Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦୀପାବଳୀ ପାଇଁ ଓମ୍ଫେଡ୍ ଖୋଲିଲା ସ୍ୱତନ୍ତ୍ର ମିଠା ଦୋକାନ
ଆଜିର ଖବର

ଦୀପାବଳୀ ପାଇଁ ଓମ୍ଫେଡ୍ ଖୋଲିଲା ସ୍ୱତନ୍ତ୍ର ମିଠା ଦୋକାନ

October 29, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ପବିତ୍ର ଦୀପାବଳୀ ପାଇଁ ଓମ୍ଫେଡ୍ ର ଅଭିନବ ପ୍ରୟାସ। ଦୀପାବଳୀ ଅବସରରେ ଭୁବନେଶ୍ୱରରେ ଓମ୍ଫେଡ ପକ୍ଷରୁ ଆଜିଠାରୁ ଖୋଲୁଛି ସ୍ୱତନ୍ତ୍ର ମିଷ୍ଠାନ୍ନ ଭଣ୍ଡାର। ଜନପଥର ୟୁନିଟ୍-୯ ଅନ୍ତର୍ଗତ କେନ୍ଦ୍ରୀୟ ବିଦ୍ୟାଳୟ-୧ ସମ୍ମୁଖରେ ଥିବା ଭେଣ୍ଡିଂ ଜୋନ୍ ରେ ଏହି ମିଠା ଦୋକାନ ଖୋଲାଯାଉଛି। ଦୀପାବଳୀ ଅବସରରେ ଜନସାଧାରଣଙ୍କୁ ସୁଲଭ ମୂଲ୍ୟରେ ଓମ୍ଫେଡ୍ ର ମିଠା ଯଥା-ଛେନାପୋଡ, ରାବିଡି, ମିଠା ଦହି, ଘିଅ, ପନିର, ଆଇସ୍ କ୍ରିମ୍ ଆଦି ଯୋଗାଇ ଦେବାକୁ ଏହି ପ୍ରୟାସ କରାଯାଇଛି। ଲୋକମାନେ ଯେପରି ଉତ୍ତମ, ସ୍ୱାଦିଷ୍ଟ ଏବଂ ସ୍ୱାସ୍ଥ୍ୟକର ଖାଦ୍ୟ ସୁଲଭ ମୂଲ୍ୟରେ ପାଇପାରିବେ, ସେଥିପାଇଁ ଓମ୍ଫେଡ୍ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ପରିଚାଳନା ନିର୍ଦେଶକ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ।

କେବଳ ସେତିକି ନୁହେଁ, ହଜାର ହଜାର ଦୁଗ୍ଧ ଚାଷୀଙ୍କ ଦ୍ୱାରା ଉତ୍ପାଦିତ ଦୁଗ୍ଧଜାତ ଦ୍ରବ୍ୟର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏପରିକି ଓମ୍ଫେଡ ଘିଅ ଏବେ ଜଗନ୍ନାଥଙ୍କ ନିକଟରେ ଲାଗି ହେଉଥିବାରୁ ଏହାର ଶ୍ରେୟ ଚାଷୀଙ୍କ ନିକଟକୁ ଯାଉଛି। ଗୋସେବା ସହ ଜଗନ୍ନାଥଙ୍କ ସେବାରେ ନିଜକୁ ନିୟୋଜିତ କରିଥିବାରୁ ସେମାନଙ୍କ ମନରେ ବେଶ ଉତ୍ସାହ ଓ ଉଦ୍ଧିପନା ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଓମ୍ଫେଡ୍ ର ଉତ୍ପାଦଗୁଡିକ ସ୍ୱାଦିଷ୍ଟ, ନିରାପଦ, ସ୍ୱାସ୍ଥ୍ୟକର ଏବଂ ଭରସାଯୋଗ୍ୟ ବୋଲି ଜନ ସାଧାରଣ ବିବେଚନା କରୁଛନ୍ତି। ତେଣୁ ଜନସାଧାରଣଙ୍କର ଚାହିଦାକୁ ଦୃଷ୍ଟିରେ ରଖି ପରୀକ୍ଷାମୂଳକ ଭାବେ ଓମ୍ଫେଡ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ପରିଚାଳନା ନିର୍ଦେଶକ।

ଏହି ମିଷ୍ଟାନ୍ନ ଭଣ୍ଡାରରେ ଓମ୍ଫେଡ୍ ଦ୍ୱାରା ପ୍ରସ୍ତୁତ ସମସ୍ତ ପ୍ରକାର ମିଠା ସୁଲଭ ମୂଲ୍ୟରେ ଉପଲବ୍ଧ ହେବ। ସକାଳ ୧୦ ଟାରୁ ସଂଧ୍ୟା 6ଟା ପର୍ଯ୍ୟନ୍ତ ଏହି ମିଷ୍ଟାନ୍ନ ଭଣ୍ଡାର ଖୋଲା ରହିବ ବୋଲି ମାର୍କେଟିଂ ବିଭାଗ ମୁଖ୍ୟ ଡକ୍ଟର ଆଲୋକ ଅଗ୍ନିବେଶ କହିଛନ୍ତି।

bhubaneswar Diwali 2024 omfed
Share. Facebook Twitter LinkedIn Email WhatsApp Copy Link

Related Posts

ପାକିସ୍ତାନକୁ ପୁଣି ଧୁଳି ଚଟାଇଲା ଭାରତ: ୪-୩ ଗୋଲରେ ଟିମ୍ ଇଣ୍ଡିଆର ଦମଦାର ବିଜୟ

June 24, 2026

ଭାରତରେ କେତେବେଳେ ଆରମ୍ଭ ହେବ ଭାରତ ବନାମ ଆୟରଲ୍ୟାଣ୍ଡ ଟି-୨୦?: ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

June 24, 2026

ରିପବ୍ଲିକାନ୍ ଶିବିରରେ ଫାଟ? ଟ୍ରମ୍ପଙ୍କ ପାଇଁ ବଢ଼ିଲା ଚ୍ୟାଲେଞ୍ଜ

June 24, 2026

କଳିଙ୍ଗନଗରରେ ବଡ଼ ବିପଦର ସଙ୍କେତ! ଭିସିଆଇ କେମିକାଲସ୍‌ କାରଖାନାରେ ଅଗ୍ନିକାଣ୍ଡ, ପ୍ରଶ୍ନରେ ଶିଳ୍ପାଞ୍ଚଳର ସୁରକ୍ଷା ବ୍ୟବସ୍ଥା

June 24, 2026
Latest News

ପାକିସ୍ତାନକୁ ପୁଣି ଧୁଳି ଚଟାଇଲା ଭାରତ: ୪-୩ ଗୋଲରେ ଟିମ୍ ଇଣ୍ଡିଆର ଦମଦାର ବିଜୟ

June 24, 2026

ଭାରତଠାରୁ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର କିଣିବ ୟୁଏଇ: ପାକିସ୍ତାନ କାହିଁକି ଚିନ୍ତିତ?

June 24, 2026

ରାମ ମନ୍ଦିର ଦାନ ଚୋରି ମାମଲା: ଚମ୍ପତ ରାୟଙ୍କ ଭୂମିକା ସନ୍ଦେହଜନକ

June 24, 2026

ଭାରତରେ କେତେବେଳେ ଆରମ୍ଭ ହେବ ଭାରତ ବନାମ ଆୟରଲ୍ୟାଣ୍ଡ ଟି-୨୦?: ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

June 24, 2026

ରିପବ୍ଲିକାନ୍ ଶିବିରରେ ଫାଟ? ଟ୍ରମ୍ପଙ୍କ ପାଇଁ ବଢ଼ିଲା ଚ୍ୟାଲେଞ୍ଜ

June 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.