Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଦେଶରେ ଚାଲିବ ହାଇଡ୍ରୋଜେନ ଟ୍ରେନ, ସୋଆ ବିଶ୍ବବିଦ୍ୟାଳୟରେ କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ
ଜାତୀୟ ଖବର

ଦେଶରେ ଚାଲିବ ହାଇଡ୍ରୋଜେନ ଟ୍ରେନ, ସୋଆ ବିଶ୍ବବିଦ୍ୟାଳୟରେ କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

September 16, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଦେଶରେ ଚାଲିବ ହାଇଡ୍ରୋଜେନ ଟ୍ରେନ, ସୋଆ ବିଶ୍ବବିଦ୍ୟାଳୟରେ କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ଭୁବନେଶ୍ବର: ଭାରତରେ ଆସନ୍ତା 2023 ମସିହାରେ ଆରମ୍ଭ ହେବ ହାଇଡ୍ରଜୋନ ଟ୍ରେନ ଚଳାଚଳ। ଏହା ଏପରି ଏକ ଟେକନୋଲୋଜିରେ ନିର୍ମାଣ ହେବ ଯାହା ହାଇଡ୍ରୋଜେନ ଶକ୍ତିରେ ଟ୍ରେନ ଚାଲିବ। ଏହିପରି ଏକ ସୂଚନା ଦେଇଛନ୍ତି କେନ୍ଦ୍ର ରେଳ, ଆଇଟି ଏବଂ ଯୋଗାଯୋଗ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଭୁବନେଶ୍ବର ଶିକ୍ଷା ଓ ଅନୁସନ୍ଧାନ ବା ସୋଆ ବିଶ୍ବବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ସେ ଏହା କହିଛନ୍ତି।

ସୋଆ ବିଶ୍ବବିଦ୍ୟାଳୟରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ମନ୍ତ୍ରୀ କହିଛନ୍ତି ଯେ ଏହି ନୂତନ ଧରଣର ଟ୍ରେନଟି ସଂପୂର୍ଣ୍ଣ ଦେଶୀୟ ଜ୍ଞାନକୌଶଳରେ ନିର୍ମାଣ ହେବ। ବର୍ତ୍ତମାନ ବିଶ୍ବରେ ଏହି ଧରଣର ଟ୍ରେନ ଜର୍ମାନୀରେ ଚାଲିଛି। ଗତ ଅଗଷ୍ଠମାସରେ ଏହି ଟ୍ରେନର ଚଳାଚଳ ଆରମ୍ଭ ହୋଇଛି। ଏହାପରେ ଭାରତ ବିଶ୍ବର ଦ୍ବିତୀୟ ହାଇଡ୍ରୋଜେନ ଟ୍ରେନ ନିର୍ମାତା ହେବ ବୋଲି ମନ୍ତ୍ରୀ କହିଛନ୍ତି।

ଏହି ଟ୍ରେନ ସଂପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ, ଏହି ଟ୍ରେନଟିର ଡିଜାଇନିଂ ଏବଂ ଟେକନଲୋଜି ଭାରତର ବିଶେଷଜ୍ଞମାନେ ନିର୍ମାଣ କରିବେ। ସେମାନଙ୍କର କହିବା ଅନୁସାରେ ଏହି ଟ୍ରେନଟି ହାଇଡ୍ରୋଜେନ ପରି ବିଶେଷ ଇନ୍ଧନରେ ଚାଲିବ। ବର୍ତ୍ତମାନ ଟ୍ରେନଗୁଡିକ ଡିଜେଲରେ ଚାଲୁଛି। ସାଢେ ଚାରି କେଜି ଡିଜେଲରେ ଟ୍ରେନ ଯେତିକି ବାଟ ଯିବ ଏକ କିଲୋ ହାଇଡ୍ରୋଜେନ ଇନ୍ଧନରେ ଏହା ସେତିକି ବାଟ ଯିବ ବୋଲି ମନ୍ତ୍ରୀ କହିଛନ୍ତି।

ଏହି ସ୍ବତନ୍ତ୍ର ଇନ୍ଧନ ପ୍ରଦୂଷଣ ମୁକ୍ତ ହେବ, ଯାହା ଭାରତ ପାଇଁ ବିଶେଷ ଭାବେ ଆବଶ୍ୟକ ବୋଲି ମନ୍ତ୍ରୀ କହିଛନ୍ତି। ଗୋଟିଏ ଟ୍ରେନରେ ଯଦି ଗୋଟିଏ ହାଇଡ୍ରୋଜନ ଟ୍ୟାଙ୍କର ରୁହେ ତେବେ ତାହା ଏକ ହଜାର କିଲୋମିଟର ପର୍ଯ୍ୟନ୍ତ ଚାଲିପାରିବ ବୋଲି ମନ୍ତ୍ରୀ କହିଛନ୍ତି। ଏହି ଇନ୍ଧନରେ ଟ୍ରେନଟି ଘଣ୍ଟା ପ୍ରତି 140 କିଲୋମିଟର ପର୍ଯ୍ୟନ୍ତ ଗତି କରିବ। ଏହା ଯାତ୍ରୀ ତଥା ପରିବେଷ ପାଇଁ ବେଶ ଅନୁକୂଳ ହେବ ବୋଲି ମନ୍ତ୍ରୀ କହିଛନ୍ତି।

ମନ୍ତ୍ରୀ ବର୍ତ୍ତମାନର ରେଳ ସେବା ଉପରେ ମତ ରଖି କହିଛନ୍ତି ଯେ, ଭାରତ ଗତ କିଛି ବର୍ଷ ଧରି ରେଳ ଉପରେ ବେଶ ଅଗ୍ରଗତି କରିଛି। ପୂର୍ବରୁ ରେଳର ବେଗ ଘଣ୍ଟାକୁ 160 କିଲୋମିଟର ରହୁଥିଲା। ବର୍ତ୍ତମାନ ଏହାର ବେଗ 180 କିଲୋମିଟର ଘଣ୍ଟା ପ୍ରତି ରହୁଛି। ସେହିପରି ବନ୍ଦେ ଭାରତ ଏକ୍ସପ୍ରେସ 52 ସେକେଣ୍ଡରେ 100 କିମି ପହଁଚିପାରୁଛି। ଯାହା ବୁଲେଟ ଟ୍ରେନ 55 ସେକେଣ୍ଡ ନେଉଛି। ଆସନ୍ତା ସ୍ବାଧୀନତା ଦିବସରେ ଭାରତରେ ଏହି ହାଡ୍ରୋଜେନ ଟ୍ରେନ ସେବା ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଛନ୍ତି।

Ashwini Vaishnaw East Coast Railway ଅଶ୍ବିନୀ ବୈଷ୍ଣବ ଶିକ୍ଷା ଓ ଅନୁସନ୍ଧାନ ସୋଆ ବିଶ୍ବବିଦ୍ୟାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026

ବାରଙ୍ଗରେ ବୁଲିଲା ଖଣ୍ଡା; ୨ଜଣ ଆହତ

May 12, 2026
Latest News

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026

ବାରଙ୍ଗରେ ବୁଲିଲା ଖଣ୍ଡା; ୨ଜଣ ଆହତ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.