Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଟ୍ରେଣ୍ଡ୍‌ସ ପକ୍ଷରୁ “ଖୁସିର ପର୍ବ’ ପ୍ରତିଯୋଗିତା ବିଜେତାଙ୍କୁ ସମ୍ବର୍ଦ୍ଧନା
ଆଜିର ଖବର

ଟ୍ରେଣ୍ଡ୍‌ସ ପକ୍ଷରୁ “ଖୁସିର ପର୍ବ’ ପ୍ରତିଯୋଗିତା ବିଜେତାଙ୍କୁ ସମ୍ବର୍ଦ୍ଧନା

October 15, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଟ୍ରେଣ୍ଡ୍‌ସ ପକ୍ଷରୁ “ଖୁସିର ପର୍ବ’ ପ୍ରତିଯୋଗିତା ବିଜେତାଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଭାରତର ସର୍ବବୃହତ ଓ ଦ୍ରୁତ ଅଭିବୃଦ୍ଧିଶୀଳ ପୋଷାକ ଓ ଆସେସୋରିଜ୍ ସ୍ପେସିଆଲିଟି ଶୃଙ୍ଖଳା ରିଲାଏନ୍ସ ରିଟେଲ୍ ର ଟ୍ରେଣ୍ଡ୍‌ସ ପକ୍ଷରୁ ଦୁର୍ଗାପୂଜା ଓ ଦଶହରା ସମୟରେ ଅନୁଷ୍ଠିତ “ଖୁସିର ପର୍ବ’ ପ୍ରତିଯୋଗିତାର ବିଜେତା ଘୋଷଣା କରାଯାଇଛି। ଟ୍ରେଣ୍ଡ୍‌ସ ଖୁସିର ପର୍ବ ମାଇଁ ପୂଜା ମାଇଁ ଲୁକ୍‌ସ ପ୍ରତିଯୋଗିତାରେ କଟକର ନିତାଶା ସିମ୍ପଲ ପ୍ରଥମ ପୁରସ୍କାର ଜିତିଥିବା ବେଳେ ରାଉରକେଲାର ତନିସା ପତି ଦ୍ୱିତୀୟ ଏବଂ ରେମୁଣାର ପ୍ରଜ୍ଞା ନାୟକ ତୃତୀୟ ପୁରସ୍କାର ଜିତିଛନ୍ତି।

ସେହିପରି ପୂଜା ସେଲିବ୍ରେସନ ରିଲ୍‌ସ / ଭିଡିଓ ପ୍ରତିଯୋଗିତାରେ ଯାଜପୁରର ଅଭିପ୍‌ସା ସାମଲ ପ୍ରଥମ ପୁରସ୍କାର ଜିତିଥିବା ବେଳେ ସାଲେପୁରର ଶ୍ରୀଦେବୀ ବିଶ୍ୱାଳ ଦ୍ୱିତୀୟ ଓ କଟକର ସନ୍ତୋଷ ବେହେରା ତୃତୀୟ ପୁରସ୍କାର ଜିତିଛନ୍ତି। ଏକ ବର୍ଣ୍ଣାଢ଼୍ୟ ଖୁସିର ପର୍ବ ଫିନାଲେ କାର‌୍ୟ୍ୟକ୍ରମରେ ଓଲିଉଡର ଲୋକପ୍ରିୟ ଅଭିନେତ୍ରୀ ଶିବାନୀ ସଙ୍ଗୀତାଙ୍କ ଉପସ୍ଥିତିରେ ଖୁସିର ପର୍ବ ପ୍ରତିଯୋଗିତାର ସମସ୍ତ ଛଅ ଜଣ ବିଜେତାଙ୍କୁ ସମ୍ବର୍ଦ୍ଧିତ ଓ ପୁରସ୍କୃତ କରାଯାଇଛି।

ଏଠାରେ ଉଲ୍ଲେ୍‌ଖଯୋଗ୍ୟ ଯେ, ଦୁର୍ଗାପୂଜାକୁ ଅଧିକ ଆକର୍ଷଣୀୟ କରିବା ଓ ଗ୍ରାହକଙ୍କୁ ଉତ୍ସାହିତ କରିବା ଲାଗି ଟ୍ରେଣ୍ଡ୍‌ସ ପକ୍ଷରୁ ଗ୍ରାହକମାନଙ୍କ ପାଇଁ ଆକର୍ଷଣୀୟ ଅଫର ଓ ଖୁସିର ପର୍ବ ପ୍ରତିଯୋଗିତା ଭଳି ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଥିଲା। ଗ୍ରାହକମାନଙ୍କୁ ନିଜର ପୂଜା ଲୁକ୍ କିମ୍ବା ପୂଜା ଉତ୍ସବ ପାଳନର ଭିଡିତ୍ତ୍ୱତ୍ତ୍ୱଓ / ରିଲ୍‌ସକୁ ଟ୍ରେଣ୍ଡ୍‌ସ ସହିତ ସେୟାର କରିବା ଜରିଆରେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପ୍ରାୟ ୧.୨୦ ଲକ୍ଷ ଟଙ୍କାର ପୁରସ୍କାର ଜିତିବାର ସୁଯୋଗ ନେବା ପାଇଁ ଆହ୍ୱାନ କରାଯାଇଥଲା। ଏଥିପାଇଁ ଦିଆଯାଇଥିବା ହ୍ୱାଟସ୍‌ଆପ୍ ନମ୍ବର ଓ ୱେବସାଇଟ୍‌ରେ ହଜାର ହଜାର ଗ୍ରାହକ ସେମାନଙ୍କ ଆବେଦନ ଦାଖଲ କରିିଥିଲେ।

ଟ୍ରେଣ୍ଡ୍‌ସ ଭାରତରେ ବାସ୍ତବରେ ଫେସନକୁ ସବୁ ଲୋକଙ୍କ ପାଖରେ ପହଂଚାଇ ମେଟ୍ରୋ ଠାରୁ ଆରମ୍ଭ କରି ମିନି ମେଟ୍ରୋ, ଟାୟାର୧ ଓ ୨ ସହର ଓ ତା’ଠାରୁ ଆଗକୁ ବଢ଼ି ଭାରତର ଗ୍ରାହକମାନଙ୍କ ପାଖରେ ପହଂଚିଛି ଓ ନିଜକୁ ଭାରତର ପସନ୍ଦର ସପିଙ୍ଗ ସ୍ଥଳରେ ପରିଣତ କରିଛି।

ଟ୍ରେଣ୍ଡ୍‌ସ ଷ୍ଟୋର ଦେଖିବାକୁ ବେଶ ଆଧୁନିକ ଓ ଆକର୍ଷଣୀୟ ଏବଂ ସେଥିରେ ରହିଥିବା ଗୁଣାତ୍ମକ ମାନର ଫେସନ ସାମଗ୍ରୀ ବିଭିନ୍ନ ଅଂଚଳର ଗ୍ରାହକମାନଙ୍କ ଲାଗି ବେଶ ପ୍ରାସଙ୍ଗିକ ଓ ତାହା ସୁଲଭ ମୂଲ୍ୟରେ ଉପଲବ୍ଧ ହେଉଥିବାରୁ ଭାଲ୍ୟୁ ଫର ମନି ଭାବେ ବିଚାର କରାଯାଉଛି।

ଗ୍ରାହକମାନେ ଟ୍ରେଣ୍ଡ୍‌ସ ଷ୍ଟୋର୍‌ରେ ଟ୍ରେଣ୍ଡି ଓମେନ୍‌ସ ଓୟାର, ମେନ୍‌ସ ଓୟାର, କିଡ୍‌ସ ଓୟାର ଓ ଫେସନ୍ ଆସୋସୋରିଜ୍ ଆଦି ଆକର୍ଷଣୀୟ ମୂଲ୍ୟରେ ପାଇପାରିବେ।

“ଖୁସିର ପର୍ବ’ Reliance Retails ଟ୍ରେଣ୍ଡ୍‌ସ ରିଲାଏନ୍ସ ରିଟେଲ୍
Share. Facebook Twitter LinkedIn Email WhatsApp Copy Link

Related Posts

ୟୁପି କଂଗ୍ରେସ ସଭାପତି ହେବେ ଆରାଧନା ମିଶ୍ର!: ଅଜୟ ରାୟଙ୍କ ହେବ ଛୁଟି

October 1, 2026

ଆହତ କାରଣରୁ ତୃତୀୟ ଏକଦିବସୀୟରୁ ବାଦ ପଡିଲେ ପ୍ରସିଦ୍ଧ କୃଷ୍ଣ: ଏହି ଯୁବ ଦ୍ରୁତ ବୋଲରଙ୍କୁ ସୁଯୋଗ

October 1, 2026

ଶ୍ରୀମନ୍ଦିର ଉତ୍ତର ଦ୍ୱାରରେ ଦିବ୍ୟାଙ୍ଗ ଓ ବୟସ୍କଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା

October 1, 2026

ସମତା ଏକ୍ସପ୍ରେସ୍‌ରେ ଜିଆର୍‌ପିର ଚଢ଼ାଉ: ଗଞ୍ଜେଇ ଜବତ, ୬ ମହିଳା ଗିରଫ

October 1, 2026
Latest News

ୟୁପି କଂଗ୍ରେସ ସଭାପତି ହେବେ ଆରାଧନା ମିଶ୍ର!: ଅଜୟ ରାୟଙ୍କ ହେବ ଛୁଟି

October 1, 2026

ଆହତ କାରଣରୁ ତୃତୀୟ ଏକଦିବସୀୟରୁ ବାଦ ପଡିଲେ ପ୍ରସିଦ୍ଧ କୃଷ୍ଣ: ଏହି ଯୁବ ଦ୍ରୁତ ବୋଲରଙ୍କୁ ସୁଯୋଗ

October 1, 2026

ଶ୍ରୀମନ୍ଦିର ଉତ୍ତର ଦ୍ୱାରରେ ଦିବ୍ୟାଙ୍ଗ ଓ ବୟସ୍କଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା

October 1, 2026

ସମତା ଏକ୍ସପ୍ରେସ୍‌ରେ ଜିଆର୍‌ପିର ଚଢ଼ାଉ: ଗଞ୍ଜେଇ ଜବତ, ୬ ମହିଳା ଗିରଫ

October 1, 2026

ହକି ସେମିଫାଇନାଲରେ ପାକିସ୍ତାନକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଲା ଭାରତ

October 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.