଛି। ସୋଆର ଗବେଷକମାନେ ବର୍ତମାନ ପର୍ଯ୍ୟନ୍ତ ୨୯୯ଟି ପ୍ୟାଟେଂଟ୍ ଦାଖଲ କରିଥିବା ବେଳେ ୫୧୫ଟି ନଭେଲ୍ ଜିନ୍ ସିକ୍ୱେନ୍ସ ଦାଖଲ କରିଛନ୍ତି। ସୋଆ ଅଧିନରେ ୯ଟି ଅନୁଷ୍ଠାନ ପରିଚାଳିତ ହେଉଛି। ସେଗୁଡ଼ିକ ହେଲା ଇଞ୍ଜିନିୟରିଂ ଓ ଟେକ୍ନୋଲୋଜି, ମେଡିକାଲ୍ ସାଇନ୍‌ସେସ୍‌, ଡେଂଟାଲ୍ ସାଇନ୍‌ସେସ୍‌, ମ୍ୟାନେଜମେଂଟ ସାଇନ୍‌ସେସ୍‌, ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍‌, ନର୍ସିଂ, ହସ୍ପିଟାଲିଟି ଆଣ୍ଡ ଟୁରିଜିମ୍‌ ମ୍ୟାନେଜମେଂଟ, ଲିଗାଲ୍ ଷ୍ଟଡିଜ୍ ଏବଂ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍।

ନ୍ୟାସ୍‌ନାଲ୍ଇ ନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ୍ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗ ୨୦୨୦ରେ ସୋଆ ସାରା ଦେଶରେ ୨୦ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟର ସ୍ଥାନ ହାସଲ କରିଥିବା ବେଳେ ଓଡ଼ିଶାରେ ପ୍ରଥମ ସ୍ଥାନ ହାସଲ କରିଛି।

ସେହିପରି ନ୍ୟାସ୍‌ନାଲ୍ ଆସେସ୍‌ମେଂଟ ଆଣ୍ଡ ଆକ୍ରିଡିଟେସନ୍ କାଉନ୍‌ସିଲ୍ (ନାକ୍‌) ଦ୍ୱାରା ଏ ଗ୍ରେଡ୍ ପାଇ ରିଆକ୍ରେଡିଟେସନ୍ ହାସଲ କରିଛି ସୋଆ। ଉତ୍କୃଷ୍ଟ ଇଞ୍ଜିନିୟରିଂ ଶିକ୍ଷା ପ୍ରଦାନ କ୍ଷେତ୍ରରେ ପୂର୍ବଭାରତରେ ଏକ ଉଚ୍ଚକୋଟୀର କେନ୍ଦ୍ର ଭାବେ ଉଭା ହୋଇଥିବା ଆଇଟିଇଆର୍‌ ଉଚ୍ଚମାନର ଶିକ୍ଷାଦାନ, ବିଶ୍ୱର ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ଗୁଡ଼ିକ ସହ ପରାମର୍ଶ କରି ପ୍ରସ୍ତୁତ କରିକୁଲମ୍‌. ଉଚ୍ଚଶିକ୍ଷିତ ଫ୍ୟାକଲ୍ଟି ଓ ଉଚ୍ଚମାନର ନିଯୁକ୍ତି ସୁବିଧା ନିମନ୍ତେ ଏକ ସ୍ୱତନ୍ତ୍ର ପରିଚୟ ଲାଭ କରିଛି।

ଆଇଟିଇଆରର ପ୍ରୋଗ୍ରାମ୍ ଗୁଡ଼ିକୁ ଆମେରିକାର ସମ୍ମାନଜନକ ଆକ୍ରେଡିଟେସନ୍ ବୋର୍ଡ ଫର୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲଜି (ଆବେଟ୍‌) ର ମାନ୍ୟତା ମଧ୍ୟ ମିଳିଛି।