Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଅମୃତ ଭାରତ ଷ୍ଟେସନ୍ ଯୋଜନାରେ ଓଡିଶାରେ ୫୭ ଷ୍ଟେସନର ହେବ ପୁନଃ ବିକାଶ

ଭୁବନେଶ୍ବର: ଭାରତୀୟ ରେଳବାଇରେ ରେଳ ଷ୍ଟେସନର ବିକାଶ ପାଇଁ ଅମୃତ ଭାରତ ଷ୍ଟେସନ ଯୋଜନା ଆରମ୍ଭ କରାଯାଇଛି। ବର୍ତ୍ତମାନ, ଏହି ଯୋଜନା ମାଧ୍ୟମରେ ଭାରତୀୟ ରେଳବାଇର ୧୩୦୯ ଷ୍ଟେସନ୍ ର ନବୀକରଣ ବା ଆଧୁନିକୀକରଣ ପାଇଁ ଯୋଜନା ରହିଛି।

ଏହି ଯୋଜନାରେ ଷ୍ଟେସନର ଉଭୟ ପାର୍ଶ୍ୱରେ ଥିବା ସହରର ଅଞ୍ଚଳ ଗୁଡିକୁ ଏକୀକୃତ କରିବା, ମଲ୍ଟିମୋଡାଲ୍ ଏକୀକରଣ, ଦିବ୍ୟାଙ୍ଗଜନ ମାନଙ୍କ ପାଇଁ ସୁବିଧା, ସ୍ଥାୟୀ ଏବଂ ପରିବେଶ ଅନୁକୂଳ, ବାଲାଷ୍ଟଲେସ୍ ଟ୍ରାକ୍ ଯୋଗାଣ, ଆବଶ୍ୟକତା ଅନୁଯାୟୀ ରୂଫ ପ୍ଲାଜା, ସମ୍ଭାବ୍ୟତା କୁ ଦୃଷ୍ଟିରେ ରଖି କାର‌୍ୟ୍ୟ କରିବା ଏବଂ ନିର୍ମାଣର ଉନ୍ନତି ପାଇଁ ଯୋଜନା କରାଯାଇଛି ଯାହାକି ଦୀର୍ଘ ସମୟ ପାଇଁ ଷ୍ଟେସନ ଠାରେ ସିଟି ସେଣ୍ଟର ନିର୍ମାଣ କରି ଏହାକୁ ସହରର କେନ୍ଦ୍ର କରାଇବା।

ଷ୍ଟେସନ ଡିଜାଇନର ଷ୍ଟାଣ୍ଡାର୍ଡ ଏଲିମେଣ୍ଟସ

* ‘ସିଟି ସେଣ୍ଟର’ ଭାବରେ ଷ୍ଟେସନର ବିକାଶ
* ସହରର ଉଭୟ ପ୍ରାର୍ଶ୍ୱକୁ ଏକୀକରଣ
* ଷ୍ଟେସନ ବିଲଡିଂର ଉନ୍ନତି / ପୁନଃ ବିକାଶ
* ସୁସଜ୍ଜିତ ଆଧୁନିକ ଯାତ୍ରୀ ସୁବିଧାଗୁଡ଼ିକର ବ୍ୟବସ୍ଥା
* ଭଲ ଭାବରେ ପରିକଳ୍ପିତ ଟ୍ରାଫିକ୍ ସଞ୍ଚାରଣ ଏବଂ ଇଣ୍ଟର-ମୋଡାଲ୍ ଏକୀକରଣ
* ଯାତ୍ରୀମାନଙ୍କ ମାର୍ଗଦର୍ଶନ ପାଇଁ ୟୁନିଫର୍ମ ଏବଂ ଭଲ ଡିଜାଇନ୍ ସାଇନେଜ୍
* ମାଷ୍ଟର ପ୍ଲାନରେ ଉପଯୁକ୍ତ ସମ୍ପତ୍ତି ବିକାଶର ବ୍ୟବସ୍ଥା
* ଲ୍ୟାଣ୍ଡସ୍କେପ୍, ସ୍ଥାନୀୟ କଳା ଏବଂ ସଂସ୍କୃତି

ଅମୃତ ଭରତ ଷ୍ଟେସନ ଯୋଜନା ଅଧୀନରେ ଓଡିଶାର ୫୭ ଟି ଷ୍ଟେସନ୍ କୁ ଅନ୍ତର୍ଭୁକ୍ତ କରାଯିବ ବୋଲି ଚିହ୍ନଟ କରାଯାଇଛି: –

ଅନୁଗୁଳ, ବାଦାମପାହାଡ଼, ବଲାଙ୍ଗୀର, ବାଲେଶ୍ୱର, ବାଲୁଗାଁ, ବଡ଼ବିଲ, ବରଗଡ ରୋଡ, ବାରିପଦା, ବରପାଲି, ବେଲପାହାଡ଼, ବେତନଟୀ, ଭଦ୍ରକ, ଭବନୀପାଟଣା, ଭୁବନେଶ୍ୱର, ବିମଲାଗଡ଼, ବ୍ରହ୍ମପୁର, ବ୍ରଜରାଜନଗର, ଛତ୍ରପୁର, କଟକ, ଦାମନଯୋଡି, ଢେଙ୍କାନାଳ, ଗୁଣୁପୁର, ହରିଶଙ୍କର ରୋଡ଼, ହୀରାକୁଦ, ଯାଜପୁର କେନ୍ଦୁଝର ରୋଡ଼, ଜଳେଶ୍ୱର, ଜାରୋଲି, ଜୟପୁର, ଝାରସୁଗୁଡା, ଝାରସୁଗୁଡା ରୋଡ, କଣ୍ଟାବାଞ୍ଜୀ, କେନ୍ଦୁଝରଗଡ, କେସିଙ୍ଗା, ଖରିଆର ରୋଡ, ଖୋର୍ଦ୍ଧା ରୋଡ଼, କୋରାପୁଟ, ଲିଙ୍ଗରାଜ ଟେମ୍ପଲ ରୋଡ, ମଞ୍ଚେଶ୍ୱର, ମେରାମଣ୍ଡଳୀ, ମୁନିଗୁଡା, ଭୁବନେଶ୍ୱର ନୂଆ, ପାନପୋଷ, ପାରାଦୀପ, ପାରଳାଖେମୁଣ୍ଡି, ପୁରୀ, ରଘୁନାଥପୁର, ରେଢ଼ାଖୋଲ, ରାଇରଙ୍ଗପୁର, ରାଜଗାଙ୍ଗପୁର, ରାୟଗଡା, ରାଉରକେଲା, ସାକ୍ଷୀଗୋପାଳ, ସମ୍ବଲପୁର, ସମ୍ବଲପୁର ସିଟି, ତାଳଚେର, ତାଳଚେର ରୋଡ଼, ଟିଟିଲାଗଡ଼।

ପ୍ରଥମ ପର୍ଯ୍ୟାୟରେ, କିଛି ପ୍ରମୁଖ ଷ୍ଟେସନ୍ ପାଇଁ କାର୍ଯ୍ୟା ଆରମ୍ଭ ହୋଇସାରିଛି। ବର୍ତ୍ତମାନ, ଅମୃତ ଭାରତ ଷ୍ଟେସନ ଯୋଜନାରେ ପୁନଃ ବିକାଶ ପାଇଁ ପୂର୍ବତଟ ରେଳପଥର / ଓଡିଶାର ୨୫ ଟି ରେଳ ଷ୍ଟେସନ୍ କୁ ଚୟନ କରାଯାଇଛି। ଏହି ଷ୍ଟେସନଗୁଡ଼ିକ ହେଉଛି

ସାକ୍ଷୀଗୋପାଳ – ୩୪.୮ କୋଟି, ମଞ୍ଚେଶ୍ୱର – ୨୬.୯ କୋଟି, ଢ଼େଙ୍କାନାଳ – ୨୬.୧ କୋଟି, ଛତ୍ରପୁର – ୨୫.୬ କୋଟି, ଅନୁଗୁଳ – ୨୫.୪ କୋଟି, ମେରାମଣ୍ଡଲୀ – ୨୨.୦ କୋଟି, ବାଲୁଗାଁ – ୨୧.୪ କୋଟି, ଲିଙ୍ଗରାଜ ଷ୍ଟେସନ ରୋଡ – ୧୯.୫ କୋଟି, ତାଳଚେର ରୋଡ – ୧୮.୯ କୋଟି, ଖୋର୍ଦ୍ଧା ରୋଡ – ୧୮.୦ କୋଟି, କଣ୍ଟାବାଞ୍ଜି – ୨୬.୩ କୋଟି, ବରଗଡ଼ ରୋଡ଼ – ୨୧.୯ କୋଟି, ହୀରାକୁଦ – ୨୦.୮ କୋଟି, ରେଢ଼ାଖୋଲ – ୨୦.୮ କୋଟି, ବରପାଲି -୧୯.୯ କୋଟି, ମୁନିଗୁଡା – ୧୯.୦ କୋଟି, ବଲାଙ୍ଗୀର – ୧୮.୪ କୋଟି, ହରିଶଙ୍କର ରୋଡ଼ – ୧୬.୬ କୋଟି, ଭବାନୀପାଟଣା – ୧୫.୯ କୋଟି, ଖରିଆର୍ ରୋଡ୍-୧୩.୭ କୋଟି, ଦାମନଯୋଡି -୧୩.୯ କୋଟି (ପୂର୍ବତଟ ରେଳପଥ ମଧ୍ୟରେ) ଏବଂ ବଡ଼ବିଲ – ୧୬.୦କୋଟି, ରାଜଗାଙ୍ଗପୁର – ୩୦.୦ କୋଟି, ବାରିପଦା – ୧୭.୦କୋଟି ଓ ଜଳେଶ୍ୱର – ୨୩.୦କୋଟି (ଦକ୍ଷିଣ ପୂର୍ବ ରେଳପଥ ମଧ୍ୟରେ) ଓଡ଼ିଶାରେ ସମୁଦାୟ ୫୩୧.୮ କୋଟି ଏବଂ ପଲାସା – ୨୩.୯ କୋଟି, ବିଜୟନଗରମ – ୩୫.୮ କୋଟି, ଦୁଭାଡା – ୨୬.୩ କୋଟି (ସମୁଦାୟ) ୮୬.୦ କୋଟି ଆନ୍ଧ୍ର ପ୍ରଦେଶରେ ପୂର୍ବତଟ ରେଳପଥ ଅଧୀନରେ ଏବଂ ଛତିଶଗଡ଼ ର ମହାସମୁନ୍ଦ – ୧୫.୯ କୋଟି (ପୂର୍ବତଟ ରେଳପଥ ଅଧୀନରେ) (ସମୁଦାୟ ୫୪୭.୭ କୋଟି ପୂର୍ବତଟ ରେଳପଥ ମଧରେ) ଅନ୍ତର୍ଭୁକ୍ତ।

ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୦୬ ଅଗଷ୍ଟ ୨୦୨୩ ଦିନ ଅମୃତ ଭାରତ ଯୋଜନା ଅନ୍ତର୍ଗତ ୫୦୮ ଷ୍ଟେସନର ପୁନଃ ବିକାଶ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ଯେଉଁଥିରେ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ୨୫ ଟି ଷ୍ଟେସନ୍ ଅନ୍ତର୍ଭୂକ୍ତ କରାଯାଇଛି।

ମାନ୍ୟବର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଜୀ ଓଡିଶାରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ କାର‌୍ୟ୍ୟ ସହିତ ଏହି ଅଞ୍ଚଳର ରେଳ ଭିତ୍ତିଭୂମି ବିକାଶ ପାଇଁ ପ୍ରାଥମିକତା ଦେଉଛନ୍ତି ଏବଂ ବିକାଶମୂଳକ କାର‌୍ୟ୍ୟ ଉପରେ ମଧ୍ୟ ନଜର ରଖିଛନ୍ତି।

ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ମନୋଜ ଶର୍ମା କହିଛନ୍ତି ଯେ ଏହି ଅଞ୍ଚଳର ଭିତ୍ତିଭୂମି ବିକାଶ ଦିଗରେ ପୂର୍ବତଟ ରେଳପଥ ପ୍ରତିଶ୍ରୁତିବଦ୍ଧ ଜ୍ଝ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ପାଇଁ କାର‌୍ୟ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଏବଂ କିଛି କାର‌୍ୟ୍ୟ ସମ୍ପ୍ରତି ସମ୍ପନ୍ନ ହୋଇଛି ଜ୍ଝ ମୋଟାମୋଟି ଭାବେ, ପୂର୍ବ ତଟ ରେଳପଥ ଅଧୀନରେ ୨୫ ଟି ଷ୍ଟେସନର ପୁନଃ ବିକାଶ ପାଇଁ ୫୪୭.୭ କୋଟି ଟଙ୍କା ଖର୍ଚ୍ଚ ହେବ ଜ୍ଝ ଏହି ଅବସରରେ ରେଳପଥର ପ୍ରମୁଖ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିବାବେଳେ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଜନସମ୍ପର୍କ ଅଧିକାରୀ ଶ୍ରୀ ବିଶ୍ୱଜିତ୍ ସାହୁ ସଂଯୋଜନା କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ଭାରତୀୟ ରେଳବାଇ କେବଳ ଏପ୍ରିଲ୍ ମାସରେ ୧୨୨.୨ ନିୟୁତ ଟନ ପଣ୍ୟ ପରିବହନ କରି ରେକର୍ଡ

ଭୁବନେଶ୍ବର: ୨୦୨୧-୨୨ ମସିହାରେ ମାଲ ପରିବହନରେ ସର୍ବଶ୍ରେଷ୍ଠ ପ୍ରଦର୍ଶନକୁ ପଞ୍ଜୀକୃତ କରିଥିବା ଭାରତୀୟ ରେଳବାଇ ଏପ୍ରିଲ୍ ମାସରେ ପୂର୍ବ ବର୍ଷର ଗତିକୁ ଆଗକୁ ବଢ଼ାଇ ଦେଇଛି। ୨୦୨୧ ଏପ୍ରିଲ୍ ମାସରେ ଭାରତୀୟ ରେଳବାଇ ୧୧୧.୬୪ ନିୟୁତ ଟନ ପଣ୍ୟ ପରିବହନ କରିଥିବା ବେଳେ ୨୦୨୨ ଏପ୍ରିଲ୍ ମାସରେ ୧୨୨.୨ ନିୟୁତ ଟନ ପଣ୍ୟ ପରିବହନ କରି ପୂର୍ବ ବର୍ଷ ଏପ୍ରିଲ୍ ଅପେକ୍ଷା ୧୦.୫ ନିୟୁତ ଟନ ଅର୍ଥାତ ୯.୫% ଅଭିବୃଦ୍ଧି କରି ପରିବହନ କ୍ଷେତ୍ରରେ ରେକର୍ଡ କରିଛି।

ଏହି ସଫଳତା ସହିତ, ଭାରତୀୟ ରେଳବାଇ ୨୦ ମାସର ସର୍ବଶ୍ରେଷ୍ଠ ମାସିକ ଆକଳନକୁ ପଞ୍ଜୀକୃତ କରିଛି ଏବଂ ସେପ୍ଟେମ୍ବର ୨୦୨୦ ରେ ଆରମ୍ଭ ହୋଇଥିବା ଧାରା ପ୍ରତ୍ୟେକ ମାସର ମାସିକ ମାଲ ପରିବହନ ଲୋଡିଙ୍ଗର ନୂତନ ରେକର୍ଡ ସହିତ ଅପରାଜିତ ରହିଆସିଛି। ଏପ୍ରିଲ୍ ୨୨ ରେ ଭାରତୀୟ ରେଳ ମାଧ୍ୟମରେ ବୁକ୍ ହୋଇଥିବା ନେଟ୍ ଟନ୍ କିଲୋମିଟର ମଧ୍ୟ ଏପ୍ରିଲ୍ ୨୧ ରେ ୬୨.୬ ବିଲିୟନରୁ ଏପ୍ରିଲ୍ ୨୨ ରେ ୭୩.୭ ବିଲିୟନକୁ ବୃଦ୍ଧି ପାଇଛି ଯାହାକି ୧୭.୭% ଅଭିବୃଦ୍ଧି ଅଟେ।

ଏହି ଅଭିବୃଦ୍ଧି କୋଇଲାରେ ୫.୮ ନିୟୁତ ଟନର ବର୍ଦ୍ଧିତ ଲୋଡିଂ ଦ୍ୱାରା ହୋଇଥିବାବେଳେ ଖାଦ୍ୟ ଶସ୍ୟରେ ୩.୩ ନିୟୁତ ଟନ ଏବଂ ଫର୍ଟିଲାଇଜର ୧.୩ ନିୟୁତ ଟନ ଅଭିବୃଦ୍ଧି ପାଇଛି। ଇସ୍ପାତ ପାଇଁ କଞ୍ଚାମାଲ ବ୍ୟତୀତ ସମସ୍ତ ଦ୍ରବ୍ୟ ଗତ ବର୍ଷର ଅନୁରୂପ ଅବଧିରେ ଅଭିବୃଦ୍ଧି ପଞ୍ଜିକୃତ କରିଛି। ଦୈନିକ ବୋଝେଇ ହୋଇଥିବା ୱାଗନ୍ କ୍ଷେତ୍ରରେ ମଧ୍ୟ ୯.୨% ଅଭିବୃଦ୍ଧି ଘଟିଛି ଏବଂ ଗତ ବର୍ଷ ଏପ୍ରିଲ୍ ମାସରେ ପ୍ରତିଦିନ ୬୬୦୨୪ ବୋଝେଇ ତୁଳନାରେ ସଦ୍ୟ ସମାପ୍ତ ଏପ୍ରିଲ ମାସରେ ୬୦୪୩୪ ୱାଗନ୍ ପଣ୍ୟ ବୋଝେଇ କରିଛି।

ଦେଶରେ ଅର୍ଥନୈତିକ କାର‌୍ୟ୍ୟକଳାପର ପୁନରୁତ୍ଥାନ ଏବଂ ଆମଦାନୀ ହୋଇଥିବା କୋଇଲା ଭିତ୍ତିକ ଉତ୍ପାଦନରେ ହ୍ରାସ (କୋଇଲା ର ଆନ୍ତର୍ଜାତୀୟ ମୂଲ୍ୟ ହେତୁ) ଘରୋଇ କୋଇଲା ଚାହିଦା ବହୁ ପରିମାଣରେ ବୃଦ୍ଧି ପାଇଛି ଯାହା ରେଳବାଇ ଦ୍ୱାରା କ୍ରମାଗତ ଭାବରେ ପୂରଣ ହୋଇଛି ଜ୍ଝ ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ସେପ୍ଟେମ୍ବର ୨୧ ରୁ ମାର୍ଚ୍ଚ ୨୨ ମଧ୍ୟରେ ଭାରତୀୟ ରେଳବାଇ ପାୱାର ହାଉସରେ କୋଇଲା ଲୋଡିଂକୁ ୩୨% ବୃଦ୍ଧି କରିଛି।

ଏହି ଧାରା ଏପ୍ରିଲରେ ମଧ୍ୟ ଜାରି ରହିଛି ଏବଂ ସାମଗ୍ରିକ କୋଇଲା ବୋଝେଇ ଏପ୍ରିଲ୍ ’୨୨ ରେ ଏକ ସୁସ୍ଥ ଅଭିବୃଦ୍ଧି ପଞ୍ଜିକରଣ କରିଛି ଯାହାକି ଅଧିକ କୋଇଲା (ଉଭୟ ଘରୋଇ ଏବଂ ଆମଦାନୀ) ଲୋଡିଙ୍ଗ୍ ସହିତ ଅଧିକ ନେଟ୍ ଟନ୍ କିଲୋମିଟର ସୃଷ୍ଟି କରିଛି। ଏପ୍ରିଲ୍ ୨୨ ରେ କୋଇଲା ବୋଝେଇରେ ପୂର୍ବ ଆର୍ଟିକ ବର୍ଷର ଏପ୍ରିଲ ମାସ ତୁଳନାରେ ୧୧% ଅଭିବୃଦ୍ଧି ଘଟିଛି, ଏପ୍ରିଲ୍ ୨୧ ରେ ୯% ଅଭିବୃଦ୍ଧି ଏବଂ ନେଟ୍ ଟନ୍ କିଲୋମିଟର ଗୁଡ଼ିକ ୨୦% ରୁ ଅଧିକ ବୃଦ୍ଧି ପାଇଛି ଜ୍ଝ ଏପ୍ରିଲ୍ ୨୨ ରେ ପାୱାର ହାଉସ୍ ପାଇଁ ଘରୋଇ କୋଇଲା ଲୋଡିଂ ମଧ୍ୟ ୧୮.୮% ଅଭିବୃଦ୍ଧି ସହିତ ଯଥେଷ୍ଟ ବୃଦ୍ଧି ପାଇଛି।

ଫୁଡ କର୍ପୋରେସନ ଅଫ ଇଣ୍ଡିଆ (ଏଫସିଆଇ) ଦ୍ୱାରା କ୍ରୟ କ୍ଷେତ୍ରରେ ବଳିଷ୍ଠତା ଏବଂ ଗହମର ରପ୍ତାନି ପାଇଁ ଚାହିଦା ଦ୍ୱାରା ସମର୍ଥିତ ଖାଦ୍ୟ ଶଷ୍ୟ ପରିବହନ ଏପ୍ରିଲରେ ୯୫% ଅଭିବୃଦ୍ଧି ଘଟିଛି। ଅଧିକନ୍ତୁ, ସାରଗୁଡ଼ିକର ବୋଝେଇରେ ୫୩% ବୃଦ୍ଧି ଘଟିଛି। କଣ୍ଟେନର ପରିବହନ କ୍ଷେତ୍ରରେ ଘରୋଇ କଣ୍ଟେନର ସେଗମେଣ୍ଟ ଅପେକ୍ଷା ୧୦% ରୁ ଅଧିକ ସହିତ ସମୁଦାୟ ୨୫% ରୁ ଅଧିକ କଣ୍ଟେନର ସେଗମେଣ୍ଟ ଅଭିବୃଦ୍ଧି ହୋଇଛି।

Categories
ଆଜିର ଖବର ଜାତୀୟ ଖବର

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଏହି ଟ୍ରେନଗୁଡିକ ବାତିଲ ରହିବ

ଭୁବନେଶ୍ବର: କୋଭିଡ୧୯ ମହାମାରୀ ସମୟରେ କେତେକ ଟ୍ରେନ ରେ ଖରାପ ପୃଷ୍ଠପୋଷକତାକୁ ଦୃଷ୍ଟିରେ ରଖି ନିମ୍ନରେ ଉଲ୍ଲେଖ କରାଯାଇଥିବା ସ୍ୱତନ୍ତ୍ର ଟ୍ରେନ୍ ବାତିଲ୍ କରିବାକୁ ନିଷ୍ପତ୍ତି ନିଆଯାଇଛି।

ସେପ୍ଟେମ୍ବର 30 ତାରିଖ ପର୍ଯ୍ୟନ୍ତ ବାତିଲ୍ ହେଉଥିବା ଟ୍ରେନ

A. 08431/08432 ପୁରୀ-କଟକ-ପୁରୀ ବିଶେଷ ଟ୍ରେନ

B. 08438/08437 କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ

C. 08461/08462 କଟକ-ପାରାଦୀପ-କଟକ ବିଶେଷ ଟ୍ରେନ

D. 08454/08453 କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ

ପୁରୀ-ଅନୁଗୁଳ ସ୍ପେସିଆଲ୍ ଆଂଶିକ ବାତିଲ୍

08428/08427 ପୁରୀ-ଅନୁଗୁଳ-ପୁରୀ ସ୍ପେଶାଲ୍ ସେପ୍ଟେମ୍ବର ମାସ 30 ତାରିଖ ପର୍ଯ୍ୟନ୍ତ ଉଭୟ ଦିଗରୁ ତାଳଚେର ଓ ଅନୁଗୁଳ ମଧ୍ୟରେ ବାତିଲ୍ ରହିବ ଏବଂ ତାଳଚେର ଓ ପୁରୀ ମଧ୍ୟରେ ଚଳାଚଳ କରିବ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ୧୨ଟି ଟ୍ରେନ ସେବାକୁ ବଢାଇବା ପାଇଁ ପୂର୍ବତଟ ରେଳବାଇ ନେଲା ନିଷ୍ପତି

ଭୁବନେଶ୍ବର: ପୂର୍ବତଟ ରେଳପଥ ପରିସୀମା ମଧ୍ୟ ଦେଇ ଚଳାଚଳ କରୁଥିବା କେତେକ ଦୂରଗାମୀ ସ୍ୱତନ୍ତ୍ର ଟ୍ରେନ ସେବାକୁ ବୃଦ୍ଧି କରିବାକୁ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ଏହା ମଧ୍ୟରେ ଦୁଇ ଯୋଡ଼ା ସ୍ୱତନ୍ତ୍ର ଟ୍ରେନର ସେବାକୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଏବଂ ୧୦ ଯୋଡ଼ା ସ୍ୱତନ୍ତ୍ର ଟ୍ରେନର ସେବାକୁ ଡିସେମ୍ବର ମାସ ଶେଷ ପର୍ଯ୍ୟନ୍ତ ନିମ୍ନଲିଖିତ ଅନୁଯାୟୀ ବୃଦ୍ଧି କରାଯାଇଅଛି। ତାହା ହେଲା

ସ୍ଵତନ୍ତ୍ର ଟ୍ରେନର ସେବାଗୁଡିକ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ବୃଦ୍ଧି

1: ପ୍ରତ୍ୟେକ ମଙ୍ଗଳବାର ଦିନ ହାଓଡ଼ାରୁ ଛାଡୁଥିବା ଏବଂ ଗୁରୁବାର ଦିନ ଯଶୋବନ୍ତପୁରରୁ ଛାଡୁଥିବା ୦୮୦୮୭/୦୮୦୮୮ ହାଓଡ଼ା-ଯଶୋବନ୍ତପୁର-ହାଓଡ଼ା ଏସି ସ୍ପେଶାଲ୍ ସେବା ହାଓଡ଼ା ଠାରୁ ୪ ଜାନୁଆରୀ’୨୦୨୨ ଠାରୁ ଏବଂ ଯଶୋବନ୍ତପୁରରୁ ୦୬.୦୧.୨୦୨୨ ଠାରୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ।

2. ପ୍ରତ୍ୟକ ଶନିବାର ଦିନ ହାଓଡ଼ା ରୁ ଏବଂ ରବିବାର ଦିନ ତିରୁପତି ଠାରୁ ଛାଡୁଥିବା ୦୮୦୮୯/୦୮୦୯୦ ହାଓଡ଼ା-ତିରୁପତି-ହାଓଡ଼ା ଏସି ସ୍ପେଶାଲ୍ ହାଓଡ଼ା ରୁ ୧୧ ସେପ୍ଟେମ୍ବର ୨୦୨୧ ଠାରୁ ଏବଂ ତିରୁପତି ଠାରୁ ୧୨ ସେପ୍ଟେମ୍ବର ୨୦୨୧ ଠାରୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଅଛି।

ଡିସେମ୍ବର ଶେଷ ପର୍ଯ୍ୟନ୍ତ ଚଳାଚଳ ବୃଦ୍ଧି କରିବାକୁ ଥିବା ସ୍ୱତନ୍ତ୍ର ଟ୍ରେନ

1 . ୦୨୮୩୫/୦୨୮୩୬ ହଟିୟା-ଯଶୋବନ୍ତପୁର-ହଟିୟା ସ୍ୱତନ୍ତ୍ର ଟ୍ରେନ୍ ହଟିୟା ଠାରୁ ୨୮ ଡିସେମ୍ବର ୨୦୨୧ ପର‌୍ୟ୍ୟନ୍ତ ଏବଂ ଯଶୋବନ୍ତପୁରରୁ ୩୦ ଡିସେମ୍ବର ୨୦୨୧ ପର‌୍ୟ୍ୟନ୍ତ ଚଳାଚଳ କରିବ।

2 . ୦୮୧୧୭/୦୮୧୧୮ ହାଓଡ଼ା-ମହୀଶୂର-ହାଓଡ଼ା ସ୍ପେଶାଲ୍ ହାଓଡ଼ା ରୁ ୩୧ ଡିସେମ୍ବର ୨୦୨୧ ପର‌୍ୟ୍ୟନ୍ତ ଏବଂ ମହୀଶୂରରୁ ୨ ଜାନୁଆରୀ ୨୦୨୨ ପର‌୍ୟ୍ୟନ୍ତ ଚଳାଚଳ କରିବ।

3 . ୦୮୬୪୫/୦୮୬୪୬ ହାଓଡ଼ା-ହାଇଦ୍ରାବାଦ-ହାଓଡ଼ା ସ୍ୱତନ୍ତ୍ର ଟ୍ରେନ୍ ହାଓଡ଼ା ରୁ ୩୧ ଡିସେମ୍ବର ୨୦୨୧ ପର‌୍ୟ୍ୟନ୍ତ ଏବଂ ହାଇଦ୍ରାବାଦରୁ ୨ ଜାନୁୟାରୀ ୨୦୨୨ ପର୍ଯ୍ୟନ୍ତ ଚଳାଚଳ କରିବ।

4 . ୦୨୮୭୩/୦୨୮୭୪ ହାଓଡ଼ା-ଯଶୋବନ୍ତପୁର-ହାଓଡ଼ା ସ୍ୱତନ୍ତ୍ର ଟ୍ରେନ୍ ହାଓଡ଼ା ରୁ ୩୧ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ଏବଂ ଯଶୋବନ୍ତପୁରରୁ ୨ ଜାନୁୟାରୀ ୨୦୨୨ ପର‌୍ୟ୍ୟନ୍ତ ଚଳାଚଳ କରିବ।

5 . ୦୮୦୪୭/୦୮୦୪୮ ହାଓଡ଼ା-ଭାସ୍କୋ ଡା ଗାମା-ହାଓଡ଼ା ସ୍ୱତନ୍ତ୍ର ଟ୍ରେନ୍ ହାଓଡ଼ା ରୁ ୩୦ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ଏବଂ ଭାସ୍କୋ ଡା ଗାମା ଠାରୁ ୨ ଜାନୁଆରୀ ୨୦୨୨ ପର୍ଯ୍ୟନ୍ତ ଚଳାଚଳ କରିବ।

6 . ୦୨୮୬୭/୦୨୮୬୮ ହାଓଡ଼ା-ପଣ୍ଡିଚେରୀ-ହାଓଡ଼ା ସ୍ୱତନ୍ତ୍ର ଟ୍ରେନ୍ ହାଓଡ଼ା ଠାରୁ ୨୬ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ଏବଂ ପଣ୍ଡିଚେରୀରୁ ୨୯ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ଚଳାଚଳ କରିବ।

7. ୦୨୮୩୭/୦୨୮୩୮ ହାଓଡ଼ା-ପୁରୀ-ହାଓଡ଼ା ସ୍ପେଶାଲ୍ ହାଓଡ଼ା ରୁ ୩୧ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ଏବଂ ପୁରୀରୁ ୧ ଜାନୁୟାରୀ ୨୦୨୨ ପର‌୍ୟ୍ୟନ୍ତ ଚଳାଚଳ କରିବ।

8 . ୦୨୮୭୭/୦୨୮୭୮ ହାଓଡ଼ା-ଏର୍ଣ୍ଣାକୁଲମ-ହାଓଡ଼ା ସ୍ୱତନ୍ତ୍ର ଟ୍ରେନ୍ ହାଓଡ଼ା ରୁ ୨୫ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ଏବଂ ଏର୍ଣ୍ଣାକୁଲମ ଠାରୁ ୨୭ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ଚଳାଚଳ କରିବ।

9 . ୦୨୪୪୯/୦୨୪୫୦ ଶାଲିମାର-ସିକନ୍ଦରାବାଦ-ଶାଲିମାର ସ୍ୱତନ୍ତ୍ର ଟ୍ରେନ୍ ଶାଲିମାରରୁ ୨୯ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ଏବଂ ସିକନ୍ଦରାବାଦରୁ ୩୧ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ଚଳାଚଳ କରିବ।

10 . ୦୮୬୩୭/୦୮୬୩୮ ହାଟିୟା-ବାଙ୍ଗାଲୋର କ୍ୟାଣ୍ଟ-ହାଟିୟା ସ୍ୱତନ୍ତ୍ର ଟ୍ରେନ୍ ହଟିୟାରୁ ୨୫ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ଏବଂ ବାଙ୍ଗାଲୋର କ୍ୟାଣ୍ଟରୁ ୨୮ ଡିସେମ୍ବର ୨୦୨୧ ପର‌୍ୟ୍ୟନ୍ତ ଚଳାଚଳ କରିବ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରଥଯାତ୍ରା ସମୟରେ ଭିଡକୁ କମାଇବା ପାଇଁ ୧୦ ଟି ଟ୍ରେନକୁ ବାତିଲ କଲା ରେଳବିଭାଗ

ଭୁବନେଶ୍ବର, କୋଭିଡ଼୧୯ ସଂକ୍ରମଣର ଶୃଙ୍ଖଳା ଭାଙ୍ଗିବା ପାଇଁ ଏବଂ ରଥ ଯାତ୍ରା ସମୟରେ କୋଭିଡ ପ୍ରୋଟୋକଲ ଅନୁଯାୟୀ କେତେକ ସ୍ୱତନ୍ତ୍ର ଟ୍ରେନ୍ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ସେଗୁଡିକ ହେଲା

୧୫ ଜୁଲାଇରୁ ୧ ଅଗଷ୍ଟ, ୨୦୨୧ ପର‌୍ୟ୍ୟନ୍ତ ବାତିଲ୍ ହେବାକୁ ଥିବା ଟ୍ରେନ

୦୧. ୦୮୪୧୨/୦୮୪୧୧ ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ବିଶେଷ ଟ୍ରେନ

୦୨. ୦୮୪୩୮/୦୮୪୩୭ କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ

୦୩. ୦୮୪୬୧/୦୮୪୬୨ କଟକ-ପାରାଦୀପ-କଟକ ବିଶେଷ ଟ୍ରେନ

୦୪. ୦୮୪୫୪/୦୮୪୫୩ କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ

୧୫ ଜୁଲାଇରୁ ୧୯ ଜୁଲାଇ, ୨୦୨୧ ପଯ୍ୟନ୍ତ ବାତିଲ୍ ହେବାକୁ ଥିବା ଟ୍ରେନ

୦୧. ୦୮୪୯୩/୦୮୪୯୪ ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ବିଶେଷ ଟ୍ରେନ

୦୨. ୦୮୪୫୬/୦୮୪୫୫ ଭୁବନେଶ୍ୱର -କେନ୍ଦୁଝରଗଡ- ଭୁବନେଶ୍ୱର ବିଶେଷ ଟ୍ରେନ

ସପ୍ତାହ ଶେଷ (ଶନିବାର ଏବଂ ରବିବାର) ରେ ୧୭ ଜୁଲାଇରୁ ୧ ଅଗଷ୍ଟ, ୨୦୨୧ ପଯ୍ୟନ୍ତ ବାତିଲ୍ ହେବାକୁ ଥିବା ଟ୍ରେନ

୦୧. ୦୮୪୩୩/୦୮୪୩୪ ଭୁବନେଶ୍ୱର-ପାଲାସା-ଭୁବନେଶ୍ୱର ସ୍ବତନ୍ତ୍ର ଟ୍ରେନ

୦୨. ୦୨୮୯୨/୦୨୮୯୧ ଭୁବନେଶ୍ୱର-ବାଙ୍ଗିରିପୋସି-ଭୁବନେଶ୍ୱର ସ୍ବତନ୍ତ୍ର ଟ୍ରେନ

୨୪ ଜୁଲାଇରୁ ୧ ଅଗଷ୍ଟ, ୨୦୨୧ ପର‌୍ୟ୍ୟନ୍ତ ବାତିଲ୍ ହେବାକୁ ଥିବା ଟ୍ରେନ

୦୧. ୦୮୪୯୩/୦୮୪୯୪ ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ସ୍ବତନ୍ତ୍ର ଟ୍ରେନ

ପୁରୀ-ଅନୁଗୁଳ ସ୍ପେସିଆଲ୍ ର ବାତିଲ୍ ଏବଂ ଆଂଶିକ ବାତିଲ୍

୦୮୪୨୮/୦୮୪୨୭ ପୁରୀ-ଅନୁଗୁଳ-ପୁରୀ ସ୍ପେଶାଲ୍ ସପ୍ତାହରେ ଶେଷଦିବସ ଶନିବାର ଓ ରବିବାର ଦିନ ୨୪ ଓ ୨୫ ଜୁଲାଇ ଏବଂ ୩୧ ଜୁଲାଇ ଏବଂ ୧ ଅଗଷ୍ଟ ୨୦୨୧ ରେ ଉଭୟ ଦିଗରୁ ବାତିଲ୍ ହୋଇ ରହିବ।୨୬ ରୁ ୩୦ ଜୁଲାଇ, ୨୦୨୧ ପର‌୍ୟ୍ୟନ୍ତ ଉଭୟ ଦିଗରୁ ଏହି ଟ୍ରେନ୍ ତାଳଚେର ଏବଂ ଅନୁଗୁଳ ମଧ୍ୟରେ ବାତିଲ ହୋଇ ରହିବ ଏବଂ ତାଳଚେର ଏବଂ ପୁରୀ ମଧ୍ୟରେ ଚଳାଚଳ କରିବ।

ଜୁଲାଇରୁ 1 ଅଗଷ୍ଟ, 2021 ପର୍ଯ୍ୟନ୍ତ ବାତିଲ୍ ହେବାକୁ ଥିବା ଟ୍ରେନ

01. 08431/08432 ପୁରୀ-କଟକ-ପୁରୀ ବିଶେଷ ଟ୍ରେନ।

ଭୁବନେଶ୍ୱରରୁ ରାଜଧାନୀ ସ୍ପେସିଆଲ୍ ୧୫ ଜୁଲାଇ, ୨୦୨୧ ଠାରୁ ପରବର୍ତ୍ତୀ ପରାମର୍ଶ ପର‌୍ୟ୍ୟନ୍ତ ପ୍ରତିଦିନ ଚଳାଚଳ କରିବ

ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ସ୍ପେଶାଲ ୧୫ ଜୁଲାଇ, ୨୦୨୧ ଠାରୁ ପ୍ରତିଦିନ ସେବା ପ୍ରଦାନ କରିବ ବୋଲି ନିଷ୍ପତ୍ତି ନିଆଯାଇଛି। .କୋଭିଡ଼୧୯ ସଂକ୍ରମଣ ଶିକୁଳିକୁ ଭାଙ୍ଗିବା ପାଇଁ ପୂର୍ବରୁ ରାଜଧାନୀ ସ୍ପେଶାଲ ସେବାକୁ ସୀମିତ କରାଯାଇଥିଲା

୧୫ ଜୁଲାଇ, ୨୦୨୧ ଠାରୁ ପରବର୍ତ୍ତୀ ପରାମର୍ଶ ପର‌୍ୟ୍ୟନ୍ତ ବିଶେଷ ଟ୍ରେନ ପୁନଃ ଚଳାଚଳ

୦୧. ୦୮୫୨୮/୦୮୫୨୭ ବିଶାଖାପାଟନମ୍-ରାୟପୁର-ବିଶାଖାପାଟନମ୍ ସ୍ପେଶାଲ୍ ବିଶାଖାପାଟନମ୍ ରୁ ୧୫ ଜୁଲାଇରୁ ଏବଂ ରାୟପୁରରୁ ୧୬ ଜୁଲାଇ, ୨୦୨୧ ଠାରୁ ପୁନଃ ଚଳାଚଳ କରିବ।

୦୨. ୦୮୫୧୫/୦୮୫୧୬ ବିଶାଖାପାଟନମ୍-କିରାଣ୍ଡୁଲ୍-ବିଶାଖାପାଟନମ୍ ସ୍ପେଶାଲ୍ ୧୫ ଜୁଲାଇରୁ ବିଶାଖାପାଟନମ୍ ଠାରୁ ଏବଂ ୧୬ ଜୁଲାଇ, ୨୦୨୧ ଠାରୁ କିରାଣ୍ଡୁଲରୁ ପୁନଃ ଚଳାଚଳ କରିବ।

୦୩. ୦୮୫୬୧/୦୮୫୬୨ ବିଶାଖାପାଟନମ୍-କାଚେଗୁଡା-ବିଶାଖାପାଟନମ୍ ବିଶେଷ ଟ୍ରେନ ୧୫ ଜୁଲାଇରୁ ବିଶାଖାପାଟନମ୍ ଠାରୁ ଏବଂ କାଚେଗୁଡା ଠାରୁ ୧୬ ଜୁଲାଇ, ୨୦୧୧ ରୁ ପୁନଃ ଚଳାଚଳ କରିବ ।

୦୪. ୦୭୪୮୮/୦୭୪୮୭ ବିଶାଖାପାଟନମ୍-କଡପା-ବିଶାଖାପାଟନମ୍ ବିଶେଷ ଟ୍ରେନ ୧୫ ଜୁଲାଇରୁ ବିଶାଖାପାଟନମ୍ ରୁ ଏବଂ କଡପା ଠାରୁ ୧୬ ଜୁଲାଇ, ୨୦୨୧ ରୁ ପୁନଃ ଚଳାଚଳ କରିବ ।

୦୫. ୦୨୮୩୧/୦୨୮୩୨ ବିଶାଖାପାଟନମ୍-ଲିଙ୍ଗମପଲ୍ଲୀ-ବିଶାଖାପାଟନମ୍ ବିଶେଷ ଟ୍ରେନ ବିଶାଖାପାଟନମ୍ରୁ ୧୫ ଜୁଲାଇରୁ ଏବଂ ଲିଙ୍ଗମପଲ୍ଲୀରୁ ୧୬ ଜୁଲାଇ, ୨୦୨୧ ଠାରୁ ପୁନଃ ଚଳାଚଳ କରିବ।

Categories
ଜାତୀୟ ଖବର ବିଶେଷ ଖବର

୧୩ ଟି ସ୍ବତନ୍ତ୍ର ଟ୍ରେନର ସେବା ଅବଧିକୁ ବୃଦ୍ଧି କରିଲା ରେଳବାଇ, ଜାଣନ୍ତୁ କେଉଁ ଟ୍ରେନର ସ୍ଥିତି କଣ

ଭୁବନେଶ୍ବର, ଭୁବନେଶ୍ବର ଯାତ୍ରୀମାନଙ୍କ ସୁବିଧା ପାଇଁ ରେଳ ମନ୍ତ୍ରଣାଳୟ ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରେ ଯାତାୟାତ କରୁଥିବା ୧୩ ଯୋଡ଼ା ଦୂରଗାମୀ ବିଶେଷ ଟ୍ରେନ ଗୁଡିକର ଚଳାଚଳ ଅବଧିକୁ ନିମ୍ନଲିଖିତ ଅନୁଯାୟୀ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି।

ସେପ୍ଟେମ୍ବର ମାସ ଶେଷ ସପ୍ତାହ ପଯ୍ୟନ୍ତ ସେବା ବୃଦ୍ଧି ପାଇବାକୁ ଥିବା ବିଶେଷ ଟ୍ରେନ

1-୦୨୮୩୫/୦୨୮୩୬ ହଟିଆ-ଯଶୋବନ୍ତପୁର-ହଟିଆ ବିଶେଷ ଟ୍ରେନ ହଟିଆରୁ ୨୬ ସେପ୍ଟେମ୍ବର ପର‌୍ୟ୍ୟନ୍ତ ଏବଂ ଯଶୋବନ୍ତପୁରରୁ ୨୮ ସେପ୍ଟେମ୍ବର ପର‌୍ୟ୍ୟନ୍ତ ଚଳାଚଳ କରିବ।

2-୦୮୧୧୭/୦୮୧୧୮ ହାଓଡ଼ା-ମହୀଶୂର-ହାଓଡ଼ା ବିଶେଷ ଟ୍ରେନ ହାଓଡ଼ାରୁ ୨୪ ସେପ୍ଟେମ୍ବର ପର‌୍ୟ୍ୟନ୍ତ ଏବଂ ମହୀଶୂରରୁ ୨୬ ସେପ୍ଟେମ୍ବର ପଯ୍ୟନ୍ତ ଚଳାଚଳ କରିବ।

3-୦୮୬୪୫/୦୮୬୪୬ ହାଓଡ଼ା-ହାଇଦ୍ରାବାଦ-ହାଓଡ଼ା ବିଶେଷ ଟ୍ରେନ ହାଓଡ଼ାରୁ ୨୭ ସେପ୍ଟେମ୍ବର ପର‌୍ୟ୍ୟନ୍ତ ଏବଂ ହାଇଦ୍ରାବାଦରୁ ୨୯ ସେପ୍ଟେମ୍ବର ପଯ୍ୟନ୍ତ ଚଳାଚଳ କରିବ।

4-୦୨୮୭୩/୦୨୮୭୪ ହାଓଡ଼ା-ଯଶୋବନ୍ତପୁର-ହାଓଡ଼ା ବିଶେଷ ଟ୍ରେନ ହାଓଡ଼ାରୁ ୨୭ ସେପ୍ଟେମ୍ବର ପର‌୍ୟ୍ୟନ୍ତ ଏବଂ ଯଶୋବନ୍ତପୁରରୁ ୨୯ ସେପ୍ଟେମ୍ବର ପର୍ଯ୍ୟନ୍ତ ଚଳାଚଳ କରିବ।

5-୦୮୦୪୭/୦୮୦୪୮ ହାଓଡ଼ା-ଭାସ୍କୋଡାଗାମା-ହାଓଡ଼ା ବିଶେଷ ଟ୍ରେନ ହାଓଡ଼ାରୁ ୨୫ ସେପ୍ଟେମ୍ବର ପର‌୍ୟ୍ୟନ୍ତ ଏବଂ ଭାସ୍କୋଡାଗାମାରୁ ୨୮ ସେପ୍ଟେମ୍ବର ପର୍ଯ୍ୟନ୍ତ ଚଳାଚଳ କରିବ।

6-୦୨୮୬୭/୦୨୮୬୮ ହାଓଡ଼ା-ପଣ୍ଡିଚେରୀ-ହାଓଡ଼ା ବିଶେଷ ଟ୍ରେନ ହାଓଡ଼ାରୁ ୨୬ ସେପ୍ଟେମ୍ବର ପର‌୍ୟ୍ୟନ୍ତ ଏବଂ ପଣ୍ଡିଚେରୀରୁ ୨୯ ସେପ୍ଟେମ୍ବର ପର୍ଯ୍ୟନ୍ତ ଚଳାଚଳ କରିବ।

7.୦୨୮୩୭/୦୨୮୩୮ ହାଓଡ଼ା-ପୁରୀ-ହାଓଡ଼ା ବିଶେଷ ଟ୍ରେନ ହାଓଡ଼ାରୁ ୨୮ ସେପ୍ଟେମ୍ବର ପର‌୍ୟ୍ୟନ୍ତ ଏବଂ ପୁରୀରୁ ୨୯ ସେପ୍ଟେମ୍ବର ପର୍ଯ୍ୟନ୍ତ ଚଳାଚଳ କରିବ।

8.୦୨୮୭୭/୦୨୮୭୮ ହାଓଡ଼ା-ଏର୍ଣ୍ଣାକୁଲମ-ହାଓଡ଼ା ବିଶେଷ ଟ୍ରେନ ହାଓଡ଼ାରୁ ୨୫ ସେପ୍ଟେମ୍ବର ପର‌୍ୟ୍ୟନ୍ତ ଏବଂ ଏର୍ଣ୍ଣାକୁଲମରୁ ୨୭ ସେପ୍ଟେମ୍ବର ପର୍ଯ୍ୟନ୍ତ ଚଳାଚଳ କରିବ।

ଜୁଲାଇ ମାସ ଶେଷ ସପ୍ତାହ ପର‌୍ୟ୍ୟନ୍ତ ସେବା ବୃଦ୍ଧି ପାଇବାକୁ ଥିବା ବିଶେଷ ଟ୍ରେନ

9.୦୮୬୩୭/୦୮୬୩୮ ହଟିଆ-ବାଙ୍ଗାଲୋର କ୍ୟାଣ୍ଟ-ହଟିଆ ବିଶେଷ ଟ୍ରେନ ହଟିଆରୁ ୩୧ ଜୁଲାଇ ପର‌୍ୟ୍ୟନ୍ତ ଏବଂ ବାଙ୍ଗାଲୋରରୁ ୦୩ ଅଗଷ୍ଟ ପର୍ଯ୍ୟନ୍ତ ଚଳାଚଳ କରିବ।

10.୦୨୪୪୯/୦୨୪୫୦ ଶାଲୀମାର-ସିକନ୍ଦରାବାଦ-ଶାଲୀମାର ବିଶେଷ ଟ୍ରେନ ଶାଲୀମାରରୁ ୨୮ ଜୁଲାଇ ପର‌୍ୟ୍ୟନ୍ତ ଏବଂ ସିକନ୍ଦରାବାଦରୁ ୩୦ ଜୁଲାଇ ପର୍ଯ୍ୟନ୍ତ ଚଳାଚଳ କରିବ।

ଅଗଷ୍ଟ ମାସ ଶେଷ ସପ୍ତାହ ପର‌୍ୟ୍ୟନ୍ତ ସେବା ବୃଦ୍ଧି ପାଇବାକୁ ଥିବା ବିଶେଷ ଟ୍ରେନ

11.୦୫୨୨୮/୦୫୨୨୭ ମୁଜାଫରପୁର-ଯଶୋବନ୍ତପୁର-ମୁସାଫରପୁର ବିଶେଷ ଟ୍ରେନ ମୁଜାଫରପୁରରୁ ୩୦ ଅଗଷ୍ଟ ପର‌୍ୟ୍ୟନ୍ତ ଏବଂ ଯଶୋବନ୍ତପୁରରୁ ୧ ସେପ୍ଟେମ୍ବର ୨୦୨୧ ପର‌୍ୟ୍ୟନ୍ତ ଚଳାଚଳ କରିବ।

ବିଶେଷ ଟ୍ରେନର ସେବା ପରବର୍ତ୍ତୀ ପରାମର୍ଶ ପଯ୍ୟନ୍ତ ବୃଦ୍ଧି

13.୦୨୪୯୧/୦୨୪୯୨ ଶାଲିମାର-ବିଶାଖାପାଟନମ୍-ଶାଲିମାର ବିଶେଷ ଟ୍ରେନ ଶାଲିମାରରୁ ୬ ଜୁଲାଇ ଠାରୁ ଏବଂ ବିଶାଖାପାଟନମ୍ରୁ ୭ ଜୁଲାଇ ଠାରୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ।

14.୦୨୫୨୩/୦୨୫୨୪ ସାନ୍ତ୍ରାଗଛି-ତିରୁପତି-ସାନ୍ତ୍ରାଗଛି ବିଶେଷ ଟ୍ରେନ ସାନ୍ତ୍ରାଗଛିରୁ ଜୁଲାଇ ମାସ ୪ ତାରିଖ ଠାରୁ ଏବଂ ତିରୁପତି ଠାରୁ ୫ ଜୁଲାଇ ଠାରୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ।

ପରବର୍ତ୍ତୀ ପରାମର୍ଶ ପଯ୍ୟନ୍ତ ସ୍ୱତନ୍ତ୍ର ଟ୍ରେନର ସେବା ବାତିଲ

15.୦୬୫୭୭/୦୬୫୭୮ ଯଶୋବନ୍ତପୁର-ଗୌହାଟୀ-ଯଶୋବନ୍ତପୁର ବିଶେଷ ଟ୍ରେନ ଯଶୋବନ୍ତପୁରରୁ ଜୁଲାଇ ମାସ ୨ ତାରିଖ ଠାରୁ ଏବଂ ଗୌହାଟୀରୁ୫ ଜୁଲାଇ ଠାରୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ବାତିଲ ରହିବ।

ଭୁବନେଶ୍ୱର-ବାଙ୍ଗିରିପୋଷି-ଭୁବନେଶ୍ୱର ବିଶେଷ ଟ୍ରେନର (୦୨୮୯୧) ପୂର୍ବ ବିଜ୍ଞପ୍ତିରେ ପରିବର୍ତ୍ତିତ

16. ୦୨୮୯୧/୦୨୮୯୨ ଭୁବନେଶ୍ୱର-ବାଙ୍ଗିରିପୋଷି-ଭୁବନେଶ୍ୱର ବିଶେଷ ଟ୍ରେନର ପୂର୍ବ ବିଜ୍ଞପ୍ତିକୁ ପରିବର୍ତ୍ତିତ କରାଯାଇଅଛି।ଏହି ଟ୍ରେନ ଜୁଲାଇ ମାସ ୧୩ ତାରିଖ ମଧ୍ୟରେ ପ୍ରତି ଶନି, ରବିବାର ଓ ଛୁଟି ଦିନ ମାନଙ୍କରେ ବାତିଲ ରହିବ।

ଭୁବନେଶ୍ୱର-ବାଙ୍ଗିରିପୋଷି-ଭୁବନେଶ୍ୱର ବିଶେଷ ଟ୍ରେନ ସେବା ଜୁଲାଇ ମାସ ୧୩ ତାରିଖ ମଧ୍ୟରେ ଭୁବନେଶ୍ୱର ଠାରୁ ଜୁଲାଇ ମାସ ୩ ଓ ୪ ତାରିଖ ଏବଂ ୧୦ ତାରିଖ ଠାରୁ ୧୨ ତାରିଖ ପର୍ଯ୍ୟନ୍ତ ବାତିଲ ରହିବ। ଏହି ଟ୍ରେନ (୦୨୮୯୧) ବାଙ୍ଗିରିପୋଷି ଠାରୁ ଜୁଲାଇ ମାସ ୪ ଓ ୫ ତାରିଖ ଏବଂ ୧୧ ତାରିଖ ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ବାତିଲ ରହିବ।

Categories
ଜାତୀୟ ଖବର ବିଶେଷ ଖବର

ଯାତ୍ରୀଙ୍କ ଯାଞ୍ଚ ପାଇଁ ଭୁବନେଶ୍ୱର ଷ୍ଟେସନରେ ଲାଗିଲା ‘ଏଟିଏମଏ’ ସିଷ୍ଟମ, ଜାଣନ୍ତୁ ଏହା କଣ

ଭୁବନେଶ୍ୱର, ସଂପ୍ରତି କୋଭିଡ ମହାମାରୀ ସମୟରେ ଯାତ୍ରୀଙ୍କ ନିରାପଦ ସ୍କ୍ରିନିଂ ନିଶ୍ଚିତ କରିବା ଏବଂ ଯାତ୍ରୀ ଓ କର୍ତ୍ତବ୍ୟରତ କର୍ମଚାରୀଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବା ସହ ରେଳ ଷ୍ଟେସନରେ କେବଳ ଅଧିକୃତ ଯାତ୍ରୀମାନେ ପ୍ରବେଶ କରୁଛନ୍ତି କି ନାହିଁ ତାହା ଯାଞ୍ଚ କରିବା ରେଳବାଇ କର୍ତ୍ତୃପକ୍ଷଙ୍କ ପାଇଁ ଏକ ବ୍ୟବସ୍ଥାଗତ ଆହ୍ବାନ ଆଣିଛି।

ଯାତ୍ରୀ ଏବଂ ରେଳ କର୍ତ୍ତୃପକ୍ଷଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ରେଳ ଷ୍ଟେସନରେ ଗୋଟିଏ ଅଟୋମେଟିକ୍ ଟିକେଟ୍ ଯାଞ୍ଚ ଏବଂ ପରିଚାଳନା ଆକ୍ସେସ୍ (ଏଟିଏମ୍ଏ) ସିଷ୍ଟମ ସ୍ଥାପିତ ହୋଇଛି। ଏଟିଏମ୍ ଏ ସିଷ୍ଟମ ହେଉଛି ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି) ଯାହା ଯାତ୍ରୀମାନଙ୍କର ତାପମାତ୍ରା ପାଇଁ ଫଳପ୍ରଦ ସ୍କ୍ରିନିଂ ଏବଂ ପ୍ରବେଶ ଏବଂ ପ୍ରସ୍ଥାନ ପଏଣ୍ଟରେ କର୍ମଚାରୀଙ୍କ ଦ୍ବାରା ନିରାପଦ ଦୂରତାରୁ ଟିକେଟ୍ ଯାଞ୍ଚ କରିବାରେ ସହାୟତା କରିବ।

ଏ ଟି ଏମ୍ ଏ ସିଷ୍ଟମରେ ଚାରୋଟି ବୈଶିଷ୍ଟ୍ୟ ଅଛି ଯେପରିକି ଆଇ ଆର୍ ସି ଟି ସି (IRCTC) ଆଧାରିତ ଟ୍ରେନ୍ ଟିକେଟ୍ ର କିଉ ଆର୍ (QR) କୋଡ୍ ସ୍କାନ୍ କରିବା ପାଇଁ ବାର୍ କୋଡ୍ ସ୍କାନର୍, ଗୋଟିଏ ସ୍ପିକର, ଯାହା ମାଧ୍ୟମରେ ଷ୍ଟେସନରେ ପ୍ରବେଶ କରୁଥିବା ଯାତ୍ରୀ ପିଏନ୍ ଆର୍ (PNR) ନମ୍ବର କହିପାରିବେ।

ଏଥିସହିତ ଏକ ତାପମାତ୍ରା ସ୍କାନର୍ ରହିଛି ଯାହାଦ୍ଵାରା ତାପମାତ୍ରା ମାପାଯାଇପରିବ ଏବଂ ଏକ କ୍ୟାମେରା ଯାହା ଯାତ୍ରୀ ମାସ୍କ ପିନ୍ଧିଛନ୍ତିକି ନାହିଁ ତାହା ନିଶ୍ଚିତ କରିବ। ନିୟୋଜିତ ଟିକେଟ୍ ଯାଞ୍ଚ କର୍ମଚାରୀମାନେ ଯାତ୍ରୀମାନଙ୍କଠାରୁ ଏକ ନିରାପଦ ଦୂରତ୍ୱରୁ ସମସ୍ତ ଚାରୋଟି ପାରାମିଟରକୁ ଯାପ୍ସଚ କରିପାରିବେ ଯାହାଦ୍ୱାରା ଅଧିକୃତ ଯାତ୍ରୀମାନେ ରେଳ ଷ୍ଟେସନରେ ପ୍ରବେଶ କରିପାରିବେ ଏବଂ କୋଭିଡ-୧୯ ସଂକ୍ରମଣର ବୃଦ୍ଧିକୁ ମଧ୍ୟ ରୋକା ଯାଇପାରିବ।

ଭୁବନେଶ୍ୱର ରେଳ ଷ୍ଟେସନରେ କର୍ପୋରେଟ୍ ସାମାଜିକ ଦାୟିତ୍ ବୋଧ (ସିଏସ୍ଆର) ଯୋଜନା ଅନ୍ତର୍ଗତ ଭୁବନେଶ୍ୱର ପାରାଦୀପ ଫସପେଟ୍ ଲିମିଟେଡ୍ (ପିପିଏଲ୍) ଦ୍ଵାରା ଏହି ଅଟୋମେଟିକ୍ ଟିକେଟ୍ ଯାଞ୍ଚ ଏବଂ ପରିଚାଳନା ଆକ୍ସେସ୍ (ଏଟିଏମ୍ଏ) ସିଷ୍ଟମ ଯୋଗାଇ ଦିଆଯାଇଛି ।

ଭବିଷ୍ୟତରେ ଆଉ ଏକ ଏଟିଏମ୍ଏ ସିଷ୍ଟମ ପିପିଏଲ ଦ୍ୱାରା ପୁରୀ ରେଳ ଷ୍ଟେସନ ରେ ଏବଂ ଭିସା ଷ୍ଟିଲ ଲିମିଟେଡ, କଳିଙ୍ଗଗ ନଗର, ଯାଜପୁର ଦ୍ୱାରା ଯାଜପୁର-କେନ୍ଦୁଝର ରୋଡ ଷ୍ଟେସନରେ ସ୍ଥାପନ କରାଯିବ। ଯାତ୍ରୀ ଏବଂ କର୍ମଚାରୀଙ୍କ ସୁରକ୍ଷା ପାଇଁ କର୍ପୋରେଟ୍ ସେଟଅପ୍ ସହିତ ପରାମର୍ଶ କରି ଖୋର୍ଦ୍ଧା ରୋଡ ମଣ୍ଡଳ ଏହି ଅଭିନବ ଯୋଜନା ସ୍ଥାପନା କରିଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସର ହେଲା ବଡ ପରିବର୍ତ୍ତନ

ଭୁବନେଶ୍ବର, ଜୁନ୍ ମାସ ଶେଷ ପଯ୍ୟନ୍ତ ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ବିଶେଷ ଟ୍ରେନ ଏଣିକି ସପ୍ତାହକୁ ଚାରିଦିନ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି । କୋଭିଡ଼୧୯ ସଂକ୍ରମଣର ଶୃଙ୍ଖଳା ଭାଙ୍ଗିବା ଏବଂ ଅତ୍ୟଧିକ ଖରାପ ପୃଷ୍ଠପୋଷକତା ପାଇଁ ଏହି ଟ୍ରେନକୁ ପୂର୍ବରୁ ସପ୍ତାହରେ ଦୁଇଥର ଚଲାଇବାକୁ ନିଷ୍ପତ୍ତି ନିଆଯାଇଥିଲା।ଏହାକୁ ଏବେ ପରିବର୍ତନ କରାଯାଇଅଛି ।

୦୨୮୨୩ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ବିଶେଷ ଟ୍ରେନ ଭାୟା ଟାଟା ଭୁବନେଶ୍ୱରରୁ ପ୍ରତି ମଙ୍ଗଳବାର ଏବଂ ଗୁରୁବାର ଦିନ ଚଳାଚଳ କରିବାକୁ ଥିବାବେଳେ ସୋମବାର ଏବଂ ଶୁକ୍ରବାର ଦିନ ମାନଙ୍କରେ ବାତିଲ ରହିବ।

୦୨୮୨୪ ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ବିଶେଷ ଟ୍ରେନ ଭାୟା ଟାଟା ନୂଆଦିଲ୍ଲୀରୁ ପ୍ରତି  ବୁଧବାର ଏବଂ ଗୁରୁବାର ଦିନ ଚଳାଚଳ କରିବାକୁ ଥିବାବେଳେ ମଙ୍ଗଳବାର ଏବଂ ଶନିବାର ଦିନ ମାନଙ୍କରେ ବାତିଲ ରହିବ।

୦୨୮୨୫/୦୨୮୨୬ ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ବିଶେଷ ଟ୍ରେନ ଭାୟା ଆଦ୍ରଓ ଭୁବନେଶ୍ୱରରୁ ରବିବାର ଏବଂ ବୁଧବାର ଦିନ ଏବଂ ନୂଆଦିଲ୍ଲୀରୁ ସୋମବାର ଏବଂ ଶୁକ୍ରବାର ଦିନ ଚଳାଚଳ କରିବ।

୦୨୮୫୫/୦୨୮୫୬ ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ବିଶେଷ ଟ୍ରେନ ଭାୟା ସମ୍ବଲପୁର ସିଟି ଏବଂ ରାଉରକେଲା ଭୁବନେଶ୍ୱରରୁ ୨୬ ଜୁନ୍ (ଶନିବାର) ଏବଂ ନୂଆଦିଲ୍ଲୀରୁ  ୨୭ ଜୁନ୍, ୨୦୨୧ ତାରିଖ ଦିନ ବାତିଲ ରହିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶା ମଧ୍ୟ ଦେଇ ଉତ୍ତର ପୂର୍ବାଞ୍ଚଳରୁ ଦକ୍ଷିଣ ଭାରତକୁ ଚାଲିବ ଦୁଇଟି ନୂଆ ସ୍ବତନ୍ତ୍ର ଟ୍ରେନ

ଭୁବନେଶ୍ବର, ପୂର୍ବତଟ ରେଳପଥର ଓଡିଶା ମଧ୍ୟ ଦେଇ ଉତ୍ତର ପୂର୍ବାଞ୍ଚଳରୁ ଦକ୍ଷିଣ ଭାରତକୁ ଦୁଇଟି ସ୍ବତନ୍ତ୍ର ଟ୍ରେନ ଚଳାଚଳ କରାଇବାକୁ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ସେହି ଅନୁସାରେ ଏହି ଦୁଇଟି ଟ୍ରେନ ଯେଉଁ ନିର୍ଦ୍ଧାରିତ ସମୟରେ ଛାଡିବ ତାହା ହେଲା..

୦୨୫୧୬/୦୨୫୧୫ ସୀଲଚାର-କୋଏମ୍ବାଟୁର-ସୀଲଚାର ସ୍ବତନ୍ତ୍ର ଟ୍ରେନ ସୀଲଚାରରୁ ୨୨ ଜୁନ୍ ଠାରୁ ପ୍ରତ୍ୟେକ ମଙ୍ଗଳବାର ଦିନ ରାତ୍ର ୮ଘ.୧୦ମି,ରେ ଛାଡିବାକୁ ଥିବାବେଳେ ଏହା କୋଏମ୍ବାଟୁରରୁ ୨୭ ଜୁନ୍ ଠାରୁ ପ୍ରତ୍ୟେକ ରବିବାର ରାତ୍ରି ୯ଘ.୪୫ମି.ରେ ଛାଡି ପରବର୍ତ୍ତୀ ଆଦେଶ ପର‌୍ୟ୍ୟନ୍ତ ଚଳାଚଳ କରିବ।

ଏହି ଟ୍ରେନ ସୀଲଚାର-କୋଏମ୍ବାଟୁର ମଧ୍ୟରେ ଉଭୟ ପାର୍ଶ୍ୱରୁ ଗୌହାଟୀ, ନ୍ୟୁ ଜଲପାଇଗୁଡି, ରାମପୁର ହାଟ, ଡାଙ୍କୁଣୀ, ଖଡ଼ଗ୍ପୁର, ଭୁବନେଶ୍ୱର, ବିଶାଖାପାଟନମ୍, ବିଜୟୱାଡା, ଆରାକୋନମ୍, ସାଲେମ୍ ସହିତ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ମାନଙ୍କରେ ରହଣି କରିବ।

୦୫୬୩୦/୦୫୬୨୯ ସୀଲଘାଟ-ତାମ୍ବରମ-ସୀଲଘାଟ ସ୍ବତନ୍ତ୍ର ଟ୍ରେନ ସୀଲଘାଟ ଷ୍ଟେସନରୁ ୨୫ ଜୁନ୍ ଠାରୁ ପ୍ରତି ଶୁକ୍ରବାର ଦିନ ପୂର୍ବାହ୍ନ ୧୦ଘ.୦୫ମି.ରେ ଛାଡିବାକୁ ଥିବାବେଳେ ଏହା ତାମ୍ବରମରୁ ୨୮ ଜୁନ୍, ୨୦୨୧ ଠାରୁ ପ୍ରତି ସୋମବାର ସନ୍ଧ୍ୟା ୬ଘ.୫୫ମି.ରେ ପରବର୍ତ୍ତୀ ଆଦେଶ ପର‌୍ୟ୍ୟନ୍ତ ଚଳାଚଳ କରିବ।

ଏହି ଟ୍ରେନ ସୀଲଘାଟ-ତାମ୍ବରମ ମଧ୍ୟରେ ଉଭୟ ପାର୍ଶ୍ୱରୁ ଗୌହାଟୀ, ନ୍ୟୁ ଜଲପାଇଗୁଡି, ରାମପୁର ହାଟ, ଆସାନସୋଲ, ଟାଟା, ହିଜଲି, ଭୁବନେଶ୍ୱର, ବିଶାଖାପାଟନମ୍, ବିଜୟୱାଡା, ଚେନ୍ନାଇ ଏଗମୋର୍ ସହିତ ଅନ୍ୟାନ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ମାନଙ୍କରେ ରହଣି କରିବ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ପାଇଁ ଘୋଷଣା ହେଲା ଦୁଇଟି ନୂଆ ଟ୍ରେନ, ଗୋଟିଏ ଟ୍ରେନର ଦିନ ବୃଦ୍ଧି

ଭୁବନେଶ୍ବର, ପୂର୍ବ ତଟ ରେଳ ପରିସୀମା ମଧ୍ୟଦେଇ ଦୁଇ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ରେଳବାଇ ନିଷ୍ପତି ନେଇଥିବା ବେଳେ ଗୋଟିଏ ସ୍ୱତନ୍ତ୍ର ଟ୍ରେନର ଚଳାଚଳ ଦିବସକୁ ବୃଦ୍ଧି କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ସେଗୁଡିକ ହେଲା

1-ଶାଲିମାର-ସିକନ୍ଦରାବାଦ୍-ଶାଲିମାର ବିଶେଷ ଟ୍ରେନ

୦୨୪୪୯/୦୨୪୫୦ ଶାଲିମାର-ସିକନ୍ଦରାବାଦ୍-ଶାଲିମଓର ସ୍ପେଶାଲ ଶାଲିମାରରୁ ୯ ଜୁନ୍ ରୁ ୩୦ ଜୁନ୍ ମଧ୍ୟରେ ବୁଧବାର ଦିନ ଅପରାହ୍ନ ୧୨ଘ.୨୦ମି.ରେ ଛାଡିବ । ଏହି ଟ୍ରେନ ସିକନ୍ଦରାବାଦ୍ ରୁ ୧୧ ଜୁନ୍ ରୁ ୨ ଜୁଲାଇ ୨୦୨୧ ମଧ୍ୟରେ ପ୍ରତ୍ୟେକ ଶୁକ୍ରବାର ଦିନ ସକାଳ ୪ ଘଟିକାରେ ଛାଡିବ।

ଏହି ଟ୍ରେନରେ ଉଭୟ ଦିଗରୁ ଶାଲିମାର ଏବଂ ସିକନ୍ଦରାବାଦ୍ ମଧ୍ୟରେ ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରେ ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ, ବ୍ରହ୍ମପୁର, ସୋମପେଟା, ପାଲାସା, ବିଜୟନଗରାମ, ବିଶାଖାପାଟନମ୍ ଠାରେ ରହଣି କରିବ।

2-ହାଓଡ଼ା-ଯଶୋବନ୍ତପୁର-ହାଓଡ଼ା ବିଶେଷ ଟ୍ରେନ

୦୨୪୬୯/୦୨୪୭୦ ହାଓଡ଼ା-ଯଶୋବନ୍ତପୁର-ହାଓଡ଼ା ବିଶେଷ ଟ୍ରେନ ହାଓଡ଼ା ଠାରୁ ୧୦ରୁ ୨୪ ଜୁନ ମଧ୍ୟରେ ପ୍ରତି ଗୁରୁବାର ଅପରାହ୍ନ ୧୨ଘ.୪୦ମି.ରେ ଛାଡିବ ଜ୍ଝ ଫେରିବା ପଥରେ ଏହି ଟ୍ରେନ ଯଶୋବନ୍ତପୁର ଠାରୁ ୧୩ ରୁ ୨୭ ଜୁନ ମଧ୍ୟରେ ପ୍ରତି ରବିବାର ସକାଳ ୫ଘ. ୧୫ମି.ରେ ଛାଡିବ।

ଏହି ଟ୍ରେନ ଉଭୟ ଦିଗରୁ ହାଓଡ଼ା ଏବଂ ଯଶୋବନ୍ତପୁର ମଧ୍ୟରେ ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରେ ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ, ବ୍ରହ୍ମପୁର, ପାଲାସା, ଶ୍ରୀକାକୁଲମ ରୋଡ଼, ବିଜୟନଗରାମ, ବିଶାଖାପାଟନମ୍ ଠାରେ ରହଣି କରିବ।

3-ହାଟିଆ-ଯଶୋବନ୍ତପୁର-ହାଟିଆ ବିଶେଷ ଟ୍ରେନ ଚଳାଚଳ ଦିବସ ବୃଦ୍ଧି

ହାଟିଆ-ଯଶୋବନ୍ତପୁର-ହାଟିଆ ବିଶେଷ ଟ୍ରେନ ଚଳାଚଳ ଦିବସ ଅବଧିକୁ ସାପ୍ତାହିକରୁ ଦ୍ବି-ସାପ୍ତାହିକ ବୃଦ୍ଧି କରିବାକୁ ନିଷ୍ପତି ନିଆଯାଇଅଛି। ୦୨୮୩୫/୦୨୮୩୬ ହାତୀଆ-ଯଶୋବନ୍ତପୁର-ହାତୀଆ ବିଶେଷ ଟ୍ରେନ ହାତୀଆ ଠାରୁ ପ୍ରତ୍ୟେକ ମଙ୍ଗଳବାର ଏବଂ ରବିବାର ଦିନ ୬ ଜୁନ୍ ରୁ ୨୭ ଜୁନ୍ ମଧ୍ୟରେ ଛାଡିବ।

ପ୍ରତ୍ୟାବର୍ତ୍ତନ ଦିଗରେ, ଏହି ଟ୍ରେନ ଯଶୋବନ୍ତପୁର ଠାରୁ ପ୍ରତ୍ୟକ ଗୁରୁବାର ଏବଂ ମଙ୍ଗଳବାର ଦିନ ମାନଙ୍କରେ ୮ ଜୁନ୍ ରୁ ୨୯ ଜୁନ୍ ମଧ୍ୟରେ ଚଳାଚଳ କରିବ। ଏହି ଟ୍ରେନ୍ ପାଇଁ ସ୍ଥିରୀକୃତ ସମୟ ଏବଂ ରହଣି ସ୍ଥାନ ଅପରିବର୍ତ୍ତିତ ରହିବ ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କେରେଜଙ୍ଗ-ଅନୁଗୁଳ ଦୋହରୀକରଣ କାର୍ଯ୍ୟ ରେକର୍ଡ ସମୟରେ କାର୍ଯ୍ୟକ୍ଷମ

ଭୁବନେଶ୍ବର, ଶେଷରେ 13.51 କିଲୋମିଟର ଦୈର୍ଘ୍ୟ କେରେଜଙ୍ଗ-ଅନୁଗୁଳ ମଧ୍ୟରେ ରେଳଲାଇନ ଦୋହରୀକରଣ କାର୍ଯ୍ୟକ୍ଷମ ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି କାର୍ଯ୍ୟକୁ ଏକ ରେକର୍ଡ ସମୟ ମଧ୍ୟରେ କରାଯାଇଛି। ନୂତନ ଦୋହରୀକରଣ ରେଳ ଲାଇନ ପାଇଁ ସର୍ବାଧିକ 100 କିଲୋମିଟର ବେଗରେ ଟ୍ରେନ୍ ଚଳାଇବାକୁ ରେଳ ସଂରକ୍ଷା ପ୍ରମୁଖ ଆୟୁକ୍ତ (CCRS) ଅନୁମତି ଦେଇଛନ୍ତି । ନୂତନ କାର୍ଯ୍ୟକ୍ଷମ ହୋଇଥିବା ଏହି ଦୋହରା ଲାଇନ ପାଇଁ 100 କିଲୋମିଟର ପାଇବା ଏକ ବିରଳ ଘଟଣା। ଏହି କାର୍ଯ୍ୟ ସମାପ୍ତି ଦ୍ୱାରା, ସମ୍ବଲପୁର-ତାଲଚର ଦୋହରୀକରଣ ପ୍ରକଳ୍ପ ହେବାଦ୍ବାରା ରେଢ଼ାଖୋଲ ଠାରୁ ଅନୁଗୁଳ ମଧ୍ୟରେ ଦୋହରୀକରଣ ରେଳଲାଇନ ସମାପ୍ତ ହୋଇଛି । 168.2 କିଲୋମିଟର ଦୋହରିକରଣରୁ ଏହା 85.3 କିଲୋମିଟର ଅଟେ |

ଗତ ଡିସେମ୍ବର ମାସ ୨୮ ତାରିଖ ଦିନ ରେଳ ସଂରକ୍ଷା ପ୍ରମୁଖ ଆୟୁକ୍ତଙ୍କ ଦ୍ୱାରା ଏହି ସେକ୍ସନକୁ ଯାଞ୍ଚ କରାଯାଇଥିଲା। ନନ-ଇଣ୍ଟରଲକ୍ ପ୍ରାକ କାର୍ଯ୍ୟ 5 ଜାନୁୟାରୀ 2021 ରେ ଆରମ୍ଭ ହୋଇ 7 ଜାନୁୟାରୀ 2021 ରେ ଶେଷ ହୋଇଥିଲା। ନନ-ଅନଲକ୍ କାର୍ଯ୍ୟ 8 ଜାନୁୟାରୀରୁ ଆରମ୍ଭ ହୋଇ10 ଜାନୁୟାରୀ 2021 ରେ ଶେଷ ହୋଇଛି I

ଅନୁଗୁଳ ଷ୍ଟେସନ ଠାରେ ଅପ ମେନ ଲାଇନ ସହିତ ରୁଟ ନମ୍ବର-୩ ର ସଂଯୋଗୀକରଣ କାର୍ଯ୍ୟ 8 ଘଣ୍ଟାର ନିର୍ଧାରିତ ଟ୍ରାଫିକ ବ୍ଲକ ସମୟ ମଧ୍ୟରେ ଫଳପ୍ରଦ ଭାବେ ସମାପ୍ତ କରାଯାଇଥିଲା I ଏଥିପାଇଁ ବଡ ବଡ ମେସିନ ଏବଂ ଭାରୀ ଯନ୍ତ୍ରଗୁଡ଼ିକ ନିୟୋଜିତ କରାଯାଇ ରେଳଧାରଣ କାଟିବା ଏବଂ ସଂଯୋଗ କରିବା କାର୍ଯ୍ୟ କରାଯାଉଅଛି I ରେଳ ବିଭାଗର ବିଭିନ୍ନ ବିଭାଗ ମଧ୍ୟରେ ଉତ୍କୃଷ୍ଟ ସମନ୍ୱୟ ଏବଂ କାର୍ଯ୍ୟ କରିବାର ଏକତା ଦେଖିବାକୁ ମିଳିଥିଲା ​​|

ନନ-ଇଣ୍ଟରଲକ୍ କାର୍ଯ୍ୟ ସମାପ୍ତ ହେବା ପରେ, ଇଲେକ୍ଟ୍ରିକ୍ ଲୋକୋମୋଟିଭ୍ ଦ୍ୱାରା ପରିଚାଳିତ OMS 2000 ସହିତ ଯାଞ୍ଚ ହୋଇଥିବା ସ୍ୱତନ୍ତ୍ର ଟ୍ରେନ୍ ସହିତ ସ୍ପିଡ୍ ଟ୍ରାଏଲ୍ ସର୍ବାଧିକ 110 କିଲୋମିଟର ବେଗରେ କେରେଜଙ୍ଗ-ଅନୁଗୁଳ ମଧ୍ୟରେ କରାଯାଇଥିଲା | OMS ଫଳାଫଳର ଗତି ପରୀକ୍ଷଣ, ଯାଞ୍ଚ ଏବଂ ବ୍ୟାଖ୍ୟା ଉପରେ ଆଧାର କରି ଏବଂ ରେଳ ସୁରକ୍ଷା ମୁଖ୍ୟ କମିଶନରଙ୍କୁ ଦିଆଯାଇଥିବା କାର୍ଯ୍ୟଭାରକୁ ବ୍ୟବହାର କରି ଭାରତୀୟ ରେଳ ଅଧିନିୟମର ଧାରା 28 ଅନୁଯାୟୀ ଯାତ୍ରୀ ଏବଂ ସାମଗ୍ରୀ ପାଇଁ ସର୍ବାଧିକ ବେଗ 100 କିଲୋମିଟର ପର୍ଯ୍ୟନ୍ତ ବ୍ରଡ ଗେଜ ଲାଇନକୁ ଅନୁମତି ଦିଆଯାଇଛି।

ଏହି ଦୋହରୀକରଣ କାର୍ଯ୍ୟକୁ ସମୟ ପୂର୍ବରୁ ସମ୍ପୂର୍ଣ୍ଣ କରାଯାଇଥିବାରୁ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ଏହି କାର୍ଯ୍ୟରେ ନିୟୋଜିତ ଥିବା ସମସ୍ତ କର୍ମଚାରୀ ଓ ଅଧିକାରୀମାନଙ୍କୁ ସେମାନଙ୍କର ଦୃଢ ସଂକଳ୍ପ ଏବଂ ଆଭିମୁଖ୍ୟ ପ୍ରଦର୍ଶନ ପାଇଁ ଅଭିନନ୍ଦନ ଜଣାଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଓଡିଶାରୁ ସୁରଟ ଓ ଅହମଦାବାଦକୁ ଆହୁରି ଦୁଇଟି ସ୍ୱତନ୍ତ୍ର ଟ୍ରେନ, ଜାଣନ୍ତୁ ଟ୍ରେନ ସମୟ ଏବଂ ରହଣି ସ୍ଥଳ

ଭୁବନେଶ୍ବର, ଓଡିଶାରୁ ସୁରଟ ଓ ଅହମଦାବାଦକୁ ସ୍ୱତନ୍ତ୍ର ଟ୍ରେନ ଗୁଡିକରେ ଯାତ୍ରୀ ଭିଡକୁ ଦୃଷ୍ଟିରେ ରଖି ଏବଂ ଗୁଜରାଟକୁ ଚଳାଚଳ କରୁଥିବା ଅନ୍ୟ ସ୍ୱତନ୍ତ୍ର ଟ୍ରେନ ଗୁଡିକରେ ମାତ୍ରାଧିକ ପ୍ରତିକ୍ଷ୍ୟା ସୂଚୀକୁ ନଜର ଦେଇ ପୂର୍ବତଟ ରେଳପଥ ଓଡିଶାରୁ ଗୁଜରାଟକୁ ଆହୁରି ଦୁଇ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଇବାକୁ ସୁବିଧା ପ୍ରଦାନ କରିଛି ଓ ଏହି ଟ୍ରେନ ଦ୍ବୟ ହେଲା…

୦୧. ସମ୍ବଲପୁର-ଟିଟିଲାଗଡ଼-ରାଇପୁର ମାର୍ଗ ଦେଇ ଖୋର୍ଦ୍ଧା ରୋଡ଼-ସୁରଟ-ଖୋର୍ଦ୍ଧା ରୋଡ଼ ମଧ୍ୟରେ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ (୦୨୮୨୭/୦୨୮୨୮)

ସେପ୍ଟେମ୍ବର ମାସ ୨୭ ତାରିଖରୁ ଅକ୍ଟୋବର ମାସ ୧୮ ତାରିଖ ମଧ୍ୟରେ ଏହା ଖୋର୍ଦ୍ଧା ରୋଡ଼ ଠାରୁ ପ୍ରତି ରବିବାର ସନ୍ଧ୍ୟା ୮ଘ.୪୦ମି.ରେ ଛାଡିବାକୁ ଥିବା ବେଳେ ସେପ୍ଟେମ୍ବର ମାସ ୨୯ ତାରିଖରୁ ଅକ୍ଟୋବର ମାସ ୨୦ ତାରିଖ ମଧ୍ୟରେ ଏହା ସୁରଟ ଠାରୁ ପ୍ରତି ମଙ୍ଗଳବାର ସକାଳ ୮ଘ.୩୦ମି.ରେ ଖୋର୍ଦ୍ଧା ରୋଡ଼ ଅଭିମୁଖେ ଯାତ୍ରା କରିବ।

ରହଣି – ଉଭୟ ପାର୍ଶ୍ୱରୁ ଖୋର୍ଦ୍ଧା ରୋଡ଼ ଓ ସୁରଟ ମଧ୍ୟରେ ଏହା ଭୁବନେଶ୍ୱର, ଢେଙ୍କାନାଳ, ତାଳଚେର ରୋଡ଼, ଅନୁଗୁଳ, ସମ୍ବଲପୁର, ବରଗଡ଼ ରୋଡ଼, ବଲାଙ୍ଗୀର, ଟିଟିଲାଗଡ଼, କଣ୍ଟାବାଞ୍ଜି, ରାଇପୁର, ଦୁର୍ଗ, ଗୋଣ୍ଡିଆ, ନାଗପୁର, ଭୁସାବଲ, ଜଳଗାଁ ଓ ଅନ୍ୟାନ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ମାନଙ୍କରେ ରହଣି କରିବ।

୦୨. ବିଜୟନଗରମ, ଦୁଭାଡା, ବିଜୟୱାଡା, ୱାର୍ଧା ମାର୍ଗଦେଇ ଖୋର୍ଦ୍ଧା ରୋଡ଼-ଅହମଦାବାଦ-ଖୋର୍ଦ୍ଧା ରୋଡ଼ ମଧ୍ୟରେ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ (୦୮୪୦୭/୦୮୪୦୮)

ସେପ୍ଟେମ୍ବର ମାସ ୩୦ ତାରିଖରୁ ଅକ୍ଟୋବର ମାସ ୨୧ ତାରିଖ ମଧ୍ୟରେ ଏହା ଖୋର୍ଦ୍ଧା ରୋଡ଼ ଠାରୁ ପ୍ରତି ବୁଧବାର ପୂର୍ବାହ୍ନ ୧୦ଘ.୪୦ମି.ରେ ଛାଡିବାକୁ ଥିବା ବେଳେ ଅକ୍ଟୋବର ମାସ ୩ ତାରିଖରୁ ୨୪ ତାରିଖ ମଧ୍ୟରେ ଏହା ଅହମଦାବାଦ ଠାରୁ ପ୍ରତି ଶନିବାର ୦୦୧୫ ଘଟିକା (ଶୁକ୍ରବାର ରାତ୍ର ୧୨ଘ.୧୫ମି.) ରେ ଖୋର୍ଦ୍ଧା ରୋଡ଼ ଅଭିମୁଖେ ଯାତ୍ରା କରିବ।

ରହଣି – ଉଭୟ ପାର୍ଶ୍ୱରୁ ଖୋର୍ଦ୍ଧା ରୋଡ଼ ଓ ଅହମଦାବାଦ ମଧ୍ୟରେ ଏହା ବ୍ରହ୍ମପୁର, ଶ୍ରୀକାକୁଲମ ରୋଡ଼, ବିଜୟନଗରମ, କୋଟ୍ଟଭଲସା, ଦୁଭାଡା, ଅଣକାପଲ୍ଲୀ, ରାଜମହେନ୍ଦ୍ରୀ, ଏଲୁରୁ, ବିଜୟୱାଡା, ୱାରାଙ୍ଗଲ, ରାମଗୁଂଡମ, ମଂଚିରୟାଲ, ବାଲହର୍ଷଓ, ୱାର୍ଧା, ଭୂସବଲ, ସୁରଟ, ବାରୁଚ ଏବଂ ବରୋଦା ଇତ୍ୟାଦି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ମାନଙ୍କରେ ରହଣି କରିବ।

ସୁରଟ ଓ ଅହମଦାବାଦକୁ ଏହି ଟ୍ରେନ ଦ୍ବୟ ଚଳାଚଳ କରିବା ପରେ ଓଡିଶାରୁ ଗୁଜରାଟକୁ ସପ୍ତାହରେ ସବୁଦିନ ସ୍ୱତନ୍ତ୍ର ଟ୍ରେନ ଉପଲବ୍ଧ ହେବ ସହ ସପ୍ତାହରେ ୯ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ ଓ ଗୁଜରାଟକୁ ପୂର୍ବରୁ ଚଳାଚଳ କରୁଥିବା ସ୍ୱତନ୍ତ୍ର ଟ୍ରେନ ଗୁଡିକ ହେଲା….

୦୩. ଖୋର୍ଦ୍ଧା ରୋଡ଼-ଅହମଦାବାଦ-ଖୋର୍ଦ୍ଧାରୋଡ଼ସ୍ୱତନ୍ତ୍ର ଟ୍ରେନ (୦୨୮୪୩/୦୨୮୪୪)

ଖୋର୍ଦ୍ଧା ରୋଡ଼ ରୁ ସେପ୍ଟେମ୍ବର ୧୨ ତାରିଖ ଠାରୁ ପ୍ରତି ମଙ୍ଗଳ, ଗୁରୁ, ଶୁକ୍ର ଓ ଶନିବାର ଦିନ ମାନଙ୍କରେ ସନ୍ଧ୍ୟା ୬ଘ.୪୦ମି.ରେ ଛାଡିବ ଏବଂ ଅହମଦାବାଦ ଠାରୁ ସେପ୍ଟେମ୍ବର ୧୪ ତାରିଖରୁ ପ୍ରତି ସୋମ, ଗୁରୁ, ଶନି ଓ ରବିବାର ଦିନମାନଙ୍କରେ ସନ୍ଧ୍ୟା ୬ଘ.୪୦ମି.ରେ ଛାଡିବ।

ରହଣି – ଖୋର୍ଦ୍ଧାରୋଡ଼ ଓ ଅହମଦାବାଦ ମଧ୍ୟରେ ବ୍ରହ୍ମପୁର, ଶ୍ରୀକାକୁଲମ, ବିଜୟନଗରମ, ରାୟଗଡା, କେସିଙ୍ଗା, ଟିଟିଲାଗଡ଼, କଣ୍ଟାବାଞ୍ଜି, ଖରିଆର ରୋଡ଼, ବାଗବାହାର, ମହାସମୁନ୍ଦ, ରାଇପୁର, ଭିଲାଇ ପାୱାର ହାଉସ, ଦୁର୍ଗ ସହିତ ୱର୍ଧା, ନାଗପୁର, ଭୁଷାବଲ, ସୁରଟ ଓ ବରୋଦା ଇତ୍ୟାଦି ଗୁରୁତ୍ୱପୂର୍ଣ ଷ୍ଟେସନ ମାନଙ୍କରେ ରହଣି କରିବ।

୦୪. ଖୋର୍ଦ୍ଧା ରୋଡ଼-ଓ଼ଖା-ଖୋର୍ଦ୍ଧାରୋଡ଼ସ୍ୱତନ୍ତ୍ର ଟ୍ରେନ (୦୮୪୦୧/୦୮୪୦୨)

ଖୋର୍ଦ୍ଧା ରୋଡ଼ ରୁ ସେପ୍ଟେମ୍ବର ୧୩ ତାରିଖ ଠାରୁ ପ୍ରତି ରବିବାର ଦିନ ପୂର୍ବାହ୍ନ ୧୦ଘ.୪୦ମି.ରେ ଛାଡିବ ଏବଂ ଓ଼ଖା ଠାରୁ ସେପ୍ଟେମ୍ବର ୧୬ ତାରିଖରୁ ପ୍ରତି ବୁଧବାର ସକାଳ ୮ ଘ.୩୦ମି.ରେ ଛାଡିବ।

ରହଣି – ଖୋର୍ଦ୍ଧାରୋଡ଼ ଓ ଅହମଦାବାଦ ମଧ୍ୟରେ ବ୍ରହ୍ମପୁର, ଶ୍ରୀକାକୁଲମ, ବିଜୟନଗରମ, ବିଶାଖାପାଟଣା, ବିଜୟୱାଡା, ୱର୍ଧା, ସୁରଟ, ବରୋଦା, ରାଜକୋଟ ଓ ଦ୍ଵାରକା ଇତ୍ୟାଦି ଗୁରୁତ୍ୱପୂର୍ଣ ଷ୍ଟେସନ ମାନଙ୍କରେ ରହଣି କରିବ।

୦୫. ଗାନ୍ଧୀଧାମ-ଖୋର୍ଦ୍ଧାରୋଡ଼-ଗାନ୍ଧୀଧାମ ସ୍ୱତନ୍ତ୍ର ଟ୍ରେନ (୦୨୯୭୩/୦୨୯୭୪)

ଗାନ୍ଧୀଧାମ ରୁ ସେପ୍ଟେମ୍ବର ମାସ ୧୬ ତାରିଖ ପ୍ରତି ବୁଧବାର ରାତ୍ର ୧୧ ଘଟିକାରୁ ଛାଡିବ ଏବଂ ଖୋର୍ଦ୍ଧା ରୋଡ଼ ରୁ ସେପ୍ଟେମ୍ବର ମାସ ୧୬ ତାରିଖଠାରୁ ପ୍ରତି ଶନିବାର ପୂର୍ବାହ୍ନ ୧୧ଘ.୪୦ମି.ରେ ଛାଡିବ।

ରହଣି – ଖୋର୍ଦ୍ଧାରୋଡ଼ ଓ ଗାନ୍ଧୀଧାମ ମଧ୍ୟରେ ବ୍ରହ୍ମପୁର, ଶ୍ରୀକାକୁଲମ, ବିଜୟନଗରମ, ରାୟଗଡା, କେସିଙ୍ଗା, ଟିଟିଲାଗଡ଼, କଣ୍ଟାବାଞ୍ଜି, ମହାସମୁନ୍ଦ, ରାଇପୁର, ଦୁର୍ଗ ସହିତ ୱର୍ଧା, ନାଗପୁର, ଭୁଷାବଲ, ସୁରଟ, ବରୋଦା ଓ ଅହମଦାବାଦ ଇତ୍ୟାଦି ଗୁରୁତ୍ୱପୂର୍ଣ ଷ୍ଟେସନ ମାନଙ୍କରେ ରହଣି କରିବ।

୦୬. ଭୁବନେଶ୍ୱର-ଅହମଦାବାଦ-ଭୁବନେଶ୍ୱର ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ (୦୮୪୦୫/୦୮୪୦୬)

ସେପ୍ଟେମ୍ବର ମାସ ୧୬ ତାରିଖ ଠାରୁ ଭୁବନେଶ୍ୱର ରୁ ପ୍ରତି ବୁଧବାର ସନ୍ଧ୍ୟା ୬ ଘଟିକାରେ ଛାଡିବ ଓ ସେପ୍ଟେମ୍ବର ମାସ ୧୮ ତାରିଖ ଠାରୁ ଅହମଦାବାଦ ଠାରୁ ପ୍ରତି ଶୁକ୍ରବାର ସନ୍ଧ୍ୟା ୬ ଘ. ୪୦ମି,ରେ ଛାଡିବ।

Categories
ଫଟୋ ଖବର

ଅନୁଗୁଳ ସୁକିନ୍ଦା ନୂଆ ରେଳ ପ୍ରକଳ୍ପ କାମର ଆକାଶ ମାର୍ଗରୁ ନିଆଯାଇଥିବା ଫଟୋ

Beautiful Photos of Angul Sukinda new Railway Line Construction .

Categories
ଆଜିର ଖବର ଜାତୀୟ ଖବର ବିଶେଷ ଖବର

କୋଭିଡ୍‌ 19 : 12ଟି ଟ୍ରେନ୍‌ ଚଳାଚଳ ବାତିଲ କଲା ପୂର୍ବତଟ ରେଳବାଇ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : କୋରୋନା ଭାଇରସ୍‌ ଆତଙ୍କକୁ ନେଇ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରତିଶେଧକ ବ୍ୟବସ୍ଥା ସମ୍ପର୍କରେ ଘୋଷଣା କରାଯାଉଛି। ଏହା ସହିତ ଗୁରୁବାର ପୂର୍ବତଟ ରେଳବାଇ ପକ୍ଷରୁ 12ଟି ଟ୍ରେନ୍‌ ଚଳାଚଳ ଉପରେ ରୋକ୍‌ ଲଗାଯାଇଛି। ସମସ୍ତ ଟ୍ରେନ୍‌ ଗୁଡିକୁ 20 ମାର୍ଚ୍ଚରୁ 1 ଏପ୍ରିଲ୍‌ ମଧ୍ୟରେ ବାତିଲ କରାଯାଇଛି। ବାତିଲ କରାଯାଇଥିବା ଟ୍ରେନ୍‌ର ତାଲିକା ନିମ୍ନରେ ପ୍ରକାଶ କରାଗଲା।

1. 12881/12882 ପୁରୀ-ହାଉଡା-ପୁରୀ ସାପ୍ତାହିକ ଗରିବ ରଥ ଟ୍ରେନ୍‌ର ଆସନ୍ତା 23,25 ଏବଂ 30 ତାରିଖରେ ପୁରୀରୁ ଏବଂ 24,26 ଓ 31 ମାର୍ଚ୍ଚରେ ହାଓଡାରୁ ଯାତ୍ରା ବାତିଲ କରାଯାଇଛି।

2. 12831/12832 ଭୁବନେଶ୍ବର-ଧାନବାଦ-ଭୁବନେଶ୍ବର ଗରିବରଥ ଏକ୍ସପ୍ରେସ୍‌କୁ ଧାନବାଦରୁ 20ରୁ 31 ମାର୍ଚ୍ଚ ପର୍ଯ୍ୟନ୍ତ ବାତିଲ କରାଯାଇଥିବା ବେଳେ ଭୁବନେଶ୍ବରରୁ 21 ମାର୍ଚ୍ଚରୁ 1 ଏପ୍ରିଲ ପର୍ଯ୍ୟନ୍ତ ବାତିଲ କରାଯାଇଛି।

3. 12281/12282 ଭୁବନେଶ୍ବର-ନୂଆଦିଲ୍ଲୀ-ଭୁବନେଶ୍ବର ଦୂରନ୍ତୋ ଏକ୍ସପ୍ରେସ୍‌କୁ 25 ଏବଂ 26 ମାର୍ଚ୍ଚରେ ଯଥାକ୍ରମେ ନୂଆଦିଲ୍ଳୀ ଏବଂ ଭୁବନେଶ୍ବରରୁ ବାତିଲ କରାଯାଇଛି।

4. 12278/12277 ପୁରୀ -ହଓଡା-ପୁରୀ ଶତାବ୍ଦୀ ଏକ୍ସପ୍ରେସ୍‌କୁ ଉଭୟ ପାର୍ଶ୍ବରୁ 20ରୁ 31 ମାର୍ଚ୍ଚ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି।

5. 22708/22707 ତିରୁପତି-ବିଶାଖାପଟ୍ଟନମ୍‌-ତିରୁପତି ଏକ୍ସପ୍ରେସ୍‌କୁ 20ରୁ 30 ମାର୍ଚ୍ଚ ପର୍ଯ୍ୟନ୍ତ ବାତିଲ କରାଯାଇଛି।

6. 08501/08502 ବିଶାଖାପଟ୍ଟନମ୍‌-ସିକନ୍ଦରାବାଦ-ବିଶାଖାପଟ୍ଟନମ୍‌ ସ୍ବତନ୍ତ୍ର ଟ୍ରେନ୍‌କୁ 17 ତାରିଖରୁ 1 ଏପ୍ରିଲ୍‌ ପର୍ଯ୍ୟନ୍ତ ଉଭୟ ପାର୍ଶ୍ବରୁ ବନ୍ଦ ରଖାଯାଇଛି।

7. 08573/08574 ବିଶାଖାପଟ୍ଟନମ୍‌-ତିରୁପତି-ବିଶାଖାପଟ୍ଟନମ୍‌ ସ୍ବତନ୍ତ୍ର ଟ୍ରେନ୍‌କୁ 23 ତାରିଖରୁ 31 ମାର୍ଚ୍ଚ ପର୍ଯ୍ୟନ୍ତ ଉଭୟ ପାର୍ଶ୍ବରୁ ବନ୍ଦ ରଖାଯାଇଛି।

8. 08301/08302 ସମ୍ବଲପୁର-ବନାଶବାଡି-ସମ୍ବଲପୁର ସ୍ବତନ୍ତ୍ର ଟ୍ରେନ୍‌କୁ ବନାଶବାଡିରୁ 18 ଏବଂ 25 ମାର୍ଚ୍ଚରେ ବାତିଲ କରାଯାଇଥିବା ବେଳେ ସମ୍ବଲପୁର ପାର୍ଶ୍ବରୁ 19ରୁ 26 ମାର୍ଚ୍ଚ ପର୍ଯ୍ୟନ୍ତ ବନ୍ଦ କରାଯାଇଛି।

9. 08407/08408 ଭୁବନେଶ୍ବର-ସିକନ୍ଦରାବାଦ-ଭୁବନେଶ୍ବର ସ୍ବତନ୍ତ୍ର ଟ୍ରେନ୍‌କୁ ସିକନ୍ଦରାବାଦ ପାର୍ଶ୍ବରୁ 19 ଏବଂ 26 ତାରିଖରେ ଓ ଭୁବନେଶ୍ବର ପାର୍ଶ୍ବରୁ 20 ଏବଂ 27 ତାରିଖରେ ବାତିଲ କରାଯାଇଛି।

10. 08403/08404 ପୁରୀ-ସାନ୍ତ୍ରାଗାଚ୍ଛି-ପୁରୀ ସ୍ବତନ୍ତ୍ର ଟ୍ରେନ୍‌କୁ ସାନ୍ତ୍ରାଗାଛିରୁ 20 ଏବଂ 27 ତାରିଖରେ ଓ ପୁରୀରୁ 21 ଏବଂ 28 ତାରିଖରେ ବାତିଲ କରାଯାଇଛି।

11. 19317/19318 ଇନ୍ଦୋର-ପୁରୀ-ଇନ୍ଦୋର ସ୍ବତନ୍ତ୍ର ଟ୍ରେନ୍‌ ପୁରୀରୁ 24 ଏବଂ 31 ମାର୍ଚ୍ଚରେ ଏବଂ ଇନ୍ଦୋରରୁ 25 ମାର୍ଚ୍ଚ ଏବଂ 1 ଏପ୍ରିଲ୍‌ରେ ବାତିଲ କରାଯାଇଛି।

12. 82841/82842 ସାନ୍ତ୍ରାଗାଚ୍ଛ-ଚେନ୍ନାଇ ସ୍ବତନ୍ତ୍ର ଟ୍ରେନ୍‌ ଚେନ୍ନାଇରୁ 20 ଏବଂ 27 ମାର୍ଚ୍ଚରେ ଓ ସାନ୍ତ୍ରାଗାଚ୍ଛିରୁ 21 ଏବଂ 28 ମାର୍ଚ୍ଚରେ ବାତିଲ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଟ୍ରେନ ଚଳାଚଳରେ ପରିବର୍ତ୍ତନକୁ ନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ବିଭିନ୍ନ ସ୍ଥାନରେ ସଂରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ବିଭିନ୍ନ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ କରାଯାଇଛି । ମାର୍ଚ୍ଚ ମାସର 29 ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଟ୍ରେନ୍‌କୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି । ବିଭିନ୍ନ ସ୍ଥାନରୁ ଚଳାଚଳ କରୁଥିବା ଦୈନିକ ଟ୍ରେନ୍‌କୁ ସପ୍ତାହକୁ ତିନିଥର ଚଲାଇବା ପାଇଁ ନିଷ୍ପତ୍ତି ହୋଇଛି । ବାତିଲ ହେବାକୁ ଥିବା ଟ୍ରେନ୍‌ର ତାଲିକା ନିମ୍ନରେ ପ୍ରଦାନ କରାଯାଇଛି ।

1.ମାର୍ଚ୍ଚ 13,20 ଓ 27 ତାରିଖରେ ବାତିଲ ହେବାକୁ ଥିବା ଟ୍ରେନ :
ବିଶାଖାପାଟଣା ଠାରୁ ଯାଉଥିବା 58530 ବିଶାଖାପାଟଣା-ଦୁର୍ଗ ପାସେଞ୍ଜର

2. ମାର୍ଚ୍ଚ 14,21 ଓ 28 ତାରିଖରେ ବାତିଲ ହେବାକୁ ଥିବା ଟ୍ରେନ :
58131/58132 ରାଉରକେଲା-ପୁରୀ-ରାଉରକେଲା ପାସେଞ୍ଜର ଉଭୟ ପାର୍ଶ୍ୱରୁ
ଦୁର୍ଗରୁ ଯାଉଥିବା 58529 ଦୁର୍ଗ-ବିଶାଖାପାଟଣା ପାସେଞ୍ଜର
ଭୁବନେଶ୍ୱରରୁ ଯାଉଥିବା 18423 ଭୁବନେଶ୍ୱର-ନୟାଗଡ଼ ଟାଉନ ଏକ୍ସପ୍ରେସ

3.ମାର୍ଚ୍ଚ ମାସ 15,22 ଓ 29 ତାରିଖରେ ବାତିଲ ହେବାକୁ ଥିବା ଟ୍ରେନ :
58525/58526 ବ୍ରହ୍ମପୁର-ବିଶାଖାପାଟଣା-ବ୍ରହ୍ମପୁର ପାସେଞ୍ଜର ଉଭୟ ପାର୍ଶ୍ୱରୁ
58417/58418 ପୁରୀ-ଗୁଣୁପୁର-ପୁରୀ ପାସେଞ୍ଜର ଉଭୟ ପାର୍ଶ୍ୱରୁ
58427/58428 ପଲାସା-ଗୁଣୁପୁର-ପଲାସା ପାସେଞ୍ଜର ଉଭୟ ପାର୍ଶ୍ୱରୁ
68411/58412 ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ମେମୁ ଉଭୟ ପାର୍ଶ୍ୱରୁ
22819/22820 ଭୁବନେଶ୍ୱର-ବିଶାଖାପାଟଣା-ଭୁବନେଶ୍ୱର ଇଣ୍ଟର ସିଟି ଏକ୍ସପ୍ରେସ ଉଭୟ ପାର୍ଶ୍ୱରୁ
ନୟାଗଡ଼ ଟାଉନ ଠାରୁ ଯାଉଥିବା 18424 ନୟାଗଡ଼ ଟାଉନ-ଭୁବନେଶ୍ୱର ଏକ୍ସପ୍ରେସ

Categories
ଆଜିର ଖବର ବିଶେଷ ଖବର ରାଜ୍ୟ ଖବର

ଛୋଟ ଷ୍ଟେସନରେ ଷ୍ଟେସନ ଟିକେଟ ବୁକିଂ ଏଜେଣ୍ଟ ନିଯୁକ୍ତ କରିବ ପୂର୍ବତଟ ରେଳପଥ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଛୋଟ ଷ୍ଟେସନ ମାନଙ୍କରେ ଟିକେଟ ବୁକିଂ ଏଜେଣ୍ଟ ନିୟୋଜନ କରିବାକୁ ନିଷ୍ପତ୍ତି ନେଇଛି ପୂର୍ବତଟ ରେଳପଥ । ଛୋଟ ଷ୍ଟେସନ ମାନଙ୍କରେ ସହାୟକ ଷ୍ଟେସନ ମାଷ୍ଟର ଉଭୟ ଟିକେଟ ବୁକିଂ କାର୍ଯ୍ୟ ତୁଲାଇବା ସହିତ ଟ୍ରେନ ଚଳାଚଳ ସମ୍ବନ୍ଧୀୟ ସଂରକ୍ଷା କାର୍ଯ୍ୟ ସହିତ ଯାତ୍ରୀ ଓ ଟ୍ରେନ ଗୁଡିକର ସଂରକ୍ଷା ପ୍ରତି ଧ୍ୟାନ ଦେଇଥାନ୍ତି । ସହାୟକ ଷ୍ଟେସନ ମାଷ୍ଟରଙ୍କ କାର୍ଯ୍ୟକୁ ସୂଚାରୁ କରିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଏହି ସ୍ଥାନରେ ଷ୍ଟେସନ ଟିକେଟ ବୁକିଂ ଏଜେଣ୍ଟ ନିୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଏହାକୁ ନଜରରେ ରଖି ପୂର୍ବତଟ ରେଳପଥ ଅଣ ସହର ତଳି ଷ୍ଟେସନ ଗୃପ ୫ ଓ ୬ ମାନଙ୍କରେ ଷ୍ଟେସନ ଟିକେଟ ବୁକିଂ ଏଜେଣ୍ଟ ନିୟୋଜନ କରିବାକୁ ସ୍ଥିର କରିଛି I  ଏହି ଷ୍ଟେସନ ଟିକେଟ ବୁକିଂ ଏଜେଣ୍ଟ ମାନେ ସେମାନଙ୍କଦ୍ୱାରା ବିକ୍ରି କରାଯାଇଥିବା ଟିକେଟ ଉପରେ କମିଶନ ପାଇବେ । ସ୍ଥିରୀକୃତ ଷ୍ଟେସନ ଟିକେଟ ବୁକିଂ ଏଜେଣ୍ଟ ମାନେ କମ୍ପୁଟରୀକୃତ ଅଣସଂରକ୍ଷିତ ଟିକେଟ ପ୍ରଣାଳୀ ଦ୍ୱାରା ଷ୍ଟେସନ ମାନଙ୍କରେ ଟିକେଟ ବିକ୍ରି କରିବେ ।

ରେଳବାଇର ବାଣିଜ୍ୟିକ, ଟ୍ରେନ ପରିଚାଳନା ଓ ଆକାଉଣ୍ଟସ ବିଭାଗର ଅଧିକାରୀଙ୍କ ସହିତ ରେଳ ବିଭାଗର ଅଧିକାରୀଙ୍କୁ ନେଇ ଏକ କମିଟି ଗଠନ କରାଯାଇ କେଉଁ ଷ୍ଟେସନରେ କେତେ କାଉଣ୍ଟର ଖୋଲାଯିବ ତା ସମ୍ପର୍କରେ ନିଷ୍ପତ୍ତି ନିଆଯିବ । ସ୍ଥାନୀୟ ବ୍ଲକ କିମ୍ବା ତହସିଲ ପରିସୀମା ଅନ୍ତର୍ଗତ ଷ୍ଟେସନ ଗୁଡିକରେ ପୂର୍ବତଟ ରେଳପଥ ସ୍ଥାନୀୟ ବାସିନ୍ଦା ଥିବା ଯୁବକ ମାନଙ୍କୁ ଷ୍ଟେସନ ଟିକେଟ ବୁକିଂ ଏଜେଣ୍ଟ ଭାବେ ନିୟୋଜିତ କରିବ ।

ରେଳବାଇ ଦ୍ୱାରା କମ୍ପୁଟରୀକୃତ ଅଣସଂରକ୍ଷିତ ଟିକେଟ ପ୍ରଣାଳୀ ସହିତ ଏହାର ମେଣ୍ଟେନାନ୍ସ, ଇଲେକ୍ଟ୍ରି ସଂଯୋଗ, ଦୂରସଂଚାର ଚ୍ୟାନେଲ ଓ ଏହାପ୍ରତି ଉପଯୁକ୍ତ ସ୍ଥାନ ଯୋଗାଇ ଦିଆଯିବ । ଷ୍ଟେସନ ଟିକେଟ ବୁକିଂ ଏଜେଣ୍ଟ ମାନେ ଅଣସଂରକ୍ଷିତ ଟିକେଟ ପ୍ରଣାଳୀ ଦ୍ୱାରା କେବଳ ରିହାତି ନଥିବା ଅଣସଂରକ୍ଷିତ ଟିକେଟ, ସିଜିନ ଟିକେଟ ଓ ପ୍ଳାଟଫର୍ମ ଟିକେଟ ବିକ୍ରି କରିପାରିବେ ।  ସିଜିନ ଟିକେଟ ଗୁଡିକର ରିନୁଆଲ ଏବଂ ବରିଷ୍ଠ ନାଗରିକ ରିହାତି ଟିକେଟ ଗୁଡିକ ମଧ୍ୟ ଏହି କମ୍ପୁଟରୀକୃତ ଅଣସଂରକ୍ଷିତ ଟିକେଟ ପ୍ରଣାଳୀରେ ଷ୍ଟେସନ ଟିକେଟ ବୁକିଂ ଏଜେଣ୍ଟ ମାନଙ୍କଦ୍ୱାରା ବିକ୍ରୟ କରାଯାଇପାରିବ ।

ଅନ୍ୟ ରିହାତି ଥିବା ଟିକେଟ ଗୁଡିକ ମଧ୍ୟ ଏହି କମ୍ପୁଟରୀକୃତ ଅଣସଂରକ୍ଷିତ ଟିକେଟ ପ୍ରଣାଳୀ ରେ ଷ୍ଟେସନ ଟିକେଟ ବୁକିଂ ଏଜେଣ୍ଟ ମାନଙ୍କଦ୍ୱାରା ସହାୟକ ଷ୍ଟେସନ ମାଷ୍ଟର (ଏଏସଏମ) ମାନଙ୍କ ଦସ୍ତାବିଜ କାଗଜ ପତ୍ର ଯାଞ୍ଚ ପରେ ବିକ୍ରୟ କରାଯାଇପାରିବ ।  ଅଣ ସହର ତଳି ଷ୍ଟେସନ ଗୃପ ୫ ଓ ୬ ଅନ୍ତର୍ଭୁକ୍ତ ଷ୍ଟେସନ ଗୁଡିକ ସାଧାରଣତଃ ଛୋଟ ଷ୍ଟେସନ ।  ପୂର୍ବତଟ ରେଳପଥ  ପରିସୀମା ମଧ୍ୟରେ ଅଣ ସହର ତଳି ଷ୍ଟେସନ ଗୃପ ୫ ଓ ୬ ଅନ୍ତର୍ଭୁକ୍ତ ଷ୍ଟେସନ ପ୍ରାୟ ୨୩୩ ଟି ମଧ୍ୟରୁ ୧୩୨ ଟି ଷ୍ଟେସନରେ ଷ୍ଟେସନ ଟିକେଟ ବୁକିଂ ଏଜେଣ୍ଟ ମାନଙ୍କୁ ନିୟୋଜିତ କରାଯାଇଅଛି । ଅନ୍ୟ ଷ୍ଟେସନ ଗୁଡିକରେ ମଧ୍ୟ ଷ୍ଟେସନ ଟିକେଟ ବୁକିଂ ଏଜେଣ୍ଟ ମାନଙ୍କୁ ନିୟୋଜିତ କରାଯାଇପାରେ ।  ଏଥିପାଇଁ ଖବର କାଗଜ ମାନଙ୍କରେ ନୋଟିସ ଅଥବା ବିଜ୍ଞାପନ ଦ୍ୱାରା ସୂଚିତ କରାଯିବ ।  ଆଶାୟୀ ପ୍ରାର୍ଥୀ ୧୮ ବର୍ଷରୁ ଉର୍ଦ୍ଧ ହୋଇଥିବା ଆବଶ୍ୟକ ଏବଂ ଏଥିପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ୧୦ମ ଶ୍ରେଣୀ ପାସ ହୋଇଥିବା ଆବଶ୍ୟକ ।

ଷ୍ଟେସନ ଟିକେଟ ବୁକିଂ ଏଜେଣ୍ଟ ମାନଙ୍କୁ ନିୟୋଜିତ କରାଯିବା ପରେ ସହାୟକ ଷ୍ଟେସନ ମାଷ୍ଟର (ଏଏସଏମ) ମାନେ ଟିକେଟ ବିକ୍ରୟ କାର୍ଯ୍ୟରୁ ନିବୃତ ରହିବେ ଏବଂ ସେମାନେ ଟ୍ରେନ ଚଳାଚଳ ସମ୍ବନ୍ଧୀୟ ସଂରକ୍ଷା କାର୍ଯ୍ୟ ସହିତ ଯାତ୍ରୀ ଓ ଟ୍ରେନ ଗୁଡିକର ସଂରକ୍ଷା ପ୍ରତି ବିଶେଷ ଧ୍ୟାନ ଦେବେ । ଏହି ଛୋଟ ଛୋଟ ଷ୍ଟେସନ ମାନଙ୍କରେ ଷ୍ଟେସନ ଟିକେଟ ବୁକିଂ ଏଜେଣ୍ଟ ମାନଙ୍କୁ କେବଳ ଟିକେଟ ବିକ୍ରି ପାଇଁ ନିୟୋଜିତ କରାଯାଉଥିବାରୁ ଯାତ୍ରୀମାନଙ୍କୁ ମଧ୍ୟ ଏଣିକି ଧାଡିରେ ଅପେକ୍ଷା କରିବାକୁ ପଡିବ ନାହିଁ ।

Categories
ଆଜିର ଖବର ଜାତୀୟ ଖବର

ପୂର୍ବତଟ ରେଳପଥ ମଧ୍ୟରେ ପ୍ରଭାବିତ ହେଉଥିବା ଟ୍ରେନ ସମ୍ବନ୍ଧରେ ଗୁରୁତ୍ବପୂର୍ଣ୍ଣ ସୂଚନା

ଭୁବନେଶ୍ବର: ଉତ୍ତର, କେନ୍ଦ୍ରୀୟ ଓ ଦକ୍ଷିଣ ପଶ୍ଚିମ ରେଳପଥ ପରିସୀମା ମଧ୍ୟରେ ସଂରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ କରାଯିବା ପାଇଁ ପୂର୍ବତଟ ରେଳପଥକୁ ଏବଂ ଏହାର ପରିସୀମାରୁ ଛାଡିବାକୁ ଥିବା କେତେକ ଟ୍ରେନ ବାତିଲ, ଆଂଶିକ ବାତିଲ ଓ ମାର୍ଗ ପରିବର୍ତ୍ତନ ହୋଇ ଚଳାଚଳ କରିବ।

ଉତ୍ତର ରେଳପଥର ହଜରତ ନିଜାମୁଦ୍ଦିନ-ପାଲୱାଲ ଷ୍ଟେସନ ମଧ୍ୟରେ, କେନ୍ଦ୍ରୀୟ ରେଳପଥର ସୋଲାପୁର ରେଳମଣ୍ଡଳରେ ଏବଂ ଦକ୍ଷିଣ ପଶ୍ଚିମ ରେଳପଥର ବାଙ୍ଗାଲୋର ରେଳମଣ୍ଡଳରେ ରେଳ ଭିତ୍ତିଭୂମି କାର୍ଯ୍ୟକ୍ଷମ କରିବା ପାଇଁ ସଂରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ପୂର୍ବତଟ ରେଳପଥକୁ ଆସୁଥିବା ଏବଂ ଏହାର ପରିସୀମାରୁ ଛାଡିବାକୁ ଥିବା କେତେକ ଟ୍ରେନ ବାତିଲ, ଆଂଶିକ ବାତିଲ ଓ ମାର୍ଗ ପରିବର୍ତ୍ତନ ହୋଇ ଚଳାଚଳ କରିବାକୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିମ୍ନ ଅନୁଯାୟୀ ସ୍ଥିର କରାଯାଇଅଛି।

ବାତିଲ ହେବାକୁ ଥିବା ଟ୍ରେନ:      

୦୧୮୦୭/୧୨୮୦୮ ବିଶାଖାପାଟଣା-ନିଜାମୁଦ୍ଦିନ-ବିଶାଖାପାଟଣା ସମତା ଏକ୍ସପ୍ରେସ ଭୟ ରାୟଗଡା-ଟିଟିଲାଗଡ଼-ରାଇପୁର ବିଶାଖାପାଟଣା ଠାରୁ ଫେବୃୟାରୀ ମାସ ୨୭ ତାରିଖ ଦିନ ଏବଂ ନିଜାମୁଦ୍ଦିନ ଠାରୁ ୨୯ ତାରିଖ ଦିନ ଉଭୟ ଦିଗରୁ ବାତିଲ ରହିବ।

ଆଂଶିକ ବାତିଲ ହେବାକୁ ଥିବା ଟ୍ରେନ: 

୧୮୫୧୯/୧୮୫୨୦ ବିଶାଖାପାଟଣା-ମୁମ୍ବାଇ ଏଲ.ଟି.ଟି.-ବିଶାଖାପାଟଣା ଏକ୍ସପ୍ରେସ ବିଶାଖାପାଟଣା ଠାରୁ ଫେବୃୟାରୀ ମାସ ୧୮ ରୁ ୨୫ ତାରିଖ ଏବଂ ଏଲ.ଟି.ଟି. ଠାରୁ ଫେବୃୟାରୀ ମାସ ୧୯ ରୁ ୨୬ ତାରିଖ ମଧ୍ୟରେ ଉଭୟ ଦିଗରୁ ପୁନେ ଓ ଏଲ.ଟି.ଟି ମଧ୍ୟରେ ବାତିଲ ରହିବ ଏବଂ ଏହା ସିକନ୍ଦରାବାଦ-ଲଟୁର ରୋଡ଼-କୁର୍ଦୁଭାଡ଼ି-ଦୋଣ୍ଡ ଷ୍ଟେସନ ମାର୍ଗରେ ଚଳାଚଳ କରିବ।

ଭୁବନେଶ୍ୱର ଠାରୁ ୧୬ ତାରିଖରେ ଛାଡିବାକୁ ଥିବା ଏବଂ ବାଙ୍ଗାଲୋର ଠାରୁ ୧୭ ତାରିଖରେ ଛାଡିବାକୁ ଥିବା ୧୮୪୬୩/୧୮୪୬୪ ଭୁବନେଶ୍ୱର-ବାଙ୍ଗାଲୋର-ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସ ଉଭୟ ଦିଗରୁ ଭୁବନେଶ୍ୱର ଓ ସତ୍ୟସାଇ ପ୍ରଶାନ୍ତି ନିଳୟମ ମଧ୍ୟରେ ଚଳାଚଳ କରିବ ଏବଂ ସତ୍ୟସାଇ ପ୍ରଶାନ୍ତି ନିଳୟମ ଓ ବାଙ୍ଗାଲୋର ମଧ୍ୟରେ ବାତିଲ ରହିବ।

ମିରଟ ସିଟି-ଖୁରଜା-ଆଗ୍ରା କ୍ୟାଣ୍ଟ ମାର୍ଗ ଦେଇ ପରିବର୍ତ୍ତିତ ମାର୍ଗରେ ଚଳାଚଳ କରିବାକୁ ଥିବା ଟ୍ରେନ :

୧୮୪୭୮/ ୧୮୪୭୭ ହରିଦ୍ୱାର-ପୁରୀ-ହରିଦ୍ୱାର କଳିଙ୍ଗ ଉତ୍କଳ ଏକ୍ସପ୍ରେସ ହରିଦ୍ୱାର ଠାରୁ ଫେବୃୟାରୀ ମାସ ୨୬, ୨୮, ୨୯ ଓ ମାର୍ଚ୍ଚ ମାସ ପହିଲା ଦିନ ଏବଂ ପୁରୀ ଠାରୁ ଫେବୃୟାରୀ ମାସ ୨୬ ଓ ୨୮ ତାରିଖ ଦିନ ପରିବର୍ତ୍ତିତ ମାର୍ଗ ମିରଟ ସିଟି-ଖୁରଜା-ଆଗ୍ରା କ୍ୟାଣ୍ଟ ମାର୍ଗରେ ଚଳାଚଳ କରିବ।

ସିକନ୍ଦରାବାଦ-ବିକାରାବାଦ-ଲାଟୁର ରୋଡ଼-କୁର୍ଦୁଭାଡ଼ି-ଦୌଣ୍ଡ ମାର୍ଗ ଦେଇ ପରିବର୍ତ୍ତିତ ମାର୍ଗରେ ଚଳାଚଳ କରିବାକୁ ଥିବା ଟ୍ରେନ :      

୧୧୦୨୦/୧୧୦୧୯ ଭୁବନେଶ୍ୱର-ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ଏକ୍ସପ୍ରେସ ଫେବୃୟାରୀ ମାସ ୧୮ ରୁ ୨୫ ତାରିଖ ମଧ୍ୟରେ ଉଭୟ ପାର୍ଶ୍ୱରୁ ପରିବର୍ତ୍ତିତ ମାର୍ଗ କନ୍ଦରାବାଦ-ବିକାରାବାଦ-ଲାଟୁର ରୋଡ଼-କୁର୍ଦୁଭାଡ଼ି-ଦୌଣ୍ଡ ମାର୍ଗ ଦେଇ ଚଳାଚଳ କରିବ।

୨୨୮୮୧/୨୨୮୮୨ ପୁନେ-ଭୁବନେଶ୍ୱର-ପୁନେ ଏକ୍ସପ୍ରେସ ଭୁବନେଶ୍ୱର ଠାରୁ ଫେବୃୟାରୀ ମାସ ୧୮ ଓ ୨୫ ତାରିଖ ଏବଂ ପୁନେ ଠାରୁ ୨୦ ତାରିଖ ଦିନ ଉଭୟ ପାର୍ଶ୍ୱରୁ ପରିବର୍ତ୍ତିତ ମାର୍ଗ କନ୍ଦରାବାଦ-ବିକାରାବାଦ-ଲାଟୁର ରୋଡ଼ ଓ କୁର୍ଦୁଭାଡ଼ି ମାର୍ଗ ଦେଇ ଚଳାଚଳ କରିବ। (ଏଜେନ୍ସି)

 

Categories
ଆଜିର ଖବର ରାଜ୍ୟ ଖବର

ଗଣତନ୍ତ୍ର ଦିବସ ଉପଲକ୍ଷେ ପୂର୍ବତଟ ରେଳବାଇର ସ୍ବତନ୍ତ୍ର ସାଜସଜା, ରଂଗୀନ ଆଲୋକରେ ଝଲସୁଛି ଅଫିସ

ଭୁବନେଶ୍ବର- ଗଣତନ୍ତ୍ର ଦିବସ ଉପଲକ୍ଷେ ଭୁବନେଶ୍ବରରେ ଥିବା ପୂର୍ବତଟ ରେଳବାଇ ତରଫରୁ ସ୍ବତନ୍ତ୍ର ସାଜସଜା କରାଯାଇଛି। ଭଳିକି ଭଳି ରଂଗୀନ ଆଲୋକମାଳାରେ ସାରା ଅଫିସକୁ ସଜାଇ ଦିଆଯାଇଛି। ରାଜ୍ୟବାହାରର ଏକ ଆଲୋକ ସଜା କଂପାନୀକୁ ଏହି ଦାୟିତ୍ବ ଦିଆଯାଇଛି।

ରେଳ ବିଭାଗ ତରଫରୁ ପ୍ରତି ବର୍ଷ ଅଗଷ୍ଟ ପନ୍ଦର ଏବଂ ଜାନୁୟାରୀ 26ରେ ଅଫିସକୁ ବେଶ ସାଜସଜା କରାଯାଇଥାଏ। ଚଳିତ ବର୍ଷ ଅଫିସ ବିଲିଡିଂକୁ ଏକ ସ୍ବତନ୍ତ ଆଲୋକରେ ସଜା ଯାଇଛି। ସେହିପରି ଅଫିସ ବଗିଚାକୁ ମଧ୍ୟ ରଂଗୀନ ଆଲୋକରେ ସଜାଯାଇଛି। ଏଥିରେ ଲାଇଟିଂ ଫାଉଣ୍ଟେନ ସହିତ ରୋଲିଂ ଲାଇଟ ବେଶ୍ ଆକର୍ଷଣୀୟ ଦେଖାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ଉତ୍ତର ଭାରତରେ ଘନ କୁହୁଡି ଯୋଗୁଁ ଟ୍ରେନ ଚଳାଚଳରେ ବିଳମ୍ବ ସମ୍ଭାବନା : ରେଳବାଇ ପକ୍ଷରୁ ହେଲ୍ପଲାଇନ୍‌ ନମ୍ବର ଜାରି

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର,03/01: ଉତ୍ତର ଭାରତରେ ଘନ କୁହୁଡି ଯୋଗୁଁ ଟ୍ରେନ ଚଳାଚଳ ବିଳମ୍ବିତ ହେବାର ସମ୍ଭାବନା ଦେଖାଦେଇଛି । ଫଳରେ ଯାତ୍ରୀମାନେ ଯେପରି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପାଇଁ ଏକ ହେଲ୍ପଲାଇନ୍‌ ନମ୍ବର ଜାରି କରାଯାଇଛି । ଘନ କୁହୁଡି ସମୟରେ ରେଳବାଇ ପକ୍ଷରୁ କେତେକ ଟ୍ରେନକୁ ବାତିଲ ଅଥବା ସମୟରେ ପରିବର୍ତ୍ତନ କରାଯାଇପରେ । 139 ନମ୍ବରରେ କଲ୍‌ କରି ଯାତ୍ରୀମାନେ ସବିଶେଷ ତଥ୍ୟ ହାସଲ କରିପାରିବେ ବୋଲି ଜଣାପଡିଛି । ଏ ନେଇ ପୂର୍ବତଟ ରେଳବାଇ ପକ୍ଷରୁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ।
ମାତ୍ରାଧିକ କୁହୁଡିରେ ଟ୍ରେନ ଡ୍ରାଇଭର ମାନେ ପରିସ୍ଥିତିକୁ ଦେଖି ଟ୍ରେନ ଚଳାଚଳ କରିବାକୁ ଏବଂ ଦରକାର ହେଲେ ଟ୍ରେନ ମାନଙ୍କର ବେଗ କମାଇବାକୁ ରେଳବାଇ ପକ୍ଷରୁ ଚାଳକ ମାନଙ୍କୁ ନିର୍ଦେଶ ଦିଆଯାଇଛି I

ଘନ କୁହୁଡି ଯୋଗୁଁ ପୂର୍ବତଟ ରେଳପଥର ଟ୍ରେନ ଗୁଡିକ ଉତ୍ତର କେନ୍ଦ୍ରୀୟ ଅଞ୍ଚଳରେ ପ୍ରଭାବିତ ହେବାର ଆଶଙ୍କା ଅଧିକ I ବହୁ ଗୁରୁତ୍ୱପୁର୍ଣ ଟ୍ରେନ ଯଥା ପୁରୁଷୋତ୍ତମ, ନୀଳାଚଳ, ନନ୍ଦନକାନନ, ସମ୍ପର୍କ କ୍ରାନ୍ତି, ଦୁରନ୍ତ, କଳିଙ୍ଗ ଉତ୍କଳ, ଅନୁଗୁଳ ଓ ଝାରସୁଗୁଡା ମାର୍ଗ ଦେଇ ଚଳାଚଳ କରୁଥିବା ସୁପରଫାଷ୍ଟ ଓ ରାଜଧାନୀ ଟ୍ରେନ ଗୁଡିକର ଚଳାଚଳ ସମୟରେ ପ୍ରଭାବିତ ହେବ I ଏହି ସମୟରେ ଟ୍ରେନ ଗୁଡିକର ମାତ୍ରାଧିକ ବିଳମ୍ବ ଯୋଗୁଁ ସଂଯୋଗ ଟ୍ରେନ ଗୁଡିକ ଉପରେ ମଧ୍ୟ ଏହା ପ୍ରଭାବ ପକାଇବାର ଆଶଙ୍କା କରାଯାଉଛି I ସେହିପରି ଟିକଟ କରିବା ସମୟରେ ନମ୍ବର ପଞ୍ଜୀକୃତ କରିଥିଲେ ଟ୍ରେନ୍‌ର ବିଳମ୍ବ ନେଇ ଏସ୍‌ଏମ୍‌ଏସ୍‌ ଜରିଆରେ ସୂଚନା ପ୍ରଦାନ କରାଯିବ ବୋଲି ଜଣାପଡିଛି । ଏହା ସହିତ 139 ନମ୍ବରରେ ମଧ୍ୟ ଯାତ୍ରୀ ସୂଚନା ପାଇପାରିବେ ଏବଂ ଯାତ୍ରୀଙ୍କ ସମୟ ଅପଚୟ ହେବ ନାହିଁ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି ।