Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ରିଲାଏନ୍ସ ରିଟେଲ୍‌ର ପ୍ରଥମ ତ୍ରୈମାସିକ ନେଟ୍ ଲାଭ ୧୯ ପ୍ରତିଶତ ବୃଦ୍ଧି

ଭୁବନେଶ୍ୱର: ରିଲାଏନ୍ସ ରିଟେଲ୍‌ର ନେଟ୍ ଲାଭ ୨୦୨୩-୨୪ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ୧୯ ପ୍ରତିଶତ ବୃଦ୍ଧି ପାଇ ୨,୪୪୮ କୋଟି ଟଙ୍କା ହୋଇଛି । ଗ୍ରୋସରି, କଂଜ୍ୟୁମର ଇଲେକ୍ଟ୍ରୋନିକ୍ସ ଓ ଲାଇଫ୍‌ଷ୍ଟାଇଲ୍ ବର୍ଗରେ ଅଭିବୃଦ୍ଧି ପ୍ରଭାବରେ କଂପାନିର ଲାଭ ବୃଦ୍ଧି ପାଇଛି । ଗତ ଆର୍ôଥକ ବର୍ଷର ପ୍ରଥମ ତ୍ରୈମାସିକରେ ରିଲାଏନ୍ସ ରିଟେଲ୍‌ର ନେଟ୍ ଲାଭ ୨,୦୬୧ କୋଟି ଟଙ୍କା ଥିଲା ।

୨୦୨୩ ଜୁନ୍ ୩୦ ସୁଦ୍ଧା ଶେଷ ହୋଇଥିବା ପ୍ରଥମ ତ୍ରୈମାସିକରେ ଗ୍ରୋସରି, କଂଜ୍ୟୁମର ଇଲେକ୍ଟ୍ରୋନିକ୍ସ ଏବଂ ଫେସନ୍ ଓ ଲାଇଫ୍‌ଷ୍ଟାଇଲ୍ ବର୍ଗର ଚମତ୍କାର ପ୍ରଦର୍ଶନ ବଳରେ କଂପାନି ୬୯୯୪୮ କୋଟି ଟଙ୍କାର ମୋଟ ରାଜସ୍ୱ ଆୟ କରିଛି ଯାହା ପୂର୍ବବର୍ଷ ତୁଳନାରେ ୧୯.୫ ପ୍ରତିଶତ ଅଧିକ ।

ରିଲାଏନ୍ସ ରିଟେଲ୍‌ରେ ଏହି ତ୍ରୈମାସିକରେ ସର୍ବକାଳୀନ ସର୍ବାଧିକ ୨୪.୯ କୋଟିରୁ ଅଧିକ ଲୋକ ପ୍ରବେଶ କରିଥିବା ବେଳେ ଏହି ତିନି ମାସରେ କଂପାନି ୫୫୫ ନୂଆ ଷ୍ଟୋର୍ ଯୋଡ଼ିଛି । ତ୍ରୈମାସିକ ଶେଷ ସୁଦ୍ଧା କଂପାନିର ମୋଟ୍ ଷ୍ଟୋର୍ ସଂଖ୍ୟା ୧୮,୪୪୬ରେ ପହଂଚିଛି ।

ପୂର୍ବବର୍ଷ ସମାନ ତ୍ରୈମାସିକ ଶେଷ ସୁଦ୍ଧା କମ୍ପାନୀର ମୋଟ ଷ୍ଟୋର୍ ସଂଖ୍ୟା ୧୫,୮୬୬ ରହିଥିଲା । ୨୦୨୩-୨୪ ଆର୍ôଥକ ବର୍ଷର ପ୍ରଥମ ତ୍ରୈମାସିକରେ କଂପାନିର ପରିଚାଳନା ଅଧୀନରେ ଥିବା ଅଂଚଳ ୫୫.୫ ପ୍ରତିଶତ ବୃଦ୍ଧି ପାଇ ୭୦.୬ ନିୟୁତ ବର୍ଗଫୁଟ ହୋଇଛି ଯାହା ବର୍ଷକ ପୂର୍ବରୁ ଏହି ସମୟରେ ୪୫.୫ ନିୟୁତ ବର୍ଗଫୁଟ୍ ଥିଲା ।

କଂପାନିର ଡିଜିଟାଲ୍ କମର୍ସ ଓ ନୂଆ ବାଣିଜ୍ୟ (ନିଉ କମର୍ସ) ବ୍ୟବସାୟର ଅଭିବୃଦ୍ଧି ଜାରି ରହିଥିବା ବେଳେ କଂପାନିର ମୋଟ ଆୟ ପ୍ରତି ତାହାର ୧୮ ପ୍ରତିଶତ ଅବଦାନ ରହିଛି । ମେଟ୍ରୋ କ୍ୟାସ୍ ଆଣ୍ଡ୍ କ୍ୟାରି ଅଧିଗ୍ରହଣକୁ କଂପାନି ଏହି ତ୍ରୈମାସିକରେ ସମ୍ପାଦନ କରିଛି ଓ ରିଲାଏନ୍ସ ରିଟେଲ୍ ସହ ବ୍ୟବସାୟକୁ ସମନ୍ୱିତ କରିବା ପ୍ରକ୍ରିୟା ଜାରି ରହିଛି ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି କହିଛନ୍ତି ଯେ, “ଦ୍ରୁତ ଗତିରେ ଷ୍ଟୋର ସଂଖ୍ୟା ବୃଦ୍ଧି ଓ ଗ୍ରାହକଙ୍କ ପ୍ରବେଶରେ ଅଭିବୃଦ୍ଧି ଯୋଗୁଁ ରିଟେଲ୍ ବ୍ୟବସାୟର ଅଭିବୃଦ୍ଧି ବେଶ ଦୃଢ଼ ହୋଇପାରିଛି । ଡିଜିଟାଲ୍ ଓ ନୂଆ ବାଣିଜ୍ୟ କ୍ଷେତ୍ରର ଅବଦାନ ବୃଦ୍ଧି ପାଇଥିବା ବେଳେ ତାହା ଗ୍ରାହକଙ୍କୁ ଉଚିତ ମୂଲ୍ୟ ପ୍ରଦାନ କରୁଛି ଏବଂ ବ୍ୟବସାୟୀ ସହଯୋଗୀଙ୍କୁ ମଧ୍ୟ ଲାଭ ପ୍ରଦାନ କରୁଛି ।”

ରିଲାଏନ୍ସ ରିଟେଲ୍ ଭେଂଚର୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଇଶା ଅମ୍ବାନି କହିଛନ୍ତି ଯେ, “ସବୁ ପ୍ରକାର ଉପଭୋକ୍ତା ବର୍ଗରେ ନିରନ୍ତର ବୃଦ୍ଧି ବଜାରରେ ଆମ ଅଗ୍ରଣୀ ସ୍ଥିତିକୁ ଆହୁରି ମଜଭୁତ କରିପାରିଛି । ଆମ ଗ୍ରାହକମାନଙ୍କ ସହିତ ସମ୍ପର୍କ ଅଧିକ ସୁଦୃଢ କରିବା ଦିଗରେ ଆମେ ଆମ ଷ୍ଟୋର୍ ଓ ଡିଜିଟାଲ୍ ପ୍ଲାଟଫର୍ମ ପାଇଁ କ୍ରମାଗତ ନବସୃଜନ ଓ ନିବେଶ ଜାରି ରଖିଛୁ ।’’

Categories
ଆଜିର ଖବର ବ୍ୟବସାୟ ମନୋରଂଜନ ରାଜ୍ୟ ଖବର

ଟ୍ରେଣ୍ଡ୍‌ସ ରଜ ରାଜକୁମାରୀ ପ୍ରତିଯୋଗିତାର ବିଜେତା ସମ୍ବର୍ଦ୍ଧିତ

ଭୁବନେଶ୍ୱର: ଭାରତର ସର୍ବବୃହତ ପୋଷାକ ଏବଂ ଆସେସୋରିଜ୍ ସ୍ପେସାଲିଟି ଚେନ୍ ତଥା ରିଲାଏନ୍ସ ରିଟେଲ୍ ର ଟ୍ରେଣ୍ଡ୍‌ସ ସ୍ୱତନ୍ତ୍ର ରଜ ରାଜକୁମାରୀ ପ୍ରତିଯୋଗିତା ୨୦୨୩ର ଫଳ ଘୋଷଣା କରିଛି। ଏହା ଓଡ଼ିଶାର ଲୋକପ୍ରିୟ ରଜ ପର୍ବରେ ସ୍ୱତନ୍ତ୍ର ଉତ୍ସାହ ଭରିଛି।

ରଜ ରାଜକୁମାରୀ ଫାଇନାଲ କାର୍ଯ୍ୟକ୍ରମରେ ରଜ ରାଜକୁମାରୀ ପ୍ରତିଯୋଗିତାର ସମସ୍ତ ୬ ଜଣ ଯାକ ବିଜେତାଙ୍କୁ ରବିବାର ସମ୍ବର୍ଦ୍ଧିତ କରାଯାଇଛି। ଓଲିଉଡ୍ ଅଭିନେତ୍ରୀ ଶିବାନୀ ସଙ୍ଗୀତା ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ବିଜେତାମାନଙ୍କୁ ପୁରସ୍କୃତ କରିଥିଲେ।

ଏ ପ୍ରକାର ସ୍ୱତନ୍ତ୍ର ପ୍ରତିଯୋଗିତା ପ୍ରତି ରାଜ୍ୟର ବିଭିନ୍ନ ସ୍ଥାନରୁ ମାତ୍ରାଧିକ ଆଗ୍ରହ ଦେଖିବାକୁ ମିଳିଥିଲା। ଏଥିପାଇଁ ଉଦ୍ଦିଷ୍ଟ ୱେବସାଇଟ୍ www.trendsrajarajakumari.com କୁ ହଜାର ହଜାର ଆବେଦନ ଆସିଥିଲା। ପ୍ରତ୍ୟେକ ପ୍ରତିଯୋଗୀଙ୍କୁ ୫୦୦ ଟଙ୍କା ଲେଖାଏଁ ମୂଲ୍ୟର ଦୁଇଟି ସ୍ୱତନ୍ତ୍ର ରଜ ରିହାତି କୁପନ ମିଳିଥିଲା। ସେଲ୍‌ଫି ଓ ରିଲ୍‌ସ ଜରିଆରେ ରଜ ଲୁକ୍‌ସ ପ୍ରତିଯୋଗିତାର ଶ୍ରେଷ୍ଠ ୩ ଜଣ ବିଜେତାଙ୍କୁ ଯଥାକ୍ରମେ ୩୧,୦୦୦, ୨୧,୦୦୦ ଏବଂ ୧୧,୦୦୦ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ଲୋକପ୍ରିୟ ବ୍ଲଗର ସୁଶ୍ରୀ ମିଶ୍ର, ଶୁଭଲକ୍ଷ୍ମୀ ଦୀକ୍ଷିତ, ବର୍ଷା ପ୍ରିୟଦର୍ଶିନୀ ଟ୍ରେଣ୍ଡ୍‌ସ ରଜ ରାଜକୁମାରୀ ପ୍ରତିଯୋଗିତାରେ ସ୍ୱତନ୍ତ୍ର ପୁରସ୍କାର ପାଇଁ ଚୟନ ହୋଇ ପ୍ରତ୍ୟେକ ୧୦,୦୦୦ ଟଙ୍କା ଲେଖାଏଁ ଅର୍ଥରାଶି ପାଇଥିଲେ।

ଡିଜିଟାଲ ଓ ମିଡିଆ କାର୍ଯ୍ୟକ୍ରମ ସହିତ ୨୦୨୩ ଜୁନ ୧ରୁ ଜୁନ ୧୮ ତାରିଖ ପର୍ଯ୍ୟନ୍ତ ୧୮ ଦିନ ଧରି ଟ୍ରେଣ୍ଡ୍‌ସ ପକ୍ଷରୁ ଏହି ପ୍ରତିଯୋଗିତା ହୋଇଥିଲା। ରଜ ପର୍ବକୁ ମହିଳାମାନେ ଅତ୍ୟନ୍ତ ଆଗ୍ରହର ସହିତ ଧୁମ୍‌ଧାମ୍‌ରେ ପାଳନ କରିଥାନ୍ତି। ନୂଆ ପୋଷାକ ପିନ୍ଧିବାଠାରୁ ଆରମ୍ଭ କରି ଦୋଳି ଖେଳିଥାନ୍ତି, ଭଲ ଖାଦ୍ୟ ଖାଇଥାନ୍ତି, ଆନନ୍ଦଦାୟକ ଖେଳ ଖେଳିଥାନ୍ତି ଏବଂ ଲୋକ ଗୀତ ଗାଇଥାନ୍ତି।

ଟ୍ରେଣ୍ଡ୍‌ସ ବାସ୍ତବରେ ଭାରତର ଫେସନ୍ କ୍ଷେତ୍ରକୁ ଲୋକାଭିମୁଖି କରି ଫେସନରେ ଗଣତନ୍ତ୍ରର ବିକାଶ କରିଛି। ଏହା ଭାରତର ଗ୍ରାହକଙ୍କ ସହ ସମ୍ପର୍କ ସୁଦୃଢ କରିଛି ଏବଂ ମେଟ୍ରୋ, ମିନି ମେଟ୍ରୋଠାରୁ ଆରମ୍ଭ କରି ଟିୟର ୧, ଟିୟର ୨ ସହର ଏବଂ ଆହୁରି ଅଧିକ ସ୍ଥାନରେ ଭାରତୀୟ ଉପଭୋକ୍ତାଙ୍କ ନିକଟରେ ପହଂଚିଛି ଏବଂ ଭାରତର ପସନ୍ଦଯୋଗ୍ୟ ଫେସନ ଶପିଂ ଡେଷ୍ଟିନେସନ ପାଲଟିଛି। ଏଠାରେ ଅତ୍ୟନ୍ତ ଉତ୍ତମ ମାନର ଆକର୍ଷଣୀୟ ରେଞ୍ଜ୍‌ର ଫେସନ ପୋଷାକ ଉପଲବ୍ଧ ହୋଇଥାଏ ଯାହାକି ପ୍ରତ୍ୟେକ ଉତ୍ସବରେ ପିନ୍ଧାଯାଇପାରିଥାଏ। ଏଠାରେ ଉପଲବ୍ଧ ହେଉଥିବା ପୋଷାକଗୁଡ଼ିକର ମୂଲ୍ୟ ଅତ୍ୟନ୍ତ ସୁଲଭ ଏବଂ ପୋଷାକ ପାଇଁ ଗ୍ରାହକ ପ୍ରଦାନ କରୁଥିବା ଅର୍ଥର ଉପଯୁକ୍ତ ମୂଲ୍ୟ ତାଙ୍କୁ ମିଳିଥାଏ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ରାଜସୁନାଖଳା ସହରରେ ଏବେ ଭାରତର ସର୍ବବୃହତ୍ ଫ୍ୟାସନ ଡେଷ୍ଟିନେସନ ଟ୍ରେଣ୍ଡ୍‌ସ  

ଭୁବନେଶ୍ୱର/ ନୟାଗଡ଼: ଭାରତର ବୃହତମ ତଥା ଦିନକୁ ଦିନ ଦ୍ରୁତଗତିରେ ବୃଦ୍ଧି ପାଉଥିବା ରିଲାଏନ୍ସ ରିଟେଲ୍‌ର ଆପାରେଲ ଏବଂ ଆସେସୋରୀ ସ୍ପେଶାଲିଟି ଚେନ୍ ଟ୍ରେଣ୍ଡ୍‌ସ ଓଡ଼ିଶାର ନୟାଗଡ଼ ଜିଲ୍ଲାର ରାଜସୁନାଖଳା ସହରରେ ତାହାର ନୂଆ ଷ୍ଟୋରର ଶୁଭାରମ୍ଭ କରିଛି।

ଟ୍ରେଣ୍ଡ୍‌ସ ବାସ୍ତବରେ ଭାରତର ଫ୍ୟାସନ କ୍ଷେତ୍ରକୁ ଲୋକାଭିମୁଖି କରି ଫାସନରେ ଗଣତନ୍ତ୍ରର ବିକାଶ କରିଛି। ଏହା ଭାରତର ଗ୍ରାହକଙ୍କ ସମ୍ପର୍କ ସୁଦୃଢ କରିଛି ଏବଂ ମେଟ୍ରୋ, ମିନି ମେଟ୍ରୋଠାରୁ ଆରମ୍ଭ କରି ଟିୟର ୧, ଟିୟର ୨ ସହର ଏବଂ ଆହୁରି ଅଧିକ ସ୍ଥାନରେ ଭାରତୀୟ ଉପଭୋକ୍ତାଙ୍କ ନିକଟରେ ପହଂଚିଛି ଏବଂ ଭାରତର ପସନ୍ଦଯୋଗ୍ୟ ଫ୍ୟାସନ ସପିଙ୍ଗ ଡେଷ୍ଟିନେସନ ପାଲଟିଛି।

ରାଜସୁନାଖଳା ସହରରେ ଏହି ଟ୍ରେଣ୍ଡ୍‌ସ ଷ୍ଟୋରର ମଡର୍ଣ୍ଣ ଲୁକ୍ ଏବଂ ପରିବେଶ ସହିତ ସ୍ଥାନୀୟ ଗ୍ରାହକମାନଙ୍କ ମନଲାଖି ଉଚ୍ଚମାନର ଆକର୍ଷଣୀୟ ଫ୍ୟାସନ ମର୍ଚ୍ଚାଣ୍ଡାଇଜ ସମ୍ଭାର ଓ ସୁଲଭ ମୂଲ୍ୟ ଏହାକୁ ଅଧିକ ଆକର୍ଷଣୀୟ କରି ତୋଳିଛି। ରାଜସୁନାଖଳା ସହର ତଥା ନିକଟବର୍ତୀ ଅଂଚଳର ଗ୍ରାହକମାନେ ଏବେ ଟ୍ରେଣ୍ଡି ୱିମେନ ୱିୟର, ମେନ୍ସ ୱିୟର, କିଡସ ୱିୟର ଏବଂ ଫ୍ୟାସନ ଆସେସୋରିଜ ଅତି ସ୍ୱତନ୍ତ୍ର ମୂଲ୍ୟରେ ଏବଂ ଚମତ୍କାର କିଣାକିଣି ଅନୁଭୂତି ସହିତ ପାଇପାରିବେ।

ରାଜସୁନାଖଳା ସହରରେ ଟ୍ରେଣ୍ଡ୍‌ସର ନୂଆ ଷ୍ଟୋର ୬୪୦୦ ବର୍ଗଫୁଟ ପରିମିତି ରହିଛି। ଏହି ନୂଆ ଟ୍ରେଣ୍ଡ୍‌ସ ଷ୍ଟୋର୍‌ର ଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ର ଉଦଘାଟନୀ ଅଫର ସହିତ ଆକର୍ଷଣୀୟ ଫ୍ୟାସନ ଓ ଲୋଭନୀୟ ମୂଲ୍ୟର ବ୍ୟାପକ ସମ୍ଭାର ରହିଛି। ଯେପରିକି ୩୯୯୯ ଟଙ୍କାର କିଣାକିଣି କରନ୍ତୁ ଏବଂ ମାତ୍ର ୨୪୯ ଟଙ୍କାରେ ଏକ ଆକର୍ଷଣୀୟ ଉପହାର ପାଆନ୍ତୁ। କେବଳ ସେତିକି ନୁହେଁ, ୩୯୯୯ ଟଙ୍କାର କିଣାକିଣି ଉପରେ ଗ୍ରାହକମାନେ ୨୦୦୦ ଟଙ୍କା ମୂଲ୍ୟର କୁପନ୍ ସମ୍ପୂର୍ଣ୍ଣ ମାଗଣାରେ ପାଇପାରିବେ।

ଅନନ୍ୟ ଫ୍ୟାଶନ୍ ସପିଙ୍ଗ୍ ଅନୁଭୁତି ପାଇଁ ପ୍ରକୃଷ୍ଟ ସ୍ଥଳ ପାଲଟିଛି ରାଜସୁନାଖଳା ସହରରେ ଖୋଲିଥିବା ନୂଆ ଟ୍ରେଣ୍ଡ୍‌ସ ଷ୍ଟୋର୍।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଆଜିଓ ବିଜନେସରେ ଆଥଲେସିଓର ବ୍ରାଣ୍ଡ ଆକ୍ସଲରେଟର ଶୁଭାରମ୍ଭ କଲା ରିଲାଏନ୍‌ସ ରିଟେଲ୍

ଭୁବନେଶ୍ଵର: ରିଲାଏନ୍‌ସ ରିଟେଲ୍ ଏହା ନୂତନ କମର୍ସ ପ୍ଲାଟଫର୍ମ ଆଜିଓ ବିଜନେସରେ ଆଥଲେସିଓର ବ୍ରାଣ୍ଡ ଆକ୍ସଲରେଟର ଶୁଭାରମ୍ଭ କରିଛି। ଏହି ବ୍ରାଣ୍ଡ କ୍ରୀଡ଼ା ଓ ଫିଟନେସ୍ ଉତ୍ସାହୀମାନଙ୍କର ସ୍ୱତନ୍ତ୍ର ଆବଶ୍ୟକତା ଗୁଡ଼ିକୁ ପୂରଣ କରୁଛି ଯେଉଁମାନେ ସେମାନଙ୍କର ଫିଟନେସ୍ ଯାତ୍ରାରେ ଷ୍ଟାଇଲ୍ ଓ ଆରାମକୁ ଚାହିଁଥାନ୍ତି। ଏହା ବ୍ୟାପକ ଶ୍ରେଣୀୟ ଉଚ୍ଚ ମାନର ଏବଂ ଉନ୍ନତ ସ୍ପୋର୍ଟିଂ ସାମଗ୍ରୀ ଓ ଫୁଟଉୟର ପ୍ରଦାନ କରୁଛି ଯାହାକି ଅତୁଳନୀୟ ଷ୍ଟାଇଲ୍ ପ୍ରଦାନ କରିବା ସହିତ ସୁବିଧା ମଧ୍ୟ ପ୍ରଦାନ କରୁଛି।

ଆକ୍ସଲରେଟ ପ୍ରତି ବିଭାଗରେ କିଛି ନା କିଛି ଅଫର ରହିଛି। ଏହାର କିଛି ଅଫର ସର୍ବନିମ୍ନ ଟ.୬୯୯ ରେ ମଧ୍ୟ ପ୍ରଦାନ କରାଯାଉଛି। ଏହା ଭାରତୀୟ ଅଲ-ରାଉଣ୍ଡର ହାର୍ଦ୍ଦିକ୍ ପାଣ୍ଡ୍ୟାଙ୍କୁ ଏହାର ବ୍ରାଣ୍ଡ ଆମ୍ବାସଡର ଭାବରେ ନିଯୁକ୍ତ କରିଛି। ପାଣ୍ଡ୍ୟା ଷ୍ଟାଇଲ୍‌, ଉତ୍ସାହ ଓ କଦାପି ହାର ନମାନିବା ପାଇଁ ପରିଚିତ- ଯାହାକି ଏହି ବ୍ରାଣ୍ଡକୁ ସୂଚାଇଥାଏ।

ଆକ୍ସଲରେଟ ଯୁବକମାନଙ୍କର ଉତ୍ସାହକୁ ଦର୍ଶାଇଥାଏ। ଆଜିର ପୁଅ ଝିଅମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବା ସହିତ କ୍ରୀଡ଼ା ପାଇଁ ଉତ୍ସାହ ପ୍ରକାଶ କରୁଛନ୍ତି। ସାରା ଭାରତରେ ଭାରତୀୟମାନେ କ୍ରୀଡ଼ା କ୍ଷେତ୍ରରେ ବିଶ୍ୱ ସ୍ତରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଅଲମ୍ପିକ୍‌ସରେ ବୃଦ୍ଧି ପାଉଥିବା ମେଡାଲର ସଂଖ୍ୟା ହେଉଛି ଏହାର ଏକ ଜ୍ୱଳନ୍ତ ଉଦାହରଣ। ଆକ୍ସଲରେଟ ତେଣୁ ଯୁବକମାନଙ୍କୁ ବିଶ୍ୱଶ୍ରେଣୀୟ ସ୍ପୋର୍ଟସ ଉୟରକୁ ସୁଲଭ ମୂଲ୍ୟରେ ପ୍ରଦାନ କରି ସେମାନଙ୍କୁ କ୍ରୀଡ଼ା କ୍ଷେତ୍ରରେ ପ୍ରୋତ୍ସାହିତ କରୁଛି।

ଆକ୍ସଲରେଟ ଦ୍ୱାରା ପ୍ରଦାନ କରାଯାଉଥିବା ସମଗ୍ର ରେଞ୍ଜର କ୍ରୀଡ଼ା ସାମଗ୍ରୀ ଗୁଡ଼ିକ ମଧ୍ୟରେ ରହିଛି ସ୍ପୋର୍ଟସ ସୁଜ୍‌, ଆଥଲେଟିକ୍ ଆଣ୍ଡ ଲାଇଫଷ୍ଟାଇଲ୍ ଫୁଟଉୟର; ଆପାରେଲ୍ ଯଥା ଟ୍ରାକ୍ ପ୍ୟାଂଟ, ଟି-ସାର୍ଟ, ସର୍ଟସ ଓ ଅନ୍ୟ ଆକ୍‌ସେସୋରିଜ୍। ଏଗୁଡ଼ିକ ସର୍ବୋତ୍କୃଷ୍ଟ ମାନ, ଷ୍ଟାଇଲ୍ ଓ ଆରାମ ସହିତ ସୁଲଭ ମୂଲ୍ୟରେ ବଜାରରେ ଉପଲବ୍ଧ ହେଉଛି। ଆକ୍ସଲରେଟ ଉତ୍ପାଦ ଗୁଡ଼ିକ ସ୍ୱତନ୍ତ୍ର ଭାବରେ ଆଜିଓ ବିଜନେସ, ଭାରତର ଅଗ୍ରଣୀ ବି୨ବି ଇ-କମର୍ସ ପ୍ଲାଟଫର୍ମରେ ଉପଲବ୍ଧ। ଭାରତରେ ଯେକୌଣସି ରିଟେଲର ତଥା କ୍ଷୁଦ୍ର ଆକାରର ଜେନେରାଲ୍ ସ୍ପୋର୍ଟସ ଷ୍ଟୋର ଓ ଫେସନ ରିଟେଲ୍ ଆଉଟଲେଟ ଗୁଡ଼ିକ ଆଜିଓ ବିଜନେସରେ ପଞ୍ଜୀକୃତ କରି ଆକ୍ସଲରେଟ ଉତ୍ପାଦ ପାଇଁ ଅର୍ଡ଼ର କରିପାରିବେ। ଏହି ଡିଷ୍ଟ୍ରିବ୍ୟୁସନ ମଡେଲକୁ କ୍ଷୁଦ୍ର ଓ ମଧ୍ୟମ ରିଟେଲର ମାନଙ୍କର ବିକାଶ ନିମନ୍ତେ ରିଲାଏନ୍‌ସର ପ୍ରତିଶ୍ରୁତିବଦ୍ଧତା କ୍ରମରେ ପ୍ରସ୍ତୁତ କରାଯାଇଛି। ଏହା ସହିତ ରିଟେଲ୍ ଉଦ୍ୟୋଗର ଅଣସଂଗଠିତ କ୍ଷେତ୍ର ଗୁଡ଼ିକୁ ଡିଜିଟାଲ୍ ମାଧ୍ୟମରେ ସଶକ୍ତ କରାଯାଉଛି।

ଆକ୍ସଲରେଟ ର ଶୁଭାରମ୍ଭ ଅବସରରେ ସୂଚନା ପ୍ରଦାନ କରି ଶ୍ରୀଯୁକ୍ତ ଅଖିଳେଶ ପ୍ରସାଦ, ପ୍ରେସିଡେଂଟ ଓ ସିଇଓ – ଫେସନ ଓ ଲାଇଫଷ୍ଟାଇଲ୍‌, ରିଲାଏନ୍‌ସ ରିଟେଲ୍ କହିଛନ୍ତି ଯେ, “ଆକ୍ସଲରେଟ ନିଶ୍ଚିତ ଭାବରେ ମୂଲ୍ୟ ପ୍ରତି ସଚେତନ ଥିବା ଗ୍ରାହକମାନଙ୍କୁ ଏହାର ଉନ୍ନତ ଓ ସୁଲଭ ମୂଲ୍ୟଯୁକ୍ତ ଉତ୍ପାଦ ମାଧ୍ୟମରେ ଆନନ୍ଦ ପ୍ରଦାନ କରିବ। ଆମର ବ୍ରାଣ୍ଡ ଆମ୍ବାସଡର ହାର୍ଦ୍ଦିକ ପାଣ୍ଡ୍ୟା ପ୍ରତିବନ୍ଧକକୁ ଖାତିର ନକରି ଜୀବନରେ ଆଗକୁ ବଢ଼ିବା ପାଇଁ ଯୁବକମାନଙ୍କୁ ପ୍ରେରଣା ପ୍ରଦାନ କରିଥାନ୍ତି। କ୍ୟାମ୍ପେନ “ଡୋଂଟ ବ୍ରେକ୍‌, ଆକ୍ସଲରେଟ” ଯୁବକ ମାନଙ୍କର ଉତ୍ସାହ ଓ ଆଗ୍ରହକୁ ଦର୍ଶାଇଥାଏ ଯେଉଁମାନେ କଦାପି ହାର ନମାନିବାର ଆଭିମୁଖ୍ୟ ସହିତ କାର୍ଯ୍ୟ କରିଥାନ୍ତି। ଏହି ବ୍ରାଣ୍ଡ ବିଭିନ୍ନ ବର୍ଗ ଯଥା ସ୍ପୋର୍ଟସ୍ ସୁଜ୍‌, ସାଣ୍ଡାଲ୍‌ସ ଓ ଆପାରେଲ୍ ବର୍ଗରେ ଗ୍ରାହକମାନଙ୍କର ଆବଶ୍ୟକତାକୁ ପୂରଣ କରୁଛି।

ଆକ୍ସଲରେଟ ସହିତ ନିଜର ସମ୍ପର୍କ ବିଷୟରେ ସୂଚନା ପ୍ରଦାନ କରି, ଶ୍ରୀଯୁକ୍ତ ହାର୍ଦ୍ଦିକ ପାଣ୍ଡ୍ୟା କହିଛନ୍ତି ଯେ, “ବ୍ରାଣ୍ଡ ଆକ୍ସଲରେଟ ସହିତ ସାମିଲ୍ ହୋଇଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ। ଆକ୍ସଲରେଟ ର ଷ୍ଟାଇଲିସ୍ ଓ ଆରାମଦାୟକ ଉତ୍ପାଦ ତଥା ଆକର୍ଷଣୀୟ ମୂଲ୍ୟ ହେତୁ ଏହା ସମସ୍ତଙ୍କ ପାଇଁ ଏକ ଉତ୍କୃଷ୍ଟ ପସନ୍ଦ ଅଟେ। “ଡୋଂଟ ବ୍ରେକ୍‌, ଆକ୍ସଲରେଟ” ଏହି ମନ୍ତ୍ରକୁ ସର୍ବଦା ମୁଁ ମୋର କ୍ରିକେଟ୍ ଯାତ୍ରାରେ ଗ୍ରହଣ କରି ଆସିଛି। ଆଜିର ଯୁବ ଭାରତରେ “କଦାପି ହାର ନମାନିବାର” ମନୋଭାବ ରହିଛି ଯାହାକି ଏହି ବ୍ରାଣ୍ଡ ବାସ୍ତବରେ ଉପସ୍ଥାପିତ କରିଥାଏ। ତେଣୁ ଯାହା ହେଉ ନା କାହିଁକି, କଦାପି ଅଟକି ଯିବା ନାହିଁ! ଡୋଂଟ ବ୍ରେକ୍‌, ଆକ୍ସଲରେଟ”।
ଆଜିଓ ବିଜନେସ୍‌, ଯାହାକି ରିଲାଏନ୍‌ସ ରିଟେଲର ନୂଆ କମର୍ସ ଶାଖା ୫୦୦୦ ପ୍ଲସ ବ୍ରାଣ୍ଡ ସହିତ ସାରା ଦେଶରେ ଫେସନ ଓ ଲାଇଫଷ୍ଟାଇଲ୍ ସେଗମେଂଟରେ ସହଭାଗୀତା ସ୍ଥାପନ କରିଛି।

ରିଲାଏନ୍‌ସ ରିଟେଲ୍ ଲିମିଟେଡ୍ ବିଷୟରେ:

ରିଲାଏନ୍‌ସ ରିଟେଲ୍ ଲିମିଟେଡ୍ ହେଉଛି ରିଲାଏନ୍‌ସ ରିଟେଲ୍ ଭେଂଚର ଲିମିଟେଡ୍‌ର ଏକ ସହାୟକ କମ୍ପାନୀ ଯାହାକି ସମସ୍ତ ରିଟେଲ୍ କମ୍ପାନୀ ଗୁଡ଼ିକୁ ଆରଆଇଏଲ୍ (ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌) ଗ୍ରୁପ୍ ମଧ୍ୟରେ ରଖିଛି। ଆରଆରଭିଏଲ୍ ସମନ୍ୱିତ କରବାର ଟ.୧୯୯,୭୦୪ କୋଟି (୨୬.୩ ବିଲିୟନ ଡଲାର) ଓ ନେଟ୍ ଲାଭ ଟ.୭୦୫୫ କୋଟି (୯୩୧ ମିଲିୟନ ଡଲାର) ମାର୍ଚ୍ଚ ୩୧, ୨୦୨୨ ଶେଷ ସୁଦ୍ଧା ଘୋଷଣା କରିଛି।

ରିଲାଏନ୍‌ସ ରିଟେଲ୍ ହେଉଛି ଭାରତର ସର୍ବବୃହତ୍ ଓ ସବୁଠାରୁ ଲାଭଦାୟକ ରିଟେଲର ଯାହାର ବ୍ୟାପକ ପହଂଚ ସୁବିଧା ରହିଛି। ଏହା ବିଶ୍ୱରେ ଦ୍ରୁତଗତିରେ ବୃଦ୍ଧି ହେଉଥିବା ରିଟେଲର ଭାବରେ ଡେଲଏଟର ଗ୍ଲୋବାଲ୍ ପାୱାରସ ଅଫ୍ ରିଟେଲିଂ ୨୦୨୨ ଇଣ୍ଡେକ୍ସରେ ତାଲିକାଭୁକ୍ତ କରାଯାଇଛି। ଟପ୍ ଗ୍ଲୋବାଲ୍ ରିଟେଲର ଭାବରେ ଏହା ୫୬ତମ ସ୍ଥାନରେ ରହିଛି ଓ ଏହା ହେଉଛି ଏକମାତ୍ର ଭାରତୀୟ ରିଟେଲର ଯାହାକି ଟପ୍ ୧୦୦ ମଧ୍ୟରେ ସ୍ଥାନ ପାଇପାରିଛି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର ସିନେମା

ଟ୍ରେଣ୍ଡ୍‌ସ ପକ୍ଷରୁ “ଖୁସିର ପର୍ବ’ ପ୍ରତିଯୋଗିତା ବିଜେତାଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଭାରତର ସର୍ବବୃହତ ଓ ଦ୍ରୁତ ଅଭିବୃଦ୍ଧିଶୀଳ ପୋଷାକ ଓ ଆସେସୋରିଜ୍ ସ୍ପେସିଆଲିଟି ଶୃଙ୍ଖଳା ରିଲାଏନ୍ସ ରିଟେଲ୍ ର ଟ୍ରେଣ୍ଡ୍‌ସ ପକ୍ଷରୁ ଦୁର୍ଗାପୂଜା ଓ ଦଶହରା ସମୟରେ ଅନୁଷ୍ଠିତ “ଖୁସିର ପର୍ବ’ ପ୍ରତିଯୋଗିତାର ବିଜେତା ଘୋଷଣା କରାଯାଇଛି। ଟ୍ରେଣ୍ଡ୍‌ସ ଖୁସିର ପର୍ବ ମାଇଁ ପୂଜା ମାଇଁ ଲୁକ୍‌ସ ପ୍ରତିଯୋଗିତାରେ କଟକର ନିତାଶା ସିମ୍ପଲ ପ୍ରଥମ ପୁରସ୍କାର ଜିତିଥିବା ବେଳେ ରାଉରକେଲାର ତନିସା ପତି ଦ୍ୱିତୀୟ ଏବଂ ରେମୁଣାର ପ୍ରଜ୍ଞା ନାୟକ ତୃତୀୟ ପୁରସ୍କାର ଜିତିଛନ୍ତି।

ସେହିପରି ପୂଜା ସେଲିବ୍ରେସନ ରିଲ୍‌ସ / ଭିଡିଓ ପ୍ରତିଯୋଗିତାରେ ଯାଜପୁରର ଅଭିପ୍‌ସା ସାମଲ ପ୍ରଥମ ପୁରସ୍କାର ଜିତିଥିବା ବେଳେ ସାଲେପୁରର ଶ୍ରୀଦେବୀ ବିଶ୍ୱାଳ ଦ୍ୱିତୀୟ ଓ କଟକର ସନ୍ତୋଷ ବେହେରା ତୃତୀୟ ପୁରସ୍କାର ଜିତିଛନ୍ତି। ଏକ ବର୍ଣ୍ଣାଢ଼୍ୟ ଖୁସିର ପର୍ବ ଫିନାଲେ କାର‌୍ୟ୍ୟକ୍ରମରେ ଓଲିଉଡର ଲୋକପ୍ରିୟ ଅଭିନେତ୍ରୀ ଶିବାନୀ ସଙ୍ଗୀତାଙ୍କ ଉପସ୍ଥିତିରେ ଖୁସିର ପର୍ବ ପ୍ରତିଯୋଗିତାର ସମସ୍ତ ଛଅ ଜଣ ବିଜେତାଙ୍କୁ ସମ୍ବର୍ଦ୍ଧିତ ଓ ପୁରସ୍କୃତ କରାଯାଇଛି।

ଏଠାରେ ଉଲ୍ଲେ୍‌ଖଯୋଗ୍ୟ ଯେ, ଦୁର୍ଗାପୂଜାକୁ ଅଧିକ ଆକର୍ଷଣୀୟ କରିବା ଓ ଗ୍ରାହକଙ୍କୁ ଉତ୍ସାହିତ କରିବା ଲାଗି ଟ୍ରେଣ୍ଡ୍‌ସ ପକ୍ଷରୁ ଗ୍ରାହକମାନଙ୍କ ପାଇଁ ଆକର୍ଷଣୀୟ ଅଫର ଓ ଖୁସିର ପର୍ବ ପ୍ରତିଯୋଗିତା ଭଳି ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଥିଲା। ଗ୍ରାହକମାନଙ୍କୁ ନିଜର ପୂଜା ଲୁକ୍ କିମ୍ବା ପୂଜା ଉତ୍ସବ ପାଳନର ଭିଡିତ୍ତ୍ୱତ୍ତ୍ୱଓ / ରିଲ୍‌ସକୁ ଟ୍ରେଣ୍ଡ୍‌ସ ସହିତ ସେୟାର କରିବା ଜରିଆରେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପ୍ରାୟ ୧.୨୦ ଲକ୍ଷ ଟଙ୍କାର ପୁରସ୍କାର ଜିତିବାର ସୁଯୋଗ ନେବା ପାଇଁ ଆହ୍ୱାନ କରାଯାଇଥଲା। ଏଥିପାଇଁ ଦିଆଯାଇଥିବା ହ୍ୱାଟସ୍‌ଆପ୍ ନମ୍ବର ଓ ୱେବସାଇଟ୍‌ରେ ହଜାର ହଜାର ଗ୍ରାହକ ସେମାନଙ୍କ ଆବେଦନ ଦାଖଲ କରିିଥିଲେ।

ଟ୍ରେଣ୍ଡ୍‌ସ ଭାରତରେ ବାସ୍ତବରେ ଫେସନକୁ ସବୁ ଲୋକଙ୍କ ପାଖରେ ପହଂଚାଇ ମେଟ୍ରୋ ଠାରୁ ଆରମ୍ଭ କରି ମିନି ମେଟ୍ରୋ, ଟାୟାର୧ ଓ ୨ ସହର ଓ ତା’ଠାରୁ ଆଗକୁ ବଢ଼ି ଭାରତର ଗ୍ରାହକମାନଙ୍କ ପାଖରେ ପହଂଚିଛି ଓ ନିଜକୁ ଭାରତର ପସନ୍ଦର ସପିଙ୍ଗ ସ୍ଥଳରେ ପରିଣତ କରିଛି।

ଟ୍ରେଣ୍ଡ୍‌ସ ଷ୍ଟୋର ଦେଖିବାକୁ ବେଶ ଆଧୁନିକ ଓ ଆକର୍ଷଣୀୟ ଏବଂ ସେଥିରେ ରହିଥିବା ଗୁଣାତ୍ମକ ମାନର ଫେସନ ସାମଗ୍ରୀ ବିଭିନ୍ନ ଅଂଚଳର ଗ୍ରାହକମାନଙ୍କ ଲାଗି ବେଶ ପ୍ରାସଙ୍ଗିକ ଓ ତାହା ସୁଲଭ ମୂଲ୍ୟରେ ଉପଲବ୍ଧ ହେଉଥିବାରୁ ଭାଲ୍ୟୁ ଫର ମନି ଭାବେ ବିଚାର କରାଯାଉଛି।

ଗ୍ରାହକମାନେ ଟ୍ରେଣ୍ଡ୍‌ସ ଷ୍ଟୋର୍‌ରେ ଟ୍ରେଣ୍ଡି ଓମେନ୍‌ସ ଓୟାର, ମେନ୍‌ସ ଓୟାର, କିଡ୍‌ସ ଓୟାର ଓ ଫେସନ୍ ଆସୋସୋରିଜ୍ ଆଦି ଆକର୍ଷଣୀୟ ମୂଲ୍ୟରେ ପାଇପାରିବେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଜିଓମାର୍ଟ ଓ ସ୍ମାର୍ଟ ଷ୍ଟୋର ପକ୍ଷରୁ ‘ବେଷ୍ଟିଭାଲ୍ ସେଲ୍‌’ର ଶୁଭାରମ୍ଭ ଘୋଷଣା

ମୁମ୍ବାଇ: ରିଲାଏନ୍‌ସ ରିଟେଲ୍ ଜିଓମାର୍ଟ ଓ ସ୍ମାର୍ଟ ଷ୍ଟୋର ଆଜି ‘ବେଷ୍ଟିଭାଲ୍ ସେଲ’ ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରିଛନ୍ତି। ଏହା ଭାରତର ସର୍ବବୃହତ୍ ଓମନିଚାନେଲ୍ ଦୀପାବଳି ପର୍ବ ଯାହାକି ୧୪ ରୁ ୨୪ ଅକ୍ଟୋବର ପର୍ଯ୍ୟନ୍ତ ଚାଲୁ ରହିବ। ଏଥିରେ ଇ-ମାର୍କେଟ୍‌ପ୍ଳେସର ଦ୍ରୁତ ସଂପ୍ରସାରଣ ହେଉଛି ଯେଉଁଥିରେ ଅନେକ ଗୁଡ଼ିଏ ନୂଆ ବର୍ଗ ଗୁଡ଼ିକୁ ସାମିଲ୍ କରାଯାଇଛି। ଏଗୁଡ଼ିକ ହେଉଛି ଫେସନ ଓ ଲାଇଫଷ୍ଟାଇଲ୍‌, କଞ୍ଜୁମର ଇଲେକ୍‌ଟ୍ରୋନିକ୍‌ସ, ହୋମ୍ ଓ କିଚେନ୍। ଏହି ସେଲ୍ ଜିଓମାର୍ଟରେ, ଇ-ମାର୍କେଟ୍‌ପ୍ଲେସ ପ୍ଲାଟଫର୍ମରେ ତଥା ୩୦୦୦+ ସ୍ମାର୍ଟ ଷ୍ଟୋରରେ ଉପଲବ୍ଧ ହେବ ଯେଉଁଥିରେ ଅନ୍ତର୍ଭୁକ୍ତ ରହିଛି ସାରା ଦେଶର ସ୍ମାର୍ଟ ବଜାର, ସ୍ମାର୍ଟ ସୁପର ଷ୍ଟୋର ଓ ସ୍ମାର୍ଟ ପଏଂଟ।

ଗତ ୨ ବର୍ଷ ଧରି, ସ୍ମାର୍ଟ ଷ୍ଟୋର ଭାଲ୍ୟୁ ସପିଂ, ଡେଷ୍ଟିନେସନ ସପିଂ ଓ ସୁବିଧାଜନକ ସପିଂ ଫର୍ମାଟକୁ ସଂପ୍ରସାରିତ କରିଛି। ଫିଜିକାଲ୍ ଷ୍ଟୋରର ବ୍ୟାପକ ନେଟୱର୍କ ସହିତ ଦୃଢ଼ ପାର୍ଟନର ନେଟୱର୍କ, ଗ୍ରହଣ କରିବା କ୍ଷମତା ଓ ଡିପ୍ ଇନ୍‌ସାଇଟ୍ ଆଦି ସୁବିଧା ସହିତ ରିଲାଏନ୍‌ସ ରିଟେଲର ୨୦ କୋଟି + ପଞ୍ଜୀକୃତ ଗ୍ରାହକଙ୍କୁ ଏହାର ସେବା ପ୍ରଦାନ କରୁଛି। ଚଳିତ ବେଷ୍ଟିଭାଲ୍ ସେଲରେ ନେଇ ଆସିଛି ଏକ୍ସକ୍ଲୁସିଭ୍ ଅଫର ଓ ଡିଲ୍‌, ବ୍ୟାଙ୍କ ଟାଏଅପ୍‌ସ ଓ ଦିପାବଳୀ ସାମଗ୍ରୀ ଓ ଜେନେରାଲ୍ ମର୍ଚ୍ଚାଣ୍ଡାଇଜ୍ ଉପରେ ସ୍ୱତନ୍ତ୍ର ରିହାତି ସୁବିଧା। ଏହା ସହିତ ଆପାରେଲ୍‌, ବ୍ୟୁଟି ଉତ୍ପାଦ, ଇଲେକ୍‌ଟ୍ରୋନିକ୍ ସାମଗ୍ରୀ ଗୁଡ଼ିକ ମଧ୍ୟ ଜିଓମାର୍ଟରେ ଏକ୍ସକ୍ଲୁସିଭ୍ ଭାବରେ ଉପଲବ୍ଧ ଓ ଏହା ଆପଣଙ୍କର ନିକଟତମ ସ୍ମାର୍ଟ ଷ୍ଟୋରରେ ମଧ୍ୟ ଉପଲବ୍ଧ ରହିଛି। ଏହା ସହାୟତାରେ ଗ୍ରାହକମାନେ ସର୍ବୋତ୍କୃଷ୍ଟ କ୍ରୟ ଅନୁଭୂତି ପାଇ ପାରୁଛନ୍ତି ଓ ନିଜ ମନ ମୁତାବକ କ୍ରୟ ପ୍ରଣାଳୀକୁ ମଧ୍ୟ ବାଛି ପାରୁଛନ୍ତି – ଏହା ଅନଲାଇନ୍ ହେଉଛ ବା ନେବରହୁଡ ଷ୍ଟୋର ହେଉ ଯାହାକି ଏକ ବାସ୍ତବିକ ଓମନିଚ୍ୟାନେଲ୍ ଅନୁଭବ ପ୍ରଦାନ କରୁଛି।

ଦାମୋଦଲ୍ ମଲ୍‌, ସିଇଓ, ଗ୍ରୁପ୍ ରିଲାଏନ୍‌ସ ରିଟେଲ୍‌, ଏହି ଅବସରରେ କହିଛନ୍ତି ଯେ, “୩୦୦୦+ ସ୍ମାର୍ଟ ଷ୍ଟୋରର ଶକ୍ତିଶାଳୀ ସମନ୍ୱୟ ଓ ଜିଓମାର୍ଟ ଭାରତୀୟ ଗ୍ରାହକମାନଙ୍କୁ ଅନେକ ସୁବିଧା ପ୍ରଦାନ କରୁଛି। ଷ୍ଟୋର ଓ ଜିଓମାର୍ଟର ଗ୍ରହଣ କରିବା କ୍ଷମତା ଚଳିତ ବେଷ୍ଟିଭାଲ୍ ସେଲରେ ଅତୁଳନୀୟ ମୂଲ୍ୟ ସୁବିଧା ପ୍ରଦାନ କରୁଛି। ଏହି ଦେଶବ୍ୟାପୀ ନେଟୱର୍କର ସମାହାର ଓ ଡିଜିଟାଲ୍ ସପିଂ ଗ୍ରାହକମାନଙ୍କୁ ଅନେକ ଅଫର ପ୍ରଦାନ କରୁଛି ଓ ଏହା ରିଟେଲ୍ କ୍ଷେତ୍ରରେ ସ୍ୱତନ୍ତ୍ର ଅଟେ। ମୁଁ ନିଶ୍ଚିତ ଯେ, ଗ୍ରାହକମାନେ ସେମାନଙ୍କର ଗ୍ରୋସେରି ସାମଗ୍ରୀକୁ ଉଭୟ ଇନ-ଷ୍ଟୋର ଓ ଆପ୍ ମାଧ୍ୟମରେ ଚଳିତ ଋତୁରେ କିଣାକିଣି କରିପାରିବେ।

କ୍ରେତାମାନେ ବିଭିନ୍ନ ବର୍ଗରେ ୮୦% ପର୍ଯ୍ୟନ୍ତ ରିହାତି ପାଇ ପାରିବେ ଓ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଇଥିବା ଦିୱାଲି ସ୍ପେଶିଆଲ୍ ଡିଲରୁ ବାଛି ପାରିବେ। ଏଥିରେ ରହିଛି ଦିୟା, କ୍ୟାଣ୍ଡେଲ୍‌, ଉପହାର, ମିଠା, ସ୍ନାକ୍‌ସ ଓ ରଙ୍ଗୋଲି ଯାହାକି ଗ୍ରାହକମାନଙ୍କର ସମସ୍ତ ପାର୍ବଣ ଆବଶ୍ୟକତାକୁ ପୂରଣ କରିବ। ଏହା ସହିତ ସେମାନେ ଭାରତୀୟ ମିଠାଇ ଓ ଡ୍ରାଏ ଫ୍ରୁଟ୍ ଗିଫ୍‌ଟ ପ୍ୟାକରେ ୫୦% ପର୍ଯ୍ୟନ୍ତ ରିହାତି ସୁବିଧା ପାଇପାରିବେ।

ସନ୍ଦୀପ ଭରଗଂଟି, ସିଇଓ, ଜିଓମାର୍ଟ କହିଛନ୍ତି ଯେ, “ଆମେ ଆମର କ୍ରସ-କାଟେଗୋରି ସଂପ୍ରସାରଣର ସଫଳତା ନେଇ ବହୁତ ଉତ୍ସାହୀ ଅଛୁ ଯାହାକୁ ସାରା ଦେଶରେ ଗ୍ରହଣ କରାଯାଇଛି। ଆମେ ଅଣ-ଗ୍ରୋସେରି ବର୍ଗରେ ଗତ ୧୫ ଦିନ ମଧ୍ୟରେ ବିକ୍ରିରେ ୩ ଗୁଣା ବୃଦ୍ଧି ପରିଲକ୍ଷିତ କରିଛୁ। ଏହି ସାମଗ୍ରୀକ କ୍ଷେତ୍ରରେ ଆମେ ଆଶା ଠାରୁ ଅଧିକ ସଫଳତା ହାସଲ କରିଛୁ।”

ଜିଓମାର୍ଟ ବର୍ତମାନ ଏହାର ସମସ୍ତ ବର୍ଗରେ ୧୯,୦୦୦ ପିନକୋଡକୁ ଏହାର କାର୍ଯ୍ୟ ସଂପ୍ରସାରିତ କରିଛି ଓ ଗ୍ରାହକମାନେ ଭାରତର ସର୍ବବୃହତ୍ ଇ-ମାର୍କେଟ୍ ପ୍ଲେସରୁ କ୍ରୟ କରିବାର ସୁବିଧ ପାଇ ପାରୁଛନ୍ତି। ଏହି ଦ୍ରୁତ ସଂପ୍ରସାରଣ ମଧ୍ୟରେ ଜିଓମାର୍ଟ ଦେଶରେ ପ୍ରସ୍ତୁତ ସର୍ବବୃହତ୍ ଇ-ମାର୍କେଟପ୍ଲେସର ଲକ୍ଷ୍ୟକୁ ପୂରଣ କରିବା ଲକ୍ଷ୍ୟ ନେଇ ଅଗ୍ରସର ହେଉଛି।
‘ବେଷ୍ଟିଭାଲ୍ ସେଲ’ ରେ ଭାରତର ବ୍ୟାପକ ଓ ବିଭିନ୍ନ ହ୍ୟାଣ୍ଡଲୁମ୍ ଓ କଳାକୃତି ଉଦ୍ୟୋଗର କଳାକାରମାନଙ୍କୁ ସାମିଲ୍ କରୁଛି। ଉଦାହରଣସ୍ୱରୂପ, ଗ୍ରାହକାମନେ ଗୁଜରାଟର ପୋଚାମପାଲି ସାଢ଼ୀ ଓ ବନ୍ଧନି ଆପାରେଲ୍ ପାଇବା ସହିତ ପଞ୍ଜାବୀ ଜୋତା, ଜୟପୁରି ବ୍ଲକ୍ ପ୍ରିଂଟ କୁଇଲ୍‌ଟସ ସହିତ ମୋରାଦାବାଦର ବ୍ରାସ ବାୱେଲ୍‌ସ ଓ ପୂଜା ଆକ୍‌ସେସୋରି ଓ ପରିବେଶୀ ଉପଯୋଗୀ ଛାନାପଟନା କାଠ ଖେଳନା ଓ ବ୍ଲୁ ପଟେରି ଆଦିକୁ ପାଇପାରିବେ।

ଦିୱାଲି ସ୍ପେଶିଆଲ୍ ଅଫର:

ଏକ୍ସପ୍ଲୋସିଭ୍ ଇଲେକ୍‌ଟ୍ରୋନିକ୍ ଡିଲ୍‌ସ : ଟିଭି, ସ୍ମାର୍ଟଫୋନ୍‌, ମୋବାଇଲ୍‌, କମ୍ପ୍ୟୁଟର ଆକ୍‌ସେସୋରିଜ୍‌, ରେଫ୍ରିଜରେଟର, ଗୃହ ଉପକରଣ ଓ ଆହୁରି ଅନେକରେ ୮୦% ପର୍ଯ୍ୟନ୍ତ ରିହାତି! ଆକ୍ସିସ ବ୍ୟାଙ୍କ କ୍ରେଡିଟ୍ କାର୍ଡ଼ ଓ କୋଟକ୍ ମହିନ୍ଦ୍ରା ବ୍ୟାଙ୍କ ଡେବିଟ୍ ଓ କ୍ରେଡିଟ୍ କାର୍ଡ଼ରେ ଅକ୍ଟୋବର ୧୬ ପର୍ଯ୍ୟନ୍ତ ଇଲେକ୍‌ଟ୍ରୋନିକ୍‌ସରେ ୧୦%ର କ୍ୟାସବ୍ୟାକ୍ ସୁବିଧା ଲାଭ କରନ୍ତୁ।

ଫାୟାରକ୍ରାକର ଫେସନ ଅଫର: ପୁରୁଷ, ମହିଳା ଓ କିଡ୍‌ସ, ଫୁଟ୍‌ଉୟର ଓ ଆକ୍‌ସେସୋରିଜ୍ ଗୁଡ଼ିକୁ ଖୁବ୍ କମ ମୂଲ୍ୟରେ ଲାଭ କରନ୍ତୁ।

ଧମାକେଦାର ଡିଲ୍‌ସ: ଡିନର ସେଟ୍‌ରେ ୫୦% ପର୍ଯ୍ୟନ୍ତ ରିହାତି, ଡ୍ରାଏ ଫ୍ରୁଟ୍ ଗିଫ୍‌ଟ ପ୍ୟାକର ମୂଲ୍ୟ ଟ.୨୯୯ ରୁ ଆରମ୍ଭ ଓ ଏହା ସହିତ ମିଠା, ସ୍ନାକ୍‌ସ ଓ ଚକୋଲେଟ୍‌ସରେ ୫୦% ପର୍ଯ୍ୟନ୍ତ ରିହାତି ଲାଭ କରନ୍ତୁ।

ବ୍ୟାଙ୍କ ଅଫର (କେବଳ ଜିଓମାର୍ଟରେ): ଗ୍ରାହକମାନେ ୧୦% ଇନଷ୍ଟାଂଟ ଡିସକାଉଂଟ ସୁବିଧାକୁ ଏସବିଆଇ ବ୍ୟାଙ୍କ କ୍ରେଡିଟ୍ କାର୍ଡ଼ ଉପରେ ସମସ୍ତ ବର୍ଗରେ ୨୪ ଅକ୍ଟୋବର ପର୍ଯ୍ୟନ୍ତ ପାଇପାରିବେ।

ସ୍ପେଶିଆଲ୍ ସ୍ମାର୍ଟ ଷ୍ଟୋର ଅଫର: ସମସ୍ତ ପ୍ରମୁଖ ବର୍ଗ ମାନଙ୍କରେ ୮୦% ପର୍ଯ୍ୟନ୍ତ ରିହାତି ପାଆନ୍ତୁ। ଏଥିରେ ରହିଛି ବିଭିନ୍ନ ପ୍ରକାର ଉତ୍ପାଦ ଯଥା ଭାରତୀୟ ମିଠା, ଡ୍ରାଏ ଫ୍ରୁଟ୍‌ସ ଗିଫ୍‌ଟ ପ୍ୟାକ୍ ଓ ଡିଓରେ ୫୦% ପର୍ଯ୍ୟନ୍ତ ରିହାତି, ସାବୁନରେ ୩୩% ପର୍ଯ୍ୟନ୍ତ ରିହାତି, କମ୍ବୋ ୫ କେଜି ବାସୁମତୀ ଚାଉଳ, ଚିନି ଓ ୫ ଲି ତେଲ ମାତ୍ର ଟ.୧୨୯୯ ରେ, ଟିଭି ଉପରେ ୬୦% ପର୍ଯ୍ୟନ୍ତ ରିହାତି, ଅଡିଓ ଆକ୍‌ସେସୋରି ଯଥା ସ୍ମାର୍ଟୱାଚ, ସ୍ପିକର ଇତ୍ୟାଦି ଉପରେ ୭୦% ପର୍ଯ୍ୟନ୍ତ ରିହାତି, ଆପାରେଲ୍ ଓ ଫୁଟଉୟର ଓ ଆହୁରି ଅନେକ ଉପରେ ୮୦% ପର୍ଯ୍ୟନ୍ତ ରିହାତି ସୁବିଧା ଓ ଆହୁରି ଅନେକ ଅଫର।

ଜିଓମାର୍ଟ ଓ ସ୍ମାର୍ଟ ଷ୍ଟୋର ମଧ୍ୟ ୩୬୦-ଡିଗ୍ରୀ କ୍ୟାମ୍ପେନର ଶୁଭାରମ୍ଭ କରିଛନ୍ତି ଯାହାକି ଟିଭିସି, ପ୍ରିଂଟ, ରେଡିଓ, ଆଉଟଡୋର ଓ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ଜିଓମାର୍ଟ ଆପରେ ବିଭିନ୍ନ ଅଫର ଗୁଡ଼ିକର ଘୋଷଣା କରୁଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଏବେ ଭୁବନେଶ୍ୱରର ଜନପଥ, ଖାରବେଳ ନଗର ଓ ଯାଜପୁରର ଜାରକା ସହରରେ ଟ୍ରେଣ୍ଡ୍‌ସ 

ଭୁବନେଶ୍ୱର/ଜାରକା: ଭାରତର ବୃହତମ ତଥା ଦିନକୁ ଦିନ ଦ୍ରୁତଗତିରେ ବୃଦ୍ଧିପାଉଥିବା ରିଲାଏନ୍ସ ରିଟେଲ୍‌ର ଆପାରେଲ ଏବଂ ଆସେସୋରୀ ସ୍ପେଶାଲିଟି ଚେନ୍ ଟ୍ରେଣ୍ଡ୍‌ସ ଓଡ଼ିଶାର ଭୁବନେଶ୍ୱରର ଜନପଥ, ଖାରବେଳନଗର ଓ ଯାଜପୁରର ଜାରକା ସହରରେ ତାହାର ନୂଆ ଷ୍ଟୋରର ଶୁଭାରମ୍ଭ କରିଛି।

ଟ୍ରେଣ୍ଡ୍‌ସ ବାସ୍ତବରେ ଭାରତର ଫ୍ୟାସନ କ୍ଷେତ୍ରକୁ ଲୋକାଭିମୁଖି କରି ଫାସନରେ ଗଣତନ୍ତ୍ରର ବିକାଶ କରିଛି। ଏହା ଭାରତର ଗ୍ରାହକଙ୍କ ସମ୍ପର୍କ ସୁଦୃଢ କରିଛି ଏବଂ ମେଟ୍ରୋ, ମିନି ମେଟ୍ରୋଠାରୁ ଆରମ୍ଭ କରି ଟିୟର ୧, ଟିୟର ୨ ସହର ଏବଂ ଆହୁରି ଅଧିକ ସ୍ଥାନରେ ଭାରତୀୟ ଉପଭୋକ୍ତାଙ୍କ ନିକଟରେ ପହଂଚିଛି ଏବଂ ଭାରତର ପସନ୍ଦଯୋଗ୍ୟ ଫ୍ୟାସନ ସପିଙ୍ଗ ଡେଷ୍ଟିନେସନ ପାଲଟିଛି।

ଭୁବନେଶ୍ୱରର ଜନପଥ, ଖାରବେଳନଗର ଓ ଯାଜପୁରର ଜାରକା ସହରରେ ଏହି ଟ୍ରେଣ୍ଡ୍‌ସ ଷ୍ଟୋରର ମଡର୍ଣ୍ଣ ଲୁକ୍ ଏବଂ ପରିବେଶ ସହିତ ସ୍ଥାନୀୟ ଗ୍ରାହକମାନଙ୍କ ମନଲାଖି ଉଚ୍ଚମାନର ଆକର୍ଷଣୀୟ ଫ୍ୟାସନ ମର୍ଚ୍ଚାଣ୍ଡାଇଜ ସମ୍ଭାର ଓ ସୁଲଭ ମୂଲ୍ୟ ଏହାକୁ ଅଧିକ ଆକର୍ଷଣୀୟ କରି ତୋଳିଛି। ଭୁବନେଶ୍ୱରର ଖାରବେଳନଗର ଓ ଯାଜପୁର ଜାରକା ତଥା ନିକଟବର୍ତୀ ଅଂଚଳର ଗ୍ରାହକମାନେ ଏବେ ଟ୍ରେଣ୍ଡି ୱିମେନ ୱିୟର, ମେନ୍ସ ୱିୟର, କିଡସ ୱିୟର ଏବଂ ଫ୍ୟାସନ ଆସେସୋରିଜ ଅତି ସ୍ୱତନ୍ତ୍ର ମୂଲ୍ୟରେ ଏବଂ ଚମତ୍କାର କିଣାକିଣି ଅନୁଭୂତି ସହିତ ପାଇପାରିବେ।

ଭୁବନେଶ୍ୱର ଜନପଥ, ଖାରବେଳନଗର ଟ୍ରେଣ୍ଡ୍‌ସର ନୂଆ ଷ୍ଟୋର ୯,୫୮୭ ବର୍ଗଫୁଟ ପରିମିତ ହୋଇଥିବା ବେଳେ ଯାଜପୁରର ଜାରକା ସ୍ଥିତ ଟ୍ରେଣ୍ଡ୍‌ସ ଷ୍ଟୋର ୪୩୦୦ ବର୍ଗଫୁଟ ପରିମିତି ରହିଛି। ଏହି ଦୁଇଟି ନୂଆ ଟ୍ରେଣ୍ଡ୍‌ସ ଷ୍ଟୋର୍‌ର ଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ର ଉଦଘାଟନୀ ଅଫର ସହିତ ଆକର୍ଷଣୀୟ ଫ୍ୟାସନ ଓ ଲୋଭନୀୟ ମୂଲ୍ୟର ବ୍ୟାପକ ସମ୍ଭାର ରହିଛି। ଯେପରିକି ୩୪୯୯ ଟଙ୍କାର କିଣାକିଣି କରନ୍ତୁ ଏବଂ ମାତ୍ର ୧୯୯ ଟଙ୍କାରେ ଏକ ଆକର୍ଷଣୀୟ ଉପହାର ପାଆନ୍ତୁ।

ଅନନ୍ୟ ଫ୍ୟାଶନ୍ ସପିଙ୍ଗ୍ ଅନୁଭୁତି ପାଇଁ ପ୍ରକୃଷ୍ଟ ସ୍ଥଳ ପାଲଟିଛି ଭୁବନେଶ୍ୱରର ଜନପଥ, ଖାରବେଳନଗର ଓ ଯାଜପୁରର ଜାରକା ଖୋଲିଥିବା ନୂଆ ଟ୍ରେଣ୍ଡ୍‌ସ ଷ୍ଟୋର୍।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଲୋକପ୍ରିୟ ଫେସନ୍ ବ୍ରାଣ୍ଡ୍ ଗ୍ୟାପ୍‌କୁ ଭାରତ ଆଣିବା ପାଇଁ ରିଲାଏନ୍ସ ରିଟେଲ୍‌

ଭୁବନେଶ୍ୱର: ଭାରତର ସର୍ବବୃହତ ରିଟେଲର ରିଲାଏନ୍ସ ରିଟେଲ୍ ଲିମିଟେଡ୍ ପକ୍ଷରୁ ଆମେରିକାର ପ୍ରସିଦ୍ଧ ଫେସନ୍ ବ୍ରାଣ୍ଡ୍ ଗ୍ୟାପ୍‌କୁ ଭାରତ ଆଣିବା ପାଇଁ ଗ୍ୟାପ୍ ଆଇଏନ୍‌ସି ସହିତ ସହଯୋଗିତା ସ୍ଥାପନ କରାଯାଇଛି। ଏହି ଦୀର୍ଘମିଆଦୀ ଫ୍ରାଂଚାଇଜି ବୁଝାମଣା ସହିତ ଭାରତରେ ସବୁ ମାଧ୍ୟମ ପାଇଁ ରିଲାଏନ୍ସ ରିଟେଲ୍ ଗ୍ୟାପ୍‌ର ଅଫିସିଆଲ ରିଟେଲର୍‌ରେ ପରିଣତ ହୋଇଛି। ସ୍ୱତନ୍ତ୍ର ବ୍ରାଣ୍ଡ୍ ଷ୍ଟୋର୍‌, ମଲ୍‌ଟି ବ୍ରାଣ୍ଡ୍ ଷ୍ଟୋର୍ ଓ ଡିଜିଟାଲ୍ କମର୍ସ ପ୍ଲାଟଫର୍ମ ଆଦିର ମିଶ୍ରଣ ଜରିଆରେ ଭାରତୀୟ ଗ୍ରାହକମାନଙ୍କୁ ରିଲାଏନ୍ସ ରିଟେଲ୍ ଗ୍ୟାପ୍‌ର ସଦ୍ୟତମ ଫେସନ ଉତ୍ପାଦ ପ୍ରଦାନ କରିବ।

ଏହି ସହଯୋଗିତାର ଲକ୍ଷ୍ୟ ହେଉଛି ଏକ ଅଗ୍ରଣୀ କାଜୁଆଲ ଲାଇଫ୍‌ଷ୍ଟାଇଲ୍ ବ୍ରାଣ୍ଡ୍ ଭାବେ ଗ୍ୟାପ୍‌ର ରହିଥିବା ସ୍ଥିତିକୁ ବ୍ୟବହାର କରିବା ଏବଂ ଦୃଢ଼ ଓମ୍‌ନି ଚ୍ୟାନେଲ ନେଟ୍‌ୱର୍କର ପରିଚାଳନା ଏବଂ ସ୍ଥାନୀୟ ଉତ୍ପାଦକୁ ବ୍ୟାପକ କରିବା ଏବଂ ସୋର୍ସିଂ ଦକ୍ଷତାକୁ ବଢ଼ାଇବାରେ ରିଲାଏନ୍ସ ରିଟେଲ୍‌ର ଦକ୍ଷତା ପ୍ରତିଷ୍ଠା କରିବା। ୧୯୬୯ରେ ସାନ୍‌ଫ୍ରାନ୍‌ସିସ୍‌କୋରେ ଗ୍ୟାପ୍ ସ୍ଥାପିତ ହୋଇଥିଲା ଯାହା ଡେନିମ୍ ଐତିହ୍ୟକୁ ବଜାୟ ରଖିଛି ଏବଂ ସମଗ୍ର ବିଶ୍ୱରେ ଅନଲାଇନ୍ ଏବଂ କଂପାନି ପରିଚାଳିତ ଓ ଫ୍ରାଂଚାଇଜି ରିଟେଲ୍ ଷ୍ଟୋର୍ ଜରିଆରେ ଗ୍ରାହକଙ୍କ ସହିତ ଯୋଡ଼ିହୋଇରହିଛି। କେବଳ ପୋଷାକ ବିକ୍ରି କରିବାଠାରୁ ଆହୁରି ଆଗକୁ ବଢ଼ି ବ୍ୟକ୍ତିବିଶେଷ, ପିଢ଼ି ଓ ସଂସ୍କୃତି ମଧ୍ୟରେ ରହିଥିବା ଅନ୍ତରକୁ ଏହା ଆମେରିକା ଷ୍ଟାଇଲ୍‌ର ଭାବ ଜରିଆରେ ଦୂର କରି ସଂସ୍କୃତିକୁ ଆକାର ପ୍ରଦାନ କରୁଛି। ରିଲାଏନ୍ସ ରିଟେଲ୍ ବ୍ରାଣ୍ଡ୍‌ର ଯୁବସୁଲଭ, ପୁରୁଷ, ମହିଳା ଓ ଶିଶୁଙ୍କ ପାଇଁ ଉତ୍କୃଷ୍ଟ ଫେସନ୍ ପ୍ରଦାନ କରି ଭାରତରେ ଗ୍ରାହକମାନଙ୍କୁ ଗ୍ୟାପ୍‌ର ସପିଙ୍ଗ ଅନୁଭୂତି ପ୍ରଦାନ କରିବ।

“ରିଲାଏନ୍ସ ରିଟେଲ୍‌ରେ ଆମେ ଆମର ଗ୍ରାହକଙ୍କ ପାଇଁ ସଦ୍ୟତମ ଓ ଶ୍ରେଷ୍ଠ ଫେସନ୍ ଆଣୁଥିବାରୁ ଗର୍ବିତ ମନେ କରୁଛୁ ଏବଂ ଆମର ଫେସନ ଓ ଲାଇଫଷ୍ଟାଇଲ୍ ପୋର୍ଟଫୋଲିଓରେ ଆମେରିକୀୟ ବ୍ରାଣ୍ଡ୍ ଗ୍ୟାପ୍‌କୁ ସାମିଲ କରିବା ବିଷୟରେ ଘୋଷଣା କରି ବେଶ ଖୁସି ଅନୁଭବ କରୁଛୁ। ଆମର ବିଶ୍ୱାସ ରହିଛି ଯେ ନିଜର ଗ୍ରାହକମାନଙ୍କ ପାଇଁ ଶିଳ୍ପର ଅଗ୍ରଣୀ ଫେସନ୍ ଉତ୍ପାଦ ଓ ରିଟେଲ୍ ଅନୁଭୂତି ଆଣିବା ଲାଗି ରିଲାଏନ୍ସ  ଓ ଗ୍ୟାପ୍ ପରସ୍ପରର ଲକ୍ଷ୍ୟ ହାସଲରେ ସହଭାଗୀ ହେବେ ବୋଲି ରିଲାଏନ୍ସ ରିଟେଲ୍ ଲିମିଟେଡ୍‌ର ଫେସନ୍ ଓ ଲାଇଫ୍‌ଷ୍ଟାଇଲ ସିଇଓ ଅଖିଳେଶ ପ୍ରସାଦ କହିଛନ୍ତି।’’

“ପ୍ରମୁଖ ଆନ୍ତର୍ଜାତିକ ବଜାରରେ ଗ୍ୟାପ୍‌ର ବ୍ୟବସାୟ ବଢ଼ାଇବାକୁ ଆମେ ଚାହୁଛୁ ବୋଲି ଗ୍ୟାପ୍ ଆଇଏନ୍‌ସିର ଆନ୍ତର୍ଜାତିକ ପରିଚାଳନା ନିର୍ଦେଶକ (ଗ୍ଲୋବାଲ ଲାଇସେନ୍ସିଂ ଆଣ୍ଡ୍ ହୋଲ୍‌ସେଲ୍‌) ଆଡ୍ରିଏନି ଗର୍ନାଡ୍ କହିଛନ୍ତି। ଭାରତରେ ରିଲାଏନ୍ସ ରିଟେଲ୍ ଭଳି ଅଗ୍ରଣୀ ସଂସ୍ଥା ସହିତ ସହଯୋଗିତା ସ୍ଥାପନ ଆମକୁ ଆମର ଉପଯୋଗୀ, ଉଦ୍ଦେଶ୍ୟ ଅନୁସାରେ ଆଗକୁ ବଢ଼ୁଥିବା ବ୍ରାଣ୍ଡ୍‌କୁ ସାରା ବିଶ୍ୱର ଗ୍ରାହକଙ୍କ ନିକଟରେ ପହଂଚାଇବା ସହିତ ଆମର ସହଯୋଗୀ ଭିତିକ ମଡେଲ୍ ଜରିଆରେ ଆମର ବ୍ୟବସାୟ ପୋର୍ଟଫୋଲିଓରେ ବିବିଧତା ଜାରି ରଖିବାରେ ସହାୟକ ହେବ।’’

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ରଜ ରାଜକୁମାରୀ ପ୍ରତିଯୋଗିତା ସହିତ ଟ୍ରେଣ୍ଡ୍‌ସ୍ ନେଇଆସିଛି ଉତ୍ସବର ଆନନ୍ଦ

ଭୁବନେଶ୍ୱର: ରିଲାଏନ୍ସ ରିଟେଲ୍‌ର ଅଂଶ ତଥା ଭାରତର ସର୍ବବୃହତ୍ ଏବଂ ଦ୍ରୁତତମ ଅଭିବୃଦ୍ଧିଶୀଳ ପୋଷାକ ଏବଂ ଆସେସୋରିଜ୍ ସ୍ପେଶାଲିଟି ଚେନ୍ ଟ୍ରେଣ୍ଡ୍‌ସ୍‌, ଓଡ଼ିଶାରେ ରଜ ମହୋତ୍ସବ ପାଳନ ନିମନ୍ତେ ଅନନ୍ୟ ରଜ ରାଜକୁମାରୀ ପ୍ରତିଯୋଗିତା ୨୦୨୨ ଆରମ୍ଭ ହୋଇଥିବା ଘୋଷଣା କରିଛି। ଓଲିଉଡ ତାରକା ଦମ୍ପତି ସମ୍ବିତ ଆଚାର୍ଯ୍ୟ ଏବଂ ଶିବାନି ସଙ୍ଗୀତା ଏହି ପ୍ରତିଯୋଗିତା ସହିତ ସେଲିବ୍ରିଟି ବ୍ରାଣ୍ଡ୍ ଆମ୍ବାସାଡର ଭାବରେ ଯୋଡି ହୋଇଛନ୍ତି।

ରଜ ନାରୀତ୍ୱକୁ ପାଳନ କରିବାର ଏକ ଉତ୍ସବ ଏବଂ ଏହା ଅତ୍ୟନ୍ତ ଆନନ୍ଦ, ଉତ୍ସାହ ଓ ଉଦ୍ଦୀପନାର ସହିତ ମହିଳାମାନଙ୍କ ଦ୍ୱାରା ପାଳନ କରାଯାଇଥାଏ ଯେଉଁ ସମୟରେ ସେମାନେ ନୂତନ ବସ୍ତ୍ର ପରିଧାନ କରନ୍ତି, ଦୋଳିରେ ଝୁଲନ୍ତି, ସେମାନଙ୍କୁ ସୁସ୍ୱାଦୁ ଖାଦ୍ୟ ପରଷାଯାଏ, ମଜାଦାର ଖେଳ ଖେଳନ୍ତି ଏବଂ ଏହି ଉତ୍ସବକୁ ପାଳନ କରିବା ନିମନ୍ତେ ଲୋକଗୀତ ଗାଇ ମଉଜ ମଜଲିସ କରନ୍ତି।

ଟ୍ରେଣ୍ଡ୍‌ସ୍ ପକ୍ଷରୁ ୧୬ ଦିନ ବ୍ୟାପୀ ରଜ ରାଜକୁମାରୀ ପ୍ରତିଯୋଗିତାକୁ ଅତି ନିଖୁଣ ଭାବରେ ପ୍ରସ୍ତୁତ କରାଯାଇଛି ଯାହା ୨୦୨୨ ଜୁନ୍ ୪ରୁ ଆରମ୍ଭ ହୋଇ ଜୁନ୍ ୧୯ ପର୍ଯ୍ୟନ୍ତ ଚାଲିବ ଏବଂ ଏହି ସମୟରେ ଖୋଲା ପଡିଆରେ, ଆବାସିକ ସୋସାଇଟିଗୁଡିକରେ, ଗଣମାଧ୍ୟମରେ ବହୁବିଧ କାର୍ଯ୍ୟକ୍ରମ ସହିତ ମଲ୍‌ଗୁଡିକରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ ଏବଂ ଏହାର ଫିନାଲେ ୨୦୨୨ ଜୁନ୍ ୨୬ରେ ଅନୁଷ୍ଠିତ ହେବ। ଟ୍ରେଣ୍ଡ୍‌ସ୍ ର ଏହି ରଜ ରାଜକୁମାରୀ ପ୍ରତିଯୋଗିତା ମଧ୍ୟରେ ରହିଛି ଦୁଇଟି ପୃଥକ ପ୍ରତିଯୋଗିତା, ଯଥା- ରଜ ସମ୍ପର୍କିତ ଲୋକଗୀତ ପ୍ରତିଯୋଗିତା ଏବଂ ବନ୍ଧୁ ବାନ୍ଧବ ଓ ସମ୍ପର୍କୀୟଙ୍କ ସହିତ ରଜ ସେଲ୍‌ଫି ପ୍ରତିଯୋଗିତା।

ଏହି ପ୍ରତିଯୋଗିତାର ସାମିଲ୍ ହୋବା ପାଇଁ ଅଂଶଗ୍ରହଣକାରୀଙ୍କୁ ସେମାନଙ୍କ ବନ୍ଧୁବାନ୍ଧବ ଓ ସମ୍ପର୍କୀୟଙ୍କ ସହିତ ନିଆଯାଇଥିବା ସେଲ୍‌ଫି ପଠାଇବାକୁ ହେବ ଅଥବା ରଜ ସମ୍ପର୍କିତ ଗୀତ ଗାଇ ତାହାର ଏକ ମିନିଟର ଭିଡିଓ କ୍ଲିପ୍ କରି ତାହାକୁ ଏକ ହ୍ୱାଟ୍‌ସ୍ ଆପ୍ ନମ୍ବର (୮୯୦୮୦୨୦୧୦୪)ରେ ସେୟାର କରିବାକୁ ହେବ କିମ୍ବା ତାହା ୱେବସାଇଟ ଙ୍ଗଙ୍ଗଙ୍ଗ.ଗ୍ଧକ୍ସରଦ୍ଭୟଗ୍ଦକ୍ସବହବକ୍ସବହବଳଙ୍କଜ୍ଞବକ୍ସସ.ମକ୍ଟଜ୍ଞ ରେ ଅପ୍‌ଲୋଡ କରିବାକୁ ପଡିବ।

ଏହି ପ୍ରତିଯୋଗିତାରେ ଭାଗନେଉଥିବା ପ୍ରତ୍ୟେକ ଅଂଶଗ୍ରହଣକାରୀଙ୍କୁ ପ୍ରତ୍ୟେକ ୫୦୦ ଟଙ୍କା ମୂଲ୍ୟର ଦୁଇଟି ରଜ ସ୍ପେଶାଲ ରିହାତି କୁପନ୍ ମିଳିବ। ବିଶିଷ୍ଟ ବିଚାରକମଣ୍ଡଳୀ ପ୍ରତ୍ୟେକ ବିଭାଗରୁ ୩ଜଣ କରି ମୋଟ ଛଅଜଣ ବିଜେତାଙ୍କୁ ମନୋନୀତ କରିବେ। ପ୍ରତି ବିଭାଗର ଶ୍ରେଷ୍ଠ ତିନିଜଣ ବିଜେତାଙ୍କୁ ଯଥାକ୍ରମେ ୩୧,୦୦୦ ଟଙ୍କା, ୨୧,୦୦୦ ଟଙ୍କା ଓ ୧୧,୦୦୦ ଟଙ୍କାର ପୁରସ୍କାର ପ୍ରଦାନ କରାଯିବ।

ଓଲିଉଡ ସେଲିବ୍ରିଟି ଦମ୍ପତି ସମ୍ବିତ ଓ ସଙ୍ଗୀତା ପ୍ରତିଯୋଗିତା ସହିତ ଯୋଡି ହୋଇ ଅତ୍ୟନ୍ତ ଉଲ୍ଲସିତ ଅଛନ୍ତି ଏବଂ କହିଛନ୍ତି, “ଟ୍ରେଣ୍ଡ୍‌ସ୍ ଭଳି ଏକ ଫାଶନ ଡେଷ୍ଟିନେସନ ଦ୍ୱାରା ଏଭଳି ଅନନ୍ୟ ପ୍ରତିଯୋଗିତାର ଅଂଶ ବିଶେଷ ହୋଇ ଆମେ ଅତ୍ୟନ୍ତ ଆନନ୍ଦିତ ଅନୁଭବ କରୁଛୁ। ରଜ ପାଳନ ନିମନ୍ତେ ଏହା ଏକ ଅନନ୍ୟ ପ୍ରୟାସ ହୋଇଛି। ଆମେ ରଜ ରାଜକୁମାରୀ ପ୍ରତିଯୋଗିତାର ଅଂଶଗ୍ରହଣକାରୀଙ୍କ ସହିତ ମିଶି ରଜ ଉତ୍ସବ ପାଳନକୁ ଅପେକ୍ଷା କରିଛୁ। ରଜ କିଣାକିଣି ପାଇଁ ଆପଣଙ୍କର ନିକଟସ୍ଥ ଟ୍ରେଣ୍ଡ୍‌ସ୍ ଷ୍ଟୋରକୁ ଯାଆନ୍ତୁ ଏବଂ ସବୁରି ମୁହଁରେ ଚର୍ଚ୍ଚାରେ ରୁହନ୍ତୁ।”

ଟ୍ରେଣ୍ଡ୍‌ସ୍ ଏହାର ପରିବ୍ୟାପ୍ତିକୁ ସୁଦୃଢ କରି ଦେଶରେ ମେଟ୍ରୋଠାରୁ ଆରମ୍ଭ କରି ମିନି ମେଟ୍ରୋ ଏବଂ ଟିୟର-୧ ଓ ଟିୟର-୨ ସହରଗୁଡିକରେ ଉପସ୍ଥିତି ସୁନିଶ୍ଚିତ କରିବା ସହିତ ଗ୍ରାହକଙ୍କ ସହିତ ସଂଯୁକ୍ତ ହୋଇ ବାସ୍ତବରେ ଭାରତରେ ଫାଶନର ସାର୍ବଜନୀନକରଣ କରୁଛି ଏବଂ ଭାରତର ପସନ୍ଦଯୋଗ୍ୟ ଫାଶନ ସପିଙ୍ଗ ଡେଷ୍ଟିନେସନ ପାଲଟିଛି। ଏଠାରେ ଚମତ୍କାର ବର୍ଗର ଉତମ ଗୁଣମାନର ଫାଶନ ସାମଗ୍ରୀ ରହିଛି ଯାହା ପ୍ରତ୍ୟେକ ଅବସର ପାଇଁ ସମ୍ପୂର୍ଣ୍ଣ ଖାପଖୁଆଇବା ଭଳି ହୋଇଛି ଏବଂ ଏହାର ମୂଲ୍ୟ ସୁଲଭ ଏବଂ ଏହା ତାହାର ମୂଲ୍ୟ ତୁଳନାରେ ଯଥେଷ୍ଟ ଅଧିକ ମୂଲ୍ୟବାନ ବିବେଚିତ ହେଉଛି।

ଟ୍ରେଣ୍ଡ୍‌ସ୍ ସମ୍ପର୍କରେ

ଟ୍ରେଣ୍ଡ୍‌ସ୍ ଭାରତର ସର୍ବବୃହତ ଏବଂ ଦ୍ରୁତତମ ଅଭିବୃଦ୍ଧିଶୀଳ ଫାଶନ୍ ଡେଷ୍ଟିନେସନ ଯାହାର ୫୦୦ରୁ ଅଧିକ ସହରରେ ସମସ୍ତ ଫର୍ମାଟ୍‌ରେ ୧୫୦୦ରୁ ଅଧିକ ଷ୍ଟୋର୍ ବିଶିଷ୍ଟ ବିଶାଳ ନେଟୱର୍କ ରହିଛି। ଏଠାରେ ମଧ୍ୟ ୧୦୦ରୁ ଅଧିକ ଜାତୀୟ ଓ ଆନ୍ତର୍ଜାତିକ ପୋଷାକ ଏବଂ ଆସେସୋରିଜ୍ ବ୍ରାଣ୍ଡ୍ ସହିତ ପୁରୁଷ, ମହିଳା ଓ ପିଲାଙ୍କ ପୋଷାକ ବର୍ଗରେ ନିଜସ୍ୱ ୨୦ଟି ବ୍ରାଣ୍ଡ୍ ପ୍ରତ୍ୟେକ ଗ୍ରାହକଙ୍କ ଆବଶ୍ୟକତା ପୂରଣ ନିମନ୍ତେ ରହିଛି।

ଟ୍ରେଣ୍ଡ୍‌ସ୍ ମାଲିକାନାରେ ଥିବା ବ୍ରାଣ୍ଡ୍‌ଗୁଡିକ ମଧ୍ୟରେ ରହିଛି, ଆଭାସା- ଭାରତୀୟ ମହିଳା ପୋଷାକ ବର୍ଗ ଯେଉଁଥିରେ ସାଲୱାର କର୍ତା ସେଟ୍‌, ଚୁଡିଦାର ସେଟ୍‌ର ସୁନ୍ଦରତମ ସମ୍ଭାର ରହିଛି ଏବଂ ତାହାସହିତ ଦ୍ରୁତ ପରିବର୍ତ୍ତନଶୀଳ ମିକ୍ସ-ଏନ୍‌-ମ୍ୟାଚ୍ ବର୍ଗର ପୋଷାକ ବର୍ଗ, ରିଓ- ଯୁବତୀମାନଙ୍କ ପାଇଁ ଆକର୍ଷଣୀୟ ଡିଜାଇନର ଦମ୍‌ଦାର ବର୍ଗ, ଏଫଆଇଜି- ସୁନ୍ଦରତାକୁ ପସନ୍ଦ କରୁଥିବା, ସ୍ୱାଧୀନ ଏବଂ କାର୍ଯ୍ୟରତ ମହିଳାଙ୍କ ପାଇଁ ଫାଶନ ୱିୟର, ଫ୍ୟୁଜନ- ମହିଳାଙ୍କ ପାଇଁ ଫ୍ୟୁଜନ ୱିୟର୍‌ର ଏକ ବର୍ଗ ଯେଉଁଥିରେ ପ୍ରାଚ୍ୟ ଓ ପାଶ୍ଚାତ୍ୟ ଷ୍ଟାଇଲ ଓ ଆରାମର ସଠିକ ସମ୍ମିଶ୍ରଣ ଘଟିଛି, ନେଟ୍‌ୱର୍କ- ବର୍ଗରେ ଫର୍ମାଲ ଅଫିସ ପୋଷାକ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ରହିଛି, ନେଟ୍‌ପ୍ଲେ- ଏହି ବର୍ଗରେ ପରିବର୍ତିତ କାର୍ଯ୍ୟସ୍ଥଳ ପାଇଁ ଏକ ସ୍ମାର୍ଟ କାଜୁଆଲ୍ ପୋଷାକ ସମ୍ଭାର ସ୍ଥାନପାଇଛି, ଡିଏନ୍‌ଏମଏକ୍ସ- ଏହା ଭାରତର ଯୁବବର୍ଗଙ୍କ ବର୍ଗ, ଯାହା ସେମାନଙ୍କ ପାଇଁ ଡେନିମ୍‌, ଟି ସାର୍ଟ ଆଦି ଭଳି ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ ଫାଶନ ପୋଷାକ ଉପଲବ୍ଧ କରାଉଛି ଏବଂ ପରଫରମାକ୍ସ- ଏହା ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ ଆକ୍ଟିଭ ୱିୟର ବ୍ରାଣ୍ଡ୍ ଯାହା କ୍ରୀଡା କ୍ଷେତ୍ରରେ ପ୍ରଦର୍ଶନକୁ ସମର୍ଥନ କରୁଛି।

Categories
ଆଜିର ଖବର ବ୍ୟବସାୟ

ରିଲାଏନ୍ସ ରିଟେଲ ପ୍ରତିଦିନ ଖୋଲିଛି ୭ ନୂଆ ଷ୍ଟୋର, ଦେଇଛି ମୋଟ ୧.୫ ଲକ୍ଷ ନୂଆ ନିଯୁକ୍ତି 

ନୂଆଦିଲ୍ଲୀ/ଭୁବନେଶ୍ୱର: ରିଲାଏନ୍ସ ରିଟେଲ୍ ର ଚମତ୍କାର ପ୍ରଦର୍ଶନ ଲଗାତାର ଜାରି ରହିଛି। କମ୍ପାନି ଗତ ଆର୍ଥିକ ବର୍ଷରେ ରେକର୍ଡ ଏକ ଲକ୍ଷ ୫୦ ହଜାର ନୂଆ ନିଯୁକ୍ତି ସୃଷ୍ଟି କରିଛି ଏବଂ ଏହା ସେତେବେଳେ ହୋଇଛି ଯେତେବେଳେ ସାରା ବିଶ୍ୱ କରୋନା ମହାମାରୀର ପ୍ରଭାବ ଦେଇ ଗତି କରୁଥିଲା। କମ୍ପାନି ପକ୍ଷରୁ ନିକଟରେ ଘୋଷିତ ଆର୍ଥିକ ଫଳାଫଳ ଅନୁଯାୟୀ, ରିଲାଏନ୍ସ ରିଟେଲ ର କର୍ମଚାରୀ ସଂଖ୍ୟା ୭୦ ପ୍ରତିଶତ ବଢ଼ି ୩ ଲକ୍ଷ ୬୧ ହଜାର ହୋଇଛି। ରିଟେଲ ଓ ଅନ୍ୟ ବ୍ୟବସାୟକୁ ମିଶାଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ୨ ଲକ୍ଷ ୧୦ ହଜାର ନୂଆ ନିଯୁକ୍ତି ଦେଇଛି। କମ୍ପାନିର ଆର୍ଥିକ ଫଳାଫଳରୁ ଏହି ତଥ୍ୟ ସାମ୍ନାକୁ ଆସିଛି।

ଉଲ୍ଲେଖନୀୟ ବିଷୟ ଏହା ଯେ ରିଲାଏନ୍ସ ରିଟେଲ ଯେଉଁ ଏକ ଲକ୍ଷ ୫୦ ହଜାର ନୂଆ ନିଯୁକ୍ତି ଦେଇଛି ସେଥିରୁ ଏକ ଲକ୍ଷ ନିଯୁକ୍ତି ଛୋଟ ଏବଂ ମଧ୍ୟମ ଧରଣର ସହରରେ ଦିଆଯାଇଛି। କମ୍ପାନିର ସୂଚନା ଅନୁଯାୟୀ, ଛୋଟ ଏବଂ ମଧ୍ୟମ ଧରଣର ସହରରେ ରିଟେଲ ନେଟୱାର୍କ ଦ୍ରୁତଗତିରେ ବଢ଼ିଥିବାରୁୁ ଏହି ନିଯୁକ୍ତି ଦିଆଯାଇପାରିଛି। ଷ୍ଟୋର ସମେତ ଏସବୁ ସହରରେ ଡିଜିଟାଲ ଏବଂ ନ୍ୟୁ କମର୍ସ ପ୍ଲାଟଫର୍ମର ଦ୍ରୁତ ସଂପ୍ରସାରଣ ହୋଇଛି।

ଗତ ଆର୍ଥିକ ବର୍ଷରେ ଆଶ୍ଚର୍ଯ୍ୟ କଲାଭଳି ଗତିରେ ରିଲାଏନ୍ସ ରିଟେଲ ଷ୍ଟୋର ସଂଖ୍ୟା ଖୋଲିଛି । କମ୍ପାନି ପ୍ରତିଦିନ ହାରାହାରି ୭ ନୂଆ ଷ୍ଟୋର ହିସାବରେ ମୋଟ ୨୫୦୦ରୁ ଅଧିକ ଷ୍ଟୋର ଖୋଲିଛି। କେବଳ ଗତ ତ୍ରୟମାସରେ କମ୍ପାନି ୭୯୩ ନୂଆ ଷ୍ଟୋର ଯୋଡ଼ିଛି। ଏଥିସହିତ କମ୍ପାନିର ମୋଟ ଷ୍ଟୋର ସଂଖ୍ୟା ୧୫ ହଜାର ଟପିଯାଇଛି। ଷ୍ଟୋର ଏବଂ ଡିଜିଟାଲ ପ୍ଲାଟଫର୍ମରେ ରିଲାଏନ୍ସ ରିଟେଲର ପଞ୍ଜୀକୃତ ଗ୍ରାହକଙ୍କ ସଂଖ୍ୟା ୧୯ କୋଟି ୩୦ ଲକ୍ଷରୁ ଅଧିକରେ ପହଂଚିଛି।

ରିଲାଏନ୍ସ ଷ୍ଟୋର ସଂଖ୍ୟା ୧୫ ହଜାରରେ ପହଂଚିିବା ଏବଂ ନୂଆ ନିଯୁକ୍ତି ନେଇ ଖୁସି ବ୍ୟକ୍ତ କରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନି କହିଛନ୍ତି ଯେ ଚଳିତବର୍ଷ ମଧ୍ୟ ରିଲାଏନ୍ସ ଦେଶର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ସଫଳ ହୋଇଛି ଏବଂ ଭାରତରେ ସବୁଠୁ ଅଧିକ ନିଯୁକ୍ତି ପ୍ରଦାନ କରୁଥିବା କମ୍ପାନି ମଧ୍ୟରେ ଅନ୍ୟତମ ହୋଇପାରିଛି। ଗତ ଏକ ବର୍ଷ ମଧ୍ୟରେ ଆମେ ୨ ଲକ୍ଷ ୧୦ ହଜାରରୁ ଅଧିକ କର୍ମଚାରୀଙ୍କୁ ଯୋଡ଼ି ପାରିଛୁ। ନୂଆ ନିଯୁକ୍ତି ସୃଷ୍ଟି କରିବାରେ ରିଟେଲ ଏବଂ ଟେକ୍ନୋଲୋଜି ବ୍ୟବସାୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

ନୂଆ ଷ୍ଟୋର ଖୋଲିବା ଏବଂ ନୂଆ ନିଯୁକ୍ତି ଦେବା ସହିତ ରିଲାଏନ୍ସ ରିଟେଲ ଚଳିତ ଆର୍ଥିକ ବର୍ଷରେ ଭଲ ଉପାର୍ଜନ ମଧ୍ୟ କରିଛି। ରିଟେଲ ବ୍ୟବସାୟରେ ମୋଟ ବାର୍ଷିକ ରାଜସ୍ୱ ପ୍ରାୟ ୨୦୦,୦୦୦ କୋଟି ଟଙ୍କା ରହିଛି। କମ୍ପାନିର ଆୟରେ ମଧ୍ୟ ବୃଦ୍ଧି ଘଟିଛି। ତ୍ରୟମାସିକ ଆଧାରରେ ୨୦୨୨ ମାର୍ଚ୍ଚରେ ଶେଷ ହୋଇଥିବା ତ୍ରୟମାସରେ ରିଲାଏନ୍ସ ରିଟେଲର ଆୟ ବୃଦ୍ଧିପାଇ ୫୮,୦୧୯ କୋଟି ଟଙ୍କାରେ ପହଂଚିଛି। ଏହାର ପୂର୍ବ ତ୍ରୟମାସ ଅର୍ଥାତ୍ ୨୦୨୧ ଡିସେମ୍ବର ତ୍ରୟମାସରେ କମ୍ପାନିର ଆୟ ୫୭,୭୧୭ କୋଟି ଟଙ୍କା ରହିଥିଲା। ୨୦୨୧-୨୨ ଆର୍ଥିକ ବର୍ଷରେ ରିଲାଏନ୍ସ ରିଟେଲର ନେଟ୍ ଲାଭ ୭୦୫୫ କୋଟି ଟଙ୍କା ଏବଂ ଚତୁର୍ଥ ତ୍ରୟମାସର ନେଟ୍ ଲାଭ ୨୧୩୯ କୋଟି ଟଙ୍କା ରହିଛି।

Categories
ଆଜିର ଖବର ବ୍ୟବସାୟ

କାରିଗରମାନଙ୍କ ହାତ ତିଆରି ସାମଗ୍ରୀକୁ ମିଳିବ ବଜାର, ରିଲାଏନ୍ସ ରିଟେଲ୍ ଖୋଲିବ “ସ୍ୱଦେଶ’’ ଷ୍ଟୋର

ଭୁବନେଶ୍ୱର: ରିଲାଏନ୍ସ ରିଟେଲ୍ ପକ୍ଷରୁ “ହ୍ୟାଣ୍ଡ୍‌ମେଡ୍ ଇନ୍ ଇଣ୍ଡିଆ’ କାର୍ଯ୍ୟକ୍ରମର ଘୋଷଣା କରାଯାଇଛି। ଏହା ଜରିଆରେ ଅସଲି ହାତ ତିଆରି ଉତ୍ପାଦକୁ ପ୍ରଦର୍ଶିତ କରିବା ଏବଂ ବିଶ୍ୱ ସ୍ତରରେ ସମୃଦ୍ଧ ଭାରତୀୟ କଳାକୁ ଆଗକୁ ବଢ଼ାଇବା ପାଇଁ ରିଲାଏନ୍ସ ରିଟେଲ୍ ପକ୍ଷରୁ “ସ୍ୱଦେଶ’ ନାମରେ ରିଟେଲ୍ ଷ୍ଟୋର ସମୂହ ଖୋଲାଯିବ। ଏହା ଦ୍ୱାରା ହଜାର ହଜାର କାରିଗରଙ୍କୁ ସ୍ଥାୟୀ ଜୀବିକା ମିଳିବା ସହିତ ଏହା ଭାରତୀୟ କଳାକୁ ସାରା ଦୁନିଆର ବଜାର ମଧ୍ୟ ଉପଲବ୍ଧ ହେବ।

ସ୍ୱଦେଶ ଷ୍ଟୋର୍‌ରେ ଭାରତୀୟ କାରିଗରମାନେ ତିଆରି କରିଥିବା ସାମଗ୍ରୀଗୁଡ଼ିକୁ “ସ୍ୱଦେଶ ବ୍ରାଣ୍ଡ୍‌’ ଅନୁସାରେ ବଜାରରେ ଉପସ୍ଥାପନ କରାଯିବ। ପ୍ରଥମ ସ୍ୱଦେଶ ଷ୍ଟୋର୍ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟାର୍ଦ୍ଧରେ ଖୋଲିବା ଆଶା କରାଯାଉଛି। ସେଥିରେ କାରିଗରମାନଙ୍କଠାରୁ ସିଧାସଳଖ ମିଳିଥିବା ସାମଗ୍ରୀ ଯଥା ହାତ ତିଆରି ବସ୍ତ୍ର, ହସ୍ତଶିଳ୍ପ, କୃଷି ଉତ୍ପାଦର ବିସ୍ତୃତ ବର୍ଗମାଳା ରହିବ। ସ୍ୱଦେଶ ଭାରତୀୟ କାରିଗର ଓ ଅସଲି ହାତ ତିଆରି ଉତ୍ପାଦ ପାଇଁ ବିକ୍ରେତାମାନଙ୍କୁ ସାରା ଦୁନିଆର ଗ୍ରାହକମାନଙ୍କ ସହିତ ଯୋଡ଼ିବା ଲାଗି ଏକ ବିଶ୍ୱ ବଜାର ମଧ୍ୟ ଗଠନ କରିବ।

ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍‌ର ନିର୍ଦେଶିକା ଇଶା ଅମ୍ବାନି କହିଛନ୍ତି ଯେ, “ଭାରତୀୟ କଳା ଓ ଶିଳ୍ପର ଭବିଷ୍ୟତ ଏକ ରୋମାଂଚକ ସ୍ଥିତିରେ ରହିଛି। ବିଲୁପ୍ତ କଳାକୃତିର ପୁନରୁଦ୍ଧାର କରିବା ଏବଂ ସ୍ଥାନୀୟ କାରିଗର, ବୁଣାକାର ଓ ଶିଳ୍ପ କାରିଗରମାନଙ୍କ ପାଇଁ ଏକ ବ୍ୟବସ୍ଥା ବିକଶିତ କରିବା ଓ ଏକ ଦୃଢ଼ ଭିତିଭୂମି ଢ଼ାଂଚା ବିକଶିତ କରିବା ଦିଗରେ ଆମ ପ୍ରୟାସର ବେଶ ଉତ୍ସାହଜନକ ଫଳ ମିଳିଛି। ଆମର ନିଜସ୍ୱ ହସ୍ତଶିଳ୍ପ ଷ୍ଟୋର ଫର୍ମାଟ “ସ୍ୱଦେଶ’ ଏବେ ପ୍ରସ୍ତୁତ ହୋଇଯାଇଛି। ଏହା ବସ୍ତ୍ର ଓ ପୋଷାକ, ଗୃହରେ ବ୍ୟବହୃତ ବୟନ ସାମଗ୍ରୀ, ହୋମ୍ ଡେକର, ଆସବାବପତ୍ର, ଗହଣା ଓ ୱେଲନେସ ଉତ୍ପାଦ ସହିତ ବହୁତ କିଛି ପ୍ରଦର୍ଶିତ କରିବ।’’

ଇଶା ଅମ୍ବାନି କହିଛନ୍ତି ଯେ, ଦେଶର କାରିଗରମାନଙ୍କ ଲାଗି ଏହା ହେଉଛି ଏକ ମହତ୍ୱକାଂକ୍ଷୀ ଅବସର ଏବଂ ତାହାକୁ ସଫଳ କରିବା ଲାଗି ରିଲାଏନ୍ସ ରିଟେଲ୍ ପକ୍ଷରୁ ବିଭିନ୍ନ ସରକାରୀ ସଂଗଠନ ସହିତ ସହଯୋଗିତା ସ୍ଥାପନ କରାଯାଉଛି ଯଦ୍ୱାରା ବିଭିନ୍ନ ସ୍ଥାନୀୟ କଳାକୃତିକୁ ଜାତୀୟ ଓ ବିଶ୍ୱସ୍ତରରେ ଲୋକପ୍ରିୟ କରାଇବାରେ ସହାୟତା ମିଳିପାରିବ। ଏହା ସହିତ ରିଲାଏନ୍ସ ରିଟେଲ୍ ପକ୍ଷରୁ ରିଲାଏନ୍ସ ଫାଉଣ୍ଡେସନ ସହିତ ମିଶି ବିଭିନ୍ନ ସ୍ୱଦେଶୀ ଶିଳ୍ପକଳାର କେନ୍ଦ୍ରବିନ୍ଦ୍ରୁଗୁଡ଼ିକୁ ଚିହ୍ନଟ କରିବା ଲାଗି ସହଯୋଗିତା ସ୍ଥାପନ କରାଯାଇଛନ୍ତି।

କାରିଗର ଗୋଷ୍ଠୀଙ୍କ ଠାରୁ ସିଧାସଳଖ ଶତ ପ୍ରତିଶତ ଅସଲି ଶିଳ୍ପ ଉତ୍ପାଦ କିଣିବା ଲାଗି ସ୍ୱଦେଶ ପକ୍ଷରୁ ବିଭିନ୍ନ ସରକାରୀ ସଂସ୍ଥା ଓ ଉଦ୍ୟୋଗଗୁଡ଼ିକ ସହିତ ସହଯୋଗିତା ସ୍ଥାପନ କରାଯାଉଛି ଏବଂ ବୟନ ମନ୍ତ୍ରଣାଳୟ ସହିତ ଏକ ବୁଝାମଣା ମଧ୍ୟ ସ୍ୱାକ୍ଷର କରାଯାଇଛି। ଏହା ବ୍ୟତୀତ ପଶ୍ଚିମବଙ୍ଗ ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ଓ ବୟନ ବିଭାଗ ସହିତ ମଧ୍ୟ ଏକ ବୁଝାମଣାପତ୍ରରେ ସ୍ୱାକ୍ଷର କରାଯାଇଛି।

ଏହି ସହଯୋଗିତାର ଉଦ୍ଦେଶ୍ୟ ହେଉଛି ଏକ ସ୍ୱସ୍ଥ ଓ ଗତିଶୀଳ ବ୍ୟବସ୍ଥା ଗଠନ କରିବା। କୋଲକାତାରେ ଆୟୋଜିତ ବେଙ୍ଗଲ ବିଶ୍ୱ ବ୍ୟବସାୟ ସମ୍ମିଳନୀରେ ଏମ୍‌ଓୟୁରେ ଆଜି ସ୍ୱାକ୍ଷର କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ରିଲାଏନ୍ସ ରିଟେଲ୍ ପକ୍ଷରୁ ଡଞ୍ଜୋରେ ୨୦ କୋଟି ଡଲାରର ନିବେଶ

ଭୁବନେଶ୍ୱର: ଜଣାଶୁଣା ଉଦ୍ୟୋଗପତି ମୁକେଶ ଅମ୍ବାନିଙ୍କ କଂପାନି ରିଲାଏନ୍ସ ରିଟେଲ୍ ପକ୍ଷରୁ ଭାରତର ପ୍ରମୁଖ କ୍ୱିକ୍ କମର୍ସ କଂପାନି ଡଞ୍ଜୋରେ ୨୦ କୋଟି ଡଲାର ନିବେଶ କରାଯାଇଥିବା ବିଷୟରେ ଘୋଷଣା କରାଯାଇଛି। ଏହି ନିବେଶ ଦ୍ୱାରା ରିଟେଲ୍ କ୍ଷେତ୍ରରେ ରିଲାଏନ୍ସ ରିଟେଲ୍‌ର ସ୍ଥିତି ଆହୁରି ଦୃଢ଼ ହେବ। ଏହି ନିବେଶ ଜରିଆରେ ଡଞ୍ଜୋର ୨୫.୮ ପ୍ରତିଶତ ଅଂଶଧନର ମାଲିକାନା ହାସଲ କରିଛି ରିଲାଏନ୍ସ ରିଟେଲ୍। ଡଞ୍ଜୋକୁ ବିଭିନ୍ନ ସଂସ୍ଥାରୁ ମୋଟ ୨୪ କୋଟି ଡଲାରର ନିବେଶ ରାଶି ମିଳିଛି।

ହାସଲ କରିଥିବା ପାଣ୍ଠିକୁ ବ୍ୟବହାର କରି ଡଞ୍ଜୋ ପକ୍ଷରୁ ଛୋଟ ଆକୃତିର ଗୋଦାମଗୁଡ଼ିକୁ ନେଇ ଏକ ନେଟୱର୍କ ବିକଶିତ କରାଯିବ ଯେଉଁଥିରେ ତତ୍କାଳ ଡେଲିଭରି ପାଇଁ ସାମଗ୍ରୀଗୁଡ଼ିକୁ ରଖାଯିବ। ଏହା ସହିତ ବିି୨ବି ନେଟୱର୍କର ସମ୍ପ୍ରସାରଣ କରିବା ଉପରେ ମଧ୍ୟ କଂପାନି ଗୁରୁତ୍ୱ ଦେବ। କଂପାନିର ସେବା ଏହବ ୭ଟି ମେଟ୍ରୋ ସହରରେ ଉପଲବ୍ଧ ହେଉଛି ଯାହା ଖୁବଶୀଘ୍ର ୧୫ଟି ସହରକୁ ସମ୍ପ୍ରସାରିତ କରାଯିବ। କ୍ୱିକ୍ କମର୍ସ କ୍ଷେତ୍ରର ଆକାର ୫୦ ବିଲିଅନ ଆମେରିକୀୟ ଡଲାର ହୋଇଥିବା ବେଳେ ଡଞ୍ଜୋ ହେଉଛି ସେହି ବଜାରର ଅଗ୍ରଣୀ ସଂସ୍ଥା। ନିକଟରେ କଂପାନି ବାଙ୍ଗାଲୋରରେ ଏହାର ସେବା ଆରମ୍ଭ କରିଥିଲା। ୧୫-୨୦ ମିନିଟ୍ ଭିତରେ ଫଳ ଓ ପନିପରିବା ହୋମ୍ ଡେଲିଭରି କରିବା ଉପରେ କଂପାନି ଗୁରୁତ୍ୱାରୋପ କରୁଛି।

ପାଣ୍ଠି ପ୍ରଦାନ ବ୍ୟତୀତ ଡଞ୍ଜୋ ଓ ରିଲାଏନ୍ସ ପରସ୍ପର ସହିତ ଆଉ କିଛି ବ୍ୟାବସାୟିକ ବୁଝାମଣା ମଧ୍ୟ କରିବେ। ରିଲାଏନ୍ସ ରିଟେଲ୍ ଦ୍ୱାରା ପରିଚାଳିତ ହେଉଥିବା ରିଟେଲ୍ ଷ୍ଟୋର୍ ପାଇଁ ଡଞ୍ଜୋ ପକ୍ଷରୁ ହାଇପର ଲୋକାଲ ଲଜିଷ୍ଟିକ୍ସ ସୁବିଧା ପ୍ରଦାନ କରାଯିବ ଏବଂ ଏହା ସହିତ ଜିଓ ମାର୍ଟର ମର୍ଚାଂଟ୍ ନେଟୱର୍କ ପାଇଁ ଦୂରଦୂରାନ୍ତ ବା ଶେଷ ଦୂରତା ପର୍ଯ୍ୟନ୍ତ ଡେଲିଭରି ସୁବିଧା ପ୍ରଦାନ କରାଯିବ।

ଏହି ନିବେଶ ବିଷୟରେ ରିଲାଏନ୍ସ ରିଟେଲ୍‌ର ନିର୍ଦେଶିକା ଇଶା ଅମ୍ବାନି କହିଛନ୍ତି ଯେ, “ଅନଲାଇନ୍ ଉପଯୋଗିତା କ୍ଷେତ୍ରରେ ପରିବର୍ତନ ହେଉଥିବା ଆମେ ଦେଖିପାରୁଛୁ ଏବଂ ଏହି କ୍ଷେତ୍ରରେ ଡଞ୍ଜୋ ଅତ୍ୟନ୍ତ ପ୍ରଭାବିତ କରିଛି। ଡଞ୍ଜୋ ସହିତ ହୋଇଥିବା ବୁଝାମଣା ଜରିଆରେ ଆମେ ରିଲାଏନ୍ସ ରିଟେଲ୍ ଉପଭୋକ୍ତାମାନଙ୍କୁ ଅଧିକ ସୁବିଧା ଦେଇପାରିବୁ ଏବଂ ରିଲାଏନ୍ସ ରିଟେଲ୍ ଷ୍ଟୋର୍‌ଗୁଡ଼ିକରୁ ଉତ୍ପାଦକୁ ଦ୍ରୁତ ଗତିରେ ଡେଲିଭରି ଦେଇ ଗ୍ରାହକଙ୍କୁ ନୂଆ ଅନୁଭୂତି ପ୍ରଦାନ କରିବ। ଆମ ସହିତ ଯୋଡ଼ି ହୋଇଥିବା ବ୍ୟବସାୟୀମାନଙ୍କୁ ମଧ୍ୟ ଡଞ୍ଜୋର ହାଇପର୍ ଲୋହାଲ୍ ଡେଲିଭରି ନେଟ୍‌ୱର୍କର ଲାଭ ମିଳିବ।’’

ଡଞ୍ଜୋର ସିଇଓ ଓ ସହ ପ୍ରତିଷ୍ଠାତା କବୀର ବିଶ୍ୱାସ କହିଛନ୍ତି ଯେ, “ଆମର ପ୍ରତିଷ୍ଠା ହେବା ପରଠାରୁ ଗ୍ରାହକମାନଙ୍କୁ ଏକ ଉତ୍କୃଷ୍ଟ ଅନୁଭବ ପ୍ରଦାନ କରିବା ଲାଗି ଆମେ ଉଦ୍ୟମ କରୁଅଛୁ ଏବଂ ଏହି ପାଣ୍ଠି ହାସଲ ପର୍ଯ୍ୟାୟ ବା ଫଣ୍ଡିଂ ରାଉଣ୍ଡ୍ ଆମର ଦୃଷ୍ଟିକୋଣ ପ୍ରତି ଏକ ସୁନ୍ଦର ମାନ୍ୟତା। ରିଲାଏନ୍ସ ରିଟେଲ୍‌ର ଏହି ନିବେଶ ସହିତ ଆମ ପାଖରେ ଏକ ଦୀର୍ଘମିଆଦୀ ବୁଝାମଣା ରହିବ ଯାହା ସହିତ ଆମେ ଦ୍ରୁତ ଗତିରେ ଅଭିବୃଦ୍ଧି ହାସଲ କରିପାରିବୁ।’’

Categories
ବିଶେଷ ଖବର ବ୍ୟବସାୟ

ରିଲାଏନ୍ସ ରିଟେଲ୍ ଭାରତରେ ଖୋଲିବ ‘୭-ଇଲେଭେନ୍ କନ୍‌ଭିନିଏନ୍ସ’ ଷ୍ଟୋର୍‌, ଜାଣନ୍ତୁ ଏଥିରେ କଣ ମିଳିବ

ମୁମ୍ବାଇ / ଭୁବନେଶ୍ୱର: ଭାରତରେ ୭-ଇଲେଭେନ୍ କନ୍‌ଭିନିଏନ୍‌ସ ଷ୍ଟୋର୍ ଖୋଲିବା ଲାଗି ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ (ଆରଆରଭିଏଲ୍‌) ଏହାର ସମ୍ପୂର୍ଣ୍ଣ ସହଯୋଗୀ ସଂସ୍ଥା ୭-ଇଣ୍ଡିଆ କନ୍‌ଭିନିଏନ୍ସ ରିଟେଲ୍ ଲିମିଟେଡ୍ ଜରିଆରେ ୭-ଇଲେଭନ୍ ଆଇଏନ୍‌ସି (ଏସ୍‌ଇଆଇ) ସହିତ ମାଷ୍ଟର ଫ୍ରାଚାଂଇଜି ଚୁକ୍ତିପତ୍ର ସ୍ୱାକ୍ଷର କରିଛି ।

ଏହି କ୍ରମରେ ଅକ୍ଟୋବର ୯, ଶନିବାର ଦିନ ମୁମ୍ବାଇର ଅନ୍ଧେରୀ ଇଷ୍ଟ୍‌ରେ ପ୍ରଥମ ୭-ଇଲେଭେନ୍ ଷ୍ଟୋର ଖୋଲାଯିବାର କାର‌୍ୟ୍ୟକ୍ରମ ରହିଛି । ଏହା ପରେ ଗ୍ରେଟର ମୁମ୍ବାଇର ପ୍ରମୁଖ ଆବାସିକ ଓ ବାଣିଜ୍ୟିକ ଅଂଚଳଗୁଡ଼ିକରୁ ଆରମ୍ଭ କରି ଏହି ଷ୍ଟୋର୍‌ଗୁଡ଼ିକର ଦ୍ରୁତ ସମ୍ପ୍ରସାରଣ କରାଯିବ ।

୭-ଇଲେଭେନ୍ ଷ୍ଟୋର ଉନ୍ମୋଚନ ସହିତ ଦେଶର ସର୍ବବୃହତ ରିଟେଲର ଆର୍‌ଆର୍‌ଭିଏଲ୍ ଭାରତୀୟ ଗ୍ରାହକଙ୍କୁ ଉତ୍କୃଷ୍ଟ ସପିଙ୍ଗ ଅନୁଭୂତି ପ୍ରଦାନ କରିବା ଏବଂ କିଣିବା ପାଇଁ ଗ୍ରାହକମାନଙ୍କୁ ଆକର୍ଷଣୀୟ ମୂଲ୍ୟ ଉପସ୍ଥାପନ କରିବା ଯାତ୍ରା ପ୍ରତି ଆଉ ଏକ ପାଦ ଅଗ୍ରସର ହୋଇଛି । ୭-ଇଲେଭେନ୍ ଷ୍ଟୋର୍‌ଗୁଡ଼ିକର ଲକ୍ଷ୍ୟ ହେଉଛି ଗ୍ରାହକମାନଙ୍କୁ ସ୍ୱତନ୍ତ୍ର ଷ୍ଟାଇଲ୍‌ର ସୁବିଧା ଦେଇ ସେମାନଙ୍କୁ ପାନୀୟ, ସ୍ନାକ୍ସ ଓ ସୁସ୍ୱାଦୁ ପଦାର୍ଥର ବ୍ୟାପକ ବର୍ଗମାଳା ପ୍ରଦାନ କରିବା ଯାହାକୁ ସ୍ଥାନୀୟ ସ୍ୱାଦକୁ ନଜରରେ ରଖି ପ୍ରସ୍ତୁତ କରାଯାଇଛି ।

ଏଥିସହିତ ଏହା ଗ୍ରାହକଙ୍କ ଦୈନିକ ଆବଶ୍ୟକତା ପୂରଣ କରିବ ଏବଂ ସବୁର ମୂଳରେ ରହିବ ସୁଲଭତା ଓ ସ୍ୱଚ୍ଛତା । ଏକ ଦ୍ରୁତ ସମ୍ପ୍ରସାରଣ ଯୋଜନା ରହିଥିବାରୁ ଏହା ସ୍ଥାନୀୟ ନିଯୁକ୍ତିକୁ ଉଲ୍ଲେଖନୀୟ ଯୋଗଦାନ ପ୍ରଦାନ କରିବ ଏବଂ ସହଜ ଖାଦ୍ୟ (କନଭିନିଏନ୍ସ ଫୁଡ୍‌)ର ଏକ ସମ୍ପୂର୍ଣ୍ଣ ପରିବ୍ୟବସ୍ଥା ସୃଷ୍ଟି କରିବ । ଭାରତରେ ୭-ଇଲେଭେନ୍‌ର ସୁବିଧାଜନକ ଖୁଚୁରା ବ୍ୟବସାୟ ମଡେଲ୍‌କୁ କାର‌୍ୟ୍ୟକାରୀ କରିବା ଏବଂ ସ୍ଥାନୀୟ ଆବଶ୍ୟକତା ଅନୁସାରେ ତାହାକୁ ପ୍ରସ୍ତୁତ କରିବାରେ ଆରଆରଭିଏଲ୍‌କୁ ଏସ୍‌ଇଆଇ ଶ୍ରେଷ୍ଠ ଶ୍ରେଣୀର ପରିଚାଳନା ପ୍ରକ୍ରିୟା ଓ ବ୍ୟବସ୍ଥା ଆଣିବାରେ ସହଯୋଗ କରିବ ।

ଇଶା ଅମ୍ବାନି, ନିର୍ଦେଶିକା, ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ କହିଛନ୍ତି ଯେ, “ରିଲାଏନ୍ସରେ ଆମେ ଗ୍ରାହକଙ୍କୁ ସବୁବେଳେ ଶ୍ରେଷ୍ଠ ପ୍ରଦାନ କରି ଆମେ ଗର୍ବ ଅନୂଭବ କରୁ ଏବଂ ସାରା ଦୁନିଆର ବିଶ୍ୱାସଭାଜନ ହୋଇଥିବା କନ୍‌ଭିନିଏନ୍‌ସ ଷ୍ଟୋର୍ ୭-ଇଲେଭେନ୍‌କୁ ଭାରତ ଆଣିଥିବାରୁ ଆମେ ଗର୍ବିତ । କନ୍‌ଭିନିଏନ୍‌ସ ଖୁଚୁରା ଦୃଶ୍ୟପଟ୍ଟରେ ୭-ଇଲେଭେନ୍ ହେଉଛି ଅନ୍ୟତମ ସବୁଠୁ ଆଇକନିକ୍ (ପ୍ରମୁଖ) ବିଶ୍ୱସ୍ତରୀୟ ବ୍ରାଣ୍ଡ୍ । ଏସ୍‌ଇଆଇ ସହିତ ଆମେ ଯେଉଁ ନୂଆ ପଥ ଗଠନ କରିବୁ ତାହା ଭାରତୀୟ ଗ୍ରାହକଙ୍କୁ ସେମାନଙ୍କ ଆଖପାଖ (ପଡ଼ୋଶୀ) ସ୍ଥାନରେ ଶ୍ରେଷ୍ଠ ସୁବିଧା ଓ ପସନ୍ଦ ପ୍ରଦାନ କରିବ ।’’

“ଭାରତର ହେଉଛି ବିଶ୍ୱର ଦ୍ୱିତୀୟ ବୃହତମ ଦେଶ ଏବଂ ଏହା ହେଉଛି ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି । ଦୁନିଆର ସର୍ବବୃହତ କନ୍‌ଭିନିଏନ୍ସ ରିଟେଲର୍ ଭାବେ ଭାରତରେ ଆମେ ପ୍ରବେଶ କରିବାର ଏହା ଉପଯୁକ୍ତ ସମୟ ବୋଲି କହିଛନ୍ତି ଏସ୍‌ଇଆଇର ସଭାପତି ଓ ମୁଖ୍ୟ କାର‌୍ୟ୍ୟନିର୍ବାହୀ ଅଧିକାରୀ ଜୋ ଡିପିଂଟୋ । “ରିଲାଏନ୍ସ ରିଟେଲ୍ ଭେଂଚର୍ସ ସହିତ ଆମର ଗୁରୁତ୍ୱପୂର୍ଣ୍ଣ ସମ୍ପର୍କ ତଥା ସହଯୋଗିତା ମୁମ୍ବାଇ ସହରରୁ ଆରମ୍ଭ ହୋଇ ନିୟୁତାଧିକ ଭାରତୀୟ ଗ୍ରାହକଙ୍କୁ ୭-ଇଲେଭେନ୍ ବ୍ରାଣ୍ଡ୍‌ର କନ୍‌ଭିନିଏଂଟ୍ ଉତ୍ପାଦ ଓ ସେବା ପ୍ରଦାନ କରିବ।’’

Categories
ବିଶେଷ ଖବର ବ୍ୟବସାୟ

ରିଲାଏନ୍ସ ରିଟେଲ୍ ୩ ରୁ ୫ ବର୍ଷ ଭିତରେ ୩ ଗୁଣା ବୃଦ୍ଧି ସହ ୧୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ: ମୁକେଶ ଅମ୍ବାନି

ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ରିଟେଲ୍ ସଂସ୍ଥା ରିଲାଏନ୍ସ ରିଟେଲ୍ ଆସନ୍ତା ୩ ରୁ ୫ ବର୍ଷ ଭିତରେ ୩ ଗୁଣା ବୃଦ୍ଧି ପାଇବ ଏବଂ ୧୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି କହିଛନ୍ତି। ଏଥିସହିତ ଏହା ଆହୁରି ଅନେକଙ୍କ ପାଇଁ ଜୀବିକା ସୃଷ୍ଟି କରିବ। ଏହା ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ରିଟେଲ୍ କଂପାନି ହୋଇ ରହିବ ଏବଂ କଂପାନି ଦୁନିଆର ଶ୍ରେଷ୍ଠ ୧୦ ରିଟେଲର୍‌ଙ୍କ ମଧ୍ୟରେ ସ୍ଥାନ ପାଇବାକୁ ଲକ୍ଷ୍ୟ ରଖିଛି ବୋଲି ଗୁରୁବାର ଅନୁଷ୍ଠିତ ବାର୍ଷିକ ସାଧାରଣ ବୈଠକ ଅବସରରେ ଶ୍ରୀ ଅମ୍ବାନି କହିଛନ୍ତି।

୨୦୨୦-୨୧ରେ ମହାମାରୀ ପରିସ୍ଥିତିରେ ମଧ୍ୟ ରିଲାଏନ୍ସ ରିଟେଲ୍ ୬୫,୦୦୦ରୁ ଅଧିକ ନୂଆ ନିଯୁକ୍ତି ସୃଷ୍ଟି କରିଥିବା ବେଳେ ବର୍ତମାନ କଂପାନିରେ ୨ ଲକ୍ଷରୁ ଅଧିକ ଲୋକ ନିଯୁକ୍ତ ରହିଛନ୍ତି, ଯାହା କମ୍ପାନୀକୁ ଦେଶର ଅନ୍ୟତମ ବୃହତ୍ ନିଯୁକ୍ତି ପ୍ରଦାନକାରୀ ଭାବେ ସ୍ଥାନିତ କରିଛି।

ଆସନ୍ତା ତିନି ବର୍ଷରେ କଂପାନି ଏହାର ଇ-କମର୍ସ ସଂସ୍ଥା ଜିଓମାର୍ଟରେ ଏକ କୋଟିରୁ ଅଧିକ ମର୍ଚାଂଟ୍ ବା ବ୍ୟବସାୟୀ ସହଯୋଗୀଙ୍କୁ ଯୋଡ଼ିବ। ଗତ ଏକ ବର୍ଷ ମଧ୍ୟରେ ଜିଓମାର୍ଟ ୧୫୦ଟି ସହରର ୩ ଲକ୍ଷରୁ ଅଧିକ ବିକ୍ରେତା ବା କ୍ଷୁଦ୍ର ବ୍ୟବସାୟୀ ସହଯୋଗୀଙ୍କୁ ଯୋଡ଼ି ସେମାନଙ୍କୁ ଉଭୟ ପ୍ରତ୍ୟକ୍ଷ ଓ ଡିଜିଟାଲ୍ ମାଧ୍ୟମରେ ସଶକ୍ତ କରିଛି ଏବଂ ଏହି ପ୍ରକ୍ରିୟାକୁ ଅନ୍ୟ ସହରଗୁଡିକୁ ସଂପ୍ରସାରଣ କରିବା ଯୋଜନାରେ ଆଗକୁ ବଢୁଛି।

ରିଲାଏନ୍ସ ରିଟେଲ୍ ଏହାର ଷ୍ଟୋର୍ ଏବଂ ତତ୍‌ସଲଗ୍ନ ଡେଲିଭରି ହବ୍ ସଂଖ୍ୟା ମଧ୍ୟ ଚଳିତ ବର୍ଷ ବହୁ ଗୁଣା ବଢ଼ାଇବ। ରିଲାଏନ୍ସ ରିଟେଲ୍ ଦ୍ରୁତ ଅଭିବୃଦ୍ଧି ପଥରେ ଥିବାରୁ ଆସନ୍ତା ୩ ରୁ ୫ ବର୍ଷ ଭିତରେ ଏହା ତିନି ଗୁଣା ବୃଦ୍ଧି ପାଇବ ବୋଲି ମୋର ବିଶ୍ୱାସ ରହିଛି ବୋଲି ମୁକେଶ ଅମ୍ବାନି କହିଛନ୍ତି। ଗ୍ରୋସରି, ଇଲେକ୍ଟ୍ରୋନିକ୍ସ ଓ ପୋଷାକ ବ୍ୟବସାୟ କ୍ଷେତ୍ରରେ ରିଲାଏନ୍ସ ରିଟେଲ୍ ଅଗ୍ରଣୀ ଥିବା ସେ କହିଛନ୍ତି। ଗବେଷଣା, ଡିଜାଇନ୍ ଓ ଉତ୍ପାଦ ବିକାଶରେ କଂପାନି ନିବେଶ ଜାରି ରଖିବ ଓ ଏହାର ସାମଗ୍ରୀ ସଂଗ୍ରହ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଯୋଗାଣ ଶୃଙ୍ଖଳ ଭିତିଭୂମିରେ ଉନ୍ନତି ଆଣି ଦକ୍ଷତା ବଢ଼ାଇବ। ଏକ ସ୍ୱୟଂକ୍ରିୟ, ମଡ୍ୟୁଲାର ଓ ଭରସାଯୋଗ୍ୟ ଏବଂ ବ୍ୟାପକ କରିହେଉଥିବା ଗୋଦାମ ଓ ଲଜିଷ୍ଟିକ୍ ବା ପରିବହନ ବ୍ୟବସ୍ଥା ଆମକୁ ଦେଶର କୋଣ ଅନୁକୋଣରେ କମ୍ ସମୟ ଭିତରେ ଉତ୍ପାଦ ପହଂଚାଇବାରେ ସହାୟକ ହେବ ବୋଲି ସେ କହିଛନ୍ତି।

ଜିଓମାର୍ଟରେ ପ୍ରୟ ୮୦ ଭାଗ ଉପଭୋକ୍ତା ବାରମ୍ବାର ଅର୍ଡର କରୁଥିବା ଦେଖଯାଇଛି ଯାହା ଏହା ପ୍ରତି ଗ୍ରହକମାନଙ୍କର ରହିଥିବା ବିଶ୍ୱାସକୁ ପରିଦର୍ଶିତ କରୁଛି ବୋଲି ସେ କହିଛନ୍ତି। ଜିଓମାର୍ଟ ଗୋଟିଏ ଦିନରେ ସର୍ବାଧିକ ୬.୫ ଲକ୍ଷ ଅର୍ଡର ପୂରଣ କରିଛି। ବ୍ୟବସାୟ ସହଯୋଗୀମାନେ ସେମାନଙ୍କ ଗ୍ରାହକମାନଙ୍କୁ ଉତ୍ତମ ସେବା ପ୍ରଦାନ କରିପାରିବା ପାଇଁ ପାଇଁ ଜିଓମାର୍ଟର ପ୍ରତିଶ୍ରୁତି ବେଶ୍ ସରଳ “ଗ୍ରାହକ ଆପଣଙ୍କର, ସହାୟତା ଆମର” ବୋଲି ଏହି ଅବସରରେ ସେ କହିଛନ୍ତି।

ମହାମାରୀ ପ୍ରଭାବିତ ବର୍ଷ ୨୦୨୦-୨୧ରେ ବିବିଧ ଆହ୍ୱନମୂଳକ ପରିସ୍ଥିତି ସତ୍ତ୍ୱେ ରିଲାଏନ୍ସ ରିଟେଲ୍ ୧୫୦୦ ନୂଆ ଷ୍ଟୋର୍ ଖୋଲିବା ସହ କଂପାନିର ମୋଟ ଷ୍ଟୋର ସଂଖ୍ୟା ୧୨,୭୧୧ରେ ପହଂଚିଛି। ପ୍ରାୟ ପ୍ରତି ୮ ଜଣରେ ଜଣେ ଭାରତୀୟ ରିଲାଏନ୍ସ ରିଟେଲ୍‌ରୁ କ୍ରୟ କରୁଥିବା ଦେଖାଯାଇଛି। ମହାମାରୀ ସମୟରେ ଲୋକଙ୍କ ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ସମ୍ମୁଖ ଭାଗରେ ରହି କାର୍ଯ୍ୟ କରିଥିବା ଗ୍ରୋସରୀ ବ୍ୟବସାୟରେ ପ୍ରତିଦିନ ପ୍ରାୟ ୩୦ ଲକ୍ଷ ୟୁନିଟ୍ ବିକ୍ରି ହେଉଥିବା ବେଳେ ରିଲାଏନ୍ସ ରିଟେଲ୍ ଦିନକୁ ପାଂଚ ଲକ୍ଷ ୟୁନିଟ୍ ଭାବରେ ସାରା ବର୍ଷରେ ୧୮ କୋଟି ୟୁନିଟ୍ ପୋଷାକ ବିକ୍ରି କରୁଥିବା ଶ୍ରୀ ଅମ୍ବାନି ସୂଚନା ଦେଇଛନ୍ତି। ଏହି ପରିମାଣର ପୋଷାକ ବ୍ରିଟେନ୍‌, ଜର୍ମାନି ଓ ସ୍ପେନ୍‌ର ଜନସଂଖ୍ୟାର ପୋଷାକ ଆବଶ୍ୟକତାକୁ ଏକକାଳୀନ ପୂରଣ କରିବାକୁ ସକ୍ଷମ।

ଫେସନ ପୋର୍ଟାଲ୍ ଆଜିଓରେ ୨୦୦୦ ଲେବେଲ୍ ଓ ବ୍ରାଣ୍ଡ୍ ରହିଛି ଏବଂ ଏହା ଗ୍ରାହକମାନଙ୍କୁ ପସନ୍ଦ କରିବା ପାଇଁ ୫ ଲକ୍ଷରୁ ଅଧିକ ବିକଳ୍ପ ପ୍ରଦାନ କରୁଛି। ଆଜିଓ ସଂପ୍ରତି ରିଲାଏନ୍ସର ପୋଷାକ ବ୍ୟବସାୟକୁ ୨୫% ଅବଦାନ ପ୍ରଦାନ କରୁଛି। ଗତବର୍ଷ ଆମେ ୪.୫ କୋଟି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ବିକ୍ରି କରୁଛି । ଅର୍ଥାତ ଦିନକୁ ୧,୨୦,୦୦୦ ୟୁନିଟ୍ ବିକ୍ରି ହୋଇଛି ବୋଲି ମୁକେଶ ଅମ୍ବାନି କହିଛନ୍ତି।

ରିଲାଏନ୍ସ ରିଟେଲ୍ ନିକଟରେ ନେଟ୍‌ମେଡସ୍‌, ଅର୍ବାନ୍ ଲାଡର୍ ଓ ଜିଭାମେକୁ ଅଧିଗ୍ରହଣ କରିଥିବା ବେଳେ ସେବା ପ୍ରଦାନକୁ ନୂଆ ଶିଖରରେ ପହଂଚାଇବା, ଓମନିଚ୍ୟାନେଲ୍ ଦକ୍ଷତା ବଢ଼ାଇବା ଓ ପରିଚାଳନା ଦକ୍ଷତାରେ ଉନ୍ନତି ଆଣିବା ପାଇଁ କଂପାନି ଏହିଭଳି ଅଧିଗ୍ରହଣ ଜାରି ରଖିବ ବୋଲି ସେ କହିଛନ୍ତି।