Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରିଲାଏନ୍ସ ରିଟେଲ୍‌ର ପ୍ରଥମ ତ୍ରୈମାସିକ ନେଟ୍ ଲାଭ ୧୯ ପ୍ରତିଶତ ବୃଦ୍ଧି
ଆଜିର ଖବର

ରିଲାଏନ୍ସ ରିଟେଲ୍‌ର ପ୍ରଥମ ତ୍ରୈମାସିକ ନେଟ୍ ଲାଭ ୧୯ ପ୍ରତିଶତ ବୃଦ୍ଧି

July 23, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରିଲାଏନ୍ସ ରିଟେଲ୍‌ର ନେଟ୍ ଲାଭ ୨୦୨୩-୨୪ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ୧୯ ପ୍ରତିଶତ ବୃଦ୍ଧି ପାଇ ୨,୪୪୮ କୋଟି ଟଙ୍କା ହୋଇଛି । ଗ୍ରୋସରି, କଂଜ୍ୟୁମର ଇଲେକ୍ଟ୍ରୋନିକ୍ସ ଓ ଲାଇଫ୍‌ଷ୍ଟାଇଲ୍ ବର୍ଗରେ ଅଭିବୃଦ୍ଧି ପ୍ରଭାବରେ କଂପାନିର ଲାଭ ବୃଦ୍ଧି ପାଇଛି । ଗତ ଆର୍ôଥକ ବର୍ଷର ପ୍ରଥମ ତ୍ରୈମାସିକରେ ରିଲାଏନ୍ସ ରିଟେଲ୍‌ର ନେଟ୍ ଲାଭ ୨,୦୬୧ କୋଟି ଟଙ୍କା ଥିଲା ।

୨୦୨୩ ଜୁନ୍ ୩୦ ସୁଦ୍ଧା ଶେଷ ହୋଇଥିବା ପ୍ରଥମ ତ୍ରୈମାସିକରେ ଗ୍ରୋସରି, କଂଜ୍ୟୁମର ଇଲେକ୍ଟ୍ରୋନିକ୍ସ ଏବଂ ଫେସନ୍ ଓ ଲାଇଫ୍‌ଷ୍ଟାଇଲ୍ ବର୍ଗର ଚମତ୍କାର ପ୍ରଦର୍ଶନ ବଳରେ କଂପାନି ୬୯୯୪୮ କୋଟି ଟଙ୍କାର ମୋଟ ରାଜସ୍ୱ ଆୟ କରିଛି ଯାହା ପୂର୍ବବର୍ଷ ତୁଳନାରେ ୧୯.୫ ପ୍ରତିଶତ ଅଧିକ ।

ରିଲାଏନ୍ସ ରିଟେଲ୍‌ରେ ଏହି ତ୍ରୈମାସିକରେ ସର୍ବକାଳୀନ ସର୍ବାଧିକ ୨୪.୯ କୋଟିରୁ ଅଧିକ ଲୋକ ପ୍ରବେଶ କରିଥିବା ବେଳେ ଏହି ତିନି ମାସରେ କଂପାନି ୫୫୫ ନୂଆ ଷ୍ଟୋର୍ ଯୋଡ଼ିଛି । ତ୍ରୈମାସିକ ଶେଷ ସୁଦ୍ଧା କଂପାନିର ମୋଟ୍ ଷ୍ଟୋର୍ ସଂଖ୍ୟା ୧୮,୪୪୬ରେ ପହଂଚିଛି ।

ପୂର୍ବବର୍ଷ ସମାନ ତ୍ରୈମାସିକ ଶେଷ ସୁଦ୍ଧା କମ୍ପାନୀର ମୋଟ ଷ୍ଟୋର୍ ସଂଖ୍ୟା ୧୫,୮୬୬ ରହିଥିଲା । ୨୦୨୩-୨୪ ଆର୍ôଥକ ବର୍ଷର ପ୍ରଥମ ତ୍ରୈମାସିକରେ କଂପାନିର ପରିଚାଳନା ଅଧୀନରେ ଥିବା ଅଂଚଳ ୫୫.୫ ପ୍ରତିଶତ ବୃଦ୍ଧି ପାଇ ୭୦.୬ ନିୟୁତ ବର୍ଗଫୁଟ ହୋଇଛି ଯାହା ବର୍ଷକ ପୂର୍ବରୁ ଏହି ସମୟରେ ୪୫.୫ ନିୟୁତ ବର୍ଗଫୁଟ୍ ଥିଲା ।

କଂପାନିର ଡିଜିଟାଲ୍ କମର୍ସ ଓ ନୂଆ ବାଣିଜ୍ୟ (ନିଉ କମର୍ସ) ବ୍ୟବସାୟର ଅଭିବୃଦ୍ଧି ଜାରି ରହିଥିବା ବେଳେ କଂପାନିର ମୋଟ ଆୟ ପ୍ରତି ତାହାର ୧୮ ପ୍ରତିଶତ ଅବଦାନ ରହିଛି । ମେଟ୍ରୋ କ୍ୟାସ୍ ଆଣ୍ଡ୍ କ୍ୟାରି ଅଧିଗ୍ରହଣକୁ କଂପାନି ଏହି ତ୍ରୈମାସିକରେ ସମ୍ପାଦନ କରିଛି ଓ ରିଲାଏନ୍ସ ରିଟେଲ୍ ସହ ବ୍ୟବସାୟକୁ ସମନ୍ୱିତ କରିବା ପ୍ରକ୍ରିୟା ଜାରି ରହିଛି ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି କହିଛନ୍ତି ଯେ, “ଦ୍ରୁତ ଗତିରେ ଷ୍ଟୋର ସଂଖ୍ୟା ବୃଦ୍ଧି ଓ ଗ୍ରାହକଙ୍କ ପ୍ରବେଶରେ ଅଭିବୃଦ୍ଧି ଯୋଗୁଁ ରିଟେଲ୍ ବ୍ୟବସାୟର ଅଭିବୃଦ୍ଧି ବେଶ ଦୃଢ଼ ହୋଇପାରିଛି । ଡିଜିଟାଲ୍ ଓ ନୂଆ ବାଣିଜ୍ୟ କ୍ଷେତ୍ରର ଅବଦାନ ବୃଦ୍ଧି ପାଇଥିବା ବେଳେ ତାହା ଗ୍ରାହକଙ୍କୁ ଉଚିତ ମୂଲ୍ୟ ପ୍ରଦାନ କରୁଛି ଏବଂ ବ୍ୟବସାୟୀ ସହଯୋଗୀଙ୍କୁ ମଧ୍ୟ ଲାଭ ପ୍ରଦାନ କରୁଛି ।”

ରିଲାଏନ୍ସ ରିଟେଲ୍ ଭେଂଚର୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଇଶା ଅମ୍ବାନି କହିଛନ୍ତି ଯେ, “ସବୁ ପ୍ରକାର ଉପଭୋକ୍ତା ବର୍ଗରେ ନିରନ୍ତର ବୃଦ୍ଧି ବଜାରରେ ଆମ ଅଗ୍ରଣୀ ସ୍ଥିତିକୁ ଆହୁରି ମଜଭୁତ କରିପାରିଛି । ଆମ ଗ୍ରାହକମାନଙ୍କ ସହିତ ସମ୍ପର୍କ ଅଧିକ ସୁଦୃଢ କରିବା ଦିଗରେ ଆମେ ଆମ ଷ୍ଟୋର୍ ଓ ଡିଜିଟାଲ୍ ପ୍ଲାଟଫର୍ମ ପାଇଁ କ୍ରମାଗତ ନବସୃଜନ ଓ ନିବେଶ ଜାରି ରଖିଛୁ ।’’

ନେଟ୍ ଲାଭ ରିଲାଏନ୍ସ ରିଟେଲ୍
Share. Facebook Twitter LinkedIn Email WhatsApp Copy Link

Related Posts

ମହଙ୍ଗା ମାଡ଼ : ସାଧାରଣ ଲୋକଙ୍କ ପକେଟ ଉପରେ ବଢ଼ିବ ବୋଝ !

May 16, 2026

ବଟି ଆଦାୟକୁ ନେଇ ଫାୟାରିଂ

May 15, 2026

ସମ୍ବଲପୁର–ମାନେଶ୍ୱର ସେକ୍ସନରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହେତୁ ପୁରୀ–ରାଉରକେଲା ଏକ୍ସପ୍ରେସ୍ ବାତିଲ 

May 15, 2026

ଷ୍ଟ୍ରୋକ୍ ସଚେତନତା ଅଭିଯାନ – ଆଇଏଫଆଇ ଫାଉଣ୍ଡେସନକୁ ଅନ୍ତର୍ଜାତୀୟ ସମ୍ମାନ

May 15, 2026
Latest News

ଆଜି ୧୬ ତାରିଖ ଶନିବାରରେ ଏହି ତିନୋଟି ରାଶିର ବ୍ୟକ୍ତି ହେବେ ମାଲେମାଲ

May 16, 2026

ମହଙ୍ଗା ମାଡ଼ : ସାଧାରଣ ଲୋକଙ୍କ ପକେଟ ଉପରେ ବଢ଼ିବ ବୋଝ !

May 16, 2026

ବଟି ଆଦାୟକୁ ନେଇ ଫାୟାରିଂ

May 15, 2026

New Odia Film Policy: ଶୀଘ୍ର ପ୍ରଣୟନ ହେବ ସ୍ୱତନ୍ତ୍ର ଓଡିଆ ଚଳଚ୍ଚିତ୍ର ନୀତି, ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

May 15, 2026

ସମ୍ବଲପୁର–ମାନେଶ୍ୱର ସେକ୍ସନରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହେତୁ ପୁରୀ–ରାଉରକେଲା ଏକ୍ସପ୍ରେସ୍ ବାତିଲ 

May 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.