ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ବାତିଲ ହେଲା ବିଶାଖା ଆଉ ପ୍ରଶାନ୍ତି ଏକ୍ସପ୍ରେସ , ଜାଣନ୍ତୁ କେଉଁଦିନ

Published: Jul 18, 2021, 7:09 pm IST

ଭୁବନେଶ୍ବର, କୋଟ୍ଟଭାଲାସା-ପାଲାସା ରେଳ ସେକ୍ସନର ଆଲମଣ୍ଡା ଏବଂ କୋରୁକୋଣ୍ଡା ଷ୍ଟେସନ୍ ମଧ୍ୟରେ ସୀମିତ ଉଚ୍ଚତା ବିଶିଷ୍ଟ ଉପାମାର୍ଗ ନିର୍ମାଣ ପାଇଁ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାଯ୍ୟ ହେଉଥିବାରୁ କେତେକ ଟ୍ରେନ ବାତିଲ କରାଯାଇଛି। ସେଗୁଡିକ ହେଲା…

୦୭୦୧୫ ଭୁବନେଶ୍ୱର-ସିକନ୍ଦରାବାଦ ବିଶାଖା ସ୍ବତନ୍ତ୍ର ଟ୍ରେନ ଭୁବନେଶ୍ୱର ରୁ ଜୁଲାଇ ମାସ ୨୦ ତାରିଖ ଦିନ ବାତିଲ ରହିବ ।

୦୮୪୬୩ ଭୁବନେଶ୍ୱର-ବାଙ୍ଗାଲୋର ପ୍ରଶାନ୍ତି ସ୍ବତନ୍ତ୍ର ଟ୍ରେନ ଭୁବନେଶ୍ୱରରୁ ଏବଂ ୦୭୨୪୪ ରାୟଗଡା-ଗୁଣ୍ଟୁର ବିଶେଷ ଟ୍ରେନ ରାୟଗଡାରୁ ଜୁଲାଇ ମାସ ୧୯ ତାରିଖ ଦିନ ବାତିଲ ରହିବ।

୦୭୦୧୬ ସିକନ୍ଦରାବାଦ-ଭୁବନେଶ୍ୱର ବିଶାଖା ବିଶେଷ ଟ୍ରେନ ସିକନ୍ଦରାବାଦରୁ, ଚେନ୍ନାଇରୁ ୦୨୮୨୨ ଚେନ୍ନାଇ-ହାଓଡ଼ା ବିଶେଷ ଟ୍ରେନ, ଭାସ୍କୋରୁ ୦୮୦୪୮ ଭାସ୍କୋ-ହାଓଡ଼ା ବିଶେଷ ଟ୍ରେନ, ଗୁଣ୍ଟୁରରୁ ୦୭୨୪୩ ଗୁଣ୍ଟୁର-ରାୟାଗଡା ବିଶେଷ ଟ୍ରେନ ଏବଂ ହାଓଡ଼ାରୁ ୦୨୮୭୩ ହାଓଡ଼ା-ଯଶୋବନ୍ତପୁର ବିଶେଷ ଟ୍ରେନ ବାତିଲ ରହିବ।

୦୮୪୯୫ ରାମେଶ୍ୱରମ-ଭୁବନେଶ୍ୱର ସ୍ପେଶାଲ ଏବଂ ୦୮୪୬୪ ବାଙ୍ଗାଲୋର-ଭୁବନେଶ୍ୱର ପ୍ରଶାନ୍ତି ସ୍ପେଶାଲ ଯଥାକ୍ରମେ ରାମେଶ୍ୱରମ ଓ ବାଙ୍ଗାଲୋରରୁ ଜୁଲାଇ ମାସ ୧୮ ତାରିଖ ଦିନ ଏବଂ ହାଓଡ଼ା-ପଣ୍ଡିଚେରୀ ସ୍ପେଶାଲ ଏବଂ ୦୨୮୨୧ ହାଓଡ଼ା-ଚେନ୍ନାଇ ସ୍ପେଶାଲ ହାଓଡ଼ା ଠାରୁ ଜୁଲାଇ ମାସ ୧୯ ତାରିଖ ଦିନ ସର୍ବନିମ୍ନ ଅଧା ଘଣ୍ଟାରୁ ସର୍ବାଧିକ ଦେଢ଼ଘଣ୍ଟା ବିଳମ୍ବରେ ଛାଡିବ।

Related posts