ଓଡିଶା ମଧ୍ୟ ଦେଇ ଉତ୍ତର ପୂର୍ବାଞ୍ଚଳରୁ ଦକ୍ଷିଣ ଭାରତକୁ ଚାଲିବ ଦୁଇଟି ନୂଆ ସ୍ବତନ୍ତ୍ର ଟ୍ରେନ

Published: Jun 16, 2021, 11:13 pm IST

ଭୁବନେଶ୍ବର, ପୂର୍ବତଟ ରେଳପଥର ଓଡିଶା ମଧ୍ୟ ଦେଇ ଉତ୍ତର ପୂର୍ବାଞ୍ଚଳରୁ ଦକ୍ଷିଣ ଭାରତକୁ ଦୁଇଟି ସ୍ବତନ୍ତ୍ର ଟ୍ରେନ ଚଳାଚଳ କରାଇବାକୁ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ସେହି ଅନୁସାରେ ଏହି ଦୁଇଟି ଟ୍ରେନ ଯେଉଁ ନିର୍ଦ୍ଧାରିତ ସମୟରେ ଛାଡିବ ତାହା ହେଲା..

୦୨୫୧୬/୦୨୫୧୫ ସୀଲଚାର-କୋଏମ୍ବାଟୁର-ସୀଲଚାର ସ୍ବତନ୍ତ୍ର ଟ୍ରେନ ସୀଲଚାରରୁ ୨୨ ଜୁନ୍ ଠାରୁ ପ୍ରତ୍ୟେକ ମଙ୍ଗଳବାର ଦିନ ରାତ୍ର ୮ଘ.୧୦ମି,ରେ ଛାଡିବାକୁ ଥିବାବେଳେ ଏହା କୋଏମ୍ବାଟୁରରୁ ୨୭ ଜୁନ୍ ଠାରୁ ପ୍ରତ୍ୟେକ ରବିବାର ରାତ୍ରି ୯ଘ.୪୫ମି.ରେ ଛାଡି ପରବର୍ତ୍ତୀ ଆଦେଶ ପର‌୍ୟ୍ୟନ୍ତ ଚଳାଚଳ କରିବ।

ଏହି ଟ୍ରେନ ସୀଲଚାର-କୋଏମ୍ବାଟୁର ମଧ୍ୟରେ ଉଭୟ ପାର୍ଶ୍ୱରୁ ଗୌହାଟୀ, ନ୍ୟୁ ଜଲପାଇଗୁଡି, ରାମପୁର ହାଟ, ଡାଙ୍କୁଣୀ, ଖଡ଼ଗ୍ପୁର, ଭୁବନେଶ୍ୱର, ବିଶାଖାପାଟନମ୍, ବିଜୟୱାଡା, ଆରାକୋନମ୍, ସାଲେମ୍ ସହିତ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ମାନଙ୍କରେ ରହଣି କରିବ।

୦୫୬୩୦/୦୫୬୨୯ ସୀଲଘାଟ-ତାମ୍ବରମ-ସୀଲଘାଟ ସ୍ବତନ୍ତ୍ର ଟ୍ରେନ ସୀଲଘାଟ ଷ୍ଟେସନରୁ ୨୫ ଜୁନ୍ ଠାରୁ ପ୍ରତି ଶୁକ୍ରବାର ଦିନ ପୂର୍ବାହ୍ନ ୧୦ଘ.୦୫ମି.ରେ ଛାଡିବାକୁ ଥିବାବେଳେ ଏହା ତାମ୍ବରମରୁ ୨୮ ଜୁନ୍, ୨୦୨୧ ଠାରୁ ପ୍ରତି ସୋମବାର ସନ୍ଧ୍ୟା ୬ଘ.୫୫ମି.ରେ ପରବର୍ତ୍ତୀ ଆଦେଶ ପର‌୍ୟ୍ୟନ୍ତ ଚଳାଚଳ କରିବ।

ଏହି ଟ୍ରେନ ସୀଲଘାଟ-ତାମ୍ବରମ ମଧ୍ୟରେ ଉଭୟ ପାର୍ଶ୍ୱରୁ ଗୌହାଟୀ, ନ୍ୟୁ ଜଲପାଇଗୁଡି, ରାମପୁର ହାଟ, ଆସାନସୋଲ, ଟାଟା, ହିଜଲି, ଭୁବନେଶ୍ୱର, ବିଶାଖାପାଟନମ୍, ବିଜୟୱାଡା, ଚେନ୍ନାଇ ଏଗମୋର୍ ସହିତ ଅନ୍ୟାନ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ମାନଙ୍କରେ ରହଣି କରିବ।

Related posts