Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଚିଲିକାରେ ରଘୁନାଥଙ୍କୁ ଟିକେଟ ମିଳିବା ପରେ କଣ କହିଲେ ଆଶାୟୀ ପ୍ରସନ୍ନ ପାଟ୍ଟଶାଣୀ, ପଢନ୍ତୁ

ଭୁବନେଶ୍ବର: ଶେଷରେ ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କୁ ବିଜେଡି ଟିକେଟ ଦେଇଛି। ଏହି ଆସନରେ ପ୍ରାର୍ଥୀ ହେବା ପାଇଁ ବହୁ ଆଶାୟୀ ରହିଥିଲେ। ସେମାନଙ୍କ ମଧ୍ୟରେ ଥିଲେ 4ଥର ବିଧାୟକ ଏବଂ 5 ଥର ସାଂସଦ ହୋଇଥିବା ବାବ ପ୍ରସନ୍ନ ପାଟ୍ଟଶାଣୀ। ସେ ଦୁଇ ତିନିଥର ନବୀନ ନିବାସ ଆସି କଥାବାର୍ତ୍ତା କରିଥିଲେ। ହେଲେ ଶେଷରେ ମାରିନେଲେ ରଘୁନାଥ।

ତେବେ ଏହି ଖବର ପାଇବା ପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ପ୍ରସନ୍ନ ପାଟ୍ଟଶାଣୀ। ସେ କହିଛିନ୍ତି ଯେ, ପରବର୍ତ୍ତି ଅଭିମୁଖ୍ୟ କଣ ହେବ ତାହା ପରେ ଜଣାପଡିବ। ବର୍ତ୍ତମାନ ମୁଁ ବିଜେଡିରେ ଅଛି। ମୋ ପାଇଁ ପଦବୀ ବଡ ନୁହେଁ, ମାନ ସମ୍ମାନ ହେଉଛି ବଡ। ଦଳର ଜଣେ ଶୃଙ୍ଖଳିତ କର୍ମି ଭାବରେ କାର୍ଯ୍ୟ କରୁଛି। ହେଲେ ରାଜନୀତିରେ ସମୟ ବଡ ବଳବାନ। କିଏ ରହିବ କିଏ ଯିବ ତାହା କହିବା ମୁସ୍କିଲ, ତାହା ସମୟ କେବଳ କହିବ ବୋଲି ପାଟ୍ଟଶାଣୀ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେପିରେ ମିଶିବେ ପ୍ରସନ୍ନ ପାଟ୍ଟଶାଣୀ ଏବଂ ସୌମ୍ୟରଂଜନ ପଟ୍ଟନାୟକ, ଚାଲିଛି କଥାବାର୍ତ୍ତା

ଭୁବନେଶ୍ବର: ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ ଏବଂ ସୌମ୍ୟରଜନ ପଟ୍ଟନାୟକ ବିଜେପିରେ ସାମିଲ ହେବେ। ଏ ନେଇ ଓଡିଶା ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। ପ୍ରସନ୍ନ ପାଟ୍ଟଶାଣି ଗତ କିଛିଦିନ ଧରି ଚିଲିକାରୁ ଟିକେଟ ପାଇବେ ବୋଲି ଚେଷ୍ଠା କରିଥିଲେ। ହେଲେ ଦଳ ତରଫରୁ କୌଣସି ସବୁଜ ସଙ୍କେତ ନ ମିଳିବାରୁ ସେ ଅସନ୍ତୁଷ୍ଠ ହୋଇପଡିଛନ୍ତି। ଫଳରେ ସେ ବିଜେପିରେ ମିଶିବେ ବୋଲି କୁଆଡେ ତାଙ୍କ ପାଖ ଲୋକ ପ୍ରଚାର କରିଦେଲେଣି।

ସେହିପରି ବିଜେଡିରୁ ବହିସ୍କୃତ ହୋଇଥିବା ଖଣ୍ଡପଡା ବିଧାୟକ ମଧ୍ୟ ବିଜେପିରେ ସାମିଲ ହେବେ ବୋଲି ଚର୍ଚ୍ଚା ଚାଲିଛି। କାରଣ ସେ ଏଥର ନିର୍ବାଚନ ରଣାଙ୍ଗନରେ ଯଦି ନ ଛିଡା ହୁଅନ୍ତି ତେବେ ତାଙ୍କର ରାଜନୈତିକ କ୍ୟାରିୟରେ ଏକ ପ୍ରକାର ସମାପ୍ତ ହୋଇଯିବ। ସେଥିପାଇଁ ସେ ବିଜେପିରେ ସାମିଲ ହୋଇ ନୂଆ ରାଜନୈତିକ ଜୀବନ ଆରମ୍ଭ କରିବେ ବୋଲି ଜଣାପଡିଛି।

ସୁତ୍ର ଅନୁସାରେ ଉଭୟ ବିଜେପି ନୂଆଦିଲ୍ଲୀ କାର୍ଯ୍ୟାଳୟରେ ଦଳରେ ସାମିଲ ହେବେ ବୋଲି କୁହାଯାଉଛି। ତେବେ ଉଭୟଙ୍କୁ ବିଜେପି କେଉଁଠି ଟିକେଟ ଦେବ ସେ ନେଇ ସନ୍ଦେହ ରହିଛି।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ପ୍ରସନ୍ନ ପାଟ୍ଟଶାଣୀ କେଉଁଠାରୁ ଛିଡା ହେବେ, ଚିଲିକା ନା ଖୋର୍ଦ୍ଧା ??

ଭୁବନେଶ୍ବର: ବର୍ତ୍ତମାନ ଓଡିଶା ରାଜନୀତିରେ ଜଣେ ପୁରୁଖା ନେତା ପ୍ରସନ୍ନ ପାଟ୍ଟଶାଣୀ ଚର୍ଚ୍ଚାରେ ଅଛନ୍ତି। କାରଣ ସେ ଦୁଇଥର ନବୀନ ନିବାସ ଆସି ଦଳିୟ ନେତାଙ୍କ ସହିତ ଆଲୋଚନା କରି ଫେରିଛନ୍ତି। ରବିବାର ଦିନ ନବୀନ ନିବାସ ଆସି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଏବଂ ପ୍ରଣବ ପ୍ରକାଶ ଦାସଙ୍କୁ ସାକ୍ଷାତ କରିଛନ୍ତି।

ଦୁଇ ଥର ଆସି ଦେଖା ହେବା ପରେ ସ୍ବାଭାବିକ ଭାବେ ଶ୍ରୀ ପାଟ୍ଟଶାଣୀ କେଉଁଠାରୁ ଛିଡା ହେବେ ସେ ନେଇ ଆଲୋଚନା ଚାଲିଛି। ତେବେ ରବିବାର ସାକ୍ଷାତରେ ସେ କୁଆଡେ ଖୋର୍ଦ୍ଧା ଆସନରେ ଛିଡା ହେବା ପାଇଁ ଆଗ୍ରହୀ ଅଛନ୍ତି ବୋଲି ଦଳକୁ ଜଣାଇଛନ୍ତି। କାରଣ ସେ ପୂର୍ବରୁ ଏହି ଖୋର୍ଦ୍ଧା ବିଧାନସଭା ଆସନରୁ ଚାରି ଥର ବିଧାୟକ ହୋଇ ନିର୍ବାଚିତ ହୋଇଛନ୍ତି। ସେ 1980 ରୁ 1998 ପର୍ଯ୍ୟନ୍ତ ଲଗାତର ଖୋର୍ଦ୍ଧା ବିଧାୟକ ଥିଲେ। ତେଣୁ ବିଜେଡି ତାଙ୍କୁ ଖୋର୍ଦ୍ଧାରୁ ପୁଣି ଥରେ ଛିଡା କରୁ ବୋଲି ସେ ଆଶା କରିଛନ୍ତି।

କିଛିଦିନ ତଳେ ବିଜେଡି ଯେତେବେଳ ପୁରୀ ଲୋକସଭା ପାଇଁ ସମୀକ୍ଷା କରିଥିଲା ସେତେବେଳେ ଶ୍ରୀ ପାଟ୍ଟଶାଣୀ ନବୀନ ନିବାସରେ ଉପସ୍ଥିତ ଥିଲେ। ସେତେବେଳେ ତାଙ୍କୁ କୁଆଡେ ଚିଲିକାରେ ଛିଡା ହେବା ପାଇଁ ସଙ୍କେତ ଦିଆଯାଇଥିଲା। ତେବେ ଏହି ଖବର ଜଣାପଡିବା ପରେ ଚିଲିକାର ବିଜେଡି କର୍ମି ଏହାକୁ ତୀବ୍ର ବିରୋଧ କରିଥିଲେ। କାରଣ ଶ୍ରୀ ପାଟ୍ଟଶାଣୀଙ୍କ ଚିଲିକା ନିର୍ବାଚନ ମଣ୍ଡଳୀରେ ଜନ୍ମସ୍ଥାନ ହୋଇଥିଲେ ମଧ୍ୟ ତାଙ୍କର ଲୋକସଂପର୍କ ନାହିଁ।

ଚିଲିକାରୁ ପ୍ରବଳ ବିରୋଧ ହେବା ପରେ ଏବେ ଖୋର୍ଦ୍ଧା ବିଧାନସଭା ପାଇଁ ସେ ଆଶାୟୀ ହୋଇପଡିଛନ୍ତି। ବିଜେଡି ଖୋର୍ଦ୍ଧା ଜିଲ୍ଲାର ଖୋର୍ଦ୍ଧା, ବେଗୁନିଆ ଏବଂ ଚିଲିକା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ନାହିଁ। ସେଥିପାଇଁ ସେ ଚିଲିକାରୁ ନିରାଶ ହେବା ପରେ ଏବେ ଖୋର୍ଦ୍ଧା ଆସନ ଉପରେ ଆଖି ପକାଇଛନ୍ତି। କାରଣ ଖୋର୍ଦ୍ଧା ଆସନ ପାଇଁ ବିଜେଡିର ଏ ପର୍ଯ୍ୟନ୍ତ ଗଣିତ ଛିଣ୍ଡୁ ନାହିଁ। ଏହି କଳି ଭିତରେ ଶ୍ରୀ ପାଟ୍ଟଶାଣୀ ଏହି ଆସନ ମାରି ନେବେ ବୋଲି ଆଶା କରିଛନ୍ତି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଚିଲିକାରୁ ଟିକେଟ ପାଇବେ କି ପ୍ରସନ୍ନ ପାଟ୍ଟଶାଣୀ, ଆଜି ପୁଣି ନବୀନ ନିବାସରେ ଆଲୋଚନା

ଭୁବନେଶ୍ବର: ଆଜି ପୁଣି ଥରେ ନବୀନ ନିବାସରେ ପହଁଚିଛନ୍ତି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ। ସେ ନବୀନ ନିବାସରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଏବଂ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହିତ ଆଲୋଚନା କରିଛନ୍ତି। ତାଙ୍କୁ ଚିଲିକାରୁ ଟିକେଟ  ମିଳିବ ବୋଲି ଚର୍ଚ୍ଚା ଚାଲିଛି।

ତେବେ ବାହାରକୁ ଆସିବା ପରେ ସେ କହିଛନ୍ତି ଯେ, ନବୀନ ନିବାସରେ ଆଲୋଚନା କରିଛି। ଏ ପର୍ଯ୍ୟନ୍ତ କୌଣସି ନିଷ୍ପତି ହୋଇ ନାହିଁ। ଚିଲିକା ହେଉଛି ମୋର ଗାଁ, ସେଠାରୁ ଟିକେଟ ଦେଲେ ମୁଁ ନିଶ୍ଚିତ ଲଢେଇ କରିବି ବୋଲି ପ୍ରସନ୍ନ ପାଟ୍ଟଶାଣୀ ଗଣମାଧ୍ୟମକୁ କହିଛନ୍ତି। ତେବେ ଏହା ପୂର୍ବରୁ ସେ ଆଉଥରେ ନବୀନ ନିବାସ ଆସି ଦଳୀୟ ନେତାଙ୍କୁ ସାକ୍ଷାତ କରିଥିଲେ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଚିଲିକାରେ ପ୍ରବଳ ବିରୋଧ ପରେ ପ୍ରସନ୍ନ ପାଟ୍ଟଶାଣୀଙ୍କ ନାମକୁ ଶୀତଳ ଭଣ୍ଡାରରେ ରଖିଲା ବିଜେଡି

ଭୁବନେଶ୍ବର: ଚିଲିକା ନିର୍ବାଚନ ମଣ୍ଡଳୀରୁ ପ୍ରସନ୍ନ ପାଟ୍ଟଶାଣୀ ଛିଡା ହେବେ। ଏହି ଖବର ଜଣାପଡିବା ପରେ ଚିଲିକା ବିଜେଡିରେ ଆରମ୍ଭ ହେଲା କମ୍ପନ। କାରଣ ପ୍ରସନ୍ନ ପାଟ୍ଟଶାଣୀ ଚିଲିକାରେ ଜନ୍ମ ହୋଇଥିଲେ ମଧ୍ୟ ତାଙ୍କର କର୍ମଭୂମି ନୁହେଁ। ଏପରିକି ତାଙ୍କର ଚିଲିକା ସହିତ କୌଣସି ସଂପର୍କ ନ ଥିବାରୁ ବିଜେଡି କର୍ମି ତାଙ୍କ ନାମ ଶୁଣି ମୁହଁ ମୋଡି ଦେଲେ।

କର୍ମିଙ୍କ ମହଲରେ ଅସନ୍ତୋଷ ଜାଣିବା ପରେ ଦଳର ଶୀର୍ଷ ନେତୃତ୍ବ ଚିଲିକାର ନେତାମାନଙ୍କୁ ଡାକି ସେମାନଙ୍କର ମତାମତ ସଂଗ୍ରହ କରିଥିଲେ। ହେଲେ କେହି ହେଲେ ପ୍ରସନ୍ନ ପାଟ୍ଟଶାଣଙ୍କ ପ୍ରାର୍ଥିତ୍ବକୁ ସମର୍ଥନ କରି ନ ଥିଲେ। ଏପରି ବିରୋଧ ପରେ ବିଜେଡି କଣ କରିବ ସେ ନେଇ କୌଣସି ପ୍ରତିଶୃତି କର୍ମୀଙ୍କୁ ଦେଇପାରି ନ ଥିଲା। ପରେ ବିଚାର କରାଯିବ ବୋଲି କହି ଚିଲିକା ନେତାଙ୍କୁ ସେଦିନ ବିଦାୟ କରି ଦିଆଯାଇ ଥିଲା।

କିଛିଦିନ ପରେ ପୁରୀ ଲୋକସଭା ପାଇଁ ପ୍ରାର୍ଥୀ ହେଉଥିବା ଅରୂପ ପଟ୍ଟନାୟକ ଜଗନ୍ନାଥ ଦର୍ଶନ କରିଥିଲେ। ତାଙ୍କ ସାଥୀରେ ଥିଲେ ଏହି ଲୋକସଭା ଅଧିନରେ ଆସୁଥିବା ସମସ୍ତ ବିଧାନସଭାର ଭାବି ପ୍ରାର୍ଥୀମାନେ। ସେମାନେ ହେଲେ ପୁରୀରୁ ସୁନୀଲ ମହାନ୍ତି, ପିପିଲିରୁ ରୁଦ୍ର ମହାରଥୀ, ବ୍ରହ୍ମଗିରିରୁ ଉମା ସାମନ୍ତରାୟ, ନୟାଗଡରୁ ଅରୁଣ ସାହୁ, ରଣପୁରରୁ ସତ୍ୟନାରାୟଣ ପ୍ରଧାନ।

ହେଲେ ଆଶ୍ଚର୍ଯ୍ୟର କଥା ପୁରୀ ଲୋକସଭାରେ ଚିଲିକା ଆସୁଥିଲେ ମଧ୍ୟ ସେଦିନ ଏହି ନିର୍ବାଚନ ମଣ୍ଡଳିରୁ କୌଣସି ଭାବି ପ୍ରାର୍ଥିଙ୍କୁ ଡକାଯାଇ ନ ଥିଲା। ଏପରିକି ପ୍ରସନ୍ନ ପାଟ୍ଟଶାଣୀ ଭୁବନେଶ୍ବରରେ ଥିଲେ ମଧ୍ୟ ସେହି କାର୍ଯ୍ୟକ୍ରମରେ ତାଙ୍କର ଦେଖା ନ ଥିଲା। ଫଳରେ ଏଥିରୁ ସ୍ପଷ୍ଟ ହୋଇଥିଲା ଯେ, ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଦଳ ପ୍ରାର୍ଥୀ କରିବ ବୋଲି ଯେଉଁ ଚିନ୍ତା କରିଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପକାଇଲା। ଯଦି ସେ ପ୍ରାର୍ଥୀ ହୋଇ ଥାଆନ୍ତେ ତେବେ ତାଙ୍କୁ ପୁରୀ ଯିବା ପାଇଁ ନିଶ୍ଚିତ ନିର୍ଦ୍ଦେଶ ଦିଆଯାଇ ଥାଆନ୍ତା।

ଅନ୍ୟପଟେ ଚିଲିକାର ଅନ୍ୟତମ ଦାବୀଦାର ରଘୁନାଥ ସାହୁ ମଧ୍ୟ ଶଙ୍ଖ ଭବନରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ସେଠାରେ ସେ ପ୍ରାୟ ହଜାରେ ସମର୍ଥକଙ୍କୁ ନେଇ ଟିକେଟ ପାଇଁ ଦାବୀ କରିଛନ୍ତି। ହେଲେ ସେଠାରେ କର୍ମିମାନେ ରଘୁନାଥଙ୍କୁ ଯେତିକି ସମର୍ଥନ କରିଥିଲେ ତାହାଠାରୁ ଅଧିକ ପାଟ୍ଟଶାଣୀଙ୍କ ପ୍ରାର୍ଥୀତ୍ବକୁ ବିରୋଧ କରିଥିଲେ। ଏ ସବୁ ପରିସ୍ଥିତି ମଧ୍ୟରେ ବର୍ତ୍ତମାନ ବାବା ପ୍ରସନ୍ନ ପାଟ୍ଟଶାଣୀଙ୍କ ନାମ ବିଜେଡି ଶୀତଳ ଭଣ୍ଡାରରେ ରଖିଦେଇଥିବାର ଜଣାପଡିଛି।

ତେବେ ବିଶେଷ ସୁତ୍ର ଅନୁସାରେ ରଘୁନାଥ ଏବଂ ତାଙ୍କର କର୍ମି ଶଙ୍ଖ ଭବନରେ ଯେପରି ବିକ୍ଷୋଭ ପ୍ରଦର୍ଶନ କଲେ ସେଥିରେ ଦଳ କୁଆଡେ ତାଙ୍କ ଉପରେ ଖପ୍ପା ହୋଇ ଉଠିଛି। ଫଳରେ ବର୍ତ୍ତମାନ ରଘୁନାଥଙ୍କ ନାମକୁ ମଧ୍ୟ ବିଜେଡି ଶୀତଳ ଭଣ୍ଡାରରେ ରଖିଦେଇଛି ବୋଲି ଶୁଣାଯାଇଛି। ଏପରି ପରିସ୍ଥିତିରେ ବର୍ତ୍ତମାନ ଚିଲିକାରୁ କିଏ ପ୍ରାର୍ଥୀ ହେବ ସେ ନେଇ ଆଶା ଓ ଆଶଙ୍କାରେ ଅଛନ୍ତି ବିଜେଡି କର୍ମୀ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଚିଲିକାରୁ ପ୍ରସନ୍ନ ପାଟ୍ଟଶାଣୀଙ୍କ ବିଜେଡି ପ୍ରାର୍ଥୀ ହେବା ପ୍ରସ୍ତାବ ଝୁଲିଲା, ତୃଣମୂଳରେ ବିରୋଧ

ଭୁବନେଶ୍ବର: ଚିଲିକାର ବିଜେଡିରୁ ବିଧାୟକ ପ୍ରାର୍ଥୀ ହେବେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ। ଏ ନେଇ ଦଳର ପ୍ରସ୍ତାବ ଚାରିଆଡେ ପ୍ରଚାର ହେବା ପରେ ବର୍ତ୍ତମାନ ତୃଣମୂଳ ସ୍ତରରେ ଦେଖାଦେଇଛି ବିରୋଧ। ଯାହାକୁ ନେଇ ବିଜେଡି ବର୍ତ୍ତମାନ ଅଡୁଆ ପରିସ୍ଥିତିରେ ପଡିଯାଇଛି। କାରଣ ପ୍ରସନ୍ନ ପାଟ୍ଟଶାଣୀଙ୍କ ଘର ଚିଲିକା ହୋଇଥିବାରୁ ତାଙ୍କୁ ପ୍ରାର୍ଥୀ କଲେ ଭଲ ହେବ ବୋଲି ଦଳ ଭାବିଥିଲା। ହେଲେ ତାଙ୍କର ପ୍ରାର୍ଥିତ୍ବ ନେଇ ଯେ, ଚିଲିକାରେ ବିରୋଧ ହେବ ସେ ନେଇ କେହି କେବେ ଆଶା କରି ନ ଥିଲା।

କିଛିଦିନ ତଳେ ନବୀନ ନିବାସରେ ପୁରୀ ଲୋକସଭା ସଂସଦୀୟ କ୍ଷେତ୍ରର ପ୍ରାର୍ଥୀତ୍ବ ନେଇ ଆଲୋଚନା କରାଯାଇଥିଲା। ଏଥିରେ ପୁରୀ ଲୋକସଭା ଅଧିନରେ ଥିବା ସମସ୍ତ ଦଳିୟ ବିଧାୟକଙ୍କୁ ଡକାଯାଇଥିଲା। ଏହା ପୂର୍ବରୁ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଏବଂ ଅରୂପ ପଟ୍ଟନାୟକଙ୍କୁ ମଧ୍ୟ ଡକାଯାଇଥିଲା। ଅରୂପଙ୍କୁ ପୁରୀ ଲୋକସଭା ଏବଂ ପାଟ୍ଟଶାଣୀଙ୍କୁ ଚିଲିକା ବିଧାନସଭା ପ୍ରାର୍ଥୀ ହେବାକୁ କୁହାଯାଇଥିଲା। ଏଥିରେ ଉଭୟ ରାଜି ହେବା ପରେ ତାଙ୍କ ନାମ ପ୍ରସ୍ତାବକୁ ନିଆଯାଇଥିଲା।

ଏହି ଖବର ଜଣାପଡିବା ପରେ ଚିଲିକା ବିଜେଡିରେ ଦେଖାଦେଇଥିଲା ଅସନ୍ତୋଷ। ପ୍ରସନ୍ନ ପାଟ୍ଟଶାଣୀ ଚିଲିକାରେ ଜନ୍ମ ହୋଇଥିଲେ ମଧ୍ୟ ତାଙ୍କର କର୍ମଭୂମି ଚିଲିକା ନୁହେଁ। ସେ ଖୋର୍ଦ୍ଧା ଏବଂ ଭୁବନେଶ୍ବରରେ ରାଜନୀତି କରୁଛନ୍ତି। ସେହିପରି ନେତାଙ୍କୁ କାହିଁକି ଚିଲିକାରୁ ପ୍ରାର୍ଥୀ କରାଯିବ ବୋଲି ପ୍ରଶ୍ନ ସୃଷ୍ଟି ହେବା ସହ ଅସନ୍ତୋଷ ମଧ୍ୟ ପରିଲକ୍ଷିତ ହେଲା।

ଏ ସବୁ ପରିସ୍ଥିତିକୁ ଲକ୍ଷ୍ୟ କରି ଗତକାଲି ଅର୍ଥାତ ବୁଧବାର ଦିନ ବିଜୁ ଜନତା ଦଳ ତରଫରୁ ଚିଲିକା ନେତାଙ୍କୁ ଶଙ୍ଖ ଭବନକୁ ଡକାଯାଇଥିଲା। ସାଂଗଠାନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ବରେ ଏକ ବୈଠକ କରାଯାଇଥିଲା। ସେଠାରେ ଚିଲିକାରୁ ପ୍ରସନ୍ନ ପାଟ୍ଟଶାଣୀ ଛିଡା ହେବେ, ସମସ୍ତେ ସାହାଯ୍ୟ କରିବାକୁ କୁହାଯାଇଥିଲା। ହେଲେ ଏହାକୁ ନେଇ ଚିଲିକା ନେତା ଅସନ୍ତୋଷ ବ୍ୟକ୍ତ କଲେ। ଚିଲିକାର ଜଣେ ନେତାଙ୍କୁ ଛିଡା କରାଯାଉ ବୋଲି ଦାବୀ ଉଠିଥିଲା।

ସେହିପରି ସେହି ବୈଠକରେ ମେଣ୍ଟ ନେଇ କଣ ସ୍ଥିତି ବୋଲି ନେତାମାନେ ଜାଣିବାକୁ ଚାହିଁଥିଲେ। ହେଲେ ଏହାର ଉତ୍ତରରେ କୁହାଯାଇଥିଲା ଯେ, ଆପଣମାନଙ୍କୁ ନିର୍ବାଚନ ଲଢିବା ପାଇଁ କୁହାଯାଉଛି। ମେଣ୍ଟ କଣ ହେବ ନ ହେବ ସେ କଥା ଭୁଲିଯାଅ ବୋଲି କୁହାଯାଇଥିଲା। ଏହାପରେ ନେତାମାନେ ଚୁପ ରହିଥିଲେ।

ଚିଲିକା ନେତାମାନଙ୍କର ଦାବୀ ରହିଲା ଯେ, ଗତଥର ଜଣେ ବାହାର ନେତାଙ୍କୁ ଆଣି ଆମ ଉପରେ ଲଦି ଦିଆଯାଇଥିଲା। ଆମେ ଆଖି ବୁଜି ସାହାଯ୍ୟ କଲୁ। ହେଲେ ପରିସ୍ଥିତି କଣ ହେଲା ଆପଣମାନେ ଜାଣିଛନ୍ତି। ବର୍ତ୍ତମାନ ସେହି ପ୍ରକାରର ପ୍ରସ୍ତାବକୁ ଆମେ ଆଉ ଗ୍ରହଣ କରିବୁ ନାହିଁ ବୋଲି ଚିଲିକା ନେତାମାନେ ଶୀର୍ଷ ନେତୃତ୍ବଙ୍କୁ ଜଣାଇ ଦେଇଛନ୍ତି। ଏହାଦ୍ବାରା ଚିଲିକାରୁ ପ୍ରସନ୍ନ ପାଟ୍ଟଶାଣୀ ବିଜେଡି ପ୍ରାର୍ଥୀ ହେବା ପ୍ରସ୍ତାବ ଝୁଲି ରହିଲା ବୋଲି ଜଣାପଡିଛି।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

କିଏ ହେବ ପୁରୀ ଲୋକସଭା ଏବଂ ଏହା ଅଧିନରେ ଥିବା ବିଧାନସଭାର ବିଜେଡି ପ୍ରାର୍ଥୀ ? ଜାଣନ୍ତୁ ତାଲିକା

ଭୁବନେଶ୍ବର: ଇତି ମଧ୍ୟରେ ବିଜେଡି ତାହାର ପ୍ରାର୍ଥୀ ଠିକ କରିବାରେ ଲାଗିଛି। ନିର୍ବାଚନ ବିଗୁଲ ବାଜି ସାରିଥିବାରୁ ଦଳ ବର୍ତ୍ତମାନ ପୁରୀ ଜଗନ୍ନାଥ ଧାମରୁ ଏହାର ପ୍ରାର୍ଥୀ ଖୋଜା ଆରମ୍ଭ କରିଛି। ସେହି ଅନୁସାରେ ପୁରୀ ଲୋକସଭା ଏବଂ ଏହା ଅଧିନରେ ଥିବା ସାତଟି ବିଧାନସଭା ପାଇଁ ବିଜେଡି ପ୍ରାର୍ଥୀ ଏକ ପ୍ରକାରର ଚୁଡାନ୍ତ କରିଛି।

ଏ ନେଇ ପ୍ରଥମେ ନବୀନ ନିବାସରେ ଏକ ବୈଠକ ବସିଥିଲା। ଏଥିରେ ପୁରୀ ବିଧାନସଭାର ସମସ୍ତ ବିଧାୟକ ଯୋଗ ଦେଇଥିଲେ। ତେବେ ବିଶେଷ ସୁତ୍ର ଅନୁସାରେ ବିଜେଡି ଯେଉଁ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରିଛି ସେହି ଅନୁସାରେ ଯେଉଁମାନଙ୍କର ନାମ ରହିଛି ତାହା ହେଲା..

ପୁରୀ ଲୋକସଭା- ଅରୂପ ପଟ୍ଟନାୟକ

ବିଧାନସଭା

ପୁରୀ- ସୁନୀଲ ମହାନ୍ତି

ବ୍ରହ୍ମଗିରି- ଉମାକାନ୍ତ ସାମନ୍ତରାୟ

ପିପିଲି-ରୁଦ୍ର ପ୍ରସାଦ ମହାରଥୀ

ସତ୍ୟବାଦି- ସଂଜୟଦାସ ବର୍ମା

ଚିଲିକା- ପ୍ରସନ୍ନ ପାଟ୍ଟଶାଣୀ

ନୟାଗଡ- ଅରୁଣ ସାହୁ

ରଣପୁର- ସତ୍ୟନାରାୟଣ ପ୍ରଧାନ

ଏହି ପ୍ରାର୍ଥୀମାନଙ୍କୁ ଦଳ ତରଫରୁ ନବୀନ ନିବାସ ଡକାଯାଇ ପ୍ରସ୍ତୁତ ରହିବା ପାଇଁ କୁହାଯାଇଛି। ଉଭୟ ଅରୂପ ପଟ୍ଟନାୟକ ଏବଂ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ନବୀନ ନିବାସ ଡାକି ତାଙ୍କ ସହିତ ଆଲୋଚନା କରାଯାଇଛି। ତେବେ ବିନା ମେଣ୍ଟରେ ଏହି ପ୍ରାର୍ଥୀଙ୍କ ନାମ ପ୍ରାରମ୍ଭିକ ପର୍ଯ୍ୟାୟରେ ମନୋନିତ କରାଯାଇଛି। ହେଲେ ମେଣ୍ଟ ହେଲେ ଏଥିରେ ବ୍ୟାପକ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଚିଲିକାରୁ ଛିଡା ହେବେ ପ୍ରସନ୍ନ ପାଟ୍ଟଶାଣୀ, ଚାଲିଛି ଚର୍ଚ୍ଚା, ଏଥିରେ କେତେ ଅଛି ସତ

ଭୁବନେଶ୍ବର: ବର୍ତ୍ତମାନ ଓଡିଶାର ଚିଲିକା ନିର୍ବାଚନ ମଣ୍ଡଳି ବଡ ଚର୍ଚ୍ଚାରେ ଅଛି। କାରଣ ଏହି ନିର୍ବାଚନ ମଣ୍ଡଳିର ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେପିରେ ମିଶିବା ପରେ ଏହା ଚର୍ଚ୍ଚାକୁ ଆସିଛି। ସେଠାରେ ବର୍ତ୍ତମାନ ବିଜେଡି କାହାକୁ ପ୍ରାର୍ଥୀ କରିବ ସେ ନେଇ ଉଠିଛି ପ୍ରଶ୍ନ। କାରଣ ସେହି ନିର୍ବାଚନ ମଣ୍ଡଳିର ବିଜେପି ପ୍ରାର୍ଥୀ ହେଉଛନ୍ତି ପୃଥୀରାଜ ହରିଚନ୍ଦନ। ତାଙ୍କ ସହିତ ବର୍ତ୍ତମାନ ପ୍ରଶାନ୍ତ ଜଗଦ୍ଦେବ ମିଶିଯିବା ପରେ ବିଜେପି ପଲା ଭାରୀ ହୋଇଯାଇଛି।

ସେପରି କ୍ଷେତ୍ରରେ ଏହି ପୃଥୀରାଜ ପ୍ରଶାନ୍ତଙ୍କ ମେଣ୍ଟକୁ ମୁକାବିଲା କରିବା ପାଇଁ ବିଜେଡିର ବର୍ତ୍ତମାନ ସେମିତି କେହି ପ୍ରାର୍ଥୀ ଚିଲିକାରେ ଦେଖାଯାଉ ନାହିଁନ୍ତି। ଯାହାଙ୍କ ନାମ ଶୁଣାଯାଉଛି ସେମାନେ ବର୍ତ୍ତମାନ ଏହି ଦୁଇ ମେଣ୍ଟକୁ ଟକ୍କର ଦେବାପରି ସ୍ଥିତିରେ ନାହାଁନ୍ତି। ରଘୁ ସାହୁ କିମ୍ବା ମାନସ ମଙ୍ଗରାଜଙ୍କ ନାମ ଶୁଣାଯାଉଥିଲେ ମଧ୍ୟ ବର୍ତ୍ତମାନ ପ୍ରଶାନ୍ତଙ୍କ ବିଜେପି ପ୍ରବେଶ ପରେ ସେମାନେ ଶହେଥର ଚିନ୍ତା କରିବାରେ ଲାଗିଛନ୍ତି।

ଏପରି ପରିସ୍ଥିତିରେ ବର୍ତ୍ତମାନ ହଠାତ ଏକ ନୂଆ ନାମ ଆଗକୁ ଆସିଛି। ତାହା ହେଲା ଯେ, ଏଥର ବିଜେଡି କୁଆଡେ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଚିଲିକାରୁ ପ୍ରାର୍ଥୀ କରିବ। ତେବେ ଏ ନେଇ ନା ପ୍ରସନ୍ନ ପାଟ୍ଟଶାଣୀ ନା ବିଜେଡି କେହି କିଛି କହି ନାହାଁନ୍ତି। ହେଲେ ଲୋକେ ବର୍ତ୍ତମାନ ପରିସ୍ଥିତିକୁ ଦେଖି ପ୍ରସନ୍ନ ପାଟ୍ଟଶାଣୀ ଉପଯୁକ୍ତ ହେବେ ବୋଲି ଆଶା କରିଛନ୍ତି। କାରଣ ସେ ହେଉଛନ୍ତି ରାଜ୍ୟର ଜଣେ ପୁରୁଖା ନେତା ସହିତ ଚିଲିକା ହେଉଛି ତାଙ୍କର ଘର।

ହେଲେ ରାଜନୈତିକ ସମୀକ୍ଷକଙ୍କ ମତରେ ବର୍ତ୍ତମାନ ପରିସ୍ଥିତି ଯାହା ଚିଲିକାରେ ପ୍ରସନ୍ନ ପାଟ୍ଟଶାଣୀ ମଧ୍ୟ ଲଢେଇ କରିପାରିବେ ନାହିଁ। କାରଣ ପ୍ରଥମ କଥା ହେଲା ସେ ଦୀର୍ଘ ବର୍ଷ ଧରି ଚିଲିକା ରାଜନୀତିରୁ ଆଉଟ ହୋଇଯାଇଛନ୍ତି। ଚିଲିକା ଅଞ୍ଚଳରେ ତାଙ୍କର ଆତଯାତ ମଧ୍ୟ ବନ୍ଦ ହୋଇଯାଇଛି। ଅନ୍ୟପଟେ ବର୍ତ୍ତମାନ ସବୁ ଦଳ ଯୁବ ଚେହେରାକୁ ଗୁରୁତ୍ବ ଦେଉଥିବା ବେଳେ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଲୋକେ କେତେ ଦୂର ଗ୍ରହଣ କରିବେ ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ଓଡିଆ ସମ୍ବାଦପତ୍ର ଭଞ୍ଜଦୂତ ର ସ୍ବନକ୍ଷତ୍ର ଦିବସରେ ପ୍ରଯୋଜକ ପ୍ରଣୟ ଜେଠୀଙ୍କୁ ଭଞ୍ଜଦୂତ ସମ୍ମାନ ପ୍ରଦାନ

ଭୁବନେଶ୍ଵର: ଓଡିଆ ସମ୍ବାଦପତ୍ର ଭଞ୍ଜଦୂତର ଗତକାଲି ସ୍ବନକ୍ଷତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରଯୋଜକ ପ୍ରଣୟ ଜେଠୀଙ୍କୁ ସମ୍ମାନିତ କରାଯାଇଛି। ପ୍ରଯୋଜକ ଶ୍ରୀ ଜେଠୀଙ୍କୁ ଭଞ୍ଜଦୂତ ସମ୍ମାନ ପ୍ରଦାନ କରାଯାଇଛି। ଶ୍ରୀ ଜେଠୀଙ୍କୁ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ସମ୍ମାନିତ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପୁରୀ ଲୋକସଭା ଆସନରୁ ଛିଡା ହେବେ ବାବା ପ୍ରସନ୍ନ ପାଟ୍ଟଶାଣୀ, ବିଜେଡିର ଚାଲିଛି ସମୀକ୍ଷା

ଭୁବନେଶ୍ବର: ବର୍ତ୍ତମାନ ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ସବୁ ଦଳର ଆରମ୍ଭ ହୋଇଛି ଭିତିରିଆ ଅଙ୍କକଷା। କେଉଁ କେଉଁଠି ଛିଡା ହେବେ ସେ ନେଇ ଚାଲିଛି ହିସାବ ନିକାଶ। କାରଣ ଏବେଠାରୁ ପ୍ରାର୍ଥୀଙ୍କୁ ଠିକ କରି ରଖିଲେ ନିର୍ବାଚନ ବେଳକୁ କୌଣସି ଅସୁବିଧା ହେବ ନାହିଁ।

ତେବେ ବିଜେଡି ପାଇଁ ବର୍ତ୍ତମାନ ବଡ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି ପୁରୀ ଲୋକସଭା ଆସନ। କାରଣ ଏହି ଆସନରୁ ଜିତିଥିବା ପିନାକୀ ମିଶ୍ର ଆଉ ନିର୍ବାଚନ ଲଢିବେ ନାହିଁ ବୋଲି ନିଷ୍ପତି କରିଛନ୍ତି। ସେଥିପାଇଁ ସେ କୌଣସି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ଆଉ ଯାଉ ନାହାଁନ୍ତି। ଏପରି ପରିସ୍ଥିତିରେ ଦଳ କାହାକୁ ପ୍ରାର୍ଥୀ କରିବ ସେ ନେଇ ଚାଲିଛି ମାନସମନ୍ଥନ।

ଦଳର ଭିତିରିଆ ଖବର ଅନୁସାରେ କୁଆଡେ ବାବା ପ୍ରସନ୍ନ ପାଟ୍ଟଶାଣୀଙ୍କ ନାମକୁ ନବୀନ ଚିନ୍ତା କରୁଛନ୍ତି। କାରଣ ସେ ହି ପୁରୀ ପରି ଏକ ବଡ ନିର୍ବାଚନ ମଣ୍ଡଳୀରେ ଟକ୍କର ଦେଇ ପାରିବେ। ତାଙ୍କର ଭାବମୂର୍ତ୍ତି ବେଶ ଭଲ ରହିଥିବା ବେଳେ, ପୁରୀ ଅଞ୍ଚଳରେ ସେ ବେଶ ଜଣାଶୁଣା।

ବର୍ତ୍ତମାନ ପୁରୀ ଲୋକସଭାରୁ ବିଜେପିରୁ ସମ୍ବିତ ପାତ୍ର ଛିଡା ହେବା ନିଶ୍ଚିତ। ସେଥିପାଇଁ ସେ ବହୁଦିନ ଧରି ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀରେ ଲୋକ ସଂପର୍କ ଜୋଡିବାରେ ଲାଗିଛନ୍ତି। ଏହି ଲୋକସଭା ଅଧିନରେ ଥିବା ସମସ୍ତ ବିଧାନସଭା କ୍ଷେତ୍ରରେ ସେ ବୁଲିବାରେ ଲାଗିଛନ୍ତି। କହିବାକୁ ଗଲେ ସମ୍ବିତ ବର୍ତ୍ତମାନ ସୁଦ୍ଧା ପୁରୀ ଲୋକସଭା ଆସନର ସମସ୍ତ ପଞ୍ଚାୟତକୁ ଦୁଇଦୁଇ ଥର ଗସ୍ତ କରିସାରିଲେଣି।

ପୁରୀରେ ସମ୍ବିତଙ୍କ ଏପରି ମାରଥନ ପ୍ରଚାର ଦେଖି ବିଜେଡି ଚିନ୍ତାରେ ପଡିଯାଇଛି। ତାଙ୍କୁ ଟକ୍କର ଦେବା ପାଇଁ ହେଲେ ସେହିପରି ଜଣେ ଧାର୍ମିକ, ଭଲ ଭାଷଣ ଦେଇପାରୁଥିବା ନେତାର ଆବଶ୍ୟକତା ରହିଛି। ସେଥିପାଇଁ ବାବା ପ୍ରସନ୍ନ ପାଟ୍ଟଶାଣୀ ପୁରା ଫିଟ ବୋଲି ଦଳ ଚିନ୍ତା କରିଛି।

ଅନ୍ୟପକ୍ଷରେ ବାବା ପାଟ୍ଟଶାଣୀଙ୍କର ପୁରୀ ଲୋକସଭା କ୍ଷେତ୍ରରେ ସମସ୍ତ ବିଜେଡି ନେତାଙ୍କ ସହିତ ଭଲ ସଂପର୍କ ମଧ୍ୟ ରହିଛି। ପୁରୀ ଲୋକସଭା ଅଧିନରେ ଥିବା ଚିଲିକା ବିଧାନସଭା ଅଞ୍ଚଳ ହେଉଛି ତାଙ୍କର ଜନ୍ମସ୍ଥାନ। ସେଥିପାଇଁ ବାବା ପ୍ରସନ୍ନ ପାଟ୍ଟଶାଣୀ ପୁରୀ ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଭାବେ ଛିଡା କରିବ ବୋଲି ଜଣାପଡିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆଠ ଜଣଙ୍କୁ ରାଜ୍ୟ ସରକାର କଲେ ପରାମର୍ଶଦାତା, ପ୍ରସନ୍ନ ପାଟ୍ଟଶାଣୀଙ୍କୁ କ୍ୟାବିନେଟ ପାହ୍ୟା

ଭୁବନେଶ୍ବର: ଆଜି ରାଜ୍ୟ ସରକାର ଆଠଜଣ ନେତାଙ୍କୁ ବିଭିନ୍ନ ବିଭାଗର ପରାମର୍ଶଦାତା ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି। ସେମାନେ ହେଲେ

1-ରାମଚନ୍ଦ୍ର ପଣ୍ଡା- କୃଷି ଓ କୃଷକ ଶସକ୍ତିକରଣ ବିଭାଗର ପରାମର୍ଶଦାତା

2-ଅନୁଭବ ପଟ୍ଟନାୟକ- ଇଲଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଜ୍ଞାନ ପରାମର୍ଶଦାତା

3-ସୁଧୀର ଦାସ- ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ପରାମର୍ଶଦାତା

4-ନିବେଦିତା ନାୟକ- ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ପରାମର୍ଶଦାତା

5-ଲୋପାମୁଦ୍ରା ବକ୍ସିପାତ୍ର- ମିଶନ ଶକ୍ତି ପରାମର୍ଶଦାତା

6-ଗୀତା ବସ୍ତିଆ-ମିଶନ ଶକ୍ତି ପରାମର୍ଶଦାତା

7-ସରୋଜିନୀ ହେମ୍ବ୍ରମ- ଏସ ଏବଂ ଏସଟି କଲ୍ୟାଣ ବିଭାଗର ପରାମର୍ଶଦାତା

8-ସୁମିତ୍ରା ଜେନା- ମହିଳା ଓ ଶିଶୁ କଲ୍ୟାଣ ବିଭାଗର ପରାମର୍ଶଦାତା କରାଯାଇଛି।

ସେହିପରି ପ୍ରସନ୍ନ ପାଟ୍ଟଶାଣୀଙ୍କ ସହିତ ଅନ୍ୟ କେତେକ ନେତାଙ୍କୁ ମଧ୍ୟ କ୍ୟାବିନେଟ ପାହ୍ୟା ପ୍ରଦାନ କରାଯାଇଛି। ସେମାନେ ହେଲେ

1-ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ- ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ( କ୍ୟାବିନେଟ ପାହ୍ୟା)

2- ଡ ପ୍ରସନ୍ନ ପାଟ୍ଟଶାଣୀ- ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ( କ୍ୟାବିନେଟ ପାହ୍ୟା)

3-ସାଧୁ ନେପାକ- ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ( କ୍ୟାବିନେଟ ପାହ୍ୟା)

4-ରଘୁନାଥ ନାଇଡୁ- ଏକ୍ସପର୍ଟ ମେମ୍ବର, ଜିଲ୍ଲା ଯୋଜନା ବୋର୍ଡ, ଗଂଜାମ

5-ତୁମ୍ବନାଥ ପଣ୍ଡା- ଏକ୍ସପର୍ଟ ମେମ୍ବର, ଜିଲ୍ଲା ଯୋଜନା ବୋର୍ଡ, ଗଂଜାମ

6-ସାରଦା ଜେନା- ଏକ୍ସପର୍ଟ ମେମ୍ବର, ଜିଲ୍ଲା ଯୋଜନା ବୋର୍ଡ, ଜଗତସିଂହପୁର

7-ଜିତେନ୍ଦ୍ର ମହାନ୍ତି- ଏକ୍ସପର୍ଟ ମେମ୍ବର, ଜିଲ୍ଲା ଯୋଜନା ବୋର୍ଡ, ମୟୁରଭଂଜ