Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ଷ୍ଟେସନରୁ ଗଞ୍ଜେଇ ଜବତ: ଅଭିଯୁକ୍ତଙ୍କୁ ଗିରଫ କଲା ଆରପିଏଫ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ଆରପିଏଫ ଆଜି ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ଖୋର୍ଦ୍ଧା ଜିଆରପିକୁ ହସ୍ତାନ୍ତର କରିଛି। ଅଭିଯୁକ୍ତ ଜଣକ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳର ରବି ମହାନ୍ତି (୪୦) ବୋଲି ଜଣାପଡିଛି।

ଖବର ମୁତାବକ ଗତକାଲି ବାଲୁଗାଁ ଆରପିଏଫ ଆଇଆଇସି ଜିତେନ୍ଦ୍ର ମୌର୍ଯ୍ୟଙ୍କ ନେତୃତ୍ୱରେ ବାଲୁଗାଁ ରେଳ ଷ୍ଟେସନ ପରିସରରେ ଚଢ଼ାଉ ଚାଲିଥିବା ବେଳେ ୪ ନମ୍ବର ପ୍ଲାଟଫର୍ମର ଶେଷ ଭାଗରେ ରବି ସଂନ୍ଦିଗ୍ଧ ଅବସ୍ଥାରେ ଏକ ନାଲି ରଙ୍ଗ ଟ୍ରଲି ବ୍ୟାଗ ଧରି ବୁଲୁଥିବାର ଦେଖିବାକୁ ପାଇଥିଲେ। ତାଙ୍କ ବ୍ୟାଗ ତାଲାସି ନିଆଯିବାରୁ ତନ୍ମଧ୍ୟରୁ ୧୪ କେଜି ଗଞ୍ଜେଇ ଜବତ କରାଯାଇଥିଲା। ଜବତ ଗଞ୍ଜେଇର ମୂଲ୍ୟ ୧ ଲକ୍ଷ ୪୪ ହଜାର ଟଙ୍କା ହେବ ବୋଲି ଜଣାପଡିଛି। ଏହି ପରିପ୍ରେକ୍ଷୀରେ ଆରପିଏଫ ଅଭିଯୁକ୍ତ ରବିଙ୍କୁ ଗିରଫ କରି ଆଜି ଖୋର୍ଦ୍ଧା ରୋଡ ଜିଆରପିକୁ ହସ୍ତାନ୍ତର କରିଛି।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ଷ୍ଟେସନରେ ମାଲବାହୀ ଟ୍ରେନରୁ ବାହାରିଲା ଧୂଆଁ: ଯାତ୍ରୀ ଆତଙ୍କିତ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ରୋଡ଼ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ଷ୍ଟେସନରେ ଏକ ମାଲବାହୀ ଟ୍ରେନ ୱାଗନରୁ ପ୍ରବଳ ମାତ୍ରାରେ ଧୁଆଁ ବାହାରୁଥିବା ଦେଖିବାକୁ ମିଳିଛି। ଯାହାପରେ ଷ୍ଟେସନରେ ଛିଡା ହୋଇଥିବା ଯାତ୍ରୀ ଆତଙ୍କିତ ହୋଇଯାଇଛନ୍ତି।

ଖବର ମୁତାବକ ଆଜି ଅପରାହ୍ନରେ ଭଦ୍ରକରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନ ବାଲୁଗାଁ ୨ନଂ ପ୍ଲାଟଫର୍ମରେ ଅଟକି ରହିଥିବା ବେଳେ ଗୋଟିଏ ୱାଗନରୁ ଧୁଆଁ ବାହାରୁଥିବା ଦେଖିବାକୁ ମିଳିଥିଲା।

ଖବର ପାଇ ଘଟଣା ସ୍ଥଳରେ ବାଲୁଗାଁ ଅଗ୍ନିଶମ ବିଭାଗ ପହଞ୍ଚି ଦୀର୍ଘ ସମୟ ପ୍ରଚେଷ୍ଟା ପରେ ଧୂଆଁକୁ ଆୟତ୍ତ କରିଥିଲା। ତେବେ ପରିସ୍ଥିତି ସ୍ୱାଭାବିକ ଥିବାବେଳେ କୌଣସି ଅଘଟଣ ଘଟି ନଥିବା ଏବଂ ଅତ୍ୟନ୍ତ ଗରମ କାରଣରୁ ଏପରି ହୋଇଥାଏ ପାରେ ବୋଲି ବାଲୁଗାଁ ଆରପିଏଫ ଆଇଆଇସି ଜିତେନ୍ଦ୍ର ମୌର୍ଯ୍ୟ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ଆରପିଏଫ ପାଳନ କଲା ଏହାର ପ୍ରତିଷ୍ଠା ଦିବସ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ଆରପିଏଫ ତାହାର ପ୍ରତିଷ୍ଠା ଦିବସ ପାଳନ କରିଛି। ଏହି ଅବସରରେ ଆରପିଏଫ ପକ୍ଷରୁ ବାଲୁଗାଁ ଷ୍ଟେସନ ପରିସରରେ ଯାତ୍ରୀ ମାନଙ୍କୁ ସଚେତନତା, ରକ୍ତଦାନ, ବୃକ୍ଷରୋପଣ, ଶ୍ରମଦାନ, ଏକତା ଦୌଡ଼ ଏବଂ ଯୋଗ ଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଏହି ଉତ୍ସବରେ ବାଲୁଗାଁ ଆରପିଏଫ ଆଇଆଇସି ଏବଂ ଅନ୍ୟ ସମସ୍ତ ଅଧିକାରୀମାନେ ସାମିଲ ଥିଲେ। ସୂଚନା ଥାଉକି ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ୨୦ ତାରିଖକୁ ଆରପିଏଫର ପ୍ରତିଷ୍ଠା ଦିବସ ଭାବେ ପାଳନ କରାଯାଏ କାରଣ ଏହି ଦିନ ଆରପିଏଫକୁ କେନ୍ଦ୍ରୀୟ ସଶସ୍ତ୍ର ବଳର ମାନ୍ୟତା ମିଳିଥିଲା।