Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଭାରତୀୟ ରେଳବାଇ କେବଳ ଏପ୍ରିଲ୍ ମାସରେ ୧୨୨.୨ ନିୟୁତ ଟନ ପଣ୍ୟ ପରିବହନ କରି ରେକର୍ଡ
ଜାତୀୟ ଖବର

ଭାରତୀୟ ରେଳବାଇ କେବଳ ଏପ୍ରିଲ୍ ମାସରେ ୧୨୨.୨ ନିୟୁତ ଟନ ପଣ୍ୟ ପରିବହନ କରି ରେକର୍ଡ

May 4, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭାରତୀୟ ରେଳବାଇ କେବଳ ଏପ୍ରିଲ୍ ମାସରେ ୧୨୨.୨ ନିୟୁତ ଟନ ପଣ୍ୟ ପରିବହନ କରି ରେକର୍ଡ

ଭୁବନେଶ୍ବର: ୨୦୨୧-୨୨ ମସିହାରେ ମାଲ ପରିବହନରେ ସର୍ବଶ୍ରେଷ୍ଠ ପ୍ରଦର୍ଶନକୁ ପଞ୍ଜୀକୃତ କରିଥିବା ଭାରତୀୟ ରେଳବାଇ ଏପ୍ରିଲ୍ ମାସରେ ପୂର୍ବ ବର୍ଷର ଗତିକୁ ଆଗକୁ ବଢ଼ାଇ ଦେଇଛି। ୨୦୨୧ ଏପ୍ରିଲ୍ ମାସରେ ଭାରତୀୟ ରେଳବାଇ ୧୧୧.୬୪ ନିୟୁତ ଟନ ପଣ୍ୟ ପରିବହନ କରିଥିବା ବେଳେ ୨୦୨୨ ଏପ୍ରିଲ୍ ମାସରେ ୧୨୨.୨ ନିୟୁତ ଟନ ପଣ୍ୟ ପରିବହନ କରି ପୂର୍ବ ବର୍ଷ ଏପ୍ରିଲ୍ ଅପେକ୍ଷା ୧୦.୫ ନିୟୁତ ଟନ ଅର୍ଥାତ ୯.୫% ଅଭିବୃଦ୍ଧି କରି ପରିବହନ କ୍ଷେତ୍ରରେ ରେକର୍ଡ କରିଛି।

ଏହି ସଫଳତା ସହିତ, ଭାରତୀୟ ରେଳବାଇ ୨୦ ମାସର ସର୍ବଶ୍ରେଷ୍ଠ ମାସିକ ଆକଳନକୁ ପଞ୍ଜୀକୃତ କରିଛି ଏବଂ ସେପ୍ଟେମ୍ବର ୨୦୨୦ ରେ ଆରମ୍ଭ ହୋଇଥିବା ଧାରା ପ୍ରତ୍ୟେକ ମାସର ମାସିକ ମାଲ ପରିବହନ ଲୋଡିଙ୍ଗର ନୂତନ ରେକର୍ଡ ସହିତ ଅପରାଜିତ ରହିଆସିଛି। ଏପ୍ରିଲ୍ ୨୨ ରେ ଭାରତୀୟ ରେଳ ମାଧ୍ୟମରେ ବୁକ୍ ହୋଇଥିବା ନେଟ୍ ଟନ୍ କିଲୋମିଟର ମଧ୍ୟ ଏପ୍ରିଲ୍ ୨୧ ରେ ୬୨.୬ ବିଲିୟନରୁ ଏପ୍ରିଲ୍ ୨୨ ରେ ୭୩.୭ ବିଲିୟନକୁ ବୃଦ୍ଧି ପାଇଛି ଯାହାକି ୧୭.୭% ଅଭିବୃଦ୍ଧି ଅଟେ।

ଏହି ଅଭିବୃଦ୍ଧି କୋଇଲାରେ ୫.୮ ନିୟୁତ ଟନର ବର୍ଦ୍ଧିତ ଲୋଡିଂ ଦ୍ୱାରା ହୋଇଥିବାବେଳେ ଖାଦ୍ୟ ଶସ୍ୟରେ ୩.୩ ନିୟୁତ ଟନ ଏବଂ ଫର୍ଟିଲାଇଜର ୧.୩ ନିୟୁତ ଟନ ଅଭିବୃଦ୍ଧି ପାଇଛି। ଇସ୍ପାତ ପାଇଁ କଞ୍ଚାମାଲ ବ୍ୟତୀତ ସମସ୍ତ ଦ୍ରବ୍ୟ ଗତ ବର୍ଷର ଅନୁରୂପ ଅବଧିରେ ଅଭିବୃଦ୍ଧି ପଞ୍ଜିକୃତ କରିଛି। ଦୈନିକ ବୋଝେଇ ହୋଇଥିବା ୱାଗନ୍ କ୍ଷେତ୍ରରେ ମଧ୍ୟ ୯.୨% ଅଭିବୃଦ୍ଧି ଘଟିଛି ଏବଂ ଗତ ବର୍ଷ ଏପ୍ରିଲ୍ ମାସରେ ପ୍ରତିଦିନ ୬୬୦୨୪ ବୋଝେଇ ତୁଳନାରେ ସଦ୍ୟ ସମାପ୍ତ ଏପ୍ରିଲ ମାସରେ ୬୦୪୩୪ ୱାଗନ୍ ପଣ୍ୟ ବୋଝେଇ କରିଛି।

ଦେଶରେ ଅର୍ଥନୈତିକ କାର‌୍ୟ୍ୟକଳାପର ପୁନରୁତ୍ଥାନ ଏବଂ ଆମଦାନୀ ହୋଇଥିବା କୋଇଲା ଭିତ୍ତିକ ଉତ୍ପାଦନରେ ହ୍ରାସ (କୋଇଲା ର ଆନ୍ତର୍ଜାତୀୟ ମୂଲ୍ୟ ହେତୁ) ଘରୋଇ କୋଇଲା ଚାହିଦା ବହୁ ପରିମାଣରେ ବୃଦ୍ଧି ପାଇଛି ଯାହା ରେଳବାଇ ଦ୍ୱାରା କ୍ରମାଗତ ଭାବରେ ପୂରଣ ହୋଇଛି ଜ୍ଝ ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ସେପ୍ଟେମ୍ବର ୨୧ ରୁ ମାର୍ଚ୍ଚ ୨୨ ମଧ୍ୟରେ ଭାରତୀୟ ରେଳବାଇ ପାୱାର ହାଉସରେ କୋଇଲା ଲୋଡିଂକୁ ୩୨% ବୃଦ୍ଧି କରିଛି।

ଏହି ଧାରା ଏପ୍ରିଲରେ ମଧ୍ୟ ଜାରି ରହିଛି ଏବଂ ସାମଗ୍ରିକ କୋଇଲା ବୋଝେଇ ଏପ୍ରିଲ୍ ’୨୨ ରେ ଏକ ସୁସ୍ଥ ଅଭିବୃଦ୍ଧି ପଞ୍ଜିକରଣ କରିଛି ଯାହାକି ଅଧିକ କୋଇଲା (ଉଭୟ ଘରୋଇ ଏବଂ ଆମଦାନୀ) ଲୋଡିଙ୍ଗ୍ ସହିତ ଅଧିକ ନେଟ୍ ଟନ୍ କିଲୋମିଟର ସୃଷ୍ଟି କରିଛି। ଏପ୍ରିଲ୍ ୨୨ ରେ କୋଇଲା ବୋଝେଇରେ ପୂର୍ବ ଆର୍ଟିକ ବର୍ଷର ଏପ୍ରିଲ ମାସ ତୁଳନାରେ ୧୧% ଅଭିବୃଦ୍ଧି ଘଟିଛି, ଏପ୍ରିଲ୍ ୨୧ ରେ ୯% ଅଭିବୃଦ୍ଧି ଏବଂ ନେଟ୍ ଟନ୍ କିଲୋମିଟର ଗୁଡ଼ିକ ୨୦% ରୁ ଅଧିକ ବୃଦ୍ଧି ପାଇଛି ଜ୍ଝ ଏପ୍ରିଲ୍ ୨୨ ରେ ପାୱାର ହାଉସ୍ ପାଇଁ ଘରୋଇ କୋଇଲା ଲୋଡିଂ ମଧ୍ୟ ୧୮.୮% ଅଭିବୃଦ୍ଧି ସହିତ ଯଥେଷ୍ଟ ବୃଦ୍ଧି ପାଇଛି।

ଫୁଡ କର୍ପୋରେସନ ଅଫ ଇଣ୍ଡିଆ (ଏଫସିଆଇ) ଦ୍ୱାରା କ୍ରୟ କ୍ଷେତ୍ରରେ ବଳିଷ୍ଠତା ଏବଂ ଗହମର ରପ୍ତାନି ପାଇଁ ଚାହିଦା ଦ୍ୱାରା ସମର୍ଥିତ ଖାଦ୍ୟ ଶଷ୍ୟ ପରିବହନ ଏପ୍ରିଲରେ ୯୫% ଅଭିବୃଦ୍ଧି ଘଟିଛି। ଅଧିକନ୍ତୁ, ସାରଗୁଡ଼ିକର ବୋଝେଇରେ ୫୩% ବୃଦ୍ଧି ଘଟିଛି। କଣ୍ଟେନର ପରିବହନ କ୍ଷେତ୍ରରେ ଘରୋଇ କଣ୍ଟେନର ସେଗମେଣ୍ଟ ଅପେକ୍ଷା ୧୦% ରୁ ଅଧିକ ସହିତ ସମୁଦାୟ ୨୫% ରୁ ଅଧିକ କଣ୍ଟେନର ସେଗମେଣ୍ଟ ଅଭିବୃଦ୍ଧି ହୋଇଛି।

eastcoastrailway ମାଲ ପରିବହନ
Share. Facebook Twitter LinkedIn Email WhatsApp Copy Link

Related Posts

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

ରାସନ ସଂଗ୍ରହ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ସରକାର: ଲମ୍ବା ଧାଡ଼ିରୁ ମିଳିବ ମୁକ୍ତି

June 22, 2026

ସାମ୍ବାଦିକଙ୍କୁ ଭତ୍ତା, ୧ ଲକ୍ଷ ନିଯୁକ୍ତି: ଶୁଭେନ୍ଦୁ ସରକାରଙ୍କ ଦ୍ୱାରା ଅନେକ ବଡ଼ ଘୋଷଣା

June 22, 2026
Latest News

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

ରାସନ ସଂଗ୍ରହ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ସରକାର: ଲମ୍ବା ଧାଡ଼ିରୁ ମିଳିବ ମୁକ୍ତି

June 22, 2026

ସାମ୍ବାଦିକଙ୍କୁ ଭତ୍ତା, ୧ ଲକ୍ଷ ନିଯୁକ୍ତି: ଶୁଭେନ୍ଦୁ ସରକାରଙ୍କ ଦ୍ୱାରା ଅନେକ ବଡ଼ ଘୋଷଣା

June 22, 2026

କେବେ ପ୍ରକାଶ ପାଇବ CBSE ଫଳାଫଳ: ବଡ଼ ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.