Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସର୍ବୋଚ୍ଚ ମାଲ ପରିବହନ ରେକର୍ଡକୁ ଅତିକ୍ରମ କଲା ପୂର୍ବତଟ ରେଳପଥ

ଭୁବନେଶ୍ଵର: ପୂର୍ବତଟ ରେଳପଥ 2023-24 ଆର୍ଥିକ ବର୍ଷରେ ପଣ୍ୟ ପରିବହନରେ ଭାରତୀୟ ରେଳର ସମସ୍ତ ରେକର୍ଡକୁ ଅତିକ୍ରମ କରିଛି। 1 ଏପ୍ରିଲ, 2023 ରୁ 25 ମାର୍ଚ୍ଚ 2024 ମଧ୍ୟରେ ପୂର୍ବତଟ ରେଳପଥ 250 ନିୟୁତ ଟନ୍ ପଣ୍ୟ ପରିବହନ କରି 2022-23 ଆର୍ଥିକ ବର୍ଷର ସର୍ବୋଚ୍ଚ ମାଲ ପରିବହନ ରେକର୍ଡକୁ ଅତିକ୍ରମ କରିଛି। କ୍ରମାଗତ 5 ଥର ପାଇଁ 200 ମିଲିୟନ୍ ଟନ୍ ପଣ୍ୟ ବୋଝେଇ କ୍ଷେତ୍ରରେ ପୂର୍ବତଟ ରେଳପଥ ମାଇଲ ଖୁଣ୍ଟ ଅତିକ୍ରମ କରିବାରେ ମଧ୍ୟ ପ୍ରଥମ ଜୋନ୍ ହୋଇପାରିଛି। ପୂର୍ବତଟ ରେଳପଥର ତିନୋଟି ରେଳ ମଣ୍ଡଳ ଦ୍ୱାରା ଉତ୍ତମ ପ୍ରଦର୍ଶନ ପାଇଁ ଏହି ଲକ୍ଷ ହାସଲ ହୋଇପାରିଛି।

2019-20 ଆର୍ଥିକ ବର୍ଷରେ 200 ନିୟୁତ ଟନ ପଣ୍ୟ ବୋଝେଇ କରିବା ପାଇଁ ପୂର୍ବ ତଟ ରେଳବାଇ ଅବିଭକ୍ତ ଦକ୍ଷିଣ ପୂର୍ବ ରେଳପଥ ପରେ ଦ୍ୱିତୀୟ ରେଳ ଜୋନ୍ ଥିଲା। ଆଜି ଏହା 250 ନିୟୁତ ଟନ ପଣ୍ୟ ପରିବହନ କରିଥିବା ପ୍ରଥମ ରେଳ ଜୋନ୍ ହୋଇପାରିଛି।

2023-24 ଆର୍ଥିକ ବର୍ଷରେ, ପୂର୍ବତଟ ରେଳପଥ 149.50 ନିୟୁତ ଟନ୍ କୋଇଲା, 12.9 ନିୟୁତ ଟନ୍ ଇସ୍ପାତ କାରଖାନାକୁ କଞ୍ଚାମାଲ ପରିବହନ, 20.15 ନିୟୁତ ଟନ୍ ଷ୍ଟିଲ୍ ଆଣ୍ଡ ସ୍ଲାଗ୍, 37.4 ନିୟୁତ ଟନ୍ ଲୁହାପଥର, 1.21 ନିୟୁତ ଟନ୍ ସିମେଣ୍ଟ, 3.16 ନିୟୁତ ଟନ୍ ଖାଦ୍ୟ ଶସ୍ୟ ପରିବହନ କରିଥିବାବେଳେ 6.4 ନିୟୁତ ଟନ୍ ସାର, 3.0 ନିୟୁତ ଟନ୍ ଖଣିଜ ତୈଳ ଏବଂ ଏହା ସହିତ କଣ୍ଟେନର ଏବଂ ଅନ୍ୟାନ୍ୟ ସାମଗ୍ରୀରେ 23.27 ନିୟୁତ ଟନ୍ ପଣ୍ୟ ପରିବହନ କରାଯାଇ ପାରିଛି। ଗତ ବର୍ଷର ସମାନ ସମୟ ଅବଧି ତୁଳନାରେ ଏହା 6% ରୁ ଅଧିକ ପଣ୍ୟ ପରିବହନ କରିପାରିଛି।

ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ଼, ରେଳ ମଣ୍ଡଳ 156.17 ନିୟୁତ ଟନ୍ ପଣ୍ୟ ବୋଝେଇ କରିଥିବାବେଳେ ୱାଲଟିୟର ରେଳ ମଣ୍ଡଳ 74.66 ନିୟୁତ ଟନ୍ ଏବଂ ସମ୍ବଲପୁର ରେଳ ମଣ୍ଡଳ ଦ୍ୱାରା 19.20 ନିୟୁତ ଟନ୍ ଯୋଗଦାନ କରିଛି। ସମସ୍ତ ତିନୋଟି ରେଳ ମଣ୍ଡଳ ପୂର୍ବ ବର୍ଷ ତୁଳନାରେ ଭଲ ପ୍ରଦର୍ଶନ କରିଛନ୍ତି ଏବଂ ସେମାନଙ୍କର ଗତ ବର୍ଷର ପଣ୍ୟ ବୋଝେଇ ଆକଳନକୁ ଅତିକ୍ରମ କରିଛନ୍ତି।

ତାଳଚେରରେ ଏମସିଏଲର କୋଇଲା କ୍ଷେତ୍ର, ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଥିବା ପାଞ୍ଚଟି ବନ୍ଦର, ଯଥା ପାରାଦୀପ, ଧାମରା, ଭାଇଜାଗ, ଗଙ୍ଗାଭରମ ଏବଂ ଗୋପାଳପୁର; ଛତିଶଗଡର ବୈଲାଡିଲାରେ ଲୁହାପଥର ଖଣି, ବୃହତ ଇସ୍ପାତ ଏବଂ ଆଲୁମିନିୟମ କମ୍ପାନୀ, କେନ୍ଦୁଝର ଜିଲ୍ଲାର ଲୁହାପଥର ଖଣି ଏହି ସଫଳତା ପାଇଁ ପ୍ରମୁଖ ଯୋଗଦାନ ଦେଇଛନ୍ତି।

ବିଭିନ୍ନ ପ୍ରତିକୂଳ ପରିସ୍ଥିତି ସତ୍ୱେ ସରକାରୀ ସହଭାଗିତା ଏବଂ ଶିଳ୍ପାନୁଷ୍ଠାନ ସହିତ ସଠିକ୍ ଯୋଜନା ଏବଂ ସମନ୍ୱୟ ସହିତ ପୂର୍ବତଟ ରେଳପଥର ଉଲ୍ଲେଖନୀୟ ପ୍ରଦର୍ଶନ ଦ୍ୱାରା ଏହି ଉଲ୍ଲେଖନୀୟ ପଣ୍ୟ ବୋଝେଇ ହାସଲ କରାଯାଇଛି।

ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମାଙ୍କ ନେତୃତ୍ୱରେ ପୂର୍ବତଟ ରେଳପଥ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ମହାପ୍ରବନ୍ଧକ ଶ୍ରୀ ଶର୍ମା ପ୍ରଥମ ଦିନରୁ ଏହାର କର୍ମଚାରୀ ମାନଙ୍କୁ ଉତ୍ସାହିତ କରି ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସକରାତ୍ମକ ମନୋଭାବ ଏବଂ ନିରନ୍ତର କଠିନ ପରିଶ୍ରମ ସହିତ ସଠିକ୍ ଚିନ୍ତାଧାରା ଏହି ରେଳବାଇ ଜୋନ ପାଇଁ ସଫଳତା ଆଣିଦେଇଛି ବୋଲି ଶ୍ରୀ ଶର୍ମା କହିଛନ୍ତି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

200 ନିୟୁତ ଟନ୍ ପଣ୍ୟ ବୋଝେଇକୁ ମାତ୍ର 295 ଦିନରେ ଅତିକ୍ରମ କଲା ପୂର୍ବତଟ ରେଳପଥ

ଭୁବନେଶ୍ଵର: ପୂର୍ବତଟ ରେଳପଥ 2023-24 ଆର୍ଥିକ ବର୍ଷରେ ମାଲ ପରିବହନରେ ଭାରତୀୟ ରେଳର ସମସ୍ତ ରେକର୍ଡକୁ ଅତିକ୍ରମ କରିଛି। 1 ଏପ୍ରିଲ, 2023 ରୁ 22 ଜାନୁୟାରୀ, 2024 ପର୍ଯ୍ୟନ୍ତ ଏହି ରେଳପଥ 202.111 ନିୟୁତ ଟନ୍ ପଣ୍ୟ ପରିବହନ କରିଛି ଯାହାକି ଗତ ଆର୍ଥିକ ବର୍ଷରେ ଅର୍ଥାତ୍ 2022-23 ଆର୍ଥିକ ବର୍ଷରେ ସମାନ ସମୟ ମଧ୍ୟରେ 191.39 ନିୟୁତ ଟନ୍ ସର୍ବାଧିକ ମାଲ ଲୋଡିଂର ପୂର୍ବ ରେକର୍ଡକୁ ଭଙ୍ଗ କରିଛି। ଏହା ଦ୍ୱାରା ପୂର୍ବତଟ ରେଳପଥ କ୍ରମାଗତ ଭାବେ ପଞ୍ଚମ ଥର ପାଇଁ 200 ନିୟୁତ ଟନ୍ ପଣ୍ୟ ବୋଝେଇର ମାଇଲଖୁଣ୍ଟ ଅତିକ୍ରମ କରିବାରେ ପ୍ରଥମ ରେଳ ଜୋନ ଭାବେ ଧାରା ବଜାୟ ରଖିଛି। ପୂର୍ବତଟ ରେଳପଥର ତିନୋଟି ରେଳ ମଣ୍ଡଳ ଦ୍ୱାରା ହାସଲ ହୋଇଥିବା ଚମତ୍କାର ପ୍ରଦର୍ଶନରେ ବହୁ ଅବଦାନ ଦେଇଛି।

2023-24 ଆର୍ଥିକ ବର୍ଷରେ ପୂର୍ବ ତଟ ରେଳପଥ 121.747 ନିୟୁତ ଟନ କୋଇଲା, 10.65ନିୟୁତ ଟନ ର କଞ୍ଚାମାଲ ଇସ୍ପାତ କାରଖାନାକୁ, 16.398 ନିୟୁତ ଟନ ପିଗ ଆଇରନ୍ ଏବଂ ଉତ୍ପାଦ ଇସ୍ପାତ, 24.018 ନିୟୁତ ଟନ ଲୁହାପଥର, 1.192 ନିୟୁତ ଟନ ସିମେଣ୍ଟ, 2.415 ନିୟୁତ ଟନର ଖାଦ୍ୟ ଶସ୍ୟ, 5.235 ନିୟୁତ ଟନ ସାର, 2.425 ନିୟୁତ ଟନ ଖଣିଜ ତେଲ, କଣ୍ଟେନରରେ 3.774 ନିୟୁତ ଟନ ମାଲ ପରିବହନ ଏବଂ 14.358 ନିୟୁତ ଟନର ଅନ୍ୟାନ୍ୟ ସାମଗ୍ରୀ ବୋଝେଇ କରିଛି।

ବିଭିନ୍ନ ବାଧାବିଘ୍ନ ସତ୍ୱେ ପୂର୍ବତଟ ରେଳପଥର ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ଏହାର ମାନବ ଶକ୍ତି ବ୍ୟବହାର ସହିତ ସରକାରୀ ଓ ଶିଳ୍ପ ସଂସ୍ଥା ସହିତ ଅନ୍ୟାନ ଭାଗିଦାରୀ ମାନଙ୍କ ସହିତ ସଠିକ୍ ଯୋଜନା ଏବଂ ସମନ୍ୱୟ ଗଢି ଏହି ଉଲ୍ଲେଖନୀୟ ପଣ୍ୟ ବୋଝେଇ ହାସଲ କରାଯାଇଛି।

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମାଙ୍କ ନେତୃତ୍ୱରେ ଏହି ରେଳ ଜୋନ୍ ପଣ୍ୟ ପରିବହନ କ୍ଷେତ୍ରରେ ଦକ୍ଷତା ଅର୍ଜନ କରିଛି। ମହାପ୍ରବନ୍ଧକ ପ୍ରଥମ ଦିନରୁ ଏହାର କର୍ମଚାରୀଙ୍କୁ ଉତ୍ସାହିତ କରିବା ସହିତ ଏବଂ ପ୍ରୋତ୍ସାହନ ଦେଇଆସୁଛନ୍ତି। ସକାରାତ୍ମକ ମନୋଭାବ ଏବଂ ନିରନ୍ତର କଠିନ ପରିଶ୍ରମ ସହିତ ସଠିକ୍ ଚିନ୍ତାବ୍ୟକ୍ତ ପୂର୍ବତଟ ରେଳପଥକୁ କଠିନ ମାଇଲ୍ଖୁଣ୍ଟ ଅତିକ୍ରମ କରିବାପାଇଁ ସହାୟକ ହୋଇପାରିଛି।