Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଟ୍ରେଣ୍ଡ୍‌ସ ରଜ ରାଜକୁମାରୀ ପ୍ରତିଯୋଗିତାର ବିଜେତା ସମ୍ବର୍ଦ୍ଧିତ
ଆଜିର ଖବର

ଟ୍ରେଣ୍ଡ୍‌ସ ରଜ ରାଜକୁମାରୀ ପ୍ରତିଯୋଗିତାର ବିଜେତା ସମ୍ବର୍ଦ୍ଧିତ

June 26, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଭାରତର ସର୍ବବୃହତ ପୋଷାକ ଏବଂ ଆସେସୋରିଜ୍ ସ୍ପେସାଲିଟି ଚେନ୍ ତଥା ରିଲାଏନ୍ସ ରିଟେଲ୍ ର ଟ୍ରେଣ୍ଡ୍‌ସ ସ୍ୱତନ୍ତ୍ର ରଜ ରାଜକୁମାରୀ ପ୍ରତିଯୋଗିତା ୨୦୨୩ର ଫଳ ଘୋଷଣା କରିଛି। ଏହା ଓଡ଼ିଶାର ଲୋକପ୍ରିୟ ରଜ ପର୍ବରେ ସ୍ୱତନ୍ତ୍ର ଉତ୍ସାହ ଭରିଛି।

ରଜ ରାଜକୁମାରୀ ଫାଇନାଲ କାର୍ଯ୍ୟକ୍ରମରେ ରଜ ରାଜକୁମାରୀ ପ୍ରତିଯୋଗିତାର ସମସ୍ତ ୬ ଜଣ ଯାକ ବିଜେତାଙ୍କୁ ରବିବାର ସମ୍ବର୍ଦ୍ଧିତ କରାଯାଇଛି। ଓଲିଉଡ୍ ଅଭିନେତ୍ରୀ ଶିବାନୀ ସଙ୍ଗୀତା ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ବିଜେତାମାନଙ୍କୁ ପୁରସ୍କୃତ କରିଥିଲେ।

ଏ ପ୍ରକାର ସ୍ୱତନ୍ତ୍ର ପ୍ରତିଯୋଗିତା ପ୍ରତି ରାଜ୍ୟର ବିଭିନ୍ନ ସ୍ଥାନରୁ ମାତ୍ରାଧିକ ଆଗ୍ରହ ଦେଖିବାକୁ ମିଳିଥିଲା। ଏଥିପାଇଁ ଉଦ୍ଦିଷ୍ଟ ୱେବସାଇଟ୍ www.trendsrajarajakumari.com କୁ ହଜାର ହଜାର ଆବେଦନ ଆସିଥିଲା। ପ୍ରତ୍ୟେକ ପ୍ରତିଯୋଗୀଙ୍କୁ ୫୦୦ ଟଙ୍କା ଲେଖାଏଁ ମୂଲ୍ୟର ଦୁଇଟି ସ୍ୱତନ୍ତ୍ର ରଜ ରିହାତି କୁପନ ମିଳିଥିଲା। ସେଲ୍‌ଫି ଓ ରିଲ୍‌ସ ଜରିଆରେ ରଜ ଲୁକ୍‌ସ ପ୍ରତିଯୋଗିତାର ଶ୍ରେଷ୍ଠ ୩ ଜଣ ବିଜେତାଙ୍କୁ ଯଥାକ୍ରମେ ୩୧,୦୦୦, ୨୧,୦୦୦ ଏବଂ ୧୧,୦୦୦ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ଲୋକପ୍ରିୟ ବ୍ଲଗର ସୁଶ୍ରୀ ମିଶ୍ର, ଶୁଭଲକ୍ଷ୍ମୀ ଦୀକ୍ଷିତ, ବର୍ଷା ପ୍ରିୟଦର୍ଶିନୀ ଟ୍ରେଣ୍ଡ୍‌ସ ରଜ ରାଜକୁମାରୀ ପ୍ରତିଯୋଗିତାରେ ସ୍ୱତନ୍ତ୍ର ପୁରସ୍କାର ପାଇଁ ଚୟନ ହୋଇ ପ୍ରତ୍ୟେକ ୧୦,୦୦୦ ଟଙ୍କା ଲେଖାଏଁ ଅର୍ଥରାଶି ପାଇଥିଲେ।

ଡିଜିଟାଲ ଓ ମିଡିଆ କାର୍ଯ୍ୟକ୍ରମ ସହିତ ୨୦୨୩ ଜୁନ ୧ରୁ ଜୁନ ୧୮ ତାରିଖ ପର୍ଯ୍ୟନ୍ତ ୧୮ ଦିନ ଧରି ଟ୍ରେଣ୍ଡ୍‌ସ ପକ୍ଷରୁ ଏହି ପ୍ରତିଯୋଗିତା ହୋଇଥିଲା। ରଜ ପର୍ବକୁ ମହିଳାମାନେ ଅତ୍ୟନ୍ତ ଆଗ୍ରହର ସହିତ ଧୁମ୍‌ଧାମ୍‌ରେ ପାଳନ କରିଥାନ୍ତି। ନୂଆ ପୋଷାକ ପିନ୍ଧିବାଠାରୁ ଆରମ୍ଭ କରି ଦୋଳି ଖେଳିଥାନ୍ତି, ଭଲ ଖାଦ୍ୟ ଖାଇଥାନ୍ତି, ଆନନ୍ଦଦାୟକ ଖେଳ ଖେଳିଥାନ୍ତି ଏବଂ ଲୋକ ଗୀତ ଗାଇଥାନ୍ତି।

ଟ୍ରେଣ୍ଡ୍‌ସ ବାସ୍ତବରେ ଭାରତର ଫେସନ୍ କ୍ଷେତ୍ରକୁ ଲୋକାଭିମୁଖି କରି ଫେସନରେ ଗଣତନ୍ତ୍ରର ବିକାଶ କରିଛି। ଏହା ଭାରତର ଗ୍ରାହକଙ୍କ ସହ ସମ୍ପର୍କ ସୁଦୃଢ କରିଛି ଏବଂ ମେଟ୍ରୋ, ମିନି ମେଟ୍ରୋଠାରୁ ଆରମ୍ଭ କରି ଟିୟର ୧, ଟିୟର ୨ ସହର ଏବଂ ଆହୁରି ଅଧିକ ସ୍ଥାନରେ ଭାରତୀୟ ଉପଭୋକ୍ତାଙ୍କ ନିକଟରେ ପହଂଚିଛି ଏବଂ ଭାରତର ପସନ୍ଦଯୋଗ୍ୟ ଫେସନ ଶପିଂ ଡେଷ୍ଟିନେସନ ପାଲଟିଛି। ଏଠାରେ ଅତ୍ୟନ୍ତ ଉତ୍ତମ ମାନର ଆକର୍ଷଣୀୟ ରେଞ୍ଜ୍‌ର ଫେସନ ପୋଷାକ ଉପଲବ୍ଧ ହୋଇଥାଏ ଯାହାକି ପ୍ରତ୍ୟେକ ଉତ୍ସବରେ ପିନ୍ଧାଯାଇପାରିଥାଏ। ଏଠାରେ ଉପଲବ୍ଧ ହେଉଥିବା ପୋଷାକଗୁଡ଼ିକର ମୂଲ୍ୟ ଅତ୍ୟନ୍ତ ସୁଲଭ ଏବଂ ପୋଷାକ ପାଇଁ ଗ୍ରାହକ ପ୍ରଦାନ କରୁଥିବା ଅର୍ଥର ଉପଯୁକ୍ତ ମୂଲ୍ୟ ତାଙ୍କୁ ମିଳିଥାଏ।

ଟ୍ରେଣ୍ଡ୍‌ସ ରଜ ରାଜକୁମାରୀ ରିଲାଏନ୍ସ ରିଟେଲ୍
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026
Latest News

ଆଜି ମଇ ୧୩ ତାରିଖରେ ଏହି ସାତୋଟି ରାଶି ପାଇଁ ରହିଛି ଅନୁକୂଳ ପରିବେଶ

May 13, 2026

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.